ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଉପସ୍ଥିତ ଥିବା ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କୁ ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବା ସହ ସେମାନେ ଜିଲ୍ଲା ଠାରୁ ବୁଥସ୍ତରରେ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ସବୁ ସମ୍ପନ୍ନ କରିଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲେ। ଯଥାଶୀଘ୍ର ଜିଲ୍ଳାଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କମିଟିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ସେ କହିଥିଲେ। “ଦେଶପାଇଁ ଦାନ” କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ ଯେପରି ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଏକ ୨୦ ଦିନିଆ ଜନସମ୍ପର୍କ ଯାତ୍ରା କରାଯିବ। ଏକ ସ୍ୱତନ୍ତ୍ର ବସ ଯୋଗେ କଂଗ୍ରେସର ବରିଷ୍ଠ ନେତୃବର୍ଗ ଯାଇ ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରିବେ ଏବଂ ମୋଦି ଓ ନବୀନ ସରକାରର…
Author: Samikhsya Bureau
ଭୁବନେଶ୍ବର: କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟଙ୍କୁ ପ୍ରଶ୍ନ କଲେ ମହାଭାଗ! ବିଷ କ’ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ। ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ବିଷ।ଏହା କ୍ଷମତା, ସ୍ବାଭିମାନ, ଧନ, କ୍ଷୁଧା, ଲୋଭ, ଆଳସ୍ୟ, ପ୍ରେମ, ଘୃଣା ବା ଅନ୍ୟ କିଛି ବି ହୋଇପାରେ। ମହାନ୍ ଦାର୍ଶନିକ ପ୍ଲାଟୋ ମଧ୍ୟ ଏକଦା କହିଥିଲେ- ‘The greatest wealth is to live content with little. ଅର୍ଥାତ୍ ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। କିନ୍ତୁ ମଣିଷ ଜାତିର ଚରମ ଦୁର୍ଭାଗ୍ୟ ହେଉଛି ଏହା ଯେ, ମଣିଷ ଚିରକାଳ ଏହି ବିଷ ପଛରେ ହିଁ ଧାଇଁଛି। କ୍ଷୁଦ୍ର ମାସିଡୋନିଆ ରାଜ୍ୟର ରାଜା ଆଲେକ୍ଜାଣ୍ଡାର। ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଛନ୍ତି। ତଥାପି ରାଜ୍ୟ ଜୟର ପିପାସା ମେଣ୍ଟୁନି। ଶେଷରେ ସ୍ବର୍ଣ୍ଣପ୍ରସୂ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି। ସାଥିରେ ଅଛନ୍ତି ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର। କୋଳାହଳରେ ଫାଟିପଡୁଛି…
ଚିଲିକା: ଆଜି ଅପରାହ୍ନରେ ବଡ଼କୁଳ ଠାରୁ ସାତପଡ଼ା ବୋଟରେ ଯାଉଥିବା ସମୟରେ ଚିଲିକାରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ବୋଟଟି ଦୀର୍ଘସମୟ ଧରି ଫସି ଯାଇଥିବା ସୂଚନା ମିଳିଛି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ପାଖାପାଖି ଦୀର୍ଘ ଦୁଇ ଘଣ୍ଟା ଧରି କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ସମ୍ବିତ ପାତ୍ରଙ୍କ ଦୁଇ ଗୋଟି ବୋଟ ଚିଲିକା ଜଳ ମଧ୍ୟରେ ଫସି ରହିଥିବା ଜଣାପଡିଛି। ପରିଶେଷରେ ଅନ୍ୟ ଦୁଇ ଗୋଟି ବୋଟ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବୋଟ ମେସିନ ରେ ଦଳ ଫସିଯାଇଥିବାରୁ ଏପରି ହୋଇଥିବା ଶୁଣିବାକୁ ମିଳିଛି।
