Author: Samikhsya Bureau

ନୂଆଦିଲ୍ଲୀ: ରାଜସ୍ଥାନରେ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓକୁ ଅଶୋକ ଗେହଲଟ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ମତଦାନର ଠିକ୍ ଗୋଟିଏ ଦିନ ପୂର୍ବରୁ ପାଇଲଟଙ୍କ ଭିଡିଓ ସେୟାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ପାଇଲଟ କଂଗ୍ରେସ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିବା ସହ ‘ସବୁକିଛି ଭୁଲି ହାତ ଚିହ୍ନରେ ଥିବା ବଟନ୍ ଦବାନ୍ତୁ’ ବୋଲି କହୁଛନ୍ତି। ଗେହଲଟ ସଚିନ ପାଇଲଟଙ୍କ ଭିଡିଓ ସେୟାର କରିବାର ଆବଶ୍ୟକତା କାହିଁକି ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଭୋଟର ଏହାକୁ କଂଗ୍ରେସର ଶକ୍ତି କିମ୍ବା ଗେହଲଟଙ୍କ ବାଧ୍ୟବାଧକତାଭାବେ ଦେଖିବେ। ମୋଦିଙ୍କ ଆକ୍ରମଣର ମୁକାବିଲା ପାଇଁ ପ୍ରୟାସ ଚାଲିଛି କି? ଗେହଲଟ ପାଇଲଟଙ୍କ ଭିଡିଓ ସେୟାର କରିବା ପରେ ଅନେକ କଥା କୁହାଯାଉଛି। ଅତୀତରେ ପ୍ରଧାନମନ୍ତ୍ରୀ…

Read More

ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ଡିଜିଟାଲ ଇଣ୍ଡିଆ ଆଲୋଚନା ଅଧିବେଶନରେ ଯୋଗ ଦେଇ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୁରକ୍ଷିତ ଓ ବିଶ୍ୱସନୀୟ ଇଣ୍ଟରନେଟ୍ ତଥା ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଡିଜିଟାଲ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ ହେବାର ଆବଶ୍ୟକତାକୁ ଦୋହରାଇଛନ୍ତି । ଅବିକଳ ନକଲ ବା ଡିପ୍ ଫେକ୍ ବିପଦ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବେଗ ପ୍ରକାଶ କରିବା ପରେ ସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନେ ସେମାନଙ୍କ ସାର୍ବଜନୀନ ନିର୍ଦ୍ଦେଶାବଳୀକୁ ଆଇଟି ନିୟମ ସହିତ ଯୋଡ଼ିବାକୁ ରାଜି ହୋଇଛନ୍ତି। ବିଶେଷ କରି ୧୧ ପ୍ରକାରର ବିଷୟବସ୍ତୁ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିରେ ଡିପ୍‌ଫେକ୍ ସମେତ ଉପଭୋକ୍ତାଙ୍କ କ୍ଷତି ଘଟାଇବା ଭଳି ବିଷୟବସ୍ତୁ ରହିଛି। ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ନିୟମାବଳୀ ସୀମା ମଧ୍ୟରେ ଡିପ୍‌ ଫେକ୍‌ ଜନିତ ଆହ୍ୱାନର ମୁକାବିଲା…

Read More

ନୂଆଦିଲ୍ଲୀ: ଭୌତିକବାଦ, ସାମ୍ୟବାଦ ଏବଂ ପୁଞ୍ଜିବାଦର ପରୀକ୍ଷଣ ପରେ ଭୁଶୁଡ଼ି ପଡ଼ିଥିବା ବିଶ୍ୱକୁ ଭାରତ ଖୁସି ଓ ସନ୍ତୋଷର ମାର୍ଗ ଦେଖାଇବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶୁକ୍ରବାର କହିଛନ୍ତି। ଥାଇଲାଣ୍ଡର ରାଜଧାନୀରେ ତୃତୀୟ ବିଶ୍ୱ ହିନ୍ଦୁ କଂଗ୍ରେସର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଭାଗବତ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କୁ ପରସ୍ପର ସହ ଯୋଡ଼ି ହେବା ଏବଂ ବିଶ୍ୱ ସହ ଯୋଡ଼ି ହେବାକୁ ନିବେଦନ କରିଛନ୍ତି। ସମଗ୍ର ବିଶ୍ୱର ଚିନ୍ତକ, କର୍ମୀ, ନେତା ଓ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, ଆମକୁ ପ୍ରତ୍ୟେକ ହିନ୍ଦୁଙ୍କ ପାଖରେ ପହଞ୍ଚିବାକୁ ହେବ, ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ସମସ୍ତ ହିନ୍ଦୁ ମିଳିମିଶି ବିଶ୍ୱର ସମସ୍ତଙ୍କ ସହ ଯୋଡ଼ି ହେବେ। ହିନ୍ଦୁମାନେ ଅଧିକରୁ ଅଧିକ ସଂଖ୍ୟାରେ ଯୋଡ଼ି ହେଉଛନ୍ତି ଏବଂ ବିଶ୍ୱ ସହ ଯୋଡ଼ି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଗବତ କହିଛନ୍ତି ଯେ ବିଶ୍ୱ, ବିଶେଷ…

