ଭୁବନେଶ୍ବର: ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡ଼ିଆର ବିଶେଷ ଗୁରୁତ୍ୱ ରହିଛି। ମହିଳାମାନଙ୍କୁ ଶାସ୍ତ୍ରରେ କିଛି କାମ କରିବାକୁ ବାରଣ କରାଯାଇଛି, ସେଥିମଧ୍ୟରୁ ଗୋଟିଏ ନଡ଼ିଆ ଭାଙ୍ଗିବା, ଯାହା ମହିଳାଙ୍କ ପାଇଁ ନିଷେଧ। ଜାଣନ୍ତୁ କାହିଁକି… ନଡ଼ିଆକୁ ବହୁତ ପବିତ୍ର ବିବେଚନା କରାଯାଏ। ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ନଡ଼ିଆରେ ତ୍ରିଦେବଙ୍କର ବାସସ୍ଥାନ ଭାବରେ ବିବେଚନା କରାଯାଏ। ନଡ଼ିଆରେ ଥିବା ତିନିଟି ଆଖି ଶିବଙ୍କର ତ୍ରିନେତ୍ରର ରୂପ ବୋଲି ବିବେଚନା କରାଯାଏ। ଶାସ୍ତ୍ରରେ, ନଡ଼ିଆ ଭାଙ୍ଗିବା ଏକ ପ୍ରକାର ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ମହିଳାମାନେ ଏହାକୁ ଭାଙ୍ଗିବା ପଛରେ ଥିବା ବିଶ୍ୱାସ ହେଉଛି ଯେ, ନଡ଼ିଆ ଏକ ମଞ୍ଜି ଅଟେ ଏବଂ ମହିଳା ମଞ୍ଜି ରୂପରେ ଏକ ସନ୍ତାନକୁ ଜନ୍ମ ଦିଅନ୍ତି। କୁହାଯାଏ ଯେ, ଯଦି ଜଣେ ମହିଳା ନଡ଼ିଆ ଭାଙ୍ଗନ୍ତି, ତେବେ ଏହା ଗର୍ଭାଶୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ ପୃଥିବୀକୁ…
Author: Samikhsya Bureau
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ବହୁ ଆଡମ୍ବରରେ ଉଦଘାଟିତ ହୋଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଶାଶ୍ୱତୀ ଗ୍ରୁପ ଓଡିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଛି। ଏହାକୁ ଦେଖିବାପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବାବେଳେ ଆଜି ଦ୍ୱିତୀୟ ଦିନ ପୂର୍ବାହ୍ନରେ ଦକ୍ଷିଣ କୋରିଆନ, ଭାରତୀୟ କଳାକାର ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମିଳିତଭାବେ ଟେରାକୋଟା, କାଚ, କାଇଞ୍ଚ, କାଠ ଖୋଦେଇ, ପେଣ୍ଟିଙ୍ଗ, ମୂର୍ତ୍ତି ତିଆରି ଏବଂ ମୁଖା ସହିତ ଗିରିଧାରୀ ଗମାଙ୍ଗ ଚାଙ୍ଗୁ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଛାତ୍ରୀଙ୍କୁ ନେଇ ପୁଚି ଖେଳ, ମ୍ୟୁଜିକାଲ ଚେୟାର, ହୁଳହୁଳି ଆଦି ପ୍ରତିଯୋଗିତା ମାନ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ମୁକ୍ତାକାଶ ମଞ୍ଚରେ ଆଠମଲ୍ଲିକ ପଶୁ ମୁଖା ନୃତ୍ୟ,…
ମେଷ: – ଧାର୍ମିକ ଭାବନା ହେତୁ ଆପଣ ଯେ କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ଏବଂ ଜଣେ ସାଧୁଙ୍କଠାରୁ କିଛି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିବେ । କ୍ୟାରିୟର ପାଇଁ ଯୋଜନା ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ଆଶା ଅନୁଯାୟୀ ଫଳାଫଳ ଆସେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ । ଆପଣଙ୍କର ପରିଚିତ ଭିତରେ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ଭେଟିବା ଆବଶ୍ୟକ । କାହାର ପ୍ରଭାବରେ , ଆପଣଙ୍କ ସାଥୀ ଆପଣଙ୍କ ସହ ଝଗଡା କରିପାରନ୍ତି । କିନ୍ତୁ ପ୍ରେମ ଏବଂ ସମନ୍ୱୟ ସହିତ ଏହି ସମସ୍ୟାର ସମାଧାନ ହେବ । ବୃଷ: – ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆଜି ଖୋଲା ହାତରେ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଆପଣଙ୍କର କାମ ପ୍ରତି ଧ୍ୟାନ ଦିଅନ୍ତି, ତେବେ ସଫଳତା ଏବଂ ପ୍ରତିଷ୍ଠା ପାଇବେ। ଆଜି ଆପଣ ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବେ ଏବଂ ଆପଣ କରିବାକୁ…
ଭୁବନେଶ୍ୱର: ‘‘ଆଗରୁ ଭଙ୍ଗା ମାଟି ଘରେ ରହିବା ପାଇଁ ବହୁତ ଅସୁବିଧା ହେଉଥିଲା। ପକ୍କା ଘର ମିଳୁନଥିଲା। ଝଡ଼ ତୋଫାନ ହେଲେ ପିଲାଛୁଆଙ୍କୁ ନେଇ ହଇରାଣ ହେବାକୁ ପଡ଼ୁଥିଲା। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପରେ ସବୁ ଅସୁବିଧା ଦୂର ହୋଇଛି। ବର୍ଷା ପବନ ହେଲେ ମଧ୍ୟ ଆମେ ସୁରକ୍ଷିତ ରହିପାରୁଛୁ,’’ ଏହା କହିଛନ୍ତି କେନ୍ଦ୍ର ସରକାରଙ୍କ ଲାଭକାରୀ ଯୋଜନାରେ ଉପକୃତ ହୋଇଥିବା କେନ୍ଦୁଝର ଜିଲ୍ଲାର ହିତାଧିକାରୀ ସୁଲୋଚନା ପାତ୍ର। ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ପ୍ରତିକ୍ରିୟା ରଖି ଶ୍ରୀମତୀ ପାତ୍ର କହିଛନ୍ତି, ତାଙ୍କୁ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ଲାଭ ମିଳିଛି। ଏସବୁ ଯୋଜନା ତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। କେବଳ ଆବାସ ଯୋଜନା ନୁହେଁ, ସେ ଏବେ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ପାଇଛନ୍ତି। ରିହାତି ଦରରେ ଗ୍ୟାସ୍ ରିଫିଲ୍ କରିପାରୁଛନ୍ତି। ଏଥିପାଇଁ ୩୦୦ ଟଙ୍କାର ସବସିଡି…
ଭୁବନେଶ୍ୱର: ମହିମା ପରମ୍ପରା କାହା ପାଇଁ ଧର୍ମ ହୋଇପାରେ, କାହା ପାଇଁ ସେମାନଙ୍କ ଠାରୁ ମିଳୁଥିବା ବାଉଁଶ ଛତା ଉପହାରର ବସ୍ତୁ ହୋଇପାରେ କିନ୍ତୁ ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଭୁବନେଶ୍ୱର ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ଓ ମହିମା ସଂସ୍କୃତିର ପରମ୍ପରାର ମାହାତ୍ମ୍ୟ ଉପରେ ଆୟୋଜିତ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଓଡ଼ିଶାର ଆତ୍ମା, ତା’ର ସାଧୁ ସଜ୍ଜନ ଓ ସନ୍ନ୍ୟାସୀମାନଙ୍କ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଏ ଦେଶର ଅନ୍ଧକାରାଚ୍ଛନ୍ନ ମଣିଷ ସମାଜକୁ ସେମାନେ ନିଜ ମହାନ୍ ଚିନ୍ତାଧାରା ଏବଂ ଭାବଧାରାରେ ଅନୁପ୍ରାଣିତ କରିଥାନ୍ତି। ଯେତେବେଳେ ସମାଜ ଅନ୍ଧକାରରେ ଥିଲା, ରାଜାରାଜୁଡା ଓ ଇଂରେଜ ଶାସନ ସହ ପ୍ରତିପ୍ରତ୍ତିଶାଳୀଙ୍କ ହାତରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସକ୍ଷୀ କେନ୍ଦ୍ର ବ୍ରହ୍ମପୁର ପକ୍ଷରୁ ବ୍ରହ୍ମପୁର ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୁରିକରଣ ଦିବସ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଦାଲତର ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ସମାଜରେ ଲିଙ୍ଗଗତ ସମାନତା ରକ୍ଷା କରିବା ଓ ସମାଜରେ ହିଂସା ଦୁରିକରଣ ପାଇଁ ସଦା ଜାଗ୍ରତ ଓ ସଚେତନତା ସୃଷ୍ଟି କରିଲେ ସଚେତନତା ହିଁ ମହିଳା ହିଂସା ଦୁର ହୋଇପାରିବ। ମହିଳା ଡିଏସପି କଳ୍ପନା କାଉଁରୀ ସାଇବର ଅପରାଧ ବିଷୟରେ ସଚେତନତା କରିଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରଭିନ୍ ନିଜ ବକ୍ତବ୍ୟରେ ନାରୀ ହିଁ ନାରୀ ର ଶତ୍ରୁ ହେଉଥିବାରୁ ମହିଳା ହିଂସା ବ୍ରୁଦ୍ଧି ପାଉଥିବା ଦର୍ଶାଇ ଥିଲେ। ଏତଦବ୍ୟତୀତ ବିଭିନ୍ନ ସାମାଜିକ ପ୍ରଥାକୁ ନେଇ ମହିଳା ହିଂସା ବ୍ରୁଦ୍ଧି ପାଉଛି ବୋଲି…
ଥିରୁବନନ୍ତପୁରମ୍: ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ, ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ମିଶନର ଅଂଶ ଭାବରେ ଉତକ୍ଷେପଣ ହୋଇଥିବା ‘ଆଦିତ୍ୟ ଏଲ-୧’ ମହାକାଶଯାନ ଏହାର ଅନ୍ତିମ ପର୍ଯ୍ୟାୟର ନିକଟତର ହୋଇଛି। ଏହାର ଏଲ-୧ ପଏଣ୍ଟରେ ପ୍ରବେଶ ପ୍ରକ୍ରିୟା ଜାରି ରଖିଛି। ଜାନୁଆରୀ ୭ ତାରିଖ ୨୦୨୪ ସୁଦ୍ଧା ଏହାର ପ୍ରକ୍ରିୟା ସମାପ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ଧ୍ୱନି ରକେଟ୍ ଉତକ୍ଷେପଣର ୬୦ ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏସଆର ମୁଖ୍ୟ ପିଟିଆଇକୁ କହିଛନ୍ତି ଯେ, ଆଦିତ୍ୟ ରାସ୍ତାରେ ଅଛି। ମୁଁ ଭାବୁଛି ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଉତ୍ତର ବନ ଖଣ୍ଡ ନର୍ଲା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ସେକ୍ସନର ଗନ୍ଧରବାରୁର ଏକ କପା ବିଲରେ ଗୋଟିଏ ଦନ୍ତା ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଗୁରୁବାର ରାତିରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀଟିକୁ ଚିକିତ୍ସା କରିଥିଲେ। ହେଲେ ବନ ବିଭାଗର ଶତ ପ୍ରଚେଷ୍ଟା ସତ୍ତ୍ୱେ କାମ ଦେଲାନି ବନ ବିଭାଗର ପ୍ରୟାସ। ମୃତ୍ୟୁ ସହ ସଂଗ୍ରାମ କରୁଥିବା ଗଜରାଜ ଶେଷରେ ଆଖି ବୁଜିଦେଲେ। ବନ ବିଭାଗ ଅଧିକାରୀଙ୍କୁ ହାତୀଟିର ଅସୁସ୍ଥତାର କାରଣ ପଚାରିବାରୁ ବୁଧବାର ରାତିରେ ଦୁଇ ହାତୀଙ୍କ ମଧ୍ୟରେ ଲଢ଼େଇ ପରେ ଏହି ହାତୀଟି ଆହତ ହୋଇଛି। ହାତୀଟିର ବେକ ପାଖରେ ଆଘାତ ଲାଗିଥିବା ପ୍ରକାଶ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଦକ୍ଷିଣ ଓ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ବନବିଭାଗ ପଦାଧିକାରୀ ଏବଂ ପ୍ରାଣୀ…
