Author: Samikhsya Bureau

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ରବୀନ୍ଦ୍ର ବାରିକ ଘରେ ଶୋଇଥିବା ବେଳେ ରାତି ପାଖାପାଖି ୨ ଘଟିକା ସମୟରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଦୁଇ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ତେବେ ରବୀନ୍ଦ୍ରଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରବୀନ୍ଦ୍ର ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Read More

ଭୁବନେଶ୍ବର: ଆଜି ୨୪୭୩ ମେଡିକାଲ ଅଫିସରଙ୍କୁ ରାଜ୍ୟ ଚିକିତ୍ସା ସେବାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୩୯୨ ଜଣ ଏମବିବିଏସ ଡାକ୍ତର ଏବଂ ୮୧ ଜଣ ହେଉଛନ୍ତି ଦାନ୍ତ ଡାକ୍ତର। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ଡାକ୍ତରଙ୍କୁ ଦିଗଦର୍ଶନ ଦେଇଥିଲେ। ନୂତନ ଡାକ୍ତରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯୁବ ଡାକ୍ତର ଭାବରେ ସେମାନେ ଏହି ରାଜ୍ୟ ପାଇଁ ବହୁତ କିଛି କରିପାରିବେ। ସେ କହିଥିଲେ, ପ୍ରତ୍ୟେକ ରୋଗୀ ଯେତେବେଳେ ତୁମକୁ ଦେଖା କରନ୍ତି ସେତେବେଳେ ଏକ ସକାରାତ୍ମକ ଆଭିମୁଖ୍ୟ ଅନୁଭବ କରନ୍ତି। ଆପଣଙ୍କର ବୃତ୍ତିଗତ ଉତ୍କର୍ଷ ସହିତ, ରୋଗୀମାନଙ୍କ ପ୍ରତି ଆପଣଙ୍କର ମାନବୀୟ ଆଭିମୁଖ୍ୟ ସେମାନଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି, “ମନେ ରଖ ଯେ ଆମର ଦରମା, କିମ୍ବା ଆମେ କାମ କରୁଥିବା ବିଲଡିଂ ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ପିଠକୁ ଓଡିଶାବାସୀ ପ୍ରଦାନ…

Read More

ଭୁବନେଶ୍ବେର: ଗଂଜାମ ଜିଲ୍ଲା ହିଞ୍ଜିଳି ବିଜ୍ଞାନ କଲେଜରେ ଆସିଥିବା ଗୁରୁତର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ତଦନ୍ତ ପରେ ଏହା କହିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ସେହି କଲେଜରେ କିଛି ଅନୈତିକ କାର୍ଯ୍ୟ ହେଉଥିଲା ବୋଲି ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଆଧାର କରି ବିଭାଗ ତରଫରୁ ଏକ ତଦନ୍ତ କରାଯାଇଥିଲା। ଏହି ତଦନ୍ତରେ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହିତ କେତେଜଣ ମହିଳା ଅଧିକାରୀ ସାମିଲ ହୋଇଥିଲେ। ସେମାନେ କିଏ ଅଭିଯୋଗ କରିଥିଲା , କାହିଁକି କରିଥିଲା ସେ ନେଇ ଖୋଳତାଡ କରିଥିଲେ ମଧ୍ୟ ତାହାର କୌଣସି ଆଧାର ମିଳି ନ ଥିଲା। ଏଥିସହିତ ଏହି ତଦନ୍ତ ଦଳ ଷ୍ଟାପ କାଉନସିଲ, ଷ୍ଟୁଡେଣ୍ଟସ ଆଲମ୍ୟୁନି, ଶିକ୍ଷକ, ଛାତ୍ରୀ, ହଷ୍ଟେଲ ଛାତ୍ରୀଙ୍କୁ ପଚରାଥିଲେ। ହେଲେ ସମସ୍ତେ ଏହା ଏକ ମିଛ ଅଭିଯୋଗ ଏବଂ କଲେଜକୁ ବଦନାମ କରିବା ପାଇଁ ଏପରି କରାଯାଇଛି ବୋଲି କହିଥିଲେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ…

Read More

ଭୁବନେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକର ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବ କୁମାର ଦେ ଆଜି ଶଙ୍ଖ ଭବନ ଠାରେ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍‌ ହୋଇଥିବା ଶ୍ରୀ ଦେଙ୍କୁ ଉପଢୌକନ ଦେଇ ଶ୍ରୀ ଦେବ ଓ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ଦେବ କୁମାର ଦେଙ୍କ ଯୋଗଦାନ ଫଳରେ ବିଶେଷ କରି ବାଲିଆପାଳ ବ୍ଲକ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦେବ ଓ ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସ ନେତା ଦେବ କୁମାର ଦେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘ ଦିନ ଧରି କଂଗ୍ରେସରେ…

