ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଗଙ୍ଗାଧରପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ର ନିଜସ୍ଵ ଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଚିଲିକା ଜୁଡିସିଆଲ କୋର୍ଟର ବିଚାରପତି ବିକାଶ ଗୋଏଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସବ ଜଜ ଆଲୋକ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ଜଜ ନିଶିଥ ନିଶାଙ୍କ, ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗର ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଏଡ଼ିଏମ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ଚିଲିକା…
Author: Samikhsya Bureau
ଭୁବନେଶ୍ବର: ଏଣିକି ନବରଙ୍ଗପୁର ଜିଲ୍ଲା ମକା ଚାଷୀମାନେ ସେମାନଙ୍କ ଉତ୍ପାଦିତ ମକା ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରବେ। ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ। ଏ ନେଇ ଆଜି ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍.ଆଇ.ଆର.ଡି ଏବଂ ପଞ୍ଚାୟତିରାଜ କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳନୀ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଓରମାସ୍ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗର ବାୟୋଟେକ୍ ଏବଂ ବିହାର ପାଟନାର ଡିହାଟ୍ ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା। ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ। ଏହି ଅବସରରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟକ୍ଷେତ୍ର ରେ ଦ୍ୱିପାକ୍ଷିକ ବ୍ୟାପକ ଷ୍ଟାର୍ଟଅପ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ହେଉଥିବା ଅଗ୍ରଗତିକୁ ସେମାନେ ସ୍ୱାଗତକରିଥିଲେ। ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ ଏବଂ ହମାସ ମଧ୍ୟରେସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ, ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂସାଧାରଣ ନାଗରିକଙ୍କ ଜୀବନହାନି କୁ ନେଇ ଉଭୟ ନେତା ଗଭୀର ଉଦ୍ବେଗ ପ୍ରକାଶକରିଛନ୍ତି। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ନିରନ୍ତର ମାନବିକ ସହାୟତାରଆବଶ୍ୟକତା ଉପରେ ସେମାନେ ସହମତ…
ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ବ କରାଯାଇଛି। ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ସଂଶୋଧନ ନିମନ୍ତେ ସଚେତନତା ସୃଷ୍ଟି କରିବ। ୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବା ଏହି କାର୍ଯ୍ୟକ୍ରମର…
