Author: Samikhsya Bureau

ଗମ୍ଭାରୀମୁଣ୍ଡା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ, ପରଶୁରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା, ବାଣପୁର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସ୍ବର୍ଗତ ଶଶିଭୂଷଣ ହରିଚନ୍ଦନଙ୍କର 24ତମ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି। ଶଶିଭୂଷଣ ସ୍ମୃତି କମିଟିର ସଭାପତି ଶ୍ରୀ ଗୋଲୋକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ପରଶୁରାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନୃସିଂହଚରଣ ପ୍ରଧାନ ମୁଖ୍ୟତିଥି, ବିଶିଷ୍ଟ ଚିକିତ୍ସକ ଡ଼ା. ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ସ୍ୱର୍ଗତ ଶଶିଭୂଷଣ ହରିଚନ୍ଦନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କର ନିଃସ୍ଵାର୍ଥପର ସମାଜସେବା, ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନର ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ର ନାଟ୍ୟାଭିନୟ ପରିବେଷଣ କରାଯାଇଥିଲା‌। ଶେଷରେ ଅଧ୍ୟାପକ ପ୍ରହଲ୍ଲାଦ ଜେନା…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବାଣପୁର ଓ ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳେ ଅଯୋଧ୍ୟା ରୁ ଆସିଥିବା ଅଭିମନ୍ତ୍ରିତ ଅକ୍ଷତ କଳସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ରୁ ବାହାରି ପ୍ରତ୍ୟେକ ଖଣ୍ଡକୁ ହସ୍ତାନ୍ତର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚିଲିକା ଖଣ୍ଡ ପାଇଁ ଉକ୍ତ କାର୍ଯ୍ୟକ୍ରମର ପାଳକ ଅନନ୍ତ ପ୍ରସାଦ ସେଠି ଓ ଲଷ୍ମୀଧର ଜେନା ଅକ୍ଷତ କଳସ ଆଣିଥିବା ବେଳେ, ବାଣପୁର ଖଣ୍ଡ ପାଇଁ ଶ୍ୟାମ ସୁନ୍ଦର ପ୍ରଧାନ ଅକ୍ଷତ କଳସ ଆଣିଥିଲେ। ଉକ୍ତ ଅକ୍ଷତ କଳସକୁ ବାଣପୁର ଓ ବାଲୁଗାଁ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକାଧିକ ରାମଭକ୍ତ ମାନେ ଉକ୍ତ ଅକ୍ଷତ କଳସକୁ ସ୍ୱାଗତ କରିବା ସହ ଫୁଲ,ହୁଳହୁଳି ଦେଇ, ଦୀପ ଲଗାଇ ପୂଜାର୍ଚନା କରିଥିଲେ। ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ବେଳେ ବାଣପୁରରେ…

Read More

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍ଏଚ୍-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି। ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁ ଯନ୍ତା ପାଲଟିଛି। ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ହେଁ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳ ଦେଇ ଏହି ଏନ୍ଏଚ୍ ଯାଇଥିଲେ ହେଁ ସେ ମଧ୍ୟ ପାଟି ଫିଟାଉ ନାହାନ୍ତି। ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁ ଆମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ପ୍ରେସମିଟରେ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଲେ…

Read More

ଭୁବନେଶ୍ବର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳ ର ସ୍ବର୍ଗତ ମଲ୍ଲିକ ଦେଶ ର ସ୍ଵାଧୀନତା ସଂଗ୍ରାମ ରେ ଯୋଗ ଦେଇ ବହୁ ବାର କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ସ୍ବର୍ଗତ ମଲ୍ଲିକ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ .କେନ୍ଦ୍ରାପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Read More

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଖବର ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଥାନା ବ୍ରାହ୍ମଣକୋଷଡିହ ଗ୍ରାମର ଗୁରୁଚରଣ ନାୟକ(୩୨) ଏବଂ ତାଙ୍କ ଧର୍ମପତ୍ନୀ ଏକ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ନାଚୁଣୀ ଓଭରବ୍ରିଜରେ ପଛପଟୁ ଏକ କାର ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁରୁତର ଭାବେ ଟାଙ୍ଗୀ ମେଡିକାଲରେ ଚିକିତ୍ସାତ ହେଉଛନ୍ତି। ଖବର ପାଇ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସୂଚନା ଥାଉକି ମୃତ ଗୁରୁଚରଣ ମାଲକାନଗିରି ଜିଲାରେ ଶିକ୍ଷକତା କରୁଥିଲେ।

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଦଳ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ଭାଗ ଆରମ୍ଭ କରିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୨୧ ରେ ସିଡବ୍ଲ୍ୟୁସି ବୈଠକରେ ଭାରତ ଯୋଡ଼ୋ ଯାତ୍ରା ଭାଗ ୨ ବିଷୟରେ ଉଲ୍ଲେଖ କରିଥିଲେ। ଦ୍ୱିତୀୟ ଭାଗରେ ଭାରତ ଯୋଡ଼ୋ ଯାତ୍ରା ଅରୁଣାଚଳ ପ୍ରଦେଶରୁ ଗୁଜରାଟ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୨୦୨୩ ଜାନୁଆରୀ ୩୦ରେ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା ଏବଂ କଂଗ୍ରେସ ଏହାକୁ ସଫଳ ବୋଲି ବର୍ଣ୍ଣନା କରିବା ସହ ଦଳକୁ ଲୋକଙ୍କ ଭଲ ସମର୍ଥନ ମିଳିଛି ବୋଲି ଦାବି କରିଥିଲା। ଏହାପରେ ଭାରତ ଯୋଡ଼ୋ ଯାତ୍ରା ୧୨ଟି ରାଜ୍ୟକୁ ଅତିକ୍ରମ କରି ୧୩୬ ଦିନରେ ୪,୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା। କଂଗ୍ରେସ ଦଳ କହିଛି ଯେ ଏହାର ଭାରତ ଯୋଡ଼ୋ ଯାତ୍ରାର…

Read More

ଭୁବନେଶ୍ବର: ଆସନ୍ତାକାଲି ବଡ ଦିନ ଏବଂ କିଛି ଦନ ପରେ ନୂଆବର୍ଷ ପାଳନ ହେବ। ସେଥିପାଇଁ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ଅଧିକ ରଖିବ। ଏହି ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତାକାଲିଠାରୁ ରାଜଧାନୀର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ। ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ। ଏଥିସହିତ ଜିରୋ ନାଇଟ ପାଳନ କରୁଥିବା ସ୍ଥାନଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ହେଉଥିବା ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Read More

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ନିଯୁକ୍ତ ହୋଇଥିବା ୧୨ ଜଣ ନୂଆ ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ଅନ୍ୟାନ୍ୟ ପଛୁଆ ବର୍ଗର ମାତ୍ର ଜଣେ ନେତାଙ୍କୁ ସ୍ଥାନ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଉଚ୍ଚ ଜାତିର ନେତା। ଏଭଳି ସ୍ଥିତିରେ ଜାତିଗତ ଜନଗଣନା ଓ ଓବିସି ଅଂଶଗ୍ରହଣକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ଉଲ୍ଲେଖ କରାଯାଉଛି। କୁହାଯାଉଛି ଯେ କଂଗ୍ରେସରେ ବଡ଼ ପଦ ପାଇଁ ଦୌଡ଼ରେ ରାହୁଲ ଓବିସିମାନଙ୍କୁ ଅଧିକାର ଦେଇ ପାରିନାହାନ୍ତି। ଏହାବ୍ୟତୀତ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶ କଂଗ୍ରେସର ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି। ତାଙ୍କୁ ସାଧାରଣ ସମ୍ପାଦକଭାବେ ନିଯୁକ୍ତି ଦିଆଯାଇଛି। ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ ନିଯୁକ୍ତ କରାଯାଇଛି। ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

Read More

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ-୨୦୨୪ ପାଇଁ ସବୁ ଛୋଟ ବଡ଼ ରାଜନୈତିକ ଦଳ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ମଧ୍ୟ ବାରମ୍ବାର ବୈଠକ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ତେବେ ଅନେକ ପ୍ରସଙ୍ଗରେ ଇଣ୍ଡି ମେଣ୍ଟରେ ଏକ ମତ ପ୍ରକାଶ ପାଉନାହି଼ଁ। ନିର୍ବାଚନ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ସ୍ଥିତି କ’ଣ ରହିବ ? ଏହାକୁ ନେଇ ଏବିପି ନ୍ୟୁଜ୍ ୫୪୩ ଲୋକସଭା ଆସନକୁ ନେଇ ୨୦୨୪ର ଜନମତ ସର୍ଭେ କରିଛି। ଏବିପି ନ୍ୟୁଜର ଏହି ଜନମତ ସର୍ଭେରେ ୧୩ ହଜାର ୧୧୫ ଜଣଙ୍କ ମତାମତ ଉପରେ ଆକଳନ ହୋଇଛି। ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତ୍ରୁଟିର ମାର୍ଜିନ ମାଇନସ୍ ୩ରୁ ଅଧିକ ମାଇନସ୍ ୫ ପ୍ରତିଶତ ରହିଛି। ସି ଭୋଟର ପୋଲ ସର୍ଭେରେ ପ୍ରଶ୍ନ ଉଠୁଥିଲା, ବିରୋଧୀ ମେଣ୍ଟ ନିର୍ବାଚନ…

