ଅଜ୍ଞାତ ଉଡନ୍ତା ବସ୍ତୁ ଖବର ପରେ ଅନୁସନ୍ଧାନରେ ବାହାରିଲା ରାଫାଲ ଯୁଦ୍ଧ ବିମାନ

Published: Nov 20, 2023, 3:56 pm IST

ନୂଆଦିଲ୍ଲୀ: ରବିବାର ଦିନ ଇମ୍ଫାଲ ବିମାନବନ୍ଦର ନିକଟରେ ଏକ ଅଜ୍ଞାତ ଉଡନ୍ତା ବସ୍ତୁ (UFO) ଦେଖାଯାଇଥିବାର ସୂଚନା ପାଇବା ପରେ ତୁରନ୍ତ ଭାରତୀୟ ବାୟୁସେନା (IAF) ଏହାର ସନ୍ଧାନରେ ରାଫାଲ ଯୁଦ୍ଧ ବିମାନ ପଠାଇଥିଲା।

ରବିବାର ଅପରାହ୍ନ ପ୍ରାୟ ୨.୩୦ ବେଳେ ଇମ୍ଫାଲ ବିମାନବନ୍ଦର ଉପରେ ଏକ ଅଜ୍ଞାତ ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା, ଯାହା ପରେ କିଛି ବାଣିଜ୍ୟିକ ବିମାନ ମଧ୍ୟ ପ୍ରଭାବିତ ହୋଇଥିଲା।

ପ୍ରତିରକ୍ଷା ସୂତ୍ର ନ୍ୟୁଜ୍ ଏଜେନ୍ସି ANI କୁ କହିଛି ଯେ, ଇମ୍ଫାଲ ବିମାନବନ୍ଦର ନିକଟରେ UFO ବିଷୟରେ ଖବର ପାଇବା ମାତ୍ରେ ନିକଟସ୍ଥ ଏୟାରବେସରୁ ଏକ ରାଫାଲ ଯୁଦ୍ଧ ବିମାନ UFO ଖୋଜିବା ପାଇଁ ପଠାଯାଇଥିଲା …

ସେମାନେ କହିଛନ୍ତି ଯେ, “ଅତ୍ୟାଧୁନିକ ସେନସର ସହିତ ସଜ୍ଜିତ ବିମାନଟି UFO ଖୋଜିବା ପାଇଁ ସନ୍ଦିଗ୍ଧ ଅଞ୍ଚଳରେ ବହୁତ କମ୍ ଉଚ୍ଚତାରେ ଉଡିଥିଲା, କିନ୍ତୁ କିଛି ମିଳିନଥିଲା। ପ୍ରଥମ ବିମାନ ଫେରିବା ପରେ ଆଉ ଏକ ରାଫାଲ ଫାଇଟର ବିମାନ ପଠା ଯାଇଥିଲା, କିନ୍ତୁ ସମଗ୍ର ଅଞ୍ଚଳରେ କୌଣସି UFO ଦେଖାଗଲା ନାହିଁ।”

ପ୍ରତିରକ୍ଷା ସୂତ୍ର କହିଛି ଯେ, ଇମ୍ଫାଲ ବିମାନବନ୍ଦରରେ UFO ର ଭିଡିଓ ସାମ୍ନାକୁ ଆସିଥିବାରୁ ସଂପୃକ୍ତ ଏଜେନ୍ସିମାନେ UFO ବିଷୟରେ ବିସ୍ତୃତ ସୂଚନା ପାଇବାକୁ ଚେଷ୍ଟା କରୁଛନ୍ତି।

Related posts