Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗରେ ଦୁଇ ଗିରଫ
ଅପରାଧ

ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗରେ ଦୁଇ ଗିରଫ

November 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରେଳବାଇ ସୁରକ୍ଷା ବଳ (ଆରପିଏଫ) ଆଜି ମେରାମଣ୍ଡଳୀ ଏବଂ ବୁଢାପଙ୍କ ରେଳ ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗି ଏକଜୁକୁଟିଭ ଚେୟାର କାର କୋଚର ୱିଣ୍ଡୋପେନକୁ କ୍ଷତି ପହଞ୍ଚାଇବା ସହ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି।

ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି ୱିଣ୍ଡୋ ପେନ୍ ନଷ୍ଟ କରିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ରବିବାର ସନ୍ଧ୍ୟାରେ ବୁଢାପଙ୍କ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା।

ଖୋର୍ଦ୍ଧା ରୋଡରେ ଥିବା ଆରପିଏଫର କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ତାଳଚେର ସ୍ଥିତ ରେଳବାଇ ସୁରକ୍ଷା ବଳ ଥାନାର ମିଳିତ ଭାବରେ ଆମ୍ବୁସ୍ ଚେକ୍ କରିଥିଲା।  ଗତକାଲି ସନ୍ଧ୍ୟା ସମୟରେ ଆମ୍ବୁସ୍ ୱାଚ୍ ସମୟରେ ସେମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଘଟଣାସ୍ଥଳରୁ ଅଟକ ରଖିଥିଲେ।

ରେଳ ଟ୍ରାକ୍ ପାର୍ଶ୍ୱରେ ଏଭଳି ବିଚ୍ଛିନ୍ନ ସ୍ଥାନକୁ ଆସିବାର ଉଦ୍ଦେଶ୍ୟ ବିଷୟରେ ସେମାନଙ୍କୁ ପଚରାଯିବା ଦ୍ୱାରା ସେମାନେ ରବିବାର ଦିନ ସେହି ସ୍ଥାନକୁ ଆସି ମଦ୍ୟପାନ କରିବା ପରେ ମଜା ଏବଂ ଆନନ୍ଦ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଥିଲେ ବୋଲି ନିଜ ଦୋଷ ସ୍ୱୀକାର କରିଛନ୍ତି।

ରେଳବାଇ ଅଧିନିୟମ ଧାରା 153, 145 (C) ଏବଂ 147 ରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଆଜି (28.11.2023 ରେ) ଢେଙ୍କାନାଳ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ରେ ପଠାଯାଇଅଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026
Latest News

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.