ଭୁବନେଶ୍ବର: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ,ବିଜେପୁରହେଉଛିଜଳ ସେଚନ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ପ୍ରକଳ୍ପ, ଯାହା ହୀରାକୁଦ ନଦୀବନ୍ଧ ଯୋଜନାରେ ଥିବା ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ୍ଣ ଯୋଗାଣ ସ୍ତରଠାରୁ ଉଚ୍ଚସ୍ତରରେ ଅବସ୍ଥିତବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା ଓ ବରପାଲି ବ୍ଲକ ସମେତ ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଜଳସେଚନ ଆବଶ୍ୟକତା ପୂରଣ କରିବାକୁ ଉଦ୍ଦିଷ୍ଟ। ଉପରୋକ୍ତ ବ୍ଲକରେ ଏହି ସେଚାଂଚଳ ମାଧ୍ୟମରେପ୍ରଥମେ ଉପକୃତ ହେବାକୁ ଥିବା ମୋଟ ୧୨୯ଟି ଗାଁ ମଧ୍ୟରୁ ବରଗଡ ଜିଲ୍ଲାର ୩ଟି ବ୍ଲକର ୧୨୨ଟି ଗାଁ ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୭ଟି ଗାଁ ଏହିପରି ମୋଟ ୪ଟି ବ୍ଲକର ୨୫,୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବା ସଙ୍ଗେ ସଙ୍ଗେ ୩୫,୬୦୦ରୁ ଅଧିକ କୃଷକ ଉପକୃତ ହେବେ। ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର ୭୫ ଗ୍ରାମର ୧୫୦୮୪ ହେକ୍ଟର, ସୋହେଲା ବ୍ଲକର ୨୫ ଗ୍ରାମର ୬୮୦୪, ବରପାଲିର ୨୨ ଗ୍ରାମର…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପଟି ହେଉଛି – ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ବୌଦ୍ଧ ଜିଲ୍ଲାର ଜନସାଧାରଣ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।
ନୂଆଦିଲ୍ଲୀ: କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ଯୁବ ଓ ଆଶାୟୀ ପାରା ଆଥଲେଟ୍ (ଦିବ୍ୟାଙ୍ଗ କ୍ରୀଡ଼ାବିତ୍)ମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଘୋଷଣା କରିଛନ୍ତି। ଏହା ଡିସେମ୍ବର ୧୦ରୁ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି, ‘‘ମୁଁ ଗର୍ବର ସହ ଘୋଷଣା କରୁଛି ଯେ ଡିସେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଅନୁଷ୍ଠିତ ହେବ। ୩ଟି ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଷ୍ଟାଡିୟମରେ ମୋଟ ୭ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।’’ ଦେଶରେ ପାରା କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ପ୍ରୟାସ ଦିଗରେ ଏହି ଘୋଷଣା ଏକ ବଡ଼ ପଦକ୍ଷେପ ଏବଂ ଏହି ପ୍ରତିଯୋଗିତା ପ୍ରତିଭାବାନ…
ଭୁବନେଶ୍ଵର: ଆଜିଠୁ ବିଧାନସଭା ଆଗରେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ ଧାରଣାରେ ବସିଛନ୍ତି। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଫିଲ୍ମକୁ ବଞ୍ଚାଅ ଦାବିରେ ସେ ଧାରଣାରେ ବସିଛନ୍ତି। ଲୋୟର ପିଏମ୍ଜିସ୍ଥିତ ଧାରଣା ସ୍ଥଳରେ ଆଜି ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା ଅନିର୍ଦ୍ଧିଷ୍ଠ ଦିନ ପାଇଁ ଚାଲିବ। ଏହି ସମୟରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସେ ଦାବିଗୁଡିକ ହେଲା ୧) ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। (ସରକାର ୨୦୧୯ ରୁ ପ୍ରତିଶୃତି ଦେଇ ଥିଲେ ବର୍ତ୍ତମାନ ଯାଏ କିଛି ଅଗ୍ରଗତି ହୋଇନାହିଁ) ୨) ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ୩) ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ…
ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ପ୍ରାୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ନାକ୍ଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ, ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ଓଡିଶା ନବୀନ ଓଡିଶାର ଆଭିମୁଖ୍ୟ ଓ ଯୁବ ପ୍ରତିଭାର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବିନୀତା ମୁର୍ମୁ, ଉମାକାନ୍ତ ବିଶ୍ବାଳ, ହେମାନନ୍ଦ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ ମଞ୍ଚାସୀନ ଥିଲେ। ନୋଡାଲ ଅଫିସର ଅଧ୍ୟାପକ ସଂଜୀବ ଦାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା, ସଂସ୍କୃତି ଓ ସମାଜିକ କାର୍ଯ୍ୟ ଅଧିନରେ ଆଗାମୀ ଏକ ମାସ ମଧ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ସ୍ବର୍ଗତ ପ୍ରଦୁମ୍ନ ଦାଶଙ୍କ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ଗ୍ରାମ ଶ୍ମଶାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସତେ ଯେମିତି ଏହା ପ୍ରତି କାହାର ନିଘା ନାହିଁ। ମନୁଷ୍ୟ ଜୀବନର ଶେଷ ସ୍ଥାନ ହେଉଛି ଏହି ଶ୍ମଶାନ। ଏହା ଏ ଭଳି ସ୍ଥିତିରେ ଅଛି ଯିଏ ବି ଦେଖିବ ସେ ନିଶ୍ଚିତ ଭାବରେ ଦୁଃଖ ଅନୁଭବ କରିବ। ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ହେଲାଣି ଏହି ଶ୍ମଶାନ ଗୃହଟି ନିର୍ମାଣ ହୋଇଥିଲା ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସିମେଣ୍ଟ ଛାଡିବା ସହ କଙ୍କ୍ରିଟ୍ ଭୁଶୁଡ଼ି ଛଡ ବାହାରକୁ ଦେଖା ଗଲାଣି। ସତେ ଯେମିତି ଏହା ପ୍ରତି କାହାର ନିଘା ନାହିଁ। ଜୀବନ ର ଶେଷ ସ୍ଥାନର ଅବସ୍ଥା ଯଦି ଏଭଳି ହେବ ନିଶ୍ଚିତ ଭାବେ ତାହା ଦୁଖଃ ଦାୟକ। ବର୍ଷା ହେଉଥିବା ସମୟରେ ଯଦି କୋଣସି ଲୋକଙ୍କ ପ୍ରାଣ ବାୟୁ ଉଡି ଯାଏ ତାହା…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ସମସ୍ୟା ବଢିପାରେ। ପ୍ରଣବ ଜୁଏଲର୍ସ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି। ପ୍ରକାଶ ଯେ, ତ୍ରିଚି ସ୍ଥିତ ଭାଗିଦାରୀ ସଂସ୍ଥା ପ୍ରଣବ ଜୁଏଲର୍ସଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସଂପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତା ପ୍ରକାଶ ରାଜଙ୍କୁ ଡକାଇଛି। ତ୍ରିଚି ସ୍ଥିତ ପ୍ରଣବ ଜୁଏଲର୍ସ ଉଚ୍ଚ ରିଟର୍ଣ୍ଣର ପ୍ରତିଶୃତି ଦେଇ ସୁନା ବିନିଯୋଗ ଯୋଜନା ନାମରେ ଜନସାଧାରଣଙ୍କଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଅଧିକାରୀ କହିଛନ୍ତି ଯେ, ପ୍ରକାଶ ପ୍ରଣବ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସାଡର ଏବଂ ଏହି ମାମଲାରେ ତଦନ୍ତ ଚାଲିଛି। ଅଭିଯୋଗ ହୋଇଥିବା ପୋଞ୍ଜି ଯୋଜନା ଚଳାଇଥିବା ଅଭିଯୋଗରେ ସୋମବାର ଦିନ କମ୍ପାନୀ ଉପରେ ଇଡି ଚଢାଉ କରିଥିଲା।