Read More

ନୂଆଦିଲ୍ଲୀ: ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ଦେହାନ୍ତରେ ଦୁଃଖିତ। ଜଣେ ପ୍ରକୃତ ପଥପ୍ରଦର୍ଶକ ଭାବେ ତାଙ୍କ ଉଲ୍ଲେଖନୀୟ ଯାତ୍ରା ଅନେକ ବାଧାବିଘ୍ନକୁ ଦୂର କରିଛି ଏବଂ ମହିଳାଙ୍କୁ ବହୁତ ପ୍ରେରଣା ଦେଇଛି। ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ମନେ ରହିବ। ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା  ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।

Read More

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଅର୍ଥାତ୍‌  ଅକ୍ଟୋବର ୨୭ ଠାରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଯୋଗ ଦେଇଥିବା ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଜିଲ୍ଲାୱାରୀ ତଥ୍ୟ ସର୍ବସାଧାରଣଙ୍କ ଅବଗତି ପ୍ରକାଶ କରାଯାଇଛି। ଏହି ତାଲିକାରୁ ଜଣାପଡିଛି ଯେ, ମୋଟ ୩ ଲକ୍ଷ ୧୧ ହଜାର ୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବା ବେଳେ ମୋଟରେ ୮୦ ହଜାର ୩୦ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ବିଭିନ୍ନ ଜିଲ୍ଲା ହିସାବରେ ନୂଆ ଭୋଟର ଯୋଗ ହେବା ଏବଂ ବାଦ ପଡିବା ତାଲିକା ହେଲା ବରଗଡ଼ ଜିଲ୍ଲାରେ ୧୨୭୦୧ ଜଣ ଭୋଟର ଯୋଗ, ୬୨୫୧ ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ ୫୧୬୦ ଜଣ ଯୋଗ ଓ ୪୬୨ ଜଣ ବାଦ୍‌ ସୁନ୍ଦରଗଡ଼ ଜିଲ୍ଲାରେ ୧୪୧୩୩…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ୧୭/୩୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ନିଖିତାର ଅଜା ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ତାଙ୍କ ନାତୁଣୀକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ଚଳାଇ ପୋଲିସ ଜାଣିବାକୁ ପାଇଲେ ଯେ ସ୍ବାମୀ ସୁରଟ୍ ରେ କାମ କରିବାକୁ ଯାଇଛନ୍ତି ଓ ଘଟଣା ଦିନ ସେ ଗାଁ ରେ ନାହିଁ। ଅନ୍ୟ ପକ୍ଷରେ ଶ୍ଵଶୁର ଓ ଶାଶୂ ତାର ତିନି ବର୍ଷର ପୁଅକୁ ଧରି ମାଛ ଧରିବା ପାଇଁ ଗାଁ ପୋଖରୀ କୁ ଯାଇଛନ୍ତି ଓ ନିଖୀତା ଦୁଇ…

