Author: Samikhsya Bureau

କେଦାର ମିଶ୍ର ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା ସାମ୍ବାଦିକମାନେ ଏବେ ଆମ ସେନାବାହିନୀର ନୀତି ନିର୍ଦ୍ଧାରକ। ତେଣୁ ଯୁଦ୍ଧଖୋର ସାମ୍ବାଦିକଙ୍କ ନେତୃତ୍ଵରେ ଏବେ ସାରାଦେଶରେ ଯୁଦ୍ଧ ହିଁ ଚାଲିଛି। ଷୋଡଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ଟେଲିଭିଜନ ପରଦାରେ ଯୁଦ୍ଧ ନାଟକ ସାଧାରଣ ଭାରତୀୟ ନାଗରିକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି। ପାକିସ୍ତାନ ପରି ଏକ ଦେଶ ଯାହାର ସରକାର ସେନାବାହିନୀ ଦ୍ଵାରା ନିୟନ୍ତ୍ରିତ ବୋଲି କୁହାଯାଏ, ସେଠାରେ ଆମେ ଭାରତ ପାକିସ୍ତାନର ମୁହାଁମୁହିଁ ଅବସ୍ଥା ବିଷୟରେ ସଂସଦୀୟ ବିତର୍କ ଦେଖୁଛୁ। ହେଲେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଗର୍ବ କରୁଥିବା ଆମ ଦେଶରେ ରାଜନୈତିକ ନେତୃତ୍ୱ ଗୋଟେ ପ୍ରକାର…

Read More

ଭାରତରେ ପାଦ ଦେଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସବୁ ଔପଚାରିକ ପ୍ରକ୍ରିୟା ପୂରା କରିବା ପରେ ଅଭିନନ୍ଦନଙ୍କୁ ରାତି ୯ଟା ୨୧ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପାକିସ୍ତାନ । ଅଟାରୀ-ୱାଘା ବର୍ଡର ଦେଇ ଅଭିନନ୍ଦନ ଭାରତରେ ପ୍ରବେଶ କରିଛନ୍ତି। ଶତ୍ରୁର ମୁକାବିଲା କରି ପାକିସ୍ତାନ କବଜାକୁ ଚାଲି ଯାଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟାରୀ ବର୍ଡରରେ ଭବ୍ୟ ସ୍ଵାଗତ କରାଯାଇଛି। ଅଭିନନ୍ଦନଙ୍କୁ ସ୍ଵାଗତ କରିବା ପାଇଁ ବର୍ଡରରେ ସକାଳୁ ଅପେକ୍ଷା କରି ରହିଥିବା ହଜାର ସଂଖ୍ୟକ ଲୋକେ ବହୁ ଉତ୍ସାହର ସହ ଜୋରଦାର ସ୍ଵାଗତ କରିଛନ୍ତି। ଗତକାଲି ଅନ୍ତରାଷ୍ଟ୍ରୀୟ ଚାପ ପଡ଼ିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ -–ପାକ୍‌ ମଧ୍ୟରେ ଶାନ୍ତିର ବାତାବରଣ ପାଇଁ ସଂସଦରେ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଘୋଷଣା କରିଥିଲେ। ଖବର ମୁତାବକ ଅଭିନନ୍ଦନଙ୍କୁ ଅମୃତସର ଅଣାଯିବ। ତା ପରେ ଅଭିନନ୍ଦନଙ୍କ ମେଡିକାଲ ଚେକ୍ ଅପ କରାଯିବ। ଏହା…

