Author: Samikhsya Bureau

ମୁକେଶ ଆମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀଙ୍କ ବାହାଘର ପୂର୍ବରୁ ମୁମ୍ବାଇ ସହରର 50 ହଜାର ପୋଲିସ ଅଫିସରଙ୍କ ପାଖକୁ ପଠାଯାଇଛି ସର୍ପାଇଜ ମିଠା ପ୍ୟାକେଟ ସହ ନିମନ୍ତ୍ରଣ କାର୍ଡ। ମୁମ୍ବାଇର ସମସ୍ତ ଥାନାକୁ ଏହି ପ୍ୟାକେଟ ପଠାଯାଇଥିବା ଜଣାଯାଇଛି। ଜଣେ ପୋଲିସ ଅଧିକାର କହିଛନ୍ତି ଯେ, ମିଠା ପ୍ୟାକେଟରେ ଯେଉଁ ନିମନ୍ତ୍ରଣ କାର୍ଡ ରହିଛି ସେଥିରେ ବରକନ୍ୟାଙ୍କୁ ଆର୍ଶିବାଦ ଦେବାକୁ ଅନୁରୋଧ କରାଯାଇଛି। ଏହି କାର୍ଡରେ ନୀତା ଓ ମୁକେଶ ଆମ୍ବାନୀଙ୍କ ସହିତ ପୁଅ ଆକାଶ ଆମ୍ବାନୀ ଏବଂ କନ୍ୟା ଶ୍ଲୋକା ମେହେଟାଙ୍କ ନାମ ରହିଛି। ଆକାଶ ଆମ୍ବାନୀ ମାର୍ଚ୍ଚ 9 ତାରିଖ ଦିନ ବିବାହ କରିବେ। ତିନିଦିନ ଧରି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏହି ବିହାବ ଉତ୍ସବ ଆୟୋଜିତ ହେବ। 11 ତାରିଖ ଦିନ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଏକ ଆଡମ୍ବର ପୂର୍ଣ୍ଣ ରିସେପ୍ସନର ଆୟୋଜନ କରାଯାଇଛି।

Read More

ନୂଆପଡା ଜିଲା ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର ମୋତିଲାଲ ଛତ୍ରିଆ ପତ୍ନୀ ବାସନ୍ତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୋତିଲାଲ ୪ ବର୍ଷ ତଳେ ଛତ୍ରିଆ ବହଲପଦର ଗ୍ରାମର ବାସନ୍ତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଦେଢ ବର୍ଷର ଶିଶୁପୁତ୍ର ବି ରହିଛି। ହେଲେ କିଛି ଦିନ ତଳେ କୌଣସି ଏକ ଘଟଣାକୁ ନେଈ ମୋତିଲାଲଲ୍‌ ବାସନ୍ତିଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଶେଷରେ ରାଗିଯାଇ ଏକ ଟାଙ୍ଗୀଆରେ ମୋତିଲାଲ ପତ୍ନୀ ବାସନ୍ତୀଙ୍କୂ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତନାଘନା ଆରମ୍ଭ କରିଥିଲା । ଶେଷରେ ଲେସୁନପାଲିଠାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍‌।

Read More

ବଲିଉଡର ଅପକମିଂ ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ର ଟ୍ରେଲର ରିଲିଜ୍‌ ହୋଇଛି। ‘ମେନେପ୍ୟାର କିୟା’ ଫେମ୍‌ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନୀ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଟ୍ରେଲର ୨ ମିନିଟ ୪୦ ସେକେଣ୍ଡର ରହିଛି। ଏଥିରେ ଅଭିମନ୍ୟୁଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିବା ବେଳେ ଟ୍ରେଲରର ଆରମ୍ଭରୁ ଶେଷ ଯାଏଁ ପୁରା ମନରୋଞ୍ଜନ ଭରି ରହିଛି। ଅଭିମନ୍ୟୁଙ୍କ ବିପକ୍ଷରେ ନଜର ଆସିବେ ରାଧୀକା ମଦନ। ରୋନି ସ୍କ୍ରିଓଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଭାସନ୍‌ ବଲ୍‌ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମଟି ମାର୍ଚ୍ଚ ୨୧ରେ ପରଦାକୁ ଆସିବ। ଏହି ଫିଲ୍ମରେ ମହେଶ ମଞ୍ଜେରକର୍‌, ଗୁଲସନ୍‌ ଦେଭୈୟ ପ୍ରମୁଖ ଅଭିନୟ କରୁଛନ୍ତି ।

