Author: Samikhsya Bureau

ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ ହୋଇଥିଲା। ଏହି ବୈଠକରେ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ କାନାଡା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। କାନାଡା ପ୍ରସଙ୍ଗରେ ଭାରତ ଯେଉଁ ଭଳି ଭାବରେ କଥା ହୋଇଛି ତାହା ସ୍ପଷ୍ଟ କରିଦେଇଛି ଯେ ତା’ର ଆଭିମୁଖ୍ୟ ବଦଳିବ ନାହିଁ। କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ବଢ଼ୁଥିବା କାର୍ଯ୍ୟକଳାପ କିପରି ତାଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଭାରତ ଆମେରିକାକୁ ଜଣାଇଛି। ଭାରତ ତରଫରୁ କୁହାଯାଇଥିଲା ଯେ ଆପଣ ନିକଟରେ ଏକ ଭିଡିଓ ଦେଖିଥିବେ ନିଶ୍ଚୟ। ଗୁରୁପତୱନ୍ତ ସିଂ ପନ୍ନୁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏୟାର ଇଣ୍ଡିଆର ଏକ ବିମାନକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଖାଲିସ୍ତାନୀ କାର୍ଯ୍ୟକଳାପକୁ ନେଇ ଗତ କିଛିମାସ ହେବ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗି…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସୁବିଧା ପାଇଁ ଶୁକ୍ରବାର ଦିନ ଏହାର ଲୋକାର୍ପଣ କରାଯାଇଛି। ସିଙ୍ଗାପୁରସ୍ଥିତ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଶିକ୍ଷା ସାଧନ କେନ୍ଦ୍ରର ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରାଯାଇଥିଲା। ‘‘ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଶିକ୍ଷା ସାଧନ କେନ୍ଦ୍ର କରାଯାଇଛି। ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସର ଆହୁରି ବ୍ୟାପକ ହୋଇପାରିବ। ସେମାନେ ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ’’, କହିଛନ୍ତି…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଦୀପାବଳି ପରେ ତୁରନ୍ତ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍ ଉପରେ ଆଲୋଚନା କରି ପାରିତ କରିବେ ବୋଲି ସୂତ୍ରରୁ ପ୍ରକାଶ। ଏହି ରିପୋର୍ଟରେ ପୈତୃକ ସମ୍ପତ୍ତିରେ ଲିଙ୍ଗଗତ ସମାନତା ଏବଂ ଝିଅମାନଙ୍କ ପାଇଁ ସମାନ ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏଥିରେ ମହିଳାଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇନାହିଁ। କମିଟିର ସୁପାରିସ ଅନୁଯାୟୀ ମହିଳାଙ୍କ ବିବାହ ବୟସ ୧୮ ବର୍ଷ ରଖାଯିବା ଦରକାର। ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାରେ ସବୁ ଧର୍ମ ପାଇଁ ଲାଗୁ ହେଉଥିବା ଏକ ଆଇନ ପ୍ରସ୍ତୁତ କରିବାକୁ କୁହାଯାଇଛି। ସେହି ଅନୁଯାୟୀ ବିବାହ ପଞ୍ଜୀକରଣ, ଛାଡ଼ପତ୍ର, ସମ୍ପତ୍ତି ଅଧିକାର, ଆନ୍ତଃରାଜ୍ୟ ସମ୍ପତ୍ତି ଅଧିକାର, ଭରଣପୋଷଣ, ପିଲାଙ୍କ ହେପାଜତ, ଏଟିସି ଭଳି ବ୍ୟକ୍ତିଗତ କ୍ଷତିରେ ସମାନତା ଉପରେ ବିଲର ବ୍ରୋଡର୍ ଫୋକସ୍ ରହିଛି। ତେବେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ ସାକ୍ଷାତ କରିଛନ୍ତି । ଦୁଇ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ “୨+୨” ଫର୍ମାଟରେ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇଥିଲେ। ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଏବଂ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା, ମହାକାଶ, ସ୍ୱାସ୍ଥ୍ୟ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଣତନ୍ତ୍ର, ବହୁମତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଟେଲିଫୋନରେ କଥା ହୋଇଛନ୍ତି। ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜି-୨୦ର ବ୍ରାଜିଲ ଅଧ୍ୟକ୍ଷତାର ସଫଳତା ପାଇଁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ହୋଇଥିବା ବୈଠକ ପରେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।

Read More

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ କରିଛି। ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସିବିସିର ମିଶନରେ ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଡିଜିଟାଲ ମାଧ୍ୟମରେ ବହୁ ସଂଖ୍ୟକ ଜନତାଙ୍କୁ ଟେକ୍ନୋଲୋଜି ସକ୍ଷମ ମେସେଜିଂ ବିକଳ୍ପ ସହିତ ନାଗରିକ କେନ୍ଦ୍ରିତ ବାର୍ତ୍ତାକୁ ଲକ୍ଷ୍ୟଭିତ୍ତିକ ଉପାୟରେ ଓ ପ୍ରଭାବଶାଳୀ ଭାବରେ ପ୍ରସାରଣ କରିବାରେ ଏହି ନୀତି ସହାୟକ ହେବ, ଯାହାଫଳରେ ଭୌତିକ  ଅଭିଯାନରେ ଖର୍ଚ୍ଚର ପରିମାଣ କମ୍ ହୋଇ ପାରିବ। ସାମ୍ପ୍ରତିକ ବର୍ଷ…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଅଞ୍ଚଳର ବିଭିନ୍ନ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନରେ ଶୂକ୍ରବାର ଧନ‌ତେରାସ୍ ଅବସରରେ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦିନ ତମାମ ଜୁଏଲରୀ ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା। ଧନତେରାସରେ ବଜାରରୁ ସୁନା କିଣିଲେ ବର୍ଷସାରା ଲାଭ ହୁଏ ବୋଲି ବିଶ୍ବାସ ରହିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ଜୁଏଲାରୀ ଦୋକାନର ମାଲିକ ବିଭିନ୍ନ ଭେରାଇଟିର ସ୍ଵର୍ଣ୍ଣ ଅଳଙ୍କାର ଆଣିଥିବା ଦେଖିବାକୁ ମିଳିଥିଲା। ଆସିକା ଅଞ୍ଚଳରେ ୭୫୦ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୪୭ହଜାର ଟଙ୍କା ଓ ୯୧୬ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୫୭ ହଜାର ଟଙ୍କା ରହିଥିଲା। ଧନତେରାସ୍‌ରେ ସୁନା କିମ୍ବା ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ଓ ସୁଖ ଏବଂ ସମୃଦ୍ଧି ମିଳିଥାଏ ବୋଲି ବିଶ୍ବାସ ରହିଛି। ଗୋଟିଏ ଦିନରେ ଆସିକା ଅଞ୍ଚଳରେ ବିଭିନ୍ନ ସ୍ୱର୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନରେ ପ୍ରାୟ…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୂକରଣ କର୍ତ୍ତୃପକ୍ଷ (ଓସେପା), ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଲକ୍ ଓ ଏନ୍‌ଏସି ଅଧୀନ ୩୫ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‌ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧୂକାରୀ ବିଭୁନନ୍ଦନ ପଣ୍ଡା ଓ ଭାଗିରଥୀ ପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜଲି ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଶିବିରରେ ୫-ଟିରେ ରୂପାନ୍ତରିତ ହୋଇଥିବା ସ୍କୁଲଗୁଡିକର ସୁପରିଚାଳନା ଓ ଶୈକ୍ଷିକ ବାତାବରଣ ସୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଯୋଜନାର ସଫଳ ରୂପାୟନ, ସ୍ମାର୍ଟସ୍କୁଲରେ ରୂପାନ୍ତରୀକରଣ ହେବାକୁ ଥିବା ସ୍କୁଲଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ହାଇସ୍କୁଲଗୁଡ଼ିକର ବିଭିନ୍ନ…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ଏନ୍ ଏସି ପକ୍ଷରୁ ସ‌ହରାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ପଲିଥିନ ଜବତ କରାଯାଇ ଜରିମାନା ଆଦାୟ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ନଗରପାଳିକା ବିନେତା ସ୍ୱାଇଁଙ୍କ ପରାମର୍ଶ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‌ଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମିଶ୍ର, ପ୍ରକାଶ ନାୟକ, ପ୍ରମୋଦ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଲକ୍ଷ୍ମୀବଜାର, କଳିଙ୍ଗ ରୋଡ୍, ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ଉ କରି ପଲିଥିନ ଜବତ କରିବା ସହ ଜରିମାନା ବାବଦକୁ ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ଉକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ବେଜ୍ କହିଛନ୍ତି। ପଲିଥିନ କଟକଣା ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଜରିମାନା…