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ହରିଦ୍ୱାର ଓ ଋଷିକେଶ ଯାତ୍ରା କରିଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ପ୍ରାୟ ୨୦ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ପୁରୀରେ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ନିମନ୍ତେ…
ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ଧାତୁକିମାଲ ଗ୍ରାମ ନିକଟ ରାସ୍ତା କଡ଼ରୁ ଘୋଷରାମାଲ ପଞ୍ଚାୟତର ଜିଆରଏସଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଜିଆରଏସ ଜଣଙ୍କ ହେଲେ ନାକଟିଦେଉଳ ଗ୍ରାମର ପ୍ରଦ୍ୟୁମ୍ନ ଦାଶ। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତରର ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସ ସବୁଦିନ ପରି ଗତକାଲି ମଧ୍ୟ ଘୋଷରାମାଳ ଗ୍ରାମକୁ ଯାଇ ନିଜର ଫିଲଡ୍ କାମ କରିଥିଲେ। ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘର ବୁଲିଦେଖିଥିଲେ। ଫଟୋ ମଧ୍ୟ ଉଠାଇଥିଲେ। ସଂଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ନ ଫେରିବାରୁ ପରିବାର ତାଙ୍କ ମୋବାଇଲକୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା। ପରିବାର ଲୋକେ ଘୋଷରାମାଳ ଆସି ବହୁ ସମୟ ଖୋଜା ଖୋଜି କରିବା ପରେ ଝାଟୁକିମାଳ ନିକଟସ୍ଥ ରାସ୍ତା କଡରୁ ମୃତଦେହ ପାଇଥିଲେ। ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା। ମୃତକଙ୍କ ମୁଣ୍ଡରେ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାର୍ଯ୍ୟ କରିବା ଏକ ଗୌରବର କଥା ଓ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ସେ ଆନ୍ତରିକ ଭାବେ ସଂପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଲୋକସେବା ଭବନଠାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲିପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଅତସୀ ଦାସ, ଯୁଗ୍ମ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଶ୍ରୀମତୀ କାର୍ତ୍ତିକେୟନ୍ ବିଭାଗର…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଅଞ୍ଚଳରେ ବିଭିନ୍ନ ଗୋଦାମ ସମେତ ସୁନା ଗହଣା ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଯାହାଫଳରେ ଦୋକାନୀ ମାଲିକମାନଙ୍କ ଭିତରେ ଏକ ପ୍ରକାର ଛନକା ପଶିଯାଇଛି। ଯାହାର ସୁଯୋଗ ନେଇ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଜକୁ ଜିଏସଟି ଅଧିକାରୀ ପରିଚୟ ଦେଇ ଏକ ବେକରି ଫ୍ୟାକ୍ଟ୍ରିରେ ପହଞ୍ଚି କାଗଜପତ୍ର ଦେଖାଇବାକୁ କହିଥିଲେ। ଏଥିସହିତ ସମ୍ପୃକ୍ତ ବେକରି ଫ୍ୟାକ୍ଟ୍ରି ମାଲିକଙ୍କ ସହ ନାନାଦି ବଚସା କରି ଲାଞ୍ଚ ମାଗିଥିଲେ। ମାତ୍ର ଫ୍ୟାକ୍ଟ୍ରି ମାଲିକଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ନକଲି