Author: Samikhsya Bureau

୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଗଠିତ ଏକ କମିଟି ଏହି ସଙ୍କଳ୍ପ ପତ୍ର ପ୍ରସ୍ତୁତ କରିଛି। ୨୦୧୯ ରେ ଦଳ କ୍ଷମତାକୁ ଆସିଲେ କି ପଦକ୍ଷେପ ନେବ ସେ ବିଷୟରେ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ଏହାର ଉନ୍ମୋଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଜେପି ନିର୍ବାଚନୀ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଛି। ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହାବି ସମ୍ଭବ ବିଜେପି ସରକାର ତାହା କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ…

Read More

ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳ ଆସନ୍ତା ଏପ୍ରିଲ୍‌ ୧୫ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମେ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିବ। ବିଶ୍ବକପ୍‌ର ଅନ୍ୟତମ ଦାବିଦାର ରହିଥିବା ଭାରତୀୟ ଦଳର ଖେଳାଳିମାନେ ବର୍ତ୍ତମାନ ଆଇପିଏଲ୍‌ରେ ବ୍ୟସ୍ତ ରହିଥିବା ବେଳେ ଆଇପିଏଲ୍‌ର ଦ୍ବିତୀୟ ଚରଣ ପରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି କୁହାଯାଇଛି। ଭାରତୀୟ ଦଳରେ ବିଭିନ୍ନ ଖେଳାଳିଙ୍କ ସ୍ଥାନ ଆପାତତଃ ସ୍ଥିର ରହିଥିବା ବେଳେ କେବଳ ୪ ନମ୍ବର ସ୍ଥାନ ପାଇଁ ଦଳ ଦ୍ବନ୍ଦରେ ରହିଛି। ଏହି ସ୍ଥାନ ପାଇଁ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ମୁଖ୍ୟ ଦାବିଦାର ରହିଛନ୍ତି। ଆଇପିଏଲ୍‌ ପ୍ରଦର୍ଶନ ଭାରତୀୟ ଦଳ ଚୟନ ନିମନ୍ତେ ବିଚାରକୁ ନିଆଯିବ ନାହିଁ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି।

Read More

ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କୁ ପ୍ରଥମେ ଜୟଲଳିତାଙ୍କ ଆତ୍ମଜୀବନୀ ଅଫର କରାଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିମନ୍ତେ ଅନୁବନ୍ଧିତ ହୋଇସାରିଥିବାରୁ ପ୍ରକଳ୍ପ ହାତଛଡା କରିଥିଲେ ବିଦ୍ୟା। ବିଦ୍ୟା ତାମିଲନାଡୁର ଅଟନ୍ତି ତେଣୁ ଆମ୍ମାଙ୍କ ଚରିତ୍ର ପାଇଁ ବିଦ୍ୟା ପ୍ରଥମ ଚଏସ୍‌ ରହିଥିଲେ। ମାତ୍ର ନିଜ ସ୍ବାମୀ ତଥା ୟୁଟିଭି ସିଇଓ ସିଦ୍ଧାର୍ଥ ରାୟ କପୁର ଇନ୍ଦିରା ଗାନ୍ଧୀଙ୍କ ଜୀବନି ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିର୍ମାଣ କରୁଥିବାରୁ ବିଦ୍ୟା ଇନ୍ଦିରାଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦେଇଥିଲେ। ଏହାପରେ ଜୟଲଳିତାଙ୍କ ଚଳଚିତ୍ରଟି କଙ୍ଗନାଙ୍କ ହାତକୁ ଯାଇଥିଲା ବୋଲି ଚଳଚିତ୍ରର ନିର୍ଦ୍ଦେଶକ ଏ ଏଲ୍‌ ବିଜୟ ପ୍ରକାଶ କରିଛନ୍ତି। ଏହି ଓ୍ବେବ୍‌ ସିରିଜ୍‌ର କାମ ନସରିବା ପର୍ଯ୍ୟନ୍ତ ବିଦ୍ୟା ଅନ୍ୟ କୌଣସି ପ୍ରକଳ୍ପକୁ ସମ୍ମତି ପ୍ରଦାନ କରିବାକୁ ଚାହୁଁ ନାହାନ୍ତି, ଏବଂ ଇନ୍ଦିରାଙ୍କ ଚାଲିଚଳଣି, କଥାବାର୍ତ୍ତା ଭାଷଣ ଦେବାର ଶୈଳୀକୁ ଶିଖୁଛନ୍ତି। ସୂଚନାଯୋଗ୍ୟ ଯେ, କିଛି…

