ଭୁବନେଶ୍ବର: ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ସେ ଓଡିଶାର ରାଜ୍ୟପାଳ ଭାବେ ୧୯୯୯ ମସିହାରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ।। ସେ ଅମଲାତନ୍ତ୍ର ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ପ୍ରଶାସକ ଭାବରେ ନିଜ ପାଇଁ ଏକ ସ୍ଥାନ ତିଆରି କରିପାରିଥିଲା। ଲୋକମାନଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ତାଙ୍କ ପରିବାର ପ୍ରତି ମୋର ସମବେଦନା।’ ନିକଟରେ ରାଜେନ୍ଦ୍ରନ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।…
Author: Samikhsya Bureau
ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସି ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପରେ ଭାରତ କେବଳ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉନାହିଁ ବରଂ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ମଧ୍ୟ ବିଶ୍ୱର ଏକ ପ୍ରମୁଖ ଖେଳାଳି ଭାବେ ଉଭା ହେଉଛି। ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ରାକ୍ଳୟ କହିଛି ଯେ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ସମ୍ପ୍ରସାରଣ କରି ଭାରତର ପ୍ରତିରକ୍ଷା ରପ୍ତାନି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତିରକ୍ଷା ରପ୍ତାନି ପରିମାଣ ୧୬,୦ କୋଟି ଟଙ୍କାଛୁଇଁଛି, ଯାହାକି ୨୦୧୪ ତୁଳନାରେ ପ୍ରାୟ ୨୩ ଗୁଣ ଅଧିକ। ସେହିପରି ଭାରତରେ ନିର୍ମିତ ବ୍ରହ୍ମୋସ୍, ଆକାଶ କ୍ଷେପଣାସ୍ତ୍ର, ତେଜସ୍ ର ଚାହିଦା ସବୁଠାରୁ ଅଧିକ ରହିଛି। ୨୦୧୪ ତୁଳନାରେ ରପ୍ତାନି ୨୩ ଗୁଣ ବଢ଼ିଛି ପ୍ରତିରକ୍ଷା ମନ୍ରାାନଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ରପ୍ତାନିରେ ୨୩ ଗୁଣ ବୃଦ୍ଧି ଘଟିଛି ।…
ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ତୃତୀୟ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପ୍ରକଳ୍ପ ‘ଇଭେଣ୍ଟିଲା’ ପ୍ରଦର୍ଶିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଆଇ.ଏମ୍.ଏମ୍.ଟି, ସିଏସଆଇଆରର ବିଶିଷ୍ଟ ବୈଜ୍ଞାନିକ ଡ. ବିଭୁରଞ୍ଜନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ୬୧୦ ଜଣ ପିଲାଙ୍କ ଦ୍ୱାରା ପ୍ତସ୍ତୁତ ହୋଇଥିବା ୨୩୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପକୁ ପ୍ରଦର୍ଶନ କରି ଆନନ୍ଦିତ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରି ବିଜ୍ଞାନମନସ୍କ ହେବା ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ସହ ସଂଯୋଜକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ ପିଲାମାନଙ୍କର ବୈଜ୍ଞାନିକ କଳାକୁଶଳତାର ପ୍ରଶଂସା କରିବା ସହିତ ସେମାନକଙ୍କର ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ। ବିଦ୍ୟାଳୟର…
ଭୁବନେଶ୍ୱର: ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ। ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ, ତାଙ୍କ ବାମ ହାତର ପାପୁଲି ନାହିଁ। କିନ୍ତୁ ମନରେ ଚିତ୍ରାକୃତି, ନୃତ୍ୟ ଓ ଟାଇକୋଣ୍ଡୋ ପ୍ରତି ଉତ୍ସାହ ଭରି ରହିଛି। ସେ ଏହି ସବୁକୁ ଶିଖିବା ପାଇଁ ତାଲିମ ମଧ୍ୟ ନେଉଛନ୍ତି। ଦୁଇଥର ବିଭିନ୍ନ ଶିବିରରୁ କୃତ୍ରିମ ହାତ ଲଗାଇଥିଲେ ସୁଦ୍ଧା ସମୟକ୍ରମେ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା। ତାଙ୍କ ଘର ପାଖରେ ଏକ ସଚେତନତା ଶିବିରରୁ ସେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ…
ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ସ୍ୱର୍ଗତଃ ରାଜେନ୍ଦ୍ରନ ଓଡ଼ିଶାର ବିପର୍ଯ୍ୟସ୍ତ ମୁକାବିଲା ପାଇଁ ଦକ୍ଷ ଯୋଜନା ପ୍ରସ୍ତୁତ କରିଥିଲେ ଯାହାର ଲାଭ ଓଡ଼ିଶାବାସୀ ପାଇଛନ୍ତି। ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ଵର: ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକଳାପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା। ପ୍ରାରମ୍ଭରେ ଗୃହ ନିର୍ମୋଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ସାରଦା ପଣ୍ଡା ଏହି ଦିବସର କାର୍ଯ୍ୟସୂଚୀ ସ୍ଥିର କରି ଲକ୍ଷ୍ୟ, ପ୍ରଗତି ଓ ସମ୍ଭାବ୍ୟ ପ୍ରତିବନ୍ଧକଗୁଡ଼ିକର ଆକଳନ ପାଇଁ ବିଚାର ବିମର୍ଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟଦକ୍ଷତା ଭିତ୍ତିକ କାର୍ଯ୍ୟ ପଦ୍ଧତି ଆଡକୁ ପରିବର୍ତ୍ତନ କରିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ ମୁକ୍ତା ପ୍ରଫେସନାଲମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା କୌଣସି ସମସ୍ୟାକୁ ଚିହ୍ନଟ କରିବା ଏବଂ ସମାଧାନ କରିବାକୁ ଅନୁରୋଧ କରିଥିଲେ। ସେ କହିଲେ ଯେ ଆମେ ଶାସନର…
ଭୁବନେଶ୍ବର: ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପାଇଁ ଖାଇବା ଭତ୍ତା ବୃଦ୍ଧି କରିଛନ୍ତି। ଏଥିରେ କନେଷ୍ଟବଲ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ଏମାନଙ୍କୁ ଦୈନିକ 50 ଟଙ୍କା ଦିଆଯାଉଥିଲା। ହେଲେ ଏତିକି ଟଙ୍କାରେ ଖାଇବା ସମ୍ଭବ ହେଉ ନାହିଁ ବୋଲି ପୂର୍ବରୁ ଦାବୀ ହୋଇ ଆସୁଥିଲା। ଫଳରେ ରାଜ୍ୟ ଗୃହ ବିଭାଗ ଏ ନେଇ ସେମାନଙ୍କର ଦାବୀ ଶୁଣିବା ସହିତ ଏହି ଖର୍ଚ୍ଚରେ ବୃଦ୍ଧି କରିଛନ୍ତି। ସେହି ଅନୁସାରେ କନେଷ୍ଟବଳ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ଦୈନିକ 50 ଟଙ୍କାରୁ 75 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ସେମାନେ ଦୈନିକ ଆଠଘଣ୍ଟା ସୁବିଧାରେ କାର୍ଯ୍ୟ କରିପାରିବେ ବୋଲି ପୋଲିସ ବିଭାଗ କହିଛି।
ଭୁବନେଶ୍ବର: ରାଜ୍ୟରେ ଆୟୁଷ ବିକାଶ ଉପରେ ଧ୍ୟାନ ଦେବା ପାଇଁ ଆଜି ରାଜ୍ୟ ଆୟୁଷ ବିକାଶ ପରିଷଦ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଜ୍ୟ ମୁଖ୍ୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଗତ ୧୪ ଓ୧୯ ତାରିଖରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ଅବହେଳିତ ଆୟୁଷ ଚିକିତ୍ସା ଓ ଚିକିତ୍ସା କ ଙ୍କ ସମ୍ପର୍କରେ ଆଲୋଚନା ହେବ ବୋଲି କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେହି ବୈଠକ ବସିପାରୁ ନାହିଁ। ସରକାର ତୁରନ୍ତ ଆୟୁଷ ଭେଷଜ ମହାବିଦ୍ୟାଳୟ ଭିତ୍ତିଭୂମି ବିକାଶ, ମାନବସମ୍ବଳ ବିକାଶ ସହିତ ବିଭିନ୍ନ ଜରୁରୀ ଆନୁସଙ୍ଗିକ ଯନ୍ତ୍ରପାତି ,ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ପ୍ରଦାନ, ଆୟୁଷ ହାଉସ ସର୍ଜନ ଙ୍କ ଭତ୍ତା…