Read More

ରାଉରକେଲାର ସେକ୍ଟର-୧୩ସ୍ଥିତ ଏୟାରପୋର୍ଟ ପଡ଼ିଆରେ ଅନୁଷ୍ଠିତ ଚାଷୀ ମହା ସମାବେଶରେ ଚାଷୀ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଏଯାଏଁ ୩୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଏହି ଯୋଜନାରୁ ଯେପରିକି ଜଣେ ବି ଚାଷୀ ବାଦ୍‌ ନ ପଡ଼ନ୍ତି, ସେଥିପାଇଁ ସରକାର ନଜର ରଖିଛନ୍ତି। ବ୍ୟକ୍ତିଗତ ଭାବରେ ସେ ଏଥି ପ୍ରତି ନଜର ରଖିଛନ୍ତି ବୋଲି ନବୀନ କହିଛନ୍ତି ।  ‘କାଳିଆ ଛାତ୍ରବୃତ୍ତି’ ଯୋଜନାରେ ରାଜ୍ୟର ବହୁ ଛାତ୍ରଛାତ୍ରୀ ଉପକୃତ ହେବେ। ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷା ଗ୍ରହଣ କରିପାରୁ ନଥିବା ଚାଷୀ ଘରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରୁ ଲାଭ ମିଳିବ ବୋଲି ନବୀନ କହିଛନ୍ତି । ଏହି ଅବସରରେ  ୩୩୬.୬୧ କୋଟି ଟଙ୍କାରେ ନିର୍ମିତ ୨୩ଟି ପ୍ରକଳ୍ପକୁ ଲୋକାର୍ପଣ ଓ ଉଦ୍‌ଘାଟନ କରିଛନ୍ତି। ସେହିପରି…

Read More

ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ଫିଲ୍ମ ‘ମମ୍’ ଚୀନ୍‌ରେ ରିଲିଜ୍‌ ହେବ ।  ଆସନ୍ତା  ୨୨ ତାରିଖ ‘ମମ’ ଚୀନରେ ରିଲିଜ୍ ହେବାକୁ ଯାଉଛି। ଗତ ୨୪ ତାରିଖ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଫିଲ୍ମଟି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ ହୋଇଥିଲା। ପୂର୍ବରୁ ଏହି ଫିଲ୍ମଟି ପୋଲାଣ୍ଡ, ଋଷିଆ, ୟୁକେ, ସିଙ୍ଗାପୁର ଆଦି ଦେଶରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଅକ୍ଷୟ ଖନ୍ନା ଓ ନୱାଜୁଦ୍ଦୀନ୍‌ ସିଦ୍ଧିକି ଓ ପାକିସ୍ତାନୀ ଅଭିନେତ୍ରୀ ସଜଲ୍‌ ଅଲ୍ଲୀ ନଜର ଆସିଥିଲେ। ଜଣେ ମା’ କିପରି ନିଜ ଝିଅର ବଳାତ୍କାରୀଙ୍କୁ ଦଣ୍ଡ ଦେଉଛନ୍ତି ତାହା ଥିଲା ଫିଲ୍ମର କାହାଣୀ। ଫିଲ୍ମକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ୨୦୧୮ ଫେବୃଆରୀ ୨୪ରେ ଦୁବାଇର ଗୋଟେ ହୋଟେଲ୍‌ରେ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା ।

Read More

ଜାତୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତବୁଙ୍କୁ ଲସ୍‌ଏଞ୍ଜେଲ୍‌ଠାରେ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ କରାଯିବ । ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  କ୍ରିଷ୍ଟିନା ମାରୁୱାଡା ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ସିନେମାରେ ତବୁଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବ । ଜଣେ ସାହସୀ, ବହୁ ପ୍ରତିଭା ସମ୍ପନ୍ନ ତଥା ଉଚ୍ଚକୋଟୀର ଅଭିନୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ଭାରତୀୟ ସିନେମାରେ ଜଣେ ପ୍ରତିଭାସମ୍ପନ୍ନ ମହିଳା ଭାବରେ ତବୁଙ୍କ ଅବଦାନ ବେଶ୍‌ ଉଲ୍ଲେଖନୀୟ ରହିଛି । ୨୦୧୯ର ଏହି ଫିଲ୍ମୋତ୍ସବରେ ମହିଳା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକାଙ୍କ ଦ୍ଵାରା ଫିଲ୍ମଗୁଡ଼ିକ ଏହି ଅବସରରେ ପ୍ରଦର୍ଶନ କରାଯିବ ।  ନିକଟରେ ରିଲିଜ୍‌ ହୋଇଥିବା ତବୁଙ୍କ ଫିଲ୍ମ ‘ଅନ୍ଧାଧୁନ୍‌’ ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶନ କରାଯିବ । ଏହି ଫିଲ୍ମରେ ତବୁଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା ଓ ରାଧିକା ଆପ୍ତେ ପ୍ରମୁଖ ଭୂମିକାରେ ରହିଥିଲେ ।…

