ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ଫେସବୁକରେ ଶାସକ ବିଜୁ ଜନତା ଦଳର ପଦାଧିକାରୀମାନେ ଆଡମିନ୍ ଥିବା ଏକ ଗୃପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଥିବାର ଏକ ପୋଷ୍ଟ କରାଯାଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ। ଏହା ଏକ ଗର୍ହୀତ ଅପରାଧ ଏବଂ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦିଆଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବିକୁ “ବିଜୁ ଜନତା ଦଳ ଓଡ଼ିଶା”ର ଫେସବୁକ ଆଇଡିରୁ ପୋଷ୍ଟ କରାଯାଉଛି । ବିଜେଡି କର୍ମୀଙ୍କ ଅଶାଳୀନ କମେଂଟ ଦ୍ୱାରା ମୋଦିଜୀଙ୍କ ସମ୍ମାନ ହାନୀ ଘଟିଛି। ବିଜେଡି ସାମାଜିକ ଗଣମାଧ୍ୟମରେ ‘ଗୁଣ୍ଡା ସୃଷ୍ଟିକାରୀ ଦଳ’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଅସମ୍ମାନଜନକ ମନ୍ତବ୍ୟ ପୋଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିର ଇପ୍ସିତା ସାହୁ, ସୁବ୍ରତ ଛାଟୋଇ, ଅଞ୍ଜନା କବି, ପଙ୍କଜ…
Author: Samikhsya Bureau
ବାଣପୁର( ସୀତାରାମ ଅଗ୍ରୱାଲ): ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିନା ପିଆଜ ରସୁଣ ଖାଦ୍ୟ ଖାଇଥିବାର ଜଣାପଡିଛି। ଭାତ, ଡାଲି, ଖଟା, ଭେଣ୍ଡି ଭଜା, କଲରା ଚିପ୍ସ ଏବଂ ପନିର ତରକାରୀ ଆଦି ପାଣ୍ଡିଆନ ଖାଇଥିଲେ ଯାହାକି କମ ତେଲ ଏବଂ ମସଲା ବିହୀନ ଥିଲା। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପାଣ୍ଡିଆନ ସଦାବେଳେ ଏହିପରି ସାଧା ଖାଦ୍ୟ ଖାଉଥିବାର ଜଣାପଡିଛି। ଏହି ସମୟରେ ସେ ମିଶନ ଶକ୍ତି କାଫେ ର ମହିଳାମାନଙ୍କୁ ପ୍ରଶଂସା କରିବା ସହ ଘର ପରି ହାତ ରନ୍ଧା ଖାଦ୍ୟ ଖାଇ ବହୁତ ଖୁସି ଅଛି ବୋଲି କହିଥିଲେ। ତତସହିତ ଉକ୍ତ କାଫେରେ ମଧ୍ୟାହ୍ନ ଭୋଜନ ସହିତ ସକାଳ ଜଳଖିଆ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।…
ଭୁବନେଶ୍ବର: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଗତକାଲି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ପାଇଁ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶା ଏକ ରୂପାନ୍ତରିତ ଅର୍ଥନୈତିକ ବିକାଶ ଦେଇ ଗତି କରୁଥିବା ଜଣାଯାଉଛି। ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ସହ ରାଜ୍ୟଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ଏକ ଐତିହାସିକ ନିଷ୍ପତ୍ତି ସ୍ୱରୂପ ଏସଏଲଏସଡବ୍ଲ୍ୟୁସିଏ ବୈଠକରେ ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ (ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନସିଲାରିଜ୍), ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍ଗେତ ଦିଆଯାଇଛି। ସମୁଦାୟ ୫୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନା ଥିବା…
