ସୀତାରାମ ଅଗ୍ରୱାଲ ବାଣପୁର: ବିକଟାଳ ଶବ୍ଦ କରି ମୋଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବାଇକ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ବାଣପୁର ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛି ବାଣପୁର ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ମଟରସାଇକେଲ ଜବତ କରିଛନ୍ତି ଆଇଆଇସି। ତେବେ ବାଣପୁର ପୋଲିସର ଉକ୍ତ…
Author: Samikhsya Bureau
ଭୁବନେଶ୍ୱରରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଅଭିଯାନ ଆୟୋଜିତ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୦ଟି ସହରର ୫୦୦ଟି ସ୍ଥାନରେ ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ ୨.୦ ଆୟୋଜନ କରାଯାଉଛି ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ଅଭିଯାନ ୨.୦ ସମସ୍ତ ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣି ‘ସାମଗ୍ରିକ ସରକାର’ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ଦ୍ୱାରା ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସହଜ ଏବଂ ବାଧାମୁକ୍ତ ହେଉଛି ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ‘ସହଜ ଜୀବନଧାରଣ’କୁ ସୁନିଶ୍ଚିତ କରିବା ପାଇଁ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ଅର୍ଥାତ୍ ଜୀବନ ପ୍ରମାଣକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛି। ୨୦୧୪ ମସିହାରେ ବାୟୋମେଟ୍ରିକ୍ ଡିଭାଇସ୍ ବ୍ୟବହାର କରି ଡିଏଲସି ଦାଖଲ ଆରମ୍ଭ ହୋଇଥିଲା। ପରବର୍ତ୍ତୀ…
ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଆମ ଦେଶ ପ୍ରତିବର୍ଷ ନିର୍ବାଚନକୁ ନେଇ ସଦାସର୍ବଦା ଘୂରି ବୁଲୁଛି। ଆଜି ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିତର୍କ ଚାଲିଥିବା ଆମ ଦେଶର ନିର୍ବାଚନୀ ଯାତ୍ରା ବିଷୟରେ ଆପଣ ଜାଣିଛନ୍ତି କି ? କିଏ ହେବ ନେତା ? କିଏ ନିର୍ବାଚନ ଲଢ଼ିବ ଓ କିଏ ଭୋଟ ଦେବ? ସ୍ୱାଧୀନତା ପରେ ଏସବୁ ନିଷ୍ପତ୍ତି ନେବାକୁ ଆଉ ୫ ବର୍ଷ ସମୟ ଲାଗିଥିଲା। ସୁକୁମାର ସେନ ୧୯୫୦ ମସିହାରେ ଭାରତର ପ୍ରଥମ ନିର୍ବାଚନ କମିଶନର ହୋଇଥିଲେ ଏବଂ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧- ୫୨ରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ୧୭ କୋଟି ପଞ୍ଜୀକୃତ ଭୋଟର ଥିଲେ। ଏତେ ସଂଖ୍ୟକ ଭୋଟରଙ୍କୁ ପଞ୍ଜୀକରଣ କରାଇବା କିଛି କମ ଚ୍ୟାଲେଞ୍ଜ ନ ଥିଲା। ଅଧାରୁ ଅଧିକ ଲୋକ ଶିକ୍ଷିତ ନୁହଁନ୍ତି, ମହିଳାମାନେ ସେମାନଙ୍କ ନାମ କୁହନ୍ତି ନାହିଁ, ଭୋଟ ଦେବା ପାଇଁ କମ ଲୋକ ଥିଲେ।…