Read More

ଭାରତରେ ପୁଣି ଜନସନ୍ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ପରୀକ୍ଷା ନିରୀକ୍ଷା ପରେ ସରକାର କମ୍ପାନୀକୁ ପାଉଡ଼ର ଉତ୍ପାଦନ କରିବା ପାଇଁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ବେବି ପାଉଡ଼ରରେ କ୍ୟାନସର ତତ୍ୱ ଥିବା ଅଭିଯୋଗ ପରେ ଯାଞ୍ଚ ପାଇଁ ବିଭିନ୍ନ ୟୁନିଟ୍ ତଥା ବିତରକଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା । ତେବେ ପରୀକ୍ଷା ପରେ ଜନସନ୍ ଆଣ୍ଡ ଜନସନ ବେବି ପାଉଡ଼ରରେ କୌଣସି ହାନିକାରକ ତତ୍ତ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି ।  ଯାଞ୍ଚ ପରେ ଏଥିରୁ ଏହି ତତ୍ତ୍ଵ ନ ମିଳିବା ପରେ ଭାରତରେ ପୁଣି ଥରେ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି ।  ୧୯୭୧ ଠାରୁ ୨୦୦୦ ମସିହା ମଧ୍ୟରେ ଜନସନ୍ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ଥିବାର ଅଭିଯୋଗ କରାଯାଇଥିଲା । ଏହାଦ୍ୱାରା ଆମେରିକା ଶେୟାର ବଜାରରେ କମ୍ପାନୀର ଅଂଶଧନ ହ୍ରାସ ପାଇଥିଲା ।

Read More

ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ. ସିଂହ ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରତ୍ୟାବତ୍ତର୍ନକୁ ସ୍ଵାଗତ କରିବା ସହିତ ପାକିସ୍ତାନ ଶାନ୍ତି ପାଇଁ ନିଜ ପ୍ରତିବଦ୍ଧତାକୁ ମଜବୁତ୍‌ କରିବା ଉପରେ ପଦକ୍ଷେପ ନେବା ଉଚିତ୍‌ ବୋଲି ଏକ ଟ୍ଵିଟ୍‌ କରିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତକୁ ଆତଙ୍କବାଦ ବିରୋଧରେ ପାକିସ୍ତାନ ଦ୍ଵାରା ଏକ ସକରାତ୍ମକ ଓ ପରୀକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।  ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ଥମାନଙ୍କର ମୁକ୍ତ ଭାରତ-ପାକିସ୍ତାନ ମଧ୍ୟରେ ଥିବା ଜେନେଭା ଚୁକ୍ତି ଅନୁଯାୟୀ ହେଉଛି ବୋଲି ବାୟୁସେନାର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ସାରା ଦେଶବାସୀ ଖୁସିରେ  ନାଚି ଉଠିଛନ୍ତି । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ କମାଣ୍ଡର୍‌ ଅଭିନନ୍ଦନକୁ ଭାରତକୁ ଫେରାଇଦିଆଯିବ ବୋଲି ସଂସଦରେ ଘୋଷଣା କରିଥିଲେ ।

Read More

ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଏବେ ପୁଣିଥରେ ଟ୍ଵିଟ୍‌ କରି ଚର୍ଚ୍ଚାରେ ରହିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତିରେ ଚାଣକ୍ୟଙ୍କ ଏକ ବାକ୍ୟକୁ ଟ୍ଵିଟ୍‌ କରିଛନ୍ତି ସିଦ୍ଧୁ – ‘ଯେଉଁ ଯୁଦ୍ଧରେ ବାଦଶାହଙ୍କ ଜୀବନ ପ୍ରତି ବିପଦ ନାହିଁ, ତାହା ଯୁଦ୍ଧ ନୁହେଁ ରାଜନୀତି’। ଯୁଦ୍ଧ  କରିବା  ଉତ୍ତମ ସରକାରର କାମ ନୁହେଁ  । ନିଜର ହୀନ ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ କେତେ ନିର୍ଦ୍ଦୋଷୀ ଲୋକଙ୍କର ଜୀବନ ନିଆଯାଇଥାଏ ବୋଲି କହିଛନ୍ତି ସିଦ୍ଧୁ ।  ତେବେ ସିଦ୍ଧୁ ଏଥିରେ କାହାର ନାମ ନେଇନାହାନ୍ତି । କିନ୍ତୁ ଏହି ଟ୍ଵିଟ୍‌କୁ ଲକ୍ଷ୍ୟ କଲେ ସେ ନରେନ୍ଦ୍ର ମୋଦିଙ୍କୁ ହିଁ ଟାର୍ଗେଟ୍‌ କରିଛନ୍ତି ବୋଲି ଜଣାପଡୁଛି ।  ତାଙ୍କ କହିବା କଥା ହେଉଛି ଏବେ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା…

