Author: Samikhsya Bureau

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ସେଥିପାଇଁ ପୁରୀ ପୋଲିସ ତରଫରୁ କେତେକ ମାର୍ଗଦର୍ଶିକା ଜାରୀ କରାଯାଇଛି। ତାହା ହେଲା। ଏହି ଅନୁସାରେ ଆପଣ ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ କୁହାଯାଇଛି।

Read More

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ବନ୍ଦୋବସ୍ତ। ଏହି ଉଦଘାଟନ ପର୍ବରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ଓଡିଶାର ପ୍ରତିଟି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ଜାନୁଆରି ୫ ତାରିଖରୁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଏହି ଗୁଆ ଚାଉଳ ସଂଗ୍ରହ କରାଯିବ। ଏଥି ସହ ଗାଁ କୁ ଗାଁ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ଚାଉଳ ଓ ଗୁଆ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ।ସେଠାରୁ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଗାଡିରେ ପୁରୀ ନିଆଯିବ। ଏଥିସହିତ ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ସେହିପରି ପ୍ରତି ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ପରୀକ୍ଷା ଦେଇପାରିବେ।ସେହିପରି ଅନ୍ୟ ଯେଉଁ ସବୁ ନିଷ୍ପତି ଗ୍ରହଣ କରାଯାଇଛି ତାହା ହେଲା ୧- ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।ଭୁବନେଶ୍ବର ନିକଟରେ ୫ ଏକର ଜମି ବିନା ପ୍ରିୟମିୟମରେ ଦିଆଯିବ। ୨- ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ…

Read More

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଆଗାମୀ ମାସ ୧୭ ତାରିଖରେ।ଏହି ଭବ୍ୟ ଲୋକାର୍ପଣରେ ସାମିଲ ହେଵା ପାଇଁ ଆମ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ମନ୍ଦିର,ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ମନ୍ଦିର ଓ ଦେଶ ବାହାର ର ବିଭିନ୍ନ ପ୍ରମୁଖ୍ୟ ମନ୍ଦିର ମାନଙ୍କର ମୁଖ୍ୟ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ନେପାଳ ଦେଶର କାଠମାଣ୍ଡୁର ପଶୁପତିନାଥ ଓ ଗୁହୈଶ୍ୱରୀ ଶକ୍ତି ପୀଠ ର ପ୍ରମୁଖ ଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।ପୁରୀ ରୁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ଏହି ଦୁଇ ମନ୍ଦିର ରେ ପହଞ୍ଚିବା ପରେ ସେମାନ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେବାୟତ ଓ ଅଧିକାରୀ ମାନେ ସେମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଲୋକାର୍ପଣ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।ସେହିପରି ଆଜି ପୁରୀ ଜିଲ୍ଲା ର ଅଲାରନାଥ ଓ ବାଲି ହରଚଣ୍ଡୀ ମନ୍ଦିରର…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା ଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ। ସେହିପରି ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍‌ ନିର୍ମାଣ କରାଯିବ। ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷଜମିକୁ ପାଣି ମିଳିପାରିବ। ସବୁ ପ୍ରକଳ୍ପରେ ଆଧୁନିକ ଟେକ୍‌ନଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପ୍‌ଲାଇନ୍‌ ମାଧ୍ୟମରେ ଜଳସେଚନ କରାଯିବ। ଏହା ଦ୍ୱାରା ଏହି ୨ଟି ଗୁରୁତ୍ୱପୂର୍ଣ୍ଣ…

