Author: Samikhsya Bureau

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଗସ୍ତ କରିଛନ୍ତି । ସେ ଏଠାରେ ବିଭିନ୍ନ ପ୍ରକଳ୍ପନର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ସହ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ  ଦେଇ କହିଥିଲେ  ଯେ, ’କାଳିଆ’ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି, ଏପ୍ରିଲ୍‌ ୧ରେ ଦ୍ବିତୀୟ କିସ୍ତି ‘କାଳିଆ ଟଙ୍କା’ ମିଳିବ ବୋଲି ମଧ୍ୟ କହିଛନ୍ତି । ଏହାଛଡ଼ା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି ଓ କେନ୍ଦ୍ର ସରକାର ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ ।

Read More

ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ଅର୍ଦ୍ଧ ସାମରିକ ବଳଙ୍କୁ ଆଉ ଏକ ଉପହାର ଦେଇଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ବିଭାଗ ରବିବାର କେନ୍ଦ୍ର ସଶସ୍ତ୍ର ସେନା ବଳ(ସିଏପିଏଫ)ର ଇନସପେକ୍ଟର ଏବଂ ଉପର ଅଧିକାରୀଙ୍କୁ ଦିଆଯାଉଥିବା ଆରଏଚ୍‌ଏ ୭୮ ପ୍ରତିଶତ ବଢାଇଥିବା ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ଅନୁସାରେ, ଅର୍ଦ୍ଧ ସାମରିକ ବଳର ଯବାନ ମାନଙ୍କୁ ଏବେ ମାସିକ ଭତ୍ତା ୯,୭୦୦ରୁ ୧୭,୩୦୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଧିକାରୀମାନଙ୍କୁ ମିଳୁଥିବା ମାସିକ ଭତ୍ତା ୧୬,୯୦୦ରୁ ୨୫,୦୦୦ କରାଯାଇଛି । ଏହାର  ଲାଭ ଜମ୍ମୁ କାଶ୍ମୀରର ତଥା ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିୟୋଜିତ ଥିବା ଯବାନ ମାନଙ୍କୁ ମିଳିବ । ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ନିୟୋଜିତ ଥିବା ଯବାନମାନଙ୍କୁ ଆକାଶ ମାର୍ଗରେ ଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Read More

କଲିକତାରେ ଜଣେ ବରିଷ୍ଠ ଅଧିକାରୀ ଗୌରବ ଦତ୍ତଙ୍କ ଆତ୍ମହତ୍ୟାର ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ବେଶ୍‌ ସରଗରମ ହେବା ସହିତ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହି ମାମଲାରେ ଦତ୍ତଙ୍କ ପତ୍ନୀଙ୍କ ସହ ବିଜେପି ନେତା ମୁକୁଲ୍ ରାୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଦତ୍ତ ଫେବୃୟାରୀ ୧୯ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ତାଙ୍କ ସୁସାଇଡ୍ ନୋଟରେ ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି । ଦତ୍ତ ମମତାଙ୍କୁ ‘କମ୍ପଲସରୀ ୱେଟିଙ୍ଗ୍’ରେ ରଖିବାର ଏବଂ ୩୧ ଡିସେମ୍ବର ୨୦୧୮ ରେ ଅବସର ପାଇବା ପରେ ତାଙ୍କ ଅବସର ରାଶିକୁ ରୋକି ତାଙ୍କୁ ଆତ୍ମହତ୍ୟା କରିବାପାଇଁ ଉସୁକାଇ ଥିଲେ ବୋଲି ଅଭିଯୋଗ ରହିଛି । ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ…

