ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ୍ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନ ଅପେକ୍ଷା କରିବା ଆରମ୍ଭ କରିଛନ୍ତି। ବାସ୍ତବରେ, ଏହି ଅପେକ୍ଷା ବିଶ୍ୱକପ୍ ଫାଇନାଲରେ ପ୍ରଦର୍ଶନ କରିବାକୁ ଆସୁଥିବା ଦୁଆ ଲିପାଙ୍କ ପାଇଁ। ଭାରତରେ ଲିପାଙ୍କ ଆଗମନ ଘୋଷଣା ହେବା ପରଠାରୁ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ପ୍ରବେଶ ବିଶ୍ୱକପ ପାଇଁ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଦୁଆ ଲିପାଙ୍କୁ ମାତ୍ର ୨୮ ବର୍ଷ ବୟସ କିନ୍ତୁ ସାରା ବିଶ୍ୱରେ ତାଙ୍କର ଅସଂଖ୍ୟ ପ୍ରଶଂସକ ଅଛନ୍ତି। ବଡ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ସେ ମଞ୍ଚ ମଧ୍ୟ ନେଇଛନ୍ତି। ସେ ପ୍ରଥମ…
Author: Samikhsya Bureau
ଭୁବନେଶ୍ବର: ଆଇଏଏସ ରୁ ଅବସର ନେବା ପରେ ବର୍ତ୍ତମାନ 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେବେ। ସେଥିପାଇଁ ଶଙ୍ଖ ଭବନରେ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ। ତାଙ୍କୁ ନବୀନ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ସଭ୍ୟ ଭାବେ ଗ୍ରହଣ କରିବେ। ସେ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କର ରାଜନୀତିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଚାଲିଛି। ଚାକିରୀ ଛାଡିବାର କିଛି ଘଣ୍ଟା ପରେ ତାଙ୍କୁ ନବୀନ କ୍ୟାବିନେଟ ପ୍ୟାହାରେ ନିଯୁକ୍ତି ପ୍ରଦାନ କଲେ। ଫଳରେ ସେ ବିଜେଡି ସାମିଲ ହେବା ସନ୍ଦେହ ଧିରେଧିରେ ଘନିଭୂତ ହେବାରେ ଲାଗିଲା। ସେ ସିଧା ରାଜନୀତିରେ ଯୋଗଦେଇ ଓଡିଶାର ବିକାଶ କାମକୁ ତଦାରଖ କରିବେ ବୋଲି ବିଜେଡି ମହଲରୁ ଜଣାପଡିଛି। ପାଣ୍ଡିଆନ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…
ନୂଆଦିଲ୍ଲୀ: ଆଜି ସକାଳେ ନୈନିତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗ୍ରାମ ନିକଟରେ ଏକ ଜିପ ୫୦୦ ମିଟର ଘାଟିରେ ଖସିପଡିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହାର କ୍ଷମତା ଅପେକ୍ଷା ଜିପ୍ରେ ଅଧିକ ଲୋକ ଥିଲେ। ଡ୍ରାଇଭର ଜିପ୍ ଉପରେ ନିୟନ୍ତ୍ରଣ ହରାଇଲା ପରେ ଜିପ୍ ଏକ ଗଭୀର ଖାଲରେ ପଡ଼ିଯାଇଥିଲା। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣା ବେଳେ ଗାଡି ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଉଛି। ସକାଳ ୮ ଟା ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ଭୋଟରଙ୍କୁ ସେମାନଙ୍କର ଭୋଟ୍ ଅଧିକାରକୁ ସର୍ବାଧିକ ସଂଖ୍ୟାରେ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ମଧ୍ୟପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଛତିଶଗଡରେ ୭୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଜାରି ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ଭୋଟରଙ୍କୁ ସେମାନଙ୍କର ଭୋଟ୍ ଅଧିକାର ବ୍ୟବହାର କରିବାକୁ ନିବେଦନ କରିଛନ୍ତି ଏବଂ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ଭୋଟରଙ୍କୁ ଦେଇଥିବା ବାର୍ତ୍ତାରେ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସାରା ରାଜ୍ୟରେ ଭୋଟରମାନେ ସେମାନଙ୍କର ମତାଧିକାର ବ୍ୟବହାର କରିବେ ଏବଂ ଏହି ଗଣତନ୍ତ୍ରର ଉତ୍ସବର ଆଲୋକ ପ୍ରଦାନ କରିବେ। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେଇଥିବା ରାଜ୍ୟର ସମସ୍ତ ଯୁବକଙ୍କୁ ମୋର ବିଶେଷ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟରେ କହିଛନ୍ତି। ମଧ୍ୟପ୍ରଦେଶର…
ନୂଆଦିଲ୍ଲୀ: ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରିଛି। ଏହିପରି ପାଟ କମିନ୍ସଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଠାରୁ ମିଳିଥିବା ଆଘାତର ହିସାବକୁ ବରାବର ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଳାଇବ। ୨୦ ବର୍ଷ ପୂର୍ବେ ଟିମ୍ ଇଣ୍ଡିଆ ଆଘାତ ପାଇଥିଲା … ବାସ୍ତବରେ ୨୦୦୩ ବିଶ୍ୱକପର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ପରସ୍ପରର ମୁହାଁମୁହିଁ ହୋଇଥିଲେ। କିନ୍ତୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅଷ୍ଟ୍ରେଲିଆ ୧୨୫ ରନରେ ଭାରତକୁ ପରାସ୍ତ କରିଥିଲା। ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ଆସି…
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଠାରେ ଅଡିଟ ଦିବସ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ନିୟନ୍ତ୍ରକ ଓ ହିସାବ ସମୀକ୍ଷା ମହାନିର୍ଦେଶକଙ୍କ ଅଧୀନରେ ଭାରତ ସରକାରଙ୍କ ସମୀକ୍ଷା ଗୋଷ୍ଠୀ ଦେଶର ସଂହତି, ପ୍ରଶାସନ ଓ ପଦ୍ଧତିଗତ ନିର୍ମାଣରେ ଅଭୂତପୂର୍ବ ଅବଦାନ ଦେଇଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତବାସୀ ଦେଶକୁ ବିକଶିତ କରି ଗଢ଼ିତୋଳିବା ନିମନ୍ତେ ଦ୍ରୁତ ଗତିରେ ଆଗେଇଛନ୍ତି। ଦେଶର ଲେଖା ମହାନିୟନ୍ତ୍ରକଙ୍କ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକଙ୍କୁ ମଧ୍ୟ ଏଥିପାଇଁ ଅବଦାନ ଦେବାକୁ ପଡ଼ିବ। ଲେଖା ଓ ହିସାବ ମହାନିୟନ୍ତ୍ରକ ଅନେକ ଆଗୁଆ ପଦକ୍ଷେପ ଯଥା କେନ୍ଦ୍ର ତଥା ପରିଚାଳନା ଓ ବିଶ୍ଳେଷଣ ଇତ୍ୟାଦି ନେଇଥିବା ତଥା ଭବିଷ୍ୟତକୁ ଆଖି ଆଗରେ ରଖି ପଦକ୍ଷେପ ନେଉଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଦେଶର ଲେଖା ଓ ହିସାବ ମହାନିୟନ୍ତ୍ରକଙ୍କ ପୂରା ଗୋଷ୍ଠୀ ନିୟନ୍ତ୍ରକ…
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ଏକ ପ୍ରମୁଖ ସେବା ଭାବେ ପରିଗଣିତ । ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବା ସୌଭାଗ୍ୟର ବିଷୟ। ପ୍ରଶାସନିକ ଅଧିକାରୀଭାବେ ଜନସାଧାରଣଙ୍କ ସେବା କରିବା ପାଇଁ ତଥା ରାଜ୍ୟର ପ୍ରଗତି ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେଥିପାଇଁ ସେମାନେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ନିଜର କାର୍ଯ୍ୟଶୈଳୀରେ ସର୍ବଦା ସ୍ୱଚ୍ଛତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶା ପ୍ରଶାସନିକ ସେବା – ୨୦୨୦ ବ୍ୟାଚ୍ର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନର ନ୍ୟୁ ଅଭିିଷେକ ହଲ୍ ଠାରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରେନି ଅଫିସରମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ପ୍ରଶାସନିକ ଅଧିକାରୀଙ୍କ ଏକ ଗୁରୁଦାୟିତ୍ୱ ରହିଛି ଓ ସେମାନେ ସରକାର ଏବଂ…