Read More

ଭୁବନେଶ୍ବର: ଶେଷରେ ଯାହା କଳ୍ପନା ପ୍ରକାଶ ପାଇଥିଲା ତାହା ହିଁ ହେଲା। ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ଅରୁଣ ଷଡଙ୍ଗୀ। 1990 ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡଙ୍ଗୀ ବର୍ତ୍ତମାନ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ସେ ନିୟମିତ ଡିଜି ଯୋଗଦେବା ପର୍ଯ୍ୟନ୍ତ ଏହି ପଦବୀରେ ଅତିରିକ୍ତ ଦାୟିତ୍ବରେ ରହିବେ। ଏ ନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର 31 ତାରିଖରେ ପୋଲିସ ଡିଜି ସୁନୀଲ ବଂଶଲଙ୍କର କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ ନୂଆ ଡିଜିପି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ବରିଷ୍ଠତା ଭିତ୍ତିରେ ରାଜ୍ୟ ସରକାର ତିନିଜଣଙ୍କ ନାମ କେନ୍ଦ୍ରକୁ ପଠାଇଛନ୍ତି। ହେଲେ ବୈଠକ ହୋଇପାରି ନ ଥିବାରୁ ନୂଆ ଡିଜିପିଙ୍କୁ ଚୟନ କରାଯାଇ ପାରି ନାହିଁ। ସେଥିପାଇଁ ଅରୁଣ ଷଡଙ୍ଗୀଙ୍କୁ ଅସ୍ଥାୟୀ ଡିଜିପି ଭାବେ ନିଯୁକ୍ତ ଦିଆଯାଇଛି।

Read More

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡର ସମ୍ଭାବନା ରହିଛି। କାରଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମସ୍ତେ ନୂଆ ବର୍ଷ ଆରମ୍ଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ଆସନ୍ତାକାଲିଠାରୁ ବଡ ଦାଣ୍ଡରେ ଭିଡ ଆରମ୍ଭ ହୋଇଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଦର୍ଶନ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରିବା ପାଇଁ ନିଷ୍ପତି ହୋଇଛି। ନୂଆବର୍ଷରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଗାଡି ଚଳାଚଳକୁ ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ଭକ୍ତମାନ ଚାଲିଚାଲି ଶ୍ରୀମନ୍ଦିରକୁ ଯିବେ। ଏସବୁ ସୁବ୍ୟବସ୍ଥିତ କରିବା ପାଇଁ ବଡଦାଣ୍ଡରେ ୧୨ ଶହ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ବାହାରେ ୬୮ ସେକସନ ଫୋସ ମୁତୟନ କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ୩୭ ସେକସନ ଫୋର୍ସ ମୁତୟନ କରାଯିବ। ଏହା ଜଣେ କମାଣ୍ଡାଣ୍ଟ ତତ୍ବାବଧାନରେ ନିୟନ୍ତ୍ରଣ ହେବ। ଭକ୍ତଙ୍କ ଭିଡକୁ ଲକ୍ଷରଖି ବଡ ଦାଣ୍ଡରେ ୫ଟି ଏବଂ…

Read More

ଭୁବନେଶ୍ବର: ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା। ସେ ହେଉଛନ୍ତି ମନୋରମା ମହାନ୍ତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଭାବେ ମନୋରମା ମହାନ୍ତିଙ୍କ ବଦଳି ହୋଇଛି। ସେ ଏହା ପୂର୍ବରୁ ଅହମ୍ମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଥିଲେ। ଭୁବନେଶ୍ବରରେ ଥିବା ଏଚ ଆର ବିଶ୍ବାସଙ୍କର କୋଲକାତା କେନ୍ଦ୍ରକୁ ବଦଳି ହୋଇଛି। ମନୋରମା ହେଉଛନ୍ତି ଓଡିଆ ଝିଅ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପାଶ କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ସେ ପଦନ୍ନୋତି ପାଇ ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶିକା ଥିଲେ। ସେଠାରେ ସେ ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉତେ ଏବଂ ବିପର୍ଯ୍ୟୟ ବାତ୍ୟା ସଂପର୍କରେ ଆଗୁଆ ସୂଚନା ଦେଇ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି।