Read More

ଭାରତ ପକ୍ଷରୁ ପାକିସ୍ତାନ ଉପରେ ପୁନର୍ବାର ଆକ୍ରମଣ କରାଯାଇପାରେ ବୋଲି ପ୍ରକାଶ କରିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ଏନେଇ ପାକିସ୍ତାନ ପକ୍ଷରୁ ସମନ ଜାରି କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଡ. ମହମ୍ମଦ ଫୈଜଲ୍‌ କହିଛନ୍ତି କି, ଭାରତ ପକ୍ଷରୁ ପାକ୍‌ ବିରୋଧରେ ରଚା ଯାଉଥିବା ଷଡଯନ୍ତ୍ର ବିଷୟରେ ଚେତାବନୀ ପ୍ରଦାନ ପାଇଁ ଉପ ଉଚ୍ଚାୟୁକ୍ତଙ୍କୁ ଡକାଯାଇଥିଲା। ଫୈଜଲ୍‌ ଟ୍ବିଟ୍ଟର ଜରିଆରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରବିବାର ଦିନ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କହିଥିଲେ କି, ଭାରତ ପାକିସ୍ତାନ ଉପରେ ବାଲାକୋଟ ପରି ଆଉ ଏକ ଆକ୍ରମଣର ଯୋଜନା କରୁଛି। କ୍ୟୁରେଶୀ କହିଥିଲେ, ଏପ୍ରିଲ୍‌ ୧୬-୨୦ ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ଯୋଜନା କରିଛି। ପୁଲଓ୍ବାମା ପରି ଏକ ଆକ୍ରମଣ ପାକ୍‌ ଅଧିକୃତ କାଶ୍ମୀରରେ ହେବାର ସମ୍ଭାବନା ରହିଥିବାର…

Read More

ଲିବ୍ୟାରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ପକ୍ଷରୁ ଏହାର ୧୫ ଜଣିଆ ସିଆରପିଏଫ୍‌ ବାହିନୀକୁ ଫେରାଇ ଅଣାଯାଇଛି। ପରସ୍ଥିତି ଖରାପ ହେବା ଯୋଗୁଁ ଲିବ୍ୟାର ରାଜଧାନୀ ଟ୍ରିପୋଲିରୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ଲିବ୍ୟାର ମୁଖ୍ୟ ଖଲିଫା ହଫ୍‌ତର ଲିବ୍ୟା ସେନାକୁ ରାଜଧାନୀ ଟ୍ରିପୋଲି ଅକ୍ତିଆର କରିବାକୁ ନିର୍ଦ୍ଦେଶ ଦେବା ପରେ ଭାରତ ସେନା ଫେରସ୍ତ ଆଣିବାର ନିଷ୍ପତ୍ତି ନେଇଥିବା ଜଣା ପଡିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଟ୍ୟୁନିସିଆରେ ରହିଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ୧୫ ଜଣ ସିଆରପିଏଫ୍‌ ଯବାନଙ୍କୁ ଉଦ୍ଧାର କରା ଯାଇଥିଲା। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଏନେଇ ଟ୍ୟୁନିସିଆରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ।…