ଭୁବନେଶ୍ୱର: ଗଣମାଧ୍ୟମର ଏକ ସମୃଦ୍ଧ ଐତିହ୍ୟ ଓ ପରଂପରା ରହିଛି । ଗଣମାଧ୍ୟମ ସବୁବେଳେ ଅଗ୍ରଣୀ ଭୂମିକା ନେବା ସହ ସମୟ ଓ ସମାଜକୁ ଉଚିତ୍ ମାର୍ଗଦର୍ଶନ କରାଇବା ସହ ସକାରାତ୍ମକ ସହଯୋଗ କରିଆସିଛି । ଗଣମାଧ୍ୟମ ସାଧାରଣ ଲୋକମାନଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହୋଇପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି । ଆଜି ଜୟଦେବ ଭବନରେ ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଏକ ସଶକ୍ତ ଓ କ୍ରିୟାଶୀଳ ଗଣତନ୍ତ୍ର ପାଇଁ ମୁକ୍ତ ଓ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଜରୁରୀ । ଏହା ଶାସନ ବ୍ୟବସ୍ଥା ଓ ଲୋକମାନଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରେ । ଏହା ଯେତେ ସହଜ, ସୁଗମ ଓ ସକ୍ରିୟ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ରାଜ୍ୟପାଳ ଶ୍ରୀ…
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି। ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ…
ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ। ଓଡିଶାର ରୂପାନ୍ତର ଉପରେ…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ଜଗତକୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’’ ବିଷୟବସ୍ତୁ ଉପରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ ଆଜି ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇବାର ଦିନ। ଯେହେତୁ ଭାରତ ଆଉ ମାତ୍ର କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି କେବଳ ଭାରତର ରୂପାନ୍ତର କାହାଣୀକୁ ଲୋକଲୋଚନକୁ ଆଣିବାରେ ନୁହେଁ, ବରଂ ବିଭିନ୍ନ କ୍ଷେତ୍ର ଓ ଦେଶର ୧୦୦ କୋଟି ଲୋକଙ୍କ ଆଶା, ଆକାଂକ୍ଷାକୁ ପ୍ରକାଶିତ କରିବାରେ ଗଣମାଧ୍ୟମ ଗଠନମୂଳକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ଜାତୀୟ…
ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…
ଭୁବନେଶ୍ୱର: ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯାଇଛି। ଆଜି ମାଲକାନଗିରି, କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ । ମାଥିଲି ଠାରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚି ସାଧାରଣ ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। କେତେକ ହିତାଧିକାରୀଙ୍କୁ ଯୋଜନାର ଲାଭ ନେବାକୁ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କୁ ସହାୟତା ବିତରଣ କରାଯାଇଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହି ରଥ ବ୍ଲକ୍ର ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବ । ହିତାଧିକାରୀଙ୍କୁ ବାହନ…
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ୨୦୧୦ ମସିହାଠାରୁ ରାଜ୍ୟରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା(OSSTA Talent Search Examination) ମାଧ୍ୟମରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ବୃତ୍ତି ପ୍ରଦାନ କରିଥାଏ। ସମଗ୍ର ଓଡ଼ିଶାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥାନ୍ତି। ସୂଚନାଥାଉକି, ଓଷ୍ଟା ମେଧାବୃତ୍ତି ପରୀକ୍ଷା