Read More

ଭୁବନେଶ୍ୱର: ସମାଜରେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା, ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଜରିଆରେ ବଡ଼ ସମ୍ମାନ ଦେଇଛନ୍ତି। ପିଏମ୍ ବିଶ୍ୱକର୍ମା ଗରିବ ଲୋକଙ୍କୁ ଧନୀ ବନାଇବାର ନୂଆ ଯୋଜନା ବୋଲି ଶୁକ୍ରବାର ଭୁବନେଶ୍ୱରର ସିଏସଆଇଆର୍ –ଆଇଏମଏମଟି ଠାରେ ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଏମ ବିଶ୍ୱକର୍ମା ଯୋଜନାରେ କୁମ୍ଭାର, କମାର, ବଢେଇ, ମିସ୍ତ୍ରୀ, ମୂର୍ତ୍ତିଶିଳ୍ପୀ, ବଣିଆ, ଦରଜୀ, ମୋଚି, ମାଳି, ଜାଲ ବୁଣାଳୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିକୁ ସାମିଲ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ମୋଦି ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବ୍ଲକ ଅଧୀନ ସମସ୍ତ ସ୍କୁଲର ସହକାରୀ ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷଧିକାରୀ ସନାତନ ଜାଲି କମ୍ପୁଟର ଟାବଲେଟ ବଣ୍ଟନ କରିଛନ୍ତି। ଓଡିଶା ଶିକ୍ଷା ପ୍ରାଧିକାରଣ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଶିକ୍ଷକ ମାନେ ଶିକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ଲକ୍ଷରେ ୧୯୮ଜଣ ଶିକ୍ଷକଙ୍କୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କମ୍ପୁଟର ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ସ୍କୁଲର ପ୍ରୋଗ୍ରେସିଭ କାର୍ଯ୍ୟ ସରକାର ଜାଣିବା ନିମନ୍ତେ ଟାବଲେଟ ବଣ୍ଟନ କରାଯାଇଛି ବୋଲି ଶ୍ରୀଯୁକ୍ତ ଜାଲି କହିଛନ୍ତି।

Read More

ଭୁବନେଶ୍ୱର: ଦେଶ ତଥା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ତଥା ମହାନଗର ନିଗମ, ମୁନିସିପାଲିଟି, ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ବିନିଯୋଗ କରାଯାଉଅଛି। ଏହାର ସଠିକ ହିସାବ ରଖିବା ଓ ହିସାବରେ ସ୍ୱଚ୍ଛତା ପାଇଁ ସେସବୁ ଅନୁଷ୍ଠାନରେ ଗୁଣାତ୍ମକ ହିସାବ ରକ୍ଷକର ଅଭାବ ପରିଲକ୍ଷିତ ହେଉଅଛି। ଏହି ସମସ୍ୟାର ସମାଧାନ ପାଇଁ ସିଏଜି ପକ୍ଷରୁ ସରକାରୀ ହିସାବ ଓ ଅଡିଟ ଦକ୍ଷତା ବୃଦ୍ଧି ପାଇଁ ଚାର୍ଟର୍ଡ଼ ଏକାଉଣ୍ଟାଟସ ସହଯୋଗରେ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରାଯିବ ବୋଲି ପ୍ରଧାନ ମହାଲେଖାକାର ଆଜି ପ୍ରକାଶ କରିଛନ୍ତି। ଅଡିଟ ସପ୍ତାହ ପାଳନ ଅବସରରେ ଆଜି ସହରାଞ୍ଚଳ ସ୍ବାୟତ୍ୟ ସଂସ୍ଥା (ଅର୍ବାନ ଲୋକାଲ ବଡି ULB) ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ମହାଲେଖାକାର କାର୍ଯ୍ୟାଳୟ(ଏଜି ) ଦ୍ୱାରା ସଂମ୍ମାନିତ କରିବା ଉଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ…

Read More

ଭୁବନେଶ୍ଵର: ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାଙ୍କ ଦକ୍ଷତାକୁ ଉପଯୋଗ କରି ବିଶ୍ୱର ନେତୃତ୍ୱ ନେବା। ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବା ବେଳେ ୨୦୩୬ ସୁଦ୍ଧା ରୋଜଗାର କରିବା ନୁହେଁ, ରୋଜଗାର ଦେବାର ସଂକଳ୍ପନା କରିବା ବୋଲି ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାର ଜଟଣୀ ପଦନପୁର ଠାରେ ଜଟଣୀ ଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ୍ (NSTI Plus), ଭୁବନେଶ୍ୱରର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ୮ ଏକର ପରିମିତ ଜମିରେ ପାଖାପାଖି ୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ଏହି କ୍ୟାମ୍ପସ ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ଅନୁଷ୍ଠାନ ସମେତ ଓଡ଼ିଶାରେ ମୋଟ ୫୨୪ଟି ଆଇଟିଆଇରେ ଛାତ୍ରଛାତ୍ରୀମାନେ ପଢୁଛନ୍ତି ।…

