ମାଟ୍ରିକ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ମାମାଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ସମସ୍ତ କଡ଼ା ବ୍ୟବସ୍ଥା ସତ୍ତ୍ୱେ ପ୍ରଶ୍ନପତ୍ର ମୋବାଇଲରେ ଭାଇରାଲ ହୋଇଥିଲା । ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିରେ ଜଣେ ଜେରକ୍ସ ଦୋକାନୀ ଓ ତିନି ଅଭିଭାବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଲାପଟପ, ଜେରକ୍ସ ମେସିନ ଓ ମୋବାଇଲ ଜବତ କରିଛି ପୋଲିସ । ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଅନ୍ୟ କିଛି ହାଇସ୍କୁଲର ମୋଟ ୧୧ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡା, କୋରାପୁଟ, ଢେଙ୍କାନାଳ ଜିଲ୍ଲାର ୯ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡାର ୫ ଜଣ,…
Author: Samikhsya Bureau
ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିରେ ହେଉଥିବା ୪୬ତମ ଅରଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନର ବୈଠକରେ ସାମିଲ ହୋଇଛନ୍ତି । ସେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ଏହି ଅଧିବେଶକୁ ସମ୍ବୋଧିତ କରି ସୁଷମା କହିଛନ୍ତି ଯେ, ୨୦୧୯ ଭାରତ ପାଇଁ ବେଶ ମହତ୍ୱପୂର୍ଣ୍ଣ ବର୍ଷ । ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ବିଶ୍ୱର ଅର୍ଥବ୍ୟବସ୍ଥାର ଅଂଶ ହୋଇଛି । ଏହାବ୍ୟତୀତ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ସୁଷମା ସ୍ୱରାଜ । ଆତଙ୍କବାଦ ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି । ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ । ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆତଙ୍କବାଦୀ । ଆତଙ୍କବାଦ ଓ ଚରମପନ୍ଥୀ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ । ଏଥିପାଇଁ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦେଶକୁ ବୁଝାଇବା ପାଇଁ ପଡ଼ିବ । ଶାନ୍ତି ପାଇଁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପଡ଼ିବ…
ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍ ଶାହା ପୁଲୱାମା ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମୌନ ରହିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି । ଅମିତ୍ ଶାହା ଇମ୍ରାନ୍ ଖାନ୍ଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଇମ୍ରାନ୍ ଏହି ଘଟଣାରେ ଚୁପ୍ ରହିଲେ ଏହିଭଳି ଏକ ଜଘନ୍ୟ ଘଟଣାର ଥରେ ମାତ୍ର ନିନ୍ଦା କରିଲେ ନାହିଁ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ୍ ଶାହା ୧୪ ଫେବୃଆରୀର ପାକିସ୍ତାନର ଜୈଶ୍-ଏ- ମହମ୍ମଦ ଦ୍ଵାରା ଆତ୍ମଘାତୀ ଆକ୍ରମଣରେ ଭାରତୀୟ ୪୦ ଯବାନଙ୍କ ଶହୀଦ ହେବା ଘଟଣା ବିଷୟରେ ଚର୍ଚ୍ଚା କରି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଘେରିଛନ୍ତି । ଏହି ସମୟରେ ଭାରତ ଇମ୍ରାନ୍ ଖାନ୍ଙ୍କୁ କିପରି ବିଶ୍ଵାସ କରିବ, ସେ କେବଳ କହିବେ, ଆମେ କ’ଣ ଶୁଣିବା । ଆମେ ଜାଣିଛୁ ଯେ, ପାକିସ୍ତାନ ସରକାର ତାଙ୍କ ହାତରେ ନାହିଁ । କିନ୍ତୁ ଆତଙ୍କବାଦ ବିରୋଧରେ ପଦୁଟିଏ…
ଅନ୍ତରଷ୍ଟ୍ରୀୟସ୍ତରରେ ପାକିସ୍ତାନକୁ ଭାରତ ଘେରିବା ପରେ ଏବେ ଆମେରିକା ମଧ୍ୟ ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଆମେରିକା ପୁଣି ପାକର ଆତଙ୍କବଦୀ ସଂଗଠନ ଅଲ କାୟଦା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି । ଆମେରିକା ଆତଙ୍କବାଦୀ ସଂଗଠନ ଅଲ-କାୟଦାର ମୁଖ୍ୟ ରହିଥିବା ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନର ସୂଚନା ଦେବା ପାଇଁ ୧ ମିଲିୟନ୍ ପୁରସ୍କାର ରାଶିର ଘୋଷଣା କରିଛି । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ପୁରସ୍କାର ରାଶି ଘୋଷଣା କରିବା ସହିତ ହମାଜା ପିତୃ ହତ୍ୟାର ପ୍ରତିଶୋଧ ପାଇଁ ଆମେରିକା ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଏନେଇ ସେ ଧମକ ମଧ୍ୟ ଦେଇଛି ବୋଲି ସୂଚନା ଦେଇଛନ୍ତି ।
ସୋମାଲିଆର ରାଜଧାନୀ ମୋଗାଦିଶୁରେ ତିନୋଟି କାର୍ ବିସ୍ଫୋରଣ ହୋବ ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ସହାଫୀ ହୋଟେଲ୍ ଓ ସିବିଆଇ କାର୍ଯ୍ୟାଳୟ ପାଖରେ ତିନୋଟି କାର ବିସ୍ଫୋରଣ ହୋଇଥିଲା । ତେବେ ମୃତକଙ୍କ ସଂଖ୍ୟା ବଢିପାରେ, କାରଣ ଏହି ବିସ୍ଫୋରଣରେ ଅନେକ ନିଖୋଜ ରହିଥିବାର ସୂଚନା ରହିଛି । ଅଲକାଏଦା ଆତଙ୍କୀ ସଂଗଠନ ଅଲ୍-ଶବାବ୍ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୨୦୧୮ରେ ଦେଶରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ ହୋଇଥିଲା, ଏକ ବ୍ୟସ୍ତବହୁଳ ସଡକ ଉପରେ କାର୍ ବମ୍ ବିସ୍ଫୋରଣ କରାଯାଇଥିଲା । ଏଥିରେ ୩୫୮ ଜଣ ମୃତ୍ୟୁବରଣ କରିଥିଲେ ।