Read More

ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେହି ଅନୁସାରେ ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଭାବେ ଘୋଷଣା କରାଯାଇଛି। ସେହିପରି ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ ଏବଂ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ଆଜି ସକାଳେ ୫ଟି (ଟ୍ରାନ୍ସଫର୍ମେସନାଲ୍ ଇନିସିଏଟିଭ୍) ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ସେ ଭୋର  ୫.୦୦ ରୁ ୭ ଟା ମଧ୍ୟରେ ଏହି ପ୍ରକଳ୍ପର ତଦାରଖ କରିଥିଲେ। ଶ୍ରୀ ପାଣ୍ଡିଆନ ତୀର୍ଥଯାତ୍ରୀଙ୍କ ଦର୍ଶନ କରିବା ପାଇଁ ଥିବା ବାରିକେଡ ତଥା କ୍ୟୁ ମ୍ୟାନେଜମେଣ୍ଟ ପାଇଁ ସୁବିଧା ଦେଖିଥିଲେ। ଏଥିସହିତ ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ, ମଠ ପୁନରୁଦ୍ଧାର, କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ, ଦୁଇ ଚକିଆ ପାର୍କିଂ ଅଞ୍ଚଳରେ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନ୍ ଶ୍ରୀ ଦାଣ୍ଡ, ଶ୍ରୀ ଜଗନ୍ନାଥ ବଲ୍ଲଭ ବିହାର ଏବଂ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଯାଞ୍ଚ କରିଥିଲେ। ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇ ଅଗ୍ରଗତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାପାଳ ତଥା ଏସପି ପୁରୀ, ଏମଡି ଓବିସିସିଙ୍କ ସହିତ ଆଲୋଚନା କରିଥିଲେ।

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ନୂଆବର୍ଷ ପାଇଁ ଚିଲିକାରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ଚଳିତ ବର୍ଷ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ବଡ଼କୁଳ, କାଳିଜାଇ, ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଛି। ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଜିଠାରୁ ଗ୍ରହଣ କରିଛି ଏକାଧିକ ପଦକ୍ଷେପ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶ ମୁତାବକ ଆଜିଠାରୁ ଆସନ୍ତା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଲୁଗାଁରେ ମୁତୟନ ହୋଇଛନ୍ତି ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ମୁତୟନ କରିଛି ଏହି ଟିମ l ଚିଲିକା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ହ୍ରଦ ହୋଇଥିବା ବେଳେ ଏଥି ମଧ୍ୟରେ ଅବସ୍ଥିତ ମା’ କାଳିଜାଇ ମନ୍ଦିର ଏବଂ ବଡ଼କୁଳ ପାନ୍ଥନିବାସ, ବାଲୁଗାଁ ଜେଟି ଆଦି ସ୍ଥାନରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛ। ଏହି…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ମୁତାବକ, ବାଲୁଗାଁ ଅଞ୍ଚଳର ଜଣେ ମହିଳା ପ୍ରସୂତି ପାଇଁ ବାଣପୁର ମେଡିକାଲ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ଅପରାହ୍ନରେ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲ ନେଇଥିଲେ। ତେବେ ମହିଳାଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିବାରୁ ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲକୁ ଅସ୍ତ୍ରୋପଚାର ପାଇଁ ଉକ୍ତ ମହିଳାଙ୍କୁ ପଠାଇଥିଲେ ଜନୈକ ଡାକ୍ତର। ତେବେ ଡାକ୍ତର ସେଠାରେ ବିଳମ୍ବରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଲୁଗାଁ…

Read More

ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ 2020 ବ୍ୟାଚର ଆଇଏଏସ ଅଫିସର ଶ୍ରୀ ଚଭନ କୁନାଲ ମୋତିରାମ ଙ୍କୁ ନିଯୁକ୍ତି ଦେଇଛନ୍ତି। ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡିଭିଜିନ ଭାବେ କାର୍ଯ୍ୟ କରୁଛି। ପଦ୍ମପୁର ର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ, ବ୍ୟବସ୍ଥାକୁ ଅଧିକ ମଜଭୂତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ। ଶ୍ରୀ ମୋତିରାମ ଵର୍ତମାନ ବାଲେଶ୍ଵରର ଉପଜିଲ୍ଲାପାଳ ଅଛନ୍ତି।

