ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରସାରଣ ସେବା ନିୟନ୍ତ୍ରଣ ବିଲ୍-୨୦୨୩ ଚିଠା ପ୍ରସ୍ତୁତ କରିଛି। ଏହି ଚିଠା ବିଲ୍ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି। ବିଗତ ତିନି ଦଶନ୍ଧି ଧରି କେବୁଲ ଟେଲିଭିଜନ ନେଟୱାର୍କ ନିୟନ୍ତ୍ରଣ ଆଇନ ୧୯୯୫ ବଳବତ୍ତର ଥିଲା। କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଣ୍ଟେଣ୍ଟ(ଉଭୟ ଲାଇନର ଓ କେବୁଲ ନେଟୱାର୍କ) ଉପରେ ନଜର ରଖିବାକୁ ଏହା ଥିଲା ମୌଳିକ ଆଇନଗତ ବ୍ୟବସ୍ଥା । ଏବେ କିନ୍ତୁ ଦେଶର ପ୍ରସାରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ନୂଆ ଟେକ୍ନୋଲୋଜି ଆସିବା ଫଳରେ ଡିଟିଏଚ୍, ଆଇପିଟିଭି, ଓଟିଟି ଓ ଅନ୍ୟାନ୍ୟ ବିଭିନ୍ନ ଇଣ୍ଟ୍ରିଗ୍ରେଟେଡ୍ ମଡେଲ ପ୍ଲାଟଫର୍ମ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି । ପ୍ରସାରଣ କ୍ଷେତ୍ରରେ ଡିଜିଟାଇଜେସନ ଫଳରେ, ବିଶେଷକରି କେବୁଲ ଟିଭିରେ, ନିୟାମକ ବା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁସଂହତ ଓ ଦକ୍ଷ କରିବାର…
Author: Samikhsya Bureau
ଭୁବନେଶ୍ୱର: ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଡିଏଭି ପୋଖରୀପୁଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ହିନ୍ଦୀ ଆଦି ବିଭିନ୍ନ ବିଭାଗରେ ପ୍ରାୟ ଚାରିଶହରୁ ଊର୍ଦ୍ଧ୍ୱ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ୧୫୮ଟି ପ୍ରକଳ୍ପକୁ ସେମାନଙ୍କ ଯାଦୁକରୀ ସ୍ପର୍ଶରେ ଚିତ୍ତାକର୍ଷକ ଭାବେ ଉପସ୍ଥାପନ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ପ୍ରଦର୍ଶନୀକୁ ଉଦ୍ଘାଟନ କରି ବିଦ୍ୟାର୍ଥୀଙ୍କ ପ୍ରତିଭା ବିକାଶର ଏହା ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କହିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପିଲାମାନଙ୍କ ସୃଜନଶୀଳତା ତଥା ବୌଦ୍ଧିକ ବିକାଶ ନିମନ୍ତେ ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ରଛାତ୍ରୀଙ୍କର ଏତାଦୃଶ ଅଭିନବ ପ୍ରକଳ୍ପ ଅନ୍ୟମାନଙ୍କ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଏହାର ସୁଯୋଗ ନେଇ ଅସାଧୁ ଡିଲର ମାନେ ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସମୟରେ ଭେଲି ଘଟଣାରେ ସମଗ୍ର ଓଡିଶାରେ ତୁମ୍ଭି ତୋଫାନ ଚାଲିଥିବା ବେଳେ କେତେ ଜଣ ଅସାଧୁ ଡିଲରଙ୍କୁ ଗିରଫ କରାଯାଇଥିବାର…
ବ୍ରହ୍ମପୁର: ଜନ ବିରୋଧି କାର୍ଯ୍ୟ ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ତଡି ଦେଇଛି ତାଙ୍କୁ କୋଳେଇ ନେବାପାଇଁ ଏବେ ବିଜେପି ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ ନେତା ସୃଷ୍ଟି କରିପାରୁ ନାହାନ୍ତି। କାଲି ଯାହାକୁ ଦୁର୍ନୀତିଗ୍ରସ୍ତ କହି ଗାଳି ଦେଉଥିଲେ ଆଜି ତାଙ୍କୁ ନେବାପାଇଁ ବିଜେପିକୁ ନିଦ ହେଉନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ସଭାପତି ବିକ୍ରମ ପଣ୍ଡା। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଶୁଣିବାକୁ ମିଳୁଛି ଯେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବାକୁ ଯାଉଛନ୍ତି। ସେ ବିଜେଡିରୁ ଅତୀତରେ ତଡା ଖାଇଥିବାବେଳେ ଏବେ ଜାମିନରେ ଅଛନ୍ତି। ଏଭଳି ନେତାଙ୍କୁ କିଭଳି ବିଜେପି ଆପଣେଇବାକୁ ଯାଉଛି ତାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ନିଜ ନିର୍ବାଚନମଣ୍ଡଳୀ…
