Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିବେଶସ୍ଥଳୀ ଭାବେ ଭାରତକୁ ନେଇ ଉଦ୍ୟୋଗୀ ବେଶ୍ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଲେଖକ ତଥା ଉଦ୍ୟୋଗୀ ବାଲାଜୀ ଏସ୍ ଏକ୍ସ ପୋଷ୍ଟରେ ଭାରତକୁ ଏକ ପ୍ରାଚୀନ ସଭ୍ୟତା ବୋଲି କହିବା ସହ ଏକ ଷ୍ଟାର୍ଟଅପ୍ ଦେଶ ଭାବେ ଅଭିହିତ କରିଛନ୍ତି ଏବଂ ଭାରତର ସାମର୍ଥ୍ୟ ବାବଦରେ କହିଛନ୍ତି। ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଆପଣଙ୍କ ଆଶାବାଦିତାକୁ ମୁଁ ଭଲ ପାଏ ଏବଂ ଏହା ମଧ୍ୟ କହିବି ଯେ, ଯେବେ ନବସୃଜନର କଥା ଆସେ ଭାରତର ଲୋକ ଟ୍ରେଣ୍ଡ୍‌ସେଟର ସହ ଅଗ୍ରଣୀ ଥା’ନ୍ତି।  ଆମ ଦେଶରେ ନିବେଶ ପାଇଁ ଦୁନିଆକୁ ଆମେ ସ୍ୱାଗତ କରୁଛୁ। ଭାରତ କେବେ ନିରାଶ କରିବ ନାହିଁ।’

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବାର୍ଷିକୋତ୍ସବ ଅନୁ୍ଷ୍ଠିତ ହୋଇଯାଇଛି। ଏଥିରେ ପୁରାଣ ପୂଜା, ହନୁମାନ ଚାଳିଶା ପାଠ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ମାସ ବ୍ୟାପି ଚାଲିଥିବା ପୁରାଣ ପାଠ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି। ପୁରୋହିତ ଭାବେ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ଅଭିମନ୍ୟୁ ମହାପାତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏଥିରେ ପ୍ରାୟ ଛଅ ହଜାର ରୁ ଉର୍ଦ୍ଧ୍ଵ ଭକ୍ତ ମାନେ ପ୍ରସାଦ ସେବନ କରିଛନ୍ତି। ନୂଆଁଗଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଳଗୁଡିକ ମଧ୍ୟ ସେମାନଙ୍କ ସଂରକ୍ଷିତ ଏବଂ ମୁକ୍ତ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଛାଡିଛନ୍ତି। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ କରିଛି। ପାଣ୍ଡ୍ୟା ଦଳ ଛାଡିବା ମାତ୍ରେ ଗୁଜୁରାଟ ଏକ ନୂଆ ଅଧିନାୟକ ବାଛିଛି। ଗୁଜରାଟ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ ଅଧିନାୟକ କରିପାରିଛି। ଗୁଜୁରାଟ ଟାଇଟାନ୍ସ ମଧ୍ୟ ଏହାର ଔପଚାରିକ ଘୋଷଣା କରିଛି। ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ଟ୍ରେଡ କରାଯାଇଛି। ପାଣ୍ଡ୍ୟାଙ୍କୁ ୨୦୨୨ ମସିହାରେ ଗୁଜୁରାଟର ଅଧିନାୟକ କରାଯାଇଥିଲା। ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ମଧ୍ୟ ଚାମ୍ପିୟନ ହୋଇଥିଲା। ଗୁଜୁରାଟ ମଧ୍ୟ ଆଇପିଏଲ୍-୨୦୨୪ ପାଇଁ ପାଣ୍ଡ୍ୟାଙ୍କୁ ସଂରକ୍ଷିତ ରଖିଛି। କିନ୍ତୁ ମୁମ୍ବାଇ ତାଙ୍କୁ ଟ୍ରେଡ କରିଥିଲା। ଗୁଜୁରାଟ ଟାଇଟାନ୍ସ ସହିତ ମୁମ୍ବାଇ ଏକ ଚୁକ୍ତି କରିଛି। ଏହି ଡିଲ୍ ନଗଦ ଆକାରରେ କରାଯାଇଛି। ତେଣୁ ପାଣ୍ଡ୍ୟାଙ୍କ ବଦଳରେ ଗୁଜୁରାଟକୁ ମୁମ୍ବାଇକୁ ଟଙ୍କା…

