ଭୁବନେଶ୍ୱର: ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି। ତେଣୁ ଏହା ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି। ତେଣୁ ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ଯେଭଳି ବିଭ୍ରାନ୍ତ କରୁଛି ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ସୋଫିଆ ଆଲାମ। ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି। ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ…
Author: Samikhsya Bureau
ଭୁବନେଶ୍ୱର : ବହୁତ ଲୋକ ଅଛନ୍ତି ଶ୍ରେୟ ନେବା ପାଇଁ କାମ କରନ୍ତି। କିଛି ଲୋକ ଅଛନ୍ତି ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି ସେଥିପାଇଁ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ। କିନ୍ତୁ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି। ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିକାଶ ବିରୋଧୀଙ୍କୁ ଏପରି ତେରେଚ୍ଛା ତୀର ମାରିଛନ୍ତି ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଫାଇଭ ଟି ଅଧ୍ୟକ୍ଷ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଗତ ମେ ୨୯ ତାରିଖରେ ମହିମାଗାଦିର…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି। ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଦେବ ଭୂମି ଓ ପୂଣ୍ୟ ଭୂମି। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ଓ ଆପଣମାନଙ୍କ ସହିତ ମିଶିବାର ସୁଯୋଗ ପାଇ ମୁଁ ବହୁତ ଖୁସି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସାରା ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଗୁରୁବାର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରି ୩ ଜଣ ଯବାନଙ୍କୁ ଆହତ କରିଥିଲେ। ଗତ ମାସରେ ଏହି ଘଟଣା ଘଟିଥିଲା ଯେତେବେଳେ ସୁରକ୍ଷା ବାହିନୀ ଦୁଇ କ୍ୟାପଟେନଙ୍କ ସମେତ ୫ ଜଣ ଯବାନଙ୍କୁ ହରାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଭେରା ରାସ୍ତାରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଅଭିଯାନକୁ ଜୋରଦାର କରିବାକୁ ଯାଉଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୪୫ମିନିଟରେ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରାଜୌରୀ ଓ ପୁଞ୍ଚ ଜିଲ୍ଲା ସୀମାରେ ଥିବା ସୁରନକୋଟ ଥାନା ଅନ୍ତର୍ଗତ ଧତ୍ୟାର କି ଗଲି ଏବଂ ବୁଫ୍ଲିୟାଜ୍ ମଧ୍ୟରେ ଧତ୍ୟାର ମୋଡ଼ଠାରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣ ପାଇଁ ପିଏଫଏ ନିଜକୁ ଦାୟୀ କରିଛି ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ବିଶ୍ୱସନୀୟ ସୂଚନା ଆଧାରରେ…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା-୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିବା ଏବଂ ସମଲିଙ୍ଗୀ ବିବାହକୁ ବୈଧତା ଦେବାକୁ ମନା କରିବା ସମେତ ୨୦୨୩ରେ ସୁପ୍ରିମକୋର୍ଟ ୫୨,୧୯୧ଟି ମାମଲାର ସମାଧାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ଷକ ମଧ୍ୟରେ ଏହାର ରେଜିଷ୍ଟ୍ରିରେ ଦାଖଲ ହୋଇଥିବା ୪୯,୧୯୧ ଟି ମାମଲାରୁ ଫଇସଲା ମାମଲା ସଂଖ୍ୟା ୩,୦୦୦ରୁ ଅଧିକ ହୋଇଛି। ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୪୯,୧୯୧ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ମୋଟ ୫୨,୧୯୧ଟି ମାମଲାର ସମାଧାନ କରିଥିଲେ। ଗତବର୍ଷ ସୁପ୍ରିମକୋର୍ଟରେ ୩୬,୫୬୫ଟି ମାମଲା ରୁଜୁ ହୋଇଥିବା ବେଳେ ୩୯,୮୦୦ଟି ମାମଲାର ସମାଧାନ ହୋଇଥିଲା। ତେବେ ମାମଲାର ସମାଧାନ ତ୍ୱରାନ୍ୱିତ କରିବା ପରିବର୍ତ୍ତେ ବିଚାରାଧୀନ ମାମଲା ଏବେବି ପ୍ରଧାନ ବିଚାରପତି ଓ କୋର୍ଟ ରେଜିଷ୍ଟ୍ରି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।…
ନୂଆଦିଲ୍ଲୀ: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ନୂଆଦିଲ୍ଲୀରେ ଦୁଇ ଦିନିଆ ଜନଜାତି ଅଭିମୁଖୀ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ କୁ ଉଦ୍ଘାଟନ କରିଛନ୍ତି । ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (ଏନ୍ଟିଆରଆଇ) ପକ୍ଷରୁ ଜନଜାତି ପରମ୍ପରା ଓ ସଂସ୍କୃତିର ଜଟିଳତାକୁ ଗଭୀର ଭାବରେ ବୁଝିବା ଏବଂ ସେମାନଙ୍କ ଅସ୍ତିତ୍ୱ ପ୍ରତି ଥିବା ଆହ୍ୱାନ ଗୁଡ଼ିକୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନଜାତି ମାନଙ୍କ ପରିଚୟ ଏବଂ ଦେଶର ସାଂସ୍କୃତିକ ବିବିଧତା କ୍ଷେତ୍ରରେ ଜନଜାତି ମାନଙ୍କ ଅବଦାନକୁ ଖୋଜି ବାହାର କରିବା ପାଇଁ ଏହା ଏକ ପଦକ୍ଷେପ । ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ) (ପିଇଏସ୍ଏ) ଆଇନ, ୧୯୯୬, ଜଙ୍ଗଲ ଅଧିକାର ଆଇନ (ଏଫ୍ଆର୍ଏ), ୨୦୦୬, ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯ର ସୂକ୍ଷ୍ମତାକୁ ଉନ୍ମୋଚନ କରିବା ପାଇଁ ଆଦି ବ୍ୟାଖ୍ୟାନ ଜନଜାତି ସମ୍ପ୍ରଦାୟ ମାନଙ୍କୁ ଭାରତର ପରିସଂଖ୍ୟାନ…
ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ବିରୋଧ କରିବାର କିଛିଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୁରୁବାର କହିଛି ଯେ ସମାଜର ସାମଗ୍ରିକ ବିକାଶ ପାଇଁ ଏଭଳି ପଦକ୍ଷେପକୁ ବ୍ୟବହାର କରାଯିବା ଉଚିତ। ଏହା ସହିତ ସାମାଜିକ ସଦ୍ଭାବ ଓ ଏକତାକୁ ଯେପରି କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଧ୍ୟାନ ଦେବା ଦରକାର। ଆରଏସଏସର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର କହିଛନ୍ତି ଯେ ସଂଘ କୌଣସି ଭେଦଭାବ ଏବଂ ବୈଷମ୍ୟରୁ ମୁକ୍ତ ସାମାଜିକ ନ୍ୟାୟ ଉପରେ ଆଧାରିତ ଏକ ହିନ୍ଦୁ ସମାଜର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି। ଦେଶରେ ଜାତିଗତ ସର୍ବେକ୍ଷଣକୁ ନେଇ ରାଜନୈତିକ ଦଳଗୁଡ଼ିକର ବୟାନ ମଧ୍ୟରେ ସଂଘ ଏହି ବିତର୍କରେ ନିଜକୁ ସାମିଲ କରିବାକୁ ଚାହୁଁନାହିଁ, କିନ୍ତୁ ସଂଘର ଜଣେ କର୍ମକର୍ତ୍ତାଙ୍କ ବୟାନ ପରେ ସଂଘକୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିଥିଲା। ଜାତି ସର୍ବେକ୍ଷଣ ଉପରେ ସଂଘ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବାକୁ ଚେଷ୍ଟା କରିଛି। ମିଳିଥିବା ସୂଚନା ଅନୁଯାୟୀ,…
ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ୧୨ ଦିନ ଧରି ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟାରେ ଅତିଥି ଭାବେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତତନ୍ତ ରପ୍ତାନୀ ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏନ ଶ୍ରୀଧର ଏବଂ ଯୁଗ୍ମ ନିର୍ଦ୍ଦେଶକ, ଡ଼. ସୁନ୍ଦର ମୁରୁଗେସନ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଅତିଥି ଦ୍ଵୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ତନୁଶ୍ରୀ ଜେନା, ବର୍ଣ୍ଣାଳୀ ହୋତା, ପ୍ରଭୁପଦ ମହାନ୍ତି ଓ ପଦ୍ମଶ୍ରୀ ଖଟେଇଙ୍କ ଚିତ୍ତାକର୍ଷକ ସଙ୍ଗୀତ ଆଜିର…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ବହୁ ପୁରାତନ ଓ ଗୁରୁତ୍ୱପୂର୍ଣ ସହର ହୋଇଥିବା ବେଳେ ୧୯୭୩ ମସିହାରେ ଏହାକୁ ଏନଏସି ମାନ୍ୟତା ମିଳିଥିଲା। ତେବେ ୫୦ ବର୍ଷ ପରେ ମଧ୍ୟ ସହରର ଆଖିଦୃଷ୍ଟିଆ ଉନ୍ନତି ହୋଇପାରିନାହିଁ। ପ୍ରଶାସନ ଓ ରାଜନେତାଙ୍କ ଇଛାଶକ୍ତି ଅଭାବରୁ ସହରରେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ। ବାଣପୁର ଏନଏସି ର ମୁଖ୍ୟ ସମସ୍ୟା ଡ୍ରେନେଜ ଓ ପାର୍କିଂ ହୋଇଥିବା ବେଳେ ଏଥିପ୍ରତି ଆଖି ବୁଜିଦେଇଛି ପ୍ରଶାସନ। ସହରର ଦୋଳବେଦି ଛକଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାବେଳେ ଏଥି ପ୍ରତି ଟିକେ ହେଲେ ଦୃଷ୍ଟି ଦେଉନି ପ୍ରଶାସନ। ହସ୍ତଗତ ତଥ୍ୟ ମୁତାବକ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି ବିଭାଗର। ତେବେ ଉକ୍ତ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଦୁଇ ଦଶନ୍ଧି ପୁର୍ବରୁ ନିର୍ମାଣ…
ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ମିମିକ୍ରିକୁ ଯୋଗୁ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗ ବିରୋଧୀଙ୍କ ପାଇଁ ଏକ ବଡ଼ ସୁଯୋଗ ଥିଲା। ସମଗ୍ର ଅଧିବେଶନ ପାଇଁ ସାଂସଦମାନଙ୍କୁ ବ୍ୟାପକ ନିଲମ୍ବନ ପ୍ରସଙ୍ଗରେ ବିରୋଧୀଙ୍କୁ ସୁଯୋଗ ମିଳିଥିଲା। ଜନସାଧାରଣଙ୍କ ସହାନୁଭୂତି ପାଇଁ ଏହି ନିଲମ୍ବନର ଫାଇଦା ଉଠାଇବାର ସୁଯୋଗ ଥିଲା। କିନ୍ତୁ ବିରୋଧୀଙ୍କ ଗୋଟିଏ ଭୁଲ ଓ ଏହି ସୁଯୋଗ ଯୋଗୁ ବିରୋଧୀଙ୍କ ହାତରୁ ଖସି ଯାଇଛି। ବିଜେପି ଆକ୍ରମଣାତ୍ମକ ହୋଇ ବିରୋଧୀଙ୍କ ପଦକ୍ଷେପକୁ ସମାଲୋଚନା କରିବାର ଅବସର ପାଇଛି। ନିଲମ୍ବନ ବିରୋଧରେ ବିରୋଧୀ ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ର୍କପତି ଜଗଦୀପ ଧନଖରଙ୍କୁ ନକଲ କରିଥିଲେ। ମଜାଳିଆ ଢଙ୍ଗରେ ମିମିକ୍ରି କରିଥିଲେ। ରାହୁଲ ଗାନ୍ଧି ମଧ୍ୟ ଭିଡିଓ ତିଆରି କରୁଥିଲେ। ସମସ୍ତ ବିରୋଧୀ ସାଂସଦ ମିମିକ୍ରି…