Read More

ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର  ଛାଡିଥିବା ଚର୍ଚ୍ଚା ହେଉଛି । ଜୱାହର ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ  ଜଓ୍ବାହର ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେଥିପାଇଁ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଏକ ଦୁର୍ଗ ବୋଲି କୁହାଯାଇଥାଏ । ବିଜେପି ୨୦୧୪ ନିର୍ବାଚନର ଫଳାଫଳ ଦୋହରାଇପାରିବ ନାହିଁ । ତେଣୁ କଂଗ୍ରେସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ କହିଛି । ସୂଚନାଯୋଗ୍ୟ, ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ୨୬ରୁ୨୬ଟି ଲୋକସଭା ଆସନ ଜିତିଥିଲା । ଫୁଲଓ୍ବାମା ଆତଙ୍କୀ ଆକ୍ରମଣପରେ ପାକିସ୍ତାନ ଉପରେ ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌କୁ ସମର୍ଥନ କରି ସେ…

Read More

ମହିଳା ଦିବସ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ଚାମ୍ପିୟନ’। ଡଙ୍ଗ୍ୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା ସାହୁ। ଏହି ଫିଲ୍ମରେ ସେ ବେଶ୍‌ କେତୋଟି ଷ୍ଟଣ୍ଟ ଶଟ୍‌ ମଧ୍ୟ ଦେଇଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ଏନ୍‌. ଗଙ୍ଗାଧର ଏବଂ ଦୀପ୍ତି ସମ୍ଭାଳିଥିବାବେଳେ  ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା।  ରଜନୀ ରଞ୍ଜନ ଏହି ଫିଲ୍ମରେ ସଂଳାପ ଲେଖିଥିବାବେଳେ ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ।  ଏହି ଫିଲ୍ମରେ ଜଣେ ନିପଟ ମଫସଲ ଝିଅକୁ ନେଇ ଚିତ୍ରାୟନ ହୋଇଥିବା ଫିଲ୍ମରେ ସେଇ ଝିଅଟିର ସଂର୍ଘଷ ଓ ସଫଳତାର କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହି ଫିଲ୍ମରେ ‘ଲାଲ୍‌ପାନ୍‌ବିବି’ ନାମରେ ଏକ ଆଇଟମ୍‌ ସଙ୍ଗ ରହିଛି । ଏଥିରେ ଅସୀମା ପଣ୍ଡା କଣ୍ଠଦାନ କରିଥିବାବେଳେ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଆଇଟମ୍‌ ଡ୍ୟାନ୍ସ ମଧ୍ୟ ରହିଛି । ଏହି ଫିଲ୍ମରେ…

Read More

ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍‌) କରିବା ପାଇଁ ଆଗତ ହୋଇଥିବା ଏକ ମାମଲାକୁ ଆଜି ଖାରଜ କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ। ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍‌) କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌ କୋର୍ଟର ଆଇନ୍‌ଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରମ୍‌ କୋର୍ଟରେ ଆଗତ କରିଥିବା ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଏହାକୁ ଖାରଜ କରି ଦେଇଛନ୍ତି। ମାତ୍ର ଯଦି ନିର୍ବାଚନ କମିଶନ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍‌) କରିବା ପାଇଁ ଚାହିଁବେ, ତେବେ ସେ କ୍ଷେତ୍ରରେ ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

Read More

ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ   ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ, ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ତିନିଜଣିଆ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ରାଜନୈତିକ ଦଳର ନାରା ଏବଂ ବିଜ୍ଞାପନ ସହ ସାର୍ବଜନିକ ସ୍ଥଳ ଏବଂ ସମ୍ପତ୍ତିର ବିରୂପଣର ଅନୁମତି ଦିଆଯିବ ନାହିଁ  ବୋଲି କହିଛନ୍ତି । ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସଡକରେ ଡିଜିଟାଲ୍ ବ୍ୟାନର ଲଗାଇବାରୁ ରାଜନୈତିକ ଦଳକୁ ରୋକିବା ପାଇଁ ପରମାର୍ଥ ସଂଗଠନ ତରଫରୁ ‘ ଇନ୍ ଡିଫେନ୍ସ ଅଫ୍ ଏନଭାୟରମେଣ୍ଟ୍ ଆଣ୍ଡ ଏନିମଲ୍ସ’ ର ଯାଚିକାରେ ୧୧ ଜାନୁଆରୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ୍ ଜାରି କରାଯାଇଥିଲା ।