Read More

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ୍‌ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ। ଏହି ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଜଡିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ। ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନସନ ଓ ଶୃଙ୍ଖଳାଗତ…

Read More

ଭୁବନେଶ୍ବର: ଏବେ ଓଡିଶାର ରାଜନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରୀରେ ଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ଗୁମାସ୍ତା କହି ଉପହାସ କରୁଥିଲେ। ହେଲେ ସେତେବେଳେ ପାଣ୍ଡିଆନ କିଛି କହିପାରୁ ନ ଥିଲେ। ଏବେ ସେ ଉଡନ୍ତା ବିହଙ୍ଗ। ସେହି ରାଗ ସୁଝାଇବା ପାଇଁ ବର୍ତ୍ତମାନ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଗଡରେ ପଶି ଗର୍ଜନ ଆରମ୍ଭ କରିଦେଇଛନ୍ତି। ଗତକାଲି ସେ ଧାମନଗର ଯାଇ ସେଠାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ଧାମନଗର ଧର୍ମେନ୍ଦ୍ରଙ୍କ ଗଡ ହୋଇ ନ ଥିଲେ ମଧ୍ୟ ସେଠାରେ ସେ ନିକଟରେ ହୋଇଥିବା ଉପନିର୍ବାଚନର ମଙ୍ଗ ଧରିଥିଲେ। ସେତେବେଳେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର ବେଳେ କେତେଥର ଯାଇଥିଲେ ଆଉ ଜିତିବା ପରେ ସେ ଆଉ ସେହି ଅଞ୍ଚଳକୁ ଚାହିଁଲେ ନାହିଁ କି ଆସିଲେ ନାହିଁ। ସେହି କଥା ଲୋକଙ୍କୁ ଜଣାଇ, ଧର୍ମେନ୍ଦ୍ରଙ୍କ ମୁଖା ଖୋଲିବାକୁ ପାଣ୍ଡିଆନ ଜାଣିଶୁଣି ଧାମନଗର ଗସ୍ତରେ ଯାଇଥିଲେ। ସେଠାରେ ସେ…

Read More

ଭୁବନେଶ୍ବର: ରାଜ୍ୟ ସରକାର ଓ଼ିଶା ଆୟୁର୍ବେଦ ଏବଂ ହୋମିଓପ୍ୟାଥି ମେଡିକାଲ ସେବା କ୍ୟାଡର ଦରମାରେ ସଂଶୋଧନ ଆଣିଛନ୍ତି। ଏ ନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ହୋମିଓପ୍ୟାଥି ସେବାରେ ଥିବା 630 କ୍ୟାଡର ଦରମାରେ ଏହି ସଂଶୋଧନ କରାଯାଇ ନୂଆ ଦରମା ହାର ପ୍ରକାଶ ପାଇଛି। ସେହିପରି ଆୟୁର୍ବେଦ ମେଡିକାଲ ଅଫିସର କ୍ୟାଡର ସେବାରେ ଥିବା 728ଟି ପଦବୀରେ ଏହି ଦରମାରେ ସଂଶୋଧନ କରାଯାଇଛି।

Read More

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ ର ଓଡିଶା ପ୍ରତିନିଧି କେ ରାମା ରାଓଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ସେ ହୃଦରୋଗରେ ପିଡିତ ହେବାରୁ ତାଙ୍କୁ କଟକର ଏକ ନସିଂହୋମରେ ଭତ୍ତି କରାଯାଇଥିଲା। ହେଲେ ସେ ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ରାମା ରାଓଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ତିନି ସନ୍ତାନ ସହିତ ତାଙ୍କ ପତ୍ନୀ ଧନଲକ୍ଷ୍ମୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ପୁଅ କେ ଯୋଗାନନ୍ଦ ବର୍ତ୍ତମାନ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିୟୋଗରେ କଟକ ଭୁବନେଶ୍ବର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ଇଟିଭି ଓଡିଆରେ କାର୍ଯ୍ୟରତ ସାମ୍ବାଦିକ ତଥା କର୍ମଚାରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ମୋଟ ୨୪୭୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏ ନେଇ ଭୁବନେଶ୍ବରର କଳିଙ୍ଗ ଷ୍ଟାଣ୍ଡିୟମରେ ନିଯୁକ୍ତି ପର୍ବ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ନିଯୁକ୍ତି ହେଉଥିବା ଯୁବକଯୁବତୀଙ୍କୁ ମୁଖ୍ୟମନ୍ତ୍ରୀ ଦିଗ ଦର୍ଶନ ଦେବା ସହିତ ରାଜ୍ୟ ପାଇଁ କିପରି କାମ କରିବେ ସେ ନେଇ ଉପଦେଶ ଦେବେ। ଆଜିର ଏହି ନିଯୁକ୍ତି କେବଳ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗରେ ନିଆଯାଇଛି। ଏଥିରେ ରାଜ୍ୟ କ୍ୟାଡରର ଡାକ୍ତର ସହିତ ଦାନ୍ତ ଡାକ୍ତର ମଧ୍ୟ ରହିଛନ୍ତି।