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଜାମ୍ମୁ ଓ କାଶ୍ମୀରରେ କିନ୍ତୁ ଭାରତୀୟ ସେନା ତାହାର ଅଭିଯାନ ବଜାୟ ରଖିଛି । ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହିନ୍ଦୱାଡା ଅଂଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଏନକାଉଣ୍ଟର ପରେ ସେନା ୨ ଆତଙ୍କବାଦୀଙ୍କୁ ନିପାତ କରିଦେଇଛି । ସେନା ପକ୍ଷରୁ ନିକଟସ୍ଥ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା ପକ୍ଷରୁ ସୂଚନା ମିଳିଥିଲା ଯେ ହିନ୍ଦୱାଡାର ଲାଙ୍ଗେଟ ଅଂଚଳରେ କେତେକ ଆତଙ୍କବାଦୀ ଲୁଚିଛନ୍ତି । ଏହା ପରେ ସେନା ପକ୍ଷରୁ ସଂପୃକ୍ତ ଅଂଚଳକୁ ଘେରାଉ କରାଯାଇଥିଲା ଓ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ଟଳିପଡିଥିଲେ ।
ଗତ ୨୬ ତାରିଖରେ ହୋଇଥିବା ଭାରତ ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ପାର୍ଟି ବୈଠକ ଡକାଇନଥିଲେ ତେଣୁ ବାୟୁସେନା ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହିଁଛନ୍ତି ମମତା । ତାଙ୍କ ମତରେ ବାୟୁସେନା ଦ୍ଵାରା କରାଯାଇଥିବା ଏୟାର୍ ଷ୍ଟ୍ରାଇକ୍ ସମ୍ବନ୍ଧ କେଉଁ କେଉଁ ସ୍ଥାନରେ ବୋମା ପଡିଥିଲା ଏବଂ କେତେ ଜଣ ଲୋକ ଏଥିରେ ମରିଥିଲେ ସେ ସବୁର ଟିକିନିଖି ତଥ୍ୟ ଜାଣିବାକୁ ଚାହିଁଛନ୍ତି । ମମତା କିଛି ବିଦେଶୀ ମିଡ଼ିଆ ରିପୋର୍ଟରେ ଭାରତର ଏହି ଏୟାର ଷ୍ଟ୍ରାଇକରେ କାହାର ମଧ୍ୟ ଜୀବନ ଯାଇନାହିଁ ଏବଂ ଆଉ କିଛି ରିପୋର୍ଟରେ ଜଣକର ଜୀବନ ହରାଇଥିବାର ସୂଚନା ପାଇଛନ୍ତି ତେଣୁ ଏହି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହୁଁଛନ୍ତି ମମତା । ଭାରତୀୟ ବାୟୁସେନା ତରଫରୁ ଏହି ହମ୍ଲାରେ ୩୦୦ରୁ ୩୫୦ ଆତଙ୍କବାଦୀ…
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଅଜହର ପାକିସ୍ତାନରେ ଅଛି ବୋଲି ସ୍ୱୀକାର କଲେ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ । ତେବେ ମସୁଦ ଅଜହରର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ଘରୁ ବାହାରି ପାରୁନଥିବା ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ । ପ୍ରବଳ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ଏହା ମାନିଥିବା କୁହାଯାଉଛି । ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସମ୍ପୃକ୍ତି ନେଇ ପାକିସ୍ତାନକୁ ଗତକାଲି ଡୋସିୟର ଦେଇଛି ଭାରତ । ଅନ୍ୟପଟେ ମସୁଦ୍ ଓ ତାର ସଂଗଠନକୁ କଳାତାଲିକାଭୁକ୍ତ କରିବାକୁ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ମିଳିତ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ । ଅନ୍ତର୍ଜାତୀୟ ପ୍ରସ୍ତାବ ତଥା ଆତଙ୍କବାଦ ପାଇଁ ପାକିସ୍ତାନକୁ ଏକଘରିକିଆ କରିଦେବା ଚାପ ପାକିସ୍ତାନକୁ ଅଡୁଆରେ ପକାଇଛି । ପୁଲୱମା ଆତ୍ମଘାତୀ ଆକ୍ରମଣ ପାଇଁ ଜୈଶ୍ ନିଜକୁ ଦାୟୀ କରିଥିଲା ।
