Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଳ୍କୟାରା ସୁଡ଼ଙ୍ଗ ନିକଟରେ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଆଜିର ଖବର

ସିଳ୍କୟାରା ସୁଡ଼ଙ୍ଗ ନିକଟରେ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଳ୍କୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିବା ଲାଗି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୁଡ଼ଙ୍ଗ ଭୁଶୁଡ଼ିବା ପରେ ଭଗ୍ନାବଶେଷ ମଧ୍ୟ ଦେଇ ହେଉଥିବା ଭୂସମାନ୍ତର ଖନନ କାର୍ଯ୍ୟ ଏବଂ ସୁଡ଼ଙ୍ଗ ଉପରିସ୍ତ ଭାଗରୁ ହେଉଥିବା ଭୂଲମ୍ବ ଖନନ କାର୍ଯ୍ୟକୁ ଡକ୍ଟର ମିଶ୍ର ଅନୁଧ୍ୟାନ କରିଛନ୍ତି। ରେଳ ବିକାଶ ନିଗମ ଲିମିଟେଡ଼ (ଆରଭିଏନଏଲ) ଏବଂ ସତଲେଜ୍ ଜଳ ବିଦ୍ୟୁତ ନିଗମ ଲିମିଟେଡ (ଏସଜେଭିଏନଏଲ) ଦ୍ୱାରା ଭୂଲମ୍ବ ଖନନ କରାଯାଉଛି। ସେ ମଧ୍ୟ ଆରଭିଏନଏଲ ଦ୍ୱାରା କରାଯାଉଥିବା ୧୭୦ ମିଟର ଲମ୍ବା ସୁଡ଼ଙ୍ଗ କାମ ବୁଲି ଦେଖିଛନ୍ତି।

ଫସି ରହିଥିବା ଶ୍ରମିକଙ୍କ ସହ କଥା ହେଲେ

ଯୋଗାଯୋଗ ଲାଇନ୍ ଜରିଆରେ ଡକ୍ଟର ମିଶ୍ର ଫସି ରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ଶ୍ରମିକମାନଙ୍କ ମନୋବଳ ଦୃଢ଼ ରହିଛି ଓ ସେମାନେ ଆଶାବାଦୀ ରହିଛନ୍ତି। ଡକ୍ଟର ମିଶ୍ର ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ପାଇଁ ଆଶ୍ୱାସନା ଦେଇଥିଲେ।

ଲୋକଙ୍କ ନିରାପତ୍ତା ଓ ଯନ୍ତ୍ରାଂଶର ସୁରକ୍ଷା ପ୍ରତି ସର୍ବାଧିକ ପ୍ରାଥମିକତା ଦେଇ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବା ଲାଗି ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି। ଫସି ରହିଥିବା ଲୋକଙ୍କ ନିରାପଦ ଉଦ୍ଧାର ପାଇଁ ସମୟର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ। ଭିତରେ ରହିଥିବା ଲୋକଙ୍କ ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ସେମାନଙ୍କୁ ଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଲୋକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସ୍ୱାସ୍ଥ୍ୟ ତଦାରଖ ଓ ପରାମର୍ଶ ଦିଆଯିବା ସହ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ସମୟ ସମୟରେ ଆଲୋଚନା କରାଯିବା ଆବଶ୍ୟକ ବୋଲି ଡକ୍ଟର ମିଶ୍ର କହିଛନ୍ତି। ଏହି ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ସରକାର ଦେଶର ବିଭିନ୍ନ ଏଜେନ୍ସି/ସଂଗଠନର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଡ. ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଏନଏଚଆଇଡିସିଏଲ, ଆରଭିଏନଏଲ, ଏସଜେଭିଏନଏଲ, ଓଏନଜିସି, ଟିଏଚଡିସି, ସିଆଇଏମଏଫଆର, ବିଆରଓ, ଜିଏସଆଇ, ଅନ୍ତର୍ଜାତୀୟ ବିଶେଷଜ୍ଞ ସମେତ ଅନେକ ଘରୋଇ ଏଜେନ୍ସିର ଅଧିକାରୀମାନେ ପ୍ରମୁଖ ସଚିବଙ୍କୁ ସେମାନଙ୍କ ଏଜେନ୍ସି ଦ୍ୱାରା କରାଯାଉଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ।

ମେସିନ୍ ଅପରେଟର, ୱେଲ୍ଡର୍, ରେଟ୍ ମାଇନର୍ସ, ପୁଲିସ, ଏସ୍ଡିଆର୍ଫ୍, ଏନଡିଆରଏଫ, ବିଆରଓ, ସେନା, ଆଇଟିବିପି, ଜିଲ୍ଲା ପ୍ରଶାସନ ଏବଂ ଅପରେସନରେ ସମ୍ପୃକ୍ତ ଅନ୍ୟ ସମସ୍ତ ଏଜେନ୍ସିର କଠିନ ପରିଶ୍ରମକୁ ପ୍ରମୁଖ ଶାସନ ସଚିବ ପ୍ରଶଂସା କରିଥିଲେ।

ଡକ୍ଟର ପିକେ ମିଶ୍ରଙ୍କ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ସୁଖବୀର ସିଂହ ସାନ୍ଧୁ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ହରି ରଞ୍ଜନ ରାଓ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026
Latest News

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.