ପୂର୍ବରୁ ଅଫ୍ଲାଇନ୍ ମାଧ୍ୟମରେ କରାଯାଉଥିଲା। ୨୦୨୨ ମସିହା ଠାରୁ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ କରାଯାଉଅଛି। ଅଷ୍ଟମ ଶ୍ରେଣୀରେ ୬୦% ରୁ ଅଧିକ ନମ୍ବର ରଖି ପାଶ୍୍ କରି ନବମ ଶ୍ରେଣୀରେ ପାଠପଢ଼ୁଥିବା ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାର ସୁଯୋଗ ନେଇ ପାରିବେ। ossta.org.in ୱେବ୍ସାଇଟ୍କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ନିଜର ନାମ, ମେଲ୍ ଆଇଡ଼ି ଓ ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ ସମୟରେ ମେଲ୍ ଆଇଡ଼ିକୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଓ କାଲି ଦୁଇ ଦିନ ଧରି ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଗଞ୍ଜାମ ଜିଲ୍ଲା ବାଳକ, ବାଳିକା ବକ୍ସଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲାର ବକ୍ସିଂ ଦଳ ରାଉରକେଲା ଗସ୍ତ କରିଛି। ବାଳକ ଦଳ ପକ୍ଷରୁ ଏସ ସାଇ କିରଣ, ଏନ ମାଧବ, ଜି କାର୍ତ୍ତିକ, ଦୁର୍ଗା ପ୍ରସାଦ ଦାସ, କେ ମଣ୍ଟୁ ପାତ୍ର, ବି ନିଳକଣ୍ଠ, ନିରଞ୍ଜନ ଲଳିତ କୁମାର ପଣ୍ଡା, ବି ସାଇ ପ୍ରକାଶ, ନରେଶ, ଗଣେଶ ମହାପାତ୍ର, ଆଦିତ୍ୟ ମହାନ୍ତି, କେ ଚନ୍ଦ୍ର ଶେଖର ଓ ମୁନା ଗୌଡ଼ ରହିଛନ୍ତି। ବାଳିକା ଦଳ ପକ୍ଷରୁ ଏ ରଇତଉରଆଜ, ସୁନିତା ଗୈଡ, ରେଣୁ ମହାପାତ୍ର, ଆୟୁସ୍ମୀତା ପାଣିଗ୍ରାହୀ, ସୃତିଶା ପାଣିଗ୍ରାହୀ, ସିମା ପାଣିଗ୍ରାହୀ, ଅନିତା ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି। କୋଚ ଓ ମ୍ୟାନେଜର ଭାବେ ସୁନିଲ କୁମାର ଓ ଅମୃତ…
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଓ ବାଣପୁର ସତସଙ୍ଗ ବିହାରର ୫ମ ବାର୍ଷିକ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ସହ-ପ୍ରତି-ଋତ୍ବିକ କଣ୍ଡୁରୀ ଚରଣ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସତସଙ୍ଗରେ ପ୍ରତି ଋତ୍ବିକ ବିନାୟକ ମହାପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସହ-ପ୍ରତି-ଋତ୍ବିକ ଶ୍ରୀଧର ସୁନ୍ଦର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଯାଜକ କର୍ମୀ ତ୍ରିନାଥ ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏଇ ପରିପ୍ରେକ୍ଷୀରେ ବାଣପୁର ବଜାର ସମେତ ଆଖପାଖ ଅଞ୍ଚଳରେ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଯାଇଥିଲା। ଭୁବନେଶ୍ୱର, କଟକ ବ୍ରହ୍ମପୁର, ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳର ଭକ୍ତ ଜନ ଯୋଗ ଦେଇଥିଲେ। ବାଣପୁର ସତସଙ୍ଗ ବିହାର ର ସଭାପତି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ସହ-ପ୍ରତି-ଋତ୍ବିକ ପୁରୁଷୋତ୍ତମ…
ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଟାଙ୍ଗୀର ମା’ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଖାଉଟି ଅଧିକାର ସଂଗଠନର ସଭାପତି ସୋମନାଥ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ବିଡ଼ିଓ ରେଶ୍ମା ଟେଟେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରଵକ୍ତା ସରୋଜ କୁମାର ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଜଗନ୍ନାଥ ଗବେଷକ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ସଂଘ ପକ୍ଷରୁ ଆଇନ ପରାମର୍ଶ ଦାତା ସଂଦୀପନୀ ମିଶ୍ର ପ୍ରଶସ୍ତି ପତ୍ର ପଠନ…
