ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ। ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ…
Author: Samikhsya Bureau
ଭୁବନେଶ୍ବର: ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ନିକଟରେ ବିବାଦୀୟ ହୋଇପଡିଥିବା ମନୋଜ ଶେଷରେ ରାଜନୀତିରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ତାଙ୍କର ଅଭିନିତ ଚଳଚିତ୍ରକୁ ନେଇ ପଶ୍ଚିମ ଓଡିଶା ଉପକୂଳ ଓଡିଶା ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା। ଏହି ସମୟରେ ତାଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେତେବେଳେ ଅନୁମାନ କରାଯାଉଥିଲା ଯେ ମନୋଜ କଂଗ୍ରେସରେ ସାମିଲ ହେବେ। ତେବେ କଂଗ୍ରେସରେ ସାମିଲ ହେବା ପରେ ମନୋଜ କହିଛନ୍ତି ଯେ, ରାଜନୀତିରେ ପାଦ ଦେବି ବୋଲି କୌଣସି ଯୋଜନା ନ ଥିଲା। ଆଜି ସକାଳେ ଦଳରେ ମିଶିବା ପାଇଁ ଫୋନ ଆସିଲା। ଆଉ ମିଶିଗଲି। କଂଗ୍ରେସ ନୀତି ଆଦର୍ଶକୁ ମୁଁ ଭଲ ପାଏ। ଏହି ଦଳରେ ରହି…
ଭୁବନେଶ୍ବର: ଆଜି ସୂଚନା କମିଶନର ଭାବେ ଶପଥ ନେଇଛନ୍ତି ବରିଷ୍ଠ ଆଇନିଜୀବୀ ଜଗନ୍ନାଥ ରଥ। ତାଙ୍କୁ ରାଜ୍ୟପାଳ ରଘୁବର ଦାସ ସୂଚନା କମିଶନର ଭାବେ ଶପଥ ପାଠ କରାଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ ତାଙ୍କର ନିଯୁକ୍ତି ସଂପର୍କରେ ଅବଗତ କରାଇଥିଲେ। ଏହାପରେ ରାଜ୍ୟପାଳ ଶପଥପାଠ କରାଇଥିଲେ। ଆଇନଜୀବୀ ଭାବେ ଜଗନ୍ନାଥଙ୍କର ରହିଛି ୨୫ବର୍ଷର ଅଭିଜ୍ଞତା। ଜଗନ୍ନାଥ ହେଉଛନ୍ତି ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପୁଅ। ସେ ରାଜସ୍ୱ ପର୍ଷଦର ଆଇନ ପରାମର୍ଶଦାତା ଭାବେ ଏବେ କାମ କରୁଛନ୍ତି। ଏଥିସହିତ ସେ ଶ୍ରୀମନ୍ଦିରର ଅବୈତନିକ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।
ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ଅନୁଭବ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି ଆସିଥିବା ଏକ ଟି ସାର୍ଟକୁ ନେଇ ସଂସଦ ଭବନରେ ଚର୍ଚ୍ଚା ଚାଲିଛି। କାରଣ ସେ ଆଜି ଏକ କମଳା ରଂଗର ଟି ସାର୍ଟ ପିନ୍ଧି ଆସିଛନ୍ତି। ଯେଉଁଥିରେ ଲେଖା ହୋଇଛି NAMO HATRIC ବା ନମୋ ହାଟ୍ରିକ। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇଛି। ତେବେ ଏହାର ଉତ୍ତର ରଖିଛନ୍ତି ଅନୁରାଗ ଠାକୁର। ସେ କହିଛନ୍ତି ପୁଣି ଥରେ ନରେନ୍ଦ୍ର ମୋଦି ସରକାର ଗଠନ ହେବ। ମୋଦି ଏଥର ହାଟ୍ରିକ କରିବେ। ‘ତିଶିର ବାର ମୋଦୀ ସରକାର, ଅବକି ବାର 400 ପାର’ ବୋଲି ହିନ୍ଦିରେ ଅନୁରାଗ କହିଛନ୍ତି। ସେ କହିଛନ୍ତି ପୁଣି ଥରେ ମୋଦି ଆସି ଦେଶର ଗରିବ କଲ୍ୟାଣ କାମ କରିବେ। ପୂର୍ବରୁ ଯାହା କହିଥିଲେ ତାହା କରି…
