Author: Samikhsya Bureau

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ-୨୦୨୪ ପାଇଁ ସବୁ ଛୋଟ ବଡ଼ ରାଜନୈତିକ ଦଳ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ମଧ୍ୟ ବାରମ୍ବାର ବୈଠକ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ତେବେ ଅନେକ ପ୍ରସଙ୍ଗରେ ଇଣ୍ଡି ମେଣ୍ଟରେ ଏକ ମତ ପ୍ରକାଶ ପାଉନାହି଼ଁ। ନିର୍ବାଚନ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ସ୍ଥିତି କ’ଣ ରହିବ ? ଏହାକୁ ନେଇ ଏବିପି ନ୍ୟୁଜ୍ ୫୪୩ ଲୋକସଭା ଆସନକୁ ନେଇ ୨୦୨୪ର ଜନମତ ସର୍ଭେ କରିଛି। ଏବିପି ନ୍ୟୁଜର ଏହି ଜନମତ ସର୍ଭେରେ ୧୩ ହଜାର ୧୧୫ ଜଣଙ୍କ ମତାମତ ଉପରେ ଆକଳନ ହୋଇଛି। ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତ୍ରୁଟିର ମାର୍ଜିନ ମାଇନସ୍ ୩ରୁ ଅଧିକ ମାଇନସ୍ ୫ ପ୍ରତିଶତ ରହିଛି। ସି ଭୋଟର ପୋଲ ସର୍ଭେରେ ପ୍ରଶ୍ନ ଉଠୁଥିଲା, ବିରୋଧୀ ମେଣ୍ଟ ନିର୍ବାଚନ…

Read More

ଖୋର୍ଦ୍ଧା: ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଖୋର୍ଦ୍ଧା ମହୋତ୍ସବ ହାବେଳୀ ପଡ଼ିଆଠାରେ ବିଭିନ୍ନ ଶିକ୍ଷଣୀୟ ବାର୍ତ୍ତା ନେଇ ଏକ ଷ୍ଟଲ ଖୋଲାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତଙ୍କ ପୌରହିତ୍ୟରେ ପ୍ରଗତି ପଥେ ସମଗ୍ର ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାର ଏକ ଅଭିନବ ପ୍ରୟାସ କରାଯାଇଛି। ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆନନ୍ଦମୟ ଶିକ୍ଷା ଉପଲବ୍ଧ, ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ, ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ପତିକାରାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ, ବାକ୍ -ଶ୍ରବଣ ତାଲିମ ଓ ଭୌତିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଅଗ୍ରଗତିର ସମୀକ୍ଷା ତଥା କାର୍ଯ୍ୟକ୍ରମର ତଦାରଖ ଓ ପରିଚାଳନା, ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ଶିକ୍ଷଣ ମାଧ୍ଯମରେ ମୁଖ୍ୟ…

Read More

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛିଦିନ ବାକି ଅଛି । ଏଭଳି ସ୍ଥିତିରେ ଯେଉଁ ରାଜ୍ୟରେ ଲୋକେ ମଦ ପିଉଛନ୍ତି ସେଠାରେ ମଦ ବିକ୍ରି ବଢ଼ିବାକୁ ଯାଉଛି । ଆମେ ଏହା କହୁଛୁ କାରଣ ପ୍ରତିବର୍ଷ ଲୋକମାନେ ନୂଆବର୍ଷ ପାଳନ ପାଇଁ କୋଟି କୋଟି ମଦ କିଣନ୍ତି । ଆଜି ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ରାଜ୍ୟର ଲୋକେ ସବୁଠାରୁ ଅଧିକ ମଦ କିଣନ୍ତି ।ଯିଏ କି ୨୦୨୩ରେ ଆଗୁଆ ଥିଲେ। ୨୦୨୩ ମସିହା ପାଳନରେ ରାଜସ୍ଥାନରେ ସର୍ବାଧିକ ପରିମାଣର ମଦ ପିଇଛନ୍ତି। ୨୦୨୨ ଡିସେମ୍ବର ୩୦ ଓ ୩୧ତାରିଖରେ ରାଜସ୍ଥାନରେ ୩୫.୨୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। କେବଳ ଜୟପୁରରେ ଏହି ଦୁଇଦିନରେ ୧୧ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଦିଲ୍ଲୀ ବିଷୟରେ କହିବାକୁ ଗଲେ ୨୦୨୨ ଡିସେମ୍ବର ୩୧ରେ ଏଠାରେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ତେବେ ୨୦୨୧ରେ ଏହି…