Read More

ଏୟାର ଇଣ୍ଡିଆ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସେବାର ବିଲ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। ଏହି ବିଲ୍‌ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ନିଜର ୪୪ଟି ବିଦେଶ ଗସ୍ତରେ ସମୁଦାୟ ୪୪୩.୪ କୋଟି ଟଙ୍କା ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂ ନିଜର ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀତ୍ବ କାଳରେ  ୩୮ଥର ବିଦେଶ ଗସ୍ତରେ ଯାଇଥିବା ବେଳେ ସମୁଦାୟ ୪୯୩.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ ମେରୁ ଦାୟିତ୍ବ ଗ୍ରହଣ କରିଥିବା ମୋଦି ଅଧିକ ଦେଶ ଭ୍ରମଣ କରିଥିବା ବେଳେ ବିମାନ ଇନ୍ଧନର ମୂଲ୍ୟ ହ୍ରାସ ଏବଂ ଶସ୍ତା ବିମାନ ଯାତ୍ରା ଯୋଗୁଁ ସରକାରଙ୍କୁ ୫୦ କୋଟି କମ୍‌ ଖର୍ଚ୍ଚ କରିବାକୁ ପଡିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ବିଦେଶ ଗସ୍ତକୁ ନେଇ ବିରୋଧୀ ଦଳ ଏବଂ ସାଧାରଣରେ ସମାଲୋଚନା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଭାରତକୁ କୂଟନୈତିକ ଏବଂ ରାଜନୈତିକ…

Read More

ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଟାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ସେଥିଲାଗି ଶ୍ରୀଜୀଉଙ୍କ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଖସାପଡ଼ା ଏକ ଗୁପ୍ତନୀତି ଅଟେ। ଏଥିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଖଳି ଲଗାଯାଇ ଏକ ଶ୍ୱେତ ବସ୍ତ୍ର ଗୁଡ଼ାଇ ଦିଆଯାଇଥିଲା। ଗୁପ୍ତନୀତି ଯୋଗୁଁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ସୂଚନା ଦେଇଛି। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Read More

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଗୃହ ସଚିବ କିର୍ଷ୍ଟେନ୍‌ ନିଲ୍‌ସନ୍‌ ନିଜ ପଦରୁ ଓହରୁଥିବା ନେଇ ସୂଚନା ଦେଇଛନ୍ତି। ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଏହି ଖବରକୁ ସ୍ବୀକାର କରିବା ସହିତ ପଦ ଛାଡିଥିବା ନିଲ୍‌ସନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି, ନିଲ୍‌ସନ୍‌ଙ୍କ ସେବା ନିମନ୍ତେ ମୁଁ ତାଙ୍କୁ ଆମେରିକାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ଅନ୍ୟ ଏକ ଟ୍ବିଟ୍‌ରେ ଆମେରିକା ବର୍ହିଶୁଳ୍କ ବିଭାଗର କମିଶନର କେଭିନ୍‌ ମ୍ୟାକ୍‌ଲିନ୍‌ଙ୍କୁ କାର୍ଯ୍ୟକାରୀ ଗୃହ ସଚିବ ଭାବରେ ଘୋଷଣା କରିଛନ୍ତି। ନିଜର ଅବ୍ୟାହତି ପରେ କ୍ରିଷ୍ଟେନ୍‌ ନିଲ୍‌ସନ୍‌ କହିଛନ୍ତି, ଏକ ବର୍ଷ ପୂର୍ବରୁ ଜନ୍‌ କେଲୀଙ୍କ ନିକଟରୁ ଦାୟିତ୍ବ ଗ୍ରହଣ କରିବା ପରଠାରୁ ନିରନ୍ତର ନିଜର ଦାୟିତ୍ବ ନିର୍ବାହ କରିଛି। ସୀମାରେ ଲାଗି ରହିଥିବା ସମସ୍ୟା, ଅନୁପ୍ରବେଶ ସମସ୍ୟ ଆଦିର ମୁକାବିଲାରେ ସରକାର ପୂର୍ବାପେକ୍ଷା ଅଧିକ ସମର୍ଥ ବୋଲି ନିଲ୍‌ସନ୍‌ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ( ମୋବାଇଲରେ ଫଟାଫଟ  ଖବର…

