Author: Samikhsya Bureau

ଭୁବନେଶ୍ୱର: କୀଟନାଶକର ନିରାପଦ ବ୍ୟବହାର ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବାଟ୍‌ ଏବଂ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟର ବିକ୍ରିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ଆଜି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଏହି ପରିପ୍ରେକ୍ଷୀରେ ପତ୍ର ଲେଖି ଜଣାଇଛନ୍ତି ଯେ ସଂପ୍ରତି ପାରାକ୍ୱାଟ ତୃଣନାଶକର ବ୍ୟବହାର ରାଜ୍ୟରେ ଏକ ସାର୍ବଜନିକ ଚିନ୍ତାର ବିଷୟ ହୋଇପଡ଼ିଛି। ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନୁହେଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ/ ମହଜୁଦ/ ବିତରଣ/ ଉତ୍ପାଦନ ଓ…

Read More

ଭୁବନେଶ୍ବର: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ତାହା ହେଲା ନୂଆବର୍ଷ ପାଳନ ବେଳେ ଓଡିଶାରେ ୬୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏକଥା ଆମେ ନୁହେଁ, ଏହା କହୁଛି ଓଡିଶା ପାନୀୟ ନିଗମ ତଥ୍ୟ। ମିଳିଥିବା ତଥ୍ୟ ଅନୁସାରେ ରବିବାର ଦିନ ପ୍ରାୟ ଦୁଇ ଗୁଣା ମଦ ବିକ୍ରି ହୋଇଛି। ତେବେ ତଥ୍ୟ ଅନୁସାରେ କଟକରେ ସର୍ବଧିକ ମଦ ପିଇଥିବାର ଜଣାପଡିଛି। ତାପଛରେ ରହିଛି ଭୁବନେଶ୍ବର। ସୂଚନା ଅନୁସାରେ ସାଧାରଣତଃ ପ୍ରତିଦିନ ପ୍ରାୟ ୨୦ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ। ହେଲେ ଡିସେମ୍ବର ୩୦ ତାରିଖରେ ରାଜ୍ୟରେ ପାନୀୟ ନିଗମ ଅଧୀନରେ ଥିବା ୯ଟି ସରକାରୀ ଡିପୋରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ। ଯାହାର ମୂଲ୍ୟ ଥିଲା ୬୦ କୋଟି ୭୩ ଲକ୍ଷ ଟଙ୍କା। ଡିସେମ୍ବର ୩୧ ତାରିଖ ରବିବାର ଥିଲା। ହେଲେ ରବିବାର ଦିନ ମଦ ଡିପୋ ବନ୍ଦ ରହୁଥିବାରୁ ଶନିବାର ୩୦…

Read More

ଭୁବନେଶ୍ବର: ବୁଧବାର ଅପରାହ୍ନରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ସେ ସକାଳେ ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋୟାର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଥିଲେ। ସେଠାରୁ ସେ ସିଧା ସୁନ୍ଦରଗଡ ଗସ୍ତ କରିଥିଲେ। ସୁନ୍ଦରଗଡର ଭରପୁର ଲୋକଙ୍କୁ ସେ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ଲୋକଙ୍କୁ କହିଥିଲେ ଆପଣମାନେ କେନ୍ତା ଅଛନ୍। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଜନସମାଜ ତାଳିମାନେ ଭଲ୍ ଅଛନ ବୋଲି କହିଥିଲେ। ଆପଣମାନଙ୍କୁ ନୂଆବର୍ଷର ଅଭିନନ୍ଦନ ବୋଲି ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ପାଣ୍ଡିଆନ ରାଜ୍ୟ ସରକାରଙ୍କ ସୁନ୍ଦରଗଡର ବିଭିନ୍ନ ଉନ୍ନୟନ ତଥ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୁଁ ଗତ ମାର୍ଚ୍ଚରେ ସୁନ୍ଦରଗଡ ଗସ୍ତରେ ଆସିଥିଲି। ସେତେବେଳେ ଆପଣମାନେ ମୋତେ 160ଟି ଅଭିଯୋଗ ପତ୍ର ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୋଗକୁ ଗ୍ରହଣ…

