ପୋଖରୀରେ ବୁଡି ମହିଳାଙ୍କର ମୃତ୍ୟୁ

Published: Nov 29, 2023, 1:10 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଗ୍ରାମରେ ଏକ ଅଘଟଣ ଘଟି ପଙ୍କଜ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ମହିଳା ପଙ୍କଜ ସକାଳୁ ଗାଧୋଇବା ପାଇଁ ଡ଼ାକ୍ତରଖାନା ନିକଟସ୍ଥ ପୋଖରୀକୁ ଯାଇଥିଲେ ଓ ପାଣିରେ ବୁଡି ଯାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩୬/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts