ଭୁବନେଶ୍ବର: ତିନିଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ବାଭିବିକ ହୋଇଛି। ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକି ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ବିଧାନସଭା ଆରମ୍ଭ ହେବା ପରେ କୌଣସି ହଟ୍ଟଗୋଳ ପରିଲକ୍ଷିତ ହୋଇ ନ ଥିଲା। ଫଳରେ କୃଷି ଓ ମତ୍ସ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ବିଭାଗୀୟ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଆଜି କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି।
Author: Samikhsya Bureau
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମରେ ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ପୁରୁଣା ଗଣ୍ଡଗୋଳ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡିଛି। ଯାହାଫଳରେ ଉକ୍ତ ଗ୍ରାମର ପିଣ୍ଟୁ ଗୌଡ଼ ନାମକ ଜାଣେ ୱ।ର୍ଡ୍ ସଭ୍ୟ ଗୁରୁତର ଆହତ ହୋଇ ହିଞ୍ଜିଳି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିବା ସହ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରି ଏତଲା ନଂ ୭୦୩/୨୩ ଓ ୭୦୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
କେନ୍ଦ୍ରାପଡା: ଗତକାଲି ୩୬ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ଉପଲକ୍ଷେ ଓଡ଼ିଶା ନାଟ୍ୟ ସଂଘର ଆହ୍ବାନ କ୍ରମେ କେନ୍ଦ୍ରାପଡ଼ାର ଅଗ୍ରଣୀ ନାଟକ ସଂଗଠନ ତୁଳସୀ କଲଚରାଲ ଆସୋସିଏସନ୍ ପକ୍ଷରୁ ଗଣମାହାଲସ୍ଥିତ ଶ୍ରୀ ବିନୋଦ ବିହାରୀ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ନାଟ୍ୟ ସଂଘ, ଭୁବନେଶ୍ୱର ର ଆହ୍ବାନ କ୍ରମେ ଓଡ଼ିଶା ର ସମସ୍ତ ଜିଲ୍ଲାର ମୁଖ୍ୟ ତଥା ଅଗ୍ରଣୀ ସଂଗଠନ ମାନେ ଏହି ଦିବସ ପାଳନ କରନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ତୁଳସୀ କଳଚରାଲ ଆସୋସିଏସନ୍ କୁ ଏହି ଦିବସ ପାଳନ କରିଛି। ଓଡିଶା ନାଟ୍ୟ ସଂଘ ଦିବସ ର ପତାକା ଉତ୍ତୋଳନ ସହ ନାଟ୍ୟ ଦିବସ ବିଷୟରେ ଆଲୋଚନା କରାଯାଇଥିଲା। ନାଟକ ହେଉଛି ଏମିତି ଏକ କଳା ଯାହା ସମସ୍ତଙ୍କୁ ହୃଦୟରୁ ବାନ୍ଧି ରଖିଥାଏ। ଆମ ପରବର୍ତ୍ତୀ ପିଢ଼ି କିପରି ଏହି ନାଟକ କୁ ଆଗକୁ ବଢାଇ ନିଅନ୍ତୁ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ଇନ୍ଦୋର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କଂଗ୍ରେସ ଶିବିରରେ ଆତଙ୍କ ଖେଳିଯାଇଛି। ବାସ୍ତବରେ, ଅଦ୍ୟାବଧି କଂଗ୍ରେସ ବିଧାନସଭା ଆସନ ନମ୍ବର ୱାନକୁ ସୁରକ୍ଷିତ ବୋଲି ବିଚାର କରୁଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ଏଥର ମଧ୍ୟ ସଞ୍ଜୟ ଶୁକ୍ଲା ଏଠାରୁ ଟିକେଟ ପାଇବେ। ୨୦୧୮ ରେ ସଞ୍ଜୟ ଶୁକ୍ଲା ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପିର ସୁଦର୍ଶନ ଗୁପ୍ତାଙ୍କୁ ପରାସ୍ତ କରିଥିଲେ। କୈଳାଶ ବିଜୟବର୍ଗିୟଙ୍କୁ ପ୍ରାର୍ଥୀ ଘୋଷିତ କରାଯିବା ପରେ ବର୍ତ୍ତମାନ ବିଧାୟକ ସଞ୍ଜୟ ଶୁକ୍ଲାଙ୍କ ଏକ ବଡ ବିବୃତ୍ତି ବାହାରିଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ତାପମାତ୍ରା ବଢୁଛି। ଭାରତୀୟ ଜନତା ପାର୍ଟି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ଜାତୀୟ ସାଧାରଣ ସମ୍ପାଦକ କୈଳାଶ…
ଭୁବନେଶ୍ବର: ନବମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସିମଳାରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରତିବାଦ” ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚ୍ଚିତ୍ରର ଭାବେ ପୁରସ୍କୃତ ହୋଇଛି। ହିମାଚଳ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏହି ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ଉଦଯାପିତ ଦିବସରରେ ମୁଖ୍ୟ ଅତିଥି ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ଶିବ ପ୍ରତାପ ଶୁକ୍ଳା ଙ୍କ ଠାରୁ ପ୍ରଯୋଜକ ଶ୍ରୀ ଅତିଶ କୁମାର ରାଉତ ପୁରସ୍କାର ଗ୍ରହଣ କରିଥିଲେ। ଏଥିରେ ୨୦ ଟି ଦେଶ ଓ ୨୪ ଟି ରାଜ୍ୟ ରୁ ଚଳଚିତ୍ର ଭାଗ ନେଇଥିଲେ। “ପ୍ରତିବାଦ” ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ସମସ୍ତଙ୍କ ମନକୁ ଛୁଇଁ ଥିଲା ଓ ପୁରସ୍କୃତ ହୋଇଥିଲା। କାହାଣୀକାର ଓ ନିର୍ଦ୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ କୁହନ୍ତି ନାରୀ କିଛି କାମ ହାସଲ କରିବାକୁ ପ୍ରଲୋଭନ ର ବଶବର୍ତ୍ତୀ ନ ହୋଇ ଏବଂ ଶାରିରୀକ ଶୋଷଣ ର ଶିକାର ହେବା ପୂର୍ବୁରୁ ନିଜର ସୁରକ୍ଷା ପାଇଁ…
ରାଜକୋଟ: ତୃତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଇନ-ଫର୍ମ ଓପନର୍ ଶୁବମାନ ଗିଲଙ୍କ ସମେତ ପାଞ୍ଚ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ODI ପାଇଁ ଉପଲବ୍ଧ ହେବେ ନାହିଁ। କାରଣ କେତେକ ଖେଳାଳି ଭାଇରାଲରେ ସଂକ୍ରମିତ ହୋଇଥିଲେ। ଖେଳାଳିମାନେ ଘରକୁ ଫେରିବାକୁ ପସନ୍ଦ କରିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ରେ ଆଗୁଆ ଥିବା ଭାରତକୁ ଅନ୍ତିମ ODI ପାଇଁ ୧୩ ଖେଳାଳିଙ୍କ ମଧ୍ୟରୁ ଦଳ ଚୟନ କରିବାକୁ ପଡିବ। ଯେଉଁଠାରେ ଗିଲଙ୍କୁ ବିଶ୍ରାମ ଦିଆଯାଇଛି। ଏଥି ସହ ଏସିଆ କପ୍ ସମୟରେ ଆହତ ହୋଇ ଅକ୍ସର ପଟେଲ ଜାତୀୟ କ୍ରିକେଟ୍ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଖେଳିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଏବଂ ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରକୁ…
ଭୁବନେଶ୍ୱର: ଚାରିଦିନ ଧରି ବିଧାନସଭା ଠିକରେ ଚାଲିପାରୁ ନାହିଁ। ସେହିପରି ଆଜି ମଧ୍ୟ ଠିକରେ ଚାଲିବ କି ନାହିଁ ତାହା ସନ୍ଦେହରେ। ମୁଖ୍ୟତଃ ବିରୋଧୀ ଶାସକ ଦଳର ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ ଠିକରେ ଚାଲିପାରୁ ନାହିଁ। ବିଜେପି ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରୁ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି। ଆଜି କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି ।
ସ୍ଵପ୍ନ ଶାସ୍ତ୍ର: ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ନିଶ୍ଚିତ କିଛି ଅର୍ଥ ଅଛି। ଯଦି ସ୍ୱପ୍ନରେ ମାଛ ଦେଖୁଛନ୍ତି, ତେବେ ଏହାର ଏକ ବିଶେଷ ଅର୍ଥ ଅଛି। ଯେତେବେଳେ ଏକ ମାଛ ସ୍ୱପ୍ନରେ ଆସେ, ଏହା ଅନେକ ଜିନିଷକୁ ସୂଚିତ କରେ। ମାଛକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ, ସ୍ୱପ୍ନରେ ମାଛ ଦେଖିବା ମଧ୍ୟ ଏକ ଖୁସି ଖବର ଆଣିଥାଏ। ମାଛର ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣ ଶୀଘ୍ର କିଛି ଭଲ ଖବର ଶୁଣି ପାରନ୍ତି। ଏହା ମଧ୍ୟ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ସଙ୍କେତ ଦେଇଥାଏ। ସ୍ୱପ୍ନ ଶାସ୍ତ୍ରରୁ ଜାଣନ୍ତୁ ଯେ, ସ୍ୱପ୍ନରେ କେଉଁ ପ୍ରକାରର ମାଛ ଦେଖିବାର ଅର୍ଥ କ’ଣ? ସୁନା ମାଛ ସ୍ୱପ୍ନ: ସ୍ୱପ୍ନରେ ସୁନା ମାଛ ଦେଖିବା ପ୍ରେମ ଏବଂ ସମ୍ମାନ ପାଇବାକୁ ସୂଚିତ କରେ। ଯଦି ସ୍ୱପ୍ନରେ ସୁନା ମାଛ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆଗାମୀ…
ନୂଆଦିଲ୍ଲୀ: ନାଜି ସୈନିକଙ୍କୁ କାନାଡା ସଂସଦକୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯିବା ପରେ ବାଚସ୍ପତି ଆନ୍ଥୋନୀ ରୋଟା ଇସ୍ତଫା ଦେଇଛନ୍ତି। ହାଉସ ଅଫ୍ କମନ୍ସର ବାଚସ୍ପତି ଇସ୍ତଫା ଦେଇଛନ୍ତି। ସେ ପ୍ରଥମେ ଇସ୍ତଫା ଦେବାର ଆହ୍ଵାନକୁ ବିରୋଧ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ଓଟାୱାରେ ଦଳର ନେତାଙ୍କୁ ଭେଟିବା ପରେ ସେ ଇସ୍ତଫା ଦେଇଥିଲେ। ଆନ୍ଥୋନୀ ରୋଟା ସଂସଦକୁ କହିଛନ୍ତି ଯେ, ମୁଁ ନିଶ୍ଚିତ ଭାବରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଉଚିତ… ମୁଁ ମୋର ଗଭୀର ଦୁଃଖ ପ୍ରକାଶ କରୁଛି। ପ୍ରକାଶ ଥାଉ ଯେ, ନିକଟରେ ୯୮ ବର୍ଷିୟ ନାଜି ସୈନିକ ୟାରୋସ୍ଲାଭ ହୁଙ୍କାଙ୍କୁ କାନାଡିୟ ସାଂସଦମାନେ ସମ୍ମାନିତ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲର ନାଜି ସେନା ପକ୍ଷରୁ ୟାରୋସ୍ଲାଭ ହୁଙ୍କା ଯୁଦ୍ଧ କରିଥିଲେ। ହୁଙ୍କା ନାଜି ଏସଏସ୍ ର ଜଣେ ସୈନିକ ଥିଲେ। ନାଜି ଏସଏସ୍ ହିଟଲରଙ୍କ ନିର୍ଦ୍ଦେଶରେ ୟୁରୋପରେ ଲକ୍ଷ ଲକ୍ଷ ଯିହୁଦୀଙ୍କୁ ହତ୍ୟା କରିଥିଲେ। କାନାଡାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା: ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ, ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍; ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ। ଦୁଇ ସପ୍ତାହ ତଳେ ଜି -୨୦ ଶିଖର ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଲାଗି ରହିଥିବା ଜନଗହଳିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ…
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…
ଭୁବନେଶ୍ବର: ଅକ୍ଟୋବର ଦୁଇ ତାରିଖରୁ ବିଜେଡି ପାଳନ କରିବ ଜନ ସଂପର୍କ ପଦଯାତ୍ରା। ଏହା ପ୍ରତିବର୍ଷ ପରି ଅକ୍ଚୋବର ୨ ତାରିଖ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତିରେ ଶେଷ ହେବ। ଏହି ପଦଯାତ୍ରା କିପରି କରାଯିବ ସେ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳୀୟ ନେତା ତଥା କର୍ମିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିରେ ନବୀନ କହିଛନ୍ତି ଯେ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତି, ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜୟନ୍ତି, ଅକ୍ଟୋବର ୧୧ ତାରିଖରେ ଜୟପ୍ରକାଶ ନାରାୟଣ ଜୟନ୍ତି ପଦଯାତ୍ରା ସହିତ ପାଳନ କରାଯିବ। ଏହି ପଦଯାତ୍ରାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତି ତଦାରଖ କରିବେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ ବା ବିଧାୟିକା, ପଞ୍ଚାୟତ ପୌର ପରିଷଦର ନିର୍ବାଚିତ ପ୍ରତିନିଧିମାନେ ନିଶ୍ଚିତ ଯୋଗଦେବେ। ଏଥିସହିତ ଦଳର ବିଭିନ୍ନ…
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫, ୨୦୨୩ରୁ ଅକ୍ଟୋବର ୨,୨୦୨୩ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ, ଭାରତୀୟ ରେଳବାଇ ଏକ ସାମଗ୍ରିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକଳାପ ମାଧ୍ୟମରେ ଏକ ସ୍ୱଚ୍ଛ ରେଳ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି । ଚଳିତ ବର୍ଷ ସଂସ୍କରଣରେ ଷ୍ଟେସନଗୁଡ଼ିକରେ ରେଳ ଧାରଣାର ସ୍ୱଚ୍ଛତା, ପ୍ରମୁଖ ଷ୍ଟେସନକୁ ଯିବା ଏବଂ ରେଳ ପରିସରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରେଳ ନେଟୱାର୍କର କୋଣ ଅନୁକୋଣ ଯେପରି ସ୍ୱଚ୍ଛତା ଏବଂ ସ୍ଥାୟୀତାର ନୀତିକୁ ଅନୁସରଣ କରେ ତାହା ସୁନିଶ୍ଚିତ କରିବା ପାଇଁ ଏହା ଏକ ବହୁମୁଖୀ ଆଭିମୁଖ୍ୟ । ଏହି ଅଭିଯାନରେ ସ୍ୱଚ୍ଛ ସମ୍ବାଦ (ସ୍ୱଚ୍ଛ ସଂଳାପ), ସ୍ୱଚ୍ଛ ରେଳଗାଡି (ସ୍ୱଚ୍ଛ ଟ୍ରେନ୍), ସ୍ୱଚ୍ଛ ଷ୍ଟେସନ (ସ୍ୱଚ୍ଛ ଷ୍ଟେସନ), ସ୍ୱଚ୍ଛ ପରିସର (ସ୍ୱଚ୍ଛ ପ୍ରେମିସେସ), ସ୍ୱଚ୍ଛ ଆହାର (ସ୍ୱଚ୍ଛ ଖାଦ୍ୟ) ଏବଂ ସ୍ୱଚ୍ଛ ପ୍ରସାଧନ (ସ୍ୱଚ୍ଛ ପାଣ୍ଟ୍ରି)…