Read More

ଭୁବନେଶ୍ବର: ଉଚ୍ଚଶିକ୍ଷା ଲାଭ ନିମନ୍ତେ କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି। ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରର ପି୍ରମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌ କୋଡ଼ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍‌ ପାଠ୍ୟକ୍ରମ, ଏମ୍‌ବିବିଏସ୍‌, ବିଡ଼ିଏସ୍‌, ବିଏଚ୍‌ଏମ୍‌ଏସ୍‌, ବି. ଫାର୍ମା, ବିଏସ୍‌ସି (ନର୍ସିଂ), ପିବିବିଏସ୍‌ସି ନର୍ସିଂ, ବିଏସ୍‌ସି (ସମ୍ମାନ)…

Read More

ଭୁବନେଶ୍ୱର: ନୂତନ ବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ଆଜି ଓଡିଶା କ୍ୟାଡରର ୧୯ ଆଇପିଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ  ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୯୯ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ତାଙ୍କୁ ଜାନୁଆରୀ ୧, ୨୦୨୪ ଠାରୁ ଏଡିଜି ପୋଲିସ୍ ଗ୍ରେଡ୍ ପଦୋନ୍ନତି ପାଇବାକୁ ଅନୁମତି ଦିଆଯାଇଛି। ଶ୍ରୀ ଉପାଧ୍ୟାୟଙ୍କୁ ପ୍ରୋ-ଫର୍ମା ପଦୋନ୍ନତି ଦିଆଯାଇଛି। ୨୦୦୬ ବ୍ୟାଚ୍ ର ପାଞ୍ଚ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ପଦବୀକୁ ଉନ୍ନୀତ କରାଯାଇଛି। ସେମାନେ ହେଲେ ଅନୁପ କୁମାର ସାହୁ ଡିଜି ଇଣ୍ଟେଲିଜେନ୍ସକୁ ଆଇଜିପି ରାଙ୍କରେ ପଦୋନ୍ନତି ଦିଆଯାଇ ଥିବା ବେଳେ ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂ, ଅନୁପ କୃଷ୍ଣ ଏବଂ ସୁଧା ସିଂଙ୍କୁ ଡେପୁଟେସନରେ ଥିବାରୁ ତାଙ୍କୁ ପ୍ରୋ-ପ୍ରୋମୋ ପଦୋନ୍ନତି…

Read More

ଭୁବନେଶ୍ବର: ରାଜଧାନୀର ପାଣ୍ଡରା ଛକରେ ଥିବା ହାଇଟେକ ମେଡିକାଲ କଲେଜରେ ଏକ ବିସ୍ପୋରଣ ହୋଇଛି। ଏହାଦ୍ବାରା କଲେଜର ତିନିଜଣ କର୍ମଚାରୀ ଆହାତ ହୋଇଥିବାର ଜଣାପଡିଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ସହାୟତା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣାରୁ ଜଣାପଡିଛି ଯେ, ମେଡିକାଲର ଏକ ଏସିରେ ଗ୍ୟାସ ଭର୍ତ୍ତି କରାଯାଉଥିଲା। ଏହିସମୟରେ ଏସି କଂପ୍ରେସରଟି ବିସ୍ପୋରଣ ହୋଇଯାଇଥିଲା। ଫଳରେ ସେଠାରେ କାମ କରୁଥିବା ତିନି କର୍ମଚାରୀ ଆହତ ହୋଇଛନ୍ତି। ତେବେ ପରିସ୍ଥିତି ସେପରି ଜଟିଳ ହୋଇ ନାହିଁ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ 5 ଜଣ ବ୍ୟକ୍ତି ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଗତକାଲି କୋରାପୁଟର ପାତାଳୀ ନଦୀରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ନୌକାଟି ଓଲଟି ପଡିବାରୁ ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ନିଯୋଜ ଥିଲେ। ଏହାପରେ ସେହି ତିନିଜଣ ନାବାଳିକାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ବିବାହ ଭୋଜିରେ ଯୋଗଦେବାକୁ ଏହି ପାଞ୍ଚଜଣ ଦେଶୀ ଡଙ୍ଗାରେ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଲୋକସେବା ଭବନର କନଭେସନ ହଲରେ ନିଯୁକ୍ତି ପର୍ବରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏ ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଚୟନ ପରୀକ୍ଷା କରାଯାଇଥିଲା। ସେଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୪୭୩ ଜଣ ମେଡିକାଲ ଅଫିସରଙ୍କୁ ଚିକିତ୍ସା ସେବାରେ ନିଯୁକ୍ତି ପ୍ରଦାନ କରିଛନ୍ତି।