Read More

୪ଟି ପର୍ଯ୍ୟାୟରେ ଓଡିଶାରେ ହେବାକୁ ନିର୍ବାଚନ ପାଇଁ  ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଭରିବା ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଦଳର ହେଭିୱେଟ୍ ନେତା ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ପୂର୍ବରୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ ବୈଜୟନ୍ତ। ଏହାପେର ଏକ ବିଶାଳ ଶୋଭାଯାତ୍ରାରେ ତିନିମୁହାଣି ଛକରୁ ଆସି ଜିଲ୍ଲାପାଳ ଅଫିସରେ ପହଁଚି ନାମାଙ୍କନ ଦାଖଲ କରିବେ। ସେହିପରି ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ଜଗତସିଂପୁର ଜିଲ୍ଲାରେ ବିଜେପି ନେତା ଦାମ ରାଉତ ନିଜର ପ୍ରାର୍ଥୀପତ୍ର ଭରିବେ। ଭଣ୍ଡାରୀପୋଖରୀ ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। ତାଙ୍କ ସହ ରାଜନଗର ଏବଂ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଓ ଧରଣୀଧର ନାୟକ ମଧ୍ୟ ନିଜନିଜର…

Read More

କେଦାର ମିଶ୍ର ନିର୍ବାଚନୀ ଗଣିତର ସୂତ୍ର ସବୁ ସାଧାରଣ ଗଣିତ ସୂତ୍ରଠାରୁ ଢେର ଅଲଗା। ନିର୍ବାଚନୀ ଗଣିତରେ ଦୁଇ ଓ ଦୁଇ ମିଶି ଚାରି ହେବା ବଦଳରେ ବାଇଶ ମଧ୍ୟ ହୋଇପାରନ୍ତି। ତେଣୁ ଏ ପ୍ରକାର ଗଣିତର ସମୀକରଣ ବୁଝିବା ଏତେ ସହଜ ନୁହଁ। ଟେଲିଭିଜନରେ ଅମୁକଙ୍କ ସପକ୍ଷରେ ହାୱା ବୋହୁଛି କିମ୍ବା ତାଙ୍କ ବିରୋଧରେ ପରିବର୍ତ୍ତନର ସ୍ଵର ଶୁଭୁଛି ବୋଲି ଶୁଣିବାକୁ ହୁଏତ ଭଲ ଲାଗିପାରେ। ହେଲେ ନିର୍ବାଚନୀ ଗଣିତ ବୁଝିବାକୁ ହେଲେ ଭୋଟଦାନର ଇତିହାସ, ଭୂଗୋଳ ତଥା ପରିସଙ୍ଖ୍ୟାନକୁ ବୁଝିବା ନିହାତି ଜରୁରୀ। ଦୁର୍ଭାଗ୍ୟକ୍ରମେ ଆମ ରାଜ୍ୟରେ ନିର୍ବାଚନୀ ବିଶ୍ଳେଷଣ ପାଇଁ ସେମିତି କୌଣସି ସ୍ଵତନ୍ତ୍ର ଅନୁଷ୍ଠାନ ଆଜି ପର୍ୟନ୍ତ ଗଢା ହୋଇନାହିଁ। ଜାତୀୟ ସ୍ତରରେ ବହୁ ପ୍ରକାର ନିର୍ବାଚନୀ ବିଶ୍ଳେଷଣ ପ୍ରସ୍ତୁତ ହେଉଥିଲେ ମଧ୍ୟ ସେଥିରେ ଓଡିଶାର ନିର୍ବାଚନ ରାଜନୀତିକୁ ନେଇ ବିଶେଷ ଆଲୋଚନା ଘଟୁନାହିଁ। ତେଣୁ ଆମେ ନିର୍ବାଚନୀ ଗଣିତକୁ ନେଇ ଆମ ନିଜ ତରଫରୁ…

Read More

ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ଏବେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ସୂଚନା ରହିଛି। ପୂର୍ବରୁ ରବର୍ଟ ଭଦ୍ରା ଏ ବିଷୟରେ ସୂଚନା ଦେଇଥିଲେ। ତାଙ୍କ ଉପରେ ଲାଗିଥିବା ଅଭିଯୋଗରୁ ମୁକ୍ତ ହେବା ପରେ ସେ ରାଜନୀତିକୁ ଆସିପାରନ୍ତି ବୋଲି ସଂକେତ ଦେଇଥିଲେ। ଭଦ୍ରାଙ୍କ ଉପରେ ଜମି ଦଖଲ ସହ ଭଷ୍ଟ୍ରାଚାରର ମାମଲା ଚାଲିଛି। ତେବେ  ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ କଂଗ୍ରେସ ପାଇଁ ସାରା ଦେଶରେ ପ୍ରଚାର କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ କଂଗ୍ରେସ ତରଫରୁ ଏନେଇ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର…

Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗଞ୍ଜାମର ପୋଲସରାରେ ଏକ ଜନସଭାକୁ ସମ୍ବୋଧନ କରି ଶାହା କଂଗ୍ରେସଠାରୁ ଆହୁରି ନିକୃଷ୍ଟ ବିଜେଡ଼ିର ଶାସନ ବୋଲି କହିଛନ୍ତି ଶାହା।   ଆଗରେ ନବୀନ ରହି ପଛରେ ବାବୁମାନେ ଓଡ଼ିଶା ଶାସନ କରୁଛନ୍ତି ବୋଲି କହିଛନ୍ତି। ଦୂରଦୃଷ୍ଟି ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡକୁ ନେଇଛି। ଖଣି ଓ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ନେତାଙ୍କୁ ଟିକେଟ ଦେଇଛି ବିଜେଡି।  ୧୯ ବର୍ଷ ଧରି ଏଠାରେ ବିଜେଡି ସରକାର ସରକାର ଶାସନ କଂଗ୍ରେସ ଶାସନଠାରୁ ନିକୃଷ୍ଟ ରହିଛି ବୋଲି କହିଛନ୍ତି ଶାହା।  ଆଗାମୀ ଦିନରେ ମୋଦୀ ନିଶ୍ଚିତ ସରକାର କରିବେ। ଓଡିଶାରେ ମଧ୍ୟ ବିଜେପି ସରକାର ହେବ  ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହା। ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ଏହି ସମୟରେ ଗୌରବମୟ, ସମୃଦ୍ଧ ଓଡିଶା ଗଠନ କରିବାକୁ ହେବ ବୋଲି କହିଛନ୍ତି…

Read More

ବଲିଉଡ୍‌ର ଏଭରଗ୍ରିନ୍‌ ରୋମାଣ୍ଟିକ୍‌ ଷ୍ଟାର୍‌  ଜିତେନ୍ଦ୍ର ଆଜି  ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୨ ଏପ୍ରିଲ ୭ରେ ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ରବି କପୁର ଥିଲା। ୧୯୫୯ରେ ଫିଲ୍ମ ନବରଙ୍ଗରେ ଜିତେନ୍ଦ୍ର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ଦୀର୍ଘ ୫ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିବା ପରେ ୧୯୬୪ରେ ଗୀତ୍‌ ଗାୟା ପଥରୋଁ ନେ ଫିଲ୍ମ ପରେ ତାଙ୍କ କ୍ୟାରିୟରରେ ପରିବର୍ତ୍ତନ ଆସିଥିଲା। ପ୍ରାୟ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଶ୍ରୀଦେବୀ ଏବଂ ଜୟପ୍ରଦାଙ୍କ ସହିତ  ଅନେକ ଫିଲ୍ମରେ ସେ ସ୍କ୍ରିନ୍‌ ଶେୟାର କରିଛନ୍ତି। ତାଙ୍କ ଅଭିନୀତ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଫର୍ଜ’, ‘ହମ୍‌ଜୋଲି’, ‘ସଂଯୋଗ,’ ‘ଓ୍ବଲାଦ୍‌’ ‘ଜାନି ଦୁସମନ୍‌’, ‘ତୋଫା’, ‘ପରିଚୟ’, ‘କିନାରା’, ‘ଖୁସୁବ୍‌’ ପ୍ରମୁଖ। ଅଭିନୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୭ ମସିହାରେ ଦାଦାସାହେବ ଫାଲ୍‌କେ ପୁରସ୍କାରର ପୁରସ୍କୃତ କରାଯାଇଥିଲା। ଜିତେନ୍ଦ୍ରଙ୍କ ଝିଅ ଏକତା କପୁର୍‌…