Read More

ନୂଆଦିଲ୍ଲୀ: ଚାରି ବର୍ଷ ତଳେ ୨୦୧୯ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବା କଥା କହିଥିଲେ, ସେତେବେଳେ ସମଗ୍ର ଦେଶରେ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଥିଲା। ଏବେ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଚଳିତ ନିର୍ବାଚନ ପୂର୍ବରୁ ନଭେମ୍ବର ୨୬ ତାରିଖରେ ଉତ୍ତରପ୍ରଦେଶର ଠାକୁରନଗରରେ ଏକ ଜନସଭାକୁ ସମ୍ବୋଧିତ କରି ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତରପ୍ରଦେଶର ଠାକୁରନଗରରେ ମତୁଆ ସମ୍ପ୍ରଦାୟକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ)ର ଚୂଡ଼ାନ୍ତ ଡ୍ରାଫ୍ଟ ଆସନ୍ତା ବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ସେହି ସାଧାରଣ ସଭାରେ ଶ୍ରୀ ମିଶ୍ର କହିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ସିଏଏ କାର୍ଯ୍ୟକାରୀ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ଦିବସ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏନସିସି ଅଫିସର ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଏନସିସି ଦିବସରେ ପ୍ରଥମେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଏନସିସି ପତାକା ଉତ୍ତୋଳନ କରିବା ପରେ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଏହାପରେ କ୍ୟାଡେଟ ମାନେ ବାଲୁଗାଁ କଲେଜରୁ ଶୋଭାଯାତ୍ରାରେ ବାହାରି ବାଲୁଗାଁ ବଜାର ଓ ଚିଲିକା କୂଳ ଠାରେ ପୁନିତ ସାଗର ଅଭିଯାନର ଅଂଶ ସ୍ୱରୂପ ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ପ୍ଲାଷ୍ଟିକ ମୁକ୍ତ ବାଲୁଗାଁ, ବେଟି ବଚାଓ, ବେଟି ପଢ଼ାଓ, ସ୍ଵଚ୍ଛ ଭାରତ ସୁନ୍ଦର ଭାରତ, ପକ୍ଷୀ ସୁରକ୍ଷା ଚିଲିକା ରକ୍ଷା, ଆଦି ଶୀର୍ଷକ ସ୍ଲୋଗାନ ଦେଇ ଓ ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରି…

Read More

ଭୁବନେଶ୍ବର: ଆଜି ବିଜେଡିରେ କାର୍ତ୍ତିକ ପାଣ୍ଡିଆନ ମିଶିବା ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବାରେ ସଫଳ ବିନ୍ଧାଣୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ତାଙ୍କର ଦ୍ବାରା ଜନକଲ୍ୟାଣ କାମ ଠିକ ଭାବେ ପରିଚାଳିତ ହୋଇପାରୁଛି। ପାଣ୍ଡିଆନ 2011 ମସିହାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗଦେଲେ। ହେଲେ ତା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ କରିଆସୁଛନ୍ତି। ଏହାପରେ ସେ ସିଏମଓ ରେ ଯୋଗ ଦେବା ପରେ ତାହା ଆହୁରି ଦୃଢ ହୋଇଥିଲା। ବର୍ତ୍ତମାନ ଦଳରେ ଯୋଗଦେବା ପରେ ଏହି କାର୍ଯ୍ୟ ଆହୁରି ଦ୍ରୁତଗତିରେ ଚାଲିବ ବୋଲି ପ୍ରଣବ ପ୍ରକାଶ ବା ବବି ଦାସ କହିଛନ୍ତି। କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ଯୋଗଦେବା ନିଶ୍ଚିତ ଖୁସିର କଥା। ସେ ଯେପରି ଭାବେ ପରିଶ୍ରମ କରୁଛନ୍ତି, ଓଡିଶାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହା ବିରଳ। ରାତିରୁ ଉଠି…