Read More

ଭୁବନେଶ୍ବର: ଆପଣ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର ପାଇବା ପାଇଁ ଜୟଦେବ ଭବନରେ ଆଉ ଧାଡିରେ ଛିଡା ହେବା ଆବଶ୍ୟକ ନାହିଁ। ଆପଣ ଘରେ ବସି ଏହି ଡାଇରୀ ଓ କ୍ୟାଲେଣ୍ଡର ପାଇପାରିବେ। ଏ ନେଇ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପ୍ରେସ ନିର୍ଦ୍ଦେଶାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଆପଣ ଘରେ ବସି adisha.in କିମ୍ବା boyanika.com ରେ ଲଗଅନ କରି ଜାନୁୟାରୀ ପହିଲାରୁ ଏହା ହାସଲ କରିପାରିବେ।

Read More

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଶୀତ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଘନ କୁହୁଡି ଦ୍ବାରା ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳେ ରାଉରକେଲାରେ ସବୁଠାରୁ ଅତିଘନ କୁହୁଡି ପରିଲକ୍ଷିତ ହୋଇଥିଲା। ଆଜି ରାଜ୍ୟର ଅନୁଭୂତ ହୋଇଥିବା ବିଭିନ୍ନ ସ୍ଥାନରେ କୁହୁଡି ଏବଂ ଦୃଶ୍ୟମାନ ଦୂରତା ହେଲା ଅତିଘନ କୁହୁଡି ରାଉରକେଲା : ୪୦ମିଟର ଘନକୁହୁଡି ନୟାଗଡ: ୬୦ ମିଟର ଫୁଲବାଣୀ: ୮୦ ମିଟର କୋରାପୁଟ: ୧୦୦ ମିଟର କଟକ:୧୦୦ ମିଟର ମଧ୍ୟମ ଧରଣର କୁହୁଡି ଭୁବନେଶ୍ୱର: ୪୦୦ ମିଟର ଅନୁଗୁଳ: ୨୦୦ ମିଟର ଢେଙ୍କାନାଳ: ୨୦୦ ମିଟର ଖୋର୍ଦ୍ଧା: ୨୦୦ ମିଟର

Read More

ଭୁବନେଶ୍ବର: ଶେଷରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେ ଚଳିତ ମାସ 31 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ। ତା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଆଉ ଛଅ ମାସ ପାଇଁ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଫଳରେ ସେ ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ବେଳକୁ ମୁଖ୍ୟ ଶାସନ ଭାବେ କାର୍ଯ୍ୟ କରୁଥିବେ। ପ୍ରଦୀପ ଜେନାଙ୍କ ଅବସର ପରେ ରାଜ୍ୟର କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା। ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନାମ ଆଗରେ ଥିଲା। ତେବେ ଆଉ ଚାରି ମାସ ପରେ ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଏହି ମୁଖ୍ୟ ପଦବୀରେ କିଏ ରହିବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା।

Read More