ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ଜିଲ୍ଲାପାଳ ପ୍ରାୟ ତିନିବର୍ଷ ପାଖାପାଖି ଗୋଟିଏ ସ୍ଥାନରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଇଛି। ଏପରିକି ତିନିବର୍ଷ ପୁରିବାକୁ କେତେମାସ ବାକି ଥିବା ଜିଲ୍ଲାପାଳଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। କେ ସୁଦର୍ଶନ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଜୁନ 2022 ମସିହାରେ ଯୋଗ ଦେଇଥିଲେ। ଯୋଗ ଦେବାଠାରୁ ସେ ଜଣେ ଦକ୍ଷ ଅଫିସର ଭାବେ କାର୍ଯ୍ୟ କରିଥିଲେ। ଜିଲ୍ଲାର କୋଣ ଅନୁକୋଣକୁ ସେ ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ। ତେବେ ତାଙ୍କ ବଦଳରେ ବର୍ତ୍ତମାନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାପାଳ ଅଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ଏଥିରେ ପୁର ଖୋର୍ଦ୍ଧା ଜିଲ୍ଲାପାଳ ସହିତ …ଜଣଙ୍କୁ ବଦଳି କରିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ 1- ତେମଜେନୱାପଙ୍ଗ ଆଓ- ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ 2- ରଞ୍ଜନ ଦାସ- କେନ୍ଦ୍ରାଞ୍ଚଳ ଆରଡିସି 3- ଶ୍ରୀକାନ୍ତ ପୃଷ୍ଟି- ଉତ୍ତରାଞ୍ଚଳ ଆରଡିସି, 4- ସମର୍ଥ ବର୍ମା- ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ 5-ଆଶିଷ ଠାକରେ- ମୟୁରଭଞ୍ଜ ଜିଲ୍ଲାପାଳ 6- କେ ସୁଦର୍ଶନ ଚକ୍ରବର୍ତ୍ତୀ- ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ 7- ବିନୀତ ଭରଦ୍ୱାଜ- କଟକ ଜିଲ୍ଲାପାଳ 8- ନିଖିଳ ପବନ କଲ୍ୟାଣ- ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ 9- ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ 10- ମୋନିସା ବାନାର୍ଜୀ- ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା 11- ଚଞ୍ଚଳ ରଣା- ଖୋର୍ଦ୍ଧା ଜିଲ୍ଲାପାଳ 12-…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ ବଦଳି କରାଯାଇଛି। ତାଙ୍କୁ କେନ୍ଦ୍ରୀୟ ଆରଡିସି କରାଯାଇଛି। ନିକଟରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରି ଦେଖାଇଥିଲେ। ହେଲେ ହଠାତ ତାଙ୍କୁ ବଦଳି କରିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ପଦବୀକୁ ରାଜ୍ୟର ଅତିରିକ୍ତ ସଚିବ ପ୍ୟାହାର ଯାହା ଦାୟିତ୍ବ ତାହା ଏହି ପଦବୀକୁ ପ୍ରଦାନ କରାଯାଇଛି। ଫଳରେ ସେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ନିଷ୍ପତି ନେଇପାରିବେ। ସେହିପରି ପୁରୀ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ନୂଆଦିଲ୍ଲୀ: ଅଯୋଦ୍ଧା ରାମମନ୍ଦିରରେ ରାମଲଲା ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ଉପବାସ ରହିଥିଲେ। ଏହିପରି ଏକ ଖବର ଆଜି ପ୍ରତିଷ୍ଠା ଉତ୍ସବରେ କହିଛନ୍ତି ରାମମନ୍ଦିରର ସେବକ ଗୋବିନ୍ଦ ଦେବ ଗିରି। ସେ କହିଛନ୍ତି ଯେ, ମୋଦିଙ୍କୁ ୩ ଦିନ ଉପବାସ ରହିବା ପାଇଁ କୁହାଯାଇଥିଲା। ହେଲେ ସେ ପୁରା ୧୧ ଦିନ ଧରି ନିଷ୍ଠାର ସହ ଉପବାସ ରହିଲେ। ରାମଲଲା ପ୍ରାଣ ପ୍ରତିଷ୍ଠା ପରେ ଆୟୋଜିତ ଏକ ସଭାରେ ଗିରି କହିଛନ୍ତି ଯେ, ଏହି ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ଠା ରହିଛି। ସେ ୨୦ ଦିନ ପୂର୍ବରୁ ପ୍ରାଣପ୍ରତିଷ୍ଠା ପାଇଁ କଣ ବ୍ରତ କରିବାକୁ ପଡିବ ତାହାର ତାଲିକା ଦେବାକୁ ଆମକୁ କହିଥିଲେ। ସେହି ଅନୁସାରେ ଆମେ ତାଙ୍କୁ ଏକ ତାଲିକା ପ୍ରଦାନ କରିଥିଲୁ। ସେଥିପେ ୧୧ ଦିନ ଧରି ବ୍ରତ ପାଳନ କରିବାକୁ ପଡିବ ବୋଲି କୁହାଯାଇଥିଲା। ଏଥିରେ ୧୧…