Read More

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହେବା ପରେ ଶଙ୍ଖ ଭବନ ପ୍ରବେଶ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସେଠାରେ ତାଙ୍କୁ ଦଳର ବରିଷ୍ଠ ନେତାମାନେ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ପ୍ରଥମେ ସେ ଯୁବ ବିଜେଡି ତରଫରୁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୋଗଦେଇ ଥିଲେ। ସେଠାରେ ଯୁବ ନେତାମାନଙ୍କୁ କାର୍ତ୍ତିକ ପାଣ୍ଡିଆନ ସାକ୍ଷାତ କରିଥିଲେ। ଏହାପରେ ସେ ଶଙ୍ଖ ଭବନର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସେଠାରେ ସେ ଏକ ବଡ ଚ୍ୟାମ୍ବରରେ ପ୍ରବେଶ କରିଥିଲେ। ଯାହା ପୂର୍ବରୁ ତାଙ୍କ ପାଇଁ ସଜେଇ ରଖାଯାଇଥିଲା। ସେହି ଚ୍ୟାମ୍ବରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେଠାରେ ସେ ଶ୍ରୀଜିୟୁଙ୍କୁ ମୁଣ୍ଡିଆ ମାରି ତାଙ୍କର ଆସନ ଅଳଙ୍କୃତ କରିଥିଲେ। ଏହାପରେ ତାଙ୍କୁ ଦଳର ବହୁ ବରିଷ୍ଠ ନେତା ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ସେଠାରୁ ପାଣ୍ଡିଆନ ମା ତାରାତାରେଣୀ ଦର୍ଶନ କରିବାକୁ ଯିବେ ବୋଲି ଜଣାପଡିଛି।

Read More

ମୁମ୍ବାଇ: ମୁମ୍ବାଇରେ ୨୬-୧୧ ର ହୃଦୟ ବିଦାରକ ଆକ୍ରମଣର ପଞ୍ଚଦଶ ବାର୍ଷିକୀରେ ପୋଲିସ ନିୟନ୍ତ୍ରଣ କକ୍ଷରେ ପୁଣି ଥରେ ଧମକପୂର୍ଣ୍ଣ କଲ ଆସିଛି। କଲର୍ କହିଛନ୍ତି ଯେ, ଆତଙ୍କବାଦୀମାନେ ମୁମ୍ବାଇରେ ପ୍ରବେଶ କରିଛନ୍ତି ଏବଂ ସେମାନେ ଆକ୍ରମଣ କରିବେ। ପୋଲିସ ଏହାକୁ ଗୁରୁତର ସହ ନେଇଛି ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି। କଲ୍ କରୁଥିବା ବ୍ୟକ୍ତିଙ୍କ ଅନୁସନ୍ଧାନ କରାଯାଉଛି ଏବଂ ତାଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଯାଞ୍ଚ କରାଯାଇଛି। ବର୍ତ୍ତମାନ କଲ୍ କରୁଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳିଛି କି ନାହିଁ ତାହା ପୋଲିସ ପ୍ରକାଶ କରି ନାହିଁ। ତାଙ୍କ ଦ୍ଵାରା ଦିଆଯାଇଥିବା ସୂଚନା କେତେ ସଠିକ୍ ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ। ତେବେ ଏହି ଧମକପୂର୍ଣ୍ଣ ଫୋନ ପରେ ପୋଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପୋଲିସର ସ୍ୱତନ୍ତ୍ର ଟିମ୍ ସହିତ ସାଇବର ସେଲ୍ ଏହି ଅଜ୍ଞାତ କଲରଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛି।…