ଭୁବନେଶ୍ବର: ଓଡ଼ିଶାର ବିଶ୍ୱପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଯାଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କ୍ରୀଡା ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କର ନେତୃତ୍ୱ ଦଳଗତ କାର୍ଯ୍ୟ, ଅନୁଶାସନ, ନ୍ୟାୟ ସମାନତା ଗୁଣ ଉନ୍ନତି ହେବା ସହ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରେଇବ ବୋଲି ଶ୍ରୀମତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି। ଏହି ଉତ୍ସବରେ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଓରମାସ୍ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପୂନମ ଟି ଗୂହା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଯୁବ କ୍ରୀଡାବିତ୍ମାନଙ୍କ ଉତ୍ସାହ ଓ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବା ସହ ଓଡ଼ିଶାର କ୍ରୀଡା କ୍ଷେତ୍ରକୁ ଆହୁରି…
ଭୁବନେଶ୍ୱର: ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଦୀପାବଳି ପାଳନ ସମୟରେ କେବଳ ସବୁଜ ବାଣ ବ୍ୟବହାରକୁ ଅନୁମତି ଦିଆଯାଇଥିବା ବେଳେ ବେରିୟମ୍ ନାଇଟ୍ରେଟ୍ ଥିବା ରାସାୟନିକ ବାଣ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ଯେ ବେରିୟମ୍ ନାଇଟ୍ରେଟ୍ ଥିବା ବାଣକୁ ନିଷିଦ୍ଧ କରିବା ଆଦେଶ ପ୍ରତ୍ୟେକ ରାଜ୍ୟକୁ ବାନ୍ଧି ରଖିଛି ଏବଂ ଏହା କେବଳ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୀମିତ ନୁହେଁ। ଗାଇଡଲାଇନ ଅନୁଯାୟୀ, ଦୀପାବଳି ଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଲୋକେ ବାଣ ଫୁଟାଇପାରିବେ। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ। ଜିଲ୍ଲା ପ୍ରଶାସନ…
ଭୁବନେଶ୍ୱର: ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି।ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିିବ ଶ୍ରୀ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ରପ୍ତାନୀ ଓ ବାଣିଜ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ। ୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା)କୁ ମିଳିଛି । ଦ୍ୱିତୀୟରେ ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍.ବି. ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି। ଟ୍ରଫି ସହ ମେରିଟ୍ ସାର୍ଟିଫିକେଟ୍ ବର୍ଗରେ ଭୁବନେଶ୍ୱରସ୍ଥ ଗୁପ୍ତା ପାୱାର ଇନ୍ଫ୍ରାଷ୍ଟକଚର ଲିଃ., ବାଲେଶ୍ୱରର ଇମାମି ପେପର ମିଲ୍ସ, ବଲାଙ୍ଗିରର ବି.ଏଲ୍. ଗୋୟାଲ୍, ଭୁବନେଶ୍ୱରର ବି. ୱାନ୍ ବିଜିନେସ୍ ହାଉସ୍, ଇଣ୍ଡିଆନ୍ ମେଟାଲ୍ ଏଣ୍ଡ…
