ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମ୍ଭାକାଡିହ ଗ୍ରାମରେ ଏକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ସଂଗୀତା ଲେଙ୍କାଙ୍କ ଘରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଅଜଣା ଦୁର୍ବୁତ୍ତମାନେ ପଛ କବାଟ ଭାଙ୍ଗି ଘରୁ ରୁ 50 ହଜାର ଟଙ୍କା ନଗଦ ଏବଂ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଅନୁରୂପ ଭାବେ ତାଙ୍କ ଭ୍ୟାନିଟି ବ୍ୟାଗରୁ ଦରକାରୀ କାଗଜପତ୍ର ଏବଂ ଛୋଟ ମନିପାର୍ସ ମଧ୍ୟ ନେଇଯାଇଛନ୍ତି ଏବଂ ଏକ ଆଟାଚିକୁ ଭାଙ୍ଗି ଦେଇଛନ୍ତି। ତେବେ ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର 40/24 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି।
Author: Samikhsya Bureau
ବାଣପୁର ( ସୀତାରାମ ଅଗ୍ରୱାଲ): ବାଣପୁର ଶିକ୍ଷା ବ୍ଲକ ଅଧିନସ୍ଥ ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲାଈଡିହ ଠାରେ ଥିବା ପଦ୍ମଚରଣ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ, ସୃଜନୀ ବିକାଶ, କୌଶଳ ଓ କ୍ରୀଡାଙ୍ଗନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ପରିଚାଳନା କମିଟି ସଭାପତି ବିଜୟ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ଗଳ୍ପଲିଖନ, ଲୋକନୃତ୍ୟ,ବିଜ୍ଞାନ ଭିତ୍ତିକ ପ୍ରକଳ୍ପ, କମ୍ପୁଟର ଓ କ୍ରୀଡା କୌଶଳ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ସିତ ଓଡିଶୀ ଲୋକକଳା ନୃତ୍ୟକୁ ଅତିଥି ମାନେ ଭୁୟସୀ ପ୍ରଂଶସା କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ପିଲାମାନଙ୍କୁ ଉତ୍ସଛାହିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ହିମାଂଶୁ ପତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ବିଦ୍ୟାଳୟର…
ବାଣପୁର( ସୀତାରାମ ଅଗ୍ରୱାଲ): ଦାମିଆ ବରବରା ଗ୍ରାମ ପଞ୍ଚାୟତ ଆଦିବାସୀ ଅଞ୍ଚଳ ଭାବରେ ପରିଚିତ ଥିବାବେଳେ ଉକ୍ତ ପଞ୍ଚାୟତର ମହୁଲିଆ ଓ ସିବିଡା ଗ୍ରାମ ବ୍ଲକ ଠାରୁ ୩୦କିଲୋମିଟର ଦୂର ଦୁର୍ଗମ ଅଞ୍ଚଳ ଭାବେ ଅବସ୍ଥିତ। ଉକ୍ତ ପଞ୍ଚାୟତରେ ନାନାବିଧ ଅସୁବିଧା ଥିବାବେଳେ ବାଣପୁର ଗସ୍ତ କରିଥିବା ୫ଟି ଅଧକ୍ଷଙ୍କୁ ଗ୍ରାମବାସୀ ରାସ୍ତାର ଉନ୍ନତି କରିବାକୁ ଅଭିଯୋଗ କରିଥିଲେ। ଏବଂ ଉପରୋକ୍ତ ଦୁଇଟି ଗ୍ରାମ ପଡୋଶୀ ନୟାଗଡ ଜିଲ୍ଲାର ନିକଟବର୍ତ୍ତୀ ଥିବାବେଳେ ନୟାଗଡ ପଟୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ପ୍ରଶାସନ ଉକ୍ତ ଗ୍ରାମରେ ପହଂଚି ଲୋକଙ୍କର ସୁବିଧା ଅସୁବିଧା ବୁଝିଛି l ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟସା ଦାସ, ସହକାରୀ ଯନ୍ତ୍ରୀ ସୁରେଶ ମଲ୍ଲିକ, ସରପଞ୍ଚ ବୀଣାପାଣି ଷଣ୍ଢ, ରାଜସ୍ବ ଅଧିକାରୀ, ଓ ଜଙ୍ଗଲ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଚିଲିକାର ଡଲଫିନ ଗଣନା ଆରମ୍ଭ ହେବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଏହି ଗଣନା। ସେଥିପାଇଁ ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ। ଆଜି ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି। ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା…