କ୍ରିତି ସାନୋନ୍ ଓ କାର୍ତ୍ତିକ ଆାର୍ଯ୍ୟନ୍ଙ୍କ ଅଭିନୀତ ରୋମାଣ୍ଟିକ କମେଡ଼ି ‘ଲୁକାଛପି’ ଆଜି ପରଦା ଉପରକୁ ଆସୁଛି । ଲକ୍ଷ୍ମଣ ଉତେକର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦିନେଶ୍ ଭିଜନ୍ ପ୍ରଯୋଜିତ କରିଛନ୍ତି । ଫିଲ୍ମର କାହାଣୀ ଲେଖିଛନ୍ତି ରୋଶନ୍ ଶଙ୍କର । ଲିଭ୍-ଇନ୍-ରିଲେସନ୍ସିପ୍କୁ ନେଇ ପ୍ରସ୍ତୁତ ଏହି ଫିଲ୍ମଟିରେ କାର୍ତ୍ତିକ ଗୁଡୁ ଚରିତ୍ରରେ ନଜର ଆସୁଥିବାବେଳେ କ୍ରିତି ରଶ୍ମି ଚରିତ୍ରରେ ନଜର ଆସୁଛନ୍ତି । ଏହି ଫିଲ୍ମରେ କାର୍ତ୍ତିକ ଓ କ୍ରିତିଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ, ଅତୁଲ ଶ୍ରୀବାସ୍ତବ, ଅଲ୍କା ଅମିନ୍, ହିମାଂଶୁ କୋହଲି, ବିଶ୍ଵନାଥ ଚାଟ୍ଟାର୍ଜୀ, ନେହା ସରାଫ୍, ମାଷ୍ଟର ସାମର୍ଥ, ସପ୍ନା ସାଣ୍ଡ ପ୍ରମୁଖ ଅଭିନୟ କରୁଛନ୍ତି । ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ବହୁତ ଲୋକପ୍ରିୟତା ପାଇଥିବାବେଳେ ଏହାର ଟ୍ରେଲର୍କୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା। ଏହି ଫିଲ୍ମକୁ ଟକ୍କର ଦେବ ସୁଶାନ୍ତ ସିଂହ ରାଜପୁତ ଓ ଭୂମି ପେଡେନକର୍ଙ୍କ ଅଭିନୀତ ’ସୋନ ଚିରିୟା’ ।…
ମହାରାଷ୍ଟ୍ରର ଔରଙ୍ଗବାଦରେ ଚାଲିଥିବା ନବମ ଜାତୀୟ ହକି ଜୁନିୟର ବାଳକ ହକି ଚାମ୍ପିୟନଶିପରେ ଓଡିଶା ଦଳ ଉତ୍ତରପ୍ରଦେଶ ଦଳକୁ ପରାଜିତ କରି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ପେନାଲିଟ୍ ସୁଟ୍ଆଉଟ୍ ଟାଇବ୍ରେକରେ ଓଡ଼ିଶା ୪-୩ ଗୋଲ୍ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି । ଓଡ଼ିଶା ପାଇଁ ପ୍ରକାଶ ଧୀର, ସୁଶୀଲ୍ ଧନୱର, ଲବଣ ଲୁଗୁନ୍ ଓ ଅଧିନାୟକ କ୍ରିଷ୍ଣା ତିର୍କି ପେନାଲ୍ଟି ସୁଟ୍ଆଉଟ୍ରେ ଗୋଲ୍ ଦେଇଥିଲେ । ୩୦ ମିନିଟ୍ର ଓଡ଼ିଶାର ସୁଶାନ୍ତ ଟପ୍ପୋ ଏକ ଫିଲଡ୍ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ତେବେ ୪୪ ମିନିଟ୍ରେ ଉତ୍ତରପ୍ରଦେଶର ଆନନ୍ଦ ଶିବମ୍ ଗୋଲ୍ ସୁଝାଇ ଦେଇଥିଲେ । ୬୦ ମିନିଟର ନିର୍ଦ୍ଧାରିତ ସମୟରେ ସ୍କୋର ୧-୧ ଗୋଲ୍ ସ୍ଥିତି ରହିଥିବାରୁ ପେନାଲଟି ସୁଟ୍ଆଉଟ୍ ଟାଇେବ୍ରକର୍ ହୋଇଥିଲା । ଏଥିରେ ଓଡ଼ିଶା ୪-୩ ଗୋଲରେ ଜିତି ଟ୍ରଫି ହାତେଇ ପାରିଥିଲେ ।