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରାୟ ୭ ମାସ ତଳେ କୋଭିଡ୍-୧୯ ପାଇଁ ଜନସ୍ୱାସ୍ଥ୍ୟ ପରାମର୍ଶ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଭୂତାଣୁ ଚାଲିଯିବାର ନାଁ ନେଉନାହିଁ । ଓମିକ୍ରୋନ୍ ଭାରିଏଣ୍ଟ ଅନେକ ନୂଆ ସବ୍-ଭାରିଏଣ୍ଟରେ ପରିଣତ ହୋଇଛି, ଯାହାର ସଦ୍ୟତମ ହେଉଛି ଜେଏନ୍-୧, ଯାହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଗୁରୁବାର ଭାରତରେ ୬ ଜଣଙ୍କର କୋଭିଡରେ ମୃତ୍ୟୁ ରେକର୍ଡ କରାଯାଇଛି- କେରଳରେ ୩, କର୍ଣ୍ଣାଟକରେ ୨ ଏବଂ ପଞ୍ଜାବରେ ଜଣେ । ସେହିପରି ୫୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ’ ପରେ ଏହା ଗତ ୭ ମାସ ମଧ୍ୟରେ ସର୍ବାଧିକ ସଂଖ୍ୟା । କୋଭିଡ୍-୧୯ ଗୁରୁତର ଲକ୍ଷଣ କିମ୍ବା ମୃତ୍ୟୁର କାରଣ ନୁହେଁ । ପଜିଟିଭ୍ ଚିହ୍ନଟ ହେଉଥିବା ଅଧିକାଂଶ ଲୋକଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ରହିଛି । ବିମାନବନ୍ଦରରେ କୌଣସି ଟ୍ରାଭେଲ ଆଡଭାଇଜରି ଜାରି କରିବା କିମ୍ବା ଆରଟି-ପିସିଆର ବାଧ୍ୟତାମୂଳକ…
ନୂଆଦିଲ୍ଲୀ: ଭାରତୀୟ ମେଣ୍ଟ ୨୮ଟି ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ ସମୟ ସୀମା ଧାର୍ଯ୍ୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ଦ୍ୱିତୀୟ ସପ୍ତାହ ଅର୍ଥାତ୍ ଜାନୁଆରି ୧୫ ତାରିଖ ସୁଦ୍ଧା ସମସ୍ତ ଦଳ ମଧ୍ୟରେ ଆସନ ବଣ୍ଟାଯିବ। ସହଯୋଗୀ ଦଳମାନଙ୍କ ସହ ଆସନ ସମନ୍ବୟ ପାଇଁ କଂଗ୍ରେସ ଏକ ୫ ଜଣିଆ କମିଟି ଗଠନ କରିଛି। ଆସନ ବଣ୍ଟନରେ ସମସ୍ତଙ୍କ ନଜର ୟୁପି, ମହାରାଷ୍ଟ୍ର ଓ ବଙ୍ଗଳା ସମେତ ୫ଟି ବଡ଼ ରାଜ୍ୟ ଉପରେ ରହିଛି, ଯେଉଁଠି କଂଗ୍ରେସର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଏପରିକି କେରଳ ଓ ପଞ୍ଜାବ ଭଳି ରାଜ୍ୟରେ କଂଗ୍ରେସ ପାଇଁ ବାଟ ସହଜ ନୁହେଁ। ବିଧାନସଭାରେ କଂଗ୍ରେସ ଦୁର୍ବଳ ଥିବା ବେଳେ ଲୋକସଭାରେ ଆଗୁଆ ରହିଛି। ଭାରତୀୟ ମେଣ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଆରମ୍ଭରେ ଆସନ ବଣ୍ଟନ ପାଇଁ ୩ଟି ଫର୍ମୁଲା ଦେଇଥିଲେ ମଧ୍ୟ ଅନେକ ନେତା ଏଥିରେ ରାଜି…
ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ଲୋକସଭାରେ ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ, ୨୦୨୩ ପାରିତ ହୋଇଛି, ଯାହାକି ଉପନିବେଶ କାଳର ପ୍ରେସ୍ ଏବଂ ପୁସ୍ତକ ପଞ୍ଜୀକରଣ ଆଇନ, ୧୮୬୭ର ସ୍ଥାନରେ ଲାଗୁ ହେବ। ଏଥିପୂର୍ବରୁ ମୌସୁମୀ ଅଧିବେଶନରେ ନୂଆ ବିଧେୟକ ରାଜ୍ୟସଭାରେ ପାରିତ ହୋଇସାରିଥିଲା। ନୂତନ ବିଧେୟକ – ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ , ୨୦୨୩ କୌଣସି ଶାରୀରିକ ଉପସ୍ଥିତିର ଆବଶ୍ୟକତା ନଥାଇ ଏକ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପତ୍ରିକାର ନାମ ଆବଣ୍ଟନ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଏବଂ ସମାନ୍ତରାଳ କରିବାର ସୁବିଧା ପ୍ରଦାନ କରିବ । ଏହା ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସକ୍ଷମ କରିବ, ଯାହା ଦ୍ୱାରା ପ୍ରକାଶକମାନେ, ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ପ୍ରକାଶକମାନେ ପ୍ରକାଶନ ଆରମ୍ଭ କରିବାରେ ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରକାଶକମାନଙ୍କୁ ଆଉ…