ଭୁବନେଶ୍ବର: ସୁରକ୍ଷା ଭିତରେ ଥିବା ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ଏବେ ସେଥିରେ ମୁଣ୍ଡ ପୁରାଇଛି କମିଶନରେଟ ପୋଲିସ। ଏ ନେଇ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହାର ସୁରକ୍ଷା ନେଇ ଆରମ୍ଭ ହୋଇଛି ତନାଘନା। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଥିବା 590ଟି ଆପାର୍ଟମେଣ୍ଟକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ 224 ଟିରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ ହୋଇଛି। ଏଥିରେ ମୁତୟନ ହୋଇଥିବା ଘରୋଇ ସୁରକ୍ଷା କର୍ମୀଙ୍କୁ ଯାଞ୍ଚ କରାଯାଉଛି। ସେମାନଙ୍କର ନାମରେ କୌଣସି ଅପରାଧିକ ମାମଲା ରହିଛି କି, ଯେଉଁ ଘରୋଇ ଏଜେନ୍ସି ଏହି ସୁରକ୍ଷା କର୍ମି ଯୋଗାଉଛି ତାହାର ଅନୁମତି ପତ୍ର ଅଛି କି ନାହିଁ ତଦନ୍ତ କରାଯାଉଛି। ସେହିପରି ଆପାର୍ଟମେଣ୍ଟରେ ଲାଗିଥିବା ସିସିିଟିଭି ଗୁଡିକର ମଧ୍ୟ ଯାଞ୍ଚ କରାଯାଉଛି। ଏଗୁଡିକ ଠିକ ସ୍ଥାନରେ ଲାଗିଛି କି ନାହିଁ ଏବଂ ସବୁଗୁଡିକ କାମ କରୁଛି କି ନାହିଁ ତାହା ତଦାରଖ କରାଯାଉଛି। ଏଥିସହିତ ଆପାର୍ଟମେଣ୍ଟ ସୋସାଇଟ ସହି…
ଭୁବନେଶ୍ବର: ଗତକିଛି ଦନ ଧରି ସାରା ଓଡିଶାରେ ଶୀତର ପ୍ରକୋପ ଜାରୀ ରହିଛି। କେତେକ ସ୍ଥାନରେ ରାତ୍ରୀର ତାପମାତ୍ରା ପୁରା ହ୍ରାସ ପାଇଛି। ଫଳରେ ସେଠାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି କନ୍ଧମାଳର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ର ପରିଲକ୍ଷିତ ହୋଇଥିଲା। ସେଠାରେ ଗତକାଲି 5.8 ଡିଗ୍ରୀ ରହିଥିଲା। ଗୁରୁବାର ରାତିରେ ଏହି ଅଞ୍ଚଳର ତାପମାତ୍ରା 4 ଡିଗ୍ରୀକୁ ଖସିଆସିଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର 10ଟି ସହରର ତାପମାତ୍ର 9 ଡିଗ୍ରୀ ତଳେ ରହିଥିଲା। ତେବେ ଏହି ଥଣ୍ତା ପାଗ ଆହୁରି ଦୁଇ ଦିନ ଧରି ଲାଗି ରହିବ ବୋଲି କୁହାଯାଇଛି। ଏହାପରେ ରାତ୍ରୀର ତାପମାତ୍ରା ପ୍ରାୟ 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ନୂଆଦିଲ୍ଲୀ: ଆଗାମୀ ପର୍ବପର୍ବାଣୀ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟ ସରକାର ମାନଙ୍କ ହାତକୁ ସୁଦୃଢ଼ କରିବା ନିମନ୍ତେ ୭୨,୯୬୧.୨୧ କୋଟି ଟଙ୍କାର ଅତିରିକ୍ତ ଟିକସ ବଣ୍ଟନର କିସ୍ତି ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ସେଥିମଧ୍ୟରୁ ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ କିସ୍ତି ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର କିସ୍ତି ଅତିରିକ୍ତ ଅଟେ।
ବାଣପୁର( ସୀତାରାମ ଅଗ୍ରୱାଲ): ଆସନ୍ତା ୨୬ ତାରିଖରେ ଜନ୍ମମାଟି ବାଣପୁର ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ। ସୂଚନା ଥାଉକି ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚଳିତ ବର୍ଷ ୨୫ ବର୍ଷରେ ପାଦ ଥାପିଥିବାରୁ ୩ ଦିନ ଧରି ଧୁମଧାମରେ ରଜତ ଜୟନ୍ତୀ ଉତ୍ସବ କୁ ପାଳନ କରିବ ବିଦ୍ୟାଳୟ। ତେବେ ଉକ୍ତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଦିଗରେ ଶ୍ରୀ ହରିଚନ୍ଦନ ବହୁ ଅବଦାନ ରହିଛି। ଏଥିନିମନ୍ତେ ଅନୁଷ୍ଠାନର ଅନୁରୋଧକୁ ରକ୍ଷାକରି ଆସନ୍ତା ୨୬ ତାରିଖ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ଶ୍ରୀ ହରିଚନ୍ଦନ। ଏହି ଅବସରରେ ଶ୍ରୀ ହରିଚନ୍ଦନ ମା’ ଭଗବତୀ ମନ୍ଦିର ଦର୍ଶନ କରିବା ସହ ବାଣପୁର ଓ ଚିଲିକା ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା…
