ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ଓଲଟି ପଡିଥିବାର ଜଣାପଡିଛି। ଏଥିରେ 8 ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଥିବାର ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଚିଲିକା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇ ପଡିଥିବା 8 ଜଣ ମହିଳା ଆଶା କର୍ମୀ ବୋଲି ଜଣା ପଡିଛି। ସମସ୍ତେ ବୁଲା ବୁଲି ସାରି କୋରାପୁଟରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରୁ ସମ୍ମୁଖୀନ ହୋଇଛନ୍ତି। ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ହରିଦାସପୁର ଆଞ୍ଚଳରେ ବୋଲି ଜଣାପଡିଛି। ଗୁରୁତର ସମସ୍ତ ଆଶାକର୍ମୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।
Author: Samikhsya Bureau
କଟକ: ନୂଆବର୍ଷ ସକାଳୁ ସକାଳୁ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା। ଏହା କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି। ଘଟଣାରୁ ଜଣାପଡିଛି ଯେ, ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ବସ୍ ଭିତରେ ଥିବା…
ଭୁବନେଶ୍ବର: ଆଜି ନୂଆବର୍ଷ ଉପଲକ୍ଷେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଜି ସମସ୍ତେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ପ୍ରଦାନ କରି 2024ର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ବରେ ଏହି ଆଇଏଏସ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଯେଉଁମାନେ ଥିଲେ ସେମାନେ ହେଲେ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଡି କେ ସିଂ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପଞ୍ଚାୟତ ବିଭାଗର ସୁଶୀଲ ଲୋହାନୀ ପ୍ରମୁଖ ଥିଲେ। ସେହିପରି ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଭୁବନେଶ୍ବର କମିଶନରେଟ ପୋଲିସର ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି।
ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦ୍ଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ଗୋଟାଏରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି। ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ମଧ୍ୟ ଭକ୍ତମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ପୋଲିସ ଡିଜି ଅରୁଣ ଷଡଙ୍ଗୀ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷ ଅଭିନନ୍ଦନ ଦେବା ସହିତ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ନୂଆ କାର୍ଯ୍ୟକାରୀ ଡିଜିପି ଭାବେ ଗତକାଲି ଅରୁଣ ଷଡଙ୍ଗୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଡିସେମ୍ବର 31 ତାରିଖରେ ଡିଜିପି ସୁନୀଲ ବଂଶଲ ଅବସର ଗ୍ରହଣ କଲେ। ତାଙ୍କ ସ୍ଥାନରେ ଜଣେ ସ୍ଥାୟୀ ଡିଜିପି ଯୋଗ ଦେବା କଥା। ହେଲେ ତାହା ନିର୍ଦ୍ଧାରିତ ହୋଇ ନ ପାରିବାରୁ ଅରୁଣ ଷଡଙ୍ଗୀଙ୍କୁ ନୂଆ ଡିଜିପି ଆସିବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।
ଭୁବନେଶ୍ବର: ଆଜି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଆଜି ସକାଳୁ ନବୀନ ନିବାସରେ ଲାଗିଥିଲା ପ୍ରବଳ ଭିଡ। ବିଭିନ୍ନ ବର୍ଗର ଲୋକେ ଆସି ତାଙ୍କୁ ଫୁଲତୋଡା ଦେବା ସହିତ ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ। ପୂର୍ବରୁ ସେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ହେଲେ ଆଜି ନୂଆବର୍ଷ ଥିବାରୁ ଏହି ଅଭିନନ୍ଦନ ବା ଶୁଭେଚ୍ଛା ପରିମାଣ ବେଶ ବଢିଯାଇଥିଲା। ନବୀନ ନିବାସରେ ପୋଲସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାରେ ନାକେଦନ ହୋଇପଡିଥିଲେ।