ଭୁବନେଶ୍ବର: ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତା ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ଆଜି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କାର୍ତ୍ତିକ ପାଣ୍ଡିଆନ୍ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତ କରାଯାଉଥିବା ଅକ୍ଷର ଭୂମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରାଯିବ। ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହି ସମ୍ମିଳନୀରେ ଭାଷା ସମ୍ପର୍କିତ…
ଭୁବନେଶ୍ବର: ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ। ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“ଅଇଲା ଚିତୋଉ ନାନୀ, ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ, ସବୁ ଓଷା ବାର ଏଇଠି ଥାଉ।” ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ। ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-“ଶାମ୍ବର ଦଶମୀରେ ମଣିଷ ଗୋଟିଏକୁ…
ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ସେଵାପ୍ରଦାନକାରୀ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୨.୨ ପ୍ରତିଶତ ବୃଦ୍ଧି ପାଇ ୫୨୦୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୬୩୮ କୋଟି ଟଙ୍କା ରହିଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ବ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ପାଇ ୨୫୩୬୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟା ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୩୧.୫ ପ୍ରତିଶତ ବୃଦ୍ଧି ପାଇ ୩୮.୧…
ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା ଏବଂ ବାଲୁଗାଁ ଅବକାରୀ ଟିମ ବାଣପୁର, ବାଲୁଗାଁ, ନାଚୁଣୀ, ଟାଙ୍ଗୀ ଓ ଖଲିକୋଟ ଥାନା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଓ ଦେଶୀ ମଦ ଜବତ କରିବା ସହ 5 ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ନାଚୁଣୀ କହେଁଇପୁର ନୁଆସାହି ଗ୍ରାମରୁ ପ୍ରଦୀପ ସାହୁ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ 4 କେଜି ଗଞ୍ଜେଇ ଜବତ ହୋଇଛି। ସେହିପରି ଭାବେ ବାଣପୁର ଥାନା ଗୋପୀନାଥ ପ୍ରସାଦ ଗ୍ରାମରୁ ସନ୍ଧ୍ୟାରାଣୀ ସେଠି ନାମ୍ନୀ ମହିଳା ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ 25 ଲିଟର ଏବଂ ଅନ୍ତରକିଆରୀ ଛକରୁ ଅଭିଯୁକ୍ତ ବିପ୍ର ଶବର କୁ ଗିରଫ କରାଯାଇ ତାଙ୍କ ନିକଟରୁ 80 ଲିଟର ଦେଶୀମଦ ଜବତ ହୋଇଛି। ବାଲୁଗାଁ ଥାନା ସରନଇ ଗ୍ରାମ ରୋଡରୁ ଅଭିଯୁକ୍ତ ବୃନ୍ଦାବନ ଯୁଝିଆରସିଂହ ଗିରଫ ହୋଇଥିବା ବେଳେ ତାଙ୍କ…
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ଏକ ନୂଆ ନାଟକ ଦେଖିବାକୁ ମିଳୁଛି । ଓଡ଼ିଶାରୁ ଉଷୁନା ଚାଉଳ କିଣିବା ପାଇଁ ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିବା ପରେ ତାଙ୍କର ଏହି ନାଟକ ଧରାପଡିଥିବା କହିଛନ୍ତି ବିଜେଡି ମହିଳା ଶାଖାର ସଭାପତି ତଥା ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ଶ୍ରୀମତୀ ଛୁରିଆ କହିଛନ୍ତି ଯେ ମନ୍ତ୍ରୀସ୍ତରୀୟ ସହକର୍ମୀମାନେ ସାଧାରଣତଃ ପରସ୍ପରକୁ ସାକ୍ଷାତ କିମ୍ବା ଫୋନ୍ ମାଧ୍ୟମରେ ଅନୁରୋଧ କରନ୍ତି। ହେଲେ ଚାଉଳ ପ୍ରସଙ୍ଗରେ ୧୦ବର୍ଷ ଧରି ନିରବ ଥିବା ଶ୍ରୀ ପ୍ରଧାନ ଏବେ ଯେଭଳି ଭାବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିଜର ସହକର୍ମୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ଏବଂ ତାହାକୁ ଗଣମାଧ୍ୟମରେ ପ୍ରସାର ପାଇଁ ବାଣ୍ଟୁଛନ୍ତି ଏହା ତାଙ୍କର ନୂଆ ନାଟକ ଛଡା ଆଉ କିଛି ନୁହେଁ। ତେବେ ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ ପାଇଁ ଶ୍ରୀମତୀ ଛୁରିଆ କେନ୍ଦ୍ର…