Read More

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମୟରେ ଲୋକସଭା ନିର୍ବାଚନ ଠିକ୍ ସମୟରେ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରିବ ବୋଲି ସେ କହିଛନ୍ତି । ନିର୍ବାଚନ ତାରିଖ କିଛି ଦିନ ଘୁଞ୍ଚାଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଇଭିଏମ୍‌ର ଫଳାଫଳ ସଠିକ୍‌ ରହିଛି । ଏହା ଉପରେ କୌଣସି ବିବାଦ ନାହିଁ । ସେହିପରି ଆଶାୟୀ ପ୍ରାର୍ଥୀଙ୍କୁ ୫ ବର୍ଷର ଆୟର ଅଟକଳ ସହ ବିଦେଶୀ ସମ୍ପତ୍ତି ଉପରେ ସୂଚନା ମଧ୍ୟ ଦେବାକୁ ପଡ଼ିବ । ପ୍ୟାନ୍‌ କାର୍ଡ ସହ ସମସ୍ତ ସୂଚନା ପ୍ରାର୍ଥୀମାନେ ଦେବାକୁ ବାଧ୍ୟ ବୋଲି କୁହାଯାଇଛି । ଏଥର ସ୍ଵଚ୍ଛ ନିର୍ବାଚନ ପାଇଁ ବିଜିଲି ଆପ୍‌ ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଏହି ଆପ୍‌ ଜରିଆରେ ନିର୍ବାଚନ ଜନିତ ଅଭିଯୋଗ…

Read More

ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଫେରାଇ ନେବା ନେଇ ରାଜନୀତି ଜୋର୍‌ ଚାଲିଛି । ଗୋଟିଏ ପଟେ ଭାରତୀୟ ବୀର ଯବାନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ଭାରତବାସୀ ଖୁସି ହେଉଛନ୍ତି । ଅନ୍ୟପଟେ ଆମର ରାଜନୈତିକ ବ୍ୟକ୍ତିବିଶେଷମାନେ ଟିପ୍ପଣୀ କରିବାରେ ବ୍ୟସ୍ତ ରହୁଛନ୍ତି । ବିଜେପିର ନେତା ସୁବ୍ରମଣ୍ୟମ୍‌ ସ୍ଵାମୀ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନକୁ ପାକିସ୍ତାନର ଭାରତକୁ ଫେରାଇବାରେ ପାକିସ୍ତାନ କୌଣସି ବନ୍ଧୁତ୍ଵପୂର୍ଣ୍ଣ ଆଚରଣ ଅଥବା ଶାନ୍ତିର ବାର୍ତ୍ତା ନେଇ କରିନାହିଁ । ପରନ୍ତୁ ଏହା ସେ ସୌଦି ଆରବର ଚାପରେ କରିଛି ବୋଲି କହିଛନ୍ତି । ସ୍ଵାମୀ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପାକ୍‌ସେନାର ଟେପରେକର୍ଡର ବୋଲି କହିଛନ୍ତି । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଯଦି କଥାବାର୍ତ୍ତା କରିବାକୁ ପଡ଼େ ତେବେ ଇମ୍ରାନ୍‌ଙ୍କ ସହ ନୁହେଁ ବରଂ ପାକ୍‌ସେନାଧିକାରୀଙ୍କ ସହିତ କରିବା କଥା । କାରଣ ଇମ୍ରାନ୍‌ ପାକ୍‌ ସେନାଧିକାରୀଙ୍କ…

Read More

ମାଟ୍ରିକ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ମାମାଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।  ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ସମସ୍ତ କଡ଼ା ବ୍ୟବସ୍ଥା ସତ୍ତ୍ୱେ ପ୍ରଶ୍ନପତ୍ର ମୋବାଇଲରେ ଭାଇରାଲ ହୋଇଥିଲା । ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିରେ ଜଣେ ଜେରକ୍ସ ଦୋକାନୀ ଓ ତିନି ଅଭିଭାବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଲାପଟପ, ଜେରକ୍ସ ମେସିନ ଓ ମୋବାଇଲ ଜବତ କରିଛି ପୋଲିସ । ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଅନ୍ୟ କିଛି ହାଇସ୍କୁଲର ମୋଟ ୧୧ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡା, କୋରାପୁଟ, ଢେଙ୍କାନାଳ ଜିଲ୍ଲାର ୯ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡାର ୫ ଜଣ,…

Read More

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିରେ ହେଉଥିବା ୪୬ତମ ଅରଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନର ବୈଠକରେ ସାମିଲ ହୋଇଛନ୍ତି । ସେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ଏହି ଅଧିବେଶକୁ ସମ୍ବୋଧିତ କରି ସୁଷମା କହିଛନ୍ତି ଯେ, ୨୦୧୯ ଭାରତ ପାଇଁ ବେଶ ମହତ୍ୱପୂର୍ଣ୍ଣ ବର୍ଷ । ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ବିଶ୍ୱର ଅର୍ଥବ୍ୟବସ୍ଥାର ଅଂଶ ହୋଇଛି । ଏହାବ୍ୟତୀତ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ସୁଷମା ସ୍ୱରାଜ । ଆତଙ୍କବାଦ ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି । ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ । ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆତଙ୍କବାଦୀ । ଆତଙ୍କବାଦ ଓ ଚରମପନ୍ଥୀ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ । ଏଥିପାଇଁ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦେଶକୁ ବୁଝାଇବା ପାଇଁ ପଡ଼ିବ । ଶାନ୍ତି ପାଇଁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପଡ଼ିବ…

Read More

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍‌ ଶାହା ପୁଲୱାମା ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୌନ ରହିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି । ଅମିତ୍‌ ଶାହା ଇମ୍ରାନ୍‌ ଖାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଇମ୍ରାନ୍‌ ଏହି ଘଟଣାରେ ଚୁପ୍‌ ରହିଲେ ଏହିଭଳି ଏକ ଜଘନ୍ୟ ଘଟଣାର ଥରେ ମାତ୍ର ନିନ୍ଦା କରିଲେ ନାହିଁ ।  ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ୍‌ ଶାହା ୧୪ ଫେବୃଆରୀର ପାକିସ୍ତାନର ଜୈଶ୍‌-ଏ- ମହମ୍ମଦ ଦ୍ଵାରା ଆତ୍ମଘାତୀ ଆକ୍ରମଣରେ ଭାରତୀୟ ୪୦ ଯବାନଙ୍କ ଶହୀଦ ହେବା ଘଟଣା ବିଷୟରେ ଚର୍ଚ୍ଚା କରି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଘେରିଛନ୍ତି । ଏହି ସମୟରେ ଭାରତ ଇମ୍ରାନ୍‌ ଖାନ୍‌ଙ୍କୁ କିପରି ବିଶ୍ଵାସ କରିବ, ସେ କେବଳ କହିବେ, ଆମେ କ’ଣ ଶୁଣିବା । ଆମେ ଜାଣିଛୁ ଯେ, ପାକିସ୍ତାନ ସରକାର ତାଙ୍କ ହାତରେ ନାହିଁ । କିନ୍ତୁ ଆତଙ୍କବାଦ ବିରୋଧରେ ପଦୁଟିଏ…

Read More

ଅନ୍ତରଷ୍ଟ୍ରୀୟସ୍ତରରେ ପାକିସ୍ତାନକୁ ଭାରତ ଘେରିବା ପରେ ଏବେ ଆମେରିକା ମଧ୍ୟ ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଆମେରିକା ପୁଣି ପାକର ଆତଙ୍କବଦୀ ସଂଗଠନ ଅଲ କାୟଦା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି । ଆମେରିକା ଆତଙ୍କବାଦୀ ସଂଗଠନ ଅଲ-କାୟଦାର ମୁଖ୍ୟ ରହିଥିବା ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନର ସୂଚନା ଦେବା ପାଇଁ ୧ ମିଲିୟନ୍‌ ପୁରସ୍କାର ରାଶିର ଘୋଷଣା କରିଛି । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ପୁରସ୍କାର ରାଶି ଘୋଷଣା କରିବା ସହିତ ହମାଜା ପିତୃ ହତ୍ୟାର ପ୍ରତିଶୋଧ ପାଇଁ ଆମେରିକା ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଏନେଇ ସେ ଧମକ ମଧ୍ୟ ଦେଇଛି ବୋଲି ସୂଚନା ଦେଇଛନ୍ତି ।