ନୂଆଦିଲ୍ଲୀ: ଅଣ୍ଡର -୧୯ ଏସିଆ କପ୍ -୨୦୨୩ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ପଞ୍ଜାବ ପାଇଁ ଖେଳୁଥିବା ଉଦୟ ସହାରଣଙ୍କୁ ଏହି ଦଳର ନେତୃତ୍ଵ ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଦ୍ୱାରା ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବାବେଳେ ଫାଇନାଲ୍ ମ୍ୟାଚ୍ ଡିସେମ୍ବର ୧୭ ତାରିଖ ରବିବାର ଦିନ ଖେଳାଯିବ। ଭାରତୀୟ ଦଳ ଅଣ୍ଡର -୧୯ ଏସିଆ କପ୍ ର ଡିଫେଣ୍ଡିଂ ଚାମ୍ପିଅନ୍। ଅର୍ଥାତ୍ ଏହା ପୂର୍ବରୁ, ଗତ ସିଜନରେ ଭାରତ ଟାଇଟଲ୍ ଜିତିଥିଲା। ଭାରତର ଅଣ୍ଡର -୧୯ ଦଳ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ। ୧୯ ବର୍ଷରୁ କମ୍ ଭାରତୀୟ ଦଳ ଏହାର ନାମରେ ସର୍ବାଧିକ ୮ ଟି ଟ୍ରଫି ଜିତିଛି। ଏଥର ୨୦୨୩ ଏସିଆ କପ୍ ପାଇଁ ଜୁନିଅର କ୍ରିକେଟ୍ କମିଟି ଦ୍ୱାରା ୧୫ ଜଣିଆ ଦଳ ଚୟନ କରାଯାଇଛି। ତିନିଜଣ ଭ୍ରମଣକାରୀ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ଦଳରେ ଅନ୍ତର୍ଭୁକ୍ତ…
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଆଜି ପଥର ମାଫିଆ ମାନଙ୍କୁ ସାବାଡ଼ କରିବା ପାଇଁ ଟାଙ୍ଗୀ ପୋଲିସ ଓ ଖୋର୍ଦ୍ଧା ମାଇନିଂସ ଡିପାର୍ଟମେଣ୍ଟ ପକ୍ଷରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଚଢାଉ ବେଳେ ୧୧ ଟି ପଥର ବୋଝଇ ଗାଡିକୁ ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ମାଫିଆ ମାନେ ଗାଡି ଛାଡି ଛତ୍ରଭଙ୍ଗ ଦେଇଛନ୍ତି। ସୂଚନା ଅନୁଯାୟୀ। ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ୱର ଓ ଟାଙ୍ଗୀ ନିକଟରେ ଚଢ଼ାଉ ଉକ୍ତ ଚଢାଉ କରାଯାଇଥିଲା। ଏହି ସମୟରେ ୯ ଟି ମାଙ୍କଡା ପଥର ବୋଝଇ ଗାଡି ସହ ଦୁଇଟି ମୂଲ୍ୟବାନ ମୂର୍ତ୍ତି ତିଆରି ପଥର ଜବତ କରାଯାଇଥିଲା। ନୟାଗଡ଼ ଜିଲାରୁ ମାଙ୍କଡା ପଥର ଚାଲାଣ ହେଉଥିବା ବେଳେ ମୂର୍ତ୍ତି ତିଆରି ପଥର ଖୋର୍ଦ୍ଧାରୁ ଚୋରା ଚାଲାଣ ହେଉଥିଲା। ସମସ୍ତ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲେ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁଶପଲାରୁ ମାଫିଆ ମାନେ ଚୋରା ପଥର ଚାଲାଣ…
ସ୍ୱାସ୍ଥ୍ୟ ଟିପ୍ସ: ଶୀତ ଋତୁରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଏକ ସୁସ୍ଥ ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଆମେ ସମସ୍ତେ ଜାଣୁ ଯେ, ପିଜୁଳି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଅନେକ ପୁଷ୍ଟିକର ଉପାଦାନରେ ଭରପୁର। ଏଥିରେ ଭିଟାମିନ୍ ସି, ଲାଇକୋପିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଶୀତ ଋତୁରେ ପିଜୁଳି ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ। ତେଣୁ ଶୀତଦିନେ ଆପଣଙ୍କ ଖାଦ୍ୟରେ ପିଜୁଳି ଅନ୍ତର୍ଭୁକ୍ତ କରିବାର ଲାଭ କ’ଣ ତାହା ଆସନ୍ତୁ ଜାଣିବା…. ପିଜୁଳି ପୁଷ୍ଟିକରର ଭଣ୍ଡାର: ପିଜୁଳିରେ ଭିଟାମିନ୍ ଏ ଏବଂ ଇ ବହୁ ପରିମାଣରେ ମିଳିଥାଏ। କେଶ, ଚର୍ମ ଏବଂ ଆଖି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ସହିତ ଲାଇକୋପିନ୍ ନାମକ ଫାଇଟୋନ୍ୟୁଟ୍ରିଏଣ୍ଟସ୍…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରାଚୀନ କାଳରେ, ଲୋକମାନେ ତମ୍ବା ପାତ୍ରକୁ ଅଧିକ ବ୍ୟବହାର କରୁଥିଲେ। ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ମିଳେ। ଶୀତଦିନେ, ଏହି ଜଳ ସ୍ୱାସ୍ଥ୍ୟ ପାଇଁ ଅମୃତ ପରି। ଆୟୁର୍ବେଦ ଅନୁଯାୟୀ, ତମ୍ବା ପାତ୍ରରେ ଗଚ୍ଛିତ ପାନୀୟ ଜଳ ତ୍ରିଦୋଷ ଯଥା କଫା, ପିତ ଏବଂ ବାତକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଏହା ସହିତ ଅନେକ ପ୍ରକାରର ଭାଇରସ୍ ଏବଂ ସଂକ୍ରମଣ ଠାରୁ ମଧ୍ୟ ସୁରକ୍ଷିତ ରଖେ। ଆସନ୍ତୁ ଜାଣିବା ଏହାର ଉପକାରିତା…. ହଜମ ପ୍ରକ୍ରିୟାକୁ ମଜବୁତ କରେ: ଶୀତ ଋତୁରେ ସ୍ୱାଦିଷ୍ଟ ଜିନିଷ ଖାଇବା ହେତୁ ଲୋକମାନେ ଖାଦ୍ୟ ହଜମ କରିବାରେ ଅନେକ ସମୟରେ ଅସୁବିଧା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ହଜମ…
ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ। ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍ ଯିବ। ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍ ଷ୍ଟପେଜ ମଧ୍ୟ କରାଯାଇଛି। ଅନ୍ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ। ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ପୋଷ୍ଟର ସେୟାର କରି ତାଙ୍କୁ ‘ଟ୍ୟୁବଲାଇଟ୍’ ବୋଲି ଦର୍ଶାଇଛି। ବିଜେପି ପକ୍ଷରୁ ସେୟାର କରାଯାଇଥିବା ଏହି ପୋଷ୍ଟରର କ୍ୟାପସନରେ ଲେଖାଯାଇଛି ‘ଫ୍ୟୁଜ୍ ଟ୍ୟୁବଲାଇଟ୍’। ପୋଷ୍ଟରରେ ଆହୁରି ଲେଖାଯାଇଛି ‘ମେଡ୍ ଇନ୍ ଚାଇନା’। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଟ୍ୟୁବଲାଇଟ୍ ଭାବେ ଉପସ୍ଥାପିତ କରିଛି। ଏହା ପୂର୍ବରୁ ୨୦୨୦ରେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ହସ୍ତକ୍ଷେପ କରିବାକୁ ଉଠିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧିଙ୍କୁ ଟ୍ୟୁବଲାଇଟ୍ ସହ ତୁଳନା କରି ତାଙ୍କୁ ସମାଲୋଚନା କରିଥିଲେ। “ମୁଁ ଶେଷ ୩୦-୪୦ ମିନିଟ୍ ଧରି କଥା ହେଉଥିଲି କିନ୍ତୁ ସେଠାରେ କରଣ୍ଟ ପହଞ୍ଚିବାକୁ ଏତେ ସମୟ ଲାଗିଲା। ଅନେକ ଟ୍ୟୁବ୍ ଲାଇଟ୍ ଏଭଳି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ରାହୁଲ ଗାନ୍ଧିଙ୍କ ‘ଲାଠି’…