ବାଣପୁର( ସୀତାରାମ ଅଗ୍ରୱାଲ): ବରିଷ୍ଠ ଶିକ୍ଷୟିତ୍ରୀ ତଥା ନାଟ୍ୟ ସଂଗଠିକା ରଞ୍ଜୁବାଳା ଚମ୍ପତିରାୟଙ୍କୁ ଚଳିତ ବର୍ଷ ବିଶ୍ୱ ନାଟ୍ୟମେଳାରେ ‘କଳା ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀମତୀ ଚମ୍ପତ୍ତିରାୟ ପେସାରେ ଜଣେ ଶିକ୍ଷକ, ମାତ୍ର ନିଶାରେ ଓଡ଼ିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସର୍ବଦା କାର୍ଯ୍ୟରତ। ରଞ୍ଜୁବାଳା ବାଣପୁର ସ୍ଥିତ ‘କଳିଙ୍ଗ କନ୍ୟା କଳା ପରିଷଦ’ର ମୁଖ୍ୟ ସଂଗଠିକା ଭାବରେ କାର୍ଯ୍ୟ କରି ବାଣପୁର ଅଂଚଳର କଳାକୁ ଉଜ୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କ ମାନସ କନ୍ୟା ଭାବରେ ଅଭିହିତ କଳିଙ୍ଗ କନ୍ୟା କଳାପରିଷଦ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି l ସ୍ୱାମୀ ପ୍ରମୋଦ କୁମାର ସ୍ୱାଇଁ ଜଣେ ମଞ୍ଚ ନିର୍ଦେଶକ ଭାବରେ ରଞ୍ଜୁବାଳା ଙ୍କର ଅନ୍ୟତମ ପ୍ରେରଣା ଦାୟୀ ଅଟନ୍ତି। ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡ଼ିଆ ମଞ୍ଚ ନାଟକ ପାଇଁ କାର୍ଯ୍ୟ କରି ଆସୁଛନ୍ତି l…
ବାଣପୁର(ସୀତାରାମ ଅଗ୍ରୱାଲ): ଅତିବଡ଼ି ଜଗନ୍ନାଥ ସମ୍ମାନରେ ସମ୍ମାନୀତ , ଓଡିଶାର ସ୍ଵାନାମ ଧନ୍ୟ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୪ ତମ ଜୟନ୍ତୀ ସମାରୋହ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ସାମନ୍ତରାପୁର(ଭୀମପୁର )ର ବାନାମ୍ଵର ଏକାଡେମୀ ପ୍ରାଙ୍ଗଣ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଆନନ୍ଦଚନ୍ଦ୍ର ସେନାପତିଙ୍କ ସଭାପତିତ୍ଵ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଆମଗାଁ ଆମ ସାହିତ୍ୟ ଏବଂ କୃଷ୍ଣଚନ୍ଦ୍ର ପାଠାଗାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାରସ୍ଵତ ସାଧକ ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ମୁଖ୍ୟଅତିଥି ,ପ୍ରାଧ୍ୟାପକ ନଳିନୀ କାନ୍ତ ପଟ୍ଟନାୟକ, ଉପଦେଷ୍ଟା, ପ୍ରାଧ୍ୟାପକ ସଂଗ୍ରାମ କେଶରୀ ସାହୁ, ମୁଖ୍ୟ ବକ୍ତା,ଡଃ ଚାନ୍ଦକିଶୋର ତ୍ରିପାଠୀ, ଚିଲିକା ସାହିତ୍ୟ ସମାଜ ର ସଭାପତି ବାଳମୁକୁନ୍ଦ ଦାସ, ଓ ଏକାଡ଼େମୀ ର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରିଥିଲେ। ତାଙ୍କ ଅନନ୍ୟ ସୃଷ୍ଟି ମଧ୍ୟରୁ “ମାଟି ଦୀପ, ରୂପାୟନ ,ଉତ୍ସ,…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଆସନ୍ତାକାଲି ଡ଼ଲଫିନ ଗଣନା ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଡଲଫିନ ଗଣନା। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ। ଏ ନେଇ ଆଜି ଚନ୍ଦ୍ରାପୁଟ ସ୍ଥିତ ସିଡ଼ିଏ କାର୍ୟ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର…