ଜିଏସଟି ଅଧିକାରୀଙ୍କ ପରିଚୟପତ୍ର ଦେଖାଇବାକୁ କହିବା ସହ ଆପଣଙ୍କ ଟିମ କାହଁନ୍ତି କହିବାରୁ ସେ ସେଠାରୁ ନିଜ ବାଇକ ଯୋଗେ କ୍ଷିପ୍ର ଗତିରେ ପଳେଇ ଯାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ନକଲି ଜିଏସଟି ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ ଅଞ୍ଚଳରେ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକା ବ୍ଲକ ବଡକୁଳ ପଞ୍ଚାୟତ ଅନ୍ତର୍ଗତ ମହାନ୍ତି ସାହିର ଲୋକନାଥ ସାହୁଙ୍କ ଘରେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଘର ଓ ଆସବାବପତ୍ର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ମୁତାବକ ଆଜି ସକାଳେ ଲୋକନାଥଙ୍କ ସାନ ବୋହୁ ଅମୁଲି ସାହୁ ରୋଷେଇ କରିବାକୁ ଗ୍ୟାସ ଲଗାଇ ଥିବାବେଳେ ଗ୍ୟାସ ଟାଙ୍କି ଲିକ ହୋଇ ସଙ୍ଗେ ସଙ୍ଗେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଜୀବନ ବିକଳରେ ଘରୁ ପରିବାର ବର୍ଗ ବାହାରକୁ ଚାଲିଆସିଥିଲେ।ନିଆଁ ଲାଗିଥିବା ଦେଖି ସାହି ବାସିନ୍ଦା ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ଆୟତ୍ତ କରିପାରିନଥିଲେ। ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମାତ୍ର ନିଆଁ ଆୟତ୍ତ ହେଲାବେଳକୁ ଘର ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସର୍ବସାନ୍ତ୍ୱ ହୋଇଗଲା ପରେ ଶ୍ରୀ ସାହୁ ନିଜ ସ୍ତ୍ରୀ, ଦୁଇ ପୁଅ ବୋହୂ ଓ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ଶୀତଲ ଅଗ୍ରୱାଲ ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୧୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ। ଏଥିରେ ସମୁଦାୟ ୩୦୫ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୨୭୫ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ପରିଚୟପତ୍ର ବଣ୍ଟନ କରିଥିଲେ। ସେହିପରି ଭାବେ ୧୩ ଜଣ ହିତାଧିକାରୀଙ୍କୁ ରଦ୍ଦ…
ଖୋର୍ଦ୍ଧା: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ- ୨୦୨୪, ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଧୂ ଚାଲୁ ରହିଅଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ, ତାହେଲେ ଏହି ସମୟ ମଧ୍ୟରେ ସେଥୁରେ ସଂଶୋଧନ କରାଯାଇ ପାରିବ। ଏଥି ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲାରେ ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟର ମାନଙ୍କୁ ସଚେତନ କରାଯାଉଅଛି। ଇତି ମଧ୍ୟରେ ତିନିଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଅଛି ଓ ଆସନ୍ତା ତା ୨୫/୧୧/୨୦୨୩ ରିଖ (ଶନିବାର) ହେଉଛି ଶେଷ ସ୍ବତନ୍ତ୍ର ଅଭିଯାନ…
