ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା, ବସଟ୍ରକ ମୁହାଁମୁହିଁ, ୨ ମୃତ ୪୦ ଆହାତ, କୁହୁଡି କଲା କାଳ

Published: Jan 2, 2024, 10:56 am IST

କଟକ: ନୂଆବର୍ଷ ସକାଳୁ ସକାଳୁ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା। ଏହା କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି। ଘଟଣାରୁ ଜଣାପଡିଛି ଯେ, ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ବସ୍ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪ ଜଣ ଫଶି ରହିଥିବାରୁ ସେମାନଙ୍କୁ ଗ୍ୟାସ୍ କଟର ଜରିଆରେ ବସକୁ କାଟି ବାହାର କରିଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ କଟକ ମେଡିକାଲକୁ ଅଣାଯାଇଛି।

Related posts