ବାଣପୁର( ସୀତାରାମ ଅଗ୍ରୱାଲ): ଆଜି 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଥିଲା। ସେ ମଧ୍ୟାହ୍ନରେ ବାଣପୁରରେ ପହଞ୍ଚି ପ୍ରଥମେ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମାଆଙ୍କ ଦୂଆରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିଥିଲେ। ଯାହାକୁ ନେଇ ଚିଲିକା ରାଜନୀତି ବେଶ ସରଗରମ ହୋଇ ଉଠିଛି। ରଘୁନାଥ ପାଣ୍ଡିଆନଙ୍କୁ ଏକ ଉତ୍ତରୀୟ ପ୍ରଦାନ କରିବା ସହିତ ସୁନ୍ଦର ଫୁଲତୋଡାଟିଏ ଉପହାର ଦେଇଥିଲେ। ଯାହାକୁ ପାଣ୍ଡିଆନ ଆଗ୍ରହ ସହକାରେ ଗ୍ରହଣ ମଧ୍ୟ କରିଥିଲେ। ଚିଲିକାର ବହୁ ବିଜେଡି ନେତାଙ୍କ ଉପସ୍ଥିତିରେ ଏବଂ ସର୍ବ ସାଧାରଣଙ୍କ ସମ୍ମୁଖରେ ରଘୁନାଥ ଏହି ଉପହାର ଦେଇଥିଲେ। କେବଳ ସେତିକି ନୁହେଁ, ରଘୁନାଥ ଭଗବତୀ ମନ୍ଦିର ନିକଟରେ ଭେଟିବା ପରେ ସେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ମଧ୍ୟ ଯାଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ସହିତ ପାଣ୍ଡିଆନଙ୍କ ଭାଷଣ ଶୁଣିଥିଲେ। ଭାଷଣ ଶେଷ ହେବା ପରେ…
ବାଣପୁର(ସୀତାରାମ ଅଗ୍ରୱାଲ): ଦିନକୁ ଦିନ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ପାଣ୍ଡିଆନ ଓଡ଼ିଶାର ବିକାଶ ପାଇଁ ଅହରହ ଚେଷ୍ଟିତ ଥିବା ବେଳେ ଜନସାଧାରଣ ମଧ୍ୟ ତାଙ୍କୁ ବିପୁଳ ସମର୍ଥନ ଦେବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶକ୍ରମେ ପାଣ୍ଡିଆନ ପ୍ରତିଦିନ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ଉନ୍ନୟନ ପ୍ରକଳ୍ପ ତଦାରଖ କରୁଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଖୋର୍ଦ୍ଧା ଏବଂ ପରେ ବାଣପୁର ଆସିଥିଲେ। ଖୋର୍ଦ୍ଧା ହାବେଳୀ ପଡିଆରେ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ସେ ସିଧାସଳଖ ସଡ଼କପଥରେ ବାଣପୁର ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ। ସେଠାରେ ମା’ ଙ୍କୁ ଦର୍ଶନ କରିବା ସହ ନିକଟରେ ମନ୍ଦିର ପରିସରରେ ଆରମ୍ଭ…
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆକ୍ରମଣ ପରେ ଆକ୍ରମଣ କରିବାରେ ଲାଗିଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ରଣପୁରରେ ସେ କେନ୍ଦ୍ରମନ୍ତ୍ରୀଙ୍କ ନାମ ନ ନେଇ ସିଧା ଆକ୍ରମଣ କରିଛନ୍ତି। କେବଳ ଆକ୍ରମଣ ନୁହେଁ ସେ ଏଥର ସିଧା କେନ୍ଦ୍ରମନ୍ତ୍ରୀଙ୍କୁ କରିଛନ୍ତି ଚ୍ୟାଲେଞ୍ଜ। ଆଜି ପାଣ୍ଡିଆନ ବାଣପୁର ସଭା ଶେଷ କରି ରଣପୁରରେ ପହଞ୍ଚି ଥିଲେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେଇ ସେ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯଦି କେନ୍ଦ୍ରମନ୍ତ୍ରୀଙ୍କ ସତସାହସ ଅଛି ତେବେ ବିଏସକେୱାଇ କାର୍ଡକୁ ରଦ୍ଦ କରି ଦିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସତସାହସ ଅଛି ତେବେ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ସ୍ଥାନିତ କରୁ। ଇସ୍ତାହାରର ଏକ ନମ୍ବରରେ ସେମାନେ ଏହି କାର୍ଡକୁ ରଦ୍ଦ କରିବେ ବୋଲି ସ୍ଥାନିତ କରନ୍ତୁ। ଯଦି କରିପାରିବେ ତେବେ ଆପଣଙ୍କୁ ଓଡିଶାର…
ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବଡଓସ୍ତିଆ ପଂଚାୟତରେ ରାଜ କିଶୋର ନାୟକଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଗୋବିନ୍ଦପୁର ପଂଚାୟତରେ କାଳନ୍ଦୀ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ। ଏହି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ । ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ ହେଉଛି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରି ଯୋଗଦାନ ଦେଉଛନ୍ତି । ଓଡ଼ିଶାର…