Read More

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଇଣ୍ଡି ମେଣ୍ଟର ଦଳମାନଙ୍କ ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ଏକ ୫ ଜଣିଆ ଜାତୀୟ ମେଣ୍ଟ କମିଟି ଗଠନ କରିଥିଲା । ଆସନ ବୁଝାମଣା ପୂର୍ବରୁ ବିଭିନ୍ନ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାକୁ ଏହି କମିଟି ନିଷ୍ପତ୍ତି ନେଇଛି । ଏଥିପାଇଁ ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୮ରେ ହେବାକୁ ଥିବା ନାଗପୁର ରାଲି ପରେ ଏହି କମିଟି ରାଜ୍ୟ ୟୁନିଟମାନଙ୍କଠାରୁ ମତାମତ ନେବ । ଖାଲି ସେତିକି ନୁହେଁ, ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କମିଟି ଜାନୁଆରି ପ୍ରଥମ ସପ୍ତାହରେ ସହଯୋଗୀ ଦଳମାନଙ୍କ ସହ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ଆଲୋଚନା କରିବ । ୫ ଜଣିଆ କମିଟି ଗଠନ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳ ମଙ୍ଗଳବାର (ଡିସେମ୍ବର ୧୯) ୫ ଜଣିଆ କମିଟି ଗଠନ କରିଥିଲା । ମୋହନ ପ୍ରକାଶଙ୍କ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ଚାରି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ। ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ…

Read More

ଖୋର୍ଦ୍ଧା: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡିସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଉଦ୍‌ଘାଟିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ୨୪୮୦ ଜଣ ସ୍କାଉଟ, ଗାଇଡ୍ ଏହି ଜାମ୍ବୋରେଟ୍‌ରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଉଦ୍‌ଘାଟକ ଭାବେ ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଅତନୁ ସବ୍ୟସାଚୀ ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶାନ୍ତର ପ୍ରତୀକ ବିଭିନ୍ନ ପ୍ରକାର ବେଲୁନ୍ ଆକାଶକୁ ଛାଡି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ଯକ୍ଷା…

Read More

ପୁରୀ: ପୁରୀରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ସମାରୋହରେ ଯୋଗ ଦେବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ସହ ପାଞ୍ଚ ଜଣିଆ ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିରେ ପରିଚାଳନା କମିଟର ସଦସ୍ୟ ଅଶୋକ ମହାପାତ୍ର, ମାଧବ ମହାପାତ୍ର, ମଣ୍ଟୁ ସିଂହାରୀ ଏବଂ ଦୁର୍ଗାଦାସ ମହାପାତ୍ର ସାମିଲ ଥିଲେ। ଏହି ସଦସ୍ୟଗଣ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିବା ସହିତ ପରିକ୍ରମା ପ୍ରକଳ୍ପ ସଂପର୍କରେ ଅବଗତ କରାଇଥିଲେ। ଆସନ୍ତା ଜାନୁୟାରୀ 17 ତାରିଖରେ ଏହି ପ୍ରକଳ୍ପର ଉଦଘାଟନ କରାଯିବ।

Read More

ଭୁବନେଶ୍ବର: ଦୀର୍ଘଦିନ ଧରି ଓଡିଶା ରାଜନୀତିରେ ୟୁଟ୍ୟୁବର କାମିୟା ଜାନିଙ୍କୁ ନେଇ ଚାଲିଥିବା ବିବାଦ ପରେ ସେ ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏକ ଭିଡିଓ ଜାରୀ କରି ଏହାର ସ୍ପଷ୍ଟି କରଣ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଗୋମାଂସ ଭକ୍ଷଣ କରେ ନାହିଁ କି ଏହାର ପ୍ରଚାର ପ୍ରସାର କରେ ନାହିଁ। ସେ କହିଛନ୍ତି ଯେ, ମୋ ନାମରେ ବିଭିନ୍ନ କଥା କୁହାଯାଉଛି। ହେଲେ ମୁଁ କହି ରଖେ ଯେ, ମୁଁ ହେଉଛି ଜଣେ ୟୁଟ୍ୟୁବର, ମୁଁ ଭାରତୀୟ ସଂସ୍କୃତି ଐତିହ୍ୟ ଏବଂ ଖାଦ୍ୟକୁ ପ୍ରଚାରପ୍ରସାର କରେ। ମୋତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମୋତେ ବ୍ରାଣ୍ଡ ଆମ୍ବାସଡର ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ମୋର ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରଂଶସା କରିଛନ୍ତି। ସାରା ଭାରତ ଭ୍ରମଣ ମଧ୍ୟରେ ମୋର ଜଗନ୍ନାଥ ମନ୍ଦିର ଦର୍ଶନ କରିବାରେ ଇଚ୍ଛା ଥିଲା। ସେଠାରେ ଚାଲିଥିବା ପରିକ୍ରମା…