Read More

କଂଗ୍ରେସ ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲି ଆସନରୁ ଲଢ଼ିବେ। ମୋଟ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହାଇଛି। ତେବେ ଏହି ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନଥିବାରୁ ଏହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରିୟଙ୍କା କଂଗ୍ରେସରେ ଯୋଗଦେବା ପରେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ବ ଦିଆଯାଇଛି। ପୂର୍ବରୁ ପ୍ରିୟଙ୍କା ରାୟବରେଲିରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା ।

Read More

ରାଜସ୍ଥାନର ବିକାନେରଠାରେ ଏକ ମିଗ୍‌-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବିମାନ ଚଳାଉ ଥିବା ଜଣେ ପାଇଲଟ୍‌ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି । ସୂଚନା ମୁତାବକ, ବିମାନଟି ନିୟମିତ ଅଭ୍ୟାସ ପାଇଁ ନ୍ୟାସ୍‌ନାଲ ଏରୋସ୍ପେସ୍‌ ଲାବୋରେଟୋରିରୁ ଉଡ଼ାଣ ଭରିଥିଲା । କିନ୍ତୁ ୧୪ କିଲୋମିଟର ଯିବା ପରେ ବିକାନେର୍‌ରେ ଥିବା ଶୋଭାସର ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିବାବେଳେ ପାଇଲଟ୍‌ ଜଣକ ସୁରକ୍ଷିତ ରହିଛନ୍ତି । ପୂର୍ବରୁ ପାକିସ୍ତାନ ଉପରେ ଆକ୍ରମଣ ସମୟରେ ଫେବୃୟାରୀ ୨୭ରେ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଥିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏଥିରେ ସେ ପାକିସ୍ତାନର ଏଫ୍‌-୧୬ ବିମାନଙ୍କୁ ଧ୍ୱଂସ କରିବା ସହ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ।

Read More

ସାଗରିକା ବଲିଉଡ୍‌ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍‌ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍‌ ରହିଥିଲା । ୧୯୭୭ ମସିହାରେ ଆସିଥିବା ଫିଲ୍ମ ‘ଭୂମିକା’ରେ ମରାଠୀ ଅଭିନେତ୍ରୀ ହସ୍‌ନା ଓ୍ବାଦେକରଙ୍କ ଜୀବନୀକୁ ଦେଖାଯାଇଥିଲା । ଏହି ଫିଲ୍ମରେ ଅଭିନେତ୍ରୀ ସ୍ମିତା ପାଟିଲ୍‌ ଅଭିନୟ କରିଥିଲେ ।  ୧୯୮୨ ମସିହାରେ ଆସିଥିଲା ମହେଶ ଭଟ୍ଟଙ୍କ ‘ଆର୍ଥ’ । ଏଥିରେ ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସାମ୍ପ୍ରତିକ ସ୍ଥିତିରେ ନାରୀର ଭୂମିକାକୁ ଉତ୍ଥାପନ କରିଥିଲେ । ୧୯୮୭ ମସିହାରେ ଆସିଥିଲା କେତନ ମେହେଟ୍ଟାଙ୍କ ଫିଲ୍ମ ‘ମିର୍ଚ୍ଚ ମସଲା’ । ଏଥିରେ ନାରୀର ଶକ୍ତିଙ୍କୁ ଦେଖାଯାଇଥିଲା । ନାରୀର ଯେ ଅବଳା ନୁହେଁ ସେ ଶକ୍ତିମୟୀ । ଏଥିରେ ସ୍ମିତା ପାଟିଲ୍‌ ବେଶ୍‌ ଦମଦାର୍‌ ଅଭିନୟ କରିଥିଲେ । ୧୯୯୭ରେ ଆସିଥିଲା…

Read More

ଆଜି ଖେଳାଯାଉଥିବା ଅଷ୍ଟ୍ରେଲିଆ ବନାମ ଇଣ୍ଡିଆର ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୧୩ ରନ କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୩୧୪ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ପ୍ରଥମ ଦିନିକିଆ ଶତକ( ୧୦୪) ଓ ଅଧିନାୟକ ଆରୋନ ଫିଞ୍ଚ ୯୩ ରନ  କରିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ତିନୋଟି ଏବଂ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍ ନେଇଥିଲେ।

