Author: Samikhsya Bureau

ଖୋର୍ଦ୍ଧା: ଗତକାଲି ପି.ଏନ.କଲେଜ ଠାରେ ପୌର ପରିଷଦ, ଖୋର୍ଦ୍ଧା ତରଫରୁ “ନୁଆ ଓ” କ୍ରୀଡା ପ୍ରତିଯୋଗୀତା ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‌‌ଏଥିରେ  ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଯୁବପିଢ଼ି ମାନଙ୍କ ମଧ୍ୟରେ କ୍ରୀଡା ଓ଼ କ୍ରୀଡ଼ାପ୍ରତିଯୋଗିତା ପାଇଁ ଏକ ଅଭିନଵ ପ୍ରୟାସ.ରାଉରକେଲା ଠାରେ ବିଶ୍ୱ ସ୍ଥରୀୟ ଷ୍ଟାଡିଅମ ନିର୍ମାଣ କରି ହକି ପୌରାଧକ୍ଷ୍ୟା ଶ୍ରୀମତୀ କନକଲଷ୍ମୀ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନଵ ପ୍ରୟାସ ଯୁବପିଢ଼ି ମାନଙ୍କ ଅନ୍ତର୍ନିହିତ କ୍ରୀଡାର ବିକାଶ ପାଇଁ ଉଦାହରଣ ପାଲଟିଛି। ସେହିପରି ଉପାଧ୍ୟାକ୍ଷ ଶ୍ରୀ ସୌର୍ଯ୍ୟ ରଞ୍ଜନ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ପଦକ୍ଷେପ ସାରା ଭ୍ରାତାବର୍ଷରେ ଉଦାହରଣ ସୃଷ୍ଟି କରିଛି. ନିର୍ବାହୀଅଧିକାରୀ ରିଜ଼ୱାନା କଅକଵ ସମସ୍ତ ପ୍ରତିଯଗୀ ମନକୁ ଉଦବୋଧନ ଦେଇ ଆମ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କର…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ମାସ ଧରି ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) ଅନ୍ତର୍ଗତ ସମାଜ ବିକାଶ କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନେ ସମାଜ ସେବା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଯଥାର୍ଥ ବ୍ୟକ୍ତିତ୍ୱ ନିର୍ମାଣ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚିତ ହୁଏ ଓ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଛନ୍ତି। ଗତକାଲି ପୂର୍ବାହ୍ଣରେ ସମାଜସେବା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡ଼କ୍ରସ ମିଳିତ ଆୟୋଜନରେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ,ମନସ୍ବିନୀ ପଟ୍ଟନାୟକ,ଓ ଧୋବୀ ପରିଡାଙ୍କ ତତ୍ୱାବଧାନରେ ଫାଷ୍ଟ ଏଡ଼…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି । ମଧ୍ୟପ୍ରଦେଶରେ ୪ଥର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ମୋହନ ଯାଦବଙ୍କୁ ସୁଯୋଗ ଦିଆଯାଇଛି । ସେହିପରି ରାଜସ୍ଥାନରେ ଦୁଇଥର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତୃତୀୟଥର ପାଇଁ ସୁଯୋଗ ଦିଆଯାଇନଥିଲା ଏବଂ ତାଙ୍କ ସ୍ଥାନରେ ଭଜନଲାଲ ଶର୍ମାଙ୍କ ନାମରେ ମୋହର ଲାଗିଥିଲା । ଏହି ଦୁଇ ରାଜ୍ୟ ବିଷୟରେ କହିବାକୁ ଗଲେ, ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଜଣେ ନେତା ଭାବରେ ପରିଚିତ, ବସୁନ୍ଧରା ରାଜେଙ୍କୁ ମଧ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଗଣନା କରାଯାଏ । ଏଭଳି ପରିସ୍ଥିତିରେ ସି-ଭୋଟର ଏବେ ଏବିପି ନ୍ୟୁଜ୍‌ ଏକ ଓପିନିୟନ ପୋଲ କରିଛି । ଏହି ଜନମତ ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା ଯେ ଶିବରାଜ ସିଂହ ଚୌହାନ ଏବଂ ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ବିଜେପିର…

