ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ପୁର୍ବତନ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ବିଚାରପତି ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ରୁ ପ୍ରକାଶ ଯେ, ଗତ ୨୦୦୨ ମସିହା ଏପ୍ରିଲ ମାସ ୨ ତାରିଖ ରେ ଦଣ୍ଡିତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀ ଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ମକଦ୍ଦମା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରି ସେତେବେଳେ ତାଙ୍କ ଠାରୁ ୮ ଲକ୍ଷ ୯୯ ହଜାର ୪୩୮ ଟଙ୍କା ର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିଲା ଓ ଏହା ପରେ ଭିଜିଲାନ୍ସ…
Author: Samikhsya Bureau
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ)ର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ବିରୋଧୀଙ୍କୁ ସମାଲୋଚନା କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ଦାବି କରିଛନ୍ତି ଯେ ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ଏହା ମଧ୍ୟ କହିଛନ୍ତି ଯେ ସେ ୨୦୦୩ରୁ ଇଭିଏମରେ ମତଦାନକୁ ବିରୋଧ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ କଂଗ୍ରେସ ପରାଜୟର ସମ୍ମୁଖୀନ ହେବା ପରେ ହିଁ ଏସବୁ ଅଭିଯୋଗ ଆଣିଥାଏ। ତେଲେଙ୍ଗାନା, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ ଜିତିଥିଲେ, ସେତେବେଳେ ସେମାନେ ଇଭିଏମ କଥା କହିନଥିଲେ। କଂଗ୍ରେସ ନେତା ପ୍ରମୋଦ କ୍ରିଷ୍ଣମ ଠିକ୍ କହିଥିଲେ, ଯଦି ଆପଣ ସନାତନ ଧର୍ମକୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଆସ୍କା ରୋଡ଼ ତାଲୁକା ଛକରେ ପୁଅ ଚଲାଉଥିବା ମୋଟରସାଇକେଲ ରୁ ଖସି ଯାଇ ପମି ନାୟକ ନାମ୍ନୀ ଜଣେ ମହିଳାଙ୍କର ପ୍ରାଣହାନୀ ଘଟିଛି। ଘଟଣାରୁ ପ୍ରକାଶ ଯେ, ମୃତ ପମି ର ପୁଅ ନୁଆଁ ମୋଟରସାଇକେଲ କିଣି ଘରକୁ ଫେରିବା ବେଳକୁ ଅସାବଧାନତା ଯୋଗୁଁ ପମି ମୋଟରସାଇକେଲରୁ ଖସି ଯାଇ ଗୁରୁତର ଆହତ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପ୍ରାଣହାନୀ ଘଟିଛି ଓ ପରିବାର ଲୋକଙ୍କ ଠାରୁ ଅଭିଯୋଗ ପାଇ ବଡଡାକ୍ତରଖାନା ପୋଲିସ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।
ନରେନ୍ଦ୍ର ପାଣି ରବିବାର ଘୋଷିତ ହୋଇଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭାରତର ଉତ୍ତର ଓ ଦକ୍ଷିଣ ମଧ୍ୟରେ ରାଜନୈତିକ ବ୍ୟବସ୍ଥାରେ ଥିବା ଫାଟର ଆଉ ଏକ ଠୋସ୍ ପ୍ରମାଣ। ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ଏହି ଢାଞ୍ଚାରୁ କେତେ ବଡ଼ ଫାଇଦା ପାଇବ ତାହା ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ ଭାରତୀୟ ରାଜନୀତିର ଅର୍ଥନୀତିକୁ ଗଭୀର ଭାବରେ ଦେଖିଲେ ଜଣାପଡ଼େ ଯେ ଏହି ଢାଞ୍ଚାଗୁଡ଼ିକ ଅସମାନତାର ରାଜନୈତିକ ଗତିଶୀଳତାକୁ ସୂଚାଉଛି। ଋତୁକାଳୀନ ପ୍ରବାସୀଙ୍କ ପ୍ରସଙ୍ଗ ଉଦାରୀକରଣ ପ୍ରକ୍ରିୟାର ଅସମାନତା ୧୯୯୧ ମସିହାରୁ ରାଜନୈତିକ ଆଲୋଚନାରୁ ହଟିଯାଇଛି, ଯଦିଓ ଏହାର ପ୍ରଭାବ ନିର୍ବାଚନ ପରେ ନିର୍ବାଚନରେ ଦେଖିବାକୁ ମିଳିଥାଏ। ଭାରତର ଉଦାରୀକରଣ ପରେ ଶିଳ୍ପଗୁଡ଼ିକ ସେହି ଅଞ୍ଚଳକୁ ଚାଲିଗଲା ଯାହା ପୂର୍ବରୁ ଭଲ ପ୍ରଦର୍ଶନ କରୁଥିଲା, ମୁଖ୍ୟତଃ ଦକ୍ଷିଣ ଏବଂ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ଦକ୍ଷିଣ ଏବଂ ପଶ୍ଚିମର ଦାମୀ ସହରଗୁଡ଼ିକରେ ଗରିବ ଉତ୍ତର ଏବଂ…
ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସକ୍ଷମ କରିବା ପାଇଁ ୨୦୨୪ ସୁଦ୍ଧା ନଳ ଜଳ ସଂଯୋଗ ମାଧ୍ୟମରେ ନିୟମିତ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁନିଶ୍ଚିତ କରିବା ନିମନ୍ତେ ଅଗଷ୍ଟ ୨୦୧୯ ଠାରୁ ଭାରତ ସରକାର ରାଜ୍ୟ ମାନଙ୍କ ସହ ଭାଗୀଦାରୀରେ ଜଳ ଜୀବନ ମିଶନ (ଜେଜେଏମ୍) – ହର୍ ଘର୍ ଜଳ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି। ଓଡିଶାରେ ଗ୍ରାମାଂଚଳରେ ଥିବା ୮୮. ୦୪ ଲକ୍ଷ ଗୃହ ମଧ୍ୟରୁ ୩.୧୧ ଲକ୍ଷ ଲୋକ ମାନଙ୍କୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ, ଏହାର ପରିମାଣ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୫୭.୭୫ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାର ପରିମାଣ ପ୍ରାୟ ସମୁଦାୟର ୬୫.୧୫% ଥିଲା। ୨୦୨୩ ନଭେମ୍ବର ୨୯ ତାରିଖ ସୁଦ୍ଧା ଏହା ୬୦.୨୮ ଲକ୍ଷ ଘରକୁ ପରିସରଭୁକ୍ତ କରିଛି, ଯାହାର ପରିମାଣ ୬୮.୦୧% ଅଟେ। ଏହି ମିଶନର ଉଦ୍ଦ୍ୟେଶ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନ ଉତ୍ସବର ଝଲକ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଆକର୍ଷଣୀୟ କାର୍ଯ୍ୟକ୍ରମର ଝଲକ। ଏହା ଅତ୍ୟନ୍ତ ଚମତ୍କାର କଥା ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଏହି ସ୍ଥାନରେ ଆମେ ଏହି ବିଶେଷ ଦିବସ ପାଳନ କରିବାରେ ସକ୍ଷମ ହୋଇଛୁ।’
ନୂଆଦିଲ୍ଲୀ: ସଂସଦରେ ‘ଓକିଲ (ସଂଶୋଧନ) ବିଲ୍- ୨୦୨୩’ ଗୃହୀତ ହୋଇଛି। ଅଦାଲତ ପରିସରରେ ଦଲାଲଙ୍କ ଭୂମିକାକୁ ଦୂର କରିବା ଏହି ବିଲର ଉଦ୍ଦେଶ୍ୟ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ବିସ୍ତୃତ ଆଲୋଚନା ଓ ଉତ୍ତର ପରେ ଲୋକସଭାରେ ଏହି ବିଲକୁ ସ୍ୱର ଭୋଟରେ ପାରିତ କରାଯାଇଛି। ଗତ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା। ସୋମବାର ଲୋକସଭାରେ ବିଭିନ୍ନ ଦଳର ସଦସ୍ୟମାନେ ଅଦାଲତକୁ ଦଲାଲଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ଦାବି କରିଥିଲେ। ଏଥିପାଇଁ ବଡ଼ ଦଲାଲଙ୍କୁ ଧରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କଂଗ୍ରେସ ଗୁରୁତ୍ୱାରୋପ କରିଛି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ନ୍ୟାୟପାଳିକାକୁ ‘ସ୍ୱଚ୍ଛ’ କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଡିଏମକେ ଭଳି ଦଳ ଏହି ବିଲ ପ୍ରତ୍ୟାହାର କରି ପୁନର୍ବିଚାର କରିବାର ଆବଶ୍ୟକତା…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ତା’ର ମୁଖପତ୍ର ‘ଜାଗୋ ବଙ୍ଗଳା’ରେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଏନଏନଡିଆଇଏ)ର ସହଯୋଗୀ କଂଗ୍ରେସକୁ ଟାର୍ଗେଟ୍ କରିଛି। ୪ଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ସମ୍ପର୍କରେ ମୁଖପତ୍ରର ସମ୍ପାଦକୀୟରେ ଲେଖାଯାଇଛି ଯେ, କଂଗ୍ରେସ ଜମିଦାର ମାନସିକତା ନେଇ ବିଜେପି ବିରୋଧରେ ଲଢ଼େଇ କରୁଛି, ତେଣୁ ହାରିଯାଇଛି। ମମତା ଦିଦି କଂଗ୍ରେସକୁ ପରାମର୍ଶ ଦେଇଥିଲେ, କିନ୍ତୁ କଂଗ୍ରେସ ରାଜି ହୋଇନଥିଲା: କୁନାଲ ଘୋଷ ସେପଟେ ଟିଏମସି ନେତା କୁନାଲ ଘୋଷ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ କଂଗ୍ରେସ ଉପରେ ବିଷୋଦ୍ଗାର କରିଛନ୍ତି। ଏହା ବିଜେପିର ବିଜୟ ନୁହେଁ ବରଂ କଂଗ୍ରେସର ପରାଜୟ ବୋଲି ସେ କହିଛନ୍ତି। ଜମିଦାରୀ ମାନସିକତା ନେଇ ନିର୍ବାଚନ ଲଢ଼ୁଥିଲା କଂଗ୍ରେସ। ଇଣ୍ଡି ମେଣ୍ଟକୁ ଆଗେଇ ନେବା ପାଇଁ ମମତା ଦିଦି କଂଗ୍ରେସକୁ କିଛି ପରାମର୍ଶ ଦେଇଥିଲେ, ଯାହାକୁ ସେମାନେ ଗ୍ରହଣ କରିନଥିଲେ। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମରେ ପରାଜୟର କାରଣ ଉପରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ନିକଟସ୍ଥ ରେଉ ସାହିର ଏକ ତାଲାବନ୍ଦ ଘରୁ ଜଣେ ଯୁବ ସାମ୍ବାଦିକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ଘଟଣାରୁ ପ୍ରକାଶ ଯେ, ମୃତ ସାମ୍ବାଦିକ ଜଣକ ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର ଜଗନ୍ନାଥ ନାୟକ। ସେ ଉକ୍ତ ବ୍ଳକର ଦୈନିକ ଖବରକାଗଜ ‘ସମୟ’ର ପ୍ରତିନିଧି ରୂପେ କାର୍ଯ୍ୟରତ ଅଟନ୍ତି। ଏତଦବ୍ୟତୀତ ସେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ। ଏହି କିଛି ମାସ ହେବ ଗୋପାଳପୁର ବେଳାଭୂମିରେ ଏକ ଫାଷ୍ଟଫୁଡ୍ ଦୋକାନ ଆରମ୍ଭ କରି ଏହିଠାରେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ଗତ ମଙ୍ଗଳବାର ଦିନ ତାଙ୍କର ଭାଇ ପୁର୍ଣ୍ଣ ଚନ୍ଦ୍ର ନାୟକ ଭାଇକୁ ମିଶିବା ପାଇଁ ଆସି ଦେଖିଲା ବେଳକୁ ଘର ବାହାରେ ତାଲା ପଡିଛି ଓ ସେ ବ୍ୟବହାର କରୁଥିବା ମୋଟରସାଇକେଲକୁ…
ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡି ମେଣ୍ଟରରେ ଶିବସେନା (ଉଦ୍ଧବ ଠାକରେ ଦଳ) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ବାହାରିବା ନିର୍ବାଚନ ପୂର୍ବରୁ ଏହି ବୈଠକର ଆୟୋଜନ କରଯାଇଥିଲା। ସମସ୍ତଙ୍କୁ ମଧ୍ୟ ଏହା ବିଷୟରେ ସୂଚନା ଦିଆଯାଇଥିଲା। ଖଡଗେ ଜୀ ପୂର୍ବରୁ ଦଳର ବହୁ ବଡ ନେତା ମଧ୍ୟ ଆମ ସହ ଯୋଗାଯୋଗ କରିଥିଲେ। ଆସନ୍ତାକାଲି ଉଦ୍ଧବ ଠାକରେ ମଧ୍ୟ ସଭା ପାଇଁ ଆସୁଛନ୍ତି।”
ଭୁବନେଶ୍ବର: ବର୍ତ୍ତମାନ ଭୀଷଣ ବାତ୍ୟା ମିଗଜୋମର କେନ୍ଦ୍ର ଚାରିପଟେ ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଛି। ଏହାଫଳରେ ପବନର ବେଗ ୯୦ ରୁ ୧୦୦ କିମି ଝଟକା ପବନ ୧୧୦ କିମି ବେଗରେ ପ୍ରବାହିତ ହେଉଛି ବୋଲି ପାଣିପାଗ ବିଭାଗ କହିଛି। ମଛଲିପଟନମ ରାଡ଼ାର ରୁ ଆଜି ସକାଳ ୮ଟା ୩୦ ର ମିଳିଥିବା ସୂଚନା ଅନୁଯାୟୀ ଗତ ୬ ଘଣ୍ଟାରେ ଭୀଷଣ ବାତ୍ୟା ମିଗଜୋମ ଘଣ୍ଟା ପ୍ରତି ବେଗ ୧୨ କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି। ଆଗାମୀ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି ” ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ…