Read More

ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଏକ ଗର୍ବର ଦିନ। ଓଡିଶାର ସାତୋଟି ଉତ୍ପାଦକକୁ ମିଳିଛି ଜିଆଇ ଟ୍ୟାଗ। ପୂର୍ବରୁ କିଛିମାସ ତଳେ କେନ୍ଦ୍ରାପଡା ରସାବଳିଙ୍କୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ଆଉ ସାତୋଟିକୁ ଏହି ମାନ୍ୟତା ମିଳିଛି। ସେଗୁଡିକ ହେଲା 1- ଗଜପତିର ଖଜୁରୀ ଗୁଡ 2- ଢେଙ୍କାନାଳର ମଗଜୀ ଲଡୁ 3-ମୟୁରଭଞ୍ଜର କାଇ ଚଟଣୀ 4-ନୟାଗଡର କଣ୍ଟାମୁଣ୍ଡି ବାଇଗଣ 5-ଡଙ୍ଗରିଆ କନ୍ଧଙ୍କ ହାତବୁଣା ସାଲ୍ 6- କେନ୍ଦ୍ରପଡା ରସାବଳି 7- କୋରାପୁଟର କଳାଜିରା ଚାଉଳ 8-ଲାଞ୍ଚିଆ ସଉରାଙ୍କ ଇଡିତାଳି ପେଣ୍ଟିଂ ଏ ନେଇ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର: ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ତିନିଜଣ ଉପଦେଷ୍ଠାଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଯୁକ୍ତି ପ୍ରଦାନ କରିଛି। ଯେଉଁମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ହେଲେ 1- ସନ୍ତୋଷ କୁମାର ଶତପଥୀ, ଅବସରପ୍ରାପ୍ତ ଆଇଏଏସ- ମୁଖ୍ୟ ଉପଦେଷ୍ଠା ଆଦିବାସୀ କଲ୍ୟାଣ ଏବଂ ସାଧାରଣ ପ୍ରସଂଗ ସଂକ୍ରାନ୍ତ 2-ପ୍ରଫେସର ସୁକଳ ମହାନ୍ତି- ଉପଦେଷ୍ଠା ଏକାଡେମିକ ସଂକ୍ରାନ୍ତ 3-ସୁବ୍ରତ କୁମାର ମହାନ୍ତି- ଉପଦେଷ୍ଠା ମିଡିଆ ଏବଂ ଆଇଟି ସଂକ୍ରାନ୍ତ ପୂର୍ବରୁ କୌଣସି ରାଜ୍ୟପାଳଙ୍କର ଏପରି ଉପଦେଷ୍ଠାଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। ପ୍ରଥମ ଥର ପାଇଁ ଏହି ବରିଷ୍ଠ ପ୍ରଶାସକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Read More