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ସମଗ୍ର ବିଶ୍ୱକୁ ଦେଇଥିବା ଚୀନରେ ଏବେ ଏକ ଅଜବ ପ୍ରକାରର ନିମୋନିଆ ଆତଙ୍କ ଦେଖାଦେଇଛି। ଏହାକୁ ଏକ ନୂଆ ମହାମାରୀଭାବେ ଦେଖିବାକୁ ମିଳୁଛି। ସେଠାକାର ସ୍କୁଲଗୁଡ଼ିକରେ ରହସ୍ୟମୟ ନିମୋନିଆ ବ୍ୟାପିବାରେ ଲାଗିଛି। କରୋନା ଆରମ୍ଭରେ ଯେମିତି ସ୍ଥିତି ଥିଲା ଠିକ୍ ସେମିତି ରହିଛି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚୀନରେ ବ୍ୟାପିବାର ଲକ୍ଷଣ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହା ପିଲାମାନଙ୍କୁ ଅଧିକ ପ୍ରଭାବିତ କରୁଛି। ସ୍କୁଲ ପିଲାମାନେ ଏହାର କବଳରେ ଅଧିକ ଆସୁଛନ୍ତି ଏବଂ ନାମ ଲେଖାଇଥିବା ପିଲାଙ୍କ ମଧ୍ୟରେ ଅଧିକ ପିଲା ଅଛନ୍ତି ବୋଲି କୁହାଯାଉଛି। ଭର୍ତ୍ତି ହୋଇଥିବା ରୋଗୀଙ୍କଠାରେ ଅନେକ ସାଧାରଣ ଲକ୍ଷଣ ଦେଖିବାକୁ ମିଳୁଛି, ଯେଉଁଥିରେ ଜ୍ୱର ଏକ ବଡ଼ ଓ ସାଧାରଣ ଲକ୍ଷଣ- ଫୁସଫୁସରେ ପ୍ରଦାହ ପ୍ରବଳ ଜ୍ୱର କାଶ ଶ୍ୱାସରୋଗ ସହ ଜଡିତ ଅନ୍ୟ ଲକ୍ଷଣ ଚୀନରେ ନିମୋନିଆ ପାଇଁ ଡବ୍ଲ୍ୟୁଏଚ୍ଓର…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜୈନିକ ନାବାଳିକାର ଫୋଟ ଭାଇରାଲ୍ କରିବାର ଧମକ ଦେବା ଅଭିଯୋଗରେ କୋଦଳା ଥାନା ପୋଲିସ ୫୬୧/୨୩ ରେ ଏକ ମାମଲା ରୁଜୁ କରିବା ସହ ଧମକ ଦେଇଥିବା ଯୁବକକୁ ଗୁଣପୁର ପୋଲିସ ର ସହାୟତା ରେ ତାକୁ ଗୁଣପୁରରୁ ଗିରଫ କରିଛି। ଏହି ଯୁବକର ନାମ ସଞ୍ଜୟ କୁମାର ବିଶ୍ଵାଳ ହୋଇଥିବା ବେଳେ ତହାର ଘର କଟକ ଜିଲ୍ଲାର ବଡ଼ମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଗିରଫ ଯୁବକ ଜଣଙ୍କ ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଗତକାଲି କୋଦଳା ପୋଲିସ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିବା ଜଣାଯାଇଛି। କୋଦଳା ପୋଲିସର ଏହି ତ୍ଵରିତ ପଦକ୍ଷେପ ପାଇଁ ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି।
ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଆସିଆନକୁ ଭାରତୀୟ ମିଶନ ପକ୍ଷରୁ ୨୨ ନଭେମ୍ବରରୁ ୨୬ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଆସିଆନ-ଇଣ୍ଡିଆ ମିଲେଟ୍ ଫେଷ୍ଟିଭାଲ ୨୦୨୩ ଆୟୋଜନ କରାଯାଉଛି। ଇଣ୍ଡୋନେସିଆର ଦକ୍ଷିଣ ଜାକର୍ତ୍ତାର ଏକ ପ୍ରମୁଖ ସପିଂ ଡେଷ୍ଟିନେସନ କୋଟା କସାବ୍ଲାଙ୍କା ମଲରେ ଏହି ମହୋତ୍ସବର ଉଦ୍ ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମିଲେଟ୍ ଭିତ୍ତିକ ଏଫ୍ପିଓ, ଷ୍ଟାର୍ଟଅପ୍ ଏବଂ ଭାରତୀୟ ସେଫ୍ ମାନେ ଅଂଶଗ୍ରହଣ କରି ଏହି ଉତ୍ସବର ଏକ ଅଂଶ ଭାବରେ ମିଲେଟ୍-କେନ୍ଦ୍ରୀତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆନ୍ତର୍ଜାତିକ ମିଲେଟସ ବର୍ଷ (ଆଇୱାଇଏମ୍) ସମାରୋହ ଅନୁରୂପ ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଆସିଆନ ସଦସ୍ୟ ରାଷ୍ଟ୍ର ଯଥା ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବାଜରା ଏବଂ ବାଜରା ଆଧାରିତ ଉତ୍ପାଦର ବଜାର ସୃଷ୍ଟି କରିବା। ଫିଲଫିସ ଏହି…