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ…
ଭୁବନେଶ୍ୱର: ଆଜି କଂଗ୍ରେସ ସମେତ ରାଜ୍ୟର ୧୭ ଗୋଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡ଼ି ଓ ବିଜେପି ବ୍ୟତୀତ) ମୁଖ୍ୟମାନଙ୍କର ଏକ ବୈଠକ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗଦେଇ ଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ମେଂଟର ଅଧ୍ୟକ୍ଷ ଏବଂ ଶ୍ରୀ ପ୍ରସାଦ ହରିଚନ୍ଦନ ଇଣ୍ଡିଆମେଂଟ ଓଡ଼ିଶାର ଆବାହକ ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନେଇ ଏକ ତିନିଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଗଲା। ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ଏ ସମ୍ପର୍କରେ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ। ଆସନ୍ତା ଜାନୁଆରୀ ମାସ ୧୭ ତାରିଖ…
ଭୁବନେଶ୍ୱର: ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଜାନୁଆରୀ ୪ ରୁ ୬ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପୌର ପରିଷଦର ସିଟି ମିଶନ୍ ମ୍ୟାନେଜର୍ ଏବଂ କମ୍ୟୁନିଟି ଅର୍ଗାନାଇଜର୍ସ ଭୁବନେଶ୍ୱରରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ପରିସ୍ଥିତିକୁ ସଫଳତାର ସହ ପରିଚାଳନା କରିବା ପାଇଁ ସିଟି ମ୍ୟାନେଜର୍ ଏବଂ କମ୍ୟୁନିଟି ସଂଗଠକଙ୍କ ଦକ୍ଷତା ବୃଦ୍ଧି କରିବାର ଲକ୍ଷ୍ୟ ଥିଲା l ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ପ୍ରମୁଖ ସମସ୍ୟାଗୁଡିକ ପରିଚାଳନା ପାଇଁ ରଣନୀତି ଉପରେ ଧ୍ୟାନ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ସହରୀ ଓଡିଶା ପାଇଁ ମାଷ୍ଟର ଟ୍ରେନର ସୃଷ୍ଟି କରିବା। ମୁଖ୍ୟ ବକ୍ତା ଭାବରେ ମୁନିସିପାଲ ପ୍ରଶାସନ ନିର୍ଦ୍ଦେଶକ ( DMA) ଶ୍ରୀ ସଂଗ୍ରାମଜିତ ନାୟକ, ,ଯୁଗ୍ମ ସଚିବ ତଥା ନିର୍ଦ୍ଦେଶକ ରାଜ୍ୟ ସହରାଞ୍ଚଳ ବିକାଶ…
ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶ୍ରୀ ରାଉତରାଏ ପାଠକ ପାଠିକା ନିମନ୍ତେ ବିଭିନ୍ନ ଉଦାହରଣ ଦେଇ ଜୀବନ ରେ କିପରି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତାର ମୂଳମନ୍ତ୍ର ପ୍ରଦାନ କରିଥିଲେ। ମୁଖ୍ୟବକ୍ତାଭାବେ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀ ମାନେ କିପରି ଆଗାମୀ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡ଼ିକରେ କିପରି ପ୍ରସ୍ତୁତ ହୋଇ କୃତକାର୍ଯ୍ୟ ହେବେ, ୫-ଟିକୁ ନିଜ ଜୀବନରେ ପ୍ରୟୋଗ କରିବେ ଓ ବୈଷୟିକ କୌଶଳକୁ ନିଜ ପ୍ରସ୍ତୁତିରେ ଉପଯୋଗ କରିବେ ଏ ସମ୍ପର୍କରେ ପରାମର୍ଶ ଦେଇଥିଲେ। ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା…
ଭୁବନେଶ୍ୱର: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରାଇ ମଣ୍ଡଳ ଅନ୍ତର୍ଗତ ଧାମରା, ଜାଗୁଳା, କରଞ୍ଜମାଳ ପଂଚାୟତରୁ ଶତାଧିକ ନେତା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି ଦଳ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ଓଡିଶାରେ ଯେଉଁ ବିଜେଡି ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର ଚାଲିଛି ତାହା ସମାପ୍ତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ କୃଷକମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ…
ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର ର କଳାମଣ୍ଡଳ ପରିସରରେ ନିର୍ମିତ ରେ ହେଉଛି ଅକ୍ଷରଭୂମି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର. ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ . କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର…
ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା ସହିତ ଭିକ୍ଷାବୃତ୍ତି କରୁଛନ୍ତି। ତେଣୁ ଏଭଳି ପିଲାମାନଙ୍କୁ ଶିକ୍ଷାପ୍ରଦାନ କରି ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନରେଖା ପରିଷଦ (ଜେଆରପି) ଓ ବର୍ଣ୍ଣିକା ମେମୋରିଆଲ ଫାଉଣ୍ଡେସନ (ବିଏମଏଫ)ର ମିଳିତ ସହଯୋଗରେ ରାଜଧାନୀର ବସ୍ତି ଅଞ୍ଚଳରେ ଶିଶୁଶ୍ରମିକମାନଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି। ରବିବାର ଦିନ ଜେଆରପି ଓ ବିଏମଏଫର ମିଳିତ ଆନୁକୂଲ୍ୟରେ ଶିକ୍ଷା ମାଧ୍ୟମରେ ଦଳିତ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ନନ୍ଦନବିହାର ବସ୍ତିରେ ପାଠ୍ୟପୁସ୍ତକ ଓ ପଠନସାମଗ୍ରୀ ବିତରଣ କରାଯାଇଥିଲା। ନନ୍ଦନବିହାର ବସ୍ତିର ୫୦ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବିତରଣ କରାଯାଇଥିଲା। ଏହି ଅବସରରେ ବିଏମଏଫର ସଦସ୍ୟ ସୂର୍ଯ୍ୟକାନ୍ତ ମହାନ୍ତି ଓ ଜେଆରପିର ଡ. ମନୋରଞ୍ଜନ ମିଶ୍ର, ସଂଗ୍ରାମ ସାହୁ, ଫ୍ରାନ୍ସରୁ ଆସିଥିବା ସ୍ୱେଚ୍ଛାସେବୀ…
ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ ସମୟରେ, 6 ଜାନୁୟାରୀ ମଧ୍ୟରାତ୍ରିରେ, କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକର, ଗୋବ୍ରା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ଠାରୁ, ଗୁରୁଡିଝାଟିଆ ରେଳ ଷ୍ଟେସନ ନିକଟରେ ଲେଭଲ୍ କ୍ରସିଂ ଗେଟ୍ ନମ୍ବର CT-19 ରେ ଉପତଳ ମାର୍ଗ ନିକଟରେ ଜଳ ନିଷ୍କାସନ ସମ୍ପର୍କରେ ସମସ୍ୟା ଅଭିଯୋଗ ଗ୍ରହଣ କରିଥିଲେ। ଶ୍ରୀ ବୈଷ୍ଣବ ସ୍ଥାନୀୟ ଲୋକଙ୍କ ସହ ହୋଇଥିବା ଅଭିଯୋଗ ବିଷୟରେ ଆଲୋଚନା କରିବାବେଳେ ସେମାନଙ୍କ ଅସୁବିଧା ଦୂର କରିବାକୁ ଆଶ୍ୱାସନା ଦେଇଥିଲେ ଏବଂ ରେଳ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଏକ ମଣ୍ଡଳ ସ୍ତରୀୟ ଟିମ୍ ଆଜି ପୂର୍ବାହ୍ନରେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ…
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜଗନ୍ନାଥ ରଥ ବୁଲିବା ଆରମ୍ଭ ହୋଇଛି। ରାଜ୍ୟରା ସମସ୍ତ ଜିଲ୍ଲା ଓ ପଞ୍ଚାୟତରେ ଏହି ରଥ ବୁଲିବ। ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ ହେବ। ସେଗୁଡିକ ସଂଗ୍ରହ କରାଯାଇ ପୁରୀ ଆସିବ। ଏକଗାଡିରେ ସୁସଜ୍ଜିତ କରାଯାଇ ଗାଁ କୁ ଗାଁ ଏବଂ ସହରକପ ସହର ପରିକ୍ରମା କରୁଛି। ସବୁ ସ୍ଥାନରେ ଲୋକମାନେ ରଥକୁ ସଂକୀର୍ତ୍ତନ କରି ପାଛୋଟି ନେଉଛନ୍ତି। ସେହିପରି ଲୋକମାନେ ମଧ୍ୟ ଚାଉଳ ଓ ଗୁଆ ଆଗ୍ରହ ସହକାରେ ଦେବାରେ ଲାଗିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ଲୋକ ଭିନ୍ନ ଭିନ୍ନ ଉପହାର ପ୍ରଦାନ କରିଥାନ୍ତି। ତେବେ ସେ ଭିତରେ ଫୁଲତୋଡା ହେଉଛି ସବୁଠାରୁ ବହୁ ପ୍ରଚଳିତ ଉପହାର। ତେବେ ବେଳେ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଯାହା କେହି ଭାବି ନ ଥିବେ ସେପରି ଉପହାର ଦେବାର ନଜର ମଧ୍ୟ ରହିଛି। ଗତକାଲି ନବୀନ ପଟ୍ଟନାୟକଙ୍କୁ ଏକ ଗଜାମୁଆଁ ଉପହାର ଦିଆଯାଇଥିଲା। ଏକ ସୁନ୍ଦର ବାଉଁଶ ପାତିଆ ଡାଲିଆରେ ଗୁଡରେ ତିଆରି ଗଜାମୁଆଁ ପ୍ରଦାନ କରାଯାଇଛି। ଏହି ମୁଆଁ ସାଧାରଣତଃ ଗାଁ ଗହଳିରେ ବେଶୀ ପ୍ରଚଳନ ହୋଇଥାଏ। ପୂଜା ସମୟରେ ଗଜା ମୁଆଁ ଏକ ବହୁ ପ୍ରଚଳିତ ଭୋଗ। ହେଲେ ଆଜିକାଲି ବର୍ତ୍ତମାନ ଏହ ଲିଆ ମୁଆଁ ତିଆରି ହଜିଯିବାକୁ ବସିଲାଣି। ତେବେ ରାଜଧାନୀରେ ଏହି ଗଜା ମୁଆଁ ନବୀନ ପଟ୍ଟନାୟକଙ୍କୁ ଉପହାର ଦେବା ନିଶ୍ଚିତ ନିଆରା। କାରଣ ଥିଲା ମା ସମଲେଇ ପ୍ରକଳ୍ପର ଶୁଭ ଉଦାଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେବକ ତଥା ଟ୍ରଷ୍ଟ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-‘ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠୁ ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପ୍ରାପ୍ତ ହୋଇଥିଲା। ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସକୁ ପ୍ରେରଣ କରାଯାଇଥିଲା। ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ କି ରାଜ୍ୟରେ ୮୧,୫୨୪ ଗୋଟି ଖାତାରେ ପ୍ରାୟ ଏ ୧,୨୩,୧୧୧ ଡି ଜମି ସିକିମ ଭାବରେ ରେକର୍ଡ ହୋଇଅଛି । ସିକିମ…
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜୁ ଜନତା ଦଳ ସେତିକି ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ଯାହାପ୍ରତି ସନ୍ଦେହ ହେଉଛି ତାଙ୍କୁ ଦଳରୁ ନିଳମ୍ବିତ କିମ୍ବା ବହିସ୍କାର କରିଦିଆଯାଉଛି। ବିଗତ କିଛି ମାସ ଧରି ବିଜେଡି ଜଣଙ୍କ ପରେ ଜଣେ ନେତାଙ୍କ ଉପରେ ପଦକ୍ଷେପ ନେବାରେ ଲାଗିଛି। ସେହିପରି କେତେକ ନେତାଙ୍କ ଉପରୁ ନିଲମ୍ବନ ଆଦେଶକୁ ମଧ୍ୟ ପ୍ରତ୍ୟାହାର କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରିଛି। ସେ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ। ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି ନିଲମ୍ବନ କରାଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭୁବନେଶ୍ବର: ରାଜ୍ୟର ନବନିଯୁକ୍ତ ଅର୍ଥସେବା ଅଧିକାରୀମାନେ ରାଜସ୍ୱ ଆଦାୟ, କୋଷାଗାର ପରିଚାଳନା ଓ ବିତ୍ତୀୟ ପରାମର୍ଶ ଆଦି କ୍ଷେତ୍ରରେ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନିଷ୍ଠା ଓ ଦକ୍ଷତାର ସହ ତୁଲାଇବା ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆହ୍ୱାନ ଦେଇଛନ୍ତି । ୨୦୨୦ ବ୍ୟାଚ୍ର ଅର୍ଥସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତି ଓ ପାସ୍ଆଉଟ୍ ଉତ୍ସବ ଏବଂ ୨୦୨୧ ବ୍ୟାଚ୍ର ଅର୍ଥସେବା ଅଧିକାରୀ, ଟ୍ୟାକ୍ସ ଓ ଆକାଉଣ୍ଟସ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଓ ସ୍ୱାଗତ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ, ୨୦୨୦ ବ୍ୟାଚ୍ର ୯୨ ଜଣ ଓଡ଼ିଶା ଅର୍ଥସେବା ଅଧିକାରୀ ମଧୁସୂଦନ ଦାସ ଆଂଚଳିକ ଆର୍ଥିକ ପରିଚାଳନା ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଆଜି ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପ୍ତି ଦିବସ ଓ ପାସ୍ଆଉଟ୍ ଉତ୍ସବ। ସେହିଭଳି ୨୦୨୧…
