ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ ଚର୍ମର ଶୁଷ୍କତା ଦେଖାଯାଏ। ବେଳେବେଳେ ଏହି ଶୁଷ୍କତା ଏତେ ବଢିଯାଏ ଯେ, ମାଛ ପରି ଆମ ଚର୍ମ ଦେଖାଯିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଶୀତଦିନେ ଆପଣଙ୍କ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାରର ଚର୍ମକୁ ଫିସ ସ୍କେଲ ସ୍କିନ ମଧ୍ୟ କୁହାଯାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ସେହି ଟିପ୍ସଗୁଡ଼ିକ ହେଉଛି- ଫିସ ସ୍କେଲ ସ୍କିନର ଏହା ହେଉଛି ଲକ୍ଷଣ: – ଫିସ ସ୍କେଲ ସ୍କିନ ଦ୍ଵାରା ଚର୍ମ ବହୁତ ଶୁଷ୍କ ହୋଇଯାଏ ଏବଂ ମାଛର ବାହ୍ୟ ପୃଷ୍ଠ ପରି ଦେଖାଯାଏ। – ଏହା ସହିତ ଚର୍ମ ଉପରେ ମଇଳା ଜମି ରହିବାକୁ ଲାଗେ। – ତ୍ୱଚାରେ ବହୁତ କୁଣ୍ଡେଇ ହେବା ଆରମ୍ଭ…
Author: Samikhsya Bureau
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସଞ୍ଜୟ ସିଂଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଇଡି ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅକ୍ଟୋବର ୨୦୨୩ ରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଶକ୍ତିଶାଳୀ ନେତା ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା। ସେବେଠାରୁ ସଞ୍ଜୟ ସିଂ ତିହାର ଜେଲରେ ଅଛନ୍ତି। ସେ ରାଉସ୍ ଆଭେନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଏଥିରେ ସଫଳତା ପାଇନାହାଁନ୍ତି।
ନୂଆଦିଲ୍ଲୀ: ଗୁଜୁରାଟର ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର ଶୁକ୍ରବାର ଦିନ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ରାଜ୍ୟରେ ହୃଦଘାତ ଯୋଗୁଁ ସମୁଦାୟ ୧,୦୫୨ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରୁ ୮୦ ପ୍ରତିଶତ ୧୧-୨୫ ବୟସ ବର୍ଗରେ ଥିଲେ। ଡିଣ୍ଡୋର କହିଛନ୍ତି ଯେ, ହୃଦଘାତ ମାମଲାକୁ ଦୃଷ୍ଟିରେ ରଖି ପ୍ରାୟ ଦୁଇ ଲକ୍ଷ ସ୍କୁଲ ଶିକ୍ଷକ ଏବଂ କଲେଜ ପ୍ରଫେସରଙ୍କୁ ସିପିଆର ରେ ତାଲିମ ଦିଆଯିବ। ଛଅ ମାସ ମଧ୍ୟରେ ଗୁଜୁରାଟରେ ହୃଦଘାତ ଯୋଗୁଁ ଅନେକ ମୃତ୍ୟୁ ଘଟିଛି: ଗାନ୍ଧିନଗରରେ ଗଣମାଧ୍ୟମକୁ ଡିନ୍ଦୋର କହିଛନ୍ତି, “ଗୁଜୁରାଟରେ ଗତ ୬ ମାସ ମଧ୍ୟରେ ହୃଦଘାତ ଯୋଗୁଁ ୧,୦୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ୧୧ ରୁ ୨୫ ବର୍ଷ ବୟସ ବର୍ଗରେ ଥିଲେ ଏବଂ ଏହି ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ମୋଟାପଣର କୌଣସି ଅଭିଯୋଗ ହୋଇନଥିଲା। ୧୦୮ ଆମ୍ବୁଲାନ୍ସ ସେବା ହୃଦ୍ ରୋଗ ସମ୍ବନ୍ଧୀୟ ଦୈନିକ…
ଭୁବନେଶ୍ବର: ଶେଷରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ଚାକିରୀ ଗଲା। ତାଙ୍କୁ ଆଜି ରାଜ୍ୟ ସରକାର ବହିସ୍କୃତ କରିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା। ଏହି ଟଙ୍କା କେଉଁଠୁ ଆସିଲା ବୋଲି ସେ ସଠିକ ଉତ୍ତର ଦେଇପାରି ନ ଥିଲେ। ଫଳରେ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ 28 ତାରିଖରେ ଭିଜିଲାନ୍ସ ସୁଶାନ୍ତଙ୍କୁ ବସ ଭିତରୁ ଟଙ୍କା ସହ ଠାବ କରିଥିଲା। ଏହାପରେ ତାଙ୍କ ଥାନା ଅଫିସ, ବୈପାରୀଗୁଡା ବାସଭବନ ଏବଂ କଟକ ବାସଭବନ ଉପରେ ଚଢାଉ କରାଯାଇଥିଲା। ଏଥିରେ କଟକ ଘରୁ ପାଖାପାଖି ୨୭ ଲକ୍ଷ ଓ ବୈପାରୀଗୁଡା ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ମିଳିଥିଲା।
ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ଆନ୍ଧ୍ରପ୍ରଦେଶ କୃଷ୍ଣ ନଦୀ ଉପରେ ଥିବା ନାଗାର୍ଜୁନ ସାଗର ଡ୍ୟାମକୁ କବଜା କରିଥିଲା। ନାଗାର୍ଜୁନ ସାଗର ଡ୍ୟାମକୁ ନିଜ ନିୟନ୍ତ୍ରଣକୁ ନେଇ ଜଳ ଛାଡିବା ଯୋଗୁଁ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଗୁରୁବାର ରାତି ପ୍ରାୟ ୨ ଟା ବେଳେ ଯେତେବେଳେ ତେଲେଙ୍ଗାନାର ଅଧିକାଂଶ ଅଧିକାରୀ ନିର୍ବାଚନ ବ୍ୟବସ୍ଥାରେ ବ୍ୟସ୍ତ ଥିଲେ, ସେତେବେଳେ ଆନ୍ଧ୍ରପ୍ରଦେଶର ପ୍ରାୟ ୭୦୦ ପୋଲିସ ଡ୍ୟାମ ଉପରେ କବଜା କରିଥିଲେ, ଡାହାଣ କେନାଲ ଖୋଲିଥିଲେ ଏବଂ ଘଣ୍ଟା ପ୍ରତି ୫୦୦ କ୍ୟୁସେକ୍ ପାଣି ଛାଡିଥିଲେ। ଆନ୍ଧ୍ରପ୍ରଦେଶ ଜଳସେଚନ ମନ୍ତ୍ରୀ ଅମ୍ବାତି ରାମବାବୁ ଗୁରୁବାର ସକାଳେ ଟ୍ୱିଟରରେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି ଯେ, ଆମେ କୃଷ୍ଣ ନଦୀର ନାଗାର୍ଜୁନ ସାଗର ଡ୍ୟାମର ଡାହାଣ କେନାଲରୁ ପାନୀୟ ଜଳ ପାଇଁ ଜଳ ମୁକ୍ତ କରୁଛୁ। ଏହା ସହିତ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶ…
ଭୁବନେଶ୍ୱର: କଟକସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ। ଏନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। “ବୋସ୍ ଏବଂ ବିପିଏଫଟିଆଇ ଓଡ଼ିଶାର ଦୁଇଟି ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ। ଏହି ଦୁଇ ଅନୁଷ୍ଠାନର ପୂର୍ତ୍ତି ଉତ୍ସବ ପାଳନ କରାଯିବା ଖୁସିର କଥା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ”, କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଏହି ପୂର୍ତ୍ତି ଉତ୍ସବ ପାଳନ ପାଇଁ ଦକ୍ଷତା ବିକାଶ ଓ…
ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି। କଞ୍ଚା ଲଙ୍କା ସିନେମା ହଲ୍’ ରେ ଏବେ ରିଲିଜ ହେଇସାରିଛି ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”। ଯଦୁମଣୀ ନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଲାରେଲାପା’ ଦିନେ ଗୋଟେ ପାର୍କରେ ଜଣେ ସ୍କୁଲ ପିଲା ହଜିଯାଇଥିବା ଲରେଲାପାକୁ ଖୋଜିବାରେ ବିଫଳ ହେଇ ରାତିରେ ସେହି ପାର୍କରେ ଶୋଇଥାଏ। ସେଦିନ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ତାଙ୍କୁ ଭେଟି ତାଙ୍କ ଘରେ ଛାଡିଦେବାକୁ କହିଥିଲେ, କିନ୍ତୁ ସେ ପିଲା ତାଙ୍କ ପିତାମାତାଙ୍କ ନିକଟକୁ ଯିବାକୁ ମନା କରିଦେଇଥିଲେ। ହେଲେ କ’ଣ ପାଇଁ ସେ ଛୋଟ ପିଲା ତାଙ୍କ ପିତାମାତାଙ୍କ ପାଖକୁ ଯିବା ପାଇଁ ମନା କରୁଛି? ତାହାହିଁ ହଉଛି ଆମ କାହାଣୀ କେବଳ ଓଡ଼ିଶାରୁ…
