ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍.ଆଇ.ଆର୍.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି। ଏତଦ୍ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ…
Author: Samikhsya Bureau
ଭୁବନେଶ୍ୱର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ପ୍ରମୁଖ ମୁଖ୍ୟ ବିଦ୍ୟୁତ ନିରୀକ୍ଷକଙ୍କ କାର୍ଯ୍ୟାଳୟ- (EIC Electricity ) ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ । ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି। ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଉଲ୍ଲେଖନୀୟ ଉପଲବ୍ଧି ସମ୍ପର୍କରେ ଇଆଇସି (ବିଦ୍ୟୁତ) ତଥ୍ୟ ରଖିଥିଲେ। ବୈଦ୍ୟୁତିକ ନିରାପତ୍ତା ନିରୀକ୍ଷଣ, ଶକ୍ତି ସଂରକ୍ଷଣ, ବିଦ୍ୟୁତ ନିରାପତ୍ତା ପ୍ରସଂଗରେ ମଧ୍ୟ ଆଲୋଚନା କରିଥିଲେ । ବିଦ୍ୟୁତ ନିରାପତ୍ତା ଓ ଶକ୍ତି ସଂରକ୍ଷଣ ନେଇ ଚାଲିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ…
ଭୁବନେଶ୍ୱର: ମାନବ ସମାଜର ସାମଗ୍ରିକ ବିକାଶ ନିମନ୍ତେ ଉଭୟ ଆଧ୍ୟାତ୍ମିକତା ଓ ଆଧୁନିକତାର ଉତ୍ତମ ସମନ୍ୱୟ ଏକାନ୍ତ କାମ୍ୟ। ସାହିତ୍ୟ ମାଧ୍ୟମରେଏହା ସୁଗମ ହୋଇପାରିବ ବୋଲି ଡିଏଭି ପବ୍ଲିକ୍ ସ୍କୁଲ୍, ଚନ୍ଦ୍ରଶେଖରପୁରରେ ଆୟୋଜିତ ଲିଟରେଚର୍ କନ୍କ୍ଲେଭ୍ର ଦ୍ୱିତୀୟ ସଂସ୍କରଣରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ‘ଆଧ୍ୟାତ୍ମିକତା ଓ ଆଧୁନିକତା – ଶାଶ୍ୱତସାହିତ୍ୟ ପ୍ରସଙ୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ଦାଶବେନହୁର, ପ୍ରଫେସର ଅମୂଲ୍ୟ ପୁରୋହିତ ଓ ପ୍ରଫେସର ରମାକାନ୍ତ ମିଶ୍ର ଯୋଗଦେଇ ବିଶ୍ୱ ଓ ଭାରତୀୟ ସାହିତ୍ୟରୁ ଉଦାହରଣ ମାଧ୍ୟମରେ ଦୃଷ୍ଟିକୋଣ ପ୍ରାଞ୍ଜଳ କରିଥିଲେ । ସମାଜ ପାଇଁ ପରାର୍ଥ ଭାବନାବହନ କରୁଥିବା ଉଚ୍ଚାଙ୍ଗ ସାହିତ୍ୟ କାଳଜୟୀ ହୋଇଥାଏ ବୋଲି ଏଥିରେ ମତୈକ୍ୟ ପ୍ରକାଶ ପାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷାଡ.ସୁଜାତା ସାହୁ ଏହି ମହୋତ୍ସବ ଆୟୋଜନର ଭୂମିକା ଓ ସୁଦୂର ପ୍ରସାରୀ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସାର୍ଥକ ଶଙ୍କର ଭଗତଙ୍କ ସଂଯୋଜନାରେ ସମ୍ପନ୍ନ ଏହି ଆଲୋଚନା ସଭାରେ…
ଭୁବନେଶ୍ୱର: ଦକ୍ଷିଣ କୋରିଆଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ ଭୁବନେଶ୍ୱରର ନାରାୟଣ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ନାରାୟଣଙ୍କ ଏହି ସଫଳତା ପାଇଁ ତାଙ୍କୁ ନୟାପଲ୍ଲୀସ୍ଥିତ ତୁଷାର ଜିମ୍ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ତୁଷାର ଜିମ୍ର ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ବିବେକ ବାରିକ ଓ ସମାଜସେବୀ ଜଗନ୍ନାଥ ପ୍ରଧାନ, ରଶ୍ମୀ ସାହୁ, ଗୌତମ ବେହେରା, ଜଗା ବେହେରା, ରାଜେନ୍ଦ୍ର ଜେନା, ଜିତୁ, ପପୁ, ରାଜା