ଭୁବନେଶ୍ୱର: ଓଡିଶା ପାଇଁ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର ଓଡିଶା ଆସିବେ। ଏହାକୁ ନେଇ ଦଳ ବେଶ ଉତ୍ସାହିତ ହୋଇପଡିଛି। ନୂଆବର୍ଷରେ ନୂଆ ପ୍ରଭାରୀ କିଛି ଗୁରୁମନ୍ତ୍ର ଦେବେ ବୋଲି ଦଳ ବଡ ଆଶାବାଦୀ ହୋଇପଡିଛି। ତାଙ୍କ ଦିଗଦର୍ଶନରେ ଦଳ ଓଡିଶାରେ ଭଲ ଫଳ କରିବା ନେଇ ଉତ୍ସାହିତ ହୋଇପଡିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟ ସୂଚନା ଅନୁସାରେ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହି ଦଳର ସାଂଗଠନିକ ବୈଠକ କରିବେ। ସେହି ସୂଚନା ଅନୁସାରେ ଡ. ଅଜୟ କୁମାର ୬ ତାରିଖ ଦିନ ୧୧ ଟାରେ ଭୁବନେଶ୍ୱର ବିମାନ ବନ୍ଦନରରେ ପଂହଚିବା ପରେ ତାଙ୍କୁ ବିମାନବନ୍ଦର ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସରକାରୀ ଅନୁଷ୍ଠାନ ରେ ପଢ଼ୁଥିବା ଡ଼ି ଫାର୍ମ, ଅଜୁଲାରୀ ନର୍ସିଂ ଓ ଏ ଏନ ଏମ, ବିଏସି ନର୍ସିଂ, କ୍ଲିନିକାଲ ସାଇକୋଲୋଜି ଓ ମାନସିକ ସାମାଜିକ ବିଜ୍ଞାନ ରେ ଏମ ଫିଲ କରୁଥିବା ଛାତ୍ର ଛାତ୍ରୀ ଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ କରିବାକୁ ନିର୍ଦେଶ ରହିଛି। ଫାର୍ମାସି ରେ ଡିପ୍ଲୋମା କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ତିନିମାସ ଧରି ୨୫୦ ଟଙ୍କା ପାଉଥିଲେ। ଏବେ ଏହା ୫୦୦ଟଙ୍କା ତିନି ମାସ ଧରି ପାଇବେ। ସେହିଭଳି ଅଜୁଲାରୀ ନର୍ସିଂ ଓ ଏ ଏନ ଏମ ଛାତ୍ରଛାତ୍ରୀ ପୂର୍ବରୁ ଏକ ହଜାର ପାଉଥିଲେ ଏବେ ସେମାନେ ଦୁଇ ହଜାର ପାଇବେ। ବି ଏ ସି ନର୍ସି ଛାତ୍ରୀ ପୂର୍ବରୁ ଛଅ ମାସ ଧରି ୨୫୦୦ ଟଙ୍କା ପାଉଥିଲେ ବର୍ତ୍ତମାନ ୫୦୦୦ ଲେଖାଏଁ ପାଇବେ। ସେହିଭଳି କ୍ଲିନିକାଲ ସାଇକୋଲୋଜି ଓ…

Read More

ଭୁବନେଶ୍ବର: ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ? ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇମାନଙ୍କର ଜଳ କଷ୍ଟ ଦୂର ହେଲା। ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି…

Read More

ଭୁବନେଶ୍ବର: ଲୋକସେବା ଭବନରେ ଆନ୍ତଃ ମନ୍ତ୍ରୀ କମିଟି ସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ପୂର୍ବରୁ ଦୁଇ ଦୁଇ ଥର ବାତିଲ ପରେ ଏହି ବୈଠକ ଗତକାଲି ଅପରାହ୍ନରେ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଆୟୁଷଡାକ୍ତର ଛାତ୍ର ସଂସଦକୁ ସେମାନଙ୍କ ପ୍ରାରମ୍ଭିକ ଅଭିଯୋଗ ରଖିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡା ରାଜେଶ ମିଶ୍ର ଓ ସମ୍ପାଦକ ଡା ଲୋପାମୁଦ୍ରା ଖଟୋଇ ରାଜ୍ୟରେ ବିଗତ୨୧ବର୍ଷ ଧରି ଆୟୁଷ କ୍ଷେତ୍ରରେ ନୂତନ ଦିସ୍ପେନସାରି ସୃଷ୍ଟି ହୋଇନଥିବା ଏବଂ ଆୟୁଷ କ୍ଷେତ୍ରରେ ନୂତନ ଡାକ୍ତର ନିଯୁକ୍ତିପଦବୀ ପାଇଁ ଦାବୀ ରଖିଥିଲେ। ରାଜ୍ୟ ସରକାର ସରକାରୀ ଭାବେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତର ଙ୍କ କ୍ୟାଡର ଓ ଦରମାର ସଂଶୋଧନ କରିବା ଦ୍ୱାରା ଆଗକୁ ଶୂନ୍ୟସ୍ଥାନ ପଦବୀ ସ୍ୱରୂପ ବର୍ତ୍ତମାନ ୧୯୬ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଓ୨୨୮ଟି ଆୟୁର୍ବେଦିକ ମେଡ଼ିକାଲ ଅଫିସର ପୋଷ୍ଟ ପ୍ରସ୍ତୁତି ନିଶ୍ଚିତ…