Read More

ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ଏକ ନୂଆ ରୁଟରେ ବସ ସେବା ଆରମ୍ଭ କରିଛି। ତାହା ହେଲା କେନ୍ଦୁଝରରୁ ରାଉରକେଲା ଏବଂ ରାଉରକେଲାରୁ କେନ୍ଦୁଝର। ଏହା ହେଉଛି ଏକ ନନଷ୍ଟପ ହାଇଟେକ ବସ ସେବା। ଏହି ହାଇଟେକ ବସଟି ପ୍ରତି ଦିନ କେନ୍ଦୁଝର ବସଷ୍ଟାଣ୍ଡରୁ ଭୋର 6ଟା 40ରୁ ବାହାରି ରାଉରକେଲାରେ ଦିନ 1ଟା ବେଳେ ପହଞ୍ଚିବ। ସେହିପରି ରାଉରକେଲାରୁ ଏହି ବସ ଅପରାହ୍ନ 5ଟା ବେଳେ ବାହାରି କେନ୍ଦୁଝରରେ ଏହା ରାଉରକେଲାରେ ରାତି 11 ଟା ବେଳେ ପହଞ୍ଚିବ।

Read More

କେନ୍ଦ୍ରାପଡା: ଜିଲ୍ଲାର ସର୍ବପୁରାତନ ନାଟ୍ୟ ଅନୁଷ୍ଠାନ ଞ୍ଛତୁଲସୀ କଲ୍‌ଚରାଲ୍‌ ଆସୋସିଏସନ‛ ର ଦୁଇଦିନିଆ ଞ୍ଛତୁଲସୀ ନାଟ୍ୟ ମହୋତ୍ସବ-୨୦୨୩‛ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସଂନ୍ଧ୍ୟାରେ ଡ଼ ରାମଚନ୍ଦ୍ର ବେହେରାଙ୍କ ଦ୍ୱାରା ଲିଖିତ ‘କୁରୁକ୍ଷେତ୍ରର ଠିକଣା’ ନାଟକ ଅଭିନୀତ ହୋଇଥିଲା। ଏହି ନାଟକରେ କେନ୍ଦ୍ରାପଡା ମାଟିର କଳାକାରବୃନ୍ଦ ଜ୍ଞାନରଂଜନ ନାୟକ, ସଂଯୁକ୍ତା ଦାଶ(ମାମୁନୀ), କୈଳାସ ମହାନ୍ତି, ନିରଞ୍ଜନ ଦାସ, ମହେନ୍ଦ୍ର ସୁଆର, ଶାନ୍ତନୁ ମଲ୍ଲିକ, ଗଙ୍ଗାଧର ପାତ୍ର, ପ୍ରମୋଦ କୁମାର ବଳ, ନିରଞ୍ଜନ ସାହୁ, ବିଷ୍ଣୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, ଅକ୍ଷୟ କୁମାର ସେନାପତି, ରବିନ୍ଦ୍ରନାଥ ରଥ, ନିଗମାନନ୍ଦ ଦାସ ଏବଂ ଶିଶୁ କଳାକାର କୁମାର ସ୍ୱୟଂ ସାର୍ଥକ, ସାଇ ଆରାଧ୍ୟା, ସାଇ ଆଦିତ୍ୟ ପ୍ରସାଦ, ଆୟୁଷ୍ମାନ ମହାପାତ୍ର, ଆର୍ଶିବାଦ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ନାଟକକୁ ମୁଖ୍ୟ ପରିଚାଳକ ଭାବେ ପ୍ରତୀକ ଅନୁରାଗ ଦାଶ ପ୍ରମୁଖ ସହଯୋଗ କରିଥିଲେ। ମଂଚ ସଜେଇରେ ରତ୍ନାକର…

Read More

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୫୫ ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୩୯ ଜଣ ଝିଅ ଅଛନ୍ତି। ସେହିପରି ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ଝିଅ ମଧ୍ୟ ଅଛନ୍ତି। ପ୍ରଥମ ଦଶ ଜଣ ମଧ୍ୟରେ ପ୍ରଥମ ବା ଟପ୍ପର ହୋଇଛନ୍ତି ସୁଶ୍ରିତା ମିଶ୍ର। ସେହିପରି ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।