Read More

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କୁସ୍ତି ମହାସଂଘକୁ ନେଇ ଚାଲିଥିବା ବିବାଦର ଏକ ନୂଆ ମୋଡ ନେଇଛି। ଆଜି ଭାରତୀୟ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବନ କରିଛି । କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସଞ୍ଜୟ ସଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ମନ୍ତ୍ରଣାଳୟ ରୋକ ଲଗାଇଥିବା ଜଣାଯାଇଛି । ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ଜୋରଦାର ବିରୋଧ କରାଯାଇଥିଲା । ଅଧ୍ୟକ୍ଷଙ୍କୁ ବିରୋଧ କରି କୁସ୍ତିରୁ ସାକ୍ଷୀ ମଲ୍ଲିକ ଅବସର ନେଇଥିଲେ। ସେହିପରି ଏହାକୁ ବିରୋଧ କରି କ୍ରୀଡାବିତ ବଜରଙ୍ଗ ପୁନିଆ ତାଙ୍କର ପଦ୍ମଶ୍ରୀକୁ ଫେରାଇ ଦେଇଥିଲେ।

Read More

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀମାନଙ୍କୁ ନିବେଦନ କରିଥିଲେ । ଦଳ ଏହାର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛି । ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ଦଳ ଅନେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ବିଧାନସଭା ଭଳି ବିଜେପି ମଧ୍ୟ ଲୋକସଭା ନିର୍ବାଚନରେ ‘ସି-କ୍ୟାଟେଗୋରୀ’ ଫର୍ମୁଲା ଲାଗୁ କରିବ । ଆସନ୍ତା ସପ୍ତାହରୁ ଏହାର ନିର୍ବାଚନ ପ୍ରସ୍ତୁତି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ‘ସି-କ୍ୟାଟେଗୋରି’ ଫର୍ମୁଲା ଲାଗୁ କରିଥିଲା । ଏହିସବୁ ବିଧାନସଭା ଆସନ ପାଇଁ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିଲା । ଗତ ବିଧାନସଭା…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବଡ଼ ଧରଣର ଅଦଳବଦଳ କରିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୟୁପି କଂଗ୍ରେସର ଏଆଇସିସି ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି। ଏହାବ୍ୟତୀତ ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ରମେଶ ଚେନ୍ନିଥାଲାଙ୍କୁ ଏଆଇସିସି ମହାରାଷ୍ଟ୍ର ପ୍ରଭାରୀ କରାଯାଇଛି। ଅବିନାଶ ପାଣ୍ଡେଙ୍କୁ ୟୁପି କଂଗ୍ରେସ ସାଧାରଣ ସମ୍ପାଦକ ପଦ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରା ବିନା କୌଣସି ବିଭାଗରେ ସାଧାରଣ ସମ୍ପାଦକ ପଦରେ ରହିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ତାଙ୍କ ଦଳରେ ଏହି ବଡ଼ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ସେ ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ନାମ ହେଉଛି ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ ମହାସଚିବଭାବେ…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ସାଧାରଣ ନିର୍ବାଚନଜିତି କେନ୍ଦ୍ରରେ ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ତା’ର ସରକାର ଗଢ଼ିବାକୁ ଚାହୁଁଥିବାବେଳେ ବିରୋଧୀ ଦଳଗୁଡ଼ିକ ସବୁ ପରିସ୍ଥିତିରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଗୋଟିଏ ପଟେ କଂଗ୍ରେସ ବେରୋଜଗାରୀ ଓ ଜାତିଗଣନା ଭଳି ପ୍ରସଙ୍ଗ ଉଠାଉଛି । ଅନ୍ୟପକ୍ଷରେ ରାମ ମନ୍ଦିର ଓ ହିନ୍ଦୁତ୍ୱ ଭଳି ପ୍ରସଙ୍ଗରେ ବିଜେପି ନିର୍ବାଚନ ଲଢ଼ିପାରେ । ଇତିମଧ୍ୟରେ ସି-ଭୋଟର ଏବିପି ନ୍ୟୁଜ୍ ୨୦୨୪ର ପ୍ରଥମ ଜନମତ ସର୍ଭେ କରିଛି। ଏହି ସର୍ଭେରେ ସାଧାରଣ ନିର୍ବାଚନର ସବୁଠାରୁ ବଡ ପ୍ରସଙ୍ଗ କଣ ହେବ ସେ ବିଷୟରେ ଲୋକଙ୍କୁ ପଚରାଯାଇଛି । ଲୋକସଭା ନିର୍ବାଚନର ସବୁଠାରୁ ବଡ଼ ପ୍ରସଙ୍ଗ ୨୦୨୪ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ କ’ଣ ହେବ ?…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ମେଣ୍ଟ ଡିସେମ୍ବର ୧୯ରେ ଦିଲ୍ଲୀରେ ଚତୁର୍ଥ ବୈଠକରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ମେଣ୍ଟର ଚେହେରା ସ୍ଥିର ହୋଇପାରିନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ସେପଟେ ଏବିପି ନ୍ୟୁଜ୍‌ ସି ଭୋଟର ପକ୍ଷରୁ କରାଯାଇଥିବା ଓପିନିୟନ ପୋଲରେ ଲୋକସଭା ନିର୍ବାଚନ ଓ ଦେଶର ରାଜନୀତିକୁ ନେଇ ସମାନ ପ୍ରଶ୍ନ ପଚରାଯାଇଥିଲା । ନିର୍ବାଚନରେ ବିରୋଧୀ ଇଣ୍ଡି ମେଣ୍ଟର ଚେହେରା କିଏ ହେବ ବୋଲି ପଚରାଯିବାରୁ ଅଧିକାଂଶ ଲୋକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ, ତୃତୀୟ ସ୍ଥାନରେ ନୀତୀଶ କୁମାର ଓ ଚତୁର୍ଥ ସ୍ଥାନରେ ମମତା…

