Author: Samikhsya Bureau

ଭୁବନେଶ୍ବର: ଆଜି ଓଡିଶାରୁ ଜଣେ କାଶ୍ମୀରରୁ ଆସିଥିବା ଠକକୁ ଏସଟିଏଫ ଗିରଫ କରିଛି। ତାହାର ନାମ ହେଲା ସୟଦ ଇଶାନ ବୁଖାରୀ। ତାକୁ ଏସଟିଏଫ ଯାଜପୁର ଧର୍ମଶାଳାରୁ ଗିରଫ କରିଛି। ସେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ କହି ଠକୁଥିବା ବେଳେ ଗିରଫ ହୋଇଛି। ଏପରିକି ସେ ଏନଆଇଏ ସହିତ ସଂପର୍କରେ ଅଛି ବୋଲି ଲୋକଙ୍କୁ କହି ଆସୁଥିଲା। ଅଭିଯୁକ୍ତ ଠାରୁ ୧୦୦ରୁ ଅଧିକ କାଗଜପତ୍ର ଜବତ କରାଯାଇଛି। ବହୁ ଲୋକଙ୍କୁ ସେ ଡାକ୍ତର ପରିଚୟ ଦେଉଥିଲା। ଅଭିଯୁକ୍ତ ବୁଖାରୀ ୬/୭ ଜଣ ଯୁବତୀଙ୍କୁ ବିବାହ କରିଥିବାର ମଧ୍ୟ ସୂଚନା ମିଳିଛି। କାଶ୍ମୀର, ୟୁପି, ମହାରାଷ୍ଟ୍ର ଓ ଓଡ଼ିଶାର ଯୁବତୀଙ୍କୁ ସେ ବିବାହ କରିଛି। ବିଭିନ୍ନ ୱେବସାଇଟ ଓ ଆପରେ ମଧ୍ୟ ସେ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା। କେରଳର କିଛି ସନ୍ଦିଗ୍ଧ ଓ ପାକିସ୍ତାନୀଙ୍କ ସହ ବି ସେ ଯୋଗାଯୋଗରେ ଅଛି। ଠକେଇ ମାମଲାରେ ବୁଖାରୀ କାଶ୍ମୀର ପୁଲିସର ୱାଣ୍ଟେଡ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମଆଇ) ପକ୍ଷରୁ ଇଜିଏଡିଇ ବିଜନେସ ସ୍କୁଲ ମେକ୍ସିକୋର ମିଳିତ ସହଯୋଗରେ ଡିସେମ୍ବର   ୧୫-୧୬ ଦୁଇଦିନ ଧରି ‘ଗ୍ଲୋବାଲ ବିଜନେସ ଏନଭାର୍ନମେଂଟ’ ସମ୍ପର୍କିତ ୯ତମ ଅନ୍ତର୍ଜାତୀୟ ସମ୍ମିଳନୀଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀର ଶୀର୍ଷକ “କର୍ପୋରେଟ ଡେମୋକ୍ରାସି, ଓପନ ଇନୋଭେଶନ ଆଣ୍ଡ ଗ୍ରୋଥ ଇନ ଡେଭଲପିଙ୍ଗ୍ ଇକୋନୋମିସ୍‌ ଥିଲା। ପ୍ରଫେସର ରମେଶ ବେହଲ, ନିର୍ଦ୍ଦେଶକ, ଆଇଏମଆଇ, ଭୁବନେଶ୍ୱର; ପ୍ରଫେସର ରାଜାଗୋପାଲ, ପ୍ରଫେସର ତଥା ନ୍ୟାଶନାଲ ରିସର୍ଚ୍ଚର, ଇଜିଏଡିଇ ବିଜନେସ ସ୍କୁଲ, ମେକ୍ସିକୋ; ପ୍ରଫେସର ରଣଜିତ ରୟ ଘାଟକ, ଆସୋସିଏଟ ପ୍ରଫେସର, ଆଇଏମଆଇ, ଭୁବନେଶ୍ୱର ଏବଂ ପ୍ରଫେସର ସୌରଭ ଶର୍ମା, ପ୍ରଫେସର, ଆଇଏମଆଇ, ଭୁବନେଶ୍ୱର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଫେସର ରମେଶ ବେହଲ ଏହି ସମ୍ମିଳନୀ ପାଇଁ ଲକ୍ଷ୍ୟ ସ୍ଥିର କରିବା ସହ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ୧୨୦ ରୁ ଅଧିକ ସବମିସନ ଗ୍ରହଣ କରାଯାଇଛି ଏବଂ ଭାରତ ତଥା ବିଶ୍ୱର ୨୦୦ ରୁ ଅଧିକ…