ଭୁବନେଶ୍ବର: ରୋଗୀମାନଙ୍କୁ ସନ୍ତୋଷଜନକ ଜନସ୍ୱାସ୍ଥ୍ୟ ସୁବିଧା ସହିତ ସରକାରୀ ଡାକ୍ତରଖାନା ପରିସରକୁ ମଶାମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଡାକ୍ତରଖାନା ପରିସରକୁ ମଶାମୁକ୍ତ ହେବାକୁ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ପିଏଚ୍ଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟଗୁଡ଼ିକ ଆମ ହସ୍ପିଟାଲ୍ ଏବଂ କାୟାକଳ୍ପ ଅଭିଯାନର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି। ଏହି ସଂପର୍କରେ ଛଅଗୋଟି ବିଷୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧. ଆମ ହସ୍ପିଟାଲ୍ ପାଣ୍ଠିରୁ ସମସ୍ତ ଆମ ହସ୍ପିଟାଲ୍ ଝରକାରେ ତାରଜାଲି ଲଗାଯିବ। ୨. ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ପାଇଁ ମଶାଧୂଆଁ ମେସିନ୍ କ୍ରୟ କରାଯିବ। ୩.…
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ ନ କରିବାକୁ ପରାମର୍ଶ ଦେଇଛି। ଦୀପାବଳୀ ପାଖେଇ ଆସୁଛି, ତେଣୁ ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ/ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ। ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ…
ଭୁବନେଶ୍ୱର: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି। କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତ୍ତମାନ ଉପଲବ୍ଧ ଥିବାରୁ ତାହା ଆଶ୍ୱସ୍ତିର କାରଣ ବୋଲି ଆଜି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସନ୍ଦିପନ୍ ଧର କହିଛନ୍ତି। ଏଗ୍ଜିମା ନୂତନ ଔଷଧର ପ୍ରୟୋଗ ଓ ନୂତନ ପ୍ରକ୍ରିୟାରେ ଭଲ ହୋଇପାରିବ। କିନ୍ତୁ ଏଥିପାଇଁ ସମୟର ଆବଶ୍ୟକତା ରହିଛି। ତେବ ଏ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୋସାଇଟି ଫର୍ ଏଗ୍ଜିମା ଷ୍ଟଡିଜ (ଏସ୍ଇଏସ୍)ର ସଭାପତି ଡାକ୍ତର ଧର କହିଛନ୍ତି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ‘ନ୍ୟାସ୍ନାଲ୍ ଅପ୍ଡେଟ୍ ୨୦୨୩’ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଧର। ଏଗ୍ଜିମାର ଚିକିତ୍ସା ନିମନ୍ତେ ନୂତନ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଏସପିଙ୍କ ସହିତ ତିନିଜଣ ଆଇପିଏସଙ୍କ ବଦଳି କରିଛନ୍ତି। ଏ ନେଇ ଆଜି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ମୟୁରଭଂଜ ଏବଂ ନବରଂଗପୁରର ଏସପିଙ୍କୁ ବଦଳି କରାଯାଇଛି। 1- ବି ଗଙ୍ଗାଧର ଯେ କି ବର୍ତ୍ତମାନ ମୟୁରଭଂଜ ଏସପି ଅଛନ୍ତି ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। 2- ଏସ ଶୁଶ୍ରି ଯେ କି ନବରଂଗପୁର ଏସପି ଅଛନ୍ତି ତାଙ୍କୁ ମୟୁରଭଂଜ ଏସପି ଭାବେ ବଦଳି କରାଯାଇଛି। 3- ରୋହିତ ବର୍ମା ଯେ କି ବାଲିଗୁଡି ଏସଡିପିଓ ଅଛନ୍ତି ତାଙ୍କୁ ନବରଂଗପୁର ଏସପି ଭାବେ ବଦଳି କରାଯାଇଛି।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ସହ ପ୍ରତିଦ୍ୱନ୍ଦିତା କରିବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ହେଲେ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ବିଶ୍ୱକପରୁ ବାଦ ପଡିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରସ୍ଥାନ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତୀୟ ଉପ-ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି। କେଏଲ ରାହୁଲ ଭାରତୀୟ ଦଳର ଉପ-ଅଧିନାୟକ ହେବେ … ବାସ୍ତବରେ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଉପ-ଅଧିନାୟକ ଭୂମିକାରେ ରହିବେ। ଏହା ବ୍ୟତୀତ ଦ୍ରୁତ ବୋଲର ପ୍ରସୀଦ୍ଧ କୃଷ୍ଣଙ୍କୁ ଦଳରେ ସାମିଲ କରାଯାଇଛି। ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ଆଉ ୨ ଟି ମ୍ୟାଚ୍…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା। ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ଲୋକସଭା ସାଂସଦ, କଳାହାଣ୍ଡି, ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ…