ଓ ଜମିର ସଦସ୍ୟମାନେ ପ୍ରମୁଖ ନାରାଞ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭକୁ ଉପଯୋଗ କରି ମିଳିତ ଆକାଂକ୍ଷା ଉପରେ କାର୍ଯ୍ୟ କରିବା ସହ କମନ୍ ଷ୍ଟ୍ରାଟେଜି ବା ସାଧାରଣ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ଆଜି ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ’ କଥାବସ୍ତୁ ଅଧୀନରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ‘ମାନବ ସମ୍ବଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା’ ଶୀର୍ଷକ ଉପରେ ଶିକ୍ଷା ମନ୍ତ୍ରୀମାନେ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଜର ଆକାଂକ୍ଷା ଉପରେ ଆଲୋଚନା କରି ଶିକ୍ଷା ଓ ଦକ୍ଷତା ବିକାଶର…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…
ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉକ୍ତ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ବିଦେଶୀ ପ୍ରଧାନ (୭୮) ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ବିଦେଶୀଙ୍କ ପତ୍ନୀ ହବିଷ ପାଇଁ ପୁରୀ ଯାଇଥିବା ବେଳେ ଗତକାଲି ବିଦେଶୀ ପତ୍ନୀଙ୍କୁ ଘରକୁ ଫେରି ଆସିବା ପାଇଁ ଜିଦି କରିଥିଲେ। ତେବେ ପତ୍ନୀ ନ ଆସିବାରୁ ରାଗରେ ବିଷପାନ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗମ୍ଭାରୀମୁଣ୍ଡା ଏବଂ ପରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି।
କୁଜଙ୍ଗ: ଯାତ୍ରା ଜଗତରେ ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥି ଶୁକ୍ରବାର ସଂନ୍ଧ୍ୟା ୭ଟା ୪୦ରେ ୬୫ ବର୍ଷ ବୟସରେ ନିଜ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ଅଗପାଳ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗପାଳ ଗ୍ରାମରେ ଜନ୍ମିତ ଓ ଓଡିଶାରେ ପୁରପଲ୍ଲୀରେ ପରିଚିତ ଏହି ବର୍ଷିୟାନ କଳାକାର ବିଗତ ଛଅ ମାସ ଧରି ଲିଭର ରୋଗରେ ପୀଡୀତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି। ରବି ଶତପଥିଙ୍କ ପରଲୋକରେ କେବଳ ନିଜ ଜନ୍ମ ମାଟି ଅଗପାଳ ନୁହେଁ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଁହଁରେ ପାଉଡର ଲଗାଇ ସାରା ରାଜ୍ୟବାସୀଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ପ୍ରତିଭାବାନ କଳାକାର ଆଉ ମଞ୍ଚକୁ ଚଢିବା ଦେଖିବାକୁ ମଳିବନି। ସାରା ରାଜ୍ୟରେ ଜନତା ଗଣାନାଟ୍ୟରେ ଶାଗୁଣା ବସିଛି ଡେଣାମେଲାଇ ନାଟକରେ…