Read More

ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟର ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ଫଳରେ ସଂଧ୍ୟା ହେଲେ ଚଳପ୍ରଚଳ କରିବା କଷ୍ଟ ସାଧ୍ୟ ହୋଇପଡିଛି। ଗ୍ରାମାଞ୍ଚଳରେ ସଂଧ୍ୟା ପରେ ପରେ ତାଟିକବାଟ ବନ୍ଦ ହୋଇଯାଇଛି। ସାରା ଓଡିଶାରେ ବର୍ତ୍ତମାନ ଶୀତର ଲହରୀ ଚାଲିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ରାତିରେ ୧୧ ଟି ସହରର ତାପମାତ୍ର ୧୦ ଡିଗ୍ରୀକୁ ହ୍ରାସ ପାଇଛି। ସେଥିମଧ୍ୟରୁ ୬ ଟି ସହରର ତାପମାତ୍ର ୯ ଡିଗ୍ରୀକୁ ଖସିଛି। ଗତକାଲି ରାତିରେ ସୁନ୍ଦରଗଡର କିରେଇରେ ତାପମାତ୍ର ସବୁଠାରୁ ସର୍ବନିମ୍ନ ଥିଲା। କିରେଇରେ ଗତକାଲି ୮. ୩ ଡିଗ୍ରୀକୁ ତାପମାତ୍ର ଖସିଥିଲା।

Read More

ଭୁବନେଶ୍ବର: ଚଳିତ ବର୍ଷର ଶୀତ ଋତୁରେ କଟକ ଭୁବନେଶ୍ବର ସହରର ପାରଦ ୧୩ ଡ଼ିଗ୍ରୀକୁ ଖସିଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଭୁବନେଶ୍ୱରର ତାପମାତ୍ରା ୧୩.୨ ଡ଼ିଗ୍ରୀ ଥିବା ବେଳେ କଟକରେ ୧୩.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଗତକାଲି ରାତିରେ ଦୁଇ ସହରର ତାପମାତ୍ର ବେଶ ହ୍ରାସ ପାଇଥିବାର ଅନୁଭବ କରାଯାଇଥିଲା। କାରଣ ରାତି ଆରମ୍ଭ ହେବା ମାତ୍ରେ ବେଶ ଶୀତ ଅନୁଭବ କରାଯାଉଥିଲା। ଫଳରେ ଗତକାଲି ରାତିରେ ଅନେକ ଦୋକାନ ବଜାର ବହୁପୂର୍ବରୁ ବନ୍ଦ କରିଦେଇଥିଲେ। ତେବେ ଏହି ତାପମାତ୍ରା ଆଗକୁ ଆହୁରି ହ୍ରାସ ପାଇବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର…

Read More

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।

Read More

ଭୁବନେଶ୍ୱର: ମୋର କୌଣସି ପଦପଦବୀ ଆଶା ନାହିଁ, ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ ହେବେ। ଆଉ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ବୋଲି କହିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସର୍ବଭାରତୀୟ ପ୍ରଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ ଯୋଗଦାନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସମ୍ମୁଖରେ ରଖିଛନ୍ତି ‘୫-ଟି’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ। ସେ କହିଛନ୍ତି ଯେ ମୁଁ ଦୁଇଟି ଆଶୀର୍ବାଦ ପାଇଛି। ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି…

Read More

ଭୁବନେଶ୍ବର: ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଶଙ୍ଖ ଭବନରେ ବିଜେଡି ନେତାଙ୍କୁ ସମ୍ବୋଧନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସେ ଏହି ସମ୍ବୋଧନ କରିଛନ୍ତି। ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ସେ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ତେବେ ସମ୍ବୋଧନ କରିବା ଅବସରରେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ସେ ୨୦୨୪ ନିର୍ବାଚନରେ ଲଢେଇ କରିବେ ନାହିଁ। ସେ ଦଳରେ ଜଣେ କର୍ମି ଭାବେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଶାସନ ଗାଦିରେ ବସାଇବା ପାଇଁ ସମସ୍ତ ଚେଷ୍ଠା କରିବେ ବୋଲି କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ସେ ଦଳରେ ଜଣେ କର୍ମି ଭାବେ ରହିବେ ନା ଦଳର କିଛି ପଦପଦବୀ ନେବେ। ଏହି…