Read More

ଖୋର୍ଦ୍ଧା: ଗତକାଲି ପି.ଏନ.କଲେଜ ଠାରେ ପୌର ପରିଷଦ, ଖୋର୍ଦ୍ଧା ତରଫରୁ “ନୁଆ ଓ” କ୍ରୀଡା ପ୍ରତିଯୋଗୀତା ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‌‌ଏଥିରେ  ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଯୁବପିଢ଼ି ମାନଙ୍କ ମଧ୍ୟରେ କ୍ରୀଡା ଓ଼ କ୍ରୀଡ଼ାପ୍ରତିଯୋଗିତା ପାଇଁ ଏକ ଅଭିନଵ ପ୍ରୟାସ.ରାଉରକେଲା ଠାରେ ବିଶ୍ୱ ସ୍ଥରୀୟ ଷ୍ଟାଡିଅମ ନିର୍ମାଣ କରି ହକି ପୌରାଧକ୍ଷ୍ୟା ଶ୍ରୀମତୀ କନକଲଷ୍ମୀ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନଵ ପ୍ରୟାସ ଯୁବପିଢ଼ି ମାନଙ୍କ ଅନ୍ତର୍ନିହିତ କ୍ରୀଡାର ବିକାଶ ପାଇଁ ଉଦାହରଣ ପାଲଟିଛି। ସେହିପରି ଉପାଧ୍ୟାକ୍ଷ ଶ୍ରୀ ସୌର୍ଯ୍ୟ ରଞ୍ଜନ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ପଦକ୍ଷେପ ସାରା ଭ୍ରାତାବର୍ଷରେ ଉଦାହରଣ ସୃଷ୍ଟି କରିଛି. ନିର୍ବାହୀଅଧିକାରୀ ରିଜ଼ୱାନା କଅକଵ ସମସ୍ତ ପ୍ରତିଯଗୀ ମନକୁ ଉଦବୋଧନ ଦେଇ ଆମ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କର…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ମାସ ଧରି ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) ଅନ୍ତର୍ଗତ ସମାଜ ବିକାଶ କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନେ ସମାଜ ସେବା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଯଥାର୍ଥ ବ୍ୟକ୍ତିତ୍ୱ ନିର୍ମାଣ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚିତ ହୁଏ ଓ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଛନ୍ତି। ଗତକାଲି ପୂର୍ବାହ୍ଣରେ ସମାଜସେବା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡ଼କ୍ରସ ମିଳିତ ଆୟୋଜନରେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ,ମନସ୍ବିନୀ ପଟ୍ଟନାୟକ,ଓ ଧୋବୀ ପରିଡାଙ୍କ ତତ୍ୱାବଧାନରେ ଫାଷ୍ଟ ଏଡ଼…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି । ମଧ୍ୟପ୍ରଦେଶରେ ୪ଥର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ମୋହନ ଯାଦବଙ୍କୁ ସୁଯୋଗ ଦିଆଯାଇଛି । ସେହିପରି ରାଜସ୍ଥାନରେ ଦୁଇଥର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତୃତୀୟଥର ପାଇଁ ସୁଯୋଗ ଦିଆଯାଇନଥିଲା ଏବଂ ତାଙ୍କ ସ୍ଥାନରେ ଭଜନଲାଲ ଶର୍ମାଙ୍କ ନାମରେ ମୋହର ଲାଗିଥିଲା । ଏହି ଦୁଇ ରାଜ୍ୟ ବିଷୟରେ କହିବାକୁ ଗଲେ, ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଜଣେ ନେତା ଭାବରେ ପରିଚିତ, ବସୁନ୍ଧରା ରାଜେଙ୍କୁ ମଧ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଗଣନା କରାଯାଏ । ଏଭଳି ପରିସ୍ଥିତିରେ ସି-ଭୋଟର ଏବେ ଏବିପି ନ୍ୟୁଜ୍‌ ଏକ ଓପିନିୟନ ପୋଲ କରିଛି । ଏହି ଜନମତ ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା ଯେ ଶିବରାଜ ସିଂହ ଚୌହାନ ଏବଂ ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ବିଜେପିର…