Read More

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସବୁ ଦଳ ନିଜ ନିଜ ଅନୁଯାୟୀ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିର୍ବାଚନ ତାରିଖ ଘୋଷଣାକୁ ଆଉ ପ୍ରାୟ ଅଢ଼େଇ ମାସ ବାକି ରହିଛି। ଏଭଳି ପରିସ୍ଥିତିରେ ସି ଭୋଟର ଫର ଏବିପି ନ୍ୟୁଜ୍ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ପ୍ରଥମ ଜନମତ ସର୍ବେକ୍ଷଣ କରିଛି। ଏହି ଜନମତ ସର୍ବେକ୍ଷଣରେ ଲୋକଙ୍କୁ ପଚରାଯାଇଥିଲା ଯେ ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ଆପଣ କିପରି ଦେଖୁଛନ୍ତି। ଏହା ଉପରେ ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ପୁରୁଣା ନେତାମାନଙ୍କୁ ବାଦ୍ ଦିଆଯାଇଛି। ୩୪ ପ୍ରତିଶତ କହିଛନ୍ତି ଯେ ନୂଆ ନେତୃତ୍ୱକୁ ସୁଯୋଗ ମିଳିଛି। ୨୦ ପ୍ରତିଶତ କହିଛନ୍ତି ଯେ ବିଜେପି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି। ୧୦ ପ୍ରତିଶତ କହିଛନ୍ତି ଯେ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ରହିଛି ଏବଂ ୯ ପ୍ରତିଶତ କହିଛନ୍ତି…

Read More

ଭୁବନେଶ୍ବର: ଶେଷ ହେବ ପୁରୁଣା ବର୍ଷ, ଆସିବ ନୂଆ ବର୍ଷ। ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ  ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ। ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ବର୍ଷ ପ୍ରାରମ୍ଭରେ…

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ…

Read More

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ଶ୍ରୀ ରଣଜିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବନ୍ଧନା ଦିଆଯାଇଥିଲା। ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପାତ୍ରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିିସିିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ…

Read More

ଭୁବନେଶ୍ୱର: ସମଗ୍ର ଦେଶରେ ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡ଼ାରେ ଅଂଶ ଗ୍ରହଣ କରୁଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ସଫଳତା ଦେଶକୁ ଗର୍ବିତ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଓ ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରାଇଛନ୍ତି ଯେପରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ମଂଚ ପ୍ରଦାନ କରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି। ଆଜି ରାଜଭବନର ଅଭିଷେକ ହଲ୍‌ରେ ଅଲଟିମେଟ୍ ଖୋଖୋ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ଆସିଥିବା ତେଲୁଗୁ ଯୋଦ୍ଧା ଟିମ୍‌ର ଖେଳାଳୀମାନଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କଠିନ ସାଧନା, ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ଜଣେ ସଫଳ ଖେଳାଳୀ ହୋଇପାରିବ ବୋଲି କହିଥିଲେ। ସରକାରୀସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନ…

Read More

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ  ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ସରୋଜ କୁମାର ପଟେଲ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ସିଡ଼ାକ୍ ର ସଦସ୍ୟସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ), ଶ୍ରୀଯୁକ୍ତ ମାନଗୋବିନ୍ଦ ଜେନା । ଏହି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସାଂସ୍କୃତିକ ସନ୍ଧ୍ୟା,ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ଭାବନୀପାଟଣାର ଧ୍ୟାନନନ୍ଦ ପଣ୍ଡା ଓ ସାଥିଙ୍କ ଦ୍ବାରା ଶିଂଗାରୀ  ନୃତ୍ୟ ଏବଂ ଗଜପତିର ସୁଦାମ ବରଦୋ ଓ ସାଥିଙ୍କ ଦ୍ବାରା ଲାଞ୍ଜିଆ ସୌରା ନୃତ୍ୟ ଦର୍ଶକମାନଙ୍କ ମନ ମୋହିଲାବେଳେ କୋରାପୁଟର କୁଳମଣୀ ଜେନା ଓ ସାଥୀଙ୍କ ଦୁରୁଆ ବିରଲି ନୃତ୍ୟ…

