Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ଗଠନ ହେଲା ଶିକ୍ଷକ ମହାସଂଘ
ଆଜିର ଖବର

ରଣପୁରରେ ଗଠନ ହେଲା ଶିକ୍ଷକ ମହାସଂଘ

November 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ରଣପୁର ଶିକ୍ଷା ବ୍ଲକରେ ଶିକ୍ଷକ ମହାସଂଘ ବା ଶିକ୍ଷକ ସମନ୍ୱୟ କମିଟି ଗଠନ ହୋଇ ଯାଇଛି। ରଣପୁର ମଣିନାଗ ପାହାଡ଼ ପାଦ ଦେଶରେ ଥିବା ମା’ ମଣିନାଗଙ୍କ ପୀଠରେ ଏହି ଶିକ୍ଷକ ମହାସଂଘ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ନୀଳକଣ୍ଠ ରଥ, ନୂତନ ପେନସନ ଯୋଜନା ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ପିଟିଆଇ ସଙ୍ଘର ସଭାପତି ଲଡ଼ୁକିଶୋର ପ୍ରଧାନ, ଗଣ ଶିକ୍ଷକ ସଂଘର ସଭାପତି ବସନ୍ତ କୁମାର ବେହେରା, ଟେକେନ ଓଭର ଶିକ୍ଷକ ସଂଘର ସଭାପତି ବ୍ରଜ କିଶୋର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ। ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମସ୍ତ ସର୍କଲର ସଭାପତିମାନେ ମଧ୍ୟ ମଂଚାସୀନ ଥିଲେ।

ଏହି ବୈଠକରେ ପ୍ରାଥମିକ ଶିକ୍ଷକ ସଂଘ, ମଧ୍ୟ ଇଂରାଜୀ ଶିକ୍ଷକ ସଂଘ, ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘ, ଟେକେନ ଓଭର ଶିକ୍ଷକ ସଂଘ, ନିୟୁ ଟେକେନ ଓଭର ସଂଘ, ପିଟିଆଇ ଶିକ୍ଷକ ସଙ୍ଘ ପ୍ରଭୃତି ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସମୁଦାୟ ୬୫୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ। ଏଥିରେ ପ୍ରାଥମିକ ଶିକ୍ଷକ ସଙ୍ଘ ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।

ନୂତନ ଭାବେ ଗଠିତ ହୋଇଥିବା ଶିକ୍ଷକ ସମନ୍ୱୟ କମିଟିର ସଭାପତି ଭାବେ ପ୍ରଫୁଲ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଭାବେ ଅନିଲ କୁମାର ପାଇକରାୟ, ଉପସଭାପତି ଭାବେ ନୀଳକଣ୍ଠ ରଥ, ସ୍ମୃତି ରଞ୍ଜନ ଦାଶ, ଅଜୟ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ କର ନିର୍ବାଚିତ ହୋଇଛନ୍ତି। ସଂଗଠନ ସାଧାରଣ ସମ୍ପାଦକ ଭାବେ ବସନ୍ତ କୁମାର ବେହେରା, ଅଶୋକ କୁମାର ବେହେରା, ବସନ୍ତ କୁମାର ବେହୁରା , ବିଜୟା ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ବ୍ରଜ କିଶୋର ପଟ୍ଟନାୟକ, ସୁଶାନ୍ତ କୁମାର ପ୍ରଧାନ, କୁଳମଣି ପଟ୍ଟନାୟକ, ମହେନ୍ଦ୍ର କୁମାର ସୁବୁଦ୍ଧି, ଭାସ୍କର ଚନ୍ଦ୍ର ସାହୁ, ରିତାଞ୍ଜଳୀ ମହାରଣାଙ୍କୁ ମନୋନୀତ କରାଯାଇଛି। ପବିତ୍ର ମୋହନ ସାମନ୍ତରାୟ, ରସାନନ୍ଦ ବେହୁରା କୋଷାଧକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନୀଳମଣି ବେହେରା, ପ୍ରକାଶ ଚନ୍ଦ୍ର ମିଶ୍ର, ବ୍ରଜ କିଶୋର ପ୍ରଧାନ, ନିରଞ୍ଜନ ରଥଙ୍କୁ ଅଡିଟର ଭାବେ ଚୟନ କରାଯାଇଛି।

ସେହିପରି ସୁଶୀଲ କୁମାର ରଣାଙ୍କୁ ମିଡ଼ିଆ କୋର୍ଡିନେଟର ଭାବେ ମନୋନୀତ କରାଯାଇଛି। ମହାସଂଘର ଉପଦେଷ୍ଟା ଭାବେ ଜ୍ୟୋତି ରଞ୍ଜନ ଦାଶ, ଅଶୋକ କୁମାର ଦାଶ, ଜଗନ୍ନାଥ ଦାଶ, ଯୁଧିଷ୍ଠିର ପ୍ରଧାନ, ବିଭୁତି ଭୂଷଣ ମିଶ୍ର, ସୁରେଶ ଚନ୍ଦ୍ର ଶତପଥୀ, ରମାକାନ୍ତ ସାହୁ, ପାର୍ବତୀ ସାହୁ, ବସନ୍ତ ପରିଡା, ପବିତ୍ର ପ୍ରଧାନ ପ୍ରମୁଖଙ୍କୁ ଚୟନ କରାଯାଇଛି।

ନୂତନ ଭାବେ ଗଠିତ ହୋଇଥିବା ଶିକ୍ଷକ ମହାସଂଘର ନିଷ୍ପତ୍ତି ଅନୁଯାୟୀ ଯେ କୌଣସି ବର୍ଗର ଶିକ୍ଷକଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ କାର୍ଯ୍ୟରେ ସମସ୍ତେ ସହଯୋଗ କରିବେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ମା’ ମଣିନାଗ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026

ପ୍ରଶାସନିକ ଏକକଗୁଡ଼ିକର ସଂଶୋଧିତ ଇଂରାଜୀ ବନାନ ତ୍ଵରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

July 21, 2026

ଜୁଲାଇ ୨୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ୨୨ରୁ ପଞ୍ଜିକରଣ

July 21, 2026

ଆଜି ଜୁଲାଇ ୨୧ ତାରିଖ ମଙ୍ଗଳବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

July 21, 2026
Latest News

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026

ପ୍ରଶାସନିକ ଏକକଗୁଡ଼ିକର ସଂଶୋଧିତ ଇଂରାଜୀ ବନାନ ତ୍ଵରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

July 21, 2026

ଜୁଲାଇ ୨୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ୨୨ରୁ ପଞ୍ଜିକରଣ

July 21, 2026

ଆଜି ଜୁଲାଇ ୨୧ ତାରିଖ ମଙ୍ଗଳବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

July 21, 2026

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.