Read More

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳ ପକ୍ଷରୁ ସାଂଗଠନିକ  ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ  ଦଳର ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଗତ ୪ ତାରିଖରେ ନୂଆଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ ଶ୍ରୀ ପଣ୍ଡା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇବା ସହିତ  ଦଳର ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନ୍ୟୁ ଇଣ୍ଡିଆ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

Read More

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମହିଳା ଦିବସରେ ମହିଳା କାର୍ଡ ଖେଳିଛନ୍ତି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ଝିଅଙ୍କୁ ବିବାହ କିଟ୍‌ ମିଳିବ ବୋଲି ରାହୁଲ୍‌ କହିଛନ୍ତି । ଏହା ସହ ବିଧବା ଭତ୍ତା ୨୦୦୦ଟଙ୍କାକୁ ବୃଦ୍ଧି କରାଯିବ ଓ ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ୍‌ ଅଫିସର ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନ୍ସିଆଲ୍‌ କର୍ପୋରେସନ୍‌ ହେବ । ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରି ରାହୁଲ୍‌ କହିଛନ୍ତି ଯେ, ଓଡ଼ିଶାରେ ଅଫିସିର୍‌ଙ୍କ ରାଜ ଚାଲିଛି । ଏଠାରେ ସବୁ ଲାଭ ନବୀନଙ୍କ ବନଧୁମାନଙ୍କୁ ମିଳୁଛି । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ବର୍ଷିଛନ୍ତି ରାହୁଲ୍‌ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି…

Read More

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ କେବଳ ଫିଲ୍ମ ପାଇଁ ନୁହେଁ, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଚେହେରାକୁ ବଲିଉଡ୍‌ରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି । ଏବେ ଭାଇଜାନ୍‌ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର ରହିଛି । ସଲମାନ୍‌ ଖାନ୍‌ ମଧ୍ୟପ୍ରଦେଶର ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ହେବେ ବୋଲି ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଏହି ବିଷୟରେ ସୂଚନା ଦେଇଛନ୍ତି ।  ଭାଇଜାନ୍‌ଙ୍କ ପରି ଜଣେ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟପ୍ରଦେଶ ସହିତ ଜଡିତ ରହିଲେ, ମଧ୍ୟପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ସଲ୍‌ମାନ୍‌ଙ୍କ ପରିବାର ଇନ୍ଦୋର ସହର ସହ ଜଡିତ। ତାଙ୍କ ପୈତୃକ ଘର ଇନ୍ଦୋରରେ…

Read More

ମିଜୋରାମର ରାଜ୍ୟପାଳ କେ.ରାଜଶେଖରନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି । କେ.ରାଜଶେଖରନଙ୍କୁ ମେ ୨୦୧୮ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଆସାମର ରାଜ୍ୟପାଳ ଜଗଦୀଶ ମୁଖୀ ମିଜୋରାମର ଅତିରିକ୍ତ ରାଜ୍ୟପାଳ ଭାବେ କାର୍ଯ୍ୟ କରିବେ । କେ.ରାଜଶେଖରନ ଇସ୍ତଫା ପରେ ଏହା କୁହାଯାଉଛି ଯେ ସେ କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ।  ରାଜଶେଖରନ୍‌ ଆରଏସଏସର ସଂଘ ପ୍ରଚାରକ ମଧ୍ୟ ରହି ସାରିଛନ୍ତି । ୨୦୧୫ରେ ତାଙ୍କୁ କେରଳର ବିଜେପି ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା ।  ତିନି ବର୍ଷ ପର୍ଯ୍ୟନ୍ତ କେରଳର ବିଜେପି ଅଧ୍ୟକ୍ଷ ରହିବା ପରେ ତାଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।