Read More

ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ” ଆଜି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ବର୍ତ୍ତମାନ ରାଜ୍ୟପାଳ ବିଶ୍ବଭୂଷଣ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ କରାଇବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଶପଥପାଠ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କାରଣ ସେହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଗତକାଲି ମଧ୍ୟ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ।

Read More

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି। ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫଫ୍‌ ଡିଜାୟାର-ସିଡାନ୍‌ ଏବଂ ୨ଟି ଟେମ୍ପୋ ଟ୍ରାଭେଲର ସାମିଲ ରହିଛି। ଏଥି ସହ ଦୁଇଟି ଭଲ୍‌ବୋ ବସ୍‌ ଏବଂ ଲକଜରୀ କୋଚ୍‌ ଥିବା ୨ଟି ଅନ୍ୟାନ୍ୟ ଗାଡ଼ି ମଧ୍ୟ ଆଗାମୀ ମାସରେ ସାମିଲ କରାଯିବାର ଯୋଜନା ରହିଛି। ଏଥିରେ ଅତ୍ୟାଧୁନିକ ଓ ପରିବେଶ ଅନୁକୂଳ ସୁବିଧା ଉପଲବ୍ଧ ରହିଛି। ଏହା ଦ୍ୱାରା ନିରନ୍ତର ପର୍ଯ୍ୟଟନ ସୁବିଧା ଉପଲବ୍ଧ ହୋଇପାରିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ବୈଭବକୁ ଉପଭୋଗ କରିପାରିବେ। ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ, ଜେନେରାଲ୍‌ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ଏବଂ ବରିଷ୍ଠ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକାମ୍ର ନିର୍ବାଚନମଣ୍ଡଳୀର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। ପ୍ରକଳ୍ପ ଗୁଡିକ ମଧ୍ୟରେ ୭୭.୭୪ କୋଟି ଟଙ୍କା ବ୍ୟୟରେ ଧଉଳି ଓ ଟିକରପଡା ଠାରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୨୨ କୋଟି ଟଙ୍କା ବ୍ୟୟରେ ଲିଙ୍ଗିପୁର, ଇଟିପୁର ଓ ଟିକରପଡା ଗ୍ରାମପଞ୍ଚାୟତର ଦୟା ଡାହାଣ ପାର୍ଶ୍ବ ନଦୀବନ୍ଧରେ ଦୁଇ ଥାକିଆ ରାସ୍ତା ନିର୍ମାଣ ପ୍ରକଳ୍ପ ରହିଛି। ସେହିପରି ୪୨.୫୫ କୋଟି ଟଙ୍କା ବ୍ୟୟରେ ବାସୁଆଘାଇର କାମେନା ଠାରେ ୬ଟି ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ କୋଟି ଟଙ୍କା ବ୍ୟୟରେ ଇଟିପୁର ଗ୍ରାମପଞ୍ଚାୟତରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ନିର୍ମାଣ ପ୍ରକଳ୍ପ ରହିଛି। ଏସବୁ ପ୍ରକଳ୍ପ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ଶଙ୍ଖ ଭବନରେ ବସିଥିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ତେବେ ଏହି ବୈଠକରେ ସେ ନେତାମାନଙ୍କୁ ଯାହା କହିଥିଲେ ତାହା ହେଲା ଆଜି ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି। ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ। ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ। ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ। ଆମ ଦଳ ମହିଳା ସଶକ୍ତିକରଣରେ ବିଶ୍ବାସ କରେ। ସବୁବେଳେ ଆମେ ମା ମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇ ଆସିଛୁ।…

Read More

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କୁ ଏକ ମାଷ୍ଟରଷ୍ଟ୍ରୋକ ଦେଇଛନ୍ତି ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢେଇ କରୁ ନାହିଁ। ଏ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଲେ ଯେ, ଭି କେ ପାଣ୍ଡିଆନ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି। ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ। ସେ ପୁଣି କହିଛନ୍ତି ଯେ,…