କେଦାର ମିଶ୍ର -ଯୁଦ୍ଧ ପାଇଁ ନୁହେଁ, ବରଂ ଶାନ୍ତି ପାଇଁ ବିଶାଳ ହୃଦୟର ଛାତି ରହିବା ଦରକାର -ଯୁଦ୍ଧ କରିବା ସହଜ, ହେଲେ ଯୁଦ୍ଧକୁ ବନ୍ଦ କରିବା ଆଦୌ ସହଜ ନୁହେଁ। -କୂଟନୈତିକ ସ୍ତରରେ ସବୁ ଦେଶ ନିଜକୁ ବିଜୟୀ ବୋଲି ଉପସ୍ଥାପିତ କରନ୍ତି। ଆଧୁନିକ ଯୁଦ୍ଧର ଇତିହାସରେ କୌଣସି ଦେଶ ନିଜକୁ ପରାଜିତ ବୋଲି ସ୍ଵୀକାର କରିନାହାନ୍ତି। -ଯୁଦ୍ଧରେ ସେନାବାହିନୀ ଅପେକ୍ଷା ସାଧାରଣ ଜନତାର ପ୍ରସ୍ତୁତି ସବୁଠୁ ବେଶୀ ଲୋଡା ହୁଏ। ସେ ପ୍ରକାର ପ୍ରସ୍ତୁତି ଆମର କେବେ ନାହିଁ, କାରଣ ଆମର ସବୁ ଯୁଦ୍ଧ ପାରମ୍ପରିକ ଭାବରେ ସୀମାନ୍ତରେ ହିଁ ଲଢା ଯାଇଛି। ଯୁଦ୍ଧ ବିଷୟରେ ଆଲୋଚନା କଲାବେଳେ ଏଇ ଚାରୋଟି କଥା ଆମକୁ ସବୁବେଳେ ମନେ ରଖିବାକୁ ପଡିବ। ଗତ ୨୬, ୨୭ ଓ ୨୮ ତାରିଖ, ତିନିଦିନ ବ୍ୟାପୀ ଭାରତ ଓ ପାକିସ୍ତାନ ଭିତରେ ଯେଉଁ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଲା, ସେଥିରୁ ଆମକୁ ଅନେକ…
ଆଜି ଝାରସୁଗୁଡା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ଓପିଜିସିରେ ୧୩୨୦ ମେଗାୱାଟ କ୍ଷମତା ସମ୍ପନ୍ନ ତୃତୀୟ ଓ ଚତୁର୍ଥ ସୁନିଟର ଉଦଘାଟନ କରିବେ । ଏଥି ସହ ସେ ଓପିଜିସିର ସୁନ୍ଦରଗଡରେ ରହିଥିବା ମନୋହରପାଲି କୋଇଲା ଖଣିର ଶୁଭାରମ୍ଭ କରି ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଉରକେଲାରେ ପହଂଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ କାଳିଆ ଯୋଜନାର ଏକ ଚାଷୀ ସମାବେଶକୁ ସମ୍ବୋଧିତ କରିବେ । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
୪୯ ନମ୍ବର ଜାତୀୟ ରାଜପଥର ବେଲପାହାଡ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଛି । ଏଥି ସହ ୨୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ବ୍ରଜରାଜନଗର ଓ ବେଲପାହାଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତମାନେ ଝାରସୁଗୁଡା ଓଏସଏପି ସେକେଣ୍ଡ ବାଟାଲିଅନର ଟ୍ରେନିଂ ଯବାନ ବୋଲି ସୂଚନା ମିଳିଛି । ଏମାନେ ଝାରସୁଗୁଡାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।
ଅନ୍ତିମ ଦିନିକିଆରେ ଇଂଲଣ୍ଡ ମହିଳା ଟିମ୍ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ମହିଳା ଟିମକୁ ୨ ୱିକେଟରେ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ପ୍ରଥମ ଦିନିକିଆକୁ ୬୬ ରନରେ ଏବଂ ଦ୍ୱିତୀୟ ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ସ୍ମୃତି ମନ୍ଧାନା (୬୬) ଓ ପୁନମ ରାଉତ (୫୬)ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୪୮.୫ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଛି । ଭାରତ ପକ୍ଷରୁ ଝୁଲନ୍ ୪୧ ରନ୍ ଦେଇ ୩ଟି, ଶିଖା ଓ ପୁନମ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।
