Author: Samikhsya Bureau

ନୂଆଦିଲ୍ଲୀ: ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ  ଆଲୋଚନା ଚକ୍ରର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରର ଶୀର୍ଷକ ରହିଛି  “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ” । ଏହା ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି…

Read More

ନୂଆଦିଲ୍ଲୀ: ଡିସେମ୍ବର ୪, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ପରିଦର୍ଶନରେ ଯିବେ। ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଂଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ପରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗ ଠାରେ ନୌସେନା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ଓ ସ୍ବତନ୍ତ୍ର ବାହିନୀର ପରୀକ୍ଷାମୂଳକ ପ୍ରଦର୍ଶନ ପ୍ରସ୍ତୁତିକୁ ସିନ୍ଧୁ ଦୁର୍ଗର ତାରକାର୍ଲ ବେଳାଭୂମିରୁ ଅବଲୋକନ କରିବେ। ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ନୌସେନା ଦିବସ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ “ନୌସେନା ଦିବସ-୨୦୨୩” ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶିବାଜୀ ମହାରାଜାଙ୍କ ମୋହରକୁ ଗତବର୍ଷ ନୂତନ ନୌସେନା ପ୍ରତୀକ ଭାବେ ଗ୍ରହଣ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପ୍ରଥମ ଭାରତୀୟ ଏୟାର କ୍ରାଫ୍ଟ କ୍ୟାରିଅର ଆଇଏନଏସ…

Read More

ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଚଳନ୍ତା ଟ୍ରେନରୁ ଖସି ଜଣେ ଅଜଣା ଯାତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଧିକ ସଂକଟାପନ୍ନ ହେବାରୁ ଯାତ୍ରୀଙ୍କୁ ଭୁବନେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟାରେ ଗଙ୍ଗାଧର ପୁର ରେଳ ଷ୍ଟେସନ ନିକଟରେ ଜଣେ ରେଳ ଯାତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଚିଲିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ.। ଖବର ପାଇ ଅଗ୍ନିଶମ ବାହିନୀର ଯବାନ ମାନେ ଘଟଣା ସ୍ଥଳରେ ପହଁଚି ଗୁରତର ଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଯାତ୍ରୀ ଙ୍କୁ ଭୁବନେଶ୍ୱର  ସ୍ଥାନାନ୍ତର କରାଯାଇଛି। ଗୁରତର ଯାତ୍ରୀଙ୍କର ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାବେ ଦୁଇ ଖଣ୍ଡ ହୋଇ ଯାଇଛି। ଯାତ୍ରୀଙ୍କ ର ପରିଚୟ ମିଳି ପାରିନାହିଁ।

Read More

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ହିଂଜାମୁରା ନିକଟସ୍ଥ ସିରଗିଡା ନାଳ ବୁଲାଣିରେ ଏକ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ବାଟଗାଁ ଗ୍ରାମର ବାବୁଲି ଦେହୁରୀ (୪୪)ବୋଲି ଜଣାପଡିଛି। ସୂଚନା ଅନୁସାରେ ବାବୁଲି ଗତକାଲି ସଂନ୍ଧ୍ୟା ୮ଟା ବେଳେ ବାଟଗାଁ ରୁ ବାଇକ ଯୋଗେ ନାକଟିଦେଉଳ ପଟକୁ ଆସୁଥିବା ବେଳେ ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ବାବୁଲାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ରେଢ଼ାଖୋଲ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି। ଆଜି ଦୁର୍ଘଟଣା ଘଟାଇଥିବା କାର୍ କୁ ରେଢାଖୋଲ ନିକଟସ୍ଥ ଏକ ଢାବା ନିକଟରୁ ଜବତ କରାଯାଇଛି। ହେଲେ ଗାଡି ଚାଳକ ଫେରାର୍ ଥିବା ଜଣା ପଡିଛି। ମୃତକଙ୍କ ସାନ ଭାଇଙ୍କ ଅଭିଯୋଗ ସାହେବୀ ଗ୍ରାମର ସରପଞ୍ଚ ରାମଚନ୍ଦ୍ର ସାହୁ…