ରଣପୁର: ଆଜି ରଣପୁର ଶିକ୍ଷା ବ୍ଲକରେ ଶିକ୍ଷକ ମହାସଂଘ ବା ଶିକ୍ଷକ ସମନ୍ୱୟ କମିଟି ଗଠନ ହୋଇ ଯାଇଛି। ରଣପୁର ମଣିନାଗ ପାହାଡ଼ ପାଦ ଦେଶରେ ଥିବା ମା’ ମଣିନାଗଙ୍କ ପୀଠରେ ଏହି ଶିକ୍ଷକ ମହାସଂଘ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ନୀଳକଣ୍ଠ ରଥ, ନୂତନ ପେନସନ ଯୋଜନା ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ପିଟିଆଇ ସଙ୍ଘର ସଭାପତି ଲଡ଼ୁକିଶୋର ପ୍ରଧାନ, ଗଣ ଶିକ୍ଷକ ସଂଘର ସଭାପତି ବସନ୍ତ କୁମାର ବେହେରା, ଟେକେନ ଓଭର ଶିକ୍ଷକ…
ଖୋର୍ଦ୍ଧା/ରଣପୁର: ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କଲେ ପ୍ରୋଦେବ, ଯାହାର ବୟସ ମାତ୍ର ୨ ବର୍ଷ ୬ ମାସ। ଏହି କୁନି ବିସ୍ମୟ ବାଳକଙ୍କ ପାଟିରୁ ଅନର୍ଗଳ ବାହାରୁଛି ସଂସ୍କୃତ ଶ୍ଳୋକ। କୁନି ବାଳକଙ୍କର ଏହି ଭଳି ବିଭିନ୍ନ ବିସ୍ମୟକର କାର୍ଯ୍ୟ ଦକ୍ଷତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ସେ ହେଉଛନ୍ତି ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ଗ୍ରାମ ପଂଚାୟତ ଗୋପୀନାଥପୁର ଗ୍ରାମର ସ୍ବର୍ଗତ ଉଦୟନାଥ ତ୍ରିପାଠୀଙ୍କ ନାତି ତଥା ଦେବୀପ୍ରସାଦ ତ୍ରିପାଠୀ ଏବଂ ପୌର୍ଣ୍ଣମାସୀ ଆଚାର୍ଯ୍ୟଙ୍କର ଏକମାତ୍ର ପୁତ୍ର ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ। ଏହି କୁନି ବାଳକଙ୍କ ଜନ୍ମ ଏପ୍ରିଲ ମାସ ୨୧ ତାରିଖ ୨୦୨୧ ମସିହାରେ। ସେ ମଣିଷ ଶରୀରର ୧୬ଟି ଅଂଶ, ୧୬ଟି ଫଳର ନାମ, ୧୪ଟି ପନିପରିବାର ନାମ, ୧୫ଟି ଫୁଲର ନାମ, ୧୫ଟି ପକ୍ଷୀର ନାମ, ୧୨ଟି ପଶୁର ନାମ, ୧୦ଟି…
ନୂଆଦିଲ୍ଲୀ: ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ସଂସ୍ଥାକୁ ନିର୍ବାଚନ ସମୟରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନ ଓ କାର୍ଯ୍ୟାନୁଷ୍ଠାନରୁ ତୁରନ୍ତ ରୋକିବାକୁ କଂଗ୍ରେସ ନିକଟରେ ନିର୍ବାଚନ କମିଶନଙ୍କୁ କହିଛି । ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପାଇଁ ଦାବି ହୋଇଛି କିନ୍ତୁ ଏହା ସମ୍ଭବ କି ? ଆଇନ ବିଶେଷଜ୍ଞଙ୍କ ମତରେ ପ୍ରବର୍ତ୍ତନ ଏଜେନ୍ସିଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର କୌଣସି ସମାଧାନ କିମ୍ବା ସମୀକ୍ଷା ଅଦାଲତମାନଙ୍କଠାରୁ ମାଗିହେବ କାରଣ ଏହା ଦଳୀୟ କାର୍ଯ୍ୟ କିମ୍ବା କ୍ଷମତାର ଅପବ୍ୟବହାରରୁ ସୁରକ୍ଷା ପାଇବା ପାଇଁ ଉପଯୁକ୍ତ ସ୍ଥାନ ଅଟେ । ଜଣେ ଆଇନ ବିଶେଷଜ୍ଞ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଗୁଇନ୍ଦା ତଥ୍ୟ ସଂଗ୍ରହ, ଅନୁସନ୍ଧାନ, ଲିଡ୍ ଓ ଜବତ, ଏଫଆଇଆର ପଞ୍ଜୀକରଣ ଏବଂ ଗିରଫଦାରୀ ଭଳି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର କାର୍ଯ୍ୟ ନିର୍ଦ୍ଧାରିତ…