ଭୁବନେଶ୍ୱର: ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା। ସମାଜର ପ୍ରତି ବର୍ଗଙ୍କ ଉତ୍ଥାନରେ ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ। ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର। ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନ ସମ୍ଭବ। ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱର୍ଗତ ବକ୍ସିପାତ୍ର କରିଥିଲେ। ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା “ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩-୨୪ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ସର୍ବାଧିକ ପେଟେଣ୍ଟ କୁ ସ୍ୱୀକାର କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଏହା ଏକ ଉଲ୍ଲେଖନୀୟ କାର୍ଯ୍ୟ, ଯାହା କି ଏକ ଅଭିନବ ଉପାୟରେ ଚାଳିତ ଜ୍ଞାନ ଅର୍ଥନୀତିର ଯାତ୍ରାରେ ଏକ ମାଇଲଖୁଣ୍ଟ। ଭାରତର ଯୁବପିଢ଼ି ଏହିପରି ପଦକ୍ଷେପ ଦ୍ୱାରା ଲାଭବାନ ହେବେ।’
ଭୁବନେଶ୍ଵର: ପିଏମ୍ ଉଜ୍ଜ୍ୱଳା ଯୋଜନାରେ ୨୧୦୦୦ ପଞ୍ଜୀକରଣ ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିଛି। ସାରା ଦେଶରେ ଜନଜାତି ଅଧ୍ୟୁଷିତ ଅଂଚଳରେ ଅନେକ ଭ୍ୟାନ୍କୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାତୀୟ ବିକାଶର ଦୃଷ୍ଟିକୋଣ ଏବଂ ସଶକ୍ତିକରଣ ଓ ସାମୂହିକ ସଂପୃକ୍ତିର କାହାଣୀକୁ ନେଇ ଆରମ୍ଭ ହୋଇଛି। ଲୋକମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଇଇସି ଭ୍ୟାନ ନିକଟରେ ଭିଡ଼ ଜମାଇ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ସେହି ସ୍ଥାନରେ ପ୍ରଦାନ କରାଯାଉଥିବା ସେବାର ଲାଭ ଉଠାଇଥିଲେ। ପ୍ରଥମ ଦିନରେ ୧୬୦୦୦ରୁ ଅଧିକ ଲୋକ ଆୟୋଜିତ ସ୍ୱାସ୍ଥ୍ୟ…
ପାଟନା: ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ସଂରକ୍ଷଣ ସଂଶୋଧନ ବିଲ୍୨୦୨୩ କୁ ଅନୁମୋଦନ କରିଛନ୍ତି। ବିହାରରେ ୬୫ ପ୍ରତିଶତ ସଂରକ୍ଷଣ ପାଇଁ ରାସ୍ତା ସଫା କରାଯାଇଛି। ଏସସି-ଏସଟି, ଓବିସି-ଇବିସି ପାଇଁ ସଂରକ୍ଷଣର ପରିସର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିହାରର ସାଧାରଣ ପ୍ରଶାସନ ବିଭାଗ ଗେଜେଟ ପ୍ରକାଶ କରିବ। ଏହା ପରେ ଏହା କାର୍ଯ୍ୟକାରୀ ହେବ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଧାନସଭା ଏବଂ ବିଧାନ ପରିଷଦରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ସଂରକ୍ଷଣର ପରିସରକୁ ୫୦ ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଥିଲା। ୧୦ ପ୍ରତିଶତ ଇଡବ୍ଲୁଏସ ଯୋଗ କରି ଏହା ୭୫ ପ୍ରତିଶତରେ ପରିଣତ ହେବ। ଇଡବ୍ଲୁଏସ ର ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ରହିବ: ଅନୁସୂଚିତ ଜାତି ୨୦ ପ୍ରତିଶତ ସଂରକ୍ଷଣ ପାଇବ, ଅନୁସୂଚିତ ଜନଜାତି ୨ ପ୍ରତିଶତ ପାଇବେ, ଅତି ପଛୁଆ ଜାତି ୨୫ ପ୍ରତିଶତ ପାଇବେ ଏବଂ ପଛୁଆ ବର୍ଗଙ୍କୁ…
ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ – ଅନୁଗୋଳ ସୀମାବର୍ତ୍ତି ବରଗାପାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ବସ ଚକା ସଜଡା ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣଙ୍କ ଉପରେ ଚଢି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଖବରରରୁ ପ୍ରକାଶ ଯେ, ପ୍ରାଚୀ ନାମକ ବସ୍ ସୁନ୍ଦରଗଡ଼ରୁ ବାହାରି ଭୁବନେଶ୍ୱର ଯାଉଥିବା ବେଳେ ରେଢାଖୋଲ ସୀମନ୍ତରେ ବିଳମ୍ବିତ ରାତିରେ ଚକା ପମ୍ପଚର୍ ହୋଇ ଯାଇଥିଲା। ଡ୍ରାଇଭର, ହେଲପର ମିଶି ବସ୍ ଚକ ସଜାଡୁ ଥିବା ବେଳେ କେତେକ ଯାତ୍ରୀ ବସ ଭିତରୁ ବାହାରି ବସ ପାଖରେ ଠିଆ ହୋଇ ଥିଲେ। ଅନୁଗୋଳରୁ ଦୃତ ବେଗରେ ରେଢ଼ାଖୋଲ ପଟକୁ ଆସୁ ଥିବା ଏକ ଟ୍ରକ୍ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା। ଏହି ଟ୍ରକ୍ ଦୃତ ବେଗରେ ଆସି ଧକ୍କା…
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖ ଭବନଠାରେ ଦଳର ଉପସଭାପତି ତଥା ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳରେ କଂଗ୍ରେସକର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ…
ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ଵ ମିଳିଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଛି। ତେବେ ସୁରେଶଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି। ଆର ବାଲକୃଷ୍ଣନଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ଦିଆଯାଇଛି। ସ୍ପେଶାଲ ଇଂସିଏଟିଭ ମୁଖ୍ୟ ପରାମର୍ଶଦାତା ଭାବେ ସେ ଦାୟିତ୍ଵ ନେବେ। ସେହିଭଳି ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ମିଳିଛି। ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବୀରୁ ଅବ୍ୟାହତି ନେବା ପାଇଁ ଅସିତ ଅନୁରୋଧ କରିଥିଲେ।
ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ ଯୁବରେଡକ୍ରସ ଶାଖା ତରଫରୁ ଏକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟ ମୂଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ ସୁବୋଧ କୁମାର ଜଗଦ୍ଦେବ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ପ୍ରଶାସନ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ରାଜନୀତି ବିଜ୍ଞାନ ବିଭାଗର ମୂଖ୍ୟ ପ୍ରଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ସହ ପ୍ରସାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ରେଡକ୍ରସ କାଉନସେଲର ସତ୍ୟାନନ୍ଦ ମହାରଣା ଓ ଅଧ୍ୟାପିକା ରଶ୍ମିତା ମହାରଣା ଉପସ୍ଥିତ ହୋଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷକ ଡ଼ ଜଗଦ୍ଦେବ ଛାତ୍ରଛାତ୍ରୀ ମାନଙ୍କୁ ଜୀବନ ରକ୍ଷା ପାଇଁ ଉଦିଷ୍ଟ ଅନେକ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି…
ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ଵାରା ରାଜ୍ୟ ବାସିନ୍ଦାଙ୍କ ପାଇଁ ଘରୋଇ କ୍ଷେତ୍ରର ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ବାଧ୍ୟତାମୂଳକ ହୋଇଥିବା ହରିୟାଣାର ବିବାଦୀୟ ଆଇନକୁ ରଦ୍ଦ କରାଯାଇଛି। କୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ୨୦୨୦ ରେ ପାରିତ ହୋଇଥିବା ହରିୟାଣା ରାଜ୍ୟ ନିଯୁକ୍ତି ଅଧିନିୟମ ଅନୁଯାୟୀ, ବେସରକାରୀ କ୍ଷେତ୍ରର ୭୫% ଚାକିରୀକୁ ମାସିକ ବେତନ କିମ୍ବା ୩୦,୦୦୦ ରୁ କମ୍ ବେତନ ସହିତ ସଂରକ୍ଷଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଅଧିବାସ ସାର୍ଟିଫିକେଟ୍ ଆବଶ୍ୟକ ଥିଲା। ବାସସ୍ଥାନ ଆବଶ୍ୟକତା ୧୫ ବର୍ଷରୁ ୫ ବର୍ଷକୁ ହ୍ରାସ କରାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତି ଖଟ୍ଟର ସରକାରଙ୍କ ପାଇଁ ଏକ ଝଟକା ହେବ କି?: ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏହି ନିଷ୍ପତ୍ତି ମନୋହର ଲାଲ ଖଟ୍ଟରଙ୍କ ସରକାର ପାଇଁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ପାଞ୍ଚଟି ବ୍ଲକ୍ର ଲୋକ ଉପକୃତ ହେବେ। ଭୂତଳ ଜଳର…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦଳର କର୍ମୀଙ୍କ ସହ ସମ୍ବାଦ କରିଛନ୍ତି। ଏହି ସମୟରେ କେଜ୍ରିୱାଲ କହିଛନ୍ତି ଯେ, ଆମ ସଂଗଠନ ଏବଂ କର୍ମୀମାନେ ଆମ୍ ଆଦମୀ ପାର୍ଟିର ସବୁଠାରୁ ବଡ ଶକ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ମୋତେ ଜେଲ ପଠାଇବା ପାଇଁ ଯୋଜନା କରାଯାଇଛି। କେଜ୍ରିୱାଲ କହିଛନ୍ତି ଯେ, “ଆମେ ଜେଲ ଯିବାକୁ ଭୟ କରୁନାହୁଁ। ମୁଁ ଥରେ ୧୫ ଦିନ ଜେଲରେ ରହିଥିଲି। ଭିତରେ ଭଲ ବ୍ୟବସ୍ଥା ଅଛି, ତେଣୁ ଆପଣ ମଧ୍ୟ ଜେଲ ଯିବାକୁ ଭୟ କରିବା ଉଚିତ୍ ନୁହେଁ। ଯଦି ଭଗତ ସିଂ ଏତେ ଦିନ ଧରି ଜେଲରେ ରହିପାରନ୍ତି। ମନୀଷ ସିସୋଦିଆ ୯ ମାସ ଜେଲରେ ରହିପାରନ୍ତି। ସତ୍ୟେନ୍ଦ୍ର ଜୈନ ଗୋଟିଏ ବର୍ଷ…
ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୨୩ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଜିଓ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହିତ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳରେ ଜାଲ ନୋଟ କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି। ବୋର୍ଡା ବଜାର ନକଲି ନୋଟ ଦେଇ ଜିନିଷ କିଣୁଥିବାର ଖବର ପାଇ ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ବଜାରକୁ ଯାଇ ଜାଲ ନୋଟ ଦେଇ ସାମଗ୍ରୀ କିଣୁଥିବା ସମୟରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ତିନି ଜଣ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଟୁ ଚନ୍ଦନ ଓ କୁସୁମସିଲ ଗ୍ରାମର ସନ୍ତୋଷ ଭୋଇ। ଏହି ତିନି ଜଣ ସନ୍ତୋଷ ଭୋଇଙ୍କ ଘରରେ ଏକ ପ୍ରିଣ୍ଟର ରଖି ନକଲି ନୋଟ ପ୍ରିଣ୍ଟ କରୁଥିଲେ। ଏହି ୩ ଜଣଙ୍କୁ କେଗାଁ ଥାନାକୁ ଆଣି ତଦନ୍ତ କରାଯାଇଥିବା ବେଳେ ଏହି ତିନିଜଣ ଠାରୁ ପୋଲିସ ୭ ହଜାର ୩୦୦ ଟଙ୍କା ଜବତ କରିଥିବା ନୋଟ ଛାପିବାରେ ବ୍ୟବହୃତ ପ୍ରିଣ୍ଟରକୁ…