ଭୁବନେଶ୍ୱର: ସ୍ଥାନୀୟ ମହାଲେଖାକାର ଅଡିଟ -2 ଆନୁକୂଲ୍ୟରେ ଏବଂ ଏ.ଜି ରିକ୍ରେସନ କ୍ଲବ ସହଯୋଗରେ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆଜି ରେଲୱେ ଇଣ୍ଡୋର ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିବା ସହ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଓଡିଶା ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରାଧ୍ୟାନ ଦେବା ସହ କ୍ରୀଡା ବିଭିନ୍ନ କ୍ରୀଡା ଭିତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଧାନ ମହାଲେଖାକାର ଅଡିଟ -1 କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର, ପୂର୍ବତଟ ରେଳବାଇ ଅଡିଟର ମହା ନିର୍ଦେଶକ…
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡିଶା ରାଜନୀତିରେ ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ସେହିପରି ଏକ ବଡ ଚର୍ଚ୍ଚା ପଦାକୁ ଆସିଛି। ତାହା ହେଲା ଯେ, ବିଜେପି ସାଂସଦ ଜୁଏଲ ଓରାମ ଏଥର ଲୋକସଭା ନିର୍ବାଚନ ଲଢିବେ ନାହିଁ। ତାଙ୍କୁ ବିଧାନସଭା ମଇଦାନକୁ ଛଡା ଯିବ ବୋଲି ଚର୍ଚ୍ଚା ଚାଲିଛି। ଏହାର କାରଣରେ କୁହାଯାଇଛି ଯେ, ବର୍ତ୍ତମାନ ଓଡିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କେହି ହୋଇପାରୁ ନାହାଁନ୍ତି। ଦୀର୍ଘ ସମୟ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ଓଡିଶାରେ ମୁଖ୍ୟମନ୍ତ୍ରୀ ଚେହେରା ବନିବା ପାଇଁ ପ୍ରଚେଷ୍ଠା କରିଥିଲା। ହେଲେ ସେ ଓଡିଶା ଲୋକଙ୍କର ପ୍ରିୟପାତ୍ର ହୋଇପାରିଲେ ନାହିଁ। ତେଣୁ ଏଥର ନିର୍ବାଚନରେ ଆଉ ଧର୍ମେନ୍ଦ୍ରଙ୍କ ନେତୃତ୍ବ ଉପରେ କେନ୍ଦ୍ର ବିଶ୍ବାସ କରୁ ନାହିଁ। ଏହି କାରଣରୁ ବର୍ତ୍ତମାନ ରାଜ୍ୟ ରାଜନୀତିରୁ ଦୂରେଇ ରହିଥିବା ସାଂସଦ ଜୁଏଲ ଓରାମଙ୍କୁ ଦଳ ଆଗକୁ ଆଣିବ ବୋଲି ଅନୁମାନ କରାଯାଉଛି।…
ଭୁବନେଶ୍ବର: ଆଜି ବରିଷ୍ଠ କଂଗ୍ରେସ ନେତା ଡ ବିଶ୍ବରଂଜନ ମହାନ୍ତିଙ୍କ ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି। ଏହି ପଦବୀରେ ବରିଷ୍ଠ ନେତା ଗଣେଶ୍ବର ବେହେରା କାର୍ଯ୍ୟ କରୁଥିଲେ। ବିଶ୍ବରଂଜନ ହେଉଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ତଥା ସାଧାରଣ ସଂପାଦକ। ବିଶ୍ବରଂଜନ ପୂର୍ବରୁ ଗୁଜୁରାଟର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ଦଳର ଜଣେ ବେଶ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ଏଥିସହିତ ସେ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ବ। ତାଙ୍କର ଯୋଗଦାନ ଫଳରେ କଂଗ୍ରେସ ଆଗାମୀ ଦିନରେ ମିଡିଆ କ୍ଷେତ୍ରରେ ବେଶ ଭଲ କରିବ ବୋଲି ଆଶା କରିଛି।
ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି…