ନୂଆଦିଲ୍ଲୀ: ବହୁ ଚେଷ୍ଟାସତ୍ତ୍ୱେ ଚଳନ୍ତା ଟ୍ରେନଗୁଡ଼ିକରେ ପଥରମାଡ଼ ଘଟଣା ଥମିବାର ନାଁ ନେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଟ୍ରେନରେ ପଥର ଫିଙ୍ଗିବାର ପ୍ରାୟ ୩୦୦ ଘଟଣା ସାମ୍ନାକୁ ଆସିଛି। ଏହା ଗତବର୍ଷ ତୁଳନାରେ ଅଧିକ। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଟ୍ରେନରେ ସବୁଠାରୁ ଅଧିକ ପଥର ଫିଙ୍ଗିଥିଲା ସେଗୁଡ଼ିକ ମଧ୍ୟରେ ବନ୍ଦେ ଭାରତ ଓ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ରହିଛି। ଏଥିପାଇଁ ଦୁଇଟି କାରଣ ଦର୍ଶାଯାଇଛି। ପ୍ରଥମଟି ହେଉଛି ସେମାନଙ୍କର ଉଜ୍ଜ୍ୱଳତା ଏବଂ ଦ୍ୱିତୀୟଟି ହେଉଛି ବେଗ। ଗତ ଅକ୍ଟୋବର ମାସରେ ଆରପିଏଫ ଟ୍ରେନ ଉପରକୁ ପଥର ଫିଙ୍ଗିଥିବା ୩୩ ଜଣଙ୍କୁ ଧରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ଥିଲା । ଟ୍ରେନରେ ପଥର ମାଡ଼ ଘଟଣାକୁ ନେଇ ଆରପିଏଫ ଏକ ଅଧ୍ୟୟନ କରିଥିଲା ଏବଂ ଅଭିଯୁକ୍ତମାନେ ଏହି ଅଭିଯୋଗରେ ଧରାପଡ଼ିଥିଲେ । ଟ୍ରେନରେ ଥିବା…
ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ ହୋଇଥିଲା। ଏହି ବୈଠକରେ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ କାନାଡା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। କାନାଡା ପ୍ରସଙ୍ଗରେ ଭାରତ ଯେଉଁ ଭଳି ଭାବରେ କଥା ହୋଇଛି ତାହା ସ୍ପଷ୍ଟ କରିଦେଇଛି ଯେ ତା’ର ଆଭିମୁଖ୍ୟ ବଦଳିବ ନାହିଁ। କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ବଢ଼ୁଥିବା କାର୍ଯ୍ୟକଳାପ କିପରି ତାଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଭାରତ ଆମେରିକାକୁ ଜଣାଇଛି। ଭାରତ ତରଫରୁ କୁହାଯାଇଥିଲା ଯେ ଆପଣ ନିକଟରେ ଏକ ଭିଡିଓ ଦେଖିଥିବେ ନିଶ୍ଚୟ। ଗୁରୁପତୱନ୍ତ ସିଂ ପନ୍ନୁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏୟାର ଇଣ୍ଡିଆର ଏକ ବିମାନକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଖାଲିସ୍ତାନୀ କାର୍ଯ୍ୟକଳାପକୁ ନେଇ ଗତ କିଛିମାସ ହେବ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗି…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସୁବିଧା ପାଇଁ ଶୁକ୍ରବାର ଦିନ ଏହାର ଲୋକାର୍ପଣ କରାଯାଇଛି। ସିଙ୍ଗାପୁରସ୍ଥିତ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଶିକ୍ଷା ସାଧନ କେନ୍ଦ୍ରର ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରାଯାଇଥିଲା। ‘‘ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଶିକ୍ଷା ସାଧନ କେନ୍ଦ୍ର କରାଯାଇଛି। ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସର ଆହୁରି ବ୍ୟାପକ ହୋଇପାରିବ। ସେମାନେ ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ’’, କହିଛନ୍ତି…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଦୀପାବଳି ପରେ ତୁରନ୍ତ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍ ଉପରେ ଆଲୋଚନା କରି ପାରିତ କରିବେ ବୋଲି ସୂତ୍ରରୁ ପ୍ରକାଶ। ଏହି ରିପୋର୍ଟରେ ପୈତୃକ ସମ୍ପତ୍ତିରେ ଲିଙ୍ଗଗତ ସମାନତା ଏବଂ ଝିଅମାନଙ୍କ ପାଇଁ ସମାନ ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏଥିରେ ମହିଳାଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇନାହିଁ। କମିଟିର ସୁପାରିସ ଅନୁଯାୟୀ ମହିଳାଙ୍କ ବିବାହ ବୟସ ୧୮ ବର୍ଷ ରଖାଯିବା ଦରକାର। ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାରେ ସବୁ ଧର୍ମ ପାଇଁ ଲାଗୁ ହେଉଥିବା ଏକ ଆଇନ ପ୍ରସ୍ତୁତ କରିବାକୁ କୁହାଯାଇଛି। ସେହି ଅନୁଯାୟୀ ବିବାହ ପଞ୍ଜୀକରଣ, ଛାଡ଼ପତ୍ର, ସମ୍ପତ୍ତି ଅଧିକାର, ଆନ୍ତଃରାଜ୍ୟ ସମ୍ପତ୍ତି ଅଧିକାର, ଭରଣପୋଷଣ, ପିଲାଙ୍କ ହେପାଜତ, ଏଟିସି ଭଳି ବ୍ୟକ୍ତିଗତ କ୍ଷତିରେ ସମାନତା ଉପରେ ବିଲର ବ୍ରୋଡର୍ ଫୋକସ୍ ରହିଛି। ତେବେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ ସାକ୍ଷାତ କରିଛନ୍ତି । ଦୁଇ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ “୨+୨” ଫର୍ମାଟରେ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇଥିଲେ। ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଏବଂ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା, ମହାକାଶ, ସ୍ୱାସ୍ଥ୍ୟ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଣତନ୍ତ୍ର, ବହୁମତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଟେଲିଫୋନରେ କଥା ହୋଇଛନ୍ତି। ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜି-୨୦ର ବ୍ରାଜିଲ ଅଧ୍ୟକ୍ଷତାର ସଫଳତା ପାଇଁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ହୋଇଥିବା ବୈଠକ ପରେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ ଏକ “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ କରିଛି। ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସିବିସିର ମିଶନରେ ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଡିଜିଟାଲ ମାଧ୍ୟମରେ ବହୁ ସଂଖ୍ୟକ ଜନତାଙ୍କୁ ଟେକ୍ନୋଲୋଜି ସକ୍ଷମ ମେସେଜିଂ ବିକଳ୍ପ ସହିତ ନାଗରିକ କେନ୍ଦ୍ରିତ ବାର୍ତ୍ତାକୁ ଲକ୍ଷ୍ୟଭିତ୍ତିକ ଉପାୟରେ ଓ ପ୍ରଭାବଶାଳୀ ଭାବରେ ପ୍ରସାରଣ କରିବାରେ ଏହି ନୀତି ସହାୟକ ହେବ, ଯାହାଫଳରେ ଭୌତିକ ଅଭିଯାନରେ ଖର୍ଚ୍ଚର ପରିମାଣ କମ୍ ହୋଇ ପାରିବ। ସାମ୍ପ୍ରତିକ ବର୍ଷ…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଅଞ୍ଚଳର ବିଭିନ୍ନ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନରେ ଶୂକ୍ରବାର ଧନତେରାସ୍ ଅବସରରେ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦିନ ତମାମ ଜୁଏଲରୀ ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା। ଧନତେରାସରେ ବଜାରରୁ ସୁନା କିଣିଲେ ବର୍ଷସାରା ଲାଭ ହୁଏ ବୋଲି ବିଶ୍ବାସ ରହିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ଜୁଏଲାରୀ ଦୋକାନର ମାଲିକ ବିଭିନ୍ନ ଭେରାଇଟିର ସ୍ଵର୍ଣ୍ଣ ଅଳଙ୍କାର ଆଣିଥିବା ଦେଖିବାକୁ ମିଳିଥିଲା। ଆସିକା ଅଞ୍ଚଳରେ ୭୫୦ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୪୭ହଜାର ଟଙ୍କା ଓ ୯୧୬ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୫୭ ହଜାର ଟଙ୍କା ରହିଥିଲା। ଧନତେରାସ୍ରେ ସୁନା କିମ୍ବା ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ଓ ସୁଖ ଏବଂ ସମୃଦ୍ଧି ମିଳିଥାଏ ବୋଲି ବିଶ୍ବାସ ରହିଛି। ଗୋଟିଏ ଦିନରେ ଆସିକା ଅଞ୍ଚଳରେ ବିଭିନ୍ନ ସ୍ୱର୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନରେ ପ୍ରାୟ…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୂକରଣ କର୍ତ୍ତୃପକ୍ଷ (ଓସେପା), ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଲକ୍ ଓ ଏନ୍ଏସି ଅଧୀନ ୩୫ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧୂକାରୀ ବିଭୁନନ୍ଦନ ପଣ୍ଡା ଓ ଭାଗିରଥୀ ପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜଲି ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଶିବିରରେ ୫-ଟିରେ ରୂପାନ୍ତରିତ ହୋଇଥିବା ସ୍କୁଲଗୁଡିକର ସୁପରିଚାଳନା ଓ ଶୈକ୍ଷିକ ବାତାବରଣ ସୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଯୋଜନାର ସଫଳ ରୂପାୟନ, ସ୍ମାର୍ଟସ୍କୁଲରେ ରୂପାନ୍ତରୀକରଣ ହେବାକୁ ଥିବା ସ୍କୁଲଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ହାଇସ୍କୁଲଗୁଡ଼ିକର ବିଭିନ୍ନ…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ଏନ୍ ଏସି ପକ୍ଷରୁ ସହରାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ପଲିଥିନ ଜବତ କରାଯାଇ ଜରିମାନା ଆଦାୟ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ନଗରପାଳିକା ବିନେତା ସ୍ୱାଇଁଙ୍କ ପରାମର୍ଶ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମିଶ୍ର, ପ୍ରକାଶ ନାୟକ, ପ୍ରମୋଦ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଲକ୍ଷ୍ମୀବଜାର, କଳିଙ୍ଗ ରୋଡ୍, ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ଉ କରି ପଲିଥିନ ଜବତ କରିବା ସହ ଜରିମାନା ବାବଦକୁ ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ଉକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ବେଜ୍ କହିଛନ୍ତି। ପଲିଥିନ କଟକଣା ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଜରିମାନା…
ଭୁବନେଶ୍ଵର: ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଅଛି। ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଏହି ରେଳ ସେକ୍ସନକୁ ନୀରିକ୍ଷଣ କରିଥିଲେ। ନୀରିକ୍ଷଣ ସମୟରେ ସମସ୍ତ ନିରାପତ୍ତା ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା ଏବଂ ଟ୍ରେନ୍ ଯାତାୟାତର ସମ୍ଭାବ୍ୟତା ମାପିବା ପାଇଁ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି। ଏହି ପ୍ରକଳ୍ପ ପାଇଁ ୯୯% ରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି। ଓଡ଼ିଶାରେ…