Read More

ଜି ଟିଭିର ‘ସା ରେ ଗା ମା ପା ୨୦୨୩’ ନଭେମ୍ବର ୨୬ ତାରିଖ ରବିବାର ଦିନ ଗ୍ରାଣ୍ଡ୍ ଫିନାଲେ ସହିତ ସମାପ୍ତ ହୋଇଥିଲା। ଏହା ସହିତ ଏହି ସଂସ୍କରଣର ବିଜେତା ମଧ୍ୟ ମିଳିଯାଇଛି। ପଶ୍ଚିମବଙ୍ଗର କାଲିମ୍ପଙ୍ଗରୁ ଆଲବର୍ଟ କାବୋ ଲେପଚାଙ୍କୁ ମ୍ୟୁଜିକ୍ ଟିଭି ରିଆଲିଟି ସୋ’ର ବିଜେତା ଘୋଷିତ କରାଯାଇଛି। ସମଗ୍ର ସଂସ୍କରଣରେ ହିମେଶ ରେଶମିଆ, ଅନୁ ମଲିକ୍ ଏବଂ ନୀତି ମୋହନ ଶୋ’ରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଶୋ’ର ହୋଷ୍ଟ ଭାବରେ ଆଦିତ୍ୟ ନାରାୟଣ ସମସ୍ତଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ଗ୍ରାଣ୍ଡ ଫାଇନାଲରେ ଆଲବର୍ଟ କାବୋ ଲେପଚାଙ୍କୁ ‘ସା ରେ ଗା ମା ପା ୨୦୨୩’ ର ବିଜେତା ଘୋଷିତ କରାଯାଇଥିଲା। ଗ୍ରାଣ୍ଡ ଫାଇନାଲ୍ ସମୟରେ ଆଲବର୍ଟଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲିଷ୍ଟ ନିଷ୍ଠା ଶର୍ମା ପ୍ରଥମ ରନର୍ ଅପ୍ ହୋଇଥିଲେ ଏବଂ ରନିତା ବାନାର୍ଜୀ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ।

Read More

ଭୁବନେଶ୍ବର: ଆଜି ବିଧିବଧ ଭାବେ ଭି କେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଛନ୍ତି। ସେ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏଥିରେ ପାଣ୍ଡିଆନ ନବୀନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଏହାପରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ଛାତିରେ ଦଳର ବ୍ୟାଚ ପିନ୍ଧାଇ ଦଳରେ ସାମିଲ କରାଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଦଳରେ ସାମିଲକୁ ଘୋଷଣା କରିଥିଲେ। ଏହାପରେ ପାଣ୍ଡିଆନ କହିଥିଲେ ଯେ, ଜଗନ୍ନାଥଙ୍କ ଆର୍ଶିବାଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଓଡିଶାବାସୀଙ୍କ ଭଲପାଇବାକୁ ନେଇ ଆଗାମୀ ଦିନରେ କାମ କରିବି। ଜୟ ଜଗନ୍ନାଥ ବୋଲି କହିଥିଲେ।

Read More

ନୂଆଦିଲ୍ଲୀ: ସଂସଦ ହେଉଛି ଗଣତନ୍ତ୍ରର ଆତ୍ମା ଏବଂ ଏହାର ସର୍ବୋଚ୍ଚତାରେ କାର୍ଯ୍ୟନିର୍ବାହୀ କିମ୍ବା ନ୍ୟାୟପାଳିକାର କୌଣସି ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନଖର ରବିବାର କହିଛନ୍ତି। ସମ୍ବିଧାନ ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି, ସଂସଦର ସାର୍ବଭୌମତ୍ୱ ଦେଶର ସାର୍ବଭୌମତ୍ୱର ସମକକ୍ଷ ଏବଂ ଏହା ଅଭେଦ୍ୟ। ସଂସଦର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୌଣସି ଜବରଦଖଲ ଏକ ସାମ୍ବିଧାନିକ ଭୁଲ ଏବଂ ଗଣତାନ୍ତ୍ରିକ ସାର ଓ ମୂଲ୍ୟବୋଧର ବିପରୀତ ହେବ ବୋଲି ସେ କହିଛନ୍ତି। ସଂସଦ ହେଉଛି ଗଣତନ୍ତ୍ରର ଆତ୍ମା ଏବଂ ଏହାର ସର୍ବୋଚ୍ଚତାରେ କାର୍ଯ୍ୟନିର୍ବାହୀ କିମ୍ବା ନ୍ୟାୟପାଳିକାର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ଦେଶର ନିରନ୍ତର ବିକାଶ ପାଇଁ କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଓ ବିଧାନସଭାରେ ଏକ ସମବାୟ ଆଲୋଚନା ହେବା ଦରକାର, ମୁହାଁମୁହିଁ କାହାଣୀ ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି। କାହାର ନାଁ ନ ନେଇ ସେ ସରକାରଙ୍କ ସମାଲୋଚକମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ଯେତେବେଳେ ବି…