ନୂଆଦିଲ୍ଲୀ: ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି। ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର, ୨୦୨୩ ରୁ ପ୍ରତି ମେଟ୍ରିକ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍ ହୋଇଥିବା ବେଳେ ଅତିରିକ୍ତ ୨ ଲକ୍ଷ ଟନ୍ ବୃଦ୍ଧି କରିବା, ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଖୁଚୁରା ବିକ୍ରି, ଇ – ନାମ ନିଲାମ ଏବଂ ହୋଲସେଲ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ। ଖାଉଟି ବ୍ୟାପାର ବିଭାଗ…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ବ୍ଲକର ୧୪ଟି ପଂଚାୟତ କୁ ୧୭୬ଟି ପ୍ରକଳ୍ପ ପାଇଁ ପ୍ରତି ପଂଚାୟତ କୁ ୫୦ଲକ୍ଷ ଲେଖାଏଁ ମୋଟ ୭କୋଟି ଟଙ୍କା ମଂଜୁର କରିଛନ୍ତି। ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋନ -୨ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର ସ୍ୱାଗତ ଭାଷଣ ଦେଇଥିଲେ। ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ଭିଡିଓ କନଫରେନସି ଜରିଆରେ କୃତଜ୍ଞତା ଜଣାଇଥିଲେ। ନାକଟିଦେଉଳ ବିଡ଼ିଓ ଦନେଇ ଚରଣ ଟୁଡୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ପ୍ରିୟମ୍ବଦା ସାହୁ ଜୋନ -୨ ସଭ୍ୟା ଟିକେଶ୍ବରୀ ମେହେର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ତହସିଲଦାର ଅମର ଡୁଙ୍ଗଡୁଙ୍ଗ, ଜିଲ୍ଲା ବିଜେଡି ଉପସଭାପତି ଅନାଦି ଚରଣ ସାହୁ, ବ୍ଲକ…
ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ତିନି ଦିନ ପୂର୍ବରୁ ମାଓବାଦୀମାନେ ପ୍ରଚାର କରୁଥିବା ଜଣେ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ରତନ ଦୁବେ ବିଜେପିର ନାରାୟଣପୁର ଜିଲ୍ଲା ୟୁନିଟ୍ ର ଉପାଧ୍ୟକ୍ଷ ଥିଲେ। ପୋଲିସର ସୂଚନା ଅନୁଯାୟୀ, ରତନ ଦୁବେ ଛତିଶଗଡ ନିର୍ବାଚନ ପାଇଁ ପ୍ରଚାର କରୁଥିଲେ। ଏହି ସମୟ ମଧ୍ୟରେ ନକ୍ସଲମାନେ ତାଙ୍କୁ ଟାର୍ଗେଟ କରିଥିଲେ। ମୃତ ବିଜେପି ନେତା ମଧ୍ୟ ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ଭୁବନେଶ୍ବର: ବିଭିନ୍ନ ସମୟରେ ଓଡିଶା ରାଜନୀତିରେ ଚର୍ଚ୍ଚାରେ ରହି ଆସିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ। ନିକଟରେ କେତେକ ଡିଜିଟାଲ ମିଡିଆରେ ବବି ଦାସଙ୍କ କ୍ଷମତା କୁଆଡେ ହ୍ରାସ ପାଇଗଲା ବୋଲି ଖବର ପ୍ରକାଶ କରାଯାଇଥିଲା। ବବି ଦାସ ଉଭୟ ନବୀନ ଏବଂ ପାଣ୍ଡିଆନଙ୍କ ରୋଶର ଶିକାର ହୋଇଛନ୍ତି ବୋଲି ସେଥିରେ କୁହାଯାଇଥିଲା। ହେଲେ ଆଜି ପାଣ୍ଡିଆନ ତାଙ୍କର ବିଭିନ୍ନ ଗସ୍ତ ସମୟରେ ବବି ଦାସଙ୍କୁ ସାଥୀରେ ନେବା ଘଟଣା ଓଡିଶା ରାଜନୀତିକୁ ହଲଚଲ କରିଛି। କାରଣ ପାଣ୍ଡିଆନ ଅବସର ନେଇ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ କୁଆଡେ ବବିଙ୍କ କ୍ଷମତା ହ୍ରାସ ପାଇଲା ବୋଲି ଅନେକ ଅପ୍ରଚାର କରିବାରେ ଲାଗିଲେ। ହେଲେ ତାହା ଭୁଲ ବୋଲି ପାଣ୍ଡିଆନ ନିଜେ ପ୍ରମାଣିତ କରିଦେଲେ। ପୂର୍ବରୁ ପାଣ୍ଡିଆନ ଆଇଏଏସ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ 5ଟି ସଚିବ ଥିବା ବେଳେ…