ନବରଙ୍ଗପୁର: ଆଜି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଂଗପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ସେ ଏକ ବିଶାଳ ଜନସମାଜକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହି ସମୟରେ ସେ ରାଇଘର ଏକ କାର୍ଯ୍ୟକ୍ରମରେ ଏକ ବଡ ସୂଚନା ଦେଇଛନ୍ତି। ତାହା ହେଲା ଅଙ୍ଗନବାଡି ଏବଂ ଆଶା କର୍ମିଙ୍କର ଦରମା ବଢିବ। ଏପରିକି କମ୍ୟୁନିଣ୍ଟ ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ। ସେ ସୂଚନା ଦେଇ କହିଥିଲେ ଯେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏକ ଖୁସିଖବର ଦେବେ। ତାହା ହେଲା ଅଙ୍ଗନବାଡି ଏବଂ ଆଶାକର୍ମିଙ୍କ ଦରମା ବୃଦ୍ଧି। ଆପଣମାନେ କିଛିଦିନ ପରେ ଏହି ଖୁସି ଖବର ଶୁଣିବେ ବୋଲି ପାଣ୍ଡିଆନ କହିଥିଲେ। ଏହି ସୂଚନା ଦେବାପରେ ସେଠାରେ ଥିବା ଜନ ସମାଜ ବେଶ ତାଳିମାରି ଖୁସି ପ୍ରକଟ କରିଥିଲେ।
ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା। ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ। ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ। ମୋର ତିନି ଝିଅ। ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି। ମୁଁ କିଛି ସଞ୍ଚୟ କରିପାରିନଥିଲି। ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି। ମୋ ପାଖରେ ଆଉ କିଛି…
ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ। ଏହାପରେ…
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୫-‘ଟି’ ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇ.ଏନ୍.ଟି.ଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜି.ଏମ୍.ପି (ଗୁଡ଼୍ ମୁନୁଫାକ୍ଚରିଂ ପ୍ରାକଫିସେସ୍) ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରାଣୀସଂପଦ ବିକାଶ ବିଭାଗ ଏବଂ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଏହି ଚୁକ୍ତିନାମା ସମ୍ବଳିତ ନଥିପତ୍ର ବିନିମୟ ହୋଇଛି। ୩୬ ମାସ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଲାବୋରେଟୋରୀରେ ବାର୍ଷିକ ୫୦ ଲକ୍ଷ ଆନ୍ଥ୍ରାକ୍ସ ଓ ୨ କୋଟି ଇ.ଏନ୍.ଟି.ଭି ବିଜାଣୁ ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମାରେ ପ୍ରାଣୀପାଳନ ଓ ପାଣୀଚିକିତ୍ସା…
ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି (GEF) ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଏକ ସ୍ଥିତି ସମୀକ୍ଷା କର୍ମଶାଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ପ୍ରକଳ୍ପ ଲକ୍ଷ୍ୟ ହାସଲ ସହିତ ଏହାର ସଫଳ ରୂପାୟନ ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଗ୍ରୀନ୍-ଏଜି ପ୍ରକଳ୍ପ ଏବଂ ସୁସ୍ଥାୟୀ ଧାନ ଓ ଗହମ ଚାଷ ପ୍ରଣାଳୀ ପ୍ରକଳ୍ପର ଅଦ୍ୟାବଧି କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଏଥିସହିତ ପ୍ରକଳ୍ପର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା/ ରଣନୀତି ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ସରକାରୀ ବିଭାଗର ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ, ବନ୍ୟପ୍ରାଣୀ ଓ ଯୋଜନା ଅଧିକାରୀମାନେ…
ଚିଲିକା( ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ମଙ୍ଗଳବାର ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ନଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍…