ଭୁବନେଶ୍ବର: ଶେଷରେ ଅନୁମାନ ସତ ହେଲା। ବଙ୍ଗୋପସାଗରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶେଷର ଗଭୀର ଅବପାତରେ ପରିଣତ ହୋଇଛି। ଏଥିସହିତ ଏହା ଧିରେଧିରେ ବଳିଷ୍ଠ ହେବାରେ ମଧ୍ୟ ଲାଗିଛି। ଯାହା ବାତ୍ୟା ସୃଷ୍ଟିର ସଙ୍କେତ ପ୍ରଦାନ କରିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା କାଲି ୩ ତାରିଖରୁ ୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ୫ ରୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଏପରିକି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ବାଣପୁର (ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ଅନୁଦାନ ଓ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।କ୍ରୀଡା,ସ°ସ୍କୃତି,ସାମାଜିକତା ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ।ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେସ୍ଥାନୀୟ ଲୋକପ୍ରତିନିଧି ମାନେ ଯୋଗଦେଇ ଏହି ଉତ୍ସବର ଗୌରବ ବୃଦ୍ଧି କରିଛନ୍ତି। ଏହି ସଭାରେ ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ମାନସ ରଞନ ମଙ୍ଗରାଜ ମୂଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ମାନସିଂହ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜା ଚକ୍ର,ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, କୁମାର ଜଗତ ବଲ୍ଲଭ ମହାରଥା,କୈଳାସ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠ ଗୁଡିକ ର ପୁନରୁଦ୍ଧାର କାମ, କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳ ର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦି ର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗ ର ପେଣ୍ଟିଂ କାମ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଅତିଥି ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁବ ରେଡ଼କ୍ରସ ପରାମର୍ଶଦାତା ଧୋବୀ ଚରଣ ପରିଡ଼ା, ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଓ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଏଡ଼ସର ଭୁତାଣୁର ଭୟାବହତା, କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସଠିକ ଜ୍ଞାନ ଦ୍ୱାରା ଏଡ଼ସ ଠାରୁ ଜୀବନ ରକ୍ଷା ଏବଂ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍-୨୮ରେ ‘ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍’ ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟିରସନ, ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିସେଲ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦେଶକୁ ଆମନ୍ତ୍ରଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ଏକ ପ୍ରଭାବଶାଳୀ ଜବାବୀ କାର୍ଯ୍ୟାନୁଷ୍ଠାନ ଭାବରେ ସ୍ୱେଚ୍ଛାକୃତ ପୃଥିବୀ-ଅନୁକୂଳ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭକୁ ଏକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି । ପ୍ରାକୃତିକ ପରିବେଶ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ପୁନରୁଦ୍ଧାର ପାଇଁ ବର୍ଜ୍ୟବସ୍ତୁ/ଅବକ୍ଷୟ ଜମି ଏବଂ ନଦୀ ଜଳଭଣ୍ଡାର ଅଞ୍ଚଳରେ ବୃକ୍ଷରୋପଣ ପାଇଁ ଗ୍ରୀନ୍ କ୍ରେଡିଟ୍ ଜାରି କରିବାକୁ ଏଥିରେ…