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଯେ ମୁଖ୍ୟ କେନ୍ଦ୍ରବିନ୍ଦୁ ସେ ହେଉଛନ୍ତି କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ବା ଆଇଆରଏସ୍ ଶ୍ରୀ ସମ୍ବିତ ତ୍ରିପାଠୀ। ସେ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏକଦା ସେ ଚାକିରୀରେ ଥିବା ବେଳେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ଚାକିରୀ ଛାଡି ଧର୍ମେନ୍ଦ୍ରଙ୍କ ରାଜନୈତିକ ବ୍ୟାପାର ପରୋକ୍ଷରେ ବୁଝାବୁଝି କରୁଛନ୍ତି। ସେହିପରି କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଓ ସୁସଂଗଠକ ଏବଂ ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଶ୍ରୀ ରଘୁରାମ ମାଛ, ଜୟପୁର…
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ଇନ୍ସୁରାନ୍ସ ଭୋକେସନାଲ୍ ବିଷୟରେ ଶିକ୍ଷକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି। ପୂର୍ବତନ ଉପନିର୍ଦ୍ଦେଶକ ପ୍ରଫେସର ଡକଫର ତିଳତ୍ତମା ସେନାପତି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶ୍ରୀମତୀ ରଞ୍ଜିତା ମେରୀ ନାୟକ ଉପଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଶିବିରର କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଞ୍ଜନ ବଳ ସମସ୍ତ ଟ୍ରେନି ଓ ରିସୋର୍ସ ପର୍ସନ୍ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟାର ଦୁଇଦିବସୀୟ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ଟ୍ରେନିମାନଙ୍କ ଠାରୁ ଫିଡ୍ବ୍ୟାକ୍ ନେଇଥିଲେ। ଏନ୍ଏସ୍କୁ୍ୟଏଫ୍ ସିଲାବସ୍ ପ୍ରଥମ ବର୍ଷ ପାଇଁ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୯.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୭ଟି ବ୍ଲକ୍ର ୨୭୯ଟି ଗ୍ରାମ ପଞ୍ଚାୟତରେ ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା ମଂଜୁର ହୋଇଛି।…
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜାତିଗତ ଜନଗଣନା ଓ ଗୋଷ୍ଠୀ ସଂରକ୍ଷଣ ଦାବି ମଧ୍ୟରେ ରାଜନୈତିକ ସମୀକରଣ ନୂଆ ମୋଡ଼ ନେଉଥିବାରୁ ଏଥର ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ରାଜନୈତିକ ଆବଶ୍ୟକତା ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ। ଏଥର ମଧ୍ୟ ଦଳ ବିଜୟର ଅଧିକ ସମ୍ଭାବନା ଥିବା ‘ଏ ବର୍ଗ’ର ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜେପି ତିନିଜଣିଆ କମିଟି ଗଠନ କରିଛି। ଏହି କମିଟି ବୟସ, ବିଜୟ ସମ୍ଭାବନା, ପ୍ରାର୍ଥୀଙ୍କ ଜାତି, ଲୋକସଭା ନିର୍ବାଚନମଣ୍ଡଳୀର ବିକାଶ, ଆସନ ସମସ୍ୟା ଏବଂ ପ୍ରମୁଖ ବିରୋଧୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରୁଛି। ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ସ୍ଥିର ହୋଇପାରେ ଦଳର ଜଣେ ବରିଷ୍ଠ…