Read More

ଭୁବନେଶ୍ବର: ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିବା ବିଧାନସଭା ୪ଟି କାର୍ଯ୍ୟ ଦିବସ ପରେ ମୁଲତବୀ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ତାହା ଚାଲିବାର ଥିଲା। ଆହୁରି ୨୬ଟି କାର୍ଯ୍ୟ ଦିବସ ବାକି ରହିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ। ଏହାକୁ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ ଜଣାଇଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ। ଶୀତକାଳୀନ ଅଧିବେଶନ ମାତ୍ର ୪ ଦିନ ଚାଲିଥିଲା। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବି ପ୍ରସ୍ତାବ ଆଲୋଚନା ହୋଇଛି। ତେବେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ଆଉ ୮ ଦିନ ବାକି ଅଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ନିଜର ଆକଳନ ଏବଂ ଗଣିତ ଥାଏ। କଳ୍ପନାତ୍ମକ ବଜାର ନିଜର ଭିନ୍ନ ଗଣିତ ଦେଉଛି। ଆପଣ ଯେତେ ସମ୍ଭବ ଶବ୍ଦ ମଧ୍ୟ କହିପାରିବେ ! ସେମାନଙ୍କୁ ସିଟ ମଧ୍ୟ କୁହାଯାଇପାରିବ। ଅନ୍ୟପକ୍ଷରେ ଉଭୟ କଂଗ୍ରେସ ଓ ବିଜେପି ପୂରା ଶକ୍ତି ସହ ନିଜ ବିଜୟ ଦାବି କରୁଛନ୍ତି। ଉଭୟଙ୍କର ନିଜର ଯୁକ୍ତି ରହିଛି ଏବଂ ସେମାନଙ୍କର ବିଶ୍ୱାସ, ଭୂତଳ ବାସ୍ତବତା ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ହିଁ ସେମାନଙ୍କୁ ବିଶ୍ୱାସ କରାଯିବ! କିନ୍ତୁ ଇତିମଧ୍ୟରେ ବିଦାୟୀ ଘୋଷଣା ହୋଇଥିବା ତାଙ୍କ ଦଳର ବିଧାୟକମାନଙ୍କ ବୈଠକ ଓ ପ୍ରଶାସନିକ କାର୍ଯ୍ୟକଳାପ ପରିଚାଳନା ଏକ ନୂଆ ବିତର୍କ ସୃଷ୍ଟି କରିଛି । ଏହି ବିତର୍କ ସହିତ ଏକ ପ୍ରଶ୍ନ ମଧ୍ୟ ଉଠୁଛି ଯେ ସେମାନେ ଦଳୀୟ ଲାଇନ ବ୍ୟତୀତ ନିଜ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ନାଗରିକର ଅବଦାନ ରହିବ ଓ ଉନ୍ନତି ହୋଇପାରିବ। ସୋଆ ଦ୍ୱାରା ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ସ୍ଥାପିତ ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ଯୋଗ ଦେଇଛନ୍ତି। ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଟ୍ରଷ୍ଟବୋର୍ଡ଼ର ପୂର୍ବତନ ସଭାପତି, ବିଶିଷ୍ଠ ଜନପ୍ରିୟ ହୋମିଓପ୍ୟାଥି ଡାକ୍ତର, ସମାଜ ସେବୀ କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା ଜନ୍ମମାଟି ଭୀମପୁରସ୍ଥ ସାମନ୍ତରାପୁରର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବିଭୂତି ଭୂଷଣ ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଶିକ୍ଷାବିତ୍‌ ବାଳମୁକୁନ୍ଦ ଦାସ,ରାଜେନ୍ଦ୍ର ପ୍ରସାଦ ରଥ, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ନାରାୟଣ ମହାନ୍ତି, ରବୀନ୍ଦ୍ରକୁ ମାର ସାହୁ,ରାସବିହାରୀ ସାହୁ, ବୈରାଗୀ ଚରଣ ବେହେରା, ନନ୍ଦ କିଶୋର ବାରିକ, ଅଶୋକ ରାଉତ, ଅଶୋକ ନନ୍ଦ, ରାଜକିଶୋର ନନ୍ଦ, ପ୍ରଦୀପ ନନ୍ଦ ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ନାମରେ ଭୀମପୁର ଠାରୁ ଐତିହାସିକ ପଲଟଣ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଟିକୁ କାଶିନାଥ ମିଶ୍ର…