ଭୁବନେଶ୍ୱର: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ ଅନ୍ତର୍ଭୁକ୍ତ। ଏମ୍ସରେ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ନିମନ୍ତେ ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଏହାର ଅନୁମୋଦନ ପ୍ରଦାନ କରିଛି। ଏହି ରୋଗୀ ସେବା ତଥା ଅନ୍ୟାନ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ। ଏମ୍ସର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ। ଏହି ଅବସରରେ ଡ. ବିଶ୍ବାସ କହିଛନ୍ତି ଯେ ଗତ ବର୍ଷ ସ୍ୱାସ୍ଥ୍ୟସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛି। ଏଥିସହିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସିନେମାରେ ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଅବଦାନକୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ଦେବ ଆନନ୍ଦ କାଳଜୟୀ ଆଇକନ୍ ଭାବେ ସ୍ମରଣୀୟ। ସିନେମା ଏବଂ କାହାଣୀ ପ୍ରତି ତାଙ୍କ ଅତୁଳନୀୟ ଆଗ୍ରହ ଥିଲା। ତାଙ୍କ ଚଳଚ୍ଚିତ୍ରଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ ବରଂ ଭାରତର ପରିବର୍ତ୍ତିତ ସମାଜ ଏବଂ ଆକାଂକ୍ଷାକୁ ମଧ୍ୟ ପ୍ରତିଫଳିତ କରିଥିଲା। ତାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ିକୁ ପ୍ରଭାବିତ କରିବ । ତାଙ୍କ ୧୦୦ତମ ଜୟନ୍ତୀରେ ତାଙ୍କୁ ମନେପକାଉଛି।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ବିଭାଗ ପକ୍ଷରୁ ମନୋନୀତ ହୋଇ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗ ଦେବେ । ସାରା ଦେଶରେ ୪୬ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜି ନିଯୁକ୍ତି ପତ୍ର ପାଇଥିବା କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେମାନେ ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହି ସ୍ଥାନରେ ପହଂଚି ପାରିଛନ୍ତି ଏବଂ…
ନୂଆଦିଲ୍ଲୀ; ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ମୁଖ୍ୟ ବିଚାରପତି ବିଜେପି ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଗତକାଲି ଭିଜିଲାନ୍ସ ବିଭାଗ ମୁକତର ସାହିବଙ୍କ ବାଦଲ ଗ୍ରାମସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଥିଲା। ବାଦଲଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା: ଏହାପୂର୍ବରୁ ମନପ୍ରୀତ ସିଂ ବାଦଲ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା। ଏହା ପରେ ସମସ୍ତ ବିମାନବନ୍ଦରରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ପଞ୍ଜାବ ଭିଜିଲାନ୍ସ ସନ୍ଦେହ କରୁଛି ଯେ, ମାମଲା ପଞ୍ଜୀକୃତ ହେବା ପରେ ମନପ୍ରୀତ ବାଦଲ ବିଦେଶ ଛାଡି ପଳାଇପାରନ୍ତି। ପ୍ରକାଶ ଯେ ଭିଜିଲାନ୍ସ ବ୍ୟୁରୋ ଜମି ଆବଣ୍ଟନ ମାମଲାରେ ମନପ୍ରୀତ ବାଦଲଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି। ମନପ୍ରୀତଙ୍କ ବ୍ୟତୀତ ଏହି…