ଖୋର୍ଦ୍ଧା: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ/ସମ୍ମାନୀୟା ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ଚନ୍ଦ୍ରାଣୀ ମୁର୍ମୁ, ମଞ୍ଜୁଲତା ମଣ୍ଡଳ, ପ୍ରମିଳା ବିଶୋଇ, ରାମ ମୋହନ ନାଇଡୁ କାଞ୍ଜିରାପୁ, ମୁଜିବୁଲ୍ଲା ଖାଁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ। ଏହା ବ୍ୟତୀତ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଶର୍ମିଷ୍ଠା ସେଠୀ ଏବଂ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପ୍ରତିନିଧିମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବଜ୍ଵା ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ।…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗୁରୁବାର ରାତ୍ର ସମୟରେ ଆସିକା- ବ୍ରହ୍ମପୁର ମୁଖ୍ୟରାସ୍ତାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଆସିକା ଥାନା ଅନ୍ତର୍ଗତ ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମରେ ଆସିକା ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି। ବାଣ ବ୍ୟବସାୟୀମାନେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କିସମର ବାଣ ମହଜୁଦ ରଖୁଥିବା ଖବରପାଇ ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଗୁରୁବାର ରାତ୍ର ରେ ନଳବଣ୍ଟା ଗ୍ରାମର ଭଣ୍ଡାରୀସାହି, ପାଟଣା ସାହି, ରୋଡ୍ ସାହି, ଆଡୁଆ ସାହି ସମେତ ଆଖପାଖ ସାହିବସ୍ତିର ପ୍ରାୟ ୧୦ଟି ଘର ଉପରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରି ଥିବା ବେଳେ ଘଟଣାସୁଳରୁ ଚୋରା ବାଣମାଫିଆମାନେ ଫେରାର୍ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଆସିକା ଥାନାରେ ଦୁଇଟି ମାମଲା ଦାୟର…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ହିଲ ଟାଉନ୍ ୭ ନମ୍ବର ଗଲିରେ ରାଜ୍ୟର ୮୬ ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ଏକ ଉତ୍ସବରେ ଭବାନୀ ପାଟଣା ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ବର୍ଷୀୟାନ ସାମ୍ବାଦିକ, ପୂର୍ବତନ ମନ୍ତ୍ରୀ, ସାଂସଦ, ଲେଖକ ଓ ଗବେଷକ ରାସ ବିହାରୀ ବେହେରା ମୂଖ୍ୟ ଅତିଥି ଓ ବ୍ରହ୍ମପୁରରୁ ପ୍ରକାଶିତ ସର୍ବ ପୁରାତନ ସାପ୍ତାହିକ “ନବୀନ” ର ସମ୍ପାଦକ ରବି ରଥ ଓ କଳାହାଣ୍ଡି ସିଡିଏ ସଭାପତି ତଥା ରାଜ୍ୟ ସଂଯୋଜକ ଅଶୋକ କୁମାର୍ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଦୱା ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ପ୍ରିୟ ରଞ୍ଜନ ମହାନ୍ତି ଏହି ଅବସରରେ ଜେନେରିକ ଔଷଧ ସେବନ ଦ୍ଵାରା ସେବନକାରୀ ୯୦ ପ୍ରତିଶତ ଅର୍ଥ ସଞ୍ଚୟ କରି ପାରିବା ସହ ଉନ୍ନତ ଓ ସୁରକ୍ଷିତ ଔଷଧ ସହ ବଜାରରେ…