Read More

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ୨୯ତମ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇ ଯାଇଛି। ଏଥିରେ ବ୍ଲକରୁ ମୋଟ ୨୫୭ଟି ପ୍ରକଳ୍ପ ଧରି କୁନି କୁନି ବୈଜ୍ଞାନିକମାନେ ଏହି ବାଲ ବୈଜ୍ଞାନିକ ପ୍ରଦାର୍ଶନିରେ ଅଂଶ ଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା କୁ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ କୁମାର ପ୍ରଧାନ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ ପ୍ରମୁଖ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମକୁ ରଣପୁର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପରିଚାଳନା କରିଥିବା ବେଳେ ଆବାହକ ତଥା ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନଂ ଟିଏନ୍୩୪ ଏବି ୩୮୧୧ ଆନ୍ଧ୍ର ପଟେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ସ୍କୁଟି ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟିରେ ବସିଥିବା ୧୫ ବର୍ଷିୟା ବାଳିକା ତଳେ ଛିଟିକି ପଡ଼ିଯାଇଥିଲା ଏବଂ ଉକ୍ତ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ଘଟିଥିଲା। ମୃତକ ନାବାଳିକାର ନାମ ଲିପା ପ୍ରଧାନ ବୋଲି ଜଣାପଡିଛି। ତେବେ ଗାଡ଼ି ଚଳାଉଥିବା ଭିଣୋଇ ଟୁନା ପ୍ରଧାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଟୁନାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ମୃତ ଲିପା ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ପୋଲିସ ଜବତ କରିବା ସହ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା। ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା…

Read More

ଭୁବନେଶ୍ବର: ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜୟଦେବ ଭବନଠାରେ ରାଜ୍ୟ ଏନଏସଏସର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ, ଏନଏସଏସ ରିଜିଓନାଲ ଡ଼ାଇରେକ୍ଟର ସରିତା ପଟେଲ, ସ୍ବତନ୍ତ୍ର ସଚିବ ଶ୍ରୀ ରମାକାନ୍ତ ନାୟକ, ରାଜ୍ୟ ଏନଏସଏସ ଅଫିସର ଡ଼  ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସମାଜ ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବର ବିକାଶ ସାଧନ କରିବା ଜାତୀୟ ସେବା ଯୋଜନା(ଏନଏସଏସ)ର ମୂଳ ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଶ୍ରୀ ନାୟକ କହିଥିଲେ ଯେ, ଆମେ ସମସ୍ତେ ଜଣେ ଜଣେ ସ୍ବେଚ୍ଛାସେବୀ। ଆମ ମହାପୁରୁଷ ଗାନ୍ଧୀ, ଗୋପବନ୍ଧୁ ସଭିଁଏ ଜଣେ ଜଣେ ସ୍ବେଚ୍ଛାସେବୀ ଥିଲେ। ବାହାନଗା ବିପତ୍ତି ସମୟରେ ଏନଏସଏସର ସ୍ବେଚ୍ଛାସେବୀ ଯୁବକଯୁବତୀ ମାନଙ୍କୁ ମଣିଷ ଆମ୍ବୁଲାନ୍ସର…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଗାଁର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଗ୍ରାଉଣ୍ଡ ଜିରୋରେ କିଭଳି ବିକାଶ କାର୍ଯ୍ୟ ହେଉଛି, ତାହାକୁ ପରଖିବା ପାଇଁ ବିଭନ୍ନ ସଚିବ ମାନଙ୍କୁ ରାଜ୍ୟ ସରକାର ନୋଡାଲ ଅଫିସର ଭାବେ ନିଯୁକ୍ତ କରିଛନ୍ତି। ସଚିବମାନେ ମାସକୁ ମାସ ଜିଲ୍ଲା ଗସ୍ତ କରିବେ ଗାଁର ବିକାଶ ପରଖିବେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ମହିଳା ଶିଶୁ ବିକାଶ ସଚିବ ଶୁଭା ଶର୍ମା ଆଜି ଦିନିକିଆ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଗସ୍ତ କରିଛନ୍ତି।  ଦିନିକିଆ ଗସ୍ତ କରି ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଗସ୍ତ କରିବା ସହ ରାଜ୍ୟସରକାଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ପ୍ରଥମେ ଟାଙ୍ଗୀ ବ୍ଲକ ରାମେଶ୍ୱର ପଞ୍ଚାୟତ ଗସ୍ତ କରିଥିଲେ। ରମେଶ୍ୱର ପଞ୍ଚାୟତର ଅଙ୍ଗନବାଡି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପଟି ହେଉଛି – ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ବରଗଡ ଜିଲ୍ଲାର ଝାରବନ୍ଧ ଓ ପାଇକମାଳ ବ୍ଳକ୍‌ର ଜନସାଧାରଣ ନିଶ୍ଚିତ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।

Read More