ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସଂପର୍କରେ ଜନସଧାରଣଙ୍କୁ ସୂଚନା ଦେଇଛନ୍ତି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ବର ନୀଳଗିରିରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ବୟସ ସୀମା 60ରୁ ଉର୍ଦ୍ଧ ରଖାଯାଇଛି। ହେଲେ ବିଧବା ଭତ୍ତା ପାଇଁ କୌଣସି ବୟସ ସୀମା ନାହିଁ। ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏହି ଭତ୍ତା ପରିମାଣ ମାଲିକ 500 ଟଙ୍କାରୁ 800 ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଭତ୍ତା ଟଙ୍କା ବୃଦ୍ଧି ନେଇ ବିଭିନ୍ନ ମହଲରେ ଦାବୀ ହୋଇଆସୁଛି। କାରଣ 500 ଟଙ୍କାରେ ଜଣେ ମାସସାରା ଚଳିବା ସମ୍ଭବ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଘୋଷଣା କରିଛି। ତାହା ହେଲା ଯେଉଁ ବ୍ଲକରେ ଡିଗ୍ରୀ କଲେଜ ନାହିଁ ସେହି ସ୍ଥାନରେ ଚଳିତ ବର୍ଷ ନୂଆ କଲେଜ ଖୋଲାଯିବ। ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ।
ଭୁବନେଶ୍ବର: ଏଣିକି ସମସ୍ତ ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ରାଜ୍ୟ ସରକାର ଲାଗୁ କରିଛନ୍ତି ନବୀନ କାର୍ଡ। ଏହି ଯୋଜନାରେ ଯେଉଁମାନେ ବିଏସକେୱାଇ ରେ ସୁବିଧା ପାଇ ନାହାଁନ୍ତି ସେମାନେ ଏହି ନୂଆ କାର୍ଡରେ ସୁବିଧା ପାଇପାରିବେ। ଏହି ନୂଆକାର୍ଡ ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହେଉଛି। ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ www.bskynabin.odisha.gov.in ରେ ଲଗଅନ କରି ଆବେଦନ କରିପାରିବେ। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି।
ଭୁବନେଶ୍ୱର: ବାଲେଶ୍ୱରରୁ ଉଜ୍ଜୟନି ଓ ଓଁକାରେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ଯାତ୍ରାର ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଏହି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏବଂ ୩୦ ଜଣ ଅଧିକାରୀ ଏହି ଟ୍ରେନ୍ରେ ଯାତ୍ରା କରିଛନ୍ତି। ଏହି ଟ୍ରେନଟି ଉଜ୍ଜୟନି ଓ ଓଁକାରେଶ୍ୱରର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବ। ଏହା ହେଉଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠବର୍ଷ। ଏହି ଯୋଜନାଟି ୨୦୧୬-୧୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଆଇଆର୍ସିଟିସି ସହଯୋଗରେ ଏ ପର୍ଯ୍ୟନ୍ତ ୨୪ଟି ଟ୍ରିପ୍ରେ ୨୩, ୬୬୯ ଜଣ ବରିଷ୍ଠ ନାଗରିକ ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଏହିଭଳି ୧୦ଟି ଟ୍ରିପ୍ର ଯୋଜନା କରାଯାଇଛି। ବରିଷ୍ଠ ନାଗରିକମାନେ ବିିଭିନ୍ନ ତୀର୍ଥସ୍ଥାନକୁ ଯାଇ ସେମାନଙ୍କ…
ପୁରୀ/ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ କାର୍ଯ୍ୟ, ପରିମଳ, ଯାନବାହନ ଚଳାଚଳ, ପାନୀୟଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି। ଆସନ୍ତା ୧୨ ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି…