ସୁଶ୍ରୀ ଲୀନା ନନ୍ଦନ ଡଲଫିନ ପ୍ରକୃତିର ଏକ ଅବିଶ୍ୱସନୀୟ କମନୀୟ ପ୍ରାଣୀ ଯିଏ ଏହାର ବୁଦ୍ଧି ଓ ଅନନ୍ୟ ଆକର୍ଷଣୀୟ ରୂପ ପାଇଁ ପ୍ରସିଦ୍ଧ। ଏହି ଜଳଚର ପ୍ରାଣୀ ଡଲଫିନ ବା ଶିଶୁମାର ଭାରତୀୟ ସଂସ୍କୃତି ଓ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛି। ଡଲଫିନ ନିଜର କ୍ଷିପ୍ରଗତି ଓ କ୍ରୀଡା କୌତୁକ ପୂର୍ଣ୍ଣ ଆଚରଣ ପାଇଁ ଦେଶ ଜଣାଶୁଣା। ଏହି ପ୍ରାଣୀକୁ ଦେଖିବା ପାଇଁ ବଣ୍ୟପ୍ରାଣୀ ଦର୍ଶକ ଓ ପର୍ଯ୍ୟଟକ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି। ଭାରତର ସମୁଦ୍ର ଓ ନଦନଦୀରେ ବିଭିନ୍ନ ପ୍ରଜାତିର ଡଲଫିନ ବହୁ ସଂଖ୍ୟାରେ ବାସ କରନ୍ତି। ଏମାନେ ଉଭୟ ଲୁଣି ଓ ମଧୁର ଜଳରେ ରହନ୍ତି। ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ପ୍ରଜାତି ହେଲା ଭାରତ-ପ୍ରଶାନ୍ତ ମହାସାଗରୀୟ କୁଜ ବିଶିଷ୍ଟ(ହମ୍ପବ୍ୟାକ୍) ଡଲଫିନ ଓ ଗଙ୍ଗାରେ ମୁଖ୍ୟତଃ ଦେଖାଯାଉଥିବା ଗାଙ୍ଗେୟ ଡଲଫିନ। ପରିବେଶ ଭାରସାମ୍ୟ ରକ୍ଷାରେ ଏହି ଡଲଫିନମାନେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଗାଙ୍ଗେୟ…
ନୂଆଦିଲ୍ଲୀ, ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା 1- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି । ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ । 2- ଉଡିବା ସମୟରେ…
ନୂଆଦିଲ୍ଲୀ: ଆସନ୍ତା ନୂଆ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ। ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ। ନୂଆ ବର୍ଷ ଅବସରରେ ଯଦି…
ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାରା ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମଣତି, ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ଦାବିରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ନଭେମ୍ବର ୯ ତାରିଖ ଗୁରୁବାର ସକାଳ ୯ ଘଟିକା ଠାରୁ ଦିବା ୧୨ ଘଂଟିକା ପର୍ଯ୍ୟନ୍ତ ରାଜ୍ୟ ସମସ୍ତ ବ୍ଲକ, ଏନ୍.ଏସ୍.ସି, ମ୍ୟୁନିସ୍ପାଲଟି ଓ ମହାନଗରରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି “ସଂକ୍ରୀର୍ତନ ସତ୍ୟାଗ୍ରହ” କରାଯିବ ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଥିଲେ ଯେ ଆସନ୍ତା ନଭେମ୍ବର ୯…
ଭୁବନେଶ୍ବର: ଏସଟିଏଫ ଏକ ବଡ ଚଢାଉ କରି ଗତକାଲି ଦୁଇଟି ଚିତା ବାଘର ଚମଡା ଜବତ କରିଛି। ଏଥିସହିତ କେତେକ ଉପକରଣ ମଧ୍ୟ ଜବତ ହୋଇଛି। ଏହି ବାଘ ଚମଡା ବିକ୍ରି କରିବା ପାଇଁ ଯାଉଥିବା ବେଳେ ଏସଟିଏଫ ଚଢାଉ କରିଥିଲା। ଦୁଇଜଣ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, କେତେକ ବ୍ୟକ୍ତି ବିରଳ ପଶୁଙ୍କ ଅଙ୍ଗ ବିକ୍ରି କରିବାକୁ ଯୋଜନା କରୁଛନ୍ତି ବୋଲି ଏସଟିଏଫ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା। ସେହି ଅନୁସାରେ ଏକ ଟିମ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଟମ୍ଫରାବିଦୁନି ଛକରେ ଜଗି ରହିଥିଲା। ଦୁଇଜଣ ବ୍ୟକ୍ତି ଆସିବା ପରେ ଏସଟିଏଫ ସେମାନଙ୍କୁ ଧରି ତାଙ୍କଠାରୁ ଦୁଇଟି ବାଘ ଚମଡା ଜବତ କରିଥିଲା। ସେମାନଙ୍କୁ ପଚାରାଉଚୁରା କରିବା ବେଳେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ବିକ୍ରମ ମାଝି ଏବଂ ରାଜା…