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କିଟ ପରିସରରୁ ଏକ ୱାକଥନ ବାହାରି ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ଯାଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସର୍ବଦା ଟ୍ରାଫିକ ନୀୟମ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥି ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ସଚେତନ ଓ ସତର୍କ ରହିଲେ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗଦେଇ ଜୀବନର ପ୍ରତ୍ୟେକଟି ସ୍ତରରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ଅନେକ ବିପତ୍ତିରୁ ଜଣେ ବର୍ତ୍ତି ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ଦେଇଥିଲେ। ‘ସଡ଼କ ସୁରକ୍ଷା,…
ଭୁବନେଶ୍ବର: ଶେଷରେ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳ ବହିସ୍କାର ଆଦେଶ ପ୍ରତ୍ୟାହାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ୨୦୧୮ ମସିହାରେ ଦଳ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ୨୦୧୯ ରେ ବାଲିକୂଦା ଏରସମାରୁ ନିର୍ବାଚନ ଲଢି ହାରି ଯାଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦାମୋଦର ରାଉତଙ୍କ ଉପରୁ ବହିସ୍କାର ଆଦେଶ ଉଠାଇ ଦେଲେ ସେ କଣ ବିଜେଡି ହୋଇଯିବେ କି? ଏପରି ଏକ ସାଧାରଣ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସାଧାରଣତଃ ଦଳୀୟ ନିୟମ ଅନୁସାରେ ଜଣଙ୍କ ଉପରୁ ବହିସ୍କାର ଉଠାଇ ଦେଲେ ସେ ସେହି ଦଳକୁ ପୁଣି ଫେରି ଆସେ। ହେଲେ ଯଦି ସେହି ବ୍ୟକ୍ତି ବା ନେତା ଅନ୍ୟ କୌଣସି ଦଳକୁ ଯାଇ ନ ଥିବେ ତେବେ ସେ ପୂର୍ବପରି ସେହି ଦଳରେ ରହିବେ। ହେଲେ ଦାମୋଦର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ସେ ବାରଙ୍ଗରେ ମେଟ୍ରୋ ଟ୍ରେନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯିବା ବେଳେ ଏକ ରୋଡ ସୋ କରି ଯାଇଛନ୍ତି। ନବୀନ ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍-ସୋ ରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତର। ସେ କହିଥିଲେ ଯେ ମେଟ୍ରୋ ରେଲ୍ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଲ୍ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ। ବାଟରେ ଆସିବା ବେଳେ ସ୍ଥାନେସ୍ଥାନେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ସମ୍ପର୍କରେ ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ “ଏଠାକୁ ଆସିବା ବେଳେ ରାସ୍ତାରେ ହଜାର ହଜାର…
ପୁରୀ: ଆଜି ନୂଆ ବର୍ଷରେ ପୁରୀରେ ଭକ୍ତଙ୍କୁ ମିଳିଛି ନୂଆ ଅନୁଭବ। ଏତର ଜଗାକୁ ଦର୍ଶନ କରିବା ପାଇଁ ଛିଡା ହୋଇ ଅପେକ୍ଷା କରିବା ଆବଶ୍ୟକ ନାହିଁ। ବ୍ୟାରିକେଟ ଭିତରେ ବସିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଘଣ୍ଟାଘଣ୍ଟା ଧରି ଛିଡା ହୋଇ ଅପେକ୍ଷା କରିବା ଭକ୍ତଙ୍କ ପକ୍ଷରେ କଷ୍ଟଦାୟକ ହୋଇପଡୁଥିଲା। ଏପରିକି ବରିଷ୍ଠ ଭକ୍ତମାନେ ଜଗାଦର୍ଶନ ପାଇଁ ଅସହୟ ଯନ୍ତ୍ରଣା ଭୋଗୀବାକୁ ପଡୁଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେଠାରେ ବ୍ୟାରିକେଟ ଭିତରେ ବସି ଅପେକ୍ଷା କରିବାର ବନ୍ଦୋବସ୍ଥ କରିଛନ୍ତି। ସେତିକି ନୁହେଁ ଏହାକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଫଳରେ ଭକ୍ତମାନେ ଏହି ଏସି ଟନେଲ ଭିତରେ ଯେତେବେଳେ ଚାହିଁବେ ଛିଡା ହୋଇ କିମ୍ବା ବସିକି ଅପେକ୍ଷା କରିପାରିବେ। ଫଳରେ ନୂଆ ବର୍ଷରେ ଜଗା ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ସୁବିଧା ଆଣିଦେଇଛି।
ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି। ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି।…
ପୁରୀ: ଚଳିତ ବର୍ଷ ପୁରୀରେ ରେକର୍ଡ ସଂଖ୍ୟକ ଭକ୍ତ ମହାବାହୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବ ବର୍ଷର ରେକର୍ଡ ଭାଙ୍ଗି ଏଥର ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ପୁରୀ ପୋଲିସ ତଥ୍ୟ ଅନୁସାରେ ରାତି ଦୁଇଟାରୁ ଆଜି ଭୋର ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି। ରାତିରୁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗି ରହିଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯାଇଥିଲା। ଭିଡକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ଏଥର ଶ୍ରୀମନ୍ଦିର ରାତି ଦଶଟାକୁ ବନ୍ଦ କରି ରାତି ଗୋଟାଏ ବେଳକୁ ଖୋଲିଥିଲେ। ନୂଆ ବର୍ଷରେ ଠାକୁରଙ୍କୁ ଦର୍ଶନ କରି ନିଜର କାର୍ଯ୍ୟ ଆରମ୍ଭ କରିବା ପାଇଁ ଗତକାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ଭୁବନେଶ୍ବର: ଆଜି ହେଉଛି ନୂଆ ବର୍ଷ। 2023 ଶେଷ ହୋଇ ପ୍ରବେଶ କରିଛି 2024। ସେଥିପାଇଁ ଚାରିଆଡେ ଉତ୍ସବର ମାହୋଲ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ।
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ଓଡିଶା ରାଜନୀତିରେ ସେତିକି ରୋଚକ କଥା ଦେଖିବାକୁ ମିଳିଛି। ସେହିପରି ଏକ ଘଟଣା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରେ ପରିଲକ୍ଷିତ ହୋଇଛି। ତାହା ହେଲା ଅପରାଜିତାଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟର। ବିଭିନ୍ନ ସ୍ଥାନରେ ସେ ଏହି ଅଭିନନ୍ଦନ ପୋଷ୍ଟର ମାରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ସେହି ପୋଷ୍ଟରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉଟ ହୋଇଯାଇଛନ୍ତି। ଅପରାଜିତା ମାରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଫଟୋ ରହିଛି। ପୁରା ଉପରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କ ଫଟୋ ରହିଛି। ତଳକୁ ଅପରାଜିତାଙ୍କ ବଡ ସୁନ୍ଦର ଫଟୋଟିଏ ରହିଛି। ହେଲେ କେଉଁଠି ହେଲେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନିତ କରି ନାହାଁନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ପୂର୍ବରୁ ନୂଆବର୍ଷ ପୋଷ୍ଟରରେ ଅପରାଜିତା ଧର୍ମେନ୍ଦ୍ରଙ୍କୁ ସ୍ଥାନିତ କରିଥିଲେ।…
ଭୁବନେଶ୍ବର: ଆସନ୍ତାକାଲି ନୂଆବର୍ଷରେ ଓଡିଶାବାସୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ନୂଆ ଉପହାର। ତାହା ହେଲା ଭୁବନେଶ୍ବର କଟକ ମେଟ୍ରୋ ରେଳ ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି କରାଯାଇଛି। ଏହି ପ୍ରକଳ୍ପରେ ମୋଟ ୫୯୨୯ କୋଟି ଟଙ୍କା ବ୍ୟୟ କରାଯିବ। ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ଟଙ୍କା ସମ୍ପୂର୍ଣ୍ଣ ରୂପେ ଓଡିଶା ସରକାର ବହନ କରିବେ। ଏହାକୁ ରାଜ୍ୟ ସରକାରଙ୍କ ୫ଟି ପଦକ୍ଷେପ ଭାବରେ ଗ୍ରହଣ କରାଯିବ। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ପ୍ରଦାନ କରାଯାଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଓଡ଼ିଶା ସରକାରଙ୍କ ଏକ ସମ୍ପୂର୍ଣ୍ଣ ମାଲିକାନା କମ୍ପାନୀ ଅଧିନିୟମ ଅନୁଯାୟୀ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଛି। ଏହି ପ୍ରକଳ୍ପକୁ ତ୍ବାରିନତ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ତଦାରଖ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ…