ଭୁବନେଶ୍ବର: ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ।ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ବ୍ଲକ୍ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି। ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ।ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି…
ଭୁବନେଶ୍ବର: ନୂଆଦିଲ୍ଲୀର କର୍ତ୍ତବ୍ଯ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ଦ୍ବାରା ସ୍ଥିରିକୃତ “ବିକଶିତ ଭାରତ” ବିଷୟବସ୍ତୁ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ମେଢ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଏହି ପ୍ରଜ୍ଞାପନ ମେଢରେ ପ୍ରଦର୍ଶନ କରାଯାଇଛି।
ଭୁବନେଶ୍ୱର: ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେ ଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା। କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନ ଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ। ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେଡିକାଲର ରୂପାନ୍ତରଣ କାମ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା ବୋଲି କହିଛନ୍ତି ପାଣ୍ଡିଆନ। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ଦିନିକିଆ କଟକ ଗସ୍ତରେ ଯାଇଥିବାବେଳେ ଉପର ବାଲିଯାତ୍ରା ପଡିଆଠାରେ ଆୟୋଜିତ ସଭାରେ ଏହା କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯିବା ପଛର କାହାଣୀ କହିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ଥରେ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନେତାଙ୍କୁ ବହିସ୍କାର କରିଛି। ଏ ନେଇ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏକ ବିଜ୍ଞପ୍ତି। ସେଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଯାଇଛି। ତେବେ ଯାହାକୁ ବହିସ୍କାର କରାଯାଇଛି ସେ ହେଲେ ସମ୍ବଲପୁର ବିଜେଡି କମିଟ ଉପଦେଷ୍ଠା ପ୍ରମୋଦ ରଥ। ଗତକାଲି ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏବଂ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ସେଥିରେ ପ୍ରମୋଦଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ତର୍ଜମା କରାଯାଇ ତାହାର ପ୍ରମାଣ ମିଳିଥିଲା। ପରବର୍ତ୍ତ ସମୟରେ ଦଳ ତାଙ୍କୁ ବହିସ୍କାର କରିଛି।
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି। ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି…
ଭୁବନେଶ୍ବର: ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଗତ ୮ମାସ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି। ଏଥପୂର୍ବରୁ ଗତ ମାର୍ଚ୍ଚ ୧୨ତାରିଖରେ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି, ଅଭିଯୋଗ, ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ। ଏହିସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥ ମଂଜୁର କରିଛନ୍ତି।ଚଳିତ ଥର ଗସ୍ତ ସମୟରେ ମଧ୍ୟ ଲୋକଙ୍କଠୁ ଦରଖାସ୍ତ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।ଲୋକମାନେ ଦେଉଥିବା ଦରଖାସ୍ତ ସମ୍ପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥିବା ସମସ୍ୟାର…
