Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ
ଜାତୀୟ ଖବର

ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ

July 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୃହ ମନ୍ତ୍ରଣାଳୟ
ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ସାରା ଦେଶରେ ମୌସୁମୀ ବାୟୁର ସ୍ଥିତି ଉପରେ ସକ୍ରିୟ ଭାବେ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ଗୃହ ମନ୍ତ୍ରଣାଳୟ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ମୁକାବିଲା ପାଇଁ ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛି।

୨୦୨୬ ମସିହା ଜୁଲାଇ ମାସରେ, ଦେଶର ବିଭିନ୍ନ ଭାଗ ଯେପରିକି ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳୀ , ଦାମନ, ଏବଂ ଜାମ୍ମୁ ଓ କାଶ୍ମୀର ଆଦି ସ୍ଥାନରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଦେଖାଦେଇଛି।

ଗୃହ ମନ୍ତ୍ରଣାଳୟର ସମନ୍ୱିତ ନିୟନ୍ତ୍ରଣ କକ୍ଷ (ଆସିଆର-ଇଆର) ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକୁ ସମୟୋପଯୋଗୀ ସୂଚନା ଏବଂ ସତର୍କତା ଜାରି କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ୍‍) ଭଳି ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହିତ ନିବିଡ଼ ସମନ୍ୱୟ ରଖି କାର୍ଯ୍ୟ କରୁଛି। ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲ୍ଲାଗୁଡ଼ିକୁ ପ୍ରାକ୍-ସୂଚନା କିମ୍ବା ଆଗୁଆ ସତର୍କତା ପ୍ରଦାନ କରିବା ସହିତ ଏହି ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସମସ୍ତ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ୍) ଏହି ସମସ୍ତ ସ୍ଥାନରେ ରାଜ୍ୟ ସରକାରୀ ସଂସ୍ଥା, ରାଜ୍ୟ ପୁଲିସ ଏବଂ ଏନଡିଆରଏଫ୍ ସହିତ ମିଶି ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛି। ପ୍ରତିକ୍ରିୟା ସମୟ ହ୍ରାସ କରିବା ପାଇଁ ଏନଡିଆରଏଫ୍ ଏହାର ଦଳଗୁଡ଼ିକୁ ବିପଦପୂର୍ଣ୍ଣ ସ୍ଥାନରେ ପୂର୍ବରୁ ଅବସ୍ଥାପିତ କରିଥିଲା। ଗତ ଏକ ସପ୍ତାହ ମଧ୍ୟରେ, ଏନଡିଆରଏଫ୍ ଦଳ ଦ୍ୱାରା ୫୨ ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତ ପ୍ରଭାବିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୨୨୦୬ ଜଣ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏମଏଚଏ ସହିତ ସମନ୍ୱୟ ରଖି, ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା, ଉଦ୍ଧାର ସଂସ୍ଥାଗୁଡ଼ିକୁ ଲୋକ ଓ ସାମଗ୍ରୀ ପରିବହନ ଏବଂ ରିଲିଫ୍ ସାମଗ୍ରୀ ବଣ୍ଟନରେ ସହାୟତା ପ୍ରଦାନ କରିବା ପାଇଁ କମ୍ ସମୟ ମଧ୍ୟରେ ନିଜର ସମ୍ବଳ ବ୍ୟବହାର କରିଥିଲା।

ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ୧୦ ମଇ, ୨୦୨୬ରେ ସାରା ଦେଶରେ ପ୍ରାକ୍ ମୌସୁମୀ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ, ଜାମ୍ମୁ ଏବଂ କାଶ୍ମୀରରେ ପ୍ରବଳ ବର୍ଷା, ବାଦଲଫଟା ବର୍ଷା, ବନ୍ୟା ଏବଂ ଭୂସ୍ଖଳନର ସାମଗ୍ରିକ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ୦୩ ଜୁନ୍, ୨୦୨୬ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଆଉ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହ ମନ୍ତ୍ରଣାଳୟ ଦ୍ୱାରା ଚାରିଧାମ ଯାତ୍ରା ମାର୍ଗରେ ପ୍ରସ୍ତୁତି ନିୟମିତ ଭାବରେ ସମୀକ୍ଷା କରାଯାଇଥିଲା।

ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ, କ୍ଷୟକ୍ଷତିର ପରିମାଣ ଆକଳନ କରିବା ଏବଂ ଏନଡିଆରଏଫରୁ ଏହି ରାଜ୍ୟଗୁଡ଼ିକୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳଗୁଡ଼ିକ ଅରୁଣାଚଳ ପ୍ରଦେଶ ଏବଂ ଆସାମର ପ୍ରଭାବିତ ଅଞ୍ଚଳଗୁଡ଼ିକୁ ୭ ରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଗସ୍ତ କରିସାରିଛନ୍ତି। ଅନ୍ୟ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ କ୍ରମାଗତ ବର୍ଷା ଏବଂ ବନ୍ୟା କାରଣରୁ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ପାଇଁ ୨୫.୦୭.୨୦୨୬ ରୁ ଆସାମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଯଦିଓ ସାମ୍ପ୍ରତିକ ବର୍ଷା କେତେକ ରାଜ୍ୟରେ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି, ମୋଟାମୋଟି ଏହା ପୂର୍ବରୁ ପୂର୍ବାନୁମାନ କରାଯାଇଥିବା ବର୍ଷା ଅଭାବ ପ୍ରାୟ ୩୦ ପ୍ରତିଶତରୁ ପ୍ରାୟ ୧୫ ପ୍ରତିଶତକୁ ହ୍ରାସ ପାଇଛି।

ଅମିତ ଶା ଗୃହ ମନ୍ତ୍ରଣାଳୟ ନରେନ୍ଦ୍ର ମୋଦୀ ନିରନ୍ତର ସମୀକ୍ଷା ମୌସୁମୀ ପରିସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ଋଷ ସହିତ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ: ଜାଣନ୍ତୁ କାରଣ

August 17, 2026

କେନ୍ଦ୍ରୀୟ ରାଜନୀତିକୁ ଆସିବେ ଫଡନାଭିସ୍?: ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସ୍ପଷ୍ଟ ହେଲା ଚିତ୍ର

August 17, 2026

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍’ ମିଟ୍

August 17, 2026

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ: ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ

August 17, 2026
Latest News

ଋଷ ସହିତ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ: ଜାଣନ୍ତୁ କାରଣ

August 17, 2026

କେନ୍ଦ୍ରୀୟ ରାଜନୀତିକୁ ଆସିବେ ଫଡନାଭିସ୍?: ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସ୍ପଷ୍ଟ ହେଲା ଚିତ୍ର

August 17, 2026

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍’ ମିଟ୍

August 17, 2026

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ: ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ

August 17, 2026

ବର୍ଷା ରୁତୁ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.