Read More

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଭି କେ ପାଣ୍ଡିଆନ। ତେବେ ସେ ଯୋଗଦେବାର ଖବର ସଂଗ୍ରହ ପାଇଁ ନବୀନ ନିବାସ ଭିତରକୁ ଗଣମାଧ୍ୟମକୁ ଛଡାଯାଇ ନ ଥିଲା। ହେଲେ ସେ ମିଶିବା ପରେ ସେଠାକାର ଫଟୋ ବର୍ତ୍ତମାନ ପ୍ରକାଶ ପାଇଛି। ଏହି ଫଟୋରେ ପାଣ୍ଡିଆନ ବିଜେଡି ଷ୍ଟିକର ମାରିଥିବାର ଦେଖାଯାଇଛି। ଏହି ଫଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚଉକିରେ ବସିଛନ୍ତି। ତାଙ୍କ ପଛରେ ଦଳର ସାଂସଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ବଳବନ୍ତରାୟ, ଦେବୀ ମିଶ୍ର, ସ୍ନେହାଙ୍ଗିନ ଛୁରିଆ, ସମୀର ରଂଜନ ଦାସ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଉଷା ଦେବୀ ଉପସ୍ଥିତ ଥିଲେ। ସମସ୍ତେ ଦଳୀୟ ଷ୍ଟିକର ମାରି ସେଠାରେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ। ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର। କଂକ୍ରିଟ୍ ତିଆରି ସେତୁ ନଦୀକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଶବ୍ଦରେ ପ୍ରସ୍ତୁତ ସେତୁ ସମାଜକୁ ଏକତ୍ରିତ କରିଥାଏ ବୋଲି ଡ଼କ୍ଟର ପତର ନିଜ ବକ୍ତବ୍ୟରେ କହିଛନ୍ତି। ସୋଆ ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ଲେଖକ, କବି, ସମାଲୋଚକ ଓ କଳାକାର ଯୋଗଦେଇଥିଲେ। ଡକ୍ଟର ପତର କହିଥିଲେ କବିତା ଆତ୍ମ ଅନୁଶୀଳନରେ ସହାୟକ ହୋଇଥାଏ। କବିତା ଏବଂ ଦୁଃଖ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିଶ୍ୱର ଗରିବତମ ଦେଶ ଗୁଡିକରେ ସବୁଠାରୁ ଉନ୍ନତ ଧରଣର କବିତା ଦେଖିବାକୁ ମିଳିଥାଏ। ପୃଥିବୀର ଦେଶ ଗୁଡିକ ମଧ୍ୟରେ ଭାରତ…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିକ୍ଷକଜଣଙ୍କ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଙ୍ଗୀ ବ୍ରାହ୍ମଣ ସାହିର ସୂର୍ଯ୍ୟ ନାରାୟଣ ରଥ (୩୦) ଓ ବନ୍ଧୁ ଦୀପକ ରଂଜନ ଦାସ (୨୮) ବାଇକ ଯୋଗେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଦେଖିବା ପାଇଁ ଯାଇଥିଲେ। ହେଲେ ବୋଇତ ବନ୍ଦାଣ ମହୋତ୍ସବ ଦେଖି ସାରି ଉଭୟ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୟଥ ପଲା ଛକ ନିକଟରେ ବାଇକ ଟି ଡିଭାଇଡ଼ର ସହ ଧକ୍କା ହୋଇଥିଲା। ଫଳରେ ଦୁଇ ବନ୍ଧୁ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ।  ସ୍ଥାନୀୟ ଲୋକେ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ…

Read More

ଭୁବନେଶ୍ବର: ଶେଷରେ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଆଜି ଭଟ୍ଟା ପଡିଛି। ବିଜେଡିରେ ସାମିଲ ହୋଇଛନ୍ତି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ନବୀନ ନିବାସରେ ଆଜି ଦିନ 10ଟା 15 ରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ସେଠାରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏ ନେଇ ଗଣ ମାଧ୍ୟମକୁ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ପାଣ୍ଡିଆନ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଦଳରେ ସାମିଲ ହୋଇଛନ୍ତି। ତାଙ୍କର ଯେଉଁ ପ୍ରଶାସନିକ ଅଭିଜ୍ଞତା ରହିଛି ତାହା ଦଳ ପାଇଁ ବେଶ ସହାୟକ ହେବ। ତାଙ୍କର ଦଳରେ ମିଶ୍ରଣକୁ ଦେବୀ ମିଶ୍ର, ସଂଜୟ ଦାସ ବର୍ମା, ଅରୁଣ ସାହୁ ପ୍ରମୁଖ ନିଶ୍ଚିତ କରିଛନ୍ତି। ଫଳରେ ଆଜିଠାରୁ ବିଜୁ ଜନତା ଦଳର ଏକ ନୂଆ ଇନିଂସ ଆରମ୍ଭ ହେବ। ଆଜି ସକାଳେ ଭି କେ ପାଣ୍ଡିଆନ ପୁରୀ…