ଭୁବନେଶ୍ବର: ଆଜି ଅଯୋଦ୍ଧାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଯୋଗୁଁ ସାରା ଦେଶ ରାମମୟ ହୋଇପଡିଛି। ଅଯୋଦ୍ଧାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ପୂଜା ଅର୍ଚ୍ଚନା କରି ରାମ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ଏହି ଉତ୍ସବ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ହେଲେ ବହୁ ଭକ୍ତ ଟିଭି ସିଧାପ୍ରସାରଣ ଦେଖି ସେମାନଙ୍କର ଇଚ୍ଛାକୁ ପୂରଣ କରିଛନ୍ତି। ସେହିପରି ଜଗନ୍ନାଥଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଟିଭିରୁ ସିଧା ପ୍ରସାରଣ ଦେଖିଛନ୍ତି। ଉଭୟ ଏକ ହିନ୍ଦି ଚ୍ୟାନେଲରୁ ଅଯୋଦ୍ଧାରେ ହେଉଥିବା ଏହି ମହାସମାରୋହକୁ ଦର୍ଶନ କରିଥିଲେ। ପ୍ରାଣ ପ୍ରତିଷ୍ଠା ସମୟରେ ଉଭୟ ନବୀନ ଏବଂ କାର୍ତ୍ତିକ ରାମଲାଲାଙ୍କୁ ହାତ ଯୋଡି ମୁଣ୍ଡିଆ ମାରିଥିଲେ।
RamLala Pran Pratistha: ଆଯୋଦ୍ଧା ରାମମନ୍ଦିରରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମନ୍ଦିର ପରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପାରଂପାରିକ ହିନ୍ଦୁ ପୋଷାକ ପିନ୍ଧି ମନ୍ଦିର ପରିସରରେ ପ୍ରବେଶ କରିଛନ୍ତି। ସେ ସିଂହଦ୍ବାର ଦେଇ ମନ୍ଦିରରେ ପ୍ରବେଶ ପରେ ତାଙ୍କୁ ପୂଜାରୀମାନେ ପାଛୋଟି ନେଇଛନ୍ତି। ମନ୍ଦିର ମଧ୍ୟରେ ପ୍ରବେଶ ବେଳେ ମୋଦି ହାତରେ ଚାନ୍ଦିର ମୁକୁଟ ସହ ରାମଲାଲଙ୍କ ପୋଷାକ ଧରିଥିଲେ। ସେ ମନ୍ଦିରରେ ପ୍ରଥମେ ସଂକଳ୍ପ ଗ୍ରହଣ କରିଥିଲେ। ଏହାପରେ ଗର୍ଭଗୃହରେ ପ୍ରବେଶ କରି ସେ ପୂଜାପାଠ ଆରମ୍ଭ କରିଛନ୍ତି। ପାଖରେ ଅଛନ୍ତି ଆରଏସଏର ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ।
ଭୁବନେଶ୍ୱର: ନିଜ ମନ୍ତ୍ରଣାଳୟ ଅଧିନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି। ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତାହାପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଶ୍ରୀ ଦାସ ଟୁଇଟ୍ ଜରିଆରେ ସିଧାସଳଖ ଭାବେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍ ସଂସ୍ଥା ଆପଣଙ୍କ ଅଧିନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମସ୍, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟୀ ଅଫ୍ ଇଣ୍ଡିଆ, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍ ଭୁଲ୍ କରିଥିଲା, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଏପରିକି ଏହି ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ…
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ୱେବିନାର ସିରିଜ ଗତ ସେପେଫମ୍ବର ମାସଠାରୁ ଆଭାସୀ ମାଧ୍ୟମରେ ଆୟୋଜନ କରାଯାଉଅଛି। ଏହି କାର୍ଯ୍ୟକ୍ରମ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୩୧ଟି ଧନ୍ଦାମୂଳକ ଓ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଗ୍ଦର୍ଶନ ଦିଆଯାଉଛି। ଏହି ଅଧିବେଶନରେ ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହିତ କଥାବାର୍ତ୍ତା ଶୀର୍ଷକ ଆଲୋଚନା କରାଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସମୀର ଜେନା ଓ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ – ଦୁଇଜଣ ନବନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗ ଦେଇଥିଲେ। ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାର ଆମନ୍ତ୍ରିତ…