ନୂଆଦିଲ୍ଲୀ: ବିଏସ୍ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବିଏସ୍ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍ଏଫ୍ର ଭୂମିକାକୁ ମୁଁ ପ୍ରଶଂସା କରୁଛି।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 1 ଡିସେମ୍ବର 2023 ରେ ୟୁଏଇରେ ସିଓପି -28 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ଭେଟିଥିଲେ। ସିଓପି-୨୮ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଓପି-୨୮ରେ ସବୁଜ ଜଳବାୟୁ କାର୍ଯ୍ୟକ୍ରମ (ଜିସିପି) ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ର ସହ ଆୟୋଜନ କରିଥିବାରୁ ସେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନେତା ସେମାନଙ୍କର ବ୍ୟାପକ ଏବଂ ଗୁରୁତ୍ବପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଇସ୍ରାଏଲ-ହାମାସ ବିବାଦ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ଆସନ୍ତା ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଙ୍କୁ ନିମନ୍ତ୍ରଣ କରିଥିଲେ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସହଯୋଗ କରିଥିବାରୁ ୟୁଏନଏସଜିକୁ ଧନ୍ୟବାଦ ଜଣାଇଥିଲେ। ସେ ଜଳବାୟୁ ଲକ୍ଷ୍ୟ ହାସଲ ରେ ଭାରତର ପଦକ୍ଷେପ ଏବଂ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଉଭୟ ନେତା ଜଳବାୟୁ କାର୍ଯ୍ୟ, ଜଳବାୟୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା ଏବଂ ଜାତିସଂଘ ସମେତ ବହୁପକ୍ଷୀୟ ଶାସନ ଏବଂ ଆର୍ଥିକ ଅନୁଷ୍ଠାନର ସଂସ୍କାର ସମ୍ବନ୍ଧୀୟ ଗ୍ଲୋବାଲ ସାଉଥର ପ୍ରାଥମିକତା ଏବଂ ଚିନ୍ତା ଉପରେ ମତ ବିନିମୟ କରିଥିଲେ। ଜାତିସଂଘ ମହାସଚିବ ଜି-୨୦ ଅଧ୍ୟକ୍ଷତା ଅଧୀନରେ ସ୍ଥାୟୀ ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଏମଡିବି ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ୨୦୨୪ ମସିହାରେ ମିଳିତ ଜାତିସଂଘ ଶିଖର…
ନୂଆଦିଲ୍ଲୀ: ଏପ୍ରିଲ୍ ରୁ ନଭେମ୍ବର 2023 ମଧ୍ୟରେ ଭାରତୀୟ ରେଳ ପଣ୍ୟ ବୋଝେଇ କ୍ଷେତ୍ରରେ 1015.669 ନିୟୁତ ଟନ ହାସଲ କରିଛି ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 978.724 ନିୟୁତ ଟନ ତୁଳନାରେ ପ୍ରାୟ 36.945 ନିୟୁତ ଟନ ବୃଦ୍ଧି ହୋଇଛି। ଆୟ କ୍ଷେତ୍ରରେ ଭାରତୀୟ ରେଳବାଇ ଗତ ଆର୍ଥିକ ବର୍ଷର ନଭେମ୍ବର ମାସ ପର୍ଯ୍ୟନ୍ତ ଆୟ 105905.1 କୋଟି ଟଙ୍କା ତୁଳନାରେ 110007.5 କୋଟି ଟଙ୍କା ଆୟ କରିଛି ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ 4102.445 କୋଟି ଟଙ୍କା ଅଧିକ ଅଟେ। ନଭେମ୍ବର 2023 ରେ, ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 123.088 ନିୟୁତ ଟନ ତୁଳନାରେ ଚଳିତ ଆର୍ଥିକ ବର୍ଷରେ 128.419 ନିୟୁତ ଟନ ପଣ୍ୟ ବୋଝେଇ କରେଇପାରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 4.33% ଅଧିକ ଅଟେ। ଆୟ କ୍ଷେତ୍ରରୁ କେବଳ ନଭେମ୍ବର ମାସରେ…