Read More

ସୋମାଲିଆର ରାଜଧାନୀ ମୋଗାଦିଶୁରେ ତିନୋଟି କାର୍‌ ବିସ୍ଫୋରଣ ହୋବ ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ସହାଫୀ ହୋଟେଲ୍‌ ଓ ସିବିଆଇ କାର୍ଯ୍ୟାଳୟ ପାଖରେ ତିନୋଟି କାର ବିସ୍ଫୋରଣ ହୋଇଥିଲା । ତେବେ ମୃତକଙ୍କ ସଂଖ୍ୟା ବଢିପାରେ, କାରଣ ଏହି ବିସ୍ଫୋରଣରେ ଅନେକ ନିଖୋଜ ରହିଥିବାର ସୂଚନା ରହିଛି । ଅଲକାଏଦା ଆତଙ୍କୀ ସଂଗଠନ ଅଲ୍‌-ଶବାବ୍‌ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୨୦୧୮ରେ ଦେଶରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ ହୋଇଥିଲା, ଏକ ବ୍ୟସ୍ତବହୁଳ ସଡକ ଉପରେ କାର୍‌ ବମ୍‌ ବିସ୍ଫୋରଣ କରାଯାଇଥିଲା । ଏଥିରେ ୩୫୮ ଜଣ ମୃତ୍ୟୁବରଣ କରିଥିଲେ ।

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଜାମ୍ମୁ ଓ କାଶ୍ମୀରରେ କିନ୍ତୁ ଭାରତୀୟ ସେନା ତାହାର ଅଭିଯାନ ବଜାୟ ରଖିଛି । ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହିନ୍ଦୱାଡା ଅଂଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଏନକାଉଣ୍ଟର ପରେ ସେନା ୨ ଆତଙ୍କବାଦୀଙ୍କୁ ନିପାତ କରିଦେଇଛି । ସେନା ପକ୍ଷରୁ ନିକଟସ୍ଥ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା ପକ୍ଷରୁ ସୂଚନା ମିଳିଥିଲା ଯେ ହିନ୍ଦୱାଡାର ଲାଙ୍ଗେଟ ଅଂଚଳରେ କେତେକ ଆତଙ୍କବାଦୀ ଲୁଚିଛନ୍ତି । ଏହା ପରେ ସେନା ପକ୍ଷରୁ ସଂପୃକ୍ତ ଅଂଚଳକୁ ଘେରାଉ କରାଯାଇଥିଲା ଓ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ଟଳିପଡିଥିଲେ ।

Read More

ଗତ ୨୬ ତାରିଖରେ ହୋଇଥିବା ଭାରତ ପକ୍ଷରୁ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ପାର୍ଟି ବୈଠକ ଡକାଇନଥିଲେ ତେଣୁ ବାୟୁସେନା ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହିଁଛନ୍ତି ମମତା । ତାଙ୍କ ମତରେ ବାୟୁସେନା ଦ୍ଵାରା କରାଯାଇଥିବା ଏୟାର୍‌ ଷ୍ଟ୍ରାଇକ୍‌ ସମ୍ବନ୍ଧ କେଉଁ କେଉଁ ସ୍ଥାନରେ ବୋମା ପଡିଥିଲା ଏବଂ କେତେ ଜଣ ଲୋକ ଏଥିରେ ମରିଥିଲେ ସେ ସବୁର ଟିକିନିଖି ତଥ୍ୟ ଜାଣିବାକୁ ଚାହିଁଛନ୍ତି ।  ମମତା କିଛି ବିଦେଶୀ ମିଡ଼ିଆ ରିପୋର୍ଟରେ ଭାରତର ଏହି ଏୟାର ଷ୍ଟ୍ରାଇକରେ କାହାର ମଧ୍ୟ ଜୀବନ ଯାଇନାହିଁ ଏବଂ ଆଉ କିଛି ରିପୋର୍ଟରେ ଜଣକର ଜୀବନ ହରାଇଥିବାର ସୂଚନା ପାଇଛନ୍ତି ତେଣୁ ଏହି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହୁଁଛନ୍ତି ମମତା । ଭାରତୀୟ ବାୟୁସେନା ତରଫରୁ ଏହି ହମ୍‌ଲାରେ ୩୦୦ରୁ ୩୫୦ ଆତଙ୍କବାଦୀ…