Read More

ନୂଆଦିଲ୍ଲୀ: ଭାରତର ସାମ୍ବାଧାନିକ ପଦବୀର ଶୀର୍ଷ ସ୍ଥାନରେ ବସିଥିବା ଦୁଇ ଓଡିଆ ଗତକାଲି ଭେଟାଭେଟି ହୋଇଛନ୍ତି। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, Shri Biswa Bhusan Harichandan, Governor of Chhattisgarh, called on President Droupadi Murmu at Rashtrapati Bhavan. ନିକଟରେ ଛତିଶଗଡରେ ନୂଆ ସରକାର ଗଠନ ହୋଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେବ ସାଏଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଛତିଶଗଡରେ ନୂଆ ସରକାର ଗଠନ ହେବା ପରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ର ଫଟୋ ସମ୍ବଳିତ ଏକ ଆଲ୍‌ବମ୍‌ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଲିଲିୟନ୍‌ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲରେ ରାଜ୍ୟର କଳାକାର, ବୁଣାକାର, ଶିଳ୍ପୀ ଏବଂ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ ହୋଇଥିଲା। ମେଳାରେ ରାଜ୍ୟର ପ୍ରଗତିର ଚିତ୍ର ସହ ନାରୀ ସଶକ୍ତିକରଣର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରଦର୍ଶନ, ଅତିଥି ପରିଚର୍ଯ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ରାଜ୍ୟ ଦିବସ ସମାବେଶ ଓ ଅନ୍ୟାନ୍ୟ ଘଟଣାବଳୀ ସମ୍ବଳିତ…

Read More

ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନରୁ ୩ଟିରେ ବିଜେପି ବିଜୟ ଲାଭ କରି ମନୋବଳ ବୃଦ୍ଧି କରିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଦେଶରୁ ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ ପୂର୍ବ ଥରର ରେକର୍ଡ ଭାଙ୍ଗିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଏହିକ୍ରମରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି୧୫ଟି ଲୋକସଭା ଆସନ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଏଥିସହିତ ୪୫ ପ୍ରତିଶତ ଭୋଟ ହାସଲ କରିବ ବୋଲି ବିଜେପି ଲକ୍ଷ୍ୟ ଧାର୍ଯ୍ୟ କରିଛି । ଓଡ଼ିଶାରୁ କେଉଁ ୧୫ଟି ଲୋକସଭା ଆସନ ଉପରେ ବିଜେପି ଲକ୍ଷ୍ୟ ରଖିଛି ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଗତ ୨୦୧୯ର ନିର୍ବାଚନକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ରାଜ୍ୟର ୨୧ଟି ଲୋକସଭା ଆସନରୁ ୮ଟିରେ ବିଜୟୀ ହୋଇଥିଲା ଏବଂ ୧୧ଟିରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨୦୧୯ ନିର୍ବାଚନରେ ବିଜେପି…

Read More

ଭୁବନେଶ୍ୱର: ‘ଆନ୍ତର୍ଜାତିକ ଜଳ ପରିଚାଳନା ପ୍ରତିଷ୍ଠାନ’ ଏବଂ ‘ଶକ୍ତି, ପରିବେଶ ଓ ଜଳ ପରିଷଦ’ ଆନୁକୂଲ୍ୟରେ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ‘ଖାଦ୍ୟ, ଜମି ଓ ଜଳ ପ୍ରଣାଳୀରେ ନୀତି ସମନ୍ୱୟ : ଓଡ଼ିଶା ପରିପ୍ରେକ୍ଷୀରେ ଅଧ୍ୟୟନ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ସମର୍ଥିତ ଖାଦ୍ୟ, ଭୂମି ଏବଂ ଜଳ ପ୍ରକଳ୍ପର ନୀତି ଓ ରଣନୀତି ପ୍ରସ୍ତୁତ ଦିଗରେ ସିଜିଆଇଏଆର୍‌ ପ୍ରୟାସର ଏକ ଅଂଶ ବିଶେଷ। ରାଜ୍ୟସ୍ତରରେ ଖାଦ୍ୟ, ଜମି ଏବଂ ଜଳ ପ୍ରଣାଳୀର ପ୍ରମୁଖ ନୀତି ଗୁଡ଼ିକୁ ଚିହ୍ନଟ କରି ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ। ରାଜ୍ୟର ଚାରିଟି ଗୁରୁତ୍ୱପୂର୍ଣ୍ଣ ନୀତିକୁ ଏହାର ଅଂଶଭାବରେ ଚିହ୍ନଟ କରାଯାଇଛି। ଜୀବିକା ଓ ଆୟବୃଦ୍ଧି ନିମନ୍ତେ କୃଷକ ସହାୟତା ‘କାଳିଆ’ ଯୋଜନା, ଓଡ଼ିଶା ମିଲ୍ଲେଟ୍ସ ମିଶନ, କେନାଲ ଲାଇନିଙ୍ଗ୍‌ ଓ…