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ଗତ ଡିସେମ୍ବର ୧୨ ତାରିଖରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଏବେ ଆଇନରେ ପରିଣତ ହେବ। ନୂଆ ଆଇନ ଲାଗୁ ହେବା ପରେ ପ୍ରଧାନ ବିଚାରପତି ନିର୍ବାଚନ କମିଶନର ଚୟନ କମିଟିରେ ରହିବେ ନାହିଁ। ଏହି ଆଇନ ନିର୍ବାଚନ ଆୟୋଗ (ନିର୍ବାଚନ କମିଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟ ପରିଚାଳନା) ଆଇନ, ୧୯୯୧ର ସ୍ଥାନ ନେବ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିଦ୍ୱାରା ନିର୍ବାଚନ କମିଶନର ଚୟନ କରାଯିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ନୂଆ ଆଇନ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଦ୍ୱାରା ଚୟନ କମିଟିର ସୁପାରିସ କ୍ରମେ ନିର୍ବାଚନ ଆୟୋଗ ନିଯୁକ୍ତ ହେବେ। ଏହି କମିଟିରେ…
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି। ଏହି ଉପଲକ୍ଷେ ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଟାଟା ପାୱାର ସହିତ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାମାନଙ୍କୁ ଟାର୍ଗେଟେଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ଶକ୍ତି କ୍ଷେତ୍ରର ବିକଶିତ ଚାହିଦା ପାଇଁ ସେମାନଙ୍କର ଉନ୍ନତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା। ଶ୍ରୀମତୀ ପାଢ଼ୀ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶରେ ଉତ୍କର୍ଷ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରଶିକ୍ଷଣ ମଡ୍ୟୁଲ ଏବଂ ପ୍ରାକ୍ଟିକାଲ ଅଧିବେଶନରେ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଅନ୍ତର୍ଜାତୀୟ ମାନଦଣ୍ଡ…
ବଲାଙ୍ଗୀର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଗତକାଲି ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପେଭିଲିୟନର ଶୁଭ ଉଦଘାଟନ କରିଛନ୍ତି।ଏହି ପେଭିଲିୟନ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ୩.୩୦ କୋଟି ଅନୁଦାନର ଫ୍ଲଡ୍ ଲାଇଟ୍ ର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପଶ୍ଚିମ ଓଡିଶାର କ୍ରୀଡାର ଭିତ୍ତିଭୂମିର ବିକାଶରେ ଏହା ନିଶ୍ଚିତ ଭାବରେ ସହାୟକ ହେବ।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସମୟୋପଯୋଗୀ ମତ୍ସ୍ୟନୀତି ଏବଂ ଅଭିନବ ପଦକ୍ଷେପ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇ ୨୦୨୨-୨୩ ମସିହରେ ୧୦ ଲକ୍ଷ ଟନ୍ରୁ ଊଦ୍ଧ୍ୱର୍ରେ ପହଞ୍ଚିଛି। ରାଜ୍ୟରେ ବର୍ଷିକ ମୁଣ୍ଡପିଛା ମାଛ ଆହରଣ ଗତ ୨୩ ବର୍ଷ ମଧ୍ୟରେ ୭.୭୧ କେଜିରୁ ୧୭.୭୩ କେଜିକୁ ବୃଦ୍ଧି ପାଇଛି। ମାଛଚାଷର ବିକାଶ ପାଇଁ ବିଭାଗ ପକ୍ଷରୁ ମାଛଚାଷୀଙ୍କୁ ଗୁଣାତ୍ମକ ମାଛ ଜାଆଁଳ ଯୋଗାଇଦେବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥି ପାଇଁ ରାଜ୍ୟବ୍ୟାପୀ ମାଛ ଜାଆଁଳ ହ୍ୟାଚେରୀର ନେଟ୍ୱାର୍କ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥି ପାଇଁ ପ୍ରତି ବ୍ଲକ୍ରେ ମାଛ ଜାଆଁଳ ହ୍ୟାଚେରୀ ସ୍ଥାପନ ସହିତ ଅଚଳ ହୋଇପଡ଼ିଥିବା ସରକାରୀ ମାଛ ହ୍ୟାଚେରୀଗୁଡ଼ିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଇଣ୍ଡି ମେଣ୍ଟରେ ଲଜ୍ଜିତ ହେବା ପରେ ଏବେ କୌଣସି ଉପାୟ ଖୋଜି ପାଉନାହାନ୍ତି। ତାଙ୍କର କୌଣସି ଯୋଜନା କାମରେ ଆସିନଥିଲା । ବୈଠକରେ ଏଭଳି ତିନୋଟି ଘଟଣା ଘଟିଛି, ଯାହାକୁ ନୀତୀଶଙ୍କ ଲଜ୍ଜା ବୋଲି ବିବେଚନା କରାଯାଇପାରେ। ଏହି ଲଜ୍ଜା କାରଣରୁ ନୀତୀଶ ଏତେ କ୍ରୋଧିତ ଓ ଉତ୍ତେଜିତ ହୋଇଥିଲେ ଯେ ସେ ଇଣ୍ଡି ମେଣ୍ଟର ଯୁଗ୍ମ ଗଣମାଧ୍ୟମ ସମ୍ମିଳନୀରେ ଅଂଶଗ୍ରହଣ ନ କରି ଚାଲିଯାଇଥିଲେ। ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବ ମଧ୍ୟ ନୀତୀଶଙ୍କ ସହ ଚାଲିଯାଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ନୀତୀଶ କୁମାରଙ୍କୁ ତିନିଥର ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ଘଟଣା: ହିନ୍ଦୀରେ ଭାଷଣକୁ ନେଇ ହଙ୍ଗାମା ବୈଠକରେ ନୀତୀଶ କୁମାର ହିନ୍ଦୀରେ ଭାଷଣ ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ଡିଏମକେ ନେତାମାନେ ହିନ୍ଦୀରେ ତାଙ୍କ ଭାଷଣ ବୁଝିପାରିନଥିଲେ। ଏମକେ ଷ୍ଟାଲିନ ଆରଜେଡିର ରାଜ୍ୟସଭା…
ଭୁବନେଶ୍ୱର : ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଡିଶା ଲୋକସେବା ଆୟୋଗକୁ ସୂଚନା ଦିଆଯାଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହି ନିଯୁକ୍ତି କରାଯିବ। ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତାକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଏହି କ୍ରମରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ନିଯୁକ୍ତି ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ ହେବା ସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟକ୍ରମକୁ ସଠିକ୍ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇବେ। ପୂର୍ବରୁ ୫୦ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…
ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ତିନିଟି ଫୌଜଦାରୀ ଆଇନ ବିଲ୍ – ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନ୍ୟାୟ ସୁରକ୍ଷା କୋଡ୍ ଏବଂ ଭାରତୀୟ ପ୍ରମାଣ ବିଲ୍ ପାରିତ ହୋଇଛି। ବୁଧବାର ଲୋକସଭାରେ ଏହି ତିନିଟି ବିଲ୍ ପାରିତ ହୋଇଛି। ଏବେ ସେଗୁଡ଼ିକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ଅନୁମୋଦନ ମିଳିବା ପରେ ଏହି ତିନୋଟି ବିଲ୍ ଆଇନରେ ପରିଣତ ହେବ। ଏହି ବିଲ୍ ପାରିତ ହେବାମାତ୍ରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି- ଗୃହ ବାହାରେ ଯେଉଁମାନେ ପଚାରୁଛନ୍ତି, ଏହି ଆଇନର କ’ଣ ହେବ ? ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଏହି ଆଇନଗୁଡ଼ିକ କାର୍ଯ୍ୟର ବୈଷୟିକତାକୁ ଦୃଷ୍ଟିରେ ରଖି ଅଣାଯାଇଛି । ଏହା କାର୍ଯ୍ୟକାରୀ ହେବା ପରେ ତାରିଖରେ କୌଣସି ତାରିଖ ରହିବ ନାହିଁ। ୩ ବର୍ଷ ମଧ୍ୟରେ ଯେକୌଣସି ମାମଲାରେ…
ମେଷ ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ। ବୃଷ ରାଶି-ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ। ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ। ମିଥୁନ ରାଶି-ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ…