ବାଣପୁର( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳିରେ ଦୀର୍ଘ ଦିନର ବିରତି ପରେ ପୁଣି ସଂଗଠନ ଆରମ୍ଭ କଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ। ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଜଗଦେବଙ୍କ ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ କଟକଣା ସରିବା ସତ୍ବେ ସେ ଚିଲିକା ନିର୍ବାଚନମଣ୍ଡଳି ମାଟି ମାଡୁ ନ ଥିଲେ। ଦଳୀୟ ତାଗିଦ ଲାଗି ନିଜ ନିର୍ବାଚନମଣ୍ଡଳିର ବିଜେଡି ନେତାମାନେ ଜଗଦେବଙ୍କ ଠାରୁ ଦୁରେଇଯାଇଥିଲେ। ତେବେ ଆଜି ହଠାତ ବିଧାୟକ ଜଗଦେବ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଡେରା ପକାଇଥିବା ଦେଖିବାକୁ ମିଳିଛି। ଉଭୟ ଅଞ୍ଚଳର ଏକାଧିକ ଅନୁଗାମୀଙ୍କ ଘରକୁ ଯାଇ ସେମାନଙ୍କ ସହିତ ମିଶି ଦୁଃଖସୁଖ ହୋଇଥିଲେ। ତତସହିତ ସେ ଚା ଖଟିରେ ମଧ୍ୟ ଯୋଗ ଦେଇ ଲୋକଙ୍କ ସହିତ ପୁନଃସଂପର୍କ ସ୍ଥାପନ କରିଥିଲେ। ବାଲୁଗାଁର ଜଣେ ବିଜେଡି ନେତାଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ଏବଂ ବାଣପୁର ଅଲାଈଡିହ ଗ୍ରାମର ଜଣେ ବିଜେଡି ନେତାଙ୍କ ପୁତ୍ର ବିୟୋଗରେ ତାଙ୍କ ଘରକୁ…
ଖୋର୍ଦ୍ଧା: ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ନିକଟରେ ଏକ ଅଟୋ ରିକ୍ସା ଏକ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେବା ପରେ ତାହା ଭାଙ୍ଗି ଚୁରମାର ହୋଇଯାଇଛି। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋ ଚାଳକର ମୃତ ହୋଇଛି। ଚାଳକଙ୍କ ନାମ ବିପ୍ଲବ ହାଲଦାର, ବୟସ 40 ବର୍ଷ ଏବଂ ତାଙ୍କ ଘର ଝାଟି ନୂଆଗାଁ ରେ ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ଆଜି ଅପରାହ୍ନ 4 ଟା ସମୟରେ ଝାଟି ନୂଆଗାଁ ର ବିପ୍ଳବ ହାଲଦାର ନିଜ ଅଟୋ ରିକ୍ସା କାମ ସାରି ଘରକୁ ଖାଇବା ପାଇଁ ଫେରିଥିଲେ। ଘରେ ପତ୍ନୀ କୁ ଭାତ ଖାଇବା ପାଇଁ ମାଗିବା ସହ ହାତ ମୁହଁ ଧୋଇବା ପାଇଁ ବାଡ଼ି ପଟକୁ ଯାଇଥିଲେ। ହଠାତ ଏକ ଫୋନ କଲ ଆସିବାରୁ ବିପ୍ଳବ ଅଟୋ ରିକ୍ସା ନେଇ ଘର ଠାରୁ କିଛି ଦୂର ଯାଇଥିବା ବେଳେ ଅଟୋ ରିକ୍ସା ଟି ଜଣେ ବ୍ୟକ୍ତିଙ୍କର…
ଭୁବନେଶ୍ବର: ରାଜ୍ୟ ସରକାର ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ରାଜ୍ୟରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଖ୍ୟାତିସଂପନ୍ନ ଆଇଆଇଟି, ଏମସ୍, ନାଇଜର, ଆଇଜର, ଧାନ ଗବେଷଣା କେନ୍ଦ୍ର, ଧାତୁ ଓ ଖଣିଜ ଦ୍ରବ୍ୟ ପ୍ରତିଷ୍ଠାନ, ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ଆର୍ଏମ୍ଆର୍ସି ପରି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଥିବାବେଳେ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଓର୍ସାକ୍ ସମେତ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ କାର୍ଯ୍ୟ କରୁଛି। ଆମ ଜୀବନଧାରାରେ ବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ବିକାଶ ପ୍ରକ୍ରିୟାରେ ଏହାର ଅବଦାନ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ବିଭାଗ ଅଧିନସ୍ଥ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଏବଂ ୨୦୨୨ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି…
ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ସେ ନେଇ ଆଜି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ।ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହାହେବ ତାଙ୍କର ପ୍ରଥମ ଭାଷଣ। ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।