ମୁମ୍ବାଇ: ଆଜି ବିଜେପି ନେତା ଶାହନାୱାଜ ହୁସେନ୍ ହୃଦଘାତରେ ପୀଡିତ ହୋଇଥିବା ଖବର ହସ୍ତଗତ ହୋଇଛି। ଶାହନାୱାଜ ହୁସେନ୍ କୁ ତୁରନ୍ତ ମୁମ୍ବାଇସ୍ଥିତ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ତାଙ୍କୁ ସନ୍ଧ୍ୟା ୪.୩୦ ମିନିଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଲାବତୀ ହସ୍ପିଟାଲର ଡାକ୍ତର ଜଲିଲ ପାରକର କହିଛନ୍ତି ଯେ, ହୃଦଘାତ କାରଣରୁ ଶାହନାୱାଜ ହୁସେନଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି।
ନୂଆଦିଲ୍ଲୀ: ଭାରତରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଏନ୍ଟିଇପି) ଅଧୀନରେ ଏହି ଔଷଧର ଫଳପ୍ରଦତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଷ୍ଟକ୍ ରେ ଯକ୍ଷ୍ମା ନିରୋଧୀ ଔଷଧର ଉପଲବ୍ଧତା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥାଇ ପ୍ରକାଶିତ ଏଭଳି ରିପୋର୍ଟ ଅସ୍ପଷ୍ଟ ଏବଂ ବିଭ୍ରାନ୍ତିକର। ଔଷଧ ସମ୍ବେଦନଶୀଳ ଯକ୍ଷ୍ମା ରୋଗର ଚିକିତ୍ସାରେ ଦୁଇ ମାସ ପାଇଁ ୪ଟି ଏଫ୍ଡିସି (ଆଇସୋନିଆଜିଡ୍, ରିଫାମ୍ପିସିନ୍, ଏଥାମ୍ବୁଟୋଲ ଏବଂ ପାଇରାଜିନାମାଇଡ୍) ଭାବରେ ଉପଲବ୍ଧ ୪ଟି ଔଷଧ ଅନ୍ତର୍ଭୁକ୍ତ ଏବଂ ଏହା ପରେ ଦୁଇ ମାସ ପାଇଁ ୩ଟି ଏଫ୍ଡିସି (ଆଇସୋନିଆଜିଡ୍, ରିଫାମ୍ପିସିନ୍ ଏବଂ ଏଥାମ୍ବୁଟୋଲ) ଭାବରେ ଏଥିରେ ଅନ୍ତର୍ଭୁକ୍ତ। ଏହି ସବୁ ଔଷଧ ୬ ମାସ ରୁ ଅଧିକ ସମୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ବହୁମୁଖୀ ଔଷଧ ପ୍ରତିରୋଧୀ ଯକ୍ଷ୍ମା ରୋଗର ଚିକିତ୍ସା ପଦ୍ଧତିରେ ସାଧାରଣତଃ ୪ ମାସ ପାଇଁ ୭ଟି ଔଷଧ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବିକ୍ରି ହେଉଥିବା ଜାଣିବାକୁ ମିଳିଛି। ଯାହାକୁ ପିଇବା ଦ୍ୱାରା ଜନସାଧାରଣମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଥିବାର ଅଭିଯୋଗ ହେଉଛି। ସୂଚନା ମୁତାବକ ଗତ କିଛି ମାସ ହେଲା ବାଣପୁର ସହରାଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ପ୍ରତି ପାନ ଦୋକାନରେ ଦେଖିବାକୁ ମିଳୁଛି। ତେବେ ଉକ୍ତ ସୋଡ଼ା ପିଇବା ଦ୍ୱାରା ବହୁ ଜନସାଧାରଣ ବିଭିନ୍ନ ରୋଗର ବଶବର୍ତ୍ତୀ ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ସୋଡ଼ା ବୋତଲ କେଉଁ କମ୍ପାନୀ ଯୋଗାଉଛି, କିଏ ଆଣୁଛି ଏବଂ କିପରି ଦୋକାନଗୁଡିକରେ ପହଞ୍ଚୁଛି, ତାହା ପଚାରିଲେ ଦୋକାନୀ ମାନେ କହିବାକୁ କୁଣ୍ଠାବୋଧ କରୁଛନ୍ତି। ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ନାକ ତଳେ ଏହା ଜାରି ରହିଥିବା ବେଳେ ଉକ୍ତ ବିଭାଗ ଜାଣିଶୁଣି ଚୁପ ରହିଥିବା ସାଧାରଣ ନାଗରିକମାନେ ଅଭିଯୋଗ କରିଛନ୍ତି। ଉକ୍ତ ସୋଡ଼ା ଗୁଡିକ ପ୍ରକୃତ ପାନୀୟ ଯୋଗ୍ୟ…
ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି। ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ। ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି। ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ…

