Author: Samikhsya Bureau

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏଥର ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ମାଇକ୍ରୋ-ଲେଭଲ’ ଯୋଜନାର ନିର୍ବାଚନୀ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିଜ୍ଞ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥର ୫ଟି ଲୋକସଭା ଆସନର କ୍ଲଷ୍ଟର ଗଠନ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ନିର୍ବାଚନ ପ୍ରସ୍ତୁତି ଉପରେ ବିଚାର ବିମର୍ଶ ପୂର୍ବରୁ ଦୁର୍ବଳ ଅଞ୍ଚଳରେ ଦମଦାର ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ଖୁବ୍ ଶୀଘ୍ର ପ୍ରାୟ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ସଙ୍କେତ ଦେଇଛି। ଏହି ତାଲିକା ବିଧାନସଭା ଭଳି ଆଗୁଆ ପ୍ରକାଶ ପାଇବ। ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ…

Read More

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଭକ୍ତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ସେଠାରେ ମୁତୟନ ହେବେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ। ଆଜି ଏ ନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ହିନ୍ଦୁମାନଙ୍କ ପାଇଁ ବିଶ୍ୱାସର କେନ୍ଦ୍ରସ୍ଥଳ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ। କୋଭିଡ୍ ପରେ ଭକ୍ତଙ୍କ ଦୈନିକ ପ୍ରବେଶ ପ୍ରାୟ ପଚାଶ ହଜାର ହେବ ବୋଲି ଅନୁମାନ କରାଯାଉଛି। ସେହିପରି ସପ୍ତାହ ଶେଷରେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବରେ ଏହି ସମାବୋଶ ଦ୍ୱିଗୁଣିତ ହୋଇଯାଏ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଏହି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 5ଟି ଅଧିନରେ ଏହା ବର୍ତ୍ତମାନ ରାଜ୍ୟର ଏକ ବଡ ତଥା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ଏଥିରେ ଭକ୍ତଙ୍କ ପାଇଁ ଯେଉଁ ସୁବିଧା ରହିଛି ସେଥିରେ ପ୍ରତିଦିନ ସଂଖ୍ୟା ବେଶ ବୃଦ୍ଧି ପାଇବ।…

Read More

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସହ ଜଡ଼ିତ ଏକ ନିଆରା ରେକର୍ଡ କରିବେ। ପ୍ରଧାନମନ୍ତ୍ରୀ ଭାବରେ ସେ ପଞ୍ଚମ ଥର ପାଇଁ ଅଯୋଧ୍ୟାରେ ଗସ୍ତରେ ଆସୁଛନ୍ତି। ୨୦୧୯ରେ ଗୋସାଇଗଞ୍ଜରେ ସାଧାରଣ ସଭା, ୨୦୨୦ରେ ରାମ ମନ୍ଦିର ଭୂମି ପୂଜନ, ୨୦୨୨ରେ ଦୀପୋତ୍ସବ-୨୦୨୨ ପରେ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ସେ ଚତୁର୍ଥ ଥର ପାଇଁ ଡିସେମ୍ବର ୩୦ରେ ଅଯୋଧ୍ୟାରେ ଗସ୍ତରେ ଯିବେ। ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବେ ଯିଏ କି ୫ ଥର ଅଯୋଧ୍ୟା ଗସ୍ତ କରିବେ। ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ରାମଲାଲାଙ୍କ ପୂଜା ଅର୍ଚ୍ୟନା କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ ମଧ୍ୟ କେହି ରାମଲାଲାଙ୍କୁ ଭେଟି ନାହାନ୍ତି। ସାଂସଦ ଲଲ୍ଲୁ ସିଂହ କହିଛନ୍ତି ଯେ ଅଯୋଧ୍ୟା ପ୍ରତି ବହୁତ ସମ୍ମାନ ରଖୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆଚରଣ…

Read More

ଚାନ୍ଦପୁର: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଟ୍ରକ ପଛରେ ପିଟି ହେଲା ଏକ ବସ। ଫଳରେ ୭ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବାର ଜଣାପଡିଛି। ସମସ୍ତଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ବସଟି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ବାହାରି ଭୁବନେଶ୍ୱର ଯାଉଥିଲା। ବସଟିର ନାମ ଲକ୍ଷ୍ମୀ ନାରାୟଣ। ସିଂହାସନି ରୁ ୬୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଏହି ବସଟୁ ଭୁବନେଶ୍ୱର ଆସୁଥିଲା। ଅଧା ବାଟରେ ଚାଳକଙ୍କ ଠାରୁ ଗାଡି ମାଗି ମାଲିକ ଗାଡି ଚାଳନା କରୁଥିବା ରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଜଣା ପଡିଛି। ଗୁରୁତରମାନଙ୍କୁ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କରିଥିଲେ। ଗୁରୁତରମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟର ୪୮ ବର୍ଷ ବୟସ୍କ ସସିରାମ ସାହୁ, ୪୮ ବର୍ଷ ବୟସ୍କ ବାନାମ୍ବର ପ୍ରଧାନ, ପୋଲସରାର ୪୫ ବର୍ଷ ବୟସ୍କ କୈଳାଶ ଚନ୍ଦ୍ର…