କ୍ରିସ୍ ଗେଲ୍ ନିଜର ୨୫ତମ ଶତକ ହାସଲ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗେଲ ମାତ୍ର ୫୫ ବଲରେ ଶତକ ମାରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ଛକା ମାରି ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କ ପଛକୁ ପାକିସ୍ତାନର ଶାହିଦ ଆଫ୍ରିଦି ମୋଟ ୩୫୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ନିଜର ୧୬୨ ରନର ମାରାଥନ ଇନିଂସ୍ ମଧ୍ୟରେ ୧୪ ଛକା ମାରିଛନ୍ତି। ଦିନିକିଆରେ ଗେଲଙ୍କ ଛକା ସଂଖ୍ୟା ୩୦୫ରେ ପହଞ୍ଚିଛି। ଏହାଛଡ଼ା ଗେଲ୍ ଟେଷ୍ଟରେ ୯୮ ଏବଂ ଟି-୨୦ରେ ୧୦୩ ଛକା ମାରିଛନ୍ତି। ଗେଲ ମଧ୍ୟ ଦିନିକିଆରେ ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଏବଂ ବିଶ୍ୱର ୧୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଇଣ୍ଡିଜର କିମ୍ବଦନ୍ତୀ ବ୍ରାଏନ୍ ଲାରା ମଧ୍ୟ ଏହି ଲିଷ୍ଟରେ ସାମିଲ୍ ଅଛନ୍ତି।
ବଲିଉଡ୍ର ଦୁଇ ସୁପରଷ୍ଟାର୍ ଏକାଠି ନଜର ଆସିବେ । ବଲିଉଡ୍ର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ କିଙ୍ଗ୍ ଖାନ ଶାହରୁଖ୍ ଖାନ ଏକ ଫିଲ୍ମର ଏକାଠି ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ମଲାୟଲମ୍ ଫିଲ୍ମ ‘କୋଡିସମକ୍ଷମ୍ ଓ୍ବାଲନ୍ ଓ୍ବକିଲ୍’ର ହିନ୍ଦୀ ରିମେକ୍ରେ ଦୁହେଁ ନଜର ଆସିବେ । ତେବେ ଦୁହେଁ ଦୁହିଁଙ୍କ ଫିଲ୍ମରେ ପ୍ରାୟ ସମୟରେ କେମିଓ କରିଛନ୍ତି । କିନ୍ତୁ ଗୋଟେ ଫିଲ୍ମର ଏଇ ଦୁଇ ବଡ଼ କଳାକାରଙ୍କ ଅଭିନୟ ପାଇଁ ଦର୍ଶକେ ବେଶ୍ ଆଶାବାଦୀ ଥିଲେ । ଜଲିଏଲ୍ଏଲ୍ବିର ତୃତୀୟ ସଂସ୍କରଣ ପାଇଁ ଏହି ଦୁଇ କଳାକାରଙ୍କ ଭିତରେ ଟିକେ ମତାନ୍ତର ଘଟିଥିଲା ବୋଲି ସୂଚନା ରହିଥିଲା । ତେବେ ସେ ଯାହା ବି ହେଉ ଶାହରୁଖ ଓ ଅକ୍ଷୟ ଉଭୟ ଏକ ଫିଲ୍ମରେ ଅଭିନୟ କରିବା ନେଇ ଦର୍ଶକଙ୍କୁ ଏକ ବହୁତ ବଡ ସରପ୍ରାଇଜ୍ ଦେଇଛନ୍ତି । ‘ଜିରୋ’ ଫିଲ୍ମର ଅସଫଳତା ପରେ…