Read More

ନଆଦିଲ୍ଲୀ: ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲକୁ ରୋକିବା ପାଇଁ ରାଜ୍ୟପାଳଙ୍କ ପାଖରେ କେତେ କ୍ଷମତା ରହିଛି? ଏବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ନିକଟରେ ୩ଟି ରାଜ୍ୟର ମାମଲା ସୁପ୍ରିମକୋର୍ଟକୁ ଆସିଛି। ସେହି ମାମଲାଗୁଡ଼ିକର ଶୁଣାଣି ହୋଇଛି। ପଞ୍ଜାବ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ରାୟ ଶୁଣାଇଛନ୍ତି। ତାମିଲନାଡୁ, କେରଳ ଏବଂ ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ପୃଥକ ପିଟିସନ୍ ଦାଖଲ କରି ଅଭିଯୋଗ କରିଛନ୍ତି ଯେ, ଗୃହରେ ବିଲ ପାରିତ ହେବା ସତ୍ତ୍ୱେ ନିଜ ନିଜ ରାଜ୍ୟପାଳମାନେ ଏହି ବିଲ ଉପରେ ନିଷ୍ପତ୍ତି ନେଉ ନାହାନ୍ତି ଏବଂ ଏହାକୁ ଅନୁମୋଦନ କରୁନାହାନ୍ତି। ନିର୍ବାଚିତ ସରକାରଙ୍କ କ୍ଷମତା କ’ଣ ଏବଂ ଏହି ବିଲକୁ ରୋକିବା ପାଇଁ ରାଜ୍ୟପାଳଙ୍କର କେତେ ଅଧିକାର ରହିଛି ତାହା ପରୀକ୍ଷା କରାଯାଉଛି। କ’ଣ ରହିଛି ବିବାଦ ନଭେମ୍ବର ୬ତାରିଖରେ ପଞ୍ଜାବ ମାମଲା ସୁପ୍ରିମକୋର୍ଟରେ ଆସିଥିଲା। ପଞ୍ଜାବ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ରାଜ୍ୟପାଳଙ୍କ ନିକଟକୁ ଅନେକ…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୬ ତାରିଖରୁ ଓଡ଼ିଶା ଗସ୍ତରେ ଆସିଛନ୍ତି। ନଭେମ୍ବର ୨୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ପାରାଦୀପ ଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ସେ ଯୋଗ ଦେବେ ଏବଂ  ଏକ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କକୁ ଭର୍ଚୁଆଲ (ଆଭାଷୀ) ଭାବେ ଉଦ୍‌ଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆଗାମୀ ପିଢ଼ିର ଜାହାଜ ଯାତାୟାତ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ପରେ ଏବେ ତେଲେଙ୍ଗାନାର ରାଜନୈତିକ ପାରଦ ବୃଦ୍ଧି ପାଇଛି। ନଭେମ୍ବର ୩୦ତାରିଖରେ ୧୧୯ଟି ଆସନ ପାଇଁ ମତଦାନ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି ବିଜେପି, କଂଗ୍ରେସ ଓ ବିଆରଏସ (ଭାରତ ରାଷ୍ଟ୍ର ସମିତି) ନିଜର ପ୍ରଚାରକୁ ଜୋରଦାର କରିଛନ୍ତି। ଯଥାସମ୍ଭବ ଅଧିକରୁ ଅଧିକ ଆସନ ଜିତିବା ସମସ୍ତଙ୍କ ଲକ୍ଷ୍ୟ। ରାଜନୈତିକ ଦଳମାନେ ଜିତିବା ପାଇଁ ପରସ୍ପର ଉପରେ ଜୋରଦାର ଆକ୍ରମଣ କରୁଛନ୍ତି। ନିର୍ବାଚନୀ ଅସ୍ଥିରତା ମଧ୍ୟରେ ତେଲେଙ୍ଗାନାରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗ ଜୋର ଧରିଛି। ତେଲେଙ୍ଗାନା ନିର୍ବାଚନ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ର କରି ଚାଲିଛି। ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପ୍ରଚାର ସମୟରେ ସ୍ପଷ୍ଟଭାବେ କହିଛନ୍ତି ଯେ ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ମୁସଲମାନ ସମ୍ପ୍ରଦାୟର ୪ ପ୍ରତିଶତ ସଂରକ୍ଷଣକୁ ଉଚ୍ଛେଦ କରି ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗମଧ୍ୟରେ ବଣ୍ଟନ କରାଯିବ।…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ। ରାଜ୍ୟର ତାଙ୍କ ଏକଦିବସୀୟ ଗସ୍ତ ଅବସରରେ ଶ୍ରୀ ଧନଖଡ଼ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ, ଉପରାଷ୍ଟ୍ରପତି ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଭିତ୍ତିଚିତ୍ରର ଉନ୍ମୋଚନ ମଧ୍ୟ କରିବେ।