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଥିବା ୪ ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ର ୬୪ତମ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗତ ଗୁରୁବାର ୪ଟି ପ୍ରାକ୍-ସ୧ିଳନୀ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ପ୍ରାକ୍-ସମ୍ମିଳନୀ ଅଧିବେଶନଗୁଡ଼ିକରେ ‘ଅଟୋମେସନ୍ ଇନ୍ ସିବିସି ଆଣ୍ଡ କ୍ୱାଲିଟି କଂଟ୍ରୋଲ୍’, ‘ମାଇଲୋମା ୱାର୍କ-ଅପ୍ ଫ୍ରମ୍ ଡାଏଗ୍ନୋସିସ୍ ଟୁ ପ୍ରୋଗ୍ନୋସିସ୍’, ‘ପ୍ଲେଟଲେଟ୍ ଫଙ୍କସନ୍ ଆସେ- ଟେକ୍ନିକ୍ସ ଆଣ୍ଡ ଇନ୍ଟରପି ୍ରଟେସନ୍ସ’ ଏବଂ ‘ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ ଇନ୍ ହେମାଟୋପାଥୋଲୋଜି’ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଚିକିତ୍ସା ବିଜ୍ଞାନକୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ନିୟମିତ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍ନାଲ ଡିନ୍…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ରାଜ୍ୟରେ ନିଜର ଓବିସି ଭୋଟ୍ ବ୍ୟାଙ୍କ ଭାଙ୍ଗିବାର ଆଶଙ୍କା ଥିବାରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହି ଜାତି ମଧ୍ୟରେ ନିଜର ସମର୍ଥକ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରତିରକ୍ଷାତ୍ମକ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି। ଚଳିତ ମାସରେ ହେବାକୁ ଥିବା ଛତିଶଗଡ଼ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ ଦଳ ଜାତିଗତ ଜନଗଣନା ପ୍ରସ୍ତାବକୁ କେବେ ବିରୋଧ କରୁନାହିଁ, ବରଂ ଏହି ପ୍ରସଙ୍ଗରେ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ। ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୃହମନ୍ତ୍ରୀଙ୍କ ଏହି ବୟାନକୁ ଦଳ ପକ୍ଷରୁ ପ୍ରୟାସ ଭାବେ ବିବେଚନା କରାଯାଉଥିବାବେଳେ ଜାତିଗତ ଜନଗଣନା ପାଇଁ ବଢୁଥିବା ଦାବି ଦଳୀୟ…
ଭୁବନେଶ୍ବର: ଶେଷରେ ଗିରଫ ହେଲେ ସିନେ ପ୍ରଯୋଜକ ଟୁଟୁ ନାୟକ ବା ସଂଜୟ ନାୟକ। ଆଜି ଖାରବେଳ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସେ ଜଣେ ସାମ୍ବାଦିକାଙ୍କୁ ମାଡ ମାରିବା ତଥା ଗାଲରେ ଚାପୁଡା ମାରିବା ଅଭିଯୋଗ ହୋଇଥିଲା। ତାହାକୁ ଆଧାର କରି ଆଜି ପୋଲିସ ତାଙ୍କୁ ଗିରଫ କରିଛି। ଗତକାଲି ଏକ ଚଳଚିତ୍ର ପ୍ରିମିୟର ସୋରେ ଟୁଟୁ ନାୟକ ବାହାରେ ଠିଆ ହୋଇଥିବା ସାମ୍ବାଦିକଙ୍କ ପିଠିରେ ଚାପୁଡା ମାରିଥିଲେ। ଏପରିକି ତାଙ୍କର ବୁମ ତଳେ ପଡିଯାଇଥିଲେ ମଧ୍ୟ ତାହାକୁ ସେ ଉଠାଇ ନ ଥିଲେ। ଏହାକୁ ନେଇ ସଂପୃକ୍ତ ସାମ୍ବାଦିକ ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବୀ କରାଯାଇଥିଲା। ମହିଳା ସାମ୍ବାଦିକମାନେ ଡିସିପିଙ୍କୁ ଭେଟି ଟୁଟୁ ନାୟକଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ। ସେହିପରି କଂଗ୍ରେସ ଏବଂ ବିଜେପି ଦଳ ତରଫରୁ ମଧ୍ୟ ଟୁଟୁଙ୍କୁ ଗିରଫ କରିବା ପାଇଁ ଦାବୀ…