Read More

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ବିଭାଗ ଏହି ବର୍ଷଠାରୁ ଓଡ଼ିଶାର କୃତୀ କ୍ୟାଡେଟମାନଙ୍କୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯିବା ଆସିବାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ଓଡ଼ିଶାର ୭୦ ହଜାର କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଠିନ ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟଙ୍କୁ ଚୟନ କରାଯାଇଥିଲା। ସେଥି ମଧ୍ୟରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା। ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସମେତ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥା ଶୀଘ୍ର ଶେଷକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଯଥା- ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦…

Read More

ଭୁବନେଶ୍ବର: ଆଜି ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଧାମନଗର ମାଟି ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ଖୋଦ ଧର୍ମେନ୍ଦ୍ର ବାଉଳା ହୋଇ ସାରିଲେଣି। ତାଙ୍କ ଶିବିର ମଧ୍ୟ ଜବାବ ଦେବା ପାଇଁ କୌଣସି ରାସ୍ତା ପାଇପାରୁ ନାହାଁନ୍ତି। କାରଣ ଧାମନଗରରେ ବିଜେପି ଜିତିବା ପରେ ସେ ସେଠାକୁ ଆଉ ଯାଇ ନାହାଁନ୍ତି। ଯାହା ପାଣ୍ଡିଆନ ଖୋଲାମଖୁଲା ଧାମନଗରରେ ଏ କଥା ଜଣେଇ ଦେଇଛନ୍ତି। ପାଣ୍ଡିଆନ କହିଥିଲେ ଯେ, ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି। ପାଣ୍ଡିଆନ କହିଥିଲେ ଯେ, ଉପନିର୍ବାଚନ ପ୍ରଚାର ବେଳେ…

Read More

ଧାମନଗର:ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ଆଜି ଧାମନଗର ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲା ବେଳେ ଧର୍ମେନ୍ଦ୍ରଙ୍କ ନାଁ ତୁଣ୍ଡରେ ନ ଧରିଲେ ବି ତାଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି। ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ…

Read More

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ସୂଚନା ଥାଉ କି ନୂଆ- ଓ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡା, ସମାଜସେବା, ବିଭିନ୍ନ ପ୍ରକାର ଜ୍ଞାନକୌଶଳ, ଶାରୀରିକ ବିକାଶ ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଏହି ନୂଆ-ଓ କାର୍ଯ୍ୟକ୍ରମର ଅବଧିକୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା କରିବା ସହ ଯେଉଁ ଛାତ୍ରଛାତ୍ରୀ ସାମାଜିକ କାର୍ଯ୍ୟକ୍ରମ, ଭିିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇଥିବେ ସେମାନଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯିବ। ରାଜ୍ୟର ଛଅଶହରୁ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ର ପ୍ରମୁଖ ଶାସନ ସଚିବ, ଶ୍ରୀ ବିଶାଲ କୁମାର ଦେବ ଏବଂ  ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଅତିଥିଦ୍ୱୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତ ଥିଲେ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ଏବଂ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ। ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ…

Read More

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ। ଆଜି ପୁରୀ ଶ୍ରୀମନ୍ଦିରରୁ ପ୍ରାୟ ୩୦ଟି ଦଳ ସଂକିର୍ତ୍ତନ କରି କେବଳ ଦେବସ୍ଥାନକୁ ଯାଇ ଏହି ନିମନ୍ତ୍ରଣ କରିବେ। ଏମାନେ ରାଜ୍ୟରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର। ଦାରୁ ଚିହ୍ନଟ ହୋଇଥିବା ସ୍ଥାନ ଏବଂ ରାଜ୍ୟ ବାହାରେ ଥିବା ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଧରି ଯିବେ। ଗତ ଗୁରୁବାର ଦିନ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜିୟୁଙ୍କୁ ନିମନ୍ତ୍ରଣ କରିସାରିଛନ୍ତି। ଏହାପରେ ଶ୍ରୀମନ୍ଦିରର ଏକ ପ୍ରମୁଖ ଦଳ ଭୁବନେଶ୍ବର ଆସି ଶ୍ରୀଲିଙ୍ଗରାଜଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତଣ କରିବେ ବୋଲି ଜଣାପଡିଛି। ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ।

Read More

ଭୁବନେଶ୍ବର: ଆଜି ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆଜି  ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ। ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।

Read More

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାର ୨୬ ଡିସେମ୍ବର ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି  ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କରାଯିବ। ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।

Read More