ଭୁବନେଶ୍ବର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ। ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ। ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି।…
ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ। ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନର ରୂପରଖେ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ମହାନ ଦିବସ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ। ଚଳିତ ବର୍ଷ ଗାନ୍ଧୀ ମାର୍ଗଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍ ଓ ପତାକା ଉତ୍ତୋଳନ ସ୍ଥାନଠାରେ…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନଠାରେ ଶୁକ୍ରବାର ଅନୂଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ। ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରଦର୍ଶନ ଆଧାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଗାମୀ ମାସଗୁଡିକରେ ଯେପରି କାର୍ୟ୍ୟ ଓ ତଦନୁସାରେ ଖର୍ଚ୍ଚ ପ୍ରଦର୍ଶନ ଅଧିକ ଭଲ ରହିବ ସେ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବି ଚଳିତ ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ…
ଭୁବନେଶ୍ବର: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ। ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କାର୍ଯ୍ୟାଳୟ ହୋଇଥିବାରୁ ତା ଭିତରକୁ ସର୍ବସାଧାରଣ ପ୍ରବେଶ ନିଷେଧ। କେବଳ କର୍ମଚାରୀ ଏବଂ ଅନୁମତି ପ୍ରାପ୍ତ ବ୍ୟକ୍ତିମାନେ ସେ ଭିତରକୁ ଯାଇଥାନ୍ତି। ହେଲେ ସେ ଭିତରେ ଯେପରି ଉଦ୍ୟାନ କରାଯାଇଛି ତାହା ସମସ୍ତେ ଦେଖିବାର ସୁଯୋଗ ନ ଥାଏ। ବର୍ତ୍ତମାନ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଉଦ୍ୟାନ ନୂଆ ବର୍ଷରେ ଖୋଲାଯାଇଥାଏ। ଏହା ପରେ ସର୍ବସାଧାରଣଙ୍କୁ ପ୍ରବେଶ ନିଷେଧ କରାଯାଇଥାଏ।
ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ ସୁରଜିତ ମିଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବଂ ବେଶ ପତିୟାରା ଅଛି ଏବଂ ଇଭୋସ କଂପାନୀର ବିଡିଏ କ୍ଲିୟରାନସ କାମ କରାଇଦେବେ ବୋଲି କହିଥିଲେ। ସେହି ଅନୁସାରେ ଇଭୋସ କଂପାନୀ ତରଫରୁ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରବର୍ତ୍ତି ସମୟରେ ସେ ଦୁଇଟି ଦାମୀ କାର ନେବାକୁ ଦାବୀ କଲେ। ଫଳରେ ତାଙ୍କ ଗୋଟିଏ ଅଡି ଏବଂ ଆଉ ଏକ ମର୍ସିଡିଜ କାର ଦିଆଯାଇଥିଲା। ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କ ଟଙ୍କା ଏବଂ…

