ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସହରାଞ୍ଚଳ ରୂପାନ୍ତରଣ ସଂପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ହୋଟେଲ ଭିଭାନ୍ତା, ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଜାନୁଆରୀ ୧୮ ରୁ ୨୦ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ସମ୍ମିଳନୀରେ ୧୧ଟି ଦେଶ ଏବଂ ଭାରତର ୨୦ଟି ରାଜ୍ୟର ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସହରାଂଚଳ ରୂପାନ୍ତରଣ ସମ୍ପର୍କିତ ଏହା ହେଉଛି ଓଡିଶାରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସମୃଦ୍ଧ ଐତିହ୍ୟରେ ଭରପୂର ଓ ସୁନ୍ଦର ସୁନ୍ଦର ମନ୍ଦିର ଥିବା ଓଡିଶାକୁ ସ୍ୱାଗତ କରି କହିଥିଲେ ଯେ, ଏବେ ସମାଜର ସବୁ ବର୍ଗଙ୍କ ସୁବିଧା ସୁଯୋଗ ପାଇଁ ମାର୍ଗ ସୃଷ୍ଟି କରିବା…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ସେବା ଯୋଜନା ଅଧିନରେ ଏହି ବସ୍ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଏହି ଯୋଜନାରେ ଚଳାଚଳ କରିବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା-…
ଭୁବନେଶ୍ବର: ଆସନ୍ତା ଜାୟନୁୟାରୀ ୨୨ ତାରିଖରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ୟ୍ୟାଳୟ ଅଧାଦିନ ଛୁଟି ରହିବ। ଏହି ଘୋଷଣା ଆଜି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେହିଦିନ ଅଯୋଧ୍ୟାରେ ରାମଲାଲ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ତାହାକୁ ଘରେ ବସି ଟିଭିରେ ଦେଖିବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ପ୍ରଥମେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଦେଶରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ ଅଧାଦିନ ଛୁଟି ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ ବୋଲି କୁହାଗଲା। ଏହି ବିଜ୍ଞପ୍ତି ଅନୁସାରେ ସରକାରୀ ଅଧିକାରୀମାନେ ସେହିଦିନ ୨.୩୦ ରେ ଅଫିସ କାର୍ଯ୍ୟରେ ଯୋଗ ଦେବେ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(SICA)ର ୧୧ତମ ପ୍ରତିଷ୍ଠା ଦିବସରେ ଖଣ୍ଡଗିରିଠାରେ ନବନିର୍ମିତ ଅଫିସ ଗୃହ ତଥା କନଫରେନ୍ସ ଗୃହ ଉଦ୍ଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ଖାଉଟି ବ୍ୟାପାର ଏବଂ ଅତିରିକ୍ତ ଶାସନ ସଚିବ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଶ୍ରୀ ଜ୍ୟୋତି କୁମାର ଲାକ୍ରା, ପରାମର୍ଶଦାତା ପ୍ରଫେସର ଶ୍ରୀ ବିଜନ କୁମାର ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପଭୋକ୍ତାମାନଙ୍କ ସଚେତନତା ଓ ବିଭିନ୍ନ ସାମଗ୍ରୀ କ୍ରୟ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (SICA)ର ପ୍ରତିଷ୍ଠା ୨୦୦୭ ମସିହାରେ ଗ୍ରାହକ ସୁରକ୍ଷା ଅଧିନିୟମ ୧୯୮୬ ଅନ୍ତର୍ଗତ ହୋଇଥିଲା। ଓଡ଼ିଶା ଏକ ମାତ୍ର ରାଜ୍ୟ ଭାବେ ଗ୍ରାହକମାନଙ୍କ ସଚେତନତା ନିମନ୍ତେ ଏହି ସଂସ୍ଥା ଆରମ୍ଭ କରିଛନ୍ତି ଏବଂ ଏହାକୁ…
ଭୁବନେଶ୍ବର: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଦୀର୍ଘ ୪ ବର୍ଷର ପରିଶ୍ରମ ପରେ ଶେଷରେ ପୂର୍ଣ୍ଣ ରୂପରେଖ ନେଲା ଏହି ପ୍ରକଳ୍ପ। ଯେଉଁଥିରେ ପ୍ରାୟ ଆଠଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ଯେଉଁମାନେ ପୁରୀ ଯାଇଥିବେ ଏବଂ ଯଦି ବର୍ତ୍ତମାନ ଯିବେ, ତେବେ ଦେଖିବେ କଣ ରହିଛି ପାର୍ଥକ୍ୟ। କଣ ମିଳୁଛି ଅନୁଭବ। ତେବେ ଏହା ପଛରେ ବା ଏହାର ପରିକଳ୍ପନା କରିବାରେ ମୁଖ୍ୟତଃ ତିନି ଜଣଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ସେମାନଙ୍କର ସହଯୋଗ ବା ମନବୋଳ ନ ଥିଲେ ଏତେ ବଡ ପ୍ରକଳ୍ପ ପରିକଳ୍ପନା କରିବା ବା ସମ୍ଭବ କରାଇବା ସହଜ ହୋଇ ନ ଥାଆନ୍ତା। ସେହି ତିନିଜଣ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଦିବ୍ୟସିଂହ ଦେବ ଏବଂ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ନବୀନ ପଟ୍ଟନାୟକ ଏହି ବୃହତ ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି…