Read More

ବ୍ରହ୍ମପୁର( କୈଳାସ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ବେଳାଭୂମି ରେ ନିୟୋଜିତ ଲାଇଫ୍ ଗାର୍ଡ କର୍ମଚାରୀ ଙ୍କ ଦ୍ଵାରା ଭାସୁଥିବା ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମ୍ରୁତ ବ୍ୟକ୍ତି ର ପରିଚୟ ମିଳିନାହିଁ।ତାର ବୟସ ପାଖାପାଖି ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଡଡାକ୍ତରଖାନା ଶବ ସଂରକ୍ଷିତ ଗ୍ରୁହରେ ରଖିଛନ୍ତି ଓ ମ୍ରୁତ ଯୁବକ ର ପରିଚୟ ଖୋଜୁଥିବା ଜଣାପଡିଛି। ଏତଦବ୍ୟତୀତ ବେଳାଭୂମି ନିକଟରୁ ଏକ ସାଇକେଲ ଓ ସାର୍ଟ ମିଳିଛି। ଗୋପାଳପୁର ପୋଲିସ ଏ ନେଇ ନଂ ୩୦/୨୦୨୩ ଅନୁଯାୟୀ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି।

Read More

ନୂଆଦିଲ୍ଲୀ: ଜାତୀୟ ଏକତା ଏବଂ ସନାତନ ଚିନ୍ତାଧାରାକୁ ସମର୍ଥନ କରୁଥିବା ବିଜେପିକୁ ପରାସ୍ତ କରିବା ପାଇଁ ଦୁଇ ଡଜନରୁ ଅଧିକ ବିରୋଧୀ ଦଳ ଇଣ୍ଡି ମେଣ୍ଟ ଗଠନ କରିଛନ୍ତି। ଏଥିରେ ସାମିଲ ହୋଇଥିବା ଦଳର ନେତାମାନେ ହିନ୍ଦୀ ଏବଂ ହିନ୍ଦୁ ଧର୍ମ ଉପରେ ନିରବଚ୍ଛିନ୍ନ ଆକ୍ରମଣ ଜାରି ରଖିଛନ୍ତି। ଏବେ ଇଣ୍ଡି ମେଣ୍ଟର ଦକ୍ଷିଣ ଭାରତୀୟ ସହଯୋଗୀମାନେ ମଧ୍ୟ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟ ନିଧି ଷ୍ଟାଲିନ ପ୍ରଥମେ ସନାତନ ଧର୍ମକୁ ସଂକ୍ରାମକ ରୋଗ ସହ ତୁଳନା କରି ମୋର୍ଚ୍ଚା ଖୋଲିଥିଲେ। ଡିଏମକେ ସାଂସଦ ଏ ରାଜା ମଧ୍ୟ ମୈଦାନକୁ ଓହ୍ଲାଇଥିଲେ। ସେତେବେଳେ ସେନ୍ଥିଲ କୁମାର ମଧ୍ୟ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ କରିଥିଲେ ଏବଂ ଏବେ ଡିଏମକେ ସାଂସଦ ଦୟାନିଧି ମାରାନ ମଧ୍ୟ ଉତ୍ତର ଭାରତୀୟଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ବିଜେପି ବିରୋଧୀ ନାଁରେ…