Read More

ବହୁ ଚର୍ଚ୍ଚିତ ପିଏନ୍‌ବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୧୦୦ କୋଟିର ଆଲିସାନ ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ମହାରାଷ୍ଟ୍ରର ଅଲିଗଡ଼ଠାରେ ଅବସ୍ଥିତ ଏହି ବଙ୍ଗ୍‌ଲୋରେ ୧୦୦ଟି ସ୍ଥାନରେ ବିସ୍ଫୋରକ ଖଞ୍ଜି ବଙ୍ଗଳାକୁ ମାଟିରେ ମିଶାଯାଇଛି । ଏହି ବଙ୍ଗ୍‌ଲୋରେ ବେଡରୁମ୍‌, କନଫରେନ୍ସ ହଲ୍‌ ସହ ଏକ ବିରାଟ ସୁଇମିଂ ପୁଲ୍‌ ରହିଥିଲା । ୩୭୬ ବର୍ଗ ମିଟର ଜାଗାରେ ବଙ୍ଗଳା ନିର୍ମାଣ ପାଇଁ ଅନୁମତି ମିଳିଥିବାବେଳେ ନିରବ ମୋଦି ୧୦୭୧ ବର୍ଗ ମିଟର ଜାଗାରେ ଏହି ଆଲିସାନ୍‌ ବଙ୍ଗ୍‌ଲୋ ନିର୍ମାଣ କରିଥିଲେ । ବେଆଇନ୍‌ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ଗତ ଡିସେମ୍ବର ୪ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ପିଏନ୍‌ବିର ୧୩ ହଜାର ୭୦୦ କୋଟି ଟଙ୍କାର ଋଣ ହଡ଼ପ କରି ନିରବ ମୋଦି ବିଦେଶକୁ ପଳାୟନ କରିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିରବଙ୍କର ୧୪୭…

Read More

ସମାଜବାଦୀ ପାର୍ଟୀ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରାଯାଇଛି । ଏଥିରେ ଦଳର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କୁ ମେନପୁରୀ ନିର୍ବାଚନ ମଣ୍ଡଳୀରୁ ଟିକଟ ଦିଆଯାଇଛି ।  ୟୁପିରେ ବିଏସପି ଏବଂ ଆରଏଲଡି ସହ ଲୋକସଭା ନିର୍ବାଚନ ଲଢିବାକୁ ଯାଉଥିବା ଏସପି ପାଖରେ ମେଣ୍ଟର ୩୭ଟି ଆସନ ରହିଛି, ସେହିପରି ବିଏସପି ପାଖରେ ୩୮ ସିଟ ଏବଂ ଆରଏଲଡି ପାଖରେ ୩ ସିଟ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ଏସପି ୟୁପିର ୮୦ଟି ଆସନରୁ ୫ଟି ଆସନରେ ବିଜୟୀ ହୋଇଥିଲା । ଏଥିରେ ମୁଲାୟମ ସିଂହ ସହ ତାଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବ, ଅକ୍ଷୟ ଯାଦବ ଏବଂ ତାଙ୍କ ବୋହୂ ଡିମ୍ପଲ ଯାଦବ ଜିତିଥିଲେ । ଡିମ୍ପଲ କନ୍ନୌଜ ସିଟରୁ ନିର୍ବାଚନ ଲଢିଥିଲେ ।

Read More

ଆଜି ସରିଲା ମାଟ୍ରିକ୍‌ ପରୀକ୍ଷା । ଶେଷଦିନରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା । ପ୍ରଥମ ଦିନରୁ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଉଚ୍ଚ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ତଥା ସୁବ୍ୟବସ୍ଥିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଥିବାବେଳେ ସଂସ୍କୃତ ଓ ବିଜ୍ଞାନ ପ୍ରଶ୍ନପତ୍ର ଛାଡ଼ି ଦେଲେ ଅନ୍ୟାନ୍ୟ ସମସ୍ତ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଭାଇରାଲ୍‌ ହୋଇଥିଲା । ଆଜିର ଶେଷଦିନରେ ବି ବଲାଙ୍ଗୀରଠାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି ।  ମାଲକାନଗିରି ଜିଲ୍ଲାର ପଡ଼ିଆ ହାଇସ୍କୁଲର ଗଣିତ ପରୀକ୍ଷାର ଓଏମ୍‌ଆର୍‌ ସିଟ୍‌ ଗାଏବ ହେବା ପରେ ୧୦୮ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତାରେ ରହିଛି । ସେହିପରି ତିନୋଟି କେନ୍ଦ୍ରରେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷାକୁ ପୁର୍ନବାର କରିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇନାହି । ମାଟ୍ରିକ୍ ପରୀକ୍ଷା ସରିବା ପରେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ…

Read More

ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦାନ କଲେ ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ନଳିନୀଙ୍କ ରାଜନୀତିରେ ପ୍ରବେଶ କରିବା ପରେ ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି ।  ପୂର୍ବରୁ ନଳିନୀ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଥିଲା ।  ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବା ନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି ।  ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି  ବୋଲି ସୂଚନା ରହିଛି…