ଭୁବନେଶ୍ୱର: ରାଜ୍ୟରେ କରୋନା ନେଇ ଏକ ବଡ଼ ଖବର ଆସିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ପଜିଟିଭ ଚିହ୍ନଟ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୩ ତାରିଖରେ ଶେଷ ଥର ପାଇଁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏହା JN1 ଭ୍ୟାରିଆଣ୍ଟ କି ନାହିଁ ତାହା ଜଣାପଡି ନାହିଁ। ବର୍ତ୍ତମାନ ରାଜ୍ୟରୁ କୋରନା ଆକ୍ରାନ୍ତ ବାହାରିବା ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ଦେଶରେ କରୋନର ଗତି ବଢିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ବର୍ତ୍ତମାନ ନୂଆ ଭ୍ୟାରିଆଣ୍ଟ JN1 ତିନୋଟି ରାଜ୍ୟରେ ପରିଲକ୍ଷିତ ହୋଇଛି। ତାହା ହେଲା ଗୋଆ, କେରଳ ଏବଂ ମହାରାଷ୍ଟ୍ର। ବର୍ତ୍ତମାନ ଏହି ନୂଆ ଭ୍ୟାରିଆଣ୍ଟର ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 21।
ଭୁବନେଶ୍ବର: ଓଡିଶାରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ। ଏ ନେଇ ଭାରତ ନିର୍ବାଚନ କମିଶନର ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଯେଉଁ ଅଧିକାରୀ ଗୋଟିଏ ସ୍ଥାନରେ ତିନିବର୍ଷରୁ ଉର୍ଦ୍ଧ ସମୟ ଅଛନ୍ତି ତାଙ୍କୁ ତୁରନ୍ତ ବଦଳ କରାଯାଉ। ସେହିପରି ଏଥିରେ କୁହାଯାଇଛି ଯେ ଯେଉଁ ଅଧିକାରୀ ତାଙ୍କ ନିଜ ଅଞ୍ଚଳରେ କାମ କରୁଥିବେ ତାଙ୍କୁ ମଧ୍ୟ ବଦଳି କରାଯାଉ। ଏହି ଚିଠିରେ କୁହାଯାଇଛି ଯେ, ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡିଶା ଏବଂ ସିକ୍କିମର ବିଧାନସଭା ନିର୍ବାଚନ ହେବ। ଓଡିଶା ବିଧାନସଭା ଆସନ୍ତାବର୍ଷ ଜୁନ 2 ତାରିଖରେ ଶେଷ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ପକ୍ରିୟା ଆରମ୍ଭ ହେବ। ଏହି ଚିଠି ଆସିବା ପରେ ବର୍ତ୍ତମାନ କେଉଁ କେଉଁଠି କେତେ…
ଭୁବନେଶ୍ୱର: ଗତକାଲି ଫକୀର ହରିଚନ୍ଦନ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠାନର ସଭାପତି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜୟଦେବ ଭବନ ଠାରେ ଫକୀର ହରିଚନ୍ଦନ ଜନ୍ମ ଶତ ବାର୍ଷିକ ପାଳିତ ହୋଇଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସ୍ୱର୍ଗତ ଫକୀର ହରିଚନ୍ଦନଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଗଲା। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମ୍ନାନନୀୟ ନ୍ୟାୟମୃର୍ତି ଶଶୀକାନ୍ତ ମିଶ୍ର କହିଥିଲେ ଯେ ଫକୀର ହରିଚନ୍ଦନଙ୍କର ଦୁଇଖଣ୍ଡ ଇତିହାସ ପୁସ୍ତକ “ଓଡ଼ିଶା ଇତିହାସର ଅନାଲୋଚିତ ଅଧ୍ୟାୟ” ଏବଂ “ଖୋର୍ଦ୍ଧା ଇତିହାସର ଅନ୍ତରାଳେ” ମୋତେ ଇତିହାସ ଲେଖିବାକୁ ପ୍ରେରଣା ଦେଇଛି। ସେ ଭିନ୍ନ ଦୃଷ୍ଟିରେ ଇତିହାସ ଲେଖନ୍ତି। ତାଙ୍କ ଜୀବନର କୃତି ଓ କୀର୍ତିକୁ ଗବେଷଣା କରି ଅଧିକରୁ ଅଧିକ ପ୍ରସାର କରିପାରିଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସେହିପରି ସମ୍ମାନୀତ ଅତିଥି ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର…
ନୂଆଦିଲ୍ଲୀ: ଡିସେମ୍ବର ୨୦ରୁ ଉତ୍ତରପ୍ରଦେଶରେ କଂଗ୍ରେସର ଉତ୍ତରପ୍ରଦେଶ (ୟୁପି) ଜୋଡୋ ଯାତ୍ରା ଆରମ୍ଭ ହୋଇଛି। ସାହାରନପୁରର ପ୍ରସିଦ୍ଧ ସିଦ୍ଧପୀଠ ଶକୁମ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରା ଆରମ୍ଭ ହୋଇଛି। ୟୁପି କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ଥାନୀୟ ଲୋକମାନେ ଖୋଜୁଛନ୍ତି। ଗତ କିଛିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୟୁପିରେ କଂଗ୍ରେସର ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କିନ୍ତୁ ଏଥିରେ ଗାନ୍ଧୀ ପରିବାରର କେହି ସାମିଲ ହୋଇନାହାନ୍ତି। ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଗାନ୍ଧୀ ପରିବାର ୟୁପିକୁ ଏତେ ଘୃଣା କରୁଛନ୍ତି ? ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ୟୁପି କଂଗ୍ରେସ ନେତାମାନଙ୍କର ଏକ ବୈଠକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ୟୁପି ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ…
ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ହଳନ୍ଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ ସଭାପତି ଗୋପୀନାଥ ମହାରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସାତଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣଧୀନ ବାୟୋଲୋଜିକାଲ ପ୍ଲାଣ୍ଟ ଏବଂ୬୫ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ମେଡିକାଲ ଗୃହ ବାବଦରେ ପୁଙ୍ଖାନୁଫଙ୍ଖ ଆଲୋଚନା କରାଯାଇଥିଲା। ଉପ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗ୍ରାମଗୁଡିକର ଜନସାଧାରଣଙ୍କ ପାଇଁ ସାପ କାମୁଡା, କୁକୁର କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଗକୁ ଖରାଦିନ ଆସିବାକୁ ଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଂଶୁଘାତ ଜନିତ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏଠାରେ ଜରୁରୀ କାଳୀନ ସେବା ନିମିତ୍ତ ଏକ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରିବାକୁ ସ୍ଥାନୀୟ ଜନସାଧାରଣ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ଅତିଥି ଭାବେ ଭାରତ ସରକାରଙ୍କ କେନ୍ଦ୍ର ବୟନ ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତଶିଳ୍ପ ବିକାଶ ଆୟୁକ୍ତ ଶ୍ରୀମତୀ ଅମ୍ରିତ୍ ରାଜ୍ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା,ଶ୍ରୀମତୀ ପ୍ରଣତୀ ଛୋଟରାୟ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ, ସୁବାସ ଦାସ, ଅଞ୍ଜଳି ମିଶ୍ର, ଶୈଳଭାମା ମହାପାତ୍ର ଓ ସୌରଭ ନାୟକଙ୍କ ଦ୍ବାରା ପରିବେଷିତ ସୁଗମ ସଙ୍ଗୀତ ଦର୍ଶକ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରିଗରମାନଙ୍କ ମନରେ ଆନନ୍ଦ ଭରିଦେଇଥିଲା। ଡିସେମ୍ବର, ୧୫ ତାରିଖରୁ…
ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଙ୍କ ୧୩ତମ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ 22 ଡ଼ିସେମ୍ବର ରୁ ଲୋକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି। ଏହା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ଟି ପୁରୀ ଲାଇଟ ହାଉସ ବଳିଆ ପଣ୍ଡା ବେଳାଭୂମି ଠାରେ ଅବସ୍ଥିତ।ଏଠାରେ ବର୍ଷ ସାରା ଦର୍ଶକ ମାନେ ବିନା ମୂଲ୍ୟ ରେ ସ୍ୟାଣ୍ଡ ଆର୍ଟ କୁ ଦେଖିପାରିବେ ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସରେ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋ୍ପିୟାନ ଢାଞ୍ଚା ର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି। ଭାରତ ର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ। ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି। ପ୍ରଥମ ଥିମରେ ବାଲୁକା କଳାରେ…
ଭୁବନେଶ୍ବର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍।…
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ ପାଇଁ କିଛି ବିପଦ ହୋଇପାରେ। ଚାକିରିରେ ସମସ୍ୟା ହୋଇପାରେ । ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ । ବ୍ୟବସାୟ ଭଲ କରିବ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ।…