Read More

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀଙ୍କୁ ଏଆଇସିସି ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପଦବୀରେ ଥିଲେ ଚେଲ୍ଲାକୁମାର। ବର୍ତ୍ତମାନ ନୂଆ ନିଯୁକ୍ତି ଅନୁସାରେ ଓଡିଶା ପ୍ରଭାରୀ ହେଲେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର। ଏ ନେଇ ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ସହିତ ଏଆଇସିସି ବହୁ ରାଜ୍ୟର ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛି। ଅଜୟ କୁମାରଙ୍କୁ ଓଡିଶା ମୁଖ୍ୟ ଦାୟିତ୍ବ ଦିଆଯାଇଥିବା ବେଳେ ତାମିଲନାଡୁ ଏବଂ ପୁଡୁଚେରୀରର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଚେଲ୍ଲା କୁମାରଙ୍କୁ ଅରୁଣାଚଳ ପ୍ରଦେଶ, ପଣ୍ଡିଚେରୀ ଏବଂ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତ ଦିଆଯାଇଛି। ନିକଟରେ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଏକ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ସେମାନେ ଦିଲ୍ଲୀରୁ ଫେରିବା ପରେ ଏଆଇସିସି ଏହି ବଡ ପରିବର୍ତ୍ତନ କରିଛି।

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁଃବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସଭାପତିତ୍ୱ କରିଥିବା ବେଳେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ଅନିଲ ମହାଲିକ ଓ ମୁଖ୍ୟ ବକ୍ତା ଭାବେ ପୁରୀ ଆଦିତ୍ୟ ବାହିନୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଶିକ୍ଷା ପ୍ରଣାଳୀର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁସମ୍ପନ୍ନ ଏବଂ ସୁସଂସ୍କୃତ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ ସଭାରେ ବିଦ୍ୟାମନ୍ଦିରର ପରିଚାଳନା ସମ୍ପାଦକ ଅନନ୍ତ ପ୍ରସାଦ ସେଠି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ବାର୍ଷିକ ବିବରଣୀ…

Read More

ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ୨୩୦ ଆସନରୁ ୧୬୩ଟି ଆସନରେ ବିପୁଳ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ମାତ୍ର ୬୬ଟି ଆସନରେ ବିଜୟୀ ହୋଇଛି। ଫଳରେ ବିଜେପି ପୁଣିଥରେ ସଂଖ୍ୟାଗରିଷ୍ଠତା ସହ କ୍ଷମତା ଦଖଲ କରିଛି। ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ରାଜନୈତିକ ପଣ୍ଡିତଙ୍କୁ ଚକିତ କରିବା ବିଜେପି ପରେ ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ଯାଦବଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି କୌଣସି ପ୍ରକାରରେ ସୋସିଆଲ୍ ଇଞ୍ଜିନିୟରିଂ ଯୋଜନା କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଓବିସି ସମ୍ପ୍ରଦାୟର ମୋହନ ଯାଦବ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଏବଂ ବ୍ରାହ୍ମଣ ନେତା ରାଜେନ୍ଦ୍ର ଶୁକ୍ଳାଙ୍କୁ ଓ ଦଳିତ ନେତା ଜଗଦୀଶ ଦେଓରାଙ୍କ ସହ ଉପମୁଖ୍ୟମନ୍ତ୍ରୀ କରି ରାଜ୍ୟର ପ୍ରମୁଖ ଜାତି ଗୋଷ୍ଠୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ…

Read More

ଭୁବନେଶ୍ୱର: ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏବଂ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଆଜିର ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ନୃତ୍ୟ ସାଧନା ନିର୍ଦ୍ଦେଶକ ଡଃ ତାପସୀ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ। ଉକ୍ତ ଶିବିରରେ ଶତାଧିକ ଛାତ୍ରଛାତ୍ରୀ ତଥା ବାଣପୁର ବାସୀ ମାଗଣାରେ ଚକ୍ଷୁ ପରୀକ୍ଷା କରାଇଥିଲେ। ନେତ୍ରମ୍, ଭୁବନେଶ୍ଵର ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା। ପରେ ନେତ୍ରମ୍ ଅନୁଷ୍ଠାନର ମୁଖ୍ୟ ନରୋତ୍ତମ ଦାସଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପାଲଟାସିଂହ ଉତ୍ତରୀୟ, ପୁଷ୍ପଗୁଚ୍ଛ ତ‌ଥା ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସତ୍ୟନାରାୟଣ ପ୍ରଧାନ, ରବିନାରାୟଣ ହୋତାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିବିରର ସୁପରିଚାଳନା କରିଥିଲେ। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଏହି ମହନୀୟ ସେବା କାର୍ଯ୍ୟପାଇଁ ସ୍ଥାନୀୟ ବାଣପୁର ବାସୀ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ…