Read More

ନୂଆଦିଲ୍ଲୀ: ଏବେ ବିବାହ ଋତୁ। ଆପଣ ନିଶ୍ଚୟ ନିମନ୍ତ୍ରଣ କାର୍ଡ ପାଇବା ଆରମ୍ଭ କରିଥିବେ। ବିବାହର ଶୁଭ ସମୟ ନଭେମ୍ବର ୨୩ରୁ ଆରମ୍ଭ ହୋଇଛି। ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଭାରତରେ ପ୍ରାୟ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହେବ। ବିବାହରେ ଭାରତୀୟମାନେ କେତେ ଖର୍ଚ୍ଚ କରନ୍ତି ତାହା କୌଣସି ଗୁପ୍ତ କଥା ନୁହେଁ। ଧନୀ ଭାରତୀୟମାନେ ପାଣି ଭଳି ବିବାହରେ ଟଙ୍କା ଖର୍ଚ୍ଚ କରିଥାନ୍ତି । ନିଜର ଗୌରବ ଦେଖାଇବା ପାଇଁ ଏହା ହେଉଛି ସବୁଠାରୁ ବଡ଼ ସୁଯୋଗ । ଗତ କିଛିବର୍ଷ ମଧ୍ୟରେ ଏହି ଧନୀମାନଙ୍କ ମଧ୍ୟରେ ଆଉ ଏକ ଧାରା ବୃଦ୍ଧି ପାଇଛି । ସେମାନେ ବିଦେଶରେ ବିବାହ କରିବା ଆରମ୍ଭ କରିଛନ୍ତି । ବିବାହର ଏହି ‘ମେଗା ଇକୋନୋମି’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତି ନିକଟରୁ କାବୁ କରିନେଇଛନ୍ତି । ରବିବାର ସାପ୍ତାହିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ…

Read More

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମେରୀ କାହାନି ମେରୀ ଜୁବାନି (ଏମକେଏମଜେଡ୍‌)’ ଅଧୀନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ଗ୍ର।ମ ପଞ୍ଚ।ୟତର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ଏବଂ ସେମାନଙ୍କ ଜୀବନ ଉପରେ ଅଙ୍ଗନୱାଡି ସେବାର ପ୍ରଭାବ ସଂପର୍କରେ କହୁଛନ୍ତି। ବର୍ତ୍ତମାନ ସୁଦ୍ଧା 1800ରୁ ଅଧିକ ହିତାଧିକାରୀ ଏମକେଏମଜେଡ୍ ଅଧୀନରେ ସେମାନଙ୍କ ଅନୁଭୂତି ବାଣ୍ଟିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏହି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଯୋଗ୍ୟ ହିତାଧିକାରୀଙ୍କର ମଧ୍ୟ ସ୍ପଟ୍ ରେଜିଷ୍ଟ୍ରେସନ୍ କରାଯାଉଛି। ଏହି ଯାତ୍ରା ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଏବଂ ଏହାର ଲାଭ ବିଷୟରେ ସଚେତନ କରିବା ଦିଗରେ ଏକ ପଦକ୍ଷେପ, ଯାହା…

Read More