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜୁ ଜନତା ଦଳ ଦୁଇଜଣ ନେତାଙ୍କୁ ନିଲମ୍ବିତ କରିଛି। ସେମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଦଳ ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସଂପର୍କରେ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ କେନ୍ଦୁଝର ଘଟଗାଁର ନେତା ସଂଜୟ କୁମାର ମିଶ୍ର ଏବଂ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି କରୁଣା ସାଗର ଖଟୁଆଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଭୁବନେଶ୍ବର: ଆଜି ଓଡିଶା ନିଯୁକ୍ତି ପର୍ବରେ ସମୁଦାୟ ୪୪୧ ଜୁନିଅର ଇଞ୍ଜିନିୟର (ସିଭିଲ) ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକ ସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ଏହି ନୂତନ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୂତନ ଇଂଜିନିୟରମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫ଟି ପଦକ୍ଷେପ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ ଏହି ପଦକ୍ଷେପ ଗ୍ରହଣ କରାଯିବା ସହିତ ଆଧୁନିକ ଜ୍ଞାନକୈଶଳ ପ୍ରୟୋଗ ସହିତ ଅନେକ ପ୍ରମୁଖ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ସେ ଆଶା କରିଛନ୍ତି ଯେ ସମସ୍ତ ନୂତନ ଇଞ୍ଜିନିୟରମାନେ ନିଜକୁ ନୂତନ ଜ୍ଞାନକୈଶଳର ବିନିଯୋଗ କରିବେ ଏବଂ ଚ୍ୟାଲେଞ୍ଜିଂ ପ୍ରସଙ୍ଗଗୁଡ଼ିକର ସହଜରେ ସମାଧାନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ତୁମେମାନେ ଜନସେବାରେ ଅଛ, ତୁମର ଏକମାତ୍ର ଦାୟିତ୍ବ ହେଉଛି ଲୋକମାନଙ୍କୁ ସ୍ୱଚ୍ଛତା, ଆନ୍ତରିକତା ଏବଂ ପ୍ରତିବଦ୍ଧତା ସହିତ ସେବା…
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏହାର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ପାଳନ କରିଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହଲେ ଯେ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ ଓ ଏହାର ସଂରକ୍ଷଣ ନିମନ୍ତେ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକ ରହିଛି। ଐତିହ୍ୟର ସଂରକ୍ଷଣ ସହ ଆଧୁନିକତାର ତାଳେ ତାଳେ ପାଦଦେଇ ଚାଲିବା ସମୟର ଆହ୍ୱାନ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ସାଂସ୍କୃତିକ ବିକାଶରେ ଏହାର ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ ଓ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ତର୍ଜାତିକ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା କାର୍ଯ୍ୟକୁ ଆଗେଇ ନେବାରେ ଜାପାନଠାରୁ ଆରମ୍ଭ…