Read More

ଭୁବନେଶ୍ଵର: ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଅଛି। ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଏହି ରେଳ ସେକ୍ସନକୁ ନୀରିକ୍ଷଣ କରିଥିଲେ। ନୀରିକ୍ଷଣ ସମୟରେ ସମସ୍ତ ନିରାପତ୍ତା ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା ଏବଂ ଟ୍ରେନ୍ ଯାତାୟାତର ସମ୍ଭାବ୍ୟତା ମାପିବା ପାଇଁ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି। ଏହି ପ୍ରକଳ୍ପ ପାଇଁ ୯୯% ରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି। ଓଡ଼ିଶାରେ…

Read More

ଖୋର୍ଦ୍ଧା: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ/ସମ୍ମାନୀୟା ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ଚନ୍ଦ୍ରାଣୀ ମୁର୍ମୁ, ମଞ୍ଜୁଲତା ମଣ୍ଡଳ, ପ୍ରମିଳା ବିଶୋଇ, ରାମ ମୋହନ ନାଇଡୁ କାଞ୍ଜିରାପୁ, ମୁଜିବୁଲ୍ଲା ଖାଁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ। ଏହା ବ୍ୟତୀତ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଶର୍ମିଷ୍ଠା ସେଠୀ ଏବଂ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପ୍ରତିନିଧିମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବଜ୍ଵା ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ।…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗୁରୁବାର ରାତ୍ର ସମୟରେ ଆସିକା- ବ୍ରହ୍ମପୁର ମୁଖ୍ୟରାସ୍ତାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଆସିକା ଥାନା ଅନ୍ତର୍ଗତ ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମରେ ଆସିକା ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି। ବାଣ ବ୍ୟବସାୟୀମାନେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କିସମର ବାଣ ମହଜୁଦ ରଖୁଥ‌ିବା ଖବରପାଇ ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଗୁରୁବାର ରାତ୍ର ରେ ନଳବଣ୍ଟା ଗ୍ରାମର ଭଣ୍ଡାରୀସାହି, ପାଟଣା ସାହି, ରୋଡ୍ ସାହି, ଆଡୁଆ ସାହି ସମେତ ଆଖପାଖ ସାହିବସ୍ତିର ପ୍ରାୟ ୧୦ଟି ଘର ଉପରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରି ଥିବା ବେଳେ ଘଟଣାସୁଳରୁ ଚୋରା ବାଣମାଫିଆମାନେ ଫେରାର୍ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଆସିକା ଥାନାରେ ଦୁଇଟି ମାମଲା ଦାୟର…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ହିଲ ଟାଉନ୍ ୭ ନମ୍ବର ଗଲିରେ ରାଜ୍ୟର ୮୬ ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ଏକ ଉତ୍ସବରେ ଭବାନୀ ପାଟଣା ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ବର୍ଷୀୟାନ ସାମ୍ବାଦିକ, ପୂର୍ବତନ ମନ୍ତ୍ରୀ, ସାଂସଦ, ଲେଖକ ଓ ଗବେଷକ ରାସ ବିହାରୀ ବେହେରା ମୂଖ୍ୟ ଅତିଥି ଓ ବ୍ରହ୍ମପୁରରୁ ପ୍ରକାଶିତ ସର୍ବ ପୁରାତନ ସାପ୍ତାହିକ “ନବୀନ” ର ସମ୍ପାଦକ ରବି ରଥ ଓ କଳାହାଣ୍ଡି ସିଡିଏ ସଭାପତି ତଥା ରାଜ୍ୟ ସଂଯୋଜକ ଅଶୋକ କୁମାର୍ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଦୱା ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ପ୍ରିୟ ରଞ୍ଜନ ମହାନ୍ତି ଏହି ଅବସରରେ ଜେନେରିକ ଔଷଧ ସେବନ ଦ୍ଵାରା ସେବନକାରୀ ୯୦ ପ୍ରତିଶତ ଅର୍ଥ ସଞ୍ଚୟ କରି ପାରିବା ସହ ଉନ୍ନତ ଓ ସୁରକ୍ଷିତ ଔଷଧ ସହ ବଜାରରେ…