Read More

‘ଶାନ୍ତି ପାଇଁ ସୁଯୋଗଟିଏ ଦିଅନ୍ତୁ’ ବୋଲି ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିୟନ୍ତ୍ରଣ ରେଖାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏନେଇ ଏକ ବୟାନରେ କହିଛନ୍ତି ଯେ,  ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ଆଲୋଚନା ପାଇଁ ପାକିସ୍ତାନକୁ ଥରେ ମାତ୍ର ସୁଯୋଗ ଦେବା ଆବଶ୍ୟକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ ଏହା ପ୍ରକାଶ ପାଇଛି । ଦୁଇଦେଶ ଦାରିଦ୍ର୍ୟ ଦୂରୀକରଣ ତଥା  ନିରକ୍ଷରତା ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଆବଶ୍ୟକ। ଏହା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ଲଢ଼େଇ କଲେ କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି।

Read More

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋସିଆଲ ମିଡିଆରେ ରବର୍ଟ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ। ଏହାର ଠିକ୍‌ ଗୋଟିଏ ଦିନପରେ ଏବେ ରବର୍ଟଙ୍କର ଏକ ପୋଷ୍ଟର ଏହାକୁ ଆହୁରି ସରଗରମ କରିଛି । ତେବେ ପୋଷ୍ଟରଟି ଉତ୍ତର ପ୍ରଦେଶରେ ଲାଗିଥିବା ବେଳେ ଏଥିରେ ରବର୍ଟଙ୍କ ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି। ମୁରାଦାବାଦ ଯୁବ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ମୁରାଦାବାଦ ଲୋକ ସଭା ଆସନରେ ରବର୍ଟ ଭଦ୍ରାଙ୍କ ନିର୍ବାଚନ ଲଢିବାକୁ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ ଯେ, ରବିବାର ରବର୍ଟ ଭଦ୍ରାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏଭଳି ଆଲୋଚନା କରାଯାଉଛି। ଉକ୍ତ ପୋଷ୍ଟରେ ଭଦ୍ରା ଭାଜପା ସରକାରଙ୍କ ଉପରେ ବର୍ଷିଥିବାବେଳେ ତେବେ ସରକାର ତାଙ୍କ ନାଁକୁ ଖରାପ କରିବାକୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ସେ…

Read More

ପୁଣି ଭାଇରାଲ୍‌ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର । ଗତ ୨୨ ତାରିଖ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପୁନର୍ବାର ଆଜି  ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପରୀକ୍ଷା ଚାଲିଥିବା ବେଳେ ‘ସେଟ୍‌- ଏ’ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଥିଲା ମାତୃଭାଷା ପରୀକ୍ଷା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ବଚ୍ଛ ଓ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପୁଣିଥରେ ପ୍ରଶ୍ନପତ୍ର ପ୍ରଘଟ  ବୋର୍ଡ କର୍ତ୍ତୃପକ୍ଷ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Read More

ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଉପହାର ଘୋଷଣା କରିଛନ୍ତି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୧୯ ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଣିକି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହାଙ୍ଗା ଭତ୍ତା ପାଇବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ ।

Read More

ବଲିଉଡ୍‌ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍‌ପା ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍‌ର ଗ୍ୟାଙ୍ଗଟକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ଡ୍ୟାନିଙ୍କ ପୂରାନାମ ଥେସରିଂ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ୧୯୭୧ରେ ‘ଜରୁରତ୍‌’ରୁ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ଗୁଲଜାର୍‌ଙ୍କ ‘ମେରେ ଅପ୍‌ନେ’ରେ ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ୧୯୦ରୁ ଉର୍ଦ୍ଧ୍ବ ଫିଲ୍ମରେ ସେ ତାଙ୍କ ଅଭିନୟ ଦେଖାଇସାରିଛନ୍ତି । ତେବେ ତାଙ୍କ ଲୋକପ୍ରିୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ଧୁଣ୍ଡ, ୩୬ ଘଣ୍ଟେ, ବନ୍ଦିସ୍‌, ଜିଓ ଔର ଜିନେ ଦୋ, ଧର୍ମ ଔର କାନୁନ୍‌, ଅଗ୍ନିପଥ, ଫକୀରା, ଚୋର ମଚାଏ ସୋର୍‌, ଦେବତା, କାଲୀଚରଣ, ବୁଲନ୍ଦୀ, ଅଧିକାର, ଫିର୍‌ ଓ୍ବହୀ ରାତ୍‌ ପ୍ରମୁଖ । ନିକଟରେ ତାଙ୍କୁ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଦେଖିବାକୁ ମିଳିଥିଲା ।  ସେ ସିକିମ୍‌ର ରାଜକୁମାରୀ ଗାଓ୍ବାକୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