ନୂଆଦିଲ୍ଲୀ: ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶର ରାସ୍ତାରେ ଅଧିକ ସତର୍କ ରୁହନ୍ତୁ କାରଣ ପ୍ରତିଦିନର ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ମାରାତ୍ମକ ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ମଧ୍ୟ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମୟ ସବୁଠାରୁ ବିପଜ୍ଜନକ ହେବାରେ ଲାଗିଛି। ୨୦୨୨ରେ ଭାରତରେ ସଡ଼କ ଦୁର୍ଘଟଣାକୁ ନେଇ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରଣାଳୟଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟର ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି। ଏହା ଅନୁଯାୟୀ, ଦେଶରେ ସମୁଦାୟ ସଡ଼କ ଦୁର୍ଘଟଣାର ୩୭ ପ୍ରତିଶତରୁ ଅଧିକ କେବଳ ଏହି ସମୟରେ ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟିଥାଏ। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ନଚେତ୍ ସେହି ସମୟ ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି ସମୟ ନାହିଁ। ଏହି…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ବିଭାଗ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ବିଭାଗ ସହିତ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ ବିଭାଗ ପୂର୍ବ ବର୍ଷର ଅକ୍ଟୋବର ମାସ ତୁଳନାରେ ଏ ବର୍ଷର କାର୍ଯ୍ୟ ପ୍ରଦର୍ଶନ ଭଲ କରିଛନ୍ତି। ପ୍ରତିମାସ ପ୍ରଥମ ସପ୍ତାହରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥାଏ ଏହି ସଚିବ ସ୍ତରୀୟ ବୈଠକ। ଏଥିରେ ଗତ ମାସର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସହିତ ଚଳିତ ମାସର ଯୋଜନା ଉପରେ ଆଲୋଚନା ହୋଇଥାଏ।
ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ କେବଳ ଦୁଇଜଣଙ୍କୁ ନୁହେଁ ବରଂ ଦୁଇ ପରିବାରକୁ ବନ୍ଧନରେ ବାନ୍ଧି ରଖିଥାଏ। ତେଣୁ ବିବାହ ପରେ ଝିଅ କେମିତି ବଞ୍ଚିବ କିମ୍ବା ପୁଅ କେମିତି ବଞ୍ଚିବ ବୋଲି ପ୍ରଶ୍ନ ଉଠାଇବା ଭୁଲ। କାରଣ ଯେଉଁଠି ଅନେକ ସମ୍ପର୍କ ରହିଛି, ସେଠାରେ କେବଳ ଦୁଇଜଣ ବ୍ୟକ୍ତି ଭଲ ରହିବା ଯଥେଷ୍ଟ ନୁହେଁ। ପିଲାଙ୍କ ବିବାହ ପରେ ପିତାମାତାମାନେ ସେମାନଙ୍କ ଆଚରଣ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। କାରଣ ଏହାହିଁ ଭବିଷ୍ୟତରେ ନୂଆ ପରିବାରର ଭବିଷ୍ୟତ ଏବଂ ନୂତନ ସଦସ୍ୟଙ୍କ ସମ୍ପର୍କର ନିର୍ଦ୍ଧାରଣ କରିଥାଏ। କିନ୍ତୁ ସମାଜରେ ଏ ବିଷୟରେ କୌଣସି କଥାବାର୍ତ୍ତା ହୁଏ ନାହିଁ, ଯାହାର ପରିଣାମ କାହାଠାରୁ ଲୁଚି ନ ଥାଏ – ପୁଅଝିଅମାନେ ବିବାହ କରିବାମାତ୍ରେ ପରିବାରଠାରୁ ଅଲଗା ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ ଯଦି ଆପଣ ନିଜ ପୁଅବୋହୂଙ୍କୁ ନିଜଠାରୁ ଦୂରେଇ ରଖିବାକୁ ଚାହୁଁନାହାଁନ୍ତି ତେବେ ନିଜର କିଛି ଅଭ୍ୟାସରେ ସୁଧାର…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର। ଏହିସବୁ ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍ର ୧୮୧ଟି ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ…