Read More

ଖୋର୍ଦ୍ଧା: ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଖୋର୍ଦ୍ଧା ମହୋତ୍ସବ ହାବେଳୀ ପଡ଼ିଆଠାରେ ବିଭିନ୍ନ ଶିକ୍ଷଣୀୟ ବାର୍ତ୍ତା ନେଇ ଏକ ଷ୍ଟଲ ଖୋଲାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତଙ୍କ ପୌରହିତ୍ୟରେ ପ୍ରଗତି ପଥେ ସମଗ୍ର ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାର ଏକ ଅଭିନବ ପ୍ରୟାସ କରାଯାଇଛି। ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆନନ୍ଦମୟ ଶିକ୍ଷା ଉପଲବ୍ଧ, ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ, ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ପତିକାରାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ, ବାକ୍ -ଶ୍ରବଣ ତାଲିମ ଓ ଭୌତିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଅଗ୍ରଗତିର ସମୀକ୍ଷା ତଥା କାର୍ଯ୍ୟକ୍ରମର ତଦାରଖ ଓ ପରିଚାଳନା, ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ଶିକ୍ଷଣ ମାଧ୍ଯମରେ ମୁଖ୍ୟ…

Read More

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛିଦିନ ବାକି ଅଛି । ଏଭଳି ସ୍ଥିତିରେ ଯେଉଁ ରାଜ୍ୟରେ ଲୋକେ ମଦ ପିଉଛନ୍ତି ସେଠାରେ ମଦ ବିକ୍ରି ବଢ଼ିବାକୁ ଯାଉଛି । ଆମେ ଏହା କହୁଛୁ କାରଣ ପ୍ରତିବର୍ଷ ଲୋକମାନେ ନୂଆବର୍ଷ ପାଳନ ପାଇଁ କୋଟି କୋଟି ମଦ କିଣନ୍ତି । ଆଜି ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ରାଜ୍ୟର ଲୋକେ ସବୁଠାରୁ ଅଧିକ ମଦ କିଣନ୍ତି ।ଯିଏ କି ୨୦୨୩ରେ ଆଗୁଆ ଥିଲେ। ୨୦୨୩ ମସିହା ପାଳନରେ ରାଜସ୍ଥାନରେ ସର୍ବାଧିକ ପରିମାଣର ମଦ ପିଇଛନ୍ତି। ୨୦୨୨ ଡିସେମ୍ବର ୩୦ ଓ ୩୧ତାରିଖରେ ରାଜସ୍ଥାନରେ ୩୫.୨୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। କେବଳ ଜୟପୁରରେ ଏହି ଦୁଇଦିନରେ ୧୧ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଦିଲ୍ଲୀ ବିଷୟରେ କହିବାକୁ ଗଲେ ୨୦୨୨ ଡିସେମ୍ବର ୩୧ରେ ଏଠାରେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ତେବେ ୨୦୨୧ରେ ଏହି…

Read More

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଇଣ୍ଡି ମେଣ୍ଟର ଦଳମାନଙ୍କ ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ଏକ ୫ ଜଣିଆ ଜାତୀୟ ମେଣ୍ଟ କମିଟି ଗଠନ କରିଥିଲା । ଆସନ ବୁଝାମଣା ପୂର୍ବରୁ ବିଭିନ୍ନ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାକୁ ଏହି କମିଟି ନିଷ୍ପତ୍ତି ନେଇଛି । ଏଥିପାଇଁ ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୮ରେ ହେବାକୁ ଥିବା ନାଗପୁର ରାଲି ପରେ ଏହି କମିଟି ରାଜ୍ୟ ୟୁନିଟମାନଙ୍କଠାରୁ ମତାମତ ନେବ । ଖାଲି ସେତିକି ନୁହେଁ, ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କମିଟି ଜାନୁଆରି ପ୍ରଥମ ସପ୍ତାହରେ ସହଯୋଗୀ ଦଳମାନଙ୍କ ସହ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ଆଲୋଚନା କରିବ । ୫ ଜଣିଆ କମିଟି ଗଠନ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳ ମଙ୍ଗଳବାର (ଡିସେମ୍ବର ୧୯) ୫ ଜଣିଆ କମିଟି ଗଠନ କରିଥିଲା । ମୋହନ ପ୍ରକାଶଙ୍କ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ଚାରି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ। ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ…

