Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଇଆଇସିଙ୍କ ଘରୁ ବାହାରିଲା ନଗଦ ୨୫ ଲକ୍ଷ ଟଙ୍କା, ଆହୁରି ଗଣତି ଚାଲିଛି, କାଲି ମିଳିଥିଲା ୭ ଲକ୍ଷ
ଅପରାଧ

ଆଇଆଇସିଙ୍କ ଘରୁ ବାହାରିଲା ନଗଦ ୨୫ ଲକ୍ଷ ଟଙ୍କା, ଆହୁରି ଗଣତି ଚାଲିଛି, କାଲି ମିଳିଥିଲା ୭ ଲକ୍ଷ

November 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କା କଟକସ୍ଥିତ ତାଙ୍କ ବାସଭବନରୁ ଜବତ କରାଯାଇଛି। ତେବେ ଏହି ଟଙ୍କା ଗଣତି ଶେଷ ହୋଇ ନ ଥିବାରୁ ଆହୁରି ଅଦିକ ହେବ ବୋଲି ଅନୁମାନ କରାଯାଉଛି। ଏଥିସହିତ ତାଙ୍କ ଘରୁ କେତେକ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏତେ ଟଙ୍କା ଥାନା ଅଧିକାରୀଙ୍କଠାରୁ ମିଳିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଛି।

ଗତକାଲି ସେ ବୈପାରୀଗୁଡାରୁ ବସ ଯୋଗେ କଟକ ଆସୁଥିବା ବେଳେ ଭିଜିଲାନସ ଦ୍ବାରା ଧରାପଡିଥିଲେ। ତାଙ୍କ ପାଖରେ ଟଙ୍କା ଅଛି ବୋଲି ଭିଜିଲାନସ ଖବର ପାଇ ତାଙ୍କୁ ବାଟରେ ଜଗି ରହିଥିଲେ। ଜୟପୁରରେ ବସ ଭିତରେ ତାଙ୍କୁ ଚେକ କରିବା ପରେ ତାଙ୍କଠାରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ତାଙ୍କୁ ବସରୁ ଓହ୍ଲାଇ ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା।

ଏହାପରେ ତାଙ୍କ ବୈପାରୀଗୁଡା ଥାନା ଅଫିସ ଏବଂ ସରକାରୀ କ୍ବାଟର ଚଢାଉ କରାଯାଇଥିଲା। ଥାନାରୁ ଦେଢ ଲକ୍ଷ ମିଳିଥିବା ବେଳେ ଘରୁ ୩ ଲକ୍ଷ ଟଙ୍କା ମୋଟ ୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କା କେଉଁଠାରୁ ଆସିଲା ତାହାର କୌଣସି ସଠିକ ଉତ୍ତର ଦେଇ ନ ପାରିବାରୁ ଥାନା ଅଧିକାରୀଙ୍କ ଭିଜିଲାନସ ଅଟକ ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026
Latest News

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.