ସ୍କିଲ ଡେଭଲପ କ୍ୟାମ୍ପ ଉଦଯାପିତ

Published: Dec 2, 2023, 8:28 pm IST

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଦୁଇ ଦିନ ଧରି ଚାଲିଥିବା ସ୍କିଲ ଡେଭଲପ କ୍ୟାମ୍ପ ଆଜି ଉଦଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହେଉଥିଲା।

ଏହି କାର୍ଯ୍ୟକ୍ରମ ରଣପୁର କ୍ଲଷ୍ଟର କଣ୍ଡରାସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସନ୍ତୋଷ କୁମାର ମହପାତ୍ର, ମାନସ ରଂଜନ ପାଲଟାସିଂହ, ସୁଜାତା ସାହୁ, ସିଆରସିସି ସୁଶୀଲ କୁମାର ରଣା, ସିଆରସିସି ଜ୍ୟୋତି ରଞ୍ଜନଙ୍କ ସହଯୋଗରେ ପରିଚାଳିତ ହେଉଥିଲା। ଏଥିରେ ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇ ବିଭିନ୍ନ ହସ୍ତଶିଳ୍ପ ଓ ଅନ୍ୟାନ୍ୟ କୌଶଳ ତାଲିମ ଗ୍ରହଣ କରିଥିଲେ। ଏଥିରେ ସୁରେଶ ଚନ୍ଦ୍ର ଶତପଥୀ, ଚିତ୍ତ ରଞ୍ଜନ ବାରିକ, ଶରତ ଚନ୍ଦ୍ର ମହାରଣା, ନୃସିଂହ ଚରଣ ଚୌଧୁରୀ, ସନ୍ତୋଷ ମୁଦୁଲି, ସୁଦର୍ଶନ ପଢିହାରୀ ପ୍ରମୁଖ ଯୋଗ, କାଗଜ, ନଡ଼ିଆ କତା, ପପେଟ ଓ ମୁଖା ପ୍ରସ୍ତୁତି, ମାଟିରେ ବିଭିନ୍ନ ଜିନିଷ ପ୍ରସ୍ତୁତି ଏବଂ ଚିତ୍ରକଳା ଆଦି ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।

ଏହି ଭଳି କାର୍ଯ୍ୟକ୍ରମରେ ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ଯୋଗ ଦେଇ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭଳି କାର୍ଯ୍ୟକ୍ରମ ସବୁବେଳେ ହେଲେ ବହୁତ ଭଲ ହୁଅନ୍ତା ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି। ଅଭିଭାବକମାନେ ମଧ୍ୟ ଖୁବ ଆଗ୍ରହର ଏହି ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜିନିଷ ଶିଖି ପାରୁଛନ୍ତି ବୋଲି ମତ ଦେଇଛନ୍ତି। ଅନ୍ତର୍ଣିବେଶି ଶିକ୍ଷା ସ୍ବେଚ୍ଛାସେବୀ ଗୋପାଳ କୃଷ୍ଣ ଜେନା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଣ୍ଡରାସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍କଣ୍ଡ ଦାଶ, ବିଶ୍ୱ ମୋହନ ମିଶ୍ର, ଶ୍ରଦ୍ଧାଞ୍ଜଳି ମାର୍ଥାଙ୍କ ସହ ପାଚିକାମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ।

Related posts