ଭୁବନେଶ୍ବର: ରାଣୀ ଭି ସୁଜ୍ଞାନ କୁମାରୀ ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ସେ ଆହୁରି କହିଛନ୍ତି ଯେ, ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୁଖ୍ୟମନ୍ତ୍ରୀ ତାଙ୍କର ସ୍ବାସ୍ଥ ଅବସ୍ଥା ବୁଝିବା ପାଇଁ ଗତକାଲି ସଂଧ୍ୟାରେ ଚେନ୍ନାଇ ଗସ୍ତ କରିଥିଲେ। ରାତିରେ ସେ ଡାକ୍ତରଖାନା ଯାଇ ତାଙ୍କ…
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୃଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଆଜି ବଡସିଂହାର ବେଶ ବେଳେ ମହାପ୍ରଭୃଙ୍କ ନିକଟରେ ଲାଗି ହେବ ପଦ୍ମଫୁଲ। ଯାହାକୁ ପଦ୍ମବେଶ ବୋଲି କୁହାଯାଇଥାଏ। ଏହି ବେଶ ପାଇଁ ବଡଛତା ମଠ ତରଫରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥାଏ। ତାହାକୁ ଦୟାଣମାଳି ସେବକମାନେ ଶ୍ରୀଜିୟୁଙ୍କୁ ପଦ୍ମବେଶ କରିଥାନ୍ତି। ତେବେ ଆଜି ରାତିରେ ଏହି ବେଶ ହେବ। ମହାପ୍ରଭୃଙ୍କ ପହଡ ପୂର୍ବରୁ ଏହି ବେଶ କରାଯାଇ ତିନିଠାକୁର ବିଶ୍ରାମ କରିବେ। ଆସନ୍ତାକାଲି ଅବକାଶ ନିତି ପର୍ଯ୍ୟନ୍ତ ଏହି ବେଶ ରହିବ। ଫଳରେ ଭକ୍ତମାନେ ଆସନ୍ତାକାଲି ଭୋରରୁ ଏହି ବେଶକୁ ଦର୍ଶନ କରିବେ। ପ୍ରତିବର୍ଷ ମାଘ ଅମବାସ୍ୟାରୁ ଶ୍ରୀପଞ୍ଚମୀ ମଧ୍ୟରେ କୌଣସି ବୁଧବାର କିମ୍ବା ଶନିବାରରେ ଏହି ବେଶ କରାଯାଇଥାଏ। ତେବେ ଏହି ବେଶ ପଛରେ ରହିଛି ଏକ କିମ୍ବଦନ୍ତୀ। କୁହାଯାଏ ଉତ୍କଳ ପ୍ରଦେଶରୁ ଶହଶହ ମାଇଲ ଦୂରରୁ ଜଣେ ହିନ୍ଦି ଭାଷୀ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ।…
ଭୁବନେଶ୍ବର: ଗତକାଲି ରାତିରେ ଖଲ୍ଲିକୋଟ ରାଣୀ ତଥା ବିଧାୟିକ ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଶୁଣି ଗଭୀର ମର୍ମାହତ। ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବା ସହ ଦଳର ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କର ବିୟୋଗ ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଖଲିକୋଟର ରାଣୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି।” ଓଁ ଶାନ୍ତିଃ
କଟକ: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଅଫିସର ତାଙ୍କୁ ଧରିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ପାଞ୍ଚୋଟି ସ୍ଥାନରେ ଚଢାଉ ଚାଲିଛି। ତେବେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ। ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବୀତିୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବୀତିୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଗଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଲା। ସେହି ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି ନିରଂଜନ ଅତି। ତାଙ୍କ ନିକଟରୁ ରଂଗବୋଲି ଟଙ୍କା ଜବତ ସହିତ ତାଙ୍କର ଘର ଅଫିସରେ…