ଭୁବନେଶ୍ୱର: ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଆସନ୍ତା ଜାନୁୟାରୀ ୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସାଧାରଣ ସଭା ସୁପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଅନୁମୋଦନ କରିଛନ୍ତି। ଅନୁମୋଦନ ପାଇଥିବା ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ରହିଛନ୍ତି। ସେହିଭଳି ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ତଥା ପିସିସି କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଅଛନ୍ତି। ସେହିପରି ପୂବର୍ତନ ଅର୍ଥମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଲୋଗୋର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ସୂଚନାଯୋଗ୍ୟ ଯେ ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏତଦବ୍ୟତୀତ ସମସ୍ତ ସରକାରୀ ଗାଡିରେ ଏହି ସମ୍ମିଳନୀ ଲୋଗୋକୁ ବ୍ୟବହାର ସହ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନ, ବିଦ୍ୟାଳୟ ଓ…
ନୂଆଦିଲ୍ଲୀ: ବଡ ଖବର ହିମାଚଳ ପ୍ରଦେଶରୁ ଆସିଛି ଯେଉଁଠାରେ ଜାନୁଆରୀ ୨୨ କୁ ରାଜ୍ୟରେ ପୁରା ଛୁଟି ଘୋଷଣା କରାଯାଇଛି। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଜାନୁଆରୀ ୨୨ କୁ ଦେଶର ଅନେକ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ହେଲେ ବିଶେଷ କଥା ହେଉଛି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଅଛି, ତଥାପି ସେଠାକାର ସରକାର ୨୨ ଜାନୁଆରୀରେ ଛୁଟି ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦ ସିଂ ସୁଖୁ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ଏବଂ ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୨ ରେ ରାଜ୍ୟବାସୀଙ୍କୁ ନିଜ ଘରେ ଦୀପ ଜାଳିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖୁ ମଧ୍ୟ ରାମ ମନ୍ଦିରରେ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଆଜି ସିମିଲାସ୍ଥିତ ଶ୍ରୀ ରାମ ମନ୍ଦିରରେ ମର୍ଯ୍ୟଦାପୁରୁଷ ଭଗବାନ ପ୍ରଭୁ ଶ୍ରୀ ରାମ ଜୀ ଙ୍କ ପାଦତଳେ ମୁଣ୍ଡ ନୁଆଁଇ ପ୍ରାର୍ଥନା…
କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ସୁଧାକାର ବସନ୍ତ କାର ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ କାର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ସୁଧାକାରଙ୍କୁ କାର ଡୋର କାଟି ଭିତରୁ ବାହାର କରାଯାଇଥିଲା। ତାଙ୍କୁ ତୁରନ୍ତ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଭଲ ନାହିଁ ବୋଲି ଜଣାପଡିଛି। ସେହିପରି ଡ୍ରାଇଭର ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ସେ ଟାଙ୍ଗିରୁ ଫେରୁଥିବା ବେଳେ ମଙ୍ଗୁଳି ଛକରେ ଏକ ଟ୍ରକ ପଛକୁ ତାଙ୍କ କାର ପିଟିଦେଲା। ଫଳରେ ଘଟଣା ସ୍ଥଳରେ ତାଙ୍କ କାର ଭାଙ୍ଗି ଚୁରମାର ହୋଇଯାଇଛି। ତେବେ କାର ଭିତରୁ ତାଙ୍କୁ ବାହାର କରିବା ସମ୍ଭବ ହୋଇ ନ ଥିଲା। ଟାଙ୍ଗି ଚୌଦ୍ବାର ଦମକଳ ବାହିନୀ ଆସିବା ପରେ କଟର ସାହାଯ୍ୟରେ କାରକୁ କାଟି ସୁଧାକରଙ୍କୁ ଭିତରୁ ବାହାର କରିଥିଲେ।
ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଜାରି ରଖିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି। ଆସନ୍ତା ଫେବୃୟାରୀ ୧ ତାରିଖ ଦିନ ଭୁବନେଶ୍ୱର ରୁ ବସ୍ ଯାତ୍ରା ଆରମ୍ଭ ହେବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନପତି ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ସହିତ ଆଲୋଚନା କରି ଜଣାଇଛନ୍ତି। ରାଜ୍ୟର ୩୦ ଟି ଜିଲ୍ଲାକୁ ଏହି ବସ୍ ଯାତ୍ରା ଗସ୍ତ କରିବ ଏବଂ ପ୍ରତ୍ୟେକ ଜିଲ୍ଳାର ସଦରମହକୁମା ଏବଂ ଅନ୍ୟ ସ୍ଥାନମାନଙ୍କରେ ସାଧାରଣ ସଭା ଅନୁଷ୍ଠିତ ହେବ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସହିତ ସମସ୍ତ ବରିଷ୍ଠ ନେତୃବର୍ଗ ଏହି…
ଭୁବନେଶ୍ୱର: ସାରା ଓଡ଼ିଶାରେ “ଦେଶ ପାଇଁ ଦାନ” ଅଭିଯାନର କାର୍ଯ୍ୟକ୍ରମକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ସହିତ କାର୍ଯ୍ୟକ୍ରମର ବିଭିନ୍ନ ଦିଗର ତଦାରଖ ତଥା ପରିଚାଳନା ପାଇଁ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଶ୍ରୀ ହରିଚନ୍ଦନଙ୍କୁ ଅନୁମତି ଦିଆଯାଇଛି ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବା ଅତିଥି ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ୧୭ ଟି ସ୍ଥାନରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ତାଲିକା ଅନୁସାରେ ଯେଉଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଉତ୍ସବରେ ଯୋଗଦେବାକୁ କୁହାଯାଇଛି ସେମାନେ ହେଲେ ଏହିତାଲିକା ଅନୁସାରେ ସୁଦାମ ମାର୍ଣ୍ଡି କଟକରେ ପତାକା ଉତ୍ତୋଳନ କରୁଥିବା ବେଳେ ପୁରୀରେ ପ୍ରଫୁଲ ମଲ୍ଲିକ ଜିଲ୍ଲା ସ୍ତରୀୟ ଉତ୍ସବରେ ଯୋଗଦେବେ। ତେବେ ଅନ୍ୟ ସ୍ଥାନରେ ଜିଲ୍ଲାପାଳ ତଥା ଆରଡିସି ପତାକା ଉତ୍ତୋଳନ କରିବା ପାଇଁ ତାଲିକା ପ୍ରକାଶ ପାଇଛି। ତେବେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ।
ଭୁବନେଶ୍ବର: କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା। ତାହାର କାରଣ ହେଉଛି ଯେ, ବର୍ତ୍ତମାନ ଭର୍ତ୍ତୁହରି ମହତାବଙ୍କୁ ବିଜେଡି ଟିକେଟ ଦେବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନ ପାରିପାର୍ଶିକ ସ୍ଥିତିକୁ ଦେଖିଲେ ବିଜେଡିର ଭର୍ତ୍ତହରିଙ୍କ ସହିତ ସଂପର୍କ ଭଲ ନାହିଁ। ସେଥିପାଇଁ ଏପରି ଦ୍ବନ୍ଦ ଉପୁଜିବାରେ ଲାଗିଛି। ଗତ ନିର୍ବାଚନରେ ଭର୍ତ୍ତୁହରିଙ୍କୁ ଟିକେଟ ନ ଦେବା ପାଇଁ ବିଜେଡି ଚିନ୍ତାକରିଥଲା। ହେଲେ ଶେଷ ମୂର୍ହୁର୍ତ୍ତରେ ତାଙ୍କୁ ଟିକେଟ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲା। ହେଲେ ଏଥର ଦଳ ଆଉ ତାଙ୍କୁ ରିପିଟି କରିବ ନାହିଁ ବୋଲି ଜଣାପଡିଛି। କାରଣ ପ୍ରଥମତଃ ନିର୍ବାଚନମଣ୍ଡଳିରେ ତାଙ୍କର ଲୋକ ସଂପର୍କ ଭଲ ନାହିଁ। ଅନ୍ୟପଟେ ତାଙ୍କର କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କ ସହିତ ମଧ୍ୟ ସଂପର୍କ ଭଲ ନାହିଁ। ବର୍ତ୍ତମାନ ଭର୍ତ୍ତୁହରିଙ୍କ ଗତିପଥରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ,…
ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡର ୬୦ଟି ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ…
ଭୁବନେଶ୍ବର: ରାଜ୍ୟରେ ଅବହେଳିତ ଆୟୁଷ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଆଜି ରାଜ୍ୟ ଆୟୁଷ ଛାତ୍ର ସଂସଦ ତରଫରୁ କେନ୍ଦ୍ର ସରକାରଙ୍କ ଆୟୁଷ ବିକାଶ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡା ରାଜେଶ ମିଶ୍ର ଓ ସଂପାଦକ ଡା ଲୋପାମୁଦ୍ରା ଖଟୋଇ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀ ଙ୍କୁ ଫୋଲତୋଡା ଦେଇ ସ୍ୱାଗତ କରିବା ସହିତ ରାଜ୍ୟରେ ଆୟୁଷ ର ବିପର୍ଯ୍ୟସ୍ତ ପରିସ୍ଥିତି ର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ରାଜ୍ୟରେ ଦୀର୍ଘ ୨୧ ବର୍ଷ ଧରି ନୂତନ ଭାବେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ ଦିସ୍ପେନସାରି ଖୋଲା ଯାଇନାହିଁ। ୨୦୦୨ ମସିହା ରେ ରାଜ୍ୟରେ ୫୬୨ଟି ହୋମିଓପ୍ୟାଥିକ ଦିସ୍ପେନସାରି ଓ ୬୧୯ଟି ଆୟୁର୍ବେଦିକ ମୋଟ ୧୧୮୧ଟି ଆୟୁଷ ଦିସ୍ପେନସାରି ରହିଛି। ନାସନାଲ ଆୟୁଷ ମିଶନ ବା ନାମ…
କଟକ: ପୂର୍ବତନ ପୁଲିସ ଅଧିକାରୀ ଅନାଦି ସାହୁଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। କଟକର ସିଡିଏ-୬ ସ୍ଥିତ ବାସଭବନରେ ତାଙ୍କର ଘଟିଛି। ସେ ବ୍ରହ୍ମପୁରରୁ ବିଜେପିର ସାଂସଦ ଥିଲେ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ ମଧ୍ୟ ପାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ବିଜେପିରେ ଯୋଗଦେଇଥିଲେ। ସେ ବ୍ରହ୍ମପୁର ଲୋକ ସଭା ଆସନରୁ ୧୯୯୯ ମସିହାରେ ଏମ୍ପି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ (Instream Storage Structure) ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡାରେ ୧୫ ହଜାର ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ ମହିଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ। ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ସୁବିଧା ହେବ। ଏହା ସହିତ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ। ଏହି ପ୍ରକଳ୍ପ ସବୁ ଭୂତଳ ଜଳ ସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ। ଆମର ନିରନ୍ତର…
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ କରିବାକୁ ଚାହିଁଥିଲେ। ହେଲେ ସେମାନେ କରିପାରି ନ ଥିଲେ। ତାହାର କାରଣ ହେଲା ଜଗନ୍ନାଥ କୌଣସି କାମ କରିବାକୁ ହେଲେ କାଳେ ବିଭ୍ରାଟ ହେଲେ ସରକାର ଭାଙ୍ଗିଯିବାର ଭୟ ରହିଥିଲା। ସେଥିପାଇଁ ସେମାନେ ଏହାକୁ କରିବା ପାଇଁ ଚାହିଁ ନ ଥିଲେ ବୋଲି କହିଛନ୍ତି 5ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତକାଲି ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ସହରାଞ୍ଚଳ ବିକାଶ ସମ୍ମିଳନୀରେ ଯୋଗଦେଇ କାର୍ତ୍ତିକ ପାଣ୍ଡିଆନ ବହୁ ତଥ୍ୟ ପଦାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଆରମ୍ଭ କରିବା ବେଳେ ସେହିପରି ବାଧାର ସମ୍ମୁଖୀନ ହୋଇଥିଲେ। ବହୁ ରାଜନେତା ତଥା ପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ହାତ ନ ମାରିବା ପାଇଁ କହିଥିଲେ। ଏହା ଦ୍ବାରା ସରକାର ଭାଙ୍ଗିଯିବ…