ପୁରୀ: ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରି ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ବାଲୁକା କଳାରେ ବିଶ୍ୱ କୁ Happy New Year ୨୦୨୪ ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଇଂରାଜୀ ନୂତନ ବର୍ଷ ସମସ୍ତଙ୍କ ଜୀବନ ରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେଉ ବୋଲି ବାର୍ତ୍ତା ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ। ଏହି ବାଲୁକା କଳା ଟି ୨୦ ଫୁଟ ଓସାର ବିଶିଷ୍ଟ। ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ଏଗୁଡ଼ିକର ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ଅପରିହାର୍ଯ୍ୟ। ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି l ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି। ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି। ବିଳମ୍ବ ନ କରି …
କଟକ: ଆଜି ଓଡିଶା ପୋଲିସ ଡିଜି ବା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡଙ୍ଗୀ। ସେ ଆଜି କଟକ ପୋଲିସ ମୁଖ୍ୟାଳୟରେ ସୁନୀଲ ବଂଶଲଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସମୟରେ ପୋଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୁନୀଲ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ଅରୁଣ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଅରୁଣ ଷଡଙ୍ଗୀ ପୋଲିସ ଡିଜି ଭାବରେ ଅତିରିକ୍ତ ଦାୟିତ୍ବରେ ରହିବେ। ନୂଆ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ ବୋଲି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି। ରାଜ୍ୟ ସରକାର ବରିଷ୍ଠତା ଭିତିରେ ତିନିଜଣଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା ନିଷ୍ପତି ହୋଇ ନ ଥିବାରୁ ଅରୁଣଙ୍କୁ ଅସ୍ଥାୟୀ ଭାବେ ପୋଲିସ ଡିଜି ଦାୟିତ୍ବ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ଆଜିଠାରୁ ଦେଶର ସମସ୍ତ ଆୟୁଷମାନ ଭାରତ ହେଲଥ ଆଣ୍ଡ ୱେଲନେସ କେନ୍ଦ୍ରର ନାମ ପରିବର୍ତ୍ତନ ହେଲା। ଏହା ‘ଆରୋଗ୍ୟମ ପରମ ଧନଂ ସ୍ଲୋଗାନ ନେଇ ଆୟୁଷମାନ ଆରୋଗ୍ୟ ମନ୍ଦିର ଭାବେ ନାମକରଣ ହେଲା। ଏ ନେଇ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନଭେମ୍ବର ମାସରେ ନିଷ୍ପତି ଗ୍ରହଣ କରିଥିଲା। ଏଥିରେ କୁହାଯାଇଥିଲା ଯେ, 2023 ବର୍ଷ ଶେଷକୁ ଏହାର ନାମ ପରିବର୍ତ୍ତନ କରାଯିବ।ସେହି ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପ୍ରତ୍ୟେକ ପି ଏଚ ସି , ସିଏଚସି ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡ଼ିକ ନାମ ପରିବର୍ତ୍ତନ କରାଯାଇଛି। ଏଥିରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଆପ ଡାଉନଲୋଡ଼ କରିବାକୁ କୁହାଯାଇଛି।ଏହା ଦ୍ୱାରା ଦେଶର ପ୍ରତି ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ। ଏହା ଦ୍ବାରା ଦେଶର ପ୍ରତ୍ୟେକ ନାଗରିକ ନିଜ ଘର ପାଖରେ ଥିବା ସରକାରଙ୍କ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ…
ଭୁବନେଶ୍ବର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦ ମେଟି୍ରକ୍ ଟନ କ୍ଷମତା ବିଶିଷ୍ଟ ଶୀତଳ ଗୃହ ସ୍ଥାପନ ପାଇଁ ବ୍ୟୟ ଅଟକଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଗୃହ ସ୍ଥାପନ କରାଯିବ। ଆଜି ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା-ପନିପରିବା…