AdityaL1: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ସଫଳଭାବେ କାର୍ଯ୍ୟ କରୁଛି । ଆଦିତ୍ୟ ଏଲ୍-୧ ‘ସୋଲାର ପ୍ରଜ୍ୱଳ’ ଅର୍ଥାତ୍ ସୋଲାର ଫ୍ଲେୟର୍ସର ପ୍ରଥମ ହାଇ ଏନର୍ଜି ଏକ୍ସ-ରେ ଝଲକ ହାସଲ କରିଛି। ଏ ସମ୍ପର୍କରେ ମହାକାଶ ଏଜେନ୍ସି ମଙ୍ଗଳବାର ଏକ ବିବୃତି ଜାରି କରିଛି । ଅକ୍ଟୋବର ୨୯ ପରଠାରୁ ପ୍ରଥମ ପର୍ଯ୍ୟବେକ୍ଷଣ ଅବଧିରେ ଆଦିତ୍ୟ ଏଲ୍-୧ ମହାକାଶଯାନରେ ଥିବା ହାଇ ଏନର୍ଜି ଏଲ୍-୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏଚ୍ଇଏଲ୍୧ଓଏସ୍) ସୋଲାର ଫ୍ଲେୟାର ରେକର୍ଡ କରିଛି। ସୌର ବାୟୁମଣ୍ଡଳର ହଠାତ୍ ଉଜ୍ଜ୍ୱଳତା ହେଉଛି ସୋଲାର ଫ୍ଲେୟାର। ରେକର୍ଡ ହୋଇଥିବା ତଥ୍ୟ ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଜିଓଷ୍ଟେସନାରୀ ଅପରେଶନାଲ ଏନଭାଇରମେଣ୍ଟାଲ ସାଟେଲାଇଟ୍ (ଜିଓଏସ୍)ଦ୍ୱାରା ପ୍ରଦାନ କରାଯାଇଥିବା ଏକ୍ସ-ରେ ଆଲୋକ ବର୍ଣ୍ଣ ସହିତ ସୁସଙ୍ଗତ ଅଟେ। ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ଯେ ସୌର ଫ୍ଲେୟାରର ପ୍ରଥମ ଉଚ୍ଚ ଶକ୍ତି ଏକ୍ସ-ରେ…
ପୁରୀ: ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ଆଜି ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ…
ଭୁବନେଶ୍ୱର: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ। ବାଙ୍ଗିରିପୋଷୀ ଘାଟିର ସଂପ୍ରସାରଣ, ଏନଏଚ୍ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍ ଗୁଡିକ ଚିହ୍ନଟ କରି ଖୁବ୍ ଶିଘ୍ର ଡିପିଆର ପ୍ରସ୍ତୁତ କରାଯାଇ ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଝରପୋଖରୀଆର ଅର୍ଦ୍ଧ ନିର୍ମିତ ପୋଲ ଏବଂ ପାଲବଣୀ ଓ ଯୁବଲୀ ପେଟ୍ରୋଲ ପମ୍ପ ନିକଟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ପରିବେଶ ଉପଯୋଗୀ ଗଛ ଯଥା ନିମ୍ବ, ଜାମୁ, ଶାଳ, ପିଆଶାଳ, ଆମ୍ବ ଇତ୍ୟାଦି ଲଗାଇବା ପାଇଁ ଏନଏଚ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା…
ନୂଆଦିଲ୍ଲୀ: ଅଳ୍ପକେ ରକ୍ଷା ପାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ତାଙ୍କ ରଥ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ ହଠାତ ଲାଇନ କଟିଯିବାରୁ ଏକ ବଡ ଦୁର୍ଘଟଣରୁ ରକ୍ଷା ମିଳିଯାଇଥିଲା। ସେହି ରଥରେ ଅମିତ ଶାହାଙ୍କ ସହିତ ଆହୁରି ବହୁ ନେତା ଥିଲେ। ଘଟଣାରୁ ଜଣାପଡିଛି ଯେ, ମଙ୍ଗଳବାର ଦିନ ଅମିତ ସାହା ରାଜସ୍ଥାନର