ପୁରୀ: ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହୋଇଛି। ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏହି ପ୍ରକଳ୍ପକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ, 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀସେତୁ ଦେଇ ପୁରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଶ୍ରୀଦାଣ୍ଡ ଦେଇ ବ୍ୟାଟିର ଗାଡିରେ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ମନ୍ଦିର ନିକଟକୁ ନିଆଯାଇଥିଲା। ସେଠାରେ ମନ୍ତ୍ରପାଠ ସହିତ ଉଦଘାଟିତ ହୋଇଥିଲା ପରିକ୍ରମା ପ୍ରକଳ୍ପ। ଏହାପରେ ସେଠାରେ ଚାଲିଥିଲା ପୂଜାପାଠ। ଏହାପରେ ମୁଖ୍ୟମନ୍ତ୍ରୀ ତିନିଦିନ ଧରି ଚାଲିଥିବା ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଥିଲେ। ସେଠାରେ ଗଜପତି ମହାରାଜ ମନ୍ତ୍ରପାଠରେ ଯଜ୍ଞରେ ପୁର୍ଣ୍ଣାହୁତି ପ୍ରଦାନ କରି ସମାପନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ, ନବୀନ ଓଡିଶା ଅଧ୍ୟକ୍ଷ ଏବଂ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଜ୍ଞ…
ଭୁବନେଶ୍ବର: ବୃହତ୍ ଉଠା ଜଳସେଚନ(ମେଗା ଲିଫ୍ଟ) ପ୍ରକଳ୍ପମାନଙ୍କରେ ପାଣି ପଞ୍ଚାୟତ ଗଠନ ପାଇଁ ୨୦୨୩ ରେ ପାଣି ପଞ୍ଚାୟତ ଅଧିନିୟମର ସଂଶୋଧନ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଯନ୍ତ୍ରୀମାନଙ୍କ ପାଇଁ ପାଣି ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟାବଳୀ ସଂପର୍କରେ ଦକ୍ଷତା ବିକାଶ ନିମନ୍ତେ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଓ୍ୱାଲମୀ,ଓଡିଶା ନିର୍ଦ୍ଦେଶକ ଇଂ ବିଜୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେଓ୍ୱାଲମୀ, ପ୍ରତାପନଗରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମେଗା ଲିଫ୍ଟ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ନାୟକ, ଉତ୍ତରାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସନାତନ ସାହୁ, ଦକ୍ଷିଣାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଭିକାରୀ ଚରଣ ବେହେରାଙ୍କ ସମେତ ନିର୍ବାହୀ ଯନ୍ତ୍ରୀ, ସହାୟକ ତଥା କନିଷ୍ଠ ଯନ୍ତ୍ରୀମାନେ ଯୋଗଦାନ କରିଥିଲେ। ଓ୍ୱାଲମୀ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର, ଏହି କର୍ମଶାଳାକୁ ଉଦ୍ଘାଟନ କରିବା ସହିତ ପରିଚାଳନା…
ଭୁବନେଶ୍ବର: ଜଳ ପରିଚାଳନାରେ ଉପଯୁକ୍ତ ତଦାରଖ , ଭାଗିଦାରୀ ଜଳସେଚନ ଓ ତୃଣମୂଳ ସ୍ତରରେ ଗୁଣାତ୍ମକଜଳ ପରିଚାଳନା ଏବଂ ସମାନତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପାଣି ପଞ୍ଚାୟତର ଗୁରୁତ୍ୱକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଜାନୁଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟରେ ଥିବା ୧୧୭ଟି ଜଳସେଚନ ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି। ଆଜି ଆରମ୍ଭ ହୋଇଥିବାଡିଭିଜନସ୍ତରୀୟ ପାଣିପଂଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ଜିଲ୍ଲାରେ ଏବଂ ଡିଭିଜନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ କୃଷକ ପ୍ରତିନିଧି, ପାଣି ପଂଚାୟତ ସଦସ୍ୟ, ସଦସ୍ୟା, ମାନ୍ୟଗଣ୍ୟ ବ୍ୟକ୍ତି, କୃଷି ଉତ୍ପାଦକ ସଂଘର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ରହି ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଡିଭିଜନସ୍ତରରେ ଆୟୋଜିତ …
ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୨୪ ସୋମବାର ଉଦଯାପିତ ହୋଇଯାଇଛି। ସନ୍ଧ୍ୟାରେ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶିସିର ସରସ ମେଳା ସାଂସ୍କୃତିକ ମଞ୍ଚରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ୱ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏବଂ ଓରମାସର ନିର୍ଦ୍ଦେଶକ ତଥା ସି.ଇ.ଓ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ। ମହିଳା ସଶକ୍ତିକରଣ ଦିଗରେ ଶିଶିର ସରସ ଭଳି ଜାତୀୟସ୍ତରୀୟ ମେଳା ଗ୍ରାମୀଣ ମହିଳା କାରିଗରମାନଙ୍କ ପାଇଁ ଏକ ଭଲ ମାଧ୍ୟମ ବୋଲି ଅତିଥି ମାନେ ତାଙ୍କ ଅଭିଭାଷଣରେ କହିଥିଲେ। ଏହା ସେମାନଙ୍କ ଆର୍ଥିକ ଏବଂ…