Read More

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି। ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା…

Read More

ନୂଆଦିଲ୍ଲୀ: ପୁଣି ଥରେ ଉଦଜୀବିତ ହୋଇଛି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିବାଦ। କାରଣ ପୂର୍ବରୁ ସୁପ୍ରିମକୋର୍ଟ ବର୍ତ୍ତମାନ ହାଇଟେକ ଯୁଗରେ ଆଉ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକ ନାହିଁ ବୋଲି କହିବା ପରେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଲଦି ନିଜେ ଖସିଯିବାକୁ ଉଦ୍ୟମ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ତରଫରୁ ଏକ ଲମ୍ବା ସ୍ପଷ୍ଟିକରଣ ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ● ‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଥିବା ଓଡ଼ିଶାର କେତେକ ଗଣମାଧ୍ୟମରେ ଏକ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶ ପାଇଛି। ତେବେ କେନ୍ଦ୍ର ମନ୍ତ୍ରୀ ପ୍ରକୃତରେ କହିଥିଲେ ଯେ, ଭାରତ ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଭର୍ଚୁଆଲ୍ ବେଞ୍ଚ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ…

Read More

ଭୁବନେଶ୍ବର: ନୂଆବର୍ଷରୁ ବର୍ତ୍ତମାନ ସବୁଦଳର ନିର୍ବାଚନ ପ୍ରସ୍ତୁତି ଜୋରଜାର ଆରମ୍ଭ ହୋଇଯାଇଛି। ତେବେ ସୁତ୍ର ଅନୁସାରେ ସବୁ ଦଳ ପ୍ରଥମେ ଲୋକସଭା ପ୍ରାର୍ଥୀ ନିର୍ଦ୍ଧାରିତ କରିବା ଆରମ୍ଭ କରିଛନ୍ତି। କାରଣ 21 ଟି ଆସନ ଜଞ୍ଜାଳ ଶେଷ କରିଦେଲେ ଏହାପରେ ବିଧାନସଭା ଆସନ କଥା ଚିନ୍ତା କରାଯିବ। କାରଣ ସବୁ ଦଳ ପାଇଁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବା ସବୁଠାରୁ କଷ୍ଟଦାୟକ। ତେବେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ବିଜୁ ଜନତା ଦଳ ଏଥର ଲୋକସଭା ପାଇଁ ରଣନୀତି ତଥା ପ୍ରାର୍ଥୀ ଚୟନ ଆରମ୍ଭ କରିଦେଇଛି। ଏଥର ପ୍ରାର୍ଥୀ ଚୟନରେ ଖୋଦ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସିଧା ହସ୍ତକ୍ଷେପ ରହିବ। ଏଥିସହିତ ସାଂଗଠାନିକ ସଂପାଦନ ପ୍ରଣବ ପ୍ରକାଶ ଦାସଙ୍କର ଭୂମିକା ମଧ୍ୟ ରହିବ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିଲେ ତାହା ଘୋଷଣା କରାଯିବ। ବିଜେଡିର ଭିତିରିଆ ସୁତ୍ର ଅନୁସାରେ ଦଳ ଏଥର ବହୁ ସାଂସଦଙ୍କ ଟିକେଟ କାଟିବ ବୋଲି…