ଭୁବନେଶ୍ବର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥା। ଏହା ବ୍ୟତୀତ ପ୍ରେସ୍ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍ର ବଡ଼ କର୍ତ୍ତବ୍ୟ। ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଏ। ଆଜିର ଦିନଟିକୁ ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍ କାଉନ୍ସିଲ୍ର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପ୍ରେସ୍ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ତଥା ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମତିଥି ଅବସରରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କିସ ବିଶ୍ୱବିଦ୍ୟାଳୟ ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଡକ୍ଟର ହରିଶ୍ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ କଲିକତା ପ୍ରେସିଡେନ୍ସି ବିଶ୍ୱ ବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ମନୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରଫେସର ରମାକାନ୍ତ ନନ୍ଦ, ପ୍ରଫେସର କେ ଓମ ନାରାୟଣ ରାଓ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ଯୋଗ ଦେଇ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ, ସୂକ୍ଷ୍ମ ଚିନ୍ତନ, ସମସାମୟିକ ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନର ନିର୍ଯାସ, ବିବିଧ ସାଂସ୍କୃତିକ ଚିନ୍ତନ, ସକ୍ରେଟିସଙ୍କ ଦାର୍ଶନିକ ପଦ୍ଧତି ସହ ସନ୍ଥ…
ବୌଦ୍ଧ: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ବୌଦ୍ଧ ଗସ୍ତରେ ଅଛନ୍ତି। ପ୍ରଥମେ ଚାରିଛକ ସ୍ଥିତ ୫୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ। ଚାଷୀ ମାନଙ୍କ ରୋଜଗାର ବୃଦ୍ଧିକୁ ସୁନିଶ୍ଚିତ କରିବା ଓ ଦୁଗ୍ଧ ସଂଗ୍ରହକୁ ସରଳ କରିବା ଉଦ୍ଦେଶ୍ୟରେ ଏହାର ଉଦଘାଟନ କରାଯାଇଛି। ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ଆର୍ଥିକ ଅନୁଦାନ ରେ ଶୀତଳୀକରଣ କ୍ଷମତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବୌଦ୍ଧ ଜିଲ୍ଲାରେ ୫୦୦୦ ଦୁଗ୍ଧ ଚାଷୀମାନଙ୍କ ଠାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଯାଇଛି। ଏଥିରେ ପ୍ରାୟ ୧୦୦୦୦ ଦୁଗ୍ଧ ଚାଷୀ ପରିବାର ଲାଭାନ୍ଵିତ ହୋଇପାରିବେ। ଏହି ଅବସରରେ ଶ୍ରୀ ତ୍ରିପାଠୀ ୩୦୦ ଜଣ ଗୋପାଳକଙ୍କୁ ଗାଈ ଗୁହାଳ ନିର୍ମାଣ କରିବା ପାଇଁ କାର୍ୟ୍ୟାଦେଶ…
ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ କୃତି୍ରମ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛି। ଏପରିକି ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କମ୍ ସମୟ ଓ ସମ୍ବଳରେ ବିଶାଳ ତଥ୍ୟପୁଞ୍ଜିକୁ ଏକତି୍ରତ କରାଯାଇ ଅଧିକ କାର୍ଯ୍ୟ କୃତିତ୍ୱ ହାସଲ କରାଯାଇ ପାରୁଛି। କୃତ୍ରିମ ବୁଦ୍ଧିମତାକୁ ସଠିକ୍ ଢଙ୍ଗରେ ବ୍ୟବହାର କରିବାରେ ଗଣମାଧ୍ୟମ ଯନିବାନ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସର୍ବଦା ଗୁରୁତ୍ୱ ଦେଉଥିବା…