ଭୁବନେଶ୍ବର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ମନ୍ଦିର ପ୍ରଶାସନ ତରଫରୁ ଆଜି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା ଅପରାହ୍ନ ୧ଟା ୧୫ରୁ ୧ଟା ୩୦- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ। ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ। ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ…
ଭୁବନେଶ୍ୱର: ବିଜୁଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜବାବ ଦେଇଛନ୍ତି। ଟୁଇଟ୍ କରି ପ୍ରଣବ ସିଧା ଧର୍ମେନ୍ଦ୍ରଙ୍କୁ ନିଶାଣ କରିବା ସହିତ ତାଙ୍କ ଅପାରଗତା ନେଇ ଆଇନା ବି ଦେଖାଇଛନ୍ତି। ପ୍ରଣବ ସିଧା କହିଛନ୍ତି ଯେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡି ଯାଉଛନ୍ତି। ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗି ଯିବା ସହିତ ତାଙ୍କ ରକ୍ତଚାପ ବଢି ଯାଉଛି। ତେଣୁ ଚିଡିଚିଡା ହୋଇ ବଢୁଥିବା ରକ୍ତଚାପକୁ କମାଇବା ପାଇଁ ପୂର୍ବଭଳି ନିୟମିତ ଯୋଗ କରିବାକୁ ବବି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଟୁଇଟ୍ କରି ପ୍ରଣବ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜମାଟି ପାଇଁ ଗୋଟେ ନୂଆ ବିଶ୍ୱବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡୋଶୀ ଢେଙ୍କାନାଳ ଓ…
ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ବର୍ତ୍ତମାନ ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ। ଏଥିସହିତ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କାର୍ଯ୍ୟ ହୋଇଛି। ଆସନ୍ତାକାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ। ମନ୍ଦିର ପ୍ରଶାସନ ତରଫରୁ ଆସନ୍ତାକାଲି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା ଅପରାହ୍ନ ୧ଟା ୧୫ରୁ ୧ଟା ୩୦- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ। ଅପରାହ୍ନ…
ଭୁବନେଶ୍ବର: ଲକ୍ଷ୍ମୀ ବସ ପରି ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ରାଜ୍ୟରେ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ। ଏକ ଲକଜୁରୀ ବସରେ ବସି ଭକ୍ତମାନେ ନିଜ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର ଦେଇ ପୁରୀ ଯିବେ। ଏହି ଭିନ୍ନ ବସ ସେବାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖରେ କରିବେ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଅନ୍ୟ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ…
ଭୁବନେଶ୍ବର: ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡର ପଂଜୀକରଣ ସମୟ ସୀମା ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହା ଆଜି ଅର୍ଥାତ 16 ତାରିଖ ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ଅନେକ ଏହା ପୂରଣ କରିବାରେ ସମର୍ଥ ହୋଇ ନ ଥିବାରୁ ସରକାର ଏହାର ସମୟସୀମା ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହାର ସମୟ ବୃଦ୍ଧି କରାଯାଇଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନା। ଯେଉଁଥିରେ ଗ୍ରାମାଞ୍ଚଳ ଲୋକେ ବିଏସକେୱାଇରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି। ଏହି ଯୋଜନା ପାଇଁ ଯିଏ ଉପଯୁକ୍ତ ସେମାନେ www.bskynabin.odisha.gov.in ରେ…