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ କମ୍ପାନିଗୁଡ଼ିକର ଅଂଶଧନ ହ୍ରାସ କାରଣରୁ ହିଣ୍ଡେନବର୍ଗ ରିପୋର୍ଟର ସ୍ୱାଧୀନ ତଦନ୍ତ ଦାବି କରି ଏକ ଜନସ୍ୱାର୍ଥ ମାମଲାର ନେତୃତ୍ୱ ନେଉଥିବା ପ୍ରଶାନ୍ତ ଭୂଷଣ ଶୁକ୍ରବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ତଦନ୍ତର ପୂର୍ବ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କୁ ଧରିବା ପରେ ସାମାନ୍ୟ ଅସୁବିଧାରେ ପଡ଼ିଥିବା ଜଣାପଡ଼ିଛି। ଜାନୁଆରୀ ୨୦୧୪ରେ ଡିଆରଆଇ ପକ୍ଷରୁ ସେବିକୁ ଲେଖାଯାଇଥିବା ଏକ ଚିଠିକୁ ଉଦାହରଣ ଦେଇ ଭୂଷଣ ବଜାର ନିୟାମକଙ୍କୁ ଅବଗତ କରାଇଥିଲେ ଯେ ଆଦାନୀ ଗ୍ରୁପ୍ ଆଦାନୀ ପାୱାର ଦ୍ୱାରା ଉପକରଣ ଆମଦାନୀକୁ ଅତ୍ୟଧିକ ବିଲ୍ କରି ଟଙ୍କା ଉଠାଉଛି, ମରିସସରୁ ଦୁବାଇ ପଠାଉଛି ଏବଂ ପରେ ଷ୍ଟକ ବଜାର ମାଧ୍ୟମରେ ଭାରତକୁ ଟଙ୍କା ପଠାଉଛି। ସେ ଦାବି କରିଛନ୍ତି ଯେ ଡିଆରଆଇ ଆଲର୍ଟ ଉପରେ ସେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଡିଆରଆଇ ୨୦୧୩ରେ ଆଦାନୀ ଗ୍ରୁପ୍ ବିରୋଧରେ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୯ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି।ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଆର୍ଟ ଅଧ୍ୟକ୍ଷ ପ୍ରଦୋଷ ଚନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ। ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ପୁରୀର ସାହି ଯାତ୍ରା, ଭଞ୍ଜନଗର ପଶୁ ନୃତ୍ୟ, କୋରିଆନ ମୁଖା ନୃତ୍ୟ, କଲିକତା ପୁରୁଲିଆ ଛଉ, ଆଠମଲ୍ଲିକ ମୁଖା ନୃତ୍ୟ, ଝାରଖଣ୍ଡ ଝୁମର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଉକ୍ତ ମହୋତ୍ସବରେ କମିଟି ଅଧ୍ୟକ୍ଷ…
ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟ ମାନେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଙ୍କୁ ନବୀନ ନିବାସରେ ଭେଟି ଥିଲେ। ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟ ସ୍ଥଳ ଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ତା ସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିର ମାନଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତ ମାନଙ୍କ ତରଫରୁ ମଧ୍ୟ କୃତଜ୍ଞତା ପ୍ରକାଶ କରା ଯାଇଥିଲା। ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ଏବଂ ସେବାୟତ ମାନଙ୍କ ସୁବିଧା ଅସୁବିଧା ଦୂର ପାଇଁ ପଦକ୍ଷେପ ନେଇ ଥିବାରୁ ସେବାୟତ ମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ହଜାର ହଜାର ବର୍ଷ ର ପୁରୁଣା ମଠ ମନ୍ଦିର ଗୁଡିକର ବିକାଶ ଓ ରୂପାନ୍ତର ପାଇଁ…
ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତର କାଶୀରେ ପହଂଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ। ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି। ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି। ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ…
ନୂଆଦିଲ୍ଲୀ: ଲଣ୍ଡନରେ ମୁଖ୍ୟାଳୟ ଥିବା ଅନ୍ତର୍ଜାତୀୟ ଚିନି ସଂଗଠନ (ଆଇଏସଓ)ର ୬୩ତମ ପରିଷଦ ବୈଠକରେ ଭାରତକୁ ୨୦୨୪ ପାଇଁ ସଂଗଠନର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ବିଶ୍ୱ ଚିନି କ୍ଷେତ୍ରର ନେତୃତ୍ୱ ନେବା ଏବଂ ଏହି କ୍ଷେତ୍ରରେ ଦେଶର ବଢୁଥିବା ସମ୍ମାନକୁ ପ୍ରତିଫଳିତ କରିବା ଦେଶ ପାଇଁ ଏହା ଏକ ବିରାଟ ଉପଲବ୍ଧି। ଆଇଏସଓ କାଉନସିଲ ବୈଠକରେ ଯୋଗ ଦେଇ ଭାରତ ସରକାରଙ୍କ ସଚିବ (ଖାଦ୍ୟ) ସଞ୍ଜୀବ ଚୋପ୍ରା କହିଥିଲେ ଯେ ୨୦୨୪ ରେ ଆଇଏସଓର ଅଧ୍ୟକ୍ଷତା ସମୟରେ ଭାରତ ସମସ୍ତ ସଦସ୍ୟ ଦେଶମାନଙ୍କଠାରୁ ସମର୍ଥନ ଏବଂ ସହଯୋଗ ଚାହୁଁଛି ଏବଂ ଆଖୁ ଚାଷ, ଚିନି ଏବଂ ଇଥାନଲ ଉତ୍ପାଦନରେ ଅଧିକ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବା ଏବଂ ଉପଉତ୍ପାଦର ଉତ୍ତମ ବ୍ୟବହାର ପାଇଁ ସମସ୍ତ ସଦସ୍ୟ ଦେଶକୁ ଏକାଠି କରିବା ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚିନି ଉପଭୋକ୍ତା ଏବଂ ଦ୍ୱିତୀୟ ବୃହତ୍ତମ…
ନୂଆଦିଲ୍ଲୀ: ଆସାମର ଗୌହାଟୀସ୍ଥିତ ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆସନ୍ତା ୨୬ ନଭେମ୍ବର ୨୦୨୩ରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏହି ପୁରସ୍କାର ପ୍ରଦାନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜୀବ କୁମାର ବାଲିୟାନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ରହିବେ। ୨୦୨୩ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶ ଭାବରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୩ ଆୟୋଜନ କରାଯାଉଛି। ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରାଣୀସମ୍ପଦ ଏବଂ ଦୁଗ୍ଧଉତ୍ପାଦନ କ୍ଷେତ୍ରରେ ଏକ ସର୍ବୋଚ୍ଚ ଜାତୀୟ ପୁରସ୍କାର ଅଟେ, ଯାହାର ଉଦ୍ଦେଶ୍ୟ ସ୍ୱଦେଶୀ ପ୍ରାଣୀପାଳନ କରୁଥିବା କୃଷକ, ଏଆଇ ଟେକ୍ନିସିଆନ ଏବଂ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦକ ସମିତି / ଦୁଗ୍ଧ…