ଭୁବନେଶ୍ବର: ଚାଷୀମାନେ ଧାନବୁଣିବା ପାଇଁ ପାଗ ଖୋଜୁଥିବା ବେଳେ ଏବଂ ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନେ ଆସନ ଖୋଜିବାରେ ଲାଗିଛନ୍ତି। କେଉଁ ଆସନରେ ଜିତିବା ସୁବିଧା ହେବ ସେ ନେଇ ଚାଲିଛି ଆଶାୟୀ ନେତାଙ୍କର ଅଙ୍କକଷା। ସେହିପରି ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଦୁଇ ଦୁଇଟି ଆସନକୁ ହାତରେ ରଖି ପ୍ରଚାର କରିବାର ଲାଗିଛନ୍ତି। ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ। ଧର୍ମେନ୍ଦ୍ର ବହୁ ପୂର୍ବରୁ ଢେଙ୍କାନାଳରୁ ଛିଡା ହେବା ପାଇଁ ସେଠାରେ ଟେଣ୍ଟ ପକାଇ ବସିରହିଥିଲେ। ହେଲେ କଣ ହେଲା କେଜାଣି ସେ ସେଠାରୁ ମୁହଁ ଫେରାଇ ସମ୍ବଲପୁର ଆସନ ଆଡକୁ ମୁହାଁଛନ୍ତି। ତେବେ ଶୁଣିବା କଥା ଯେ, ଆରଏସଏସ ସର୍ଭେ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର କୁଆଡେ ଢେଙ୍କାନାଳରୁ ହାରିବା ସମ୍ଭାବନା ରହିଛି। ସେଥିପାଇଁ ସେହି ରିପୋର୍ଟ ଆଧାରରେ ବର୍ତ୍ତମାନ ଧର୍ମେନ୍ଦ୍ର ଢେଙ୍କାନାଳ ଛାଡି ସମ୍ବଲପୁରରେ ନିଜର କ୍ୟାମ୍ପ ପକାଇଛନ୍ତି। ସେ…
ରାୟଗଡା: ହୃଦଘାତରେ ରାୟଗଡାର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଯୁବ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ। ଗଜମୋହନ ନ୍ୟୁଜ 18 ର ରାୟଗଡା ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ଜୀ ଓଡିଶାର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରାୟ ଦୀର୍ଘ ବର୍ଷ ଧରି ଓଡିଶାର ପ୍ରମୁଖ ଟିଭି ମିଡିଆ ନକ୍ଷତ୍ର ଟିଭି, ଇଟିଭି ରେ କାର୍ଯ୍ୟ କରି ନିଜର ଦକ୍ଷତାକୁ ପ୍ରତିପାଦନ କରାଇଛନ୍ତି। ମୁଖ୍ୟତଃ ତାଙ୍କର ସରଳ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ସାରା ଓଡିଶାର ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି।
ବାଣପୁର( ସୀତାରାମ ଅଗ୍ରୱାଲ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା ବଶତଃ ଏକ ଶଙ୍ଖରେ ନିଜ ମୋଟର ସାଇକେଲ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ବଣ୍ଟି ଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ବିକ୍ରମଙ୍କର ଗୋଡ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ଘଟଣା ତଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସହରାଞ୍ଚଳ ରୂପାନ୍ତରଣ ସଂପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ହୋଟେଲ ଭିଭାନ୍ତା, ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଜାନୁଆରୀ ୧୮ ରୁ ୨୦ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ସମ୍ମିଳନୀରେ ୧୧ଟି ଦେଶ ଏବଂ ଭାରତର ୨୦ଟି ରାଜ୍ୟର ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସହରାଂଚଳ ରୂପାନ୍ତରଣ ସମ୍ପର୍କିତ ଏହା ହେଉଛି ଓଡିଶାରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସମୃଦ୍ଧ ଐତିହ୍ୟରେ ଭରପୂର ଓ ସୁନ୍ଦର ସୁନ୍ଦର ମନ୍ଦିର ଥିବା ଓଡିଶାକୁ ସ୍ୱାଗତ କରି କହିଥିଲେ ଯେ, ଏବେ ସମାଜର ସବୁ ବର୍ଗଙ୍କ ସୁବିଧା ସୁଯୋଗ ପାଇଁ ମାର୍ଗ ସୃଷ୍ଟି କରିବା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ସେବା ଯୋଜନା ଅଧିନରେ ଏହି ବସ୍ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଏହି ଯୋଜନାରେ ଚଳାଚଳ କରିବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା-…