Read More

ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇ ଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ ହୋଇନଥିଲା। ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲା ବେଳେ ୧୯୭୯ ଫେବ୍ରୁଆରିରେ ଚୀନ ଯାଇଥିଲେ। ବିମାନବନ୍ଦରରେ ତାଙ୍କ ପ୍ରଶଂସକମାନେ ଫୁଲ ଓ ମାଳ ଧରି ଠିଆ ହୋଇଥିଲେ। ଏଠାରେ ଜଣେ ମହିଳା ଏକ ପୋଷ୍ଟର ଧରି ଠିଆ ହୋଇଥିଲେ, ‘୬୨ ବର୍ଷକୁ ଭୁଲିବେ ନାହିଁ’ ବୋଲି ସେଥିରେ ଲେଖାଥିଲା। ଗୋଟିଏ ବ୍ୟାନରରେ ଲେଖାଥିଲା, ‘ଅଧିକୃତ ଅଞ୍ଚଳକୁ ଫେରାଇ ନିଅ।’ ୧୯୬୨ମସିହାରେ ଚୀନ୍ ଭାରତରେ ପ୍ରବେଶ କରି ୧୪,୦୦୦ ବର୍ଗ ମାଇଲ ଅଞ୍ଚଳ ଦଖଲ କରିଥିଲା। ଏହି ଅଞ୍ଚଳର ଅଧିକାଂଶ ଅଂଶ ଉତ୍ତର-ପୂର୍ବ କଶ୍ମୀରର ହିମାଳୟ ଅଞ୍ଚଳ ଯାହା ଏବେ ବି ଚୀନ କବ୍ଜାରେ ରହିଛି। ସେତେବେଳେ ମୋରାରଜୀ ଦେଶାଇଙ୍କ ସରକାର ଥିଲା। ଅଟଳଙ୍କ ଗସ୍ତର ଆବଶ୍ୟକତା ନେଇ…

Read More

ନୂଆଦିଲ୍ଲୀ: ଦେଶରେ ତିନି ତଲାକକୁ ବେଆଇନ ଘୋଷଣା ହେବାର ୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ତଥାପି ଏହି ମାମଲା ବନ୍ଦ ହେବାର ନାଁ ନେଉ ନାହିଁ। ଆଇନ ମନ୍ତଣାଳୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ୧ ଲକ୍ଷ ୫୭ ହଜାର ୭୨୫ ମୁସଲମାନ ମହିଳା ଏହାର ଶିକାର ହୋଇଛନ୍ତି। ଶୀକାର ହୋଇଥିବା ମହିଳା ଅଧିକାଂଶ ଗରିବ ପରିବାରରୁ ଅଛନ୍ତି । ୨୦୧୮ ସେପ୍ଟେମ୍ବର ୧୯ରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ତଲାକ୍ ନେଇ ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜୀକୃତ ହୋଇଛି। ୨୦୧୯ରେ ତିନି ତଲାକ୍ ନେଇ ୨.୬୯ ଲକ୍ଷ ଅଭିଯୋଗ ଆସିଥିଲା । ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ଖସି ଆସିଥିଲା। କିନ୍ତୁ ୨୦୨୧ରେ ଏହା ୫.୪୧ ଲକ୍ଷ ଏବଂ ୨୦୨୨ରେ ସମୁଦାୟ ୨.୪୫ ଲକ୍ଷରେ ପହଞ୍ଚିଛି । ଏହା ହେଉଛି ଏପରି ମାମଲା ଯେଉଁଠାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ମହିଳାମାନଙ୍କୁ ଆଇନଗତ…

Read More

ଭୁବନେଶ୍ୱର: ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମର ଦ୍ୱିତୀୟ ତଥା ଉଦ୍‌ଯାପନୀ ଦିବସ ଆଜି ଅପରାହ୍ନରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ବହୁ ହର୍ଷୋଉଲ୍ଲାସର ସହିତ ଆରମ୍ଭ ହୋଇଥିଲା । ପଦ୍ମଶ୍ରୀ ଉଚ୍ଛବ ଦାସ ଏବଂ ଚୌଦ୍ୱାରର ଘୋଡ଼ାନାଚ ଦଳର ଚିତ୍ତାକର୍ଷକ ପ୍ରଦର୍ଶନ ସହିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଲ୍ଲେଖନୀୟ ପ୍ରଦର୍ଶନରେ ଥିଲା ରୂପଶ୍ରୀ ମହାପାତ୍ର ଏବଂ ତାଙ୍କ ଦଳ ଦ୍ୱାରା ମାହାରୀ ନୃତ୍ୟ ପରିବେଷଣ ହୋଇଛି । ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଯୁବ ପ୍ରତିଭା ପୁରସ୍କାର ପ୍ରାପ୍ତ ଉଭୟ ବର୍ଗର ଯଥା ଓଡ଼ିଶା ଏବଂ ଆମେରିକା ମଧ୍ୟରେ ପ୍ରୀତିଶା ମହାପାତ୍ର ଏବଂ ତପସ୍ୟା ରାୟ ମଧ୍ୟ ଆଜି ଅପରାହ୍ନରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅନ୍ୟାନ୍ୟ ଅନେକ ନୃତ୍ୟଶିଳ୍ପୀ ମଧ୍ୟ ମଞ୍ଚକୁ ଅନୁଗ୍ରହ କରିଥିଲେ । କୃଷ୍ଣ ବାଗ ଏବଂ ସମ୍ବଲପୁରର ଗୋଷ୍ଠୀ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସହିତ ଅପରାହ୍ନର ବିଭାଗ ସମାପ୍ତ ହୋଇଥିଲା…