ପ୍ରଭାତସରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧୀତ କରିବାକୁ ଥିଲା। ତା ପୂର୍ବରୁ ସେ ଏକ ବଡ ଗାଡିରେ ତିଆରି ହୋଇଥିବା ରଥରେ ଛିଡା ହୋଇ ଏକ ଶୋଭାଯାତ୍ରାରେ ଯାଉଥିଲେ। ସେ ଏକ ଗଳି ରାସ୍ତାରେ ଯାଉଥିବା ବେଳେ ତାଙ୍କ ରଥ ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସିଥିଲା। ହଠାତ ତାରରେ ନିଆଁ ଝଲକ ବାହାରିବା ସହିତ ଲାଇନ କଟିଯାଇଥିଲା। ଫଳରେ ଅମିତ ସାହା ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାପରେ ସେ ସେହି ରଥରୁ ଓହ୍ଲାଇ ଆଉ ଏକ ଗାଡିରେ…
ନୂଆଦିଲ୍ଲୀ: ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (ଗିଫ୍ଟ ସିଟି)ରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଡେକିନ୍ ଓ ଓ୍ୱଲ୍ଲୋନଗୋଙ୍ଗର କ୍ୟାମ୍ପସ ସ୍ଥାପନା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଗାନ୍ଧୀନଗର ସ୍ଥିତ ଗିଫ୍ଟ ସିଟିରେ ଏହି ଦୁଇ ବିଶ୍ୱବିଦ୍ୟାଳୟର ଆଗାମୀ କ୍ୟାମ୍ପସ ପାଇଁ ସ୍ଥାନ ପରିଦର୍ଶନ କରିବା ଅବସରରେ ଏହି ଘୋଷଣା କରିଛନ୍ତି । ଭାରତରେ ଅଷ୍ଟ୍ରେଲିଆନ୍ ୟୁନିଭର୍ସିଟି କ୍ୟାମ୍ପସର ଘୋଷଣା ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଆରମ୍ଭ’ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ । ଗାନ୍ଧୀନଗର ସ୍ଥିତ ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ-ସିଟିରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱସନୀୟ ବିଶ୍ୱବିଦ୍ୟାଳୟ ଯଥା ଡେକିନ ବିଶ୍ୱବିଦ୍ୟାଳୟ ଏବଂ ୟୁନିଭର୍ସିଟି ଅଫ୍ ଓ୍ୱଲ୍ଲୋନଗୋଙ୍ଗଅଷ୍ଟ୍ରେଲିଆ (ୟୁଓଡବ୍ଲ୍ୟୁ) କ୍ୟାମ୍ପସ ଖୋଲିବାର ଆନୁଷ୍ଠାନିକ ଘୋଷଣା ହୋଇଛି । ଏହା ଭାରତର ଶିକ୍ଷାର…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା : ● ଭୁଲ ସୂଚନା ଏବଂ ଡିପ୍ ଫେକ୍ (ମିଥ୍ୟା ସୂଚନା ପ୍ରସାର କରିବା ଲାଗି ଡିଜିଟାଲ ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ ମୁଖମଣ୍ଡଳ କିମ୍ବା ଶାରୀରିକ ପରିବର୍ତ୍ତନ କରିବା)ବିଷୟବସ୍ତୁକୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବା ଏବଂ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ କୁହାଯାଇଛି । ବିଶେଷକରି, ନିୟମ ଓ ନିୟାମକ ଏବଂ / କିମ୍ବା ଉପଭୋକ୍ତା ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ● ଆଇଟି ନିୟମ 2021 ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏଭଳି ମାମଲାଗୁଡ଼ିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ● ଏଭଳି ସୂଚନା/ବିଷୟବସ୍ତୁ/ଡିପ୍ ଫେକ୍ ବିଷୟବସ୍ତୁକୁ ହୋଷ୍ଟ ନକରିବା ପାଇଁ ବ୍ୟବହାରକାରୀଙ୍କୁ କୁହାଯାଇଛି । ● ରିପୋର୍ଟ କରିବାର 36 ଘଣ୍ଟା ମଧ୍ୟରେ ଏଭଳି କୌଣସି…