Read More

ଖୋର୍ଦ୍ଧା: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡିସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଉଦ୍‌ଘାଟିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ୨୪୮୦ ଜଣ ସ୍କାଉଟ, ଗାଇଡ୍ ଏହି ଜାମ୍ବୋରେଟ୍‌ରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଉଦ୍‌ଘାଟକ ଭାବେ ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଅତନୁ ସବ୍ୟସାଚୀ ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶାନ୍ତର ପ୍ରତୀକ ବିଭିନ୍ନ ପ୍ରକାର ବେଲୁନ୍ ଆକାଶକୁ ଛାଡି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ଯକ୍ଷା…

Read More

ପୁରୀ: ପୁରୀରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ସମାରୋହରେ ଯୋଗ ଦେବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ସହ ପାଞ୍ଚ ଜଣିଆ ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିରେ ପରିଚାଳନା କମିଟର ସଦସ୍ୟ ଅଶୋକ ମହାପାତ୍ର, ମାଧବ ମହାପାତ୍ର, ମଣ୍ଟୁ ସିଂହାରୀ ଏବଂ ଦୁର୍ଗାଦାସ ମହାପାତ୍ର ସାମିଲ ଥିଲେ। ଏହି ସଦସ୍ୟଗଣ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିବା ସହିତ ପରିକ୍ରମା ପ୍ରକଳ୍ପ ସଂପର୍କରେ ଅବଗତ କରାଇଥିଲେ। ଆସନ୍ତା ଜାନୁୟାରୀ 17 ତାରିଖରେ ଏହି ପ୍ରକଳ୍ପର ଉଦଘାଟନ କରାଯିବ।

Read More

ଭୁବନେଶ୍ବର: ଦୀର୍ଘଦିନ ଧରି ଓଡିଶା ରାଜନୀତିରେ ୟୁଟ୍ୟୁବର କାମିୟା ଜାନିଙ୍କୁ ନେଇ ଚାଲିଥିବା ବିବାଦ ପରେ ସେ ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏକ ଭିଡିଓ ଜାରୀ କରି ଏହାର ସ୍ପଷ୍ଟି କରଣ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଗୋମାଂସ ଭକ୍ଷଣ କରେ ନାହିଁ କି ଏହାର ପ୍ରଚାର ପ୍ରସାର କରେ ନାହିଁ। ସେ କହିଛନ୍ତି ଯେ, ମୋ ନାମରେ ବିଭିନ୍ନ କଥା କୁହାଯାଉଛି। ହେଲେ ମୁଁ କହି ରଖେ ଯେ, ମୁଁ ହେଉଛି ଜଣେ ୟୁଟ୍ୟୁବର, ମୁଁ ଭାରତୀୟ ସଂସ୍କୃତି ଐତିହ୍ୟ ଏବଂ ଖାଦ୍ୟକୁ ପ୍ରଚାରପ୍ରସାର କରେ। ମୋତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମୋତେ ବ୍ରାଣ୍ଡ ଆମ୍ବାସଡର ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ମୋର ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରଂଶସା କରିଛନ୍ତି। ସାରା ଭାରତ ଭ୍ରମଣ ମଧ୍ୟରେ ମୋର ଜଗନ୍ନାଥ ମନ୍ଦିର ଦର୍ଶନ କରିବାରେ ଇଚ୍ଛା ଥିଲା। ସେଠାରେ ଚାଲିଥିବା ପରିକ୍ରମା…

Read More

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କୁସ୍ତି ମହାସଂଘକୁ ନେଇ ଚାଲିଥିବା ବିବାଦର ଏକ ନୂଆ ମୋଡ ନେଇଛି। ଆଜି ଭାରତୀୟ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବନ କରିଛି । କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସଞ୍ଜୟ ସଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ମନ୍ତ୍ରଣାଳୟ ରୋକ ଲଗାଇଥିବା ଜଣାଯାଇଛି । ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ଜୋରଦାର ବିରୋଧ କରାଯାଇଥିଲା । ଅଧ୍ୟକ୍ଷଙ୍କୁ ବିରୋଧ କରି କୁସ୍ତିରୁ ସାକ୍ଷୀ ମଲ୍ଲିକ ଅବସର ନେଇଥିଲେ। ସେହିପରି ଏହାକୁ ବିରୋଧ କରି କ୍ରୀଡାବିତ ବଜରଙ୍ଗ ପୁନିଆ ତାଙ୍କର ପଦ୍ମଶ୍ରୀକୁ ଫେରାଇ ଦେଇଥିଲେ।