Read More

ପୁରୀ: ଆଜି ଖ୍ରୀଷ୍ଟମାସ ବା ବଡଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଣିଦେଇଛି ବଡ ଖୁସି। କାରଣ ସେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ସାନ୍ତକ୍ଲଜ ବିଶ୍ବ ରେକର୍ଡ ହାସଲ କରିଛି। ଓର୍ଲଡ ରେକର୍ଡ ବୁକ ତରଫରୁ ଅନୁଧ୍ୟାନ କରାଯାଇ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସୁଦର୍ଶନ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକାର ଏକ ସାନ୍ତକ୍ଲଜ। ତେବେ ଏଥିରେ ସେ ବାଲି ଉପରେ ପ୍ରାୟ ଦୁଇ ଟନ ପିଆଜକୁ ସ୍ଥାପନ କରିଛନ୍ତି। ଯାହା ବାଲୁକା କଳା ଜଗତରେ ଏକ ନୂଆ ରେକର୍ଡ। ସେ ଏହି ପିଆଜକୁ ସାନ୍ତକ୍ଲଜର କୋର୍ଟକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି। ସେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା…

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରବିବାର ୫୦ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୯ ଟି ମାମଲା ଜେଏନ-୧ ଭାରିଆଣ୍ଟର ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୮୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର କେରଳରେ କରୋନାରେ ଆଉ ଏକ ମୃତ୍ୟୁ ଘଟିଛି। ଗତ ୪ ଦିନରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ରାେରଳୟର ସୂଚନା ଅନୁଯାୟୀ କେରଳରେ କୋରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨୫ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୯୨କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୨୯୬ ଜଣ ସୁସ୍ଥ ହୋଇଛନ୍ତି। କେରଳ ପରେ…

Read More

ନୂଆଦିଲ୍ଲୀ: ଏକ ଦେଶ ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଏହି ତାଲିକାରେ ସ୍ଥାନ ପାଇନଥିବାରୁ ଚଳିତ ମାସ ପ୍ରାରମ୍ଭରେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ୍ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ । ଏକ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବାର ତିନିଟି ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ: ଜୁନ୍…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେପି ହ୍ୟାଟ୍ରିକ୍ କରି ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରିବ। ଏହା ସହ ବିରୋଧୀ ଇଣ୍ଡି ମେଣ୍ଟ ଏହାର ସମସ୍ତ ଶକ୍ତି ପ୍ରୟୋଗ କରି ମୋଦୀଙ୍କୁ ହରାଇବାକୁ ଚେଷ୍ଠା କରିବ। ପ୍ରଧାନମନ୍ତ୍ରୀ ପଦବୀ ପାଇଁ କୌଣସି ନେତାଙ୍କୁ ବିରୋଧୀ ଉପସ୍ଥାପନ କରିନାହାନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ରାହୁଲ ଗାନ୍ଧିଙ୍କୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏହି ପ୍ରସ୍ତୁତି ମଧ୍ୟରେ ସି-ଭୋଟର ଏବିପି ନ୍ୟୁଜ ପାଇଁ ଏକ ସ୍ୱତନ୍ତ୍ର ସର୍ଭେ କରିଛି । ଏଥିରେ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ସେମାନଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡ଼ିବ, ତେବେ ସେମାନେ କାହାକୁ ବାଛିବେ। ଲୋକମାନେ ଏହାର ଆଶ୍ଚର୍ଯ୍ୟଜନକ…

Read More

ଭୁବନେଶ୍ବର: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ…

Read More

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Read More

ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍…

Read More

ଭୁବନେଶ୍ୱର: କେନ୍ଦ୍ର ଆଦିବାସୀ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆଜି କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। ଶ୍ରୀ ମୁଣ୍ଡା ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି। ସେ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି। ରାଧିକାଦେଇପୁର ଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ମୁଣ୍ଡା କହିଛନ୍ତି, ଗାଁ ସଶକ୍ତ ହେଲେ, କ୍ଷେତ୍ରର ବିକାଶ ହୋଇପାରିବ, ତା’ହେଲେ ଯାଇ ଦେଶ ବିକଶିତ ହୋଇପାରିବ। ଏହି ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକଗୁଡ଼ିଏ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏସବୁ ଯୋଜନା ଦ୍ୱାରା ସାଧାରଣ ଲୋକମାନେ ସଶକ୍ତ ଓ ସମୃଦ୍ଧ ହେଉଛନ୍ତି। ଏସବୁ ଯୋଜନା…