Read More

ଆଜି ବିଜେପି ‘ଫିର୍‌ ଏକ ବାର୍‌ ମୋଦି ସରକାର’ ଟ୍ୟାଗ୍‌ଲାଇନ୍‌ ବହନ କରୁଥିବା ନିର୍ବାଚନୀ ପ୍ରଚାର ଗୀତକୁ ରିଲିଜ୍‌ କରାଇଛି। ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ଗୀତକୁ ରିଲିଜ୍‌ କରାଇବା ସହିତ ଏଥିରେ ଜାତୀୟ ସୁରକ୍ଷା, ମହିଳା ସଶକ୍ତିକରଣ, ପ୍ରଧାନମନ୍ତ୍ରୀ କୃଷକ ଯୋଜନା, କଳାଧନ ବିରୋଧରେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମାଜିକ ସୁବିଧା ଯୋଜନା ଉପରେ କେନ୍ଦ୍ରିତ କରାଯାଇଛି ବୋଲି କହିଛନ୍ତି। ‘ଚଲୋ ଫିର୍‌ ଏକବାର୍‌ ମୋଦି ସରକାର ବନାତା ହୈ’, ଚଲୋ ମିଲ୍‌କର୍‌ ସାଥ୍‌ ଆଗେ ଦେଶ କୋ ବଢାତେ ହୖ’ ବୋଲ୍‌ରେ ବିଜେପି ତା’ର ନିର୍ବାଚନୀ ପ୍ରଚାର ଗୀତକୁ ରିଲିଜ୍‌ କରାଇଛି। ଗତକାଲି ବିଜେପି ତା’ର ନିର୍ବାଚନୀ ଇସ୍ତାହାର ରିଲିଜ୍‌ କରାଇବ ବୋଲି ସୂଚନା ରହିଛି। ନିର୍ବାଚନ ଆୟୋଗ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଦ୍ୱାରା  ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ ଗୀତକୁ ବିଜେପି ଜନସଭା ଓ ର‍୍ୟାଲିରେ ବଜାଇବା…

Read More

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଚଳିତଥର ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। କେରଳର ଓ୍ବାୟନାଡ ଓ ଉତ୍ତରପ୍ରଦେଶର ଆମେଠିରୁ ନିର୍ବାଚନ ଲଢୁଛନ୍ତି ରାହୁଲ୍‌। ତେବେ ରାହୁଲ୍‌ଙ୍କୁ ଏହି ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ବିଜେପି ବେଶ୍‌ ସମାଲୋଚନା କରିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେରଳ କିମ୍ବା ତାମିଲନାଡୁର କୌଣସି ଆସନରୁ ନିର୍ବାଚନ ଲଢିବା ପାଇଁ ଆହ୍ବାନ କରିଛନ୍ତି। ଶଶି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି କେରଳ କିମ୍ବା ତାମିଲନାଡୁ ଆସନରୁ ନିର୍ବାଚନ ଲଢିବା ପାଇଁ ସାହସ କରିପାରିବେ କି ବୋଲି କହିଛନ୍ତି। ଶଶି ଥରୁ୍ର୍‌ କହିଛନ୍ତି ରାହୁଲ୍‌ ଗାନ୍ଧି କେରଳର ଓ୍ବା୍ୟନାଡ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ପରେ ଦକ୍ଷିଣ ରାଜ୍ୟରେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖାଦେଇଛି। ଥରୁରୁ୍‌ ମୋଦି ଓ ବିଜେପିଙ୍କୁ ଏହି ସମ୍ପର୍କିତ ବୟାନକୁ ନେଇ ନିନ୍ଦା କରିଛନ୍ତି। ବିଜେପି ତା’ ବୟାନରେ…