Read More

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଅଜହର ପାକିସ୍ତାନରେ ଅଛି ବୋଲି ସ୍ୱୀକାର କଲେ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ । ତେବେ ମସୁଦ ଅଜହରର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ଘରୁ ବାହାରି ପାରୁନଥିବା ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ । ପ୍ରବଳ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ଏହା ମାନିଥିବା କୁହାଯାଉଛି । ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସମ୍ପୃକ୍ତି ନେଇ ପାକିସ୍ତାନକୁ ଗତକାଲି ଡୋସିୟର ଦେଇଛି ଭାରତ । ଅନ୍ୟପଟେ ମସୁଦ୍ ଓ ତାର ସଂଗଠନକୁ କଳାତାଲିକାଭୁକ୍ତ କରିବାକୁ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ମିଳିତ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ । ଅନ୍ତର୍ଜାତୀୟ ପ୍ରସ୍ତାବ ତଥା ଆତଙ୍କବାଦ ପାଇଁ ପାକିସ୍ତାନକୁ ଏକଘରିକିଆ କରିଦେବା ଚାପ ପାକିସ୍ତାନକୁ ଅଡୁଆରେ ପକାଇଛି । ପୁଲୱମା ଆତ୍ମଘାତୀ ଆକ୍ରମଣ ପାଇଁ ଜୈଶ୍‌ ନିଜକୁ ଦାୟୀ କରିଥିଲା ।

Read More

କ୍ରିତି ସାନୋନ୍‌ ଓ କାର୍ତ୍ତିକ ଆାର୍ଯ୍ୟନ୍‌ଙ୍କ ଅଭିନୀତ ରୋମାଣ୍ଟିକ କମେଡ଼ି ‘ଲୁକାଛପି’ ଆଜି ପରଦା ଉପରକୁ ଆସୁଛି । ଲକ୍ଷ୍ମଣ ଉତେକର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦିନେଶ୍‌ ଭିଜନ୍‌ ପ୍ରଯୋଜିତ କରିଛନ୍ତି । ଫିଲ୍ମର କାହାଣୀ ଲେଖିଛନ୍ତି ରୋଶନ୍‌ ଶଙ୍କର । ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌କୁ  ନେଇ ପ୍ରସ୍ତୁତ ଏହି ଫିଲ୍ମଟିରେ କାର୍ତ୍ତିକ ଗୁଡୁ ଚରିତ୍ରରେ ନଜର ଆସୁଥିବାବେଳେ କ୍ରିତି ରଶ୍ମି ଚରିତ୍ରରେ ନଜର ଆସୁଛନ୍ତି ।  ଏହି ଫିଲ୍ମରେ କାର୍ତ୍ତିକ ଓ କ୍ରିତିଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ, ଅତୁଲ ଶ୍ରୀବାସ୍ତବ, ଅଲ୍‌କା ଅମିନ୍‌, ହିମାଂଶୁ କୋହଲି, ବିଶ୍ଵନାଥ ଚାଟ୍ଟାର୍ଜୀ, ନେହା ସରାଫ୍‌, ମାଷ୍ଟର ସାମର୍ଥ, ସପ୍‌ନା ସାଣ୍ଡ ପ୍ରମୁଖ ଅଭିନୟ କରୁଛନ୍ତି । ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ବହୁତ ଲୋକପ୍ରିୟତା ପାଇଥିବାବେଳେ ଏହାର ଟ୍ରେଲର୍‌କୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା। ଏହି ଫିଲ୍ମକୁ ଟକ୍କର ଦେବ ସୁଶାନ୍ତ ସିଂହ ରାଜପୁତ ଓ ଭୂମି ପେଡେନକର୍‌ଙ୍କ ଅଭିନୀତ ’ସୋନ ଚିରିୟା’ ।…