ଭୁବନେଶ୍ବର: ଗତକାଲି ରାତିରେ ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାର ଦେଓଙ୍କ ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇ ଚେନ୍ନାଇର ଏକ ହସପଟିଲାରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି 12 ଟା 55 ମିନିଟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଥିଲେ। ସେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ସେତେବେଳେ ତାଙ୍କର ଅବସ୍ଥା ଗୁରୁତର ଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ। ଓଡିଶା ରାଜନୀତିର ଜଣେ ପ୍ରମୁଖ ତଥା ବିଶେଷ ବ୍ୟକ୍ତିତ୍ବ ହେଉଛନ୍ତି ଭି ସୁଜ୍ଞାନ କୁମାରୀ ଦେଓ। ସେ 10 ଥର ଗଂଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ବିଧାୟିକା ହୋଇଛନ୍ତି। 1961 ମସିହାରେ ଖଲ୍ଲିକୋଟ ଆସନରୁ ସେ ପ୍ରଥମେ କଂଗ୍ରେସରୁ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ। ଏହାପରେ…
ଭୁବନେଶ୍ବର: ଆଜି ରାତିରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚେନ୍ନାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ତାଙ୍କର ସ୍ବାସ୍ଥ୍ୟ ସଂପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଅବସ୍ଥା ଭଲ ନାହିଁ। ଡାକ୍ତରମାନେ କହୁଛନ୍ତି ଯେ, ସେ ଗୁରୁତର ଅଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି ସୁଜ୍ଞାନ ଦେଓଙ୍କୁ ଦେଖିବା ପାଇଁ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ, ସଂଗଠନ ସଂପାଦକ ପ୍ରଣବ ଦାସ ପ୍ରମୁଖ ଯାଇଛନ୍ତି।
ଭୁବନେଶ୍ବର: ଆଜି ଶେଷ ହୋଇଛି ଷୋଢଶ ବିଧାନସଭାର ଅଧିବେଶନ। ଆଜି ବ୍ୟୟ ମଂଜୁରୀ ବିଲ ପାଶ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏହି ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଚାରିଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ତେବେ ଏହି ଅଧିବେଶନ ଶେଷ ହେବା ପରେ କୌଣସି ବିଧାୟକଙ୍କ ମୁହଁ ହସ ନାହିଁ କି ଖୁସି ନାହିଁ। ରାଗ ନାହିଁ କି ଗରମ ନାହିଁ। କାରଣ ହେଲା ଏହା ହେଉଛି ଶେଷ ଅଧିବେଶନ। ପରବର୍ତ୍ତି ଅଧିବେଶନରେ ବସିବାକୁ ହେଲେ ନିର୍ବାଚିତ ହୋଇ ଆସିବାକୁ ପଡିବ। ଏଥିରେ କିଏ ଜିତିବ କିଏ ହାରିବ ଜଣା ନାହିଁ। କାହାକୁ ଟିକେଟ ମିଳିବ କାହାକୁ ମିଳିବ ନାହିଁ ଜଣା ନାହିଁ। ଏହାକୁ ନେଇ ବିଧାୟକମାନେ ଚିନ୍ତା ଗସ୍ତ ଭାବେ ବିଧାନସଭାରୁ ବିଦାୟ ନେଇଛନ୍ତି। ଗୃହ ସରିବା ପରେ ପରସ୍ପର ଆଲୋଚନା ମଧ୍ୟ…
ନୂଆଦିଲ୍ଲୀ: ଆଜି ସଂସଦ ଭବନ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପ୍ରକାଶ କରିଛନ୍ତି। କେବଳ ସସ୍ମିତ ନୁହଁନ୍ତି ବିଭିନ୍ନ ଦଳର ଆଠ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଏହି ଭୋଜନ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଯେଉଁମାନେ ମଧ୍ୟାହ୍ନ ଭୋଜନ କରିଥିଲେ ସେମାନେ ହେଲେ ଏଲ ମୁରୁଗାନ, ରିତେଶ ପାଣ୍ଡେ, ହୀନା ଗାୱିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ରାମ ମୋହନ ନାଇଡୁ ଏବଂ ଜାମିଆଙ୍ଗ ସେରିଙ୍ଗ ନାମଗାଲ। ସସ୍ମିତଙ୍କ ସହିତ ମୋଟ ଆଠ ଜଣ ଏହି ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଛନ୍ତି। ତେବେ ଏମାନେ କିପରି ପ୍ରଧାନମନ୍ତ୍ରୀଙ୍କ ସହିତ ଖାଇଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ସୁତ୍ର ଅନୁସାରେ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସସ୍ମିତଙ୍କ ସହିତ ଏହି ଆଠ ଜଣଙ୍କୁ ଫୋନ କଲ…
ଭୁବନେଶ୍ବର: ଆଜି ବିଜେଡି ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ ଦେଇଛି। ସେହିପରି ଆଜି ଦଳରେ ସାମିଲ ହୋଇଥିବା ବିର୍ଲା କଂପାନୀର ପୂର୍ବତନ ସିଇଓ ସନ୍ତୃପ୍ତ ମିଶ୍ରଙ୍କୁ ମଧ୍ୟ ନୂଆ ଦାୟିତ୍ବ ଦେଇଛି। ସଂଜୟଙ୍କୁ ଦଳ ମୁଖ୍ୟପାତ୍ର ଭାବେ ଘୋଷଣା କରିଛି। ସେ ପୂର୍ବରୁ ଭଦ୍ରକର ଦଳୀୟ ପର୍ଯ୍ୟବେକ୍ଷକ ଅଛନ୍ତି। ସେହିପରି ସନ୍ତୃପ୍ତ ମିଶ୍ରଙ୍କୁ ମିଳିଛି ଜାତୀୟ ମୁଖପାତ୍ର ଦାୟିତ୍ବ। ସେ ଆଦିତ୍ୟ ବିର୍ଲାର ସିଇଓ ଥିବା ବେଳେ ରାଜ୍ୟ ବାହାରେ ଚାକିରୀ କରୁଥିଲେ। ସେ ଗତ ଡିସେମ୍ବର ମାସରେ ବିର୍ଲା ସିଇଓ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ଭୁବନେଶ୍ବର: ଆଜି ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ ମିଶ୍ର। ସେ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପର ସିଇଓ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ସଂଗଠନ ସଂପାଦକ ପ୍ରଣବ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେଡିରେ ସାମିଲ କରାଇଥିଲେ। ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ପ୍ରତାପ ଜେନା, ଦେବାଶୀଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସନ୍ତୃପ୍ତ ମିଶ୍ରଙ୍କ ଦଳରେ ଯୋଗଦାନ ନିଶ୍ଚିତ ସହାଯ୍ୟ କରିବ। ତାଙ୍କର କରର୍ପୋରେଟ ଜଗତରେ ଯେଉଁ ଅଭିଜ୍ଞତା ରହିଛି ତାହା ରାଜ୍ୟର ଉନ୍ନତିରେ ନିଶ୍ଚିତ ସାହାର୍ଯ୍ୟ କରିବ। ସେ ସିଇଓ ପଦବୀରୁ ଇସ୍ତଫା ଦେବା ପରେ ରାଜନୀତିରେ ମିଶିବେ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା। ବର୍ତ୍ତମାନ ବିଜେଡିରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତିନିଜଣଙ୍କ ନାମ ଭାରତ ରତ୍ନ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ସେମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣ ସିଂ ଏବଂ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥମ। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଧାନ କରିଛନ୍ତି। ଭିନ୍ନ ଭିନ୍ନ ଦୁଇଟି ପୋଷ୍ଟରେ ସେ ଉଭୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସେ ନରସିଂହ ରାଓଙ୍କୁ ନେଇ କହିଛନ୍ତି ଯେ, ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ବେଶ ଉନ୍ନତି କରିପାରିିଛି। ତାଙ୍କ ସମୟରେ ବିଶ୍ବ ବଜାରରେ ଭାରତରେ ପ୍ରବେଶ, ଅର୍ଥନୈତିକ ପ୍ରଗତି, ବୈଦେଶିକ ନୀତି, ଶିକ୍ଷା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣସିଂଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେହିପରି ଏମ ଏସ ସ୍ବାମୀନାଥନଙ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ କୃଷି…
ଭୁବନେଶ୍ବର: ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ଅପ୍ରଚାର କରିବାରେ ଲାଗିଥିଲେ। ସେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ କହି ନିଜେ ମୁଖ୍ୟମନ୍ତ୍ରୀ ହେବେ। ସେଥିପାଇଁ ସେ କେତେକ ବିଧାୟକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାଙ୍କର ଏପରି ହୀନ ଉଦ୍ୟମ ସଫଳ ହେଲା ନାହିଁ। ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇ କୁ ଏକ ସାକ୍ଷାତକାର ଦେଇ ଏପରି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛିନ୍ତି ଯେ, ମୁଖ୍ୟମନ୍ତ୍ରୀ ଏପରି ବୟସରେ ମଧ୍ୟ ବେଶ ଫିଟ ଅଛନ୍ତି। ସ୍ବାଭାବିକ ଭାବେ ମଣିଷ ବୟସ ହେଲେ ଯାହା ହେବା କଥା ତାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟୁଛି। ହେଲେ ତାହାକୁ ଅପ୍ରଚାର କରି ନିଜର ଫାଇଦା ହାସଲ କରିବାକୁ ବିଜେଡି ନେତା ଓ ବିରୋଧୀ ଦଳ ଚାହୁଁଥିଲେ। ସିଧା ବୈଜୟନ୍ତଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ…
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି। ସେହି ଅନୁସାରେ ଆଜିଠାରୁ ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ଏହାପରେ ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ। ୨୭ ଫେବୃଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ ଟାରୁ ଭୋଟ ଗଣତି କରାଯିବ। ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ଶେଷ ହେଉଛି।
ଭୁବନେଶ୍ବର: ବହୁ ଆଇନ ଲଢେଇ ପରେ ଉଭୟ ଅଲଗା ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋର୍ଟ ଅନୁଭବଙ୍କ ଛାଡପତ୍ର ମାମଲାକୁ ସ୍ବୀକୃତ ପ୍ରଦାନ କରିଛନ୍ତି। ଫଳରେ ଦୀର୍ଘ ଦଶ ବର୍ଷର ବିବାହ ସଂପର୍କ ତୁଟିଯାଇଛି। ଏ ନେଇ ଅନୁଭବ ନିଜ ସାମାଜିକ ଗଣମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି। ତେବେ ମଜାର କଥା ହେଲା ଯେ, ଉଭୟଙ୍କ ବିବାହକୁ ଆଜି ଦଶ ବର୍ଷ ପୁରିଛି। ଗୋଟିଏ ଦିନ ପୂର୍ବରୁ କୋର୍ଟ ତାଙ୍କର ବିବାହ ବିଛେଦକୁ ଅନୁମତି ପ୍ରଦାନ କରିଛନ୍ତି। ଅନୁଭବ କହିଛନ୍ତି ଯେ, ଏହି ଦଶ ବର୍ଷ ଥିଲା କେବଳ ଛଳନା, ପ୍ରତାରଣା, ହୃଦୟହୀନ, ଯନ୍ତ୍ରଣାଦାୟକ ବୋଲି ଉଲ୍ଲେଖ କରିଛନ୍ତି। ଏହି ଦଶ ବର୍ଷ ଏକ ଛଳନା ବାହାଘର ଥିଲା ବୋଲି ଅନୁଭବ କହିଛନ୍ତି।
ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଏହି ତିନି ଦିବସୀୟ ସମାରୋହ ବିଶାଳ ପ୍ରତିକ୍ରିୟା ପାଇଁ ଉନ୍ମୋଚିତ ହୋଇଛି। ଆଜି ଏହି ପ୍ରଦର୍ଶନୀରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ଟୁରିଜିମ ପ୍ରଡକ୍ଟଗୁଡିକୁ ପ୍ରଦର୍ଶିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି ଓ ଆରମ୍ଭ କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।ଆନ୍ତର୍ଜାତୀୟ ମାନକ ସହ ମେଳ ଖାଇବା ପାଇଁ ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଗୁଡିକ ଉପରେ କେନ୍ଦ୍ରିତ ଉତ୍ପାଦଗୁଡିକ ସହିତ ଓଡିଶା କେବଳ ଭ୍ରମଣ ଓ ଆତିଥ୍ୟ ବ୍ୟବସାୟର ଉତ୍କୃଷ୍ଟତମ ବ୍ରାଣ୍ଡଗୁଡିକୁ ଆକର୍ଷିତ କରିବାକୁ ସକ୍ଷମ ହେବନାହିଁ ବରଂ ଏକ ସତେଜ ଦୃଷ୍ଟିକୋଣ ସହ ସ୍ୱତନ୍ତ୍ର…
ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମର ଟାଇମ୍ସ ନାଓ ର ନିର୍ବାଚନକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡିଶାରେ ନବୀନ ପଟ୍ଟନାୟକ ପୂର୍ବପରି ଲୋକପ୍ରିୟତା ବଜାଇ ରଖିଛନ୍ତି।ମୁଖ୍ୟତଃ ରାଜ୍ୟରେ ଜନହିତକର ଯୋଜନା ସହିତ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ତାଙ୍କର ଲୋକପ୍ରିୟତାକୁ ବଜାଇ ରଖିଛି। ନବୀନ ସରକାର ଉପରେ କେତେ ସନ୍ତୁଷ୍ଠ ? ସର୍ଭେରେ ପଚାରାଯାଇଥିଲା ଯେ, ନବୀନ ପଟ୍ଟନାୟକଙ୍କ ଶାସନକୁ ନେଇ କେତେ ସନ୍ତୁଷ୍ଠ ଅଛନ୍ତି। ଏଥିରେ ୫୪ ପ୍ରତିଶତ ଲୋକ ସନ୍ତୁଷ୍ଠ ବୋଲି ମତ ଦେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ଲୋକେ ବହୁ ମାତ୍ରାରେ ନବୀନ ଶାସନରେ ସନ୍ତୁଷ୍ଠ ବୋଲି କହିଛନ୍ତି। ସେହିପରି ୩୧ ପ୍ରତିଶତ ଲୋକେ ସନ୍ତୁଷ୍ଠ ବୋଲି କହିଛନ୍ତି। ତେବେ ଏହି ସର୍ଭେ ରିପୋର୍ଟରେ ୪୩ ଲୋକେ ଅସନ୍ତୁଷ୍ଠ ବୋଲି ମତ ଦେଇଛନ୍ତି। ଆଉ ୨ ପ୍ରତିଶତ ଏହା ଉପରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ…
ଭୁବନେଶ୍ଵର: ଲୋକସଭା ନିର୍ବାଚନ-୨୦୨୪ ପାଖେଇ ଆସୁଛି। ତେଣୁ ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଲଢିବା ପାଇଁ ଅଣ୍ଟା ଭିଡ଼ିଛି। ତେବେ ଓଡିଶା ବିଜେପି ଆଜି ୨୧ ଲୋକସଭା ଆସନ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କରିଛି। ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀ ପାଇଁ ଜୀବନ ସାହୁଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କାଣ୍ଡିଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି। ସେହିଭଳି କଟକ ନିର୍ବାଚନ ମଣ୍ଡଳୀରେ ପ୍ରତାପ କୁମାର ମିଶ୍ରଙ୍କୁ ପ୍ରଭାରୀ ଏବଂ ସୁକାନ୍ତ ବିଶ୍ଵାଳଙ୍କୁ ସଂଯୋଜକ ରୂପେ ମନୋନୀତ କରାଯାଇଛି। ସେହିଭଳି ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ପ୍ରେମାନନ୍ଦ ଜେନାଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭା…