Read More

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସବୁ ଦଳ ନିଜ ନିଜ ଅନୁଯାୟୀ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିର୍ବାଚନ ତାରିଖ ଘୋଷଣାକୁ ଆଉ ପ୍ରାୟ ଅଢ଼େଇ ମାସ ବାକି ରହିଛି। ଏଭଳି ପରିସ୍ଥିତିରେ ସି ଭୋଟର ଫର ଏବିପି ନ୍ୟୁଜ୍ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ପ୍ରଥମ ଜନମତ ସର୍ବେକ୍ଷଣ କରିଛି। ଏହି ଜନମତ ସର୍ବେକ୍ଷଣରେ ଲୋକଙ୍କୁ ପଚରାଯାଇଥିଲା ଯେ ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ଆପଣ କିପରି ଦେଖୁଛନ୍ତି। ଏହା ଉପରେ ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ପୁରୁଣା ନେତାମାନଙ୍କୁ ବାଦ୍ ଦିଆଯାଇଛି। ୩୪ ପ୍ରତିଶତ କହିଛନ୍ତି ଯେ ନୂଆ ନେତୃତ୍ୱକୁ ସୁଯୋଗ ମିଳିଛି। ୨୦ ପ୍ରତିଶତ କହିଛନ୍ତି ଯେ ବିଜେପି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି। ୧୦ ପ୍ରତିଶତ କହିଛନ୍ତି ଯେ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ରହିଛି ଏବଂ ୯ ପ୍ରତିଶତ କହିଛନ୍ତି…

Read More

ଭୁବନେଶ୍ବର: ଶେଷ ହେବ ପୁରୁଣା ବର୍ଷ, ଆସିବ ନୂଆ ବର୍ଷ। ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ  ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ। ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ବର୍ଷ ପ୍ରାରମ୍ଭରେ…

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ…

Read More

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ଶ୍ରୀ ରଣଜିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବନ୍ଧନା ଦିଆଯାଇଥିଲା। ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପାତ୍ରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିିସିିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ…

Read More

ଭୁବନେଶ୍ୱର: ସମଗ୍ର ଦେଶରେ ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡ଼ାରେ ଅଂଶ ଗ୍ରହଣ କରୁଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ସଫଳତା ଦେଶକୁ ଗର୍ବିତ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଓ ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରାଇଛନ୍ତି ଯେପରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ମଂଚ ପ୍ରଦାନ କରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି। ଆଜି ରାଜଭବନର ଅଭିଷେକ ହଲ୍‌ରେ ଅଲଟିମେଟ୍ ଖୋଖୋ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ଆସିଥିବା ତେଲୁଗୁ ଯୋଦ୍ଧା ଟିମ୍‌ର ଖେଳାଳୀମାନଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କଠିନ ସାଧନା, ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ଜଣେ ସଫଳ ଖେଳାଳୀ ହୋଇପାରିବ ବୋଲି କହିଥିଲେ। ସରକାରୀସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନ…

Read More