Read More

ଭୁବନେଶ୍ବର: ଆଜି ଜାତୀୟ ଉପଭୋକ୍ତା ଦିବସ ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ, ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଶ୍ରୀଯୁକ୍ତ ଜଷ୍ଟିସ ଡି. ପି. ଚୌଧୁରୀ, ପୂର୍ବତନ ସଭାପତି, ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ନିର୍ଦ୍ଦେଶକ, ଖାଉଟି କଲ୍ୟାଣ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀ ବେଜୋନ କୁମାର ମିଶ୍ର, ଖାଉଟି ପରାମର୍ଶଦାତା, ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସର ଅନୁଚିନ୍ତା ‘ଇ- ବାଣିଜ୍ୟ ଓ ଡିଜିଟାଲ ବ୍ୟବସାୟ ଯୁଗରେ ଖାଉଟି ସୁରକ୍ଷା’ ବାବଦରେ ସବିଶେଷ ଆଲୋକପାତ କରିବା ସହ ଉପଭୋକ୍ତା…

Read More

ଭୁବନେଶ୍ବର: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ “ୟୁଥ୍ ଫର୍ ୱାଟର” ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରୁଛନ୍ତି। ଅନ୍ୟ ପରିବେଶପ୍ରେମୀ ଜନସାଧାରଣ, ନାଗରିକ ସମାଜ ଓ  ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ଏହି ଆହ୍ୱାନ ହେଉଛି ଏକ ନିଆରା ଏବଂ ପ୍ରଶଂସନୀୟ ପଦକ୍ଷେପ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ “ୟୁଥ୍ ଫର୍ ୱାଟର” ର  ଉଦ୍ୟମ ପାଇଁ ସମସ୍ତେ ସମର୍ଥନ କରିବା ସହ ଏହି ପ୍ରୟାସରେ ଅନ୍ୟମାନେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି। କାରଣ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜିର ଆହ୍ୱାନ, ଏହା କେବଳ ଆମର ପରିବେଶକୁ  ସବୁଜ ଏବଂ ସୁସ୍ଥ ରଖିବାରେ ସୁନିଶ୍ଚିତ କରେ ନାହିଁ, ବରଂ ଆମର…

Read More

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି ସୁଦରଗଡ଼ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀମତୀ ରାଉଡ଼ିଆ ଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀମତୀ ରାଉଡ଼ିଆଙ୍କ ଯୋଗଦାନ ଦଳର ବିଶେଷକରି ସୁଦରଗଡ଼ ଜିଲ୍ଲାର ସଂଗଠନକୁ ଆହୁରି ମଜବୁତ କରିବ। ଶ୍ରୀମତୀ ରାଉଡ଼ିଆ ନିଜ ବକ୍ତବ୍ୟରେ କହିଥିଲେ କି ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ‘ମୋଦି ଗ୍ୟାରେଣ୍ଟି’କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରିବାକୁ ଯାଉଛି। ଦିଲ୍ଲୀରେ ବିଜେପି କର୍ମକର୍ତ୍ତାଙ୍କ ଦୁଇଦିନିଆ ବୈଠକ ଶନିବାର ଶେଷ ହୋଇଛି। ବୈଠକ ପରେ ଜଣାପଡ଼ିଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚାରର ବିଷୟବସ୍ତୁ ହେବ ‘ମୋଦି ଗ୍ୟାରେଣ୍ଟି’। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା ଏହି ବୈଠକକୁ ସମ୍ବୋଧିତ କରିଥିଲେ। ଉଭୟ ନେତା ଲୋକସଭା ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତିର ସମୀକ୍ଷା କରିଥିଲ। ସୂତ୍ରରୁ ପ୍ରକାଶ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ସ୍ଲୋଗାନ ବିଜେପି ପ୍ରଚାରର ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ହେବାକୁ ଯାଉଛି। ମୋଦି ଗ୍ୟାରେଣ୍ଟି ସ୍ଲୋଗାନ ଉପରେ ଜୋର ସୂତ୍ରରୁ ପ୍ରକାଶ ଯେ ବୈଠକରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଦ୍ୱାରା ଗ୍ରହଣ କରାଯାଇଥିବା ଭଲ ଅଭ୍ୟାସ ବିଷୟରେ କହିଥିଲେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୨୦୨୪ ନିର୍ବାଚନ ପାଇଁ କାର୍ଯ୍ୟକ୍ରମର କ୍ୟାଲେଣ୍ଡର…

Read More