Read More

ନୂଆଦିଲ୍ଲୀ: ପଞ୍ଚମ ଆୟୁର୍ବେଦ ଗ୍ଲୋବାଲ ଫେଷ୍ଟିଭାଲ ୨୦୨୩ କେରଳସ୍ଥିତ ତିରୁବନ୍ତପୁରମ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୁର୍ବେଦ ମହାକୁମ୍ଭକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀଶ ଧନଖର ଶୁଭ ଉଦଘାଟନ କରିଛନ୍ତି। ସେ ସହିଛନ୍ତି ଯେ, ଆମ ଦେଶର ଏହି ଶାଶ୍ୱତ ଚିକିତ୍ସା ଶାସ୍ତ୍ର ରେ ଲୁଚି ରହିଛି ଶତାୟୁ ହେବାର ରହସ୍ୟ ଯାହାକୁ ଭରସା କରି ଆମର ପୂର୍ବଜ ମାନେ ମହର୍ଷି ଚରକ, ସୁଶୃତ ଙ୍କ ଚିକିତ୍ସା ଶାସ୍ତ୍ର କୁ ଉପଯୋଗ କରି ଦୀର୍ଘାୟୁ ହୋଇପାରୁଥିଲେ। ଆଜି ସେଇ ଆୟୁର୍ବିଜ୍ଞାନକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଦେଶ ବିଦେଶରେ ଗୁରୁତ୍ୱ ପ୍ରଦାନ କରାଯାଉଛି,ଏହା ଉପରେ ଗବେଷଣା କରିବାର ସମୟ ଆସିଯାଇଛି। ଭାରତ ସରକାରଙ୍କ ମିନିଷ୍ଟ ଅଫ ଆୟୁଷ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆୟୁର୍ବେଦିକ ମହାକୁମ୍ଭ ରେ୭୫ଦେଶରୁ୭୫୦୦ ବିଦେଶ ପ୍ରତିନିଧି ଯୋଗ ଦେଇଛନ୍ତି। ଆନ୍ତର୍ଜାତୀୟ ଆଲୋଚନା ଚକ୍ର, ଜାତୀୟ ଆୟୁଷ ଆରୋଗ୍ୟ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ – ଏହିପରି ୧୯ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜିର ବୈଠକରୁ ଜଣାଯାଇଛି।…

Read More

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜନୀତି ଚରମ ସୀମାରେ ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅନଲାଇନ୍ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ମଧ୍ୟ ନିଜ ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସେ ଅନଲାଇନ୍ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ୱେବସାଇଟ୍, ଏପିକେ, ଟେଲିଗ୍ରାମ, ଇନଷ୍ଟାଗ୍ରାମ ଆକାଉଣ୍ଟ, ୟୁଆରଏଲ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବାକୁ ଦାବି କରିଛନ୍ତି। ଅନଲାଇନ୍ ବେଟିଂ, ଗେମିଂ ଜରିଆରେ ବେଆଇନ ଜୁଆ ଓ ବେଟିଂ ବ୍ୟବସାୟର ଦେଶବ୍ୟାପୀ ପ୍ରସାର ହୋଇଛି। ବିଦେଶରେ ବସି ଏହାର ଅପରେଟରମାନେ ବେଆଇନ କାରବାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ମହାଦେବ ବେଟିଂ ଆପ୍ ମାମଲାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଅଭିଯୁକ୍ତ କରାଯାଇଥିଲା। ମହାଦେବ ବେଟିଂ…

Read More

ତାଙ୍କୁ ସଂସଦରୁ ବହିଷ୍କାର କରିବା ଏକ ଗମ୍ଭୀର ଦଣ୍ଡ ଏହାକୁ ପୁନର୍ବାର ବିଚାର କରାଯିବା ଉଚିତ ନୂଆଦିଲ୍ଲୀ: ଡିସେମ୍ବର ୪ରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ଅଧୀର ରଞ୍ଜନ କହନ୍ତି- ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦରୁ ବହିଷ୍କାର କରିବା ଅତ୍ୟନ୍ତ ଗମ୍ଭୀର ଦଣ୍ଡ ହେବ, ଯାହାର ବହୁତ ପ୍ରଭାବ ପଡ଼ିବ। ସଂସଦୀୟ କମିଟିଗୁଡ଼ିକର କାର୍ଯ୍ୟକାରିତା ପାଇଁ ନିୟମ ଓ ପ୍ରକ୍ରିୟାକୁ ପୁନର୍ବିଚାର କରାଯିବା ଦରକାର। ମୁଁ ଅଧିକାର କମିଟି, ନୈତିକତା କମିଟି ଭଳି ଲୋକସଭା ସଦସ୍ୟଙ୍କ ସ୍ୱାର୍ଥ ଏବଂ ଅଧିକାର ବିଷୟରେ ଚିନ୍ତିତ। ମହୁଆ ମୋଇତ୍ରା ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୪ ତାରିଖ ସୋମବାର ଲୋକସଭାର ନୈତିକତା କମିଟି ଏହି ପ୍ରସଙ୍ଗରେ ନିଜର ରିପୋର୍ଟ ଦାଖଲ…