Read More

ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦ୍‌ଲା’ ଆଜି ରିଲିଜ୍‌ ହୋଇଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଥ୍ରିଲର୍‌ ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଓ ଅଜ୍ୟୁର୍‌ ଏଣ୍ଟରଟେନମେଣ୍ଟ । ୨୦୧୭ର  ସ୍ପାନିଶ୍‌ ଫିଲ୍ମ ‘ଦ ଇନ୍‌ଭିଜିବଲ୍‌ ଗେଷ୍ଟ୍‌’ ର ଏହା ହେଉଛି ହିନ୍ଦୀ ରିମେକ୍‌ । ଏହି ଫିଲ୍ମରେ ଅମିତାଭ- ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂ, ଟୋନି ଲ୍ୟୁକ୍‌, ମାନବ କୌଲ୍‌ ପ୍ରମୁଖ ଅଭିନୟ କରୁଛନ୍ତି । ସୁଜୟ ଘୋଷ ଏହି ଫିଲ୍ମରେ ପ୍ରଥମରୁ ଅମିତାଭଙ୍କ ସହ ବିଦ୍ୟା ବଲାନ୍‌ଙ୍କୁ ନେବାକୁ ଚାହିଁଥିଲେ । ତେବେ ଏହି ଫିଲ୍ମରେ ତାପସୀ ଓ ଅମିତାଭଙ୍କ ଅଭିନୟ ବେଶ୍‌ ଜୀବନ୍ତ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ଏକ ରାପ୍‌ ସଙ୍ଗ ରହିଛି । ପୂର୍ବରୁ ଅମିତାଭ-ତାପସୀଙ୍କ ଅଭିନୀତ ‘ପିଙ୍କ୍‌’ ବେଶ୍‌ ସଫଳ ରହିଥିଲା । ଏହି ଫିଲ୍ମଟି ଜାତୀୟ ପୁରସ୍କାର ମଧ୍ୟ…

Read More

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଦିବସକୁ ସେଲିବ୍ରେଟ୍‌ କରିଛି ଗୁଗୁଲ୍ । ଆଜିର ଡୁଡୁଲ୍‌ରେ ମହିଳାଙ୍କ ବିଶେଷାଙ୍କ ରହିଛି । ପାଖାପାଖି ୧୧ଟି ଭାଷାରେ ମହିଳା ଲେଖାଯାଇଛି ଏହି ଡୁଡୁଲ୍‌ରେ ।  ହିନ୍ଦୀ, ଆରବିକ୍‌, ଫ୍ରେଞ୍ଚ୍‌, ବଙ୍ଗାଳୀ, ରୁଷିଆନ୍‌, ଜାପାନିସ୍‌, ଜର୍ମାନୀ, ଇଟାଲିଆନ୍‌, ଇଂରାଜୀ, ସ୍ପାନିଶ୍ ଏବଂ ପର୍ତ୍ତୁଗୀଜ୍‌ ପ୍ରମୁଖ ଭାଷାରେ ମହିଳା ଲେଖାଯାଇଛି । ଡୁଡୁଲ୍‌ରେ ଥିବା ପ୍ଲେ ବଟନ୍‌ରେ ଏକ ସ୍ଲାଇଡ୍‌ ଶୋ’ ଜରିଆରେ ସାରା ବିଶ୍ବର ସଫଳ ମହିଳାଙ୍କ ନିଜ ଭାଷାରେ ପ୍ରେରଣାଦାୟକ ବାର୍ତ୍ତା ରହିଛି । ଏହି ସ୍ଲାଇଡ୍‌ ଶୋ’ରେ ଆମେରିକା ମହାକାଶଚାରୀ ତଥା ଡ. ମାଇ ଜେମସନ୍‌, ମେକ୍ସିକୋର ଆର୍ଟିଷ୍ଟ ଫ୍ରିଡା କାହ୍‌ଲୋ, ଇଣ୍ଡିଆନ୍‌ ବକ୍ସର ମେରି କମ୍‌, ବ୍ରିଟିଶ୍‌ ଇରାକୀ ଆର୍କିଟେକ୍‌ ଜାହା ହଦିଦ୍‌ଙ୍କ ନାମ ରହିଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ପ୍ରଥମେ ଆମେରିକାର ସମାଜବାଦୀ ପାର୍ଟି ଫେବୃଆରୀ…

Read More