Read More

ମହାରାଷ୍ଟ୍ରର ଔରଙ୍ଗବାଦରେ ଚାଲିଥିବା ନବମ ଜାତୀୟ ହକି  ଜୁନିୟର ବାଳକ ହକି ଚାମ୍ପିୟନଶିପରେ ଓଡିଶା ଦଳ ଉତ୍ତରପ୍ରଦେଶ ଦଳକୁ ପରାଜିତ କରି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପେନାଲିଟ୍‌ ସୁଟ୍‌ଆଉଟ୍‌ ଟାଇବ୍ରେକରେ ଓଡ଼ିଶା ୪-୩ ଗୋଲ୍‌ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି । ଓଡ଼ିଶା ପାଇଁ ପ୍ରକାଶ ଧୀର, ସୁଶୀଲ୍‌ ଧନୱର, ଲବଣ ଲୁଗୁନ୍‌ ଓ ଅଧିନାୟକ କ୍ରିଷ୍ଣା ତିର୍କି ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଗୋଲ୍‌ ଦେଇଥିଲେ । ୩୦ ମିନିଟ୍‌ର ଓଡ଼ିଶାର ସୁଶାନ୍ତ ଟପ୍ପୋ ଏକ ଫିଲଡ୍‌ ଗୋଲ୍‌ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ତେବେ ୪୪ ମିନିଟ୍‌ରେ ଉତ୍ତରପ୍ରଦେଶର ଆନନ୍ଦ ଶିବମ୍‌ ଗୋଲ୍‌ ସୁଝାଇ ଦେଇଥିଲେ । ୬୦ ମିନିଟର ନିର୍ଦ୍ଧାରିତ ସମୟରେ ସ୍କୋର ୧-୧ ଗୋଲ୍‌ ସ୍ଥିତି ରହିଥିବାରୁ ପେନାଲଟି ସୁଟ୍ଆଉଟ୍‌ ଟାଇେବ୍ରକର୍‌ ହୋଇଥିଲା । ଏଥିରେ ଓଡ଼ିଶା ୪-୩ ଗୋଲରେ ଜିତି ଟ୍ରଫି ହାତେଇ ପାରିଥିଲେ ।

Read More

କେଦାର ମିଶ୍ର -ଯୁଦ୍ଧ ପାଇଁ ନୁହେଁ, ବରଂ ଶାନ୍ତି ପାଇଁ ବିଶାଳ ହୃଦୟର ଛାତି ରହିବା ଦରକାର -ଯୁଦ୍ଧ କରିବା ସହଜ, ହେଲେ ଯୁଦ୍ଧକୁ ବନ୍ଦ କରିବା ଆଦୌ ସହଜ ନୁହେଁ। -କୂଟନୈତିକ ସ୍ତରରେ ସବୁ ଦେଶ ନିଜକୁ ବିଜୟୀ ବୋଲି ଉପସ୍ଥାପିତ କରନ୍ତି। ଆଧୁନିକ ଯୁଦ୍ଧର ଇତିହାସରେ କୌଣସି ଦେଶ ନିଜକୁ ପରାଜିତ ବୋଲି ସ୍ଵୀକାର କରିନାହାନ୍ତି। -ଯୁଦ୍ଧରେ ସେନାବାହିନୀ ଅପେକ୍ଷା ସାଧାରଣ ଜନତାର ପ୍ରସ୍ତୁତି ସବୁଠୁ ବେଶୀ ଲୋଡା ହୁଏ। ସେ ପ୍ରକାର ପ୍ରସ୍ତୁତି ଆମର କେବେ ନାହିଁ, କାରଣ ଆମର ସବୁ ଯୁଦ୍ଧ ପାରମ୍ପରିକ ଭାବରେ ସୀମାନ୍ତରେ ହିଁ ଲଢା ଯାଇଛି। ଯୁଦ୍ଧ ବିଷୟରେ ଆଲୋଚନା କଲାବେଳେ ଏଇ ଚାରୋଟି କଥା ଆମକୁ ସବୁବେଳେ ମନେ ରଖିବାକୁ ପଡିବ। ଗତ ୨୬, ୨୭ ଓ ୨୮ ତାରିଖ, ତିନିଦିନ ବ୍ୟାପୀ ଭାରତ ଓ ପାକିସ୍ତାନ ଭିତରେ ଯେଉଁ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଲା, ସେଥିରୁ ଆମକୁ ଅନେକ…

Read More