Read More

ମୁଣ୍ଡଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ତଥା ଖେଳୁଆଡ ମନୋଭାବ ତିଆରି କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମୁଣ୍ଡଳୀ ଠାରେ ପିଏମ  ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ ଫର୍ ସ୍କୁଲ୍ (F4S) କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ  ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ଓ ଜବାହର ନବୋଦୟ ବିଦ୍ୟାଳୟ(ଜେଏନଭି)ର ମିଳିତ ପ୍ରୟାସରେ ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ମୋଟ ୭୪୨ଟି ଜିଲ୍ଲାରେ ୧ ଲକ୍ଷ ୫୩ ହଜାର ସ୍କୁଲରେ…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଦୁଇ ଦିନ ଧରି ଚାଲିଥିବା ସ୍କିଲ ଡେଭଲପ କ୍ୟାମ୍ପ ଆଜି ଉଦଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହେଉଥିଲା। ଏହି କାର୍ଯ୍ୟକ୍ରମ ରଣପୁର କ୍ଲଷ୍ଟର କଣ୍ଡରାସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସନ୍ତୋଷ କୁମାର ମହପାତ୍ର, ମାନସ ରଂଜନ ପାଲଟାସିଂହ, ସୁଜାତା ସାହୁ, ସିଆରସିସି ସୁଶୀଲ କୁମାର ରଣା, ସିଆରସିସି ଜ୍ୟୋତି ରଞ୍ଜନଙ୍କ ସହଯୋଗରେ ପରିଚାଳିତ ହେଉଥିଲା। ଏଥିରେ ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇ ବିଭିନ୍ନ ହସ୍ତଶିଳ୍ପ ଓ ଅନ୍ୟାନ୍ୟ କୌଶଳ ତାଲିମ ଗ୍ରହଣ କରିଥିଲେ। ଏଥିରେ ସୁରେଶ ଚନ୍ଦ୍ର ଶତପଥୀ, ଚିତ୍ତ ରଞ୍ଜନ ବାରିକ, ଶରତ ଚନ୍ଦ୍ର ମହାରଣା, ନୃସିଂହ ଚରଣ ଚୌଧୁରୀ, ସନ୍ତୋଷ ମୁଦୁଲି, ସୁଦର୍ଶନ ପଢିହାରୀ ପ୍ରମୁଖ ଯୋଗ, କାଗଜ, ନଡ଼ିଆ କତା, ପପେଟ ଓ ମୁଖା ପ୍ରସ୍ତୁତି,…

Read More

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ସରକାର ଶନିବାର କହିଛନ୍ତି ଯେ ସେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀମାନେ ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ ଗୃହ ଆଲୋଚନାରେ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ ଅଛି ଏବଂ କୌଣସି ବାଧା ସୃଷ୍ଟି ହେବ ନାହିଁ। ଶୀତ କାଳୀନ ଅଧିବେଶନର କାର୍ଯ୍ୟସୂଚୀ ଉପରେ ଆଲୋଚନା କରିବାକୁ ଶନିବାର ରାଜନୈତିକ ଦଳର ନେତାମାନେ ବୈଠକ କରିଥିଲେ। ପୁରୁଣା ଅପରାଧିକ ଆଇନ, ମୁଦ୍ରାସ୍ଫୀତି, ତଦନ୍ତକାରୀ ଏଜେନ୍ସିର ଅପବ୍ୟବହାର ଏବଂ ମଣିପୁରକୁ ବଦଳାଇବା ପାଇଁ ଇଂରାଜୀରେ ଅଣାଯାଉଥିବା ତିନୋଟି ବିଲ ଉପରେ ଆଲୋଚନା କରିବାକୁ ବିରୋଧୀ ନେତାମାନେ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ବୈଠକରେ ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ବାତାବରଣ ସୃଷ୍ଟି ହେବା ସହ କୌଣସି ବାଧା…