Read More

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀମାନଙ୍କୁ ନିବେଦନ କରିଥିଲେ । ଦଳ ଏହାର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛି । ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ଦଳ ଅନେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ବିଧାନସଭା ଭଳି ବିଜେପି ମଧ୍ୟ ଲୋକସଭା ନିର୍ବାଚନରେ ‘ସି-କ୍ୟାଟେଗୋରୀ’ ଫର୍ମୁଲା ଲାଗୁ କରିବ । ଆସନ୍ତା ସପ୍ତାହରୁ ଏହାର ନିର୍ବାଚନ ପ୍ରସ୍ତୁତି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ‘ସି-କ୍ୟାଟେଗୋରି’ ଫର୍ମୁଲା ଲାଗୁ କରିଥିଲା । ଏହିସବୁ ବିଧାନସଭା ଆସନ ପାଇଁ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିଲା । ଗତ ବିଧାନସଭା…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବଡ଼ ଧରଣର ଅଦଳବଦଳ କରିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୟୁପି କଂଗ୍ରେସର ଏଆଇସିସି ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି। ଏହାବ୍ୟତୀତ ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ରମେଶ ଚେନ୍ନିଥାଲାଙ୍କୁ ଏଆଇସିସି ମହାରାଷ୍ଟ୍ର ପ୍ରଭାରୀ କରାଯାଇଛି। ଅବିନାଶ ପାଣ୍ଡେଙ୍କୁ ୟୁପି କଂଗ୍ରେସ ସାଧାରଣ ସମ୍ପାଦକ ପଦ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରା ବିନା କୌଣସି ବିଭାଗରେ ସାଧାରଣ ସମ୍ପାଦକ ପଦରେ ରହିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ତାଙ୍କ ଦଳରେ ଏହି ବଡ଼ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ସେ ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ନାମ ହେଉଛି ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ ମହାସଚିବଭାବେ…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ସାଧାରଣ ନିର୍ବାଚନଜିତି କେନ୍ଦ୍ରରେ ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ତା’ର ସରକାର ଗଢ଼ିବାକୁ ଚାହୁଁଥିବାବେଳେ ବିରୋଧୀ ଦଳଗୁଡ଼ିକ ସବୁ ପରିସ୍ଥିତିରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଗୋଟିଏ ପଟେ କଂଗ୍ରେସ ବେରୋଜଗାରୀ ଓ ଜାତିଗଣନା ଭଳି ପ୍ରସଙ୍ଗ ଉଠାଉଛି । ଅନ୍ୟପକ୍ଷରେ ରାମ ମନ୍ଦିର ଓ ହିନ୍ଦୁତ୍ୱ ଭଳି ପ୍ରସଙ୍ଗରେ ବିଜେପି ନିର୍ବାଚନ ଲଢ଼ିପାରେ । ଇତିମଧ୍ୟରେ ସି-ଭୋଟର ଏବିପି ନ୍ୟୁଜ୍ ୨୦୨୪ର ପ୍ରଥମ ଜନମତ ସର୍ଭେ କରିଛି। ଏହି ସର୍ଭେରେ ସାଧାରଣ ନିର୍ବାଚନର ସବୁଠାରୁ ବଡ ପ୍ରସଙ୍ଗ କଣ ହେବ ସେ ବିଷୟରେ ଲୋକଙ୍କୁ ପଚରାଯାଇଛି । ଲୋକସଭା ନିର୍ବାଚନର ସବୁଠାରୁ ବଡ଼ ପ୍ରସଙ୍ଗ ୨୦୨୪ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ କ’ଣ ହେବ ?…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ମେଣ୍ଟ ଡିସେମ୍ବର ୧୯ରେ ଦିଲ୍ଲୀରେ ଚତୁର୍ଥ ବୈଠକରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ମେଣ୍ଟର ଚେହେରା ସ୍ଥିର ହୋଇପାରିନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ସେପଟେ ଏବିପି ନ୍ୟୁଜ୍‌ ସି ଭୋଟର ପକ୍ଷରୁ କରାଯାଇଥିବା ଓପିନିୟନ ପୋଲରେ ଲୋକସଭା ନିର୍ବାଚନ ଓ ଦେଶର ରାଜନୀତିକୁ ନେଇ ସମାନ ପ୍ରଶ୍ନ ପଚରାଯାଇଥିଲା । ନିର୍ବାଚନରେ ବିରୋଧୀ ଇଣ୍ଡି ମେଣ୍ଟର ଚେହେରା କିଏ ହେବ ବୋଲି ପଚରାଯିବାରୁ ଅଧିକାଂଶ ଲୋକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ, ତୃତୀୟ ସ୍ଥାନରେ ନୀତୀଶ କୁମାର ଓ ଚତୁର୍ଥ ସ୍ଥାନରେ ମମତା…

Read More