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓ ଏୟାର ଫାଇବର ସେବା ସମ୍ପ୍ରସାରଣ କରାଯାଇଛି। ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓ ଏୟାର ଫାଇବର ସେବା ଆଜିକାର ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି। ଜିଓ ଏୟାର ଫାଇବର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡ୍ ସୁବିଧା ସେମାନଙ୍କ ପରିସରକୁ ଅପ୍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାର ଫାଇବର…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ଚିଲିକା ଅଧିଷ୍ଠାତ୍ରୀ ମା କାଳିଜାଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।ମସ୍ୟଜୀବିଙ୍କ ଆରାଧ୍ୟ ଠାକୁରାଣୀ ମା କାଳିଜାଇଙ୍କ ପୀଠରେ ହଜାର ହଜାର ମତ୍ସ୍ୟଜୀବୀ ସମେତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ବାଲୁଗାଁ ଜେଟି ଏବଂ ବଡ଼କୁଳ ପାନ୍ଥନିବାସ ଠାରୁ ବିଭିନ୍ନ ମୋଟର ବୋଟ ଆସୋସିଏସନ,ସରକାରୀ ଲଞ୍ଚ ଓ ଓଟିଡିସି ବୋଟ ସାହାର୍ଯ୍ୟରେ ପୀଠକୁ ନୌଯାତ୍ରା କରିଥିଲେ। ଧୀବରମାନଙ୍କ ମକର ମେଳା ପର୍ବଟି ସବୁଠାରୁ ବଡ଼ ପର୍ବ ହୋଇଥିବା ବେଳେ ଚିଲିକା ତଟବର୍ତୀ ବାଲୁଗାଁ, ଚନ୍ଦ୍ରାପୁଟ, ବଡ଼କୁଳ, ନଈରୀ, ବଉଳାବନ୍ଧ, ସୋରଣ, ମାନସିଂହପୁର ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ମା କାଳିଯାଇ ଠାକୁରାଣୀଙ୍କ ଦର୍ଶନ କରି ଆଗାମୀ ବର୍ଷର ବେଉସା ଉର୍ଣ୍ଣତମାନର ତଥା ଭଲମନ୍ଦରେ ସାହା ଭରସା ହେବାପାଇଁ ମାଙ୍କୁ ପ୍ରାର୍ଥନା କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ବିଭିନ୍ନ…
ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଫିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପୋଲିସ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏହି ପବିତ୍ର ଦିବସରେ ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଏକ ନିବେଦନ କରିଛନ୍ତି। ପ୍ରକଳ୍ପ ଉଦଘାଟନ ଦିନ ସମସ୍ତେ ନିଜ ନିଜ ଘରେ ଦୀପ ଜାଳି, ଶଙ୍ଖ ବଜାଇ ଗ୍ରାମରେ ସଂକୀର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୭ ତାରିଖରେ ପ୍ରଭୃଙ୍କ ଇଚ୍ଛାରେ ପ୍ରକଳ୍ପ ଉଦଘାଟନ ହେଉଛି। ସମସ୍ତେ ତାହା ଦେଖିବା ସୁଯୋଗ ହୁଏତ ପାଇପାରିବେ ନାହିଁ। ହେଲେ ସେହିଦିନ ସମସ୍ତେ ଭକ୍ତିପୂତଚିତରେ ଠାକୁରଙ୍କୁ ଧ୍ୟାନ କରିନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବିଶ୍ବବାସୀଙ୍କ ଠାକୁର। ତାଙ୍କର ବହୁ ଭକ୍ତ ଦେଶ ଓ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ। ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ। ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଦେଶରେ…
ଭୁବନେଶ୍ବର: ମହିଳାଙ୍କ ବିନା କୌଣସି ରାଷ୍ଟ୍ରର ପ୍ରଗତିର କଳ୍ପନା କରିହେବ ନାହିଁ । ଭାରତର ତଥା ରାଜ୍ୟର ବିକାଶରେ ମାତୃଶକ୍ତିର ଯେଉଁ ଯୋଗଦାନ ରହିଛି, ଦୁନିଆରେ ତା’ର ତୁଳନା ନାହିଁ । କୃଷି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇପାଦ ଆଗକୁ ଯାଇ କାମ କରୁଛନ୍ତି । କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଆଦି ସବୁଥିରେ ମହିଳାମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିପାଦନ କରିଛନ୍ତି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ଗତକାଲି କୃଷି ଓଡ଼ିଶା-୨୦୨୪ର ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କୃଷି ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି କରି ରାଜ୍ୟର ଶସ୍ୟ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ କୃଷକମାନଙ୍କୁ ଅଧିକ ପରିମାଣର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ସୁବିଧାସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା କୃଷିକୁ ଏକ ନୂତନ ଶିଖରରେ…
ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି। ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ…
ଭୁବନେଶ୍ବର: ଆଧୁନିକ ଓଡିଆ ଗଳ୍ପର ଜନକ ତଥା ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର କାଳଜୟୀ ଲେଖା ପାଇଁ ଓଡିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରି ଫକୀରମୋହନ, ପରବର୍ତ୍ତୀ ସମୟରେ ଓଡିଆ ଭାଷାର ସୁରକ୍ଷା, ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ସେ ସଂପର୍କରେ ଏକ ଅବତାରଣା ଉପନ୍ୟାସ ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ…