Read More

ସୋମବାର ଦିନ ଏକ ଦିଲ୍ଲୀ ଅଦାଲତ ସାମ୍ବାଦିକା ପ୍ରିୟା ରମାନିଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବେଲ୍‌ ବଣ୍ଡ୍‌ରେ ଜାମିନ ମଞ୍ଜୁର କରିଛନ୍ତି। ପିୟା ରମାନୀ ଏମ୍‌ ଜେ ଆକରବଙ୍କ ବିରୁଦ୍ଧରେ #ମିଠୁରେ ଅଭିଯୋଗ କରିଥିଲେ । ଏହା ବିରୋଧରେ କେନ୍ଦ୍ର ମନ୍ତ୍ରୀ ଏମ୍‌ ଜେ ଆକବର ଏକ ମାନହାନୀ ମାମଲା ଦାଏର କରିଥିଲେ। ଜାନୁଆରି ୨୯ ତାରିଖ ଦିନ ଆଡିସ୍‌ନାଲ୍‌ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିଶାଳ ଆକବରଙ୍କ ଆବେଦନ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିବା ପରେ ସୋମବାର ଦିନ ପ୍ରିୟା ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ଏପ୍ରିଲ୍‌ ୧୦ ଦିନ ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ରମାନିଙ୍କ ଅଭିଯୋଗକୁ ଆକବର ଅସ୍ବୀକାର କରିଛନ୍ତି । ତେବେ ପ୍ରିୟା କହିଛନ୍ତି ଯେ ସତ୍ୟ ହିଁ ମୋର ରକ୍ଷା କରିବ ।

Read More

ସ୍ଥାୟୀ ନାଗରିକତ୍ଵ ପ୍ରମାଣପତ୍ର ନେଇ ଅରୁଣାଚଳ ପ୍ରଦେଶରେ ହିଂସା କାରଣରୁ ତିନିଜଣଙ୍କର ହତ୍ୟା ହେବାପରେ ସେଠାରେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । ସରକାର ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ଏହି ସମୟରେ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଁଡୁଙ୍କ ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଏକ ଟେଲିଭିଜନ ସାକ୍ଷାତକାରରେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ – ଆମ ରାଜ୍ୟ ବିବିଧତା ଭିତରେ ଏକତା ପାଇଁ ବେଶ୍‌ ପରିଚିତ ହାସଲ କରିଛି ।  ସେଥିପାଇଁ ବିରୋଧ ପ୍ରଦର୍ଶନ ନ କରି ହିଂସାରେ ଭାଗ ନ ନେଇ ଶାନ୍ତିର ସହ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ରାଜ୍ୟର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ୍‌ ତୁକୀ ରାଜ୍ୟରେ ବିଜେପି ସରକାରଙ୍କ ବରଖାସ୍ତ ଦାବି କରିଛନ୍ତି । ତାଙ୍କ ମତରେ ବର୍ତ୍ତମାନର ପରିସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ…