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇପଡିଛି। ଆଜି ଓଡିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ ଏଆଇସିସି ତରଫରୁ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ଏମାନେ ସେହି ନିର୍ବାଚନ ମଣ୍ଡଳିର ସଂଗଠନ ଦାୟିତ୍ବରେ ରହିବେ। ଏଥିରେ ଯେଉଁମାନଙ୍କ ନାମ ଅଛି ସେମାନେ ହେଲେ.. ଆଜି ଏଆଇସିସି ତରଫରୁ ବିଭିନ୍ନ ରାଜ୍ୟର ଲୋକସଭା ପାଇଁ ଏହି ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାର 21ଟି ନିର୍ବାଚନ ମଣ୍ଡଳି ପାଇଁ ନୂଆଦିଲ୍ଲୀରୁ ଏହି ତାଲିକା ପ୍ରକାଶ କରାଯାଇଛି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 504 ଜଣଙ୍କୁ ଦେବେ ନିଯୁକ୍ତି। ଓଡିଶା ସରକାରଙ୍କ ଚାଲିଥିବା ନିଯୁକ୍ତି ପର୍ବରେ ଏମାନଙ୍କୁ ପ୍ରଦାନ କରାଯିବ ନିଯୁକ୍ତି ପତ୍ର। ଭୁବନେଶ୍ବରର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ପର୍ବର ଆୟୋଜନ କରାଯାଇଛି। ଏଥର ଯେଉଁମାନେ ନିଯୁକ୍ତି ହେବେ ସେମାନଙ୍କ ମଧ୍ୟରେ 398 ଜଣ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଇଂଜିନୟର ଅଛନ୍ତି। ଏମାନେ ଓଡିଶା ଡିପ୍ଲୋମା ଇଂଜିନିୟର କ୍ୟାଡରରେ ନିଯୁକ୍ତି ହେବେ। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗରେ 106 ଜଣ ଇଂଜିନିୟର ନିଯୁକ୍ତି ହେବେ। ଏମାନେ ଓଡିଶା ଡିପ୍ଲୋମା ଇଂଜିନିୟରସ ସେବା ଜନସ୍ବାସ୍ଥ୍ୟ କ୍ୟାଡରେ ଯୋଗଦେବେ।
ଭୁବନେଶ୍ବର: ଧୀରେ ଧୀରେ ଭୁବନେଶ୍ବରର ବରମୁଣ୍ଡା ପଡିଆରେ ଆୟୋଜିତ ଶିଶର ସରସ ମେଳାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ଗତକାଲି ରବିବାର ଥିବାରୁ ଏହି ଭିଡ ବେଶ ଜମିଥିଲା। ମେଳା ସକାଳ ୧୧ଟା ୩୦ରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଓରମାସ ପକ୍ଷରୁ ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ ଷ୍ଟଲ ଖୋଲାଯାଇଛି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ଏସଏଚଜି ମହିଳା ନିଜ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବେ। ଏହାସହ ୨୬ଟି ରାଜ୍ୟର ଏସଏଚଜି ମହିଳା ମଧ୍ୟ ନିଜ ଉତ୍ପାଦକ ବିକ୍ରି କରିବେ। ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଭୁବନେଶ୍ବର: ଚୋର ଧରାଇ ଦେଲେ ମିଳିବ ଦଶ ହଜାର ଟଙ୍କା। ଏହିପରି ଏକ ଲୋଭନୀୟ ପୁରସ୍କାର ଘୋଷଣା କରିଛି ଭୁବନେଶ୍ବର କମିଶନରେଟ ପୋଲିସ। ଜନସାଧାରଣ ଚୋର ଧରିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛି ପୋଲିସ। ବିଭିନ୍ନ ଥାନାରେ ଚୋରୀ ଅଭିଯୋଗରେ ମାମଲା ଥିବା ଚୋରମାନଙ୍କ ଫଟୋ ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ମରାଯାଇଛି। ଯଦି କେହି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରାଇ ଦିଏ ତେବେ ତାଙ୍କୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏପରିକି ତାଙ୍କ ନାମ ଗୋପନ ରଖାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି। ଦୀର୍ଘଦିନ ଧରି ଭୁବନେଶ୍ବରେ ଚୋରୀ କରି ପୋଲିସ ହାତରୁ ଖସି ପଳାଇବା ସଂଖ୍ୟା ବେଶ ଅଧିକ। ହେଲେ ସେମାନଙ୍କ ପଛରେ ଲାଗି ଧରିବା ପୋଲିସ ପାଖରେ ସମ୍ଭବ ହୋଇପାରୁ ନାହିଁ। ସେଥିପାଇଁ ଏ କ୍ଷେତ୍ରରେ ଜନ ସହଯୋଗ ପାଇଁ ଚେଷ୍ଠା କରିଛନ୍ତି ଭୁବନେଶ୍ବର ପୋଲିସ।