Read More

ଭୁବନେଶ୍ବର: ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଦଳୀୟ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଆଜି ବିଜେଡି ଦୁଇ ଜଣ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି। ସେହି ଅନୁସାରେ ଖଦୀବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କୁ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେଗୁଡିକ ହେଲା ତେଲକୋଇ ଏବଂ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ। ସେହିପରି ବାଲିଆପାଳର ନେତା ଦେବ କୁମାର ଦେ ଙ୍କୁ ବାଲେଶ୍ବର ବିଜୁ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି।

Read More

ଭୁବନେଶ୍ୱର: ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବହୁଦିନର ଦାବିକୁ ବିଚାରକୁ ନେଇ ସରକାର ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରିଛନ୍ତି। ଏହାଦ୍ୱାରା ବିଦ୍ୟାଳୟ ଜମିକୁ ନେଇ ଥିବା ବିବାଦ ସମାଧାନ ହୋଇପାରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ସେହିଭଳି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର…

Read More

ଭୁବନେଶ୍ୱର:ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଏକ ସଭାରେ ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ସେ ସମ୍ବଲପୁରରୁ ଛିଡା ହେବେ। ସେହିପରି ପୂର୍ବରୁ ସେ କହିଥିଲେ ଯେ, ସେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ ଇଛାପ୍ରକାଶ କରି ତାଙ୍କୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ସେ ସମ୍ବଲପୁର ଆସନକୁ କାହିଁକି ବାଛିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଘର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚେର ହୋଇଥିବାବେଳେ ସେ ସମ୍ବଲପୁରରୁ କାହିଁକି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାହାହିଁ ତାଙ୍କ କର୍ମୀ ମହଲରେ ସଂଶୟ ସୃଷ୍ଟି କରିଛି। ଦିନ ଥିଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ଅନ୍ୟର ଦୟାରେ ରାଜ୍ୟନୀତି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି। ଏପରି ହେବାର କାରଣ…

Read More

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ। ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ। ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି । ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଡ଼ିସେମ୍ବର ୧୧, ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ…

Read More

ଭୁବନେଶ୍ବର: ଆସନ୍ତାକାଲି ବୁଧବାର ୪ ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ବନକଲାଗି ନୀତି ଆରମ୍ଭ ହେବ। ତେବେ ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀଜିୟୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବରେଣ୍ୟ ବ୍ୟକ୍ତିତ୍ବ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ମରଣ କରିଛନ୍ତି। ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟକୁ ବ୍ୟାପକ କରିବା ସହ ରାଜ୍ୟ ପ୍ରଗତିରେ ତାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି।

Read More

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ଟାଙ୍ଗୀ: ନୂଆ ବର୍ଷ ପାଳନ ବେଳେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରତନ ପୁର ପଞ୍ଚାୟତ ନରହରି ସାହିରେ କୂଅରେ ବୁଡି ଶିଶୁ ପୁତ୍ର ମୃତ ହୋଇଥିବାର ଜଣାପଡିଛି। ମୃତ ଶିଶୁ ପୁତ୍ରର ନାମ ଆକାଶ ବେହେରା ଏବଂ ବୟସ 10 ବର୍ଷ ବୋଲି ଜଣା ପଡିଛି। ଗତ କାଲି ନୂଆବର୍ଷରେ ଆକାଶ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ କୌଣସି କାରଣ ବଶତଃ ସେ ଏକ କୂଅରେ ଖସି ପଡ଼ିଥିଲା। ତେବେ ଏହାକୁ କେହି ଜାଣିନପାରିନଥିଲେ। ତେବେ ଆକାଶ ଘରକୁ ଫେରିବାରେ ବହୁ ବିଳମ୍ୱ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ପରବର୍ତ୍ତି ସମୟରେ ସେ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ। ଆକାଶକୁ କୂଅରୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆକାଶକୁ ମୃତ ଘୋଷଣା କରିଛନ୍ତି। ଖବରପାଇ ଟାଙ୍ଗୀ ପୋଲିସ ନାବାଳକ ଶିଶୁର ଶବ ଜବତ କରି ତଦନ୍ତ ଆରମ୍ଭ କରୁଛି।

Read More