Read More

ଆମେରିକାର କାଲିଫର୍ଣ୍ଣିଆର ଡଲ୍‌ବି ଥିଏଟରରେ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଓସ୍କାର ଆଓ୍ଵାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତରୁ ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’ କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ସର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଅପରପକ୍ଷରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ‘ରୋମା’କୁ ଓସ୍କାର ଆୱାର୍ଡ ମିଳିଛି। ଓସ୍କାରର ୧୦ଟି ଶ୍ରେଣୀରେ ନାମାଙ୍କିତ ହୋଇଥିବା ଏହି ଫିଲ୍ମ ‘ରୋମା’ ଶ୍ରେଷ୍ଠ ସିନେମାଟୋଗ୍ରାଫି ଶ୍ରେଣୀ ପାଇଁ ବି ପୁରସ୍କୃତ ହୋଇଛି। ୯୧ତମ ଓସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ୍‌ ଇଫ୍‌ ବିଲ୍‌ ଷ୍ଟ୍ରିଟ୍‌ କୁଡ ଟକ୍‌ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ, ଶ୍ରେଷ୍ଠ ସହ ଅଭିନେତା ଭାବେ ମାହର୍ଶାଲା ଅଲୀ, ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ ସ୍ପାଇଡର ମ୍ୟାନ୍‌, ଇନ୍‌ଟୁ ଦ ସ୍ପାଇଡର୍‌ ବର୍ସ, ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ ବାଓ, ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସ୍‌ ଫାର୍ଷ୍ଟ…

Read More

ବିଶାଖାପାଟଣାରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ନିର୍ଦ୍ଧାରିତ ଓଭରର ଅନ୍ତିମ ବଲରେ ଏକ ରୋମାଞ୍ଚକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଘରୋଇ ଭାରତୀୟ ଦଳ ୭ ୱିକେଟ ହରାଇ କେବଳ ୧୨୬ ରନ ସଂଗ୍ରହ କରିପାରିଥିଲା। ଭାରତୀୟ ଦଳ ପକ୍ଷରୁ କେ ଏଲ ରାହୁଲ ସର୍ବାଧିକ ୫୦ରନ,ଧୋନୀ ୨୯ରନ ଏବଂ କୋହଲି ୨୪ରନ କରିଥିଲେ। କମ ରନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଭ୍ରମଣକାରୀ ଦଳ ପଡିଆକୁ ଓହ୍ଲାଇଥିଲେ ବି ପ୍ରାରମ୍ଭରୁ କୋହଲିଙ୍କ ଦଳ ବିପର୍ଯ୍ୟୟ ସୃଷ୍ଟି କରି ସେମାନଙ୍କୁ ଅଡୁଆରେ ପକାଇଥିଲେ। ମ୍ୟାକ୍ସୱେଲଙ୍କ ଧୂଆଁଧାର ୫୬ରନ ସଂଯୋଗ ପରେ ବି ଫିଞ୍ଚଙ୍କ ଦଳ ଅନ୍ତିମ ଓଭରର ଅନ୍ତିମ ବଲରେ ୧୨୭ରନର ଟାର୍ଗେଟ ପୂରଣ କରିପାରିଥିଲା।

Read More

ସମୀକ୍ଷା ବ୍ୟୁରୋ ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନୂଆ ଉଦାହରଣ ସୃଷ୍ଟି କରିବା ମୁଡରେ ଅଛନ୍ତି। ତାହା ହେଲା ଏଥର ପ୍ରାୟ 48 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବା। ସେଥିପାଇଁ ମହିଳା ପ୍ରାର୍ଥୀ ଖୋଜିବା ପାଇଁ ନବୀନ ତାଙ୍କର ନିକଟତମ ମହଲକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡିଛି। 48 ଜଣ ନ ହେଲେ ମଧ୍ୟ ଅତିକମରେ 35 ଜଣ ମହିଳାଙ୍କ ତାଲିକା ପ୍ରସ୍ତୁତ କର ବୋଲି ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାରଣ ହେଲା 33 ପ୍ରତିଶତ ମହିଳା ସଂରକ୍ଷଣ ଘୋଷଣାକୁ ଏହି ନିର୍ବାଚନରେ ଲାଗୁ କରି ଜାତୀୟ ରାଜନୀତିରେ ନବୀନ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହାଁନ୍ତି। ସେଥିପାଇଁ ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସୁପ୍ରିମୋ ପୁରା ଟିମକୁ କାର୍ଯ୍ୟରେ ଲଗାଇ ଦେଇଛନ୍ତି। ନବୀନଙ୍କ ନିକତମ ମହଲର ଖବର ଅନୁସାରେ ବର୍ତ୍ତମାନ ମହିଳା ପ୍ରାର୍ଥୀ ଖୋଜିବାରେ ତିନୋଟି…