ଭୁବନେଶ୍ବର: ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସକୁ ଫେରିବେ। ଏ ନେଇ ଓଡିଶା ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ଚର୍ଚ୍ଚାକୁ ନା କଂଗ୍ରେସ ଦଳ ନା ନିଜେ ଶ୍ରୀକାନ୍ତ ଜେନା ଖଣ୍ଡନ କରି ନାହାଁନ୍ତି। ତେବେ ବିଶେଷ ସୁତ୍ର ଅନୁସାରେ ଶ୍ରୀକାନ୍ତ କୁଆଡେ କଂଗ୍ରେସ ଫେରିବାକୁ ଏଆଇସିସିକୁ ଅନୁରୋଧ କରିଛନ୍ତି। କାରଣ ସେ ରାଜନୀତିରେ ଯେଉଁ ପତିୟାରା ଦେଖାଇ ଥିଲେ କଂଗ୍ରେସରୁ ବହିସ୍କାର ପରେ ତାହା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ତେଣୁ ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରିବା ପାଇଁ କୁଆଡେ ଶ୍ରୀକାନ୍ତଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି। ତେବେ ଏ ନେଇ ଶ୍ରୀକାନ୍ତ କିଛି କହି ନ ଥିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ସେ ପୁଣି ଥରେ କଂଗ୍ରେସକୁ ଫେରିବେ। ସେ କଂଗ୍ରେସରୁ ବହିସ୍କୃତ ହେବା ପରେ କେବେ ବି ଦଳ ବିରୋଧରେ କହି…
ଭୁବନେଶ୍ବର: ଓଡିଶାର ହସ୍ତତନ୍ତକୁ ଜାତୀୟସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିଛି ବରଗଡ ହସ୍ତତନ୍ତ ସମ୍ମିଳନୀ ୨୦୨୪। ବୁଣାକାର ମାନେ ଆଜିର ପରିବର୍ତ୍ତନଶୀଳ ସମାଜକୁ ଦୃଷ୍ଟିରେ ରଖି ପାରମ୍ପରିକ ହସ୍ତତନ୍ତରେ ପରିବର୍ତ୍ତନ ଆଣିଛନ୍ତି। ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଓଡିଶାର ହସ୍ତତନ୍ତର ପ୍ରାଣକେନ୍ଦ୍ର ବରଗଡ ଜିଲ୍ଲାରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯାଇଛି। ବୁଣାକାର, ବିକ୍ରେତା, କ୍ରେତା ଓ ମାଷ୍ଟର ମାନଙ୍କୁ ଏକାଠି କରିବାରେ ହସ୍ତତନ୍ତ ସମ୍ମିଳନୀ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ବରଗଡ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଓଡିଶାର ବୋମକାଇ, ପଶାପାଲି, ହବସପୁରୀ, ସୋନପୁରୀ, ସମ୍ବଲପୁରୀ ବାନ୍ଧ, ଇକତ୍ ଆଦି ହସ୍ତତନ୍ତକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ବୁଣାକାର ମାନଙ୍କୁ ଭିତ୍ତିଭୂମୀ ଯୋଗାଇଦେବା,…
ଭୁବନେଶ୍ବର: ମୋର ଦଳ ନାହିଁ କି ଖବରକାଗଜ ନାହିଁ। ତେଣୁ ନିର୍ବାଚନ କଥା କାହିଁକି ଚିନ୍ତା କରିବି। ହେଲେ ବଡ ଦୁଃଖର କଥା ଯେ, ଯେଉଁମାନଙ୍କୁ ମୁଁ ସାମ୍ବାଦିକ କରିଥିଲି ସେମାନେ ମୋ ବିରୋଧରେ ମିଛ କହିଲେ। ସେମାନେ ମୋ ବିରୋଧରେ ମିଛ ମାମଲା ଋଜୁ କଲେ। ଏହିପରି ଏକ ମନ୍ତବ୍ୟ ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜ ପଟ୍ଟନାୟକ। ତାଙ୍କର ଶଶ୍ବର ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଯୋଗ ଦେଇ ବହୁ ଦିନ ପରେ ମିଡିଆକୁ ସେ ସାକ୍ଷାତକାର ଦେଇଛନ୍ତି। ସେଥିରେ ସେ କହିଲେ ଯେ, ମୁଁ ଭାବୁଚି ସାମ୍ବାଦିକ ତିଆରି କରି ଭୁଲ କରିଛି। ଋଣ ନେବା ଘଟଣା ନୂଆ ନ ଥିଲା। ହେଲେ ଦୀର୍ଘ ବର୍ଷ ପରେ ସେମାନେ ମୋ ବିରୋଧରେ ମାମଲା ଋଜୁ କରିବା ମୋତେ ଆଶ୍ଚର୍ଯ୍ୟ ଲାଗିଛି। ମୋ ପାଖରେ କାମ କରିଥିବା ସାମ୍ବାଦିକଙ୍କ ଏପରି କାର୍ଯ୍ୟକଳାପ ଦେଖି ମୁଁ ସମ୍ବାଦର ସଂପାଦକ ପଦରୁ…