Read More

ବାଲୁଗାଁ: ଆଜି ସନ୍ଧ୍ୟାରେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ପାଇକସାହିରୁ ଜଣେ ନାବାଳକାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ମୁତାବକ ବଡ଼କୁଳ ପାଇକସାହିରେ ଦୀର୍ଘ ଦିନ ଧରି ଭଡାରେ ରହୁଥିବା ଭ୍ରମର ମାଝୀଙ୍କ ସାନ ପୁଅ ମଳୟ ମୋହନ ମାଝି (୧୭) କୌଣସି କାରଣରୁ ଘରେ ବେକରେ ଏକ ଲୁଙ୍ଗି ବାନ୍ଧି ଝୁଲି ପଡ଼ିଥିଲେ। କିଛି ସମୟ ପରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ମଳୟକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମଳୟଙ୍କ ବିୟୋଗରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ଦେଖାଦେଇଥିବା ବେଳେ ପରିବାରବର୍ଗ ହତୋତ୍ସାହିତ ହୋଇପଡିଛନ୍ତି। ମୃତକ ଜଣକ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା…

Read More

ମୁମ୍ବାଇ: ରିଲାଏନ୍ସ ଜିଓ ଓ ଟିଏମ୍ ଫୋରମ୍‌‌ର ମିଳିତ ସହଯୋଗରେ ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ କର୍ପୋରେଟ୍ ଆଇଟି ପାର୍କଠାରେ ପ୍ରଥମ ଟିଏମ୍ ଫୋରମ୍ ଇନୋଭେସନ୍ ହବ୍‌‌ର ଶୁଭାରମ୍ଭ କରାଯାଇଛି। ଏହି ଶିଳ୍ପର ପ୍ରଥମ ଧରଣର ଏହି ଇନୋଭେସନ ହବ୍ ଜେନେରେଟିଭ୍ ଏଆଇ (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍‌‌ଏଲ୍‌‌ଏମ୍‌‌) ଓ ଓପନ୍ ଡିଜିଟାଲ୍ ଆର୍କିଟେକ୍‌‌ଚର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିବ ଯାହା ଦ୍ୱାରା ସମଗ୍ର ଶିଳ୍ପ ଜଗତ ଉପକୃତ ହେବ। ଏହ କାର୍ଯ୍ୟକ୍ରମରେ ଆସେଂଚର, ଡ୍ୟୁସ୍ ଟେଲିକମ୍‌‌, ଗୁଗୁଲ କ୍ଲାଉଡ ଅରେଂଜ୍‌‌, ଟେଲିନର ଓ ଭୋଡାଫୋନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ୱସ୍ତରରୀୟ ସଫ୍ଟୱେର ପ୍ରତିଭାଙ୍କ କେନ୍ଦ୍ର ସ୍ଥଳ ହୋଇଥିବାରୁ ପ୍ରଥମ ଇନୋଭେସନ ହବ୍ ଲାଗି ମୁମ୍ବାଇକୁ ଚୟନ କରାଯାଇଥିଲା। ଏହି ହବ୍‌‌ରେ ଟେଲିକମ୍ ଓ ପ୍ରଯୁକ୍ତି ଶିଳ୍ପର ପ୍ରତିଭାମାନେ ହାଇବ୍ରିଡ୍ ଟିମ୍ ଭାବେ କାମ କରି ଶିଳ୍ପର ଏହି ସବୁଠୁ ବଡ଼ ଆହ୍ୱାନ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ବ୍ଳକ ଅନ୍ତର୍ଗତ କରଚୁଲି ପଞ୍ଚାୟତ ପଡିଆଭଙ୍ଗା ଗ୍ରାମରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୯ ବଖରା ଘର ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଅନ୍ୟ ପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ଧୈର୍ଯ୍ୟ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି ସେଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ବେହୁରା କଂଗ୍ରେସ ଦଳ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ବେହୁରାଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ମନୋଜ କୁମାର ପତି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ। କେନ୍ଦ୍ରାପଡା ପାଟକୁରାର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମନୀଷା ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ଅନ୍ୟ ଦଳମାନଙ୍କ ଅପେକ୍ଷା…