କଂଗ୍ରେସ ପାର୍ଟି ଓ ନେସନାଲ ହେରାଲ୍ଡର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲସ ଲିମିଟେଡ (ଏଜେଏଲ୍)କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଝଟକା ଦେଇଛନ୍ତି। ନ୍ୟାୟାଳୟ ଏଜେଏଲର ଆବେଦନକୁ ଖାରଜ କରି କହିଛନ୍ତି ଯେ ହେରାଲ୍ଡ ହାଉସ୍ ଖାଲି କରିବାର ପୁରୁଣା ଆଦେଶ ପାଳନ କରାଯିବ। ତେବେ କେବେ ଏହି ଘର ଖାଲି କରିବାକୁ ପଡ଼ିବ, ସେ ସଂପର୍କରେ କିଛି ସ୍ପଷ୍ଟ ଭାବେ କରିନାହାନ୍ତି ନ୍ୟାୟାଳୟ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବରରେ ଦୁଇ ସପ୍ତାହ ଭିତରେ ହେରାଲ୍ଡ ହାଉସ ଖାଲି କରିବାକୁ ଆଦେଶ ଦିଆଯାଇଥିଲା। ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଓ ବିଚାରପତି ବି କେ ରାଓଙ୍କ ଖଣ୍ଡପୀଠ ଗତ ଫେବୃଆରି ୧୮ ତାରିଖରେ କେନ୍ଦ୍ର ସରକାର ଓ ଏଜେଏଲର ଆବେଦନ ଉପରେ ଶୁଣାଣିକୁ ସଂରକ୍ଷିତ ରଖିଥିଲେ।
ନିକଟରେ ବିଗବସ୍ ସିଜିନ୍ ୧୧ର ବିଜେତା ଶିଳ୍ପା ସିନ୍ଧେ କଂଗ୍ରେସରେ ଯୋଗଦେବା ପରେ ବିଗ୍ବସ୍ର ଆଉ ଜଣେ ପ୍ରତିଯୋଗୀ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି । ଅର୍ଶୀ ଖାନ ମଧ୍ୟ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଅର୍ଶୀ ନିଜେ ଏହି ଖବରକୁ ସ୍ପଷ୍ଟ କରାଇଛନ୍ତି । ସେ ମହାରାଷ୍ଟ୍ରରେ କଂଗ୍ରେସର ଉପାଧ୍ୟକ୍ଷ ରୂପରେ ପଲିଟିକାଲ ଇନିଙ୍ଗସର ଆରମ୍ଭ କରିବେ । ତେବେ ଅର୍ଶୀ ଖାନଙ୍କୁ ବିବାଦର ଅନ୍ୟ ନାମ ବୋଲି କୁହାଯାଏ । ବିଗ ବସରେ ତାଙ୍କର ଯାତ୍ରାରେ ବହୁ ହଙ୍ଗାମା ହୋଇଥିଲା । ତେବେ ଅର୍ଶୀ ଖାନ ପାକିସ୍ତାନର କ୍ରିକେଟର ସାହିଦ ଆଫ୍ରିଦଙ୍କ ସହ ସମ୍ପର୍କରେ ଥିବା ଦାବୀ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି, ସେ ସାହିଦ ଆଫ୍ରିଦଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି । ତାଙ୍କର ଏହି ବୟାନ ପରେ ବହୁ ହଙ୍ଗାମା ସୃଷ୍ଟି ହୋଇଥିଲା ।
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରାଣୀଧନ ତଥା ପଶୁମାନଙ୍କ ପାଇଁ ହସ୍ପିଟାଲ ଓ ସେଲଟର୍ହୋମର ଆରମ୍ଭ କରିବାକୁ ଯାଉଛନ୍ତି । ଅନୁଷ୍କା ପଶୁପକ୍ଷୀଙ୍କୁ ବହୁତ ଭଲପାଆନ୍ତି । ସେ ଏହି ସମ୍ପର୍କିତ ବହୁ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ ରହିଛନ୍ତି । ଅନୁଷ୍କା ପଶୁପକ୍ଷୀଙ୍କ ପାଇଁ ହସ୍ପିଟାଲ୍ ନିର୍ମାଣ କରିବାକୁ ଯାଉଛନ୍ତି ଓ ଏଥିପାଇଁ ଭୂମି ମଧ୍ୟ ନେଇସାରିଲେଣି । ଅନୁଷ୍କା ଶାହପୁରା ତାଲୁକାର ଦହଗାଓ୍ବଠାରେ ଏହି ହସ୍ପିଟାଲ୍ ନିର୍ମାଣ କରିବେ । ଏହି ଜମି ପାଇଁ କଲେକ୍ଟରଙ୍କଠାରୁ କ୍ଲିଅରାନ୍ସ ସାର୍ଟିଫିକେଟ୍ ମଧ୍ୟ ମିଳିସାରିଛି । ନିଜ ଜନ୍ମଦିବସ ଅବସରରେ ସେ ଏହା ଘୋଷଣା କରିଛନ୍ତି । ସେ ଏହି ସେଲ୍ଟହର ହୋମ ଓ ଭେଟେନାରୀ ହସ୍ପିଟାଲ୍ରେ ନିଜ ପିତାଙ୍କ ପାଇଁ ମଧ୍ୟ ଏକ ଘର ତିଆରିକରିବେ । ଏହି ଭେଟେନାରୀ ହସ୍ପିଟାଲ୍ ଓ ସେଲଟର ହୋମର ଦେଖାରେଖା ତାଙ୍କ ପିତା ହିଁ କରିବେ ବୋଲି ସୂଚନା ଦେଇଛନ୍ତି ।
ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଜାରି ରହିଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତୀୟ ୱିଙ୍ଗ୍ କ୍ୟାପଟେନ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଆସନ୍ତା କାଲି ଭାରତକୁ ଫେରାଇଦେବେ ବୋଲି କହିଛନ୍ତି । ଏନେଇ ଇମ୍ରାନ୍ ଖାନ୍ ସଂସଦରେ ଘାେଷଣା କରିଛନ୍ତି । ବିଶ୍ୱ ସମୁଦାୟ ଆଗରେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାଇଁ ପାକିସ୍ତାନ ନିନ୍ଦିତ ହୋଇପଡିଛି । ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ନ ଉପୁଜାଇବା ପାଇଁ ତଥା ନିଜର ପ୍ରତିଛବି ବଦଳାଇବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ସହ ଶାନ୍ତି ରକ୍ଷା କରିବାକୁ ଚାହିଁଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଫୋନ୍ରେ ବାର୍ତ୍ତାଳାପ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସୂଚନା ରହିଥିଲା । ସେହିପରି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନେଜିର ଭୁଟ୍ଟୋଙ୍କ ନାତୁଣୀ ତଥା ଲେଖିକା ଫାତିମା ଭୁଟ୍ଟୋ ମଧ୍ୟ…
୧୧.୮ ଲକ୍ଷ ବନବାସୀ ଏବଂ ଆଦିବାସୀଙ୍କୁ ବେଦଖଲ କରିବା ରାୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବେଦଖଲ କରିବା ପାଇଁ ୨୧ଟି ରାଜ୍ୟକୁ ଫେବୃଆରୀ ୧୩ରେ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି । ଫେବୃଆରୀ ୧୩ ତାରିଖରେ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ନବୀନ ସିହ୍ନା ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ବେଞ୍ଚ ରାଜ୍ୟ ସରକାରଙ୍କୁ ବେଦଖଲ କରିବା ପାଇଁ ଆଦେଶ ଦେଇଥିଲେ । ଜଙ୍ଗଲ ଜମିରେ ଏହି ବନବାସୀଙ୍କ ଅଧୀକାରକୁ ସୁପ୍ରିମକୋର୍ଟ ଅସ୍ୱୀକାର କରି ଦେଇଥିଲେ । ତେବେ ଆଜିର ଶୁଣାଣିରେ କହିଛନ୍ତି କି, ଫେବୃଆରୀ ୧୩ରେ ଦେଇଥିବା ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଉଛୁ । ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ କାନୁନ, ୨୦୧୬ ଲାଭ ଦେବା ସମ୍ବନ୍ଧରେ କାନୁନ ରହିଛି । ସେମାନଙ୍କୁ ଆଇନ୍ ପ୍ରକ୍ରିୟା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ତାଙ୍କ ସାହାଯ୍ୟ ପାଇଁ…