Read More

ପାକିସ୍ତାନ ଆଜି ୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଗତ ଫେବୃଆରୀ ୧୪ ତାରିଖର ଫୁଲଓ୍ବାମା ଆକ୍ରମଣ ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍‌ ତିକ୍ତତା ସୃଷ୍ଟି ହୋଇଛି। ଏପରିକି ଭାରତ ପାକିସ୍ତାନକୁ ସାରା ବିଶ୍ବରେ ଏକଘରକିଆ କରିବା ଯୋଜନା ପ୍ରସ୍ତୁତ କରୁଥିବାବେଳେ ଭାରତ ପକ୍ଷରୁ ବାଲାକୋଟ୍‌ ଆକ୍ରମଣ ମଧ୍ୟ କରାଯାଇଥିଲା। ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୟ ପରିସ୍ଥିତି ଥିବା ସତ୍ତ୍ବେ ପାକିସ୍ତାନ ସଦ୍‌ଭାବନା ନିର୍ଦଶନ ପୂର୍ବକ ୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ପାକିସ୍ତାନର ଏହି ପଦକ୍ଷେପ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନାକୁ ପ୍ରଶମିତ କରିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ପାକିସ୍ତାନ ଦ ଏକ୍ସପ୍ରେସ୍‍ ଟ୍ରିବ୍ୟୁନ୍‍ ରିପୋର୍ଟ ଅନୁସାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଲାହୋରକୁ ନିଆଯାଇଛି। ସେଠାରୁ ସେମାନଙ୍କୁ ୱାଘା ସୀମାକୁ ନେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ଏହି ମତ୍ସ୍ୟଜୀବୀମାନେ ୮ତାରିଖ ଦିନ…

Read More

ନାଗାଲାଣ୍ଡର କୋହିମାଠାରେ ଏକାସାଙ୍ଗରେ ୫ହଜାର ନୃତ୍ୟଶିଳ୍ପୀ ଏକାଠି ଏକାସାଙ୍ଗରେ ନୃତ୍ୟ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ୍‌ ହୋଇଛନ୍ତି। ନାଗାଲାଣ୍ଡର କୋହିମାର ମୋନ୍‌ ଟାଉନ୍‌ରେ ଖୋଲା ମଇଦାନରେ ଏହି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହର୍ଣ୍ଣବିଲ୍‌ ଯାତ୍ରାରେ ୫ ହଜାର ମହିଳା କୋନିଆକ୍‌ ନୃତ୍ୟ ପରିବେଷଣ କରିଛନ୍ତି, ଯାହାକୁ ବିଶ୍ବର ସବୁଠୁ ବଡ଼  ପାରମ୍ପରିକ ନୃତ୍ୟ ଭାବେ ମାନ୍ୟତା ମିଳିଛି। ଗୋଟିଏ ପଡ଼ିଆରେ ଏତେ ସଂଖ୍ୟକ ନୃତ୍ୟଶିଳ୍ପୀଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ପାଞ୍ଚମିନିଟ୍‌ ଏକ ସେକେଣ୍ଡ ପର୍ଯ୍ୟନ୍ତ ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Read More

ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଗୀତ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରଚାର ଚଳାଇଛନ୍ତି। ତେବେ ନିର୍ବାଚନ ଆୟୋଗ ଏହି ନିର୍ବାଚନୀ ସଂଗୀତ ଉପରେ ମଧ୍ୟ ଏପ୍ରକାର କଟକଣା ଜାରି କରିଛନ୍ତି। ବିଜେପିର ନିର୍ବାଚନୀ ସଂଗୀତ ଉପରେ କଟକଣା ଜାରି କରାଯାଇଥିବାବେଳେ କଂଗ୍ରେସର ନିର୍ବାଚନୀ ଗୀତର କିଛି ଶବ୍ଦକୁ ହଟାଇବକୁ କୁହାଯାଇଛି। ନିର୍ବାଚନ ଆୟୋଗ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ କରାଯାଇଥିବା ଗୀତକୁ  ଅନୁମତି ଦେଇନାହାନ୍ତି। ଚଳିତଥର ନିର୍ବାଚନ ଆୟୋଗ ସ୍ବଚ୍ଛ ନିର୍ବାଚନ ପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ଅନେକଗୁଡ଼ିଏ ନିୟମ ପ୍ରଣୟନ କରିଛନ୍ତି। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Read More

ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର  ରଣବୀର୍‌ ସିଂଙ୍କ ସହ ଅଭିନୟ କରିବେ। ‘ସିମ୍ବା’, ’ଗଲିବୟ’ ପରି ବ୍ୟବସାୟିକ ସଫଳତା ଫିଲ୍ମ ଦେଇ ଆଗଧାଡିରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିପାରିଥିବା ରଣବୀର ସିଂ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୟଶ୍‌ରାଜ ବ୍ୟାନର୍‌ରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର୍‌। ମାନୁଷୀଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ପୂର୍ବରୁ ମିଷ୍ଟର ପରଫେକ୍‌ନିଷ୍ଟ୍‌ ସହ ନଜର ଆସିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଏହି ଅପ୍‌କମିଙ୍ଗ୍‌ ଫିଲ୍ମକୁ ନିର୍ଦ୍ଦେଶନା ଦେବେ ମନୀଷ ଶର୍ମା। ରଣବୀର୍‌ ବତ୍ତର୍ମାନ କବୀର୍‌  ଖାନ୍‌ଙ୍କ ଫିଲ୍ମ ‘୮୩’କୁ ନେଇ ବ୍ୟସ୍ତ ରହିଛନ୍ତି। ଏହା ପରେ ପରେ ସେ ‘ତକ୍ଷତ୍‌’ ଫିଲ୍ମରେ ମଧ୍ୟ ନଜର ଆସିବେ। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସିଧା ନିଶାନା କରିଛନ୍ତି। ପଶ୍ଚିମବଙ୍ଗଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦି ମମତା ପଶ୍ଚିମବଙ୍ଗବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି କହିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ବିକାଶରେ ବାଧକ ହୋଇଛନ୍ତି। ସେ ରାଷ୍ଟ୍ରବିରୋଧୀଙ୍କୁ ସମର୍ଥକ କରୁଛନ୍ତି। ମୋଦି ମମତା ବାନାର୍ଜୀ ଏବଂ ନ୍ୟାସନାଲ୍‌ କନ୍‌ଫରେନ୍ସ ସହିତ ଗଠବନ୍ଧନକୁ ମଧ୍ୟ କଟାକ୍ଷ କରିଛନ୍ତି। ମୋଦି ସମାଲୋଚନା କରି କହିଛନ୍ତି ଯେ, ସେ ସେଇମାନଙ୍କ ସାଥ୍‌ ଦେଉଛନ୍ତି, ଯେଉଁମାନେ ଭାରତରେ ଦୁଇ ଦୁଇଜଣ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସତ୍ତାକୁ ଆସିଲେ ଜମ୍ମୁକାଶ୍ମୀରରେ ନିଜର ଏକ ପ୍ରଧାନମନ୍ତ୍ରୀ ହେବ ବୋଲି କହିଥିଲେ। ସେହିପରି କଂଗ୍ରେସ ଉପରେ ଟାର୍ଗେଟ୍‌ କରି ମୋଦି କହିଛନ୍ତି ଯେ, କଂଗ୍ରେସର ଅକ୍ଷମତା ପାକିସ୍ତାନକୁ ଏଭଳି  କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେଇଛି। ସେହିପରି ମମତାକୁ ସମାଲୋଚନା କରି ପଶ୍ଚିମବଙ୍ଗବାସୀ ମମତାଙ୍କ ଶାସନରୁ ମୁକ୍ତ ହେବାକୁ…

Read More

ଉତ୍ତରପ୍ରଦେଶର ଦେଓବନ୍ଦଠାରେ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ଅଭିଭାଷଣ ରଖିଥିଲେ। ମାୟାବତୀ ନିଜ ଉଦ୍‍ବୋଧନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାୟାବତୀ ଅନୁରୋଧ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନାର ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। ଏବେ ୟୁପିରୁ ବିଜେପି ଯାଉଛି ଏବଂ ମହାଗଠବନ୍ଧନ ଆସୁଛି । ଯଦି ଭୋଟିଂ ମେସିନ୍‌ରେ କୌଣସି ପ୍ରକାରର ଗଡବଡ଼ ନ ହୁଏ, ତେବେ ମହାଗଠବନ୍ଧନ ନିଶ୍ଚୟ ହିଁ ଜିତିବ ବୋଲି କହିଛନ୍ତି ମାୟାବତୀ। ସେହିପରି କଂଗ୍ରେସକୁ ନିଶାନା କରିଛନ୍ତି ମାୟାବତୀ । ଆଉ ଚୌକିଦାରର…

Read More