Read More

କୋରାପୁଟ: ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଜିଲ୍ଲା ପରିଦର୍ଶନ କରିଛନ୍ତି। ସେଠାରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ସହ ମତ ବିନିମୟ କରିଥିଲେ। ପ୍ରଥମେ ସେ କୋରାପୁଟର ସରକାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ କୋରାପୁଟର ସମସ୍ତ କଲେଜର ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ। ନିଜ ଆଗ୍ରହର ବୃତ୍ତିରେ କଠିନ ପରିଶ୍ରମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ ଏକାଡେମିକ୍ ସଫଳତା ବ୍ୟତୀତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଶ୍ରୀ ପାଣ୍ଡିଆନ ବୈପାରୀଗୁଡାର ଗୁପ୍ତେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ଏହା ୨୦ କୋଟି ଟଙ୍କା ବ୍ୟୟରେ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ନୂତନ ଓଡିଶା ଓ ଉନ୍ନତ ଓଡିଶା କାର୍ଯ୍ୟକ୍ରମ ଓଡିଶାର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ପାଳିତ ହେଉଛି । ଆଜି ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଓ ଏଥିସହ ସଲଗ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହାର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ପୁର୍ବତନ ଓଡ଼ିଆ ଅଧ୍ୟାପକ ,ଓଡ଼ିଶାର ଲବ୍ଧପ୍ରତିଷ୍ଠ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଓଡ଼ିଶା ସଚିବାଳୟର ଅବସରପ୍ରାପ୍ତ ଅଧିକାରୀ ସୁବାଷ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ବାଣପୁରର କଳା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ବୁଝାଇ ସେଗୁଡ଼ିକର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବା ନିମନ୍ତେ ଉପଦେଶ ଦେଇଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ…

Read More

ଭୁବନେଶ୍ବର: ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ଲୋକ ସେବା ଭବନ ପ୍ରେକ୍ଷାଳୟଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲା ମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗୁଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ପିଲା ମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ୍। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲା ମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପିଲାମାନେ ସର୍ଗିଫଲ୍ ପାଇଁ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ନାବାଳିକାଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା। ଉତ୍ତମ ମଧ୍ୟମ ଦେଇ ଥାନା ଜିମା ଦେଲେ ଜନସାଧାରଣ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ଆଜି ସକାଳେ ନାଚୁଣୀ ଥାନା ଓଡଗାଁ ଗ୍ରାମର ବିଜୟ ସେଠୀ(୩୦) ନାମକ ଯୁବକ ବାଣପୁର ପଲଟନ ପଡିଆ ନିକଟରେ ଟ୍ୟୁସନ ପାଇଁ ସାଇକେଲରେ ଯାଉଥିବା ଜନୈକ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପ୍ରେମ ନିବେଦନ କରିଥିଲେ। ନାବାଳିକା ଏହାକୁ ବିରୋଧ କରି ପାଟି କରିବାରୁ ସ୍ଥାନୀୟ ଅଞ୍ଚଳବାସି ଘଟଣାସ୍ଥଳରେ ଜମା ହେବା ସହ ଅଭିଯୁକ୍ତଙ୍କୁ ମାଡ଼ ମାରି ବାଣପୁର ଥାନା ଜିମା ଦେଇଥିଲେ। ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ,ଅଭିଯୁକ୍ତ ବିଜୟ ବରାବର ଜନୈକ ନାବାଳିକାଙ୍କୁ ଟ୍ୟୁସନ ଯିବା ସମୟରେ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ଫଳରେ ନାବାଳିକାଙ୍କ ପରିବାରବର୍ଗ ଙ୍କ ଅଭିଯୋଗ କ୍ରମେ ପୋଲିସ ପୋକସୋ ଅଧିନିୟମ…