ଭୁବନେଶ୍ବର: ବଲାଙ୍ଗୀରରେ ଗତକାଲି ସୁଟିଂ ଚାଲିଥିବା ବେଳେ ଏକ ଘୋଡା ଉପରୁ ପଡି ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉପରେ ପ୍ରବଳ ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଛି। ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଛି। ଗତକାଲି ପ୍ଲାଷ୍ଟର କରିବା ପରେ ଆଜି ତାଙ୍କର ଅପରେସନ ହୋଇଥିବାର ଜଣାପଡିଛି। ବଲାଙ୍ଗୀରରେ ଶ୍ରୀତମ ନବକଳେବର ଚଳଚିତ୍ରର ସୁଟିଂ କରୁଥିଲେ। ସେ ଏହି ଚଳଚିତ୍ରରେ ଶ୍ରୀ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଘୋଡାରେ ଯିବାର ଏକ ଦୃଶ୍ୟ ଥିଲା। ସେଥିପାଇଁ ସେ ଘୋଡା ଉପରେ ବସି ସୁଟିଂ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଘୋଡା ଉପରୁ ପଡିଯାଇଥିଲେ। ଶ୍ରୀତମଙ୍କ ଏପରି ଅବସ୍ଥା ପରେ ସେଠାରେ ସୁଟିଂ ବନ୍ଦ ରହିଥିବାର ଜଣାପଡିଛି।
ନୂଆଦିଲ୍ଲୀ: ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବ୍ୟାଙ୍ଗକକ୍ରେ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଐତିହାସିକ ବିଜୟ! ଇତିହାସରେ ନିଜ ନାଁ ଲେଖିବା ସହ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ତୀରନ୍ଦାଜ ଦଳକୁ ଅଭିନନ୍ଦନ! ଚାମ୍ପିୟନଶିପରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୯ଟି ପଦକ ଜିତିଛି। ପ୍ରତ୍ୟେକ ଆଥଲେଟଙ୍କୁ ସେମାନଙ୍କ ଅବଦାନ ପାଇଁ ପ୍ରଶଂସା। ସେମାନେ ଆମକୁ ସର୍ବଦା ଗର୍ବିତ କରନ୍ତୁ।’
ନୂଆଦିଲ୍ଲୀ: ଆମେରିକାରେ ନିକଟରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କହିଛନ୍ତି ଯେ, ‘ଆମେରିକାରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ଆମ ୱୁସୁ ଚାମ୍ପିୟନ ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ଅଭିନନ୍ଦନ। ସେମାନଙ୍କ ନିଷ୍ଠା, ଦକ୍ଷତା ବାସ୍ତବରେ ଦେଶକୁ ଗର୍ବିତ କରିଛି। ସେମାନଙ୍କ ସଫଳତା ଭାରତରେ ୱୁସୁକୁ ଆହୁରି ଲୋକପ୍ରିୟ କରିବ। ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ଶୁଭକାମନା।’
ନୂଆଦିଲ୍ଲୀ: କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍ କ୍ରିକେଟର ମାର୍ଲନ୍ ସାମୁଏଲ୍ସଙ୍କୁ ଆଇସିସି ୬ ବର୍ଷ ପାଇଁ ନିଲମ୍ବନ କରିଛି। ଅନେକ ଥର ୱେଷ୍ଟଇଣ୍ଡିଜ୍ ପାଇଁ ସାମୁଏଲ୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅବସର ପରେ ସେ ଘରୋଇ ଲିଗରେ ଖେଳୁଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସାମୁଏଲ୍ସ ଆସନ୍ତା ୬ ବର୍ଷ ପାଇଁ କୌଣସି ଫର୍ମାଟରେ ଖେଳିବାକୁ ସମର୍ଥ ହେବେ ନାହିଁ। ଏମିରେଟ୍ସ କ୍ରିକେଟ୍ ବୋର୍ଡର ଦୁର୍ନୀତି ନିବାରଣ କୋଡ ସହ ଜଡିତ ନିୟମ ଭାଙ୍ଗିବାରେ ସାମୁଏଲ୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଇସିସି ଏଚଆର ଏବଂ ଇଣ୍ଟିଗ୍ରୀଟି ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶନ ଗୁରୁବାର ଏହି ନିଷେଧାଦେଶ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସାମୁଏଲ୍ସ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି। ଏହି ଅବଧିରେ ସେ ଅନେକ ଥର ଦୁର୍ନୀତି ବିରୋଧୀ ଅଧିବେଶନରେ ଭାଗ ନେଇଥିଲେ। ଦୁର୍ନୀତି ବିରୋଧୀ ଦାୟିତ୍ୱ କ’ଣ…