Read More

ଭୁବନେଶ୍ବର: ପଣ୍ଡିତ ନୀଳମଣି ବିଦ୍ୟାରନି ଏକାଧାରରେ ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତି୍ୟକ ଏବଂ ସମ୍ପାଦକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଥିଲେ ପୃଷ୍ଠପୋଷକ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମ ତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ସ୍ମୃତି ସଂସଦ(ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତନୀଳମଣି ବିଦ୍ୟାରନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରାକ୍ତନ ବିଧାୟକ ତଥା ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦର ସଭାପତି ଶ୍ରୀ ପ୍ରଭାତ କୁମାର ତି୍ରପାଠୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖି…

Read More

ଭୁବନେଶ୍ବର: କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ୨୦୨୪ ନିର୍ବାଚନ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ର କିଛି ତଥ୍ୟ ଅଧାରରେ କହିଲେ ନା କର୍ମିମାନେ ଖୁସି ହେବା ପାଇଁ କହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି। ଧର୍ମେନ୍ଦ୍ର ସାକ୍ଷାତ ଦେବା ବେଳେ ଓଡିଶା ରାଜନୀତି ସଂପର୍କରେ କହିଥିଲେ। ସେଥିରେ ସେ କହିଥିଲେ ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓଡିଶାରୁ ୨୧ ଟି ଆସନରୁ ୧୫ଟି ଆସନରେ ବିଜୟଲାଭ କରିବ। ସେ ପୁଣି କହିଛନ୍ତି ଯେ, ଗତ ୨୦୧୪ରେ ଲୋକସଭାରେ ୨୨ ପ୍ରତିଶତ ପାଇଥିଲୁ, ୧୯ରେ ବଢି ଏହା ୩୮ ପ୍ରତିଶତ ହେଲା। ସେହି ଅନୁସାରେ ୨୦୨୪ ରେ ବିଜେପି ୪୫ ପ୍ରତିଶତରୁ ଅଧିକ ଭୋଟ ପାଇବ। ସେହି ହିସାବରେ…

Read More

ଭୁବନେଶ୍ୱର: ଆଜି ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିଭାସ ଦିଲ୍ଳୀସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବରେ ରଂଜିତ ପାତ୍ରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଜୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ନେତୃତ୍ୱ ଓ ଆଦର୍ଶକୁ ଆଧାର କରି ନିଷ୍ଠାର ସହ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ ଶ୍ରୀନିଭାସ ଶ୍ରୀ ପାତ୍ରଙ୍କୁ ନିଯୁକ୍ତି ପତ୍ରରେ କହିଛନ୍ତି । ଶ୍ରୀ ପାତ୍ର ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ…

Read More

ଭୁବନେଶ୍ୱର:  ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେଡି ନେତା ସତ୍ୟବାଦୀ ନାୟକ, ମାଧବାନନ୍ଦ ବେହେରା, ମୁରଲୀଧର ବେହେରା, ଗଣେଶ୍ୱର ସାହୁ, ବାବା ବେହେରା, ସତ୍ୟାନନ୍ଦ ବେହେରା, ବିଜୟ ବେହେରା, ଭାଗବତ ଜେନାମଣି ପ୍ରମୁଖ ଅନେକ ନେତୃବୃନ୍ଦ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ସୁସଂଗଠକ ଶ୍ରୀ ହିମାଂଶୁ ଶେଖର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି…

Read More