Read More

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ। ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ  ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି। ସେମାନେ ସମ୍ବଲପୁର, ପୁରୀ…

Read More

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ,ରାୟଗଡ଼ା,ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି । ଏହି ପରିପେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗ, ଯୁଗ୍ମ ନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ଶିକ୍ଷା, ଓୟୁଏଟି ଏବଂ ସମ୍ପୃକ୍ତ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ ଫସଲର ବିଶେଷ କରି ଧାନ, ମାଣ୍ଡିଆ, କପା, ଆଳୁ ଏବଂ ଅନ୍ୟାନ୍ୟ ପନିପରିବାର ଅବସ୍ଥା ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା…

Read More

ଭୁବନେଶ୍ବର: ଆଜି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଚିଲିକାରେ କିଏ ବିଜେଡି ଟିକେଟ ପାଇବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହିପରି ସ୍ଥିତିରେ ରଘୁନାଥଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିବା ନେଇ ସାଧାରଣରେ ଆଲୋଚନା ଚାଲିଛି। ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବର୍ତ୍ତମାନ ସୁଦ୍ଧା ବିଜେଡି ଦଳକୁ ଫେରାଇ ନେଇ ନାହିଁ। ଅନ୍ୟପକ୍ଷରେ ପ୍ରଶାନ୍ତ ବିଜେପିରେ ଯୋଗ ଦେବେ ବୋଲି ବିଜେଡି ତରଫରୁ କୁହାଯାଉଛି। ଫଳରେ ସେ ପୁଣି ଆଉ ବିଜେଡିକୁ ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରି କ୍ଷେତ୍ରରେ ଚିଲିକାରୁ ରଘୁନାଥ ନା ପ୍ରଶାନ୍ତ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ରଘୁନାଥଙ୍କ ପାଣ୍ଡିଆନଙ୍କ ସହ ସାକ୍ଷାତ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜର ଚତୁର୍ଥ ମ୍ୟାଚ୍ ରାୟପୁରରେ ଖେଳାଯାଇଥିଲା। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦ ରନରେ ଜିତି ସିରିଜକୁ ୩-୧ରେ କବଜା କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୪ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ୧୭୫ ରନ୍ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ସ୍ପିନ୍ ବୋଲରଙ୍କ ସହାୟତାରେ ଭାରତ ଅଷ୍ଟ୍ରେଲିଆକୁ ୧୫୪ ରନ୍ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା ଏବଂ ମ୍ୟାଚ୍ ୨୦ ରନ୍ ରେ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବିଜୟ ପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପଛକୁ ଠେଲି ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ଭାରତୀୟ ଦଳ ଟି -୨୦ ଆନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ମ୍ୟାଚ୍ ଜିତିଥିବା ଦଳ ହୋଇପାରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଟି -୨୦ ଆନ୍ତର୍ଜାତୀୟ ଫର୍ମାଟରେ…

Read More

ସ୍ୱାସ୍ଥ୍ୟ ଟିପ୍ସ: କଖାରୁ ହେଉଛି ଏକ ସୁପରଫୁଡ୍ ଯାହାର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି କଖାରୁ ସହିତ ଏହାର ହଳଦିଆ ଏବଂ ସୁନ୍ଦର ଫୁଲ ମଧ୍ୟ ଗୁଣର ଏକ ଖଣି ଅଟେ। ଏହି ଫୁଲ ଖାଦ୍ୟ ପାଇଁ ବ୍ୟବହୃତ ହୁଏ। ଏହି ଫୁଲର ପୁଷ୍ଟିକର ଖାଦ୍ୟ ବିଷୟରେ କହିବାକୁ ଗଲେ, କଖାରୁ ଫୁଲରେ କ୍ୟାଲସିୟମ, ଫସଫରସ୍, ଭିଟାମିନ୍, ଖଣିଜ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ଏବଂ ଏହି ଉପାୟରେ ଏହି ଫୁଲ ଆମକୁ ଅନେକ ରୋଗ ବିରୋଧରେ ଲଢିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା କଖାରୁ ଫୁଲ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ…. କଖାରୁ ଫୁଲ ଖାଇବାର ଲାଭ: ୧. କଖାରୁ ଫୁଲରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ଆମେ ଦୂରରେ ରହିଥାଉ।…

Read More