ଭୁବନେଶ୍ବର: ଏକ ମହତ୍ତ୍ଵ ଉଦ୍ଦେଶ୍ୟ ନେଇ ଗତ ରବିବାର ଦିନ ମିଶନ୍ ନଗଡ଼ା ର ଦ୍ଵିତୀୟ ପର୍ଯାୟ କାର୍ଯ୍ୟକ୍ରମରେ USSA Team ତରଫରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ବେଚ୍ଛାସେବୀମାନେ ବହୁ ସଂଘର୍ଷ କରି ଘଞ୍ଚ ବଣଜଙ୍ଗଲ ପାହାଡ଼ିଆ ରାସ୍ତାରେ ଯାଇ ପହଞ୍ଚି ଥିଲେ। ସେମାନେ ମୁଖ୍ୟ ରାସ୍ତାରୁ ପ୍ରାୟ ପାଞ୍ଚ କିଲୋମିଟର ଚାଲିଚାଲି ଯାଇ ଯାଜପୁରର ନଗଡାରେ ପହଞ୍ଚିଥିଲେ। ସେମାନେ ଔଷଧ, ଶୁଖିଲା ଖାଦ୍ୟ, ପୋଷାକ, ଓ କମ୍ବଳ, ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ମୁଣ୍ଡରେ ମୁଣ୍ଡାଇ ନଗଡାରେ ପହଞ୍ଚିଥିଲେ। ଡ଼କ୍ଟର ଦୀପ୍ତି ରଞ୍ଜନ କରଙ୍କ ତତ୍ୱାବଧାନରେ, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଙ୍କ ସହାୟତା ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବା ସହିତ ସଚେତନତାର ବାର୍ତ୍ତା ଦେଇଥିଲେ। ସେଠାରେ ସେଚ୍ଛାସେବୀମାନେ ପିଲାମାନଙ୍କର ମାଗଣ ଚିକିତ୍ସା କରିବା ସହିତ ଔଷଧ ପ୍ରଦାନ କରିଥିଲେ। ପୁଣି ଥରେ ଏହି ସଂସ୍ଥା ସେହି ନଗଡା ଅଞ୍ଚଳକୁ ଯାଇ ଲୋକଙ୍କର ସେବା କରିବାକୁ ଯୋଜନା ରଖିଛନ୍ତି।
ଭୁବନେଶ୍ବର: ଏଣିକି ରାଜଧାନୀରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଗଠନ ହେବ ସ୍ବତନ୍ତ୍ର ପୋଲିସ ବଳ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଚଢାଉ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଡ କମିଶନର ଅଫ ପୋଲିସ, ୬ ଟି ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଏବଂ ୬୦ଟି ପୋଲିସ କନେଷ୍ଟବଳ। ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଚିମ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ଥିଲା। ପ୍ରତି ଟିମ୍ରେ ୨ଜଣ ପୁଲିସ୍…
ଭୁବନେଶ୍ବର: ରକ୍ତ ହିଁ ଜୀବନ। ଆପଦକାଳୀନ ସ୍ଥିତିରେ ଟୋପାଏ ରକ୍ତ ମଣିଷକୁ ବଞ୍ଚାଇଥାଏ। ଆମେମାନେ ସମସ୍ତେ ଏହାର ଗୁରୁତ୍ୱ ଉପଲବ୍ଧି କରିବା ଦରକାର। ସରକାର ଦୁର୍ଘଟଣା କ୍ଷେତ୍ରରେ ଶୂନ୍ୟ ମୃତୁ୍ୟ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଆମେ ସମସ୍ତ ସେ୍ୱଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ଲୋକସେବା ଭବନ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ ରାଜସ୍ୱ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଏହିଭଳି ଶିବିର ଆୟୋଜନ ମାଧ୍ୟମରେ ସେ୍ୱଚ୍ଛାସେବୀମାନେ ସେ୍ୱଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତସଂଗ୍ରହ ଅଭାବ ଦୂର ହୋଇପାରିବ ଓ ଆବଶ୍ୟକ ସମୟରେ ବହୁମୂଲ୍ୟ…
ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାହିତ୍ୟିକ, ବିକଶୀତ ଓଡ଼ିଶାର ପ୍ରକୃତ ବିନ୍ଧାଣୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ ତମ ଜୟନ୍ତୀ ଉପଲକ୍ଷେ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିମାନେ ଭକ୍ତିପୂତ ଶ୍ରଦ୍ଧାସୁମନ ଜଣାଇଥିଲେ। ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଲେ ଯେ ଜାନକୀ ବାବୁଙ୍କ ୧୪ ବର୍ଷର ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ ଗମନାଗମନ କ୍ଷେତୟରେ ଦୃତ ଭିତିଭୂମି ପଡ଼ିଥିଲା। ଯାହା ଉପରେ ଆଜିର ଶାସକମାନେ ବାହାଦୂରୀ ନେଉଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଜାନକୀ ବାବୁଙ୍କୁ ବିକଶିତ ଓଡ଼ିଶାର ପ୍ରକୃତ…