ନୂଆଦିଲ୍ଲୀ: ରାଜସ୍ଥାନରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟାଠାରୁ ଅଧିକ ଆସନରେ ବିଜେପି ବିଜୟୀ ହୋଇଛି। ଏହି ବିଜୟ ପଛରେ ବିଜେପି-କଂଗ୍ରେସର ବଡ଼ ବଡ଼ ଷ୍ଟାର ପ୍ରଚାରକମାନେ ରାଲି-ସଭା ଓ ରୋଡ୍ ସୋ କରି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବାଜି ଲଗାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସବୁଠାରୁ ଅଧିକ ନିର୍ବାଚନୀ ସଭା କରିଥିଲେ। ଏହି ବଡ଼ ବଡ଼ ନେତାମାନେ ଯେଉଁ ଜିଲ୍ଲାରେ ସଭା କରିଥିଲେ ସେଠାରେ ବିଜେପି କିମ୍ବା କଂଗ୍ରେସର ପ୍ରଦର୍ଶନ କେମିତି ଥିଲା ସେ ସମ୍ପର୍କରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ୧୪ଟି ଜିଲ୍ଲାରେ ୧୨ଟି ସଭା ଓ ୨ଟି ରୋଡ୍ ସୋ, ୬୩.୪୬% ପ୍ରଦର୍ଶନ ବିଜେପିର ନିର୍ବାଚନ ପ୍ରଚାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଜସ୍ଥାନରେ ମଧ୍ୟ କଂଗ୍ରେସ ମାଗଣା ଯୋଜନା ଏବଂ ମୁଦ୍ରାସ୍ଫୀତି ରିଲିଫ ଶିବିର…
ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିପୁଳ ଜନଭାଗିଦାରୀ ସହ ଜାରି ରହିଛି। ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ପଞ୍ଚାୟତରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳୁଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଡୁମେରପାଣି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି। ଯାତ୍ରା ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହିତ ଚାଷୀମାନଙ୍କୁ ଡ୍ରୋନ ବ୍ୟବହାର ଜ୍ଞାନକୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ ନାଗରିକ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଯାତ୍ରା ଅବସରରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହ ନିଜ ଅନୁଭୂତି ପ୍ରକାଶ କରିଛନ୍ତି। ଏହି ଅବସରରେ…
ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି। ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ମୋଦି ସରକାରକୁ ଉଚ୍ଛେଦ କରିବା ପାଇଁ ଇଣ୍ଡି ମେଣ୍ଟର ଏକତା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଗୋଟିଏ ପଟେ ଲୋକସଭା ନିର୍ବାଚନର ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ ସମେତ ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି। ସେହିପରି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଖାତା ଖୋଲି ପାରିନଥିବା ସମାଜବାଦୀ ପାର୍ଟି କଂଗ୍ରେସର ପରାଜୟକୁ ନେଇ ନିଜ କଠୋର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଜୟ ଅପେକ୍ଷା ଅଧିକ ଖୁସି ଥିବା ଜଣାପଡ଼ିଛି। ସପା ନେତାମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ସ୍ଥିତିରେ ଏବେ ଇଣ୍ଡି ମେଣ୍ଟରେ ବିଭାଜନ ଦେଖାଦେଇଛି। ଏମପି ନିର୍ବାଚନରେ ଖାତା ମଧ୍ୟ ଖୋଲିପାରିଲାନି ଏସପି ମଧ୍ୟପ୍ରଦେଶ ନିର୍ବାଚନ ସମୟରେ ଏସ୍ ବିଏସ୍ ପି ମୁଖ୍ୟ ଓପି ରାଜଭର ଅଭିଯୋଗ କରିଥିଲେ ଯେ…