Read More

କେଦାର ମିଶ୍ର  ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।  ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।  ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି।  ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ବ ଶୈଳୀ ଓ ସ୍ଵାତନ୍ତ୍ର୍ୟ ରହିଛି।  ତେବେ ସୋନପୁର୍, ବରଗଡ  ଓ ବୌଦ ଜିଲ୍ଲା ର  ବୁଣାକାର ମାନେ ଏକ ସ୍ବତନ୍ତ୍ର ଶୈଳୀ ରେ  ବୁଣୁଥିବା ବାଂଧ ଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ୟ ସବୁଠୁ ଅଲଗା।  ଏହି ବିରଳ ବାଂଧ କଳା ସମ୍ପର୍କରେ ଆସନ୍ତୁ କଥା ହେବା- # ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା।  ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ…

Read More

ନୂଆଦିଲ୍ଲୀ ଠାରେ ଚାଲିଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡା ମହାସଂଘ (ଆଇଏସଏସଏଫ) ବିଶ୍ଵକପରେ ଭାରତର ଆଉ ଏକ ବଡ ସଫଳତା। ୧୬ ବର୍ଷୀୟ ସୌରଭ ଚୌଧୁରୀ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଦେଶକୁ ଦେଇଛନ୍ତି ଆଉ ଏକ ସ୍ଵର୍ଣ୍ଣ। ଏହି କମ ବୟସ୍କ ନାବାଳକ ଯୁବକ ୧୦ ମିଟର ଏୟାର ପିସ୍ତଲରେ ବିଜୟ ହୋଇ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ଅନ୍ତିମ ରାଉଣ୍ଡରେ ସୌରଭ ଚୌଧୁରୀ ନିଶାନ ଲଗାଇ ବିଶ୍ଵ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସେ ୨୪୫ ଅଙ୍କ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ,ସର୍ବିଆ  ଦ୍ଵିତୀୟ ସ୍ଥାନ ଏବଂ ଚୀନ ତୃତୀୟ ସ୍ଥାନ ଅଧିକାର କରିଛି। ସେ ଦୁଇ ଦେଶର ଖେଳାଳି ଯଥାକ୍ରମେ ୨୩୯ ଏବଂ ୨୧୫ ଅଙ୍କ ପାଇଥିଲେ। ପୂର୍ବରୁ ଅପୂର୍ବୀ ଚାଣ୍ଡେଲ ମହିଳା ବର୍ଗରେ ବିଶ୍ଵରେକର୍ଡ ସହ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ।

Read More

ପୂର୍ବ ବିଶ୍ଵ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡ଼ିୟା ଗଢିଲେ ନୂଆ ଦଳ, ଯାହାର ନାମ ରହିଛି “ହିନ୍ଦୁସ୍ଥାନ ନିର୍ମାଣ ଦଳ”। ସେ ନୂଆ ଦଳ ଗଢିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି, ରାମ ମନ୍ଦିର ଗଢିବାର ପ୍ରତିଶୃତି ଦେଇ ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି । ତୋଗାଡିୟା କହିଛନ୍ତି ଯିଏ ପ୍ରଭୁ ରାମଙ୍କର ହୋଇପାରିଲେନି ସେ ଜନତାଙ୍କର କେମିତି ହୋଇପାରିବେ ? ୨କୋଟି ଚାକିରି ଦେବାର ପ୍ରତିଶୃତି ଆଜି ମିଥ୍ୟା ପାଲଟିଛି, ବେକାରି ସମସ୍ୟା ଆଜି ଦ୍ରୁତଗତିରେ ବଢିବାରେ ଲାଗିଛି କହି ପ୍ରବୀଣ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କର ବିମୁଦ୍ରାକରଣ, ଜିଏସଟି ନିତି ଦ୍ୱାରା ଗରିବଲୋକଙ୍କର ଅନେକ କ୍ଷତି ହୋଇଛି । ଦେଶର ଆଇନ ବ୍ୟବସ୍ଥା ନୈରାଶ୍ୟଜନକ କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କଟକଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ କର୍ମୀସମ୍ମିଳନୀରେ ରାଜ୍ୟର ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମ୍ନସ୍ତରର କହି ରାଜ୍ୟ ସରକାରଙ୍କୁ…

Read More

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ଲର୍ଡ୍ସରେ ଖେଳାଯିବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ଫାଇନାଲ ପାଇଁ ଭାରତୀୟ ଦଳର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି ।ସୌରଭ ବର୍ତ୍ତମାନ କ୍ରିକେଟ ଆସୋସିଆସନ ଅଫ ବେଙ୍ଗଲର ଅଧ୍ୟକ୍ଷ ଏବଂ ୱିସ୍ଡେନ ଇଣ୍ଡିଆର ସମ୍ପାଦକ ମଣ୍ଡଳୀର ଅଧ୍ୟକ୍ଷ ଅଛନ୍ତି  । ଆଗକୁ ଖେଳା ଯିବାକୁ ଥିବା ଆଇସିସି କ୍ରିକେଟ ୱାର୍ଲ୍ଡ କପ ଅବସରରେ ମଇ ୨୦୧୯ ରେ ଶିଶୁ ମାନଙ୍କ ପାଇଁ ହେବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପରେ ଭାରତ ଦୁଇ ଦଳକୁ ନେଇ ପଡିଆକୁ ଓହ୍ଳାଇବ । ଶିଶୁ ସୁରକ୍ଷା ପାଇଁ ହୋପ ଫାଉଣ୍ଡସନ, ମ୍ୟାଜିକ ବସ ଏବଂ କରୁଣାଳୟ ସହଯୋଗରେ ଅନୁଷ୍ଠିତ ହେଉଛି ।  ପ୍ରେସ କନଫେରେନ୍ସରେ ସୌରଭ କହିଲେ ଯେ ଭାରତରେ ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ପାଇଁ ରାଷ୍ଟ୍ରଦୂତ ହେବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ମୋ ନିଜ ଅନୁଭୂତିରୁ ଜାଣେ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ’ମନ କୀ ବାତ୍‌’ର ଫେବୃଆରୀ ୨୪ ସଂସ୍କରଣରେ ଫୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦି ଏହି କାର୍ଯ୍ୟକ୍ରମରେ କହିଛନ୍ତି – ‘ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବଳିଦାନ ଦେଇଥିବାର କହିବା ସହିତ ଶହୀଦଙ୍କ ପରିବାର ପ୍ରତି ସାରା ଦେଶର ସମବେଦନା ରହିଛି ଏବଂ ଏଭଳି ସମୟରେ ଆମକୁ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ହେବ । ଦେଶବାସୀଙ୍କୁ ୫୩ତମ ‘ମନ କୀ ବାତ୍‌’ରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ଵାନ  ଦେଇ ଜାତିବାଦ, ସାମ୍ପ୍ରଦାୟିକତା ଓ ଆଞ୍ଚଳିକତା ଭିତ୍ତିରେ କୌଣସି ବାଛବିଚାର ନ କରିବାକୁ କହିଛନ୍ତି । ଫୁଲୱାମା ଘଟଣା ଘଟିବାର ୧୦୦ ଘଣ୍ଟା ଭିତରେ ଭାରତ ପଦକ୍ଷେପ ନେଇଛି । ଏହି ଅବସରରେ ଦୈତାରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି । ଦୈତାରୀ ନିଜ ପରିଶ୍ରମରେ ପାହାଡକୁ କାଟି ଜଳସେଚନର ବ୍ୟବସ୍ଥା କରିବା…