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଥିଲେ। ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଲା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ ରଥରେ ନିଆଯାଇ ଥିଲା। ଏହା ପରେ ପରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଦ୍ୱାରା ଅଣାଯାଇଥିବା ବିଧିମୁତାବକ ସଜ୍ଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁ ବାନ୍ଧି ଏକ ସୁସଜ୍ଜିତ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ…
ଭୁବନେଶ୍ଵର: ଭାରତୀୟ ରେଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ) ର ୨୦୧୧ ବ୍ୟାଚ୍ ର ଅଧିକାରୀ ଅଶୋକ କୁମାର ମିଶ୍ର ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମିଶ୍ର ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ସମ୍ପନ୍ନ କରୁଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଇସ୍ରାଏଲ ରାଷ୍ଟ୍ରର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି କ୍ଷେତ୍ରରେ ଲାଗି ରହିଥିବା ଇସ୍ରାଏଲ – ହମାସ୍ ଯୁଦ୍ଧ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ। ଅକ୍ଟୋବର ୭ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ବନ୍ଧକ ଥିବା ଲୋକମାନଙ୍କର ମୁକ୍ତିକୁ ସ୍ୱାଗତ କରିଥିଲେ। ପ୍ରଭାବିତ ଲୋକମାନଙ୍କ ପାଇଁ ମାନବିକ ସହାୟତା ନିରନ୍ତର ଏବଂ ସୁରକ୍ଷିତ ଭାବେ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଆଲୋଚନା ଓ କୂଟନୀତି ମାଧ୍ୟମରେ ଇସ୍ରାଏଲ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଭାରତର ସମର୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି ହର୍ଜୋଗ ଭାରତର ଜି – ୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ (AIIMS) ଠାରେ ଐତିହାସିକ 10,000ତମ ଜନ ଔଷଧୀ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା 10 ହଜାରରୁ 25 ହଜାରକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା 10,000 ରୁ 25,000କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଅରୁଣାଚଳ ପ୍ରଦେଶର ନାମସାଇର ଲାକର ପାଲେଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ…
ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିରର ହେବ ରୂପାନ୍ତରିକରଣ। ନୂଆ ରୂପ ପାଇବ ବାଣପୁରର ଆରାଧ୍ୟ ଦେବୀ ମା ‘ ଭଗବତୀଙ୍କ ମନ୍ଦିର। ଶନିବାର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ତାହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀଯୁକ୍ତ ମଙ୍ଗରାଜ ଆଜି ଅପରାହ୍ନରେ ମନ୍ଦିରରେ ପହଞ୍ଚି ପୂଜକ ଓ ପାଳିଆ ମାଳିଙ୍କ ମାଧ୍ୟମରେ ମା’ଙ୍କର ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡେଇ ମନ୍ଦିରର ଉନ୍ନୟନ କାର୍ଯ୍ୟରମ୍ଭ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମସ୍ତ କାଉନସିଲର ଏବଂ ବିଜେଡିର ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଗତ ଡିସେମ୍ବରରେ ତତ୍କାଳୀନ ୫ଟି ସଚିବ ଏବଂ ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମନ୍ଦିର ଗସ୍ତ…