ଭୁବନେଶ୍ବର: ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ। ସେ ନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ 5 ତାରିଖ ବା ଆଜିଠାରୁ ଏହି ଦୁଇଟି ରୁଟରେ ଚାଲିବ ମୋ ବସ ଏକ୍ସପ୍ରେସ ସେବ। ତେବେ ଯେଉଁ ଦୁଇଟି ରୁଟରେ ଏହି ମୋ ବସ ଚାଲିବା ପାଇଁ ନିଷ୍ପତି ହୋଇଛି ତାହା ହେଲା ଗୋଟିଏ ଭୁବନେଶ୍ବର ଏୟାରପୋର୍ଟରୁ ଯିବ କଟକ। ସେହିପରି ଅନ୍ୟ ବସଟି ଭୁବନେଶ୍ବର ଏୟାର ପୋର୍ଟରୁ ଯିବ ପୁରୀ। ଏହା ପୁରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇବ। ଖୁବ ଶିଘ୍ର ଆଉ ତିନୋଟି ନୂଆ ରୁଟରେ ବସ ଚଳାଚଳ ପାଇଁ ଘୋଷଣା ହେବ ବୋଲି କ୍ରୁଟ ତରଫରୁ କୁହାଯାଇଛି।
ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ପୋଷ୍ଟ ଅଫିସ ବିଲ-୨୦୨୩କୁ ସ୍ୱର ଭୋଟରେ ଅନୁମୋଦନ ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିବା ଏବଂ ଦେଶରେ ଡାକଘର ଆଇନକୁ ସୁଦୃଢ଼ ଏବଂ ସଂଶୋଧନ କରିବା। ଏହି ଆଇନ ଜରିଆରେ ଅନେକ ପ୍ରକ୍ରିୟାକୁ ସରଳ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଡାକଘରଗୁଡ଼ିକର ବିକଶିତ ଭୂମିକାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପରିବର୍ତ୍ତନ କରାଯାଇଛି। ଏଗୁଡ଼ିକୁ ନାଗରିକ କେନ୍ଦ୍ରୀତ ସେବାର କେନ୍ଦ୍ରଭାବେ ବିକଶିତ କରିବାକୁ ଯୋଜନା କରାଯାଇଛି। ଏହାକୁ ନେଇ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସମ୍ବୋଧିତ କରିଥିଲେ। ସବୁଠାରୁ ବଡ଼ ଆଶଙ୍କା ଥିଲା ଘରୋଇକରଣକୁ ନେଇ। ଡାକଘରଗୁଡ଼ିକୁ ସେବା ପ୍ରଦାନକାରୀ କରି ବ୍ୟାଙ୍କରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡାକଘର ବିଲ କ’ଣ? ୧୨୫ ବର୍ଷ ପୁରୁଣା ଡାକଘର ଆଇନରେ…
ନୂଆଦିଲ୍ଲୀ: ଡିସେମ୍ବର ୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡି ମେଣ୍ଟର ବୈଠକ ବିଷୟରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର କହିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉତ୍ତରବଙ୍ଗରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି, ଇଣ୍ଡି ମେଣ୍ଟ ବୈଠକ ବିଷୟରେ ମୁଁ ଜାଣେ ନାହିଁ। ବୈଠକ ବିଷୟରେ କେହି ମୋତେ କହିନଥିଲେ କି ଫୋନ ଆସିନାହିଁ। କୌଣସି ସୂଚନା ମଧ୍ୟ ନାହିଁ। ଡିସେମ୍ବର ୬ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରବଙ୍ଗରେ ମୋର କାର୍ଯ୍ୟକ୍ରମ ରହିଛି। ମୁଁ ଅନ୍ୟ ଯୋଜନା କରିଥିଲି। ବର୍ତ୍ତମାନ ଯଦି ସେମାନେ ମୋତେ ଡାକନ୍ତି, ତେବେ ମୁଁ ଯୋଜନା କିପରି ପରିବର୍ତ୍ତନ କରିବି। ଯଦି ସେମାନେ ମୋତେ କହିଥାନ୍ତେ ତେବେ ମୁଁ ଯାଇଥାନ୍ତି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମମତା ବାନାର୍ଜୀ ଉତ୍ତରବଙ୍ଗରେ ଏକ କାର୍ଯ୍ୟକ୍ରମ ଥିବାରୁ ଏହି ବୈଠକରେ ଯୋଗ ଦେବେ ନାହିଁ। ତେବେ ଡିସେମ୍ବର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଏମ୍.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି ଯେ, ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