Read More

ଫୁଲୱାମା ଘଟଣା ପରେ ସରକାର ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ସମ୍ବିଧାନର ଧାରା ୩୫-କ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଜମାତ୍‌-ଇ-ଇସ୍‌ଲାମୀ ନେତା ଅବ୍‌ଦୁଲ ହମିଦ ଫୟାଜଙ୍କ ସମେତ ୧୫୦ ଜଣଙ୍କୁ ଗିରଫ କରାଯାଇଛି । ଫଳରେ କାଶ୍ମୀର ଉପତ୍ୟକାରେ ଉତ୍ତେଜନା ବୃଦ୍ଧିପାଇଛି । ପୋଲିସ ଏହାକୁ ନିୟମିତ କାର୍ଯ୍ୟାନୁଷ୍ଠାନ କହିଥିବାବେଳେ ଜମାତ ସଂଗଠନ ବିରୋଧରେ ଏହା ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଧାରା ୩୫-କ ଜମ୍ମୁ-କାଶ୍ମୀରର ଜନସାଧାରଣଙ୍କୁ ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଯୋଗାଇ ଦେଉଛି । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକମାନେ ରାସ୍ତାକୁ ଓହ୍ଲାଇବା ଫଳରେ ଉତ୍ତେଜନା ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ସରକାର କଶ୍ମୀରକୁ ଅଧିକ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ପାଖାପାଖି ୧୦ ହଜାର ଯବାନ) ପଠାଇଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ପୂର୍ବରୁ ପୋଲିସ୍‌ର ରାତି…

Read More

ଆସାମର ଗୋଲଘାଟା ଓ ଜୋରହାଟ ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ପିଇ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଲାଣି  । ଏପରି ଘଟଣା ଆସାମ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ଦ୍ୱାରା ଉକ୍ତଅଞ୍ଚଳରେ ଲୋକମାନଙ୍କ ଦ୍ୱାରା  ସରକାର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆକ୍ରାନ୍ତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆସାମ ସରକାର । ଘଟଣାର ବିଧିବଦ୍ଧ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୨୧ରେ ଗୋଲାଘାଟା ଠାରେ ପ୍ରଥେମ ମଦମୃତ୍ୟର ଖବର ଜଣାପଡିଥିଲା । କିଛିଦିନ ତଳେ ଉତ୍ତରପ୍ରଦେଶ ଏବଂ ଝାଡଖଣ୍ଡରେ ବିଷାକ୍ତ ମଦ ପିଇ ଶହେରୁ  ଉର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କରିଥିଲେ।

Read More

ମଧ୍ୟପ୍ରଦେଶର ସତାନାର ସ୍କୁଲବସରୁ ଅପହରଣ ହୋଇଥିବା ଯାଆଁଳା ଶିଶୁଙ୍କୁ ଅପହରଣକାରୀମାନେ ହତ୍ୟା କରିଦେଇଛନ୍ତି । ଦୁଇ ଶିଶୁଙ୍କ ମୃତ ଶରୀର  ଉତ୍ତରପ୍ରଦେଶର ବାନ୍ଦାଠାରୁ ମିଳିଛି । ଏହି ମୃତ ଶିଶୁଦ୍ୱୟଙ୍କ ନାମ ହେଉଛି ଦେବାଂଶ ଓ ପ୍ରିୟାଂଶ । ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ଟଙ୍କା ପାଇଁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ୍‌ ୬ଜଣଙ୍କୁ ଗିରଫକରିଛନ୍ତି । ଫେବୃଆରୀ ୧୨ ତାରିଖରେ ସତାନାର ଏକ ସ୍କୁଲ ବସରୁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇଥିଲା । ଶିଶୁ ଦ୍ଵୟ  ନ ମିଳିବା ଓ ପରିଶେଷରେ ତାଙ୍କ ମୃତ ଦେହ ମିଳିବାକୁ ନେଇ ସାଧାରଣ ଲୋକେ ମଧ୍ୟପ୍ରଦେଶର ପୁଲିସ୍‌ ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଜନସାଧାରଣ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର…

Read More