ଭୁବନେଶ୍ୱର: ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା। ସମାଜର ପ୍ରତି ବର୍ଗଙ୍କ ଉତ୍ଥାନରେ ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ। ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର। ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନ ସମ୍ଭବ। ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱର୍ଗତ ବକ୍ସିପାତ୍ର କରିଥିଲେ। ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା “ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩-୨୪ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ସର୍ବାଧିକ ପେଟେଣ୍ଟ କୁ ସ୍ୱୀକାର କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଏହା ଏକ ଉଲ୍ଲେଖନୀୟ କାର୍ଯ୍ୟ, ଯାହା କି ଏକ ଅଭିନବ ଉପାୟରେ ଚାଳିତ ଜ୍ଞାନ ଅର୍ଥନୀତିର ଯାତ୍ରାରେ ଏକ ମାଇଲଖୁଣ୍ଟ। ଭାରତର ଯୁବପିଢ଼ି ଏହିପରି ପଦକ୍ଷେପ ଦ୍ୱାରା ଲାଭବାନ ହେବେ।’
ଭୁବନେଶ୍ଵର: ପିଏମ୍ ଉଜ୍ଜ୍ୱଳା ଯୋଜନାରେ ୨୧୦୦୦ ପଞ୍ଜୀକରଣ ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିଛି। ସାରା ଦେଶରେ ଜନଜାତି ଅଧ୍ୟୁଷିତ ଅଂଚଳରେ ଅନେକ ଭ୍ୟାନ୍କୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାତୀୟ ବିକାଶର ଦୃଷ୍ଟିକୋଣ ଏବଂ ସଶକ୍ତିକରଣ ଓ ସାମୂହିକ ସଂପୃକ୍ତିର କାହାଣୀକୁ ନେଇ ଆରମ୍ଭ ହୋଇଛି। ଲୋକମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଇଇସି ଭ୍ୟାନ ନିକଟରେ ଭିଡ଼ ଜମାଇ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ସେହି ସ୍ଥାନରେ ପ୍ରଦାନ କରାଯାଉଥିବା ସେବାର ଲାଭ ଉଠାଇଥିଲେ। ପ୍ରଥମ ଦିନରେ ୧୬୦୦୦ରୁ ଅଧିକ ଲୋକ ଆୟୋଜିତ ସ୍ୱାସ୍ଥ୍ୟ…
ପାଟନା: ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ସଂରକ୍ଷଣ ସଂଶୋଧନ ବିଲ୍୨୦୨୩ କୁ ଅନୁମୋଦନ କରିଛନ୍ତି। ବିହାରରେ ୬୫ ପ୍ରତିଶତ ସଂରକ୍ଷଣ ପାଇଁ ରାସ୍ତା ସଫା କରାଯାଇଛି। ଏସସି-ଏସଟି, ଓବିସି-ଇବିସି ପାଇଁ ସଂରକ୍ଷଣର ପରିସର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିହାରର ସାଧାରଣ ପ୍ରଶାସନ ବିଭାଗ ଗେଜେଟ ପ୍ରକାଶ କରିବ। ଏହା ପରେ ଏହା କାର୍ଯ୍ୟକାରୀ ହେବ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଧାନସଭା ଏବଂ ବିଧାନ ପରିଷଦରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ସଂରକ୍ଷଣର ପରିସରକୁ ୫୦ ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଥିଲା। ୧୦ ପ୍ରତିଶତ ଇଡବ୍ଲୁଏସ ଯୋଗ କରି ଏହା ୭୫ ପ୍ରତିଶତରେ ପରିଣତ ହେବ। ଇଡବ୍ଲୁଏସ ର ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ରହିବ: ଅନୁସୂଚିତ ଜାତି ୨୦ ପ୍ରତିଶତ ସଂରକ୍ଷଣ ପାଇବ, ଅନୁସୂଚିତ ଜନଜାତି ୨ ପ୍ରତିଶତ ପାଇବେ, ଅତି ପଛୁଆ ଜାତି ୨୫ ପ୍ରତିଶତ ପାଇବେ ଏବଂ ପଛୁଆ ବର୍ଗଙ୍କୁ…
ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ – ଅନୁଗୋଳ ସୀମାବର୍ତ୍ତି ବରଗାପାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ବସ ଚକା ସଜଡା ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣଙ୍କ ଉପରେ ଚଢି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଖବରରରୁ ପ୍ରକାଶ ଯେ, ପ୍ରାଚୀ ନାମକ ବସ୍ ସୁନ୍ଦରଗଡ଼ରୁ ବାହାରି ଭୁବନେଶ୍ୱର ଯାଉଥିବା ବେଳେ ରେଢାଖୋଲ ସୀମନ୍ତରେ ବିଳମ୍ବିତ ରାତିରେ ଚକା ପମ୍ପଚର୍ ହୋଇ ଯାଇଥିଲା। ଡ୍ରାଇଭର, ହେଲପର ମିଶି ବସ୍ ଚକ ସଜାଡୁ ଥିବା ବେଳେ କେତେକ ଯାତ୍ରୀ ବସ ଭିତରୁ ବାହାରି ବସ ପାଖରେ ଠିଆ ହୋଇ ଥିଲେ। ଅନୁଗୋଳରୁ ଦୃତ ବେଗରେ ରେଢ଼ାଖୋଲ ପଟକୁ ଆସୁ ଥିବା ଏକ ଟ୍ରକ୍ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା। ଏହି ଟ୍ରକ୍ ଦୃତ ବେଗରେ ଆସି ଧକ୍କା…
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖ ଭବନଠାରେ ଦଳର ଉପସଭାପତି ତଥା ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳରେ କଂଗ୍ରେସକର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ…
ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ଵ ମିଳିଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଛି। ତେବେ ସୁରେଶଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି। ଆର ବାଲକୃଷ୍ଣନଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ଦିଆଯାଇଛି। ସ୍ପେଶାଲ ଇଂସିଏଟିଭ ମୁଖ୍ୟ ପରାମର୍ଶଦାତା ଭାବେ ସେ ଦାୟିତ୍ଵ ନେବେ। ସେହିଭଳି ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ମିଳିଛି। ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବୀରୁ ଅବ୍ୟାହତି ନେବା ପାଇଁ ଅସିତ ଅନୁରୋଧ କରିଥିଲେ।
ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ ଯୁବରେଡକ୍ରସ ଶାଖା ତରଫରୁ ଏକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟ ମୂଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ ସୁବୋଧ କୁମାର ଜଗଦ୍ଦେବ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ପ୍ରଶାସନ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ରାଜନୀତି ବିଜ୍ଞାନ ବିଭାଗର ମୂଖ୍ୟ ପ୍ରଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ସହ ପ୍ରସାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ରେଡକ୍ରସ କାଉନସେଲର ସତ୍ୟାନନ୍ଦ ମହାରଣା ଓ ଅଧ୍ୟାପିକା ରଶ୍ମିତା ମହାରଣା ଉପସ୍ଥିତ ହୋଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷକ ଡ଼ ଜଗଦ୍ଦେବ ଛାତ୍ରଛାତ୍ରୀ ମାନଙ୍କୁ ଜୀବନ ରକ୍ଷା ପାଇଁ ଉଦିଷ୍ଟ ଅନେକ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି…
ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ଵାରା ରାଜ୍ୟ ବାସିନ୍ଦାଙ୍କ ପାଇଁ ଘରୋଇ କ୍ଷେତ୍ରର ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ବାଧ୍ୟତାମୂଳକ ହୋଇଥିବା ହରିୟାଣାର ବିବାଦୀୟ ଆଇନକୁ ରଦ୍ଦ କରାଯାଇଛି। କୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ୨୦୨୦ ରେ ପାରିତ ହୋଇଥିବା ହରିୟାଣା ରାଜ୍ୟ ନିଯୁକ୍ତି ଅଧିନିୟମ ଅନୁଯାୟୀ, ବେସରକାରୀ କ୍ଷେତ୍ରର ୭୫% ଚାକିରୀକୁ ମାସିକ ବେତନ କିମ୍ବା ୩୦,୦୦୦ ରୁ କମ୍ ବେତନ ସହିତ ସଂରକ୍ଷଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଅଧିବାସ ସାର୍ଟିଫିକେଟ୍ ଆବଶ୍ୟକ ଥିଲା। ବାସସ୍ଥାନ ଆବଶ୍ୟକତା ୧୫ ବର୍ଷରୁ ୫ ବର୍ଷକୁ ହ୍ରାସ କରାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତି ଖଟ୍ଟର ସରକାରଙ୍କ ପାଇଁ ଏକ ଝଟକା ହେବ କି?: ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏହି ନିଷ୍ପତ୍ତି ମନୋହର ଲାଲ ଖଟ୍ଟରଙ୍କ ସରକାର ପାଇଁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ପାଞ୍ଚଟି ବ୍ଲକ୍ର ଲୋକ ଉପକୃତ ହେବେ। ଭୂତଳ ଜଳର…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦଳର କର୍ମୀଙ୍କ ସହ ସମ୍ବାଦ କରିଛନ୍ତି। ଏହି ସମୟରେ କେଜ୍ରିୱାଲ କହିଛନ୍ତି ଯେ, ଆମ ସଂଗଠନ ଏବଂ କର୍ମୀମାନେ ଆମ୍ ଆଦମୀ ପାର୍ଟିର ସବୁଠାରୁ ବଡ ଶକ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ମୋତେ ଜେଲ ପଠାଇବା ପାଇଁ ଯୋଜନା କରାଯାଇଛି। କେଜ୍ରିୱାଲ କହିଛନ୍ତି ଯେ, “ଆମେ ଜେଲ ଯିବାକୁ ଭୟ କରୁନାହୁଁ। ମୁଁ ଥରେ ୧୫ ଦିନ ଜେଲରେ ରହିଥିଲି। ଭିତରେ ଭଲ ବ୍ୟବସ୍ଥା ଅଛି, ତେଣୁ ଆପଣ ମଧ୍ୟ ଜେଲ ଯିବାକୁ ଭୟ କରିବା ଉଚିତ୍ ନୁହେଁ। ଯଦି ଭଗତ ସିଂ ଏତେ ଦିନ ଧରି ଜେଲରେ ରହିପାରନ୍ତି। ମନୀଷ ସିସୋଦିଆ ୯ ମାସ ଜେଲରେ ରହିପାରନ୍ତି। ସତ୍ୟେନ୍ଦ୍ର ଜୈନ ଗୋଟିଏ ବର୍ଷ…
ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୨୩ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଜିଓ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହିତ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳରେ ଜାଲ ନୋଟ କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି। ବୋର୍ଡା ବଜାର ନକଲି ନୋଟ ଦେଇ ଜିନିଷ କିଣୁଥିବାର ଖବର ପାଇ ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ବଜାରକୁ ଯାଇ ଜାଲ ନୋଟ ଦେଇ ସାମଗ୍ରୀ କିଣୁଥିବା ସମୟରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ତିନି ଜଣ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଟୁ ଚନ୍ଦନ ଓ କୁସୁମସିଲ ଗ୍ରାମର ସନ୍ତୋଷ ଭୋଇ। ଏହି ତିନି ଜଣ ସନ୍ତୋଷ ଭୋଇଙ୍କ ଘରରେ ଏକ ପ୍ରିଣ୍ଟର ରଖି ନକଲି ନୋଟ ପ୍ରିଣ୍ଟ କରୁଥିଲେ। ଏହି ୩ ଜଣଙ୍କୁ କେଗାଁ ଥାନାକୁ ଆଣି ତଦନ୍ତ କରାଯାଇଥିବା ବେଳେ ଏହି ତିନିଜଣ ଠାରୁ ପୋଲିସ ୭ ହଜାର ୩୦୦ ଟଙ୍କା ଜବତ କରିଥିବା ନୋଟ ଛାପିବାରେ ବ୍ୟବହୃତ ପ୍ରିଣ୍ଟରକୁ…
ନୂଆଦିଲ୍ଲୀ: କର୍କଟ ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ୍ ସୁଇଚ୍’ ପାଇଛନ୍ତି। ଯାହା କର୍କଟ କୋଷକୁ ମାରିବାରେ ସଫଳ ହେବ। ସୈକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ୍ କମ୍ପେରେସିଭ୍ କ୍ୟାନସର ସେଣ୍ଟରର କାଲିଫର୍ନିଆ ବିଶେଷଜ୍ଞମାନେ କହିଛନ୍ତି ଯେ, ସେମାନେ ଏକ ପ୍ରୋଟିନ୍ ଚିହ୍ନଟ କରିଛନ୍ତି ଯାହା ଏକ ରିସେପ୍ଟରକୁ ଅନୁକରଣ କରେ ଯାହା କର୍କଟ କୋଷକୁ ମାରିବା ପାଇଁ ଡିଜାଇନ୍ ହୋଇପାରିବ। ଏଗୁଡ଼ିକ ହେଉଛି CD95 ରିସେପ୍ଟର ଯାହା ଫାସ୍ (Fas) ଭାବରେ ମଧ୍ୟ ଜଣାଶୁଣା। ଏମାନଙ୍କୁ ଦେଥ ରିସେପ୍ଟର କୁହାଯାଏ। ଏହି ପ୍ରୋଟିନ୍ ରିସେପ୍ଟରଗୁଡ଼ିକ କୋଷ ଝିଲି ଉପରେ ରହିଥାଏ। ଯେତେବେଳେ କର୍କଟ କୋଷଗୁଡ଼ିକ ସକ୍ରିୟ ହୋଇଯାଏ ଏବଂ ସଙ୍କେତ ଦିଏ, ଏହି ରିସେପ୍ଟରଗୁଡ଼ିକ ସେମାନଙ୍କୁ ହତ୍ୟା କରନ୍ତି କିମ୍ବା ରିସେପ୍ଟରମାନଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ନିଜେ ମରିଯାନ୍ତି। ଥେରାପି କିପରି ଦିଆଯିବ?: ଅନୁସନ୍ଧାନକାରୀମାନେ ଏହାକୁ CAR ଟି-ସେଲ୍ ଥେରାପି…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିଶ୍ୱକପରେ ଭଲ ପ୍ରଦର୍ଶନ ପରେ ମହମ୍ମଦ ଶାମି ସମ୍ବାଦରେ ଅଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ହସିନ ଜହାଁ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଜଣେ ଭଲ କ୍ରିକେଟର, ହେଲେ ଭଲ ମଣିଷ ହୋଇଥାନ୍ତେ କି। ସେ କହିଛନ୍ତି, ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ଜାଣନ୍ତି ଯେ ମୋ ସହିତ ଭୁଲ ହୋଇଛି। ମୁଁ, ମୋ ଝିଅ ଏବଂ ସେ ଏକାଠି ମିଶି ଭଲ ଜୀବନ ବିତାଇପାରିଥାନ୍ତୁ। ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମ ଦେଶ ଫାଇନାଲ ଜିତୁ ଏବଂ ବିଶ୍ୱକପ ଆମ ପାଖକୁ ଆସୁ। ହସିନ ଜହାଁ କହିଛନ୍ତି ଯେ, ତାଙ୍କର ଏବଂ ଶାମିଙ୍କ ସମ୍ପର୍କ ତାଙ୍କ କ୍ୟାରିୟର ସହିତ ଯୋଡ଼ିବା ଉଚିତ ନୁହେଁ। କାରଣ ତାଙ୍କର କ୍ୟାରିୟର ଅଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନରେ ଥିବା ସମ୍ପର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଅର୍ଥାତ୍ ମୋର ଏବଂ ଶାମ୍ୟଙ୍କ ମଧ୍ୟରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ରେ ଅବସ୍ଥିତ ପଶୁ ଚିକିତ୍ସା ଅନୁଷ୍ଠାନ ର ନୀରିକ୍ଷକ ପ୍ରମୋଦ କୁମାର ମହାଙ୍କୁଡ ଙ୍କ ଶବ ଉକ୍ତ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶ ଯେ, ମୃତ ପ୍ରମୋଦଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଓ ସେ ଏହି ୩ ବର୍ଷ ହେଲା ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ସେହି କାର୍ଯ୍ୟାଳୟ ମଧ୍ୟରେ ହିଁ ରହୁଥିଲେ। ସକାଳୁ ନିକଟରେ ଥିବା ଫୁଲ ଗଛରୁ ଫୁଲ ତୋଳି କବାଟ ବନ୍ଦ କରି ଭିତରକୁ ଯିବା ଜଣାପଡିଛି। କିନ୍ତୁ ଦୁର୍ଘଟଣା ଗ୍ରସ୍ତ ଛେଳି କୁ ଚିକିତ୍ସା ପାଇଁ ଜଣେ ଲୋକ ଆସି ଭିତରପଟୁ କବାଟ ବନ୍ଦ ହୋଇଥିବା ଦେଖି ଝରକା ପଟେ ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପ୍ରମୋଦକୁ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ…
ନୂଆଦିଲ୍ଲୀ: ଗୁରୁବାର ଠାରୁ ଭାରତୀୟ ସେନା ଏବଂ କୁଲଗାମରେ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। କାଶ୍ମୀର ଆଇଜିପି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେସନ୍ ବର୍ତ୍ତମାନ ସୁଦ୍ଧା ଶେଷ ପର୍ଯ୍ୟାୟରେ ଅଛି। ଗୁରୁବାର ଠାରୁ କୁଲଗାମରେ ସର୍ଚ୍ଚ ଅପରେସନ୍ ଚାଲିଛି। ନିହତ ସମସ୍ତ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଅଟନ୍ତି। ଏହା ହେଉଛି ସେହି ଲଶ୍କର-ଏ-ତୋଇବା, ଯାହାର ମୁଖ୍ୟ ହେଉଛନ୍ତି ହାଫିଜ ସଇଦ।
ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ଆଦିବାସୀ ଜମିକୁ ସାଧାରଣ ଲୋକଙ୍କୁ ବିକ୍ରି କରିପାରିବା ପ୍ରସ୍ତାବକୁ ସ୍ଥଗିତ ରଖିଛନ୍ତି। ଏ ନେଇ ଆଜି ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆଦିବାସୀଙ୍କ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିପାରିବା ନିୟମକୁ କ୍ୟାବିନେଟ ମଂଜୁରୀ କରିଛନ୍ତି। ହେଲେ ତାହା ସ୍ଥଗିତ ରହିଲା ବୋଲି ମନ୍ତ୍ରୀ କହିଛନ୍ତି। ଗତ 14 ତାରିଖ କ୍ୟାବିନେଟ ବୈଠକରେ ଆଦିବାସୀ ଜମି ନିୟନ୍ତ୍ରଣ ବିଲ 1956 ଧାରା 2 କୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ମଂଜୁରୀ ପାଇଥିଲା। ଏହା ସଂଶୋଧନ ହେଲେ ଆଦିବାସୀମାନେ ସେମାନଙ୍କର ଜମି ସାଧାରଣ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଗଲା। ଫଳରେ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିଛନ୍ତି।
କୁଜଙ୍ଗ: କଟକ ପାରାଦ୍ଵୀପ ରାଜ୍ୟ ରାଜପଥ କୁଜଙ୍ଗ ଥାନା ଅଧୀନ ୧୫ ନମ୍ବର୍ ଠାରେ ରାତି ୧୦ ଘଟିକା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମଟର ସାଇକେଲ ଆରୋହି ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଚାଳକ କିଶନ ନଗର ମଙ୍ଗଦେଇପୁର ଗ୍ରାମର କ୍ରୀତି ରଞ୍ଜନ ବେହେରା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ କେନ୍ଦୁଝର ଜିଲ୍ଲା କଣେଟା ଅଞ୍ଚଳର ବିଶ୍ଵଜିତ୍ ନାୟକ ଓ ଅନ୍ୟ ଜଣେ ହେଲା ସେହି ଗ୍ରାମର କୈବଲ୍ୟ ବୋଲି ପରିଚୟ ପତ୍ରରୁ ଜଣାପଡିଛି। ସୂଚନା ମୁତାବକ କୁଜଙ୍ଗ ରୁ ପାରାଦ୍ଵୀପ ଅଭିମୁଖେ ଆଗ ପଛ ହୋଇ ଏକ ବୋଲେରୋ ନମ୍ବର୍ (ଓଡି ୦୨ ବିୟୁ ୬୮୮୪)ଏବଂ ମଟର ସାଇକେଲ(ଓଡି ୦୯ ଏମ ୪୨୮୨) ରେ ବିଶ୍ୱଜିତ୍ ଓ କୈବଲ୍ୟ ଯାଉଥିବା ବେଳେ ୧୫ ନମ୍ବର୍ ଠାରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଓ ଧୋବାଡି ପାଟପୁର ମଧ୍ୟରେ ଏକ ମୋଟରସାଇକେଲ (ଓଡି୩୨ ଏଫ୍ ୮୩୯୪) ସହ ଏକ କୋର୍ଟ ଭ୍ୟାନ୍ ମୁହାଁମୁହିଁ ଧକ୍କା ଫଳରେ ଆସ୍କା ଅଞ୍ଚଳର କାହ୍ନୁଚରଣ ଦାସ ନାମରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଦୀପକ କୁମାର ପ୍ରଧାନ ନାମକ ଜଣେ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଉଭୟେ ଛାତ୍ର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମ ରେ ଅବସ୍ଥିତ ଜି ଆଇ ଟି ବୈଷୟିକ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଅଟନ୍ତି। ସେମାନେ ମୋଟରସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ଗ୍ରାମରେ ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାହ୍ନୁ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୀପକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶେଷରେ ବାତ୍ୟାରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହି ଅନୁସାରେ ବାତ୍ୟା ବଙ୍ଗୋପସାଗରର ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି 20 କିଲୋମିଟର ବେଗରେ ଗତି କରୁଛି। ଏହି ବାତ୍ୟାର ନାମ ମିଧିଲି ରଖାଯାଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ମିଧିଲି ବର୍ତ୍ତମାନ ପାରାଦ୍ବୀପଠାରୁ 250 କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଏହା 180 କିଲୋମିଟର ଦୂରରେ ରହିଛି। ଏହି ବାତ୍ୟା ବର୍ତ୍ତମାନ ବାଙ୍ଗାଲଦେଶ ଆଡକୁ ମୁହାଁଉଛି। ଫଳରେ ଓଡିଶା ପ୍ରତି କୌଣସି ବିପଦ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