Read More

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ଇସ୍ତାହାର କମିଟି ଗଠନ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି। ଛତିଶଗଡ଼ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଏହି କମିଟିର ଆବାହକ ରହିବେ। ଏହି ୧୬ ଜଣିଆ କମିଟିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଜୟରାମ ରମେଶ ଏବଂ ଶଶି ଥରୁରଙ୍କୁ ମଧ୍ୟ ସାମିଲ କରାଯାଇଛି। ସେପଟେ କଂଗ୍ରେସ ଏକ ସଂକଳ୍ପ ପାରିତ କରିଛି। ଏହା ଅନୁଯାୟୀ ମୋଦି ସରକାରଙ୍କ କଥା ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କୁହାଯିବ। ଇସ୍ତାହାର କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ମଣିପୁରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗାଇଖାଙ୍ଗମ, ଲୋକସଭାରେ ଦଳର ଉପନେତା ଗୌରବ ଗୋଗୋଇ, ଅଲ୍ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ, ଇମ୍ରାନ୍ ପ୍ରତାପଗଡ଼ୀ, କେ ରାଜୁ, ଓଁକାର ସିଂହ ମାର୍କମ୍, ରଞ୍ଜିତ ରଞ୍ଜନ, ଜିଗ୍ନେଶ ମେୱାନୀ ଏବଂ ଗୁରୁଦୀପ…

Read More

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାର ସମସ୍ତ ୬ ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ, ଲଳିତ ଝା, ବିଶାଲ ଓ ଅମୋଲ ସିନ୍ଦେଙ୍କ ସାଇକୋ ଆନାଲିସିସ୍ ଟେଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସାଇକୋ ଆନାଲିସିସ୍ ଟେଷ୍ଟ ସହିତ ଅଭିଯୁକ୍ତଙ୍କ ଏଲଭିଏ (ଲେୟରଡ ଭଏସ୍ ଆନାଲିସିସ୍) ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏନ୍ଏଫ୍ଏସ୍ୟୁ (ନ୍ୟାସନାଲ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି)ରେ ଏହି ପରୀକ୍ଷା କରାଯାଉଛି। ଫରେନସିକ୍ ତଦନ୍ତକାରୀ ଦଳ ସହ ଜଡ଼ିତ ସୂତ୍ରରୁ ଏହା ଜଣାପଡ଼ିଛି। ସେ କହିଛନ୍ତି ଯେ ଏଲଭିଏ ହେଉଛି ଏକ ପରୀକ୍ଷା ଯାହା ସାଧାରଣତଃ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏବଂ ଏଫବିଆଇ ଭଳି ଏଜେନ୍ସି ଦ୍ୱାରା ବ୍ୟବହୃତ ହୁଏ। ଏହି ପରୀକ୍ଷଣରେ ପଚରାଉଚରା ସମୟରେ ସ୍ୱରର ଫ୍ରିକ୍ୱେନ୍ସିକୁ ବିଶ୍ଳେଷଣ କରାଯାଏ। ଏଲଭିଏ ପରୀକ୍ଷାର ଟେକ୍ନୋଲୋଜି ମଧ୍ୟ ଦିଲ୍ଲୀ ଫରେନ୍ସିକ୍ ଲ୍ୟାବ୍ ପାଖରେ ରହିଛି। ସାଇକୋ ଆନାଲିସିସ୍ ଟେଷ୍ଟ କ’ଣ ? ଏଥିସହିତ ଅଭିଯୁକ୍ତଙ୍କ…

Read More

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପୁଣିଥରେ ନିଜର ଗୋଡ଼ ବିସ୍ତାର କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ନୂଆ ଭାରିଆଣ୍ଟ ପ୍ରବେଶ କରିସାରିଲାଣି । ଯେଉଁଥିରେ ଭାରତର ନାମ ମଧ୍ୟ ରହିଛି। ଦେଶରେ ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ର ରୋଗୀଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୫୨ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ୨୧ ମେ, ୨୦୨୩ ପରଠାରୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ରା େଳୟ ପକ୍ଷରୁ ଶନିବାର (ସକାଳ ୮ଟା) ପର୍ଯ୍ୟନ୍ତ ଅପଡେଟ୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ୍-୧୯ ମାମଲା ୪.୫୦ କୋଟି (୪,୫୦,୦୭,୯୬୪) ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଜଣଙ୍କର ମୃତ୍ୟୁକୁ ମିଶାଇ ଏହି ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୫,୩୩,୩୩୨କୁ ବୃଦ୍ଧି ପାଇଛି।…

Read More