Read More

ବେଗୁନିଆପଡା: ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହକରାଯାଇଛି ବିହାର ବିଧାନସଭାରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ ଠାରେ ଏକତ୍ରିତ ହୋଇ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ସମୟରେ ଘୁମୁସର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମିରିବାଇ ଦେଓ ଙ୍କ ସମେତ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ମଦନମୋହନ ନଗର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରି ପରିମାଣର ନକଲି ଘିଅ, ପାମୋଲିନ୍ ତେଲ, ବ୍ୟବହୃତ ରାସାୟନିକ ଦ୍ରବ୍ୟ, ଡବା, ଜରି ଓ ପେକିଂ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଇତ୍ୟାଦି ଜବତ କରାଯାଇଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ବଡ଼ବଜାର ଥାନା ଅଧିକାରୀ ସୌଭାଗ୍ୟ ସ୍ଵାଇଁଙ୍କ ଟିମ୍ ଏହି ଚଢ଼ାଉ କରିଥିଲା। ଏହାସହ ବ୍ୟବସାୟୀ ଇ ରାଜେଶ୍ଵର ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏହି କାରଖାନାର ମୁଖ୍ୟ ମାଲିକ ତଥା ରାଜେଶ୍ଵର ପାତ୍ରଙ୍କ ଭାଇ କୋଟେଶ୍ଵର ପାତ୍ର ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ପ୍ରକାଶ ଥାଉକି ଗିରଫ ରାଜେଶ୍ଵର ପୁର୍ବରୁ ନକଲି ଗୁଟଖା ପ୍ରସ୍ତୁତି କାରବାରରେ ଗିରଫ ହୋଇଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ନକଲି ଗୁଟଖା, ସାବୁନ, ଚାହା ଗୁଣ୍ଡ,…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ ଏବଂ ନୂଆଁଗଡ଼ରୁ ବେଗୁନିଆପଡା ଥାନା ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଏହା ସହ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବେଆଇନ ବାଣ ବିକ୍ରି ଅଭିଯୋଗରେ ଅଟକ ରଖିଥିଲା। ବେଗୁନିଆପଡା ଥାନା ପୋଲିସ ପକ୍ଷରୁ ସୂଚନା ଅନୁଯାୟୀ ଅଙ୍ଗାରଗାଁର ରୂପକ ସାହୁ ବେଆଇନ ଭାବେ ଅଙ୍ଗାରଗାଁ ଏବଂ ନୂଆଁଗଡ଼ରେ ବାଣ ମହଜୁଦ ରଖିଥିଲା। କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ଥାନା ପୋଲିସ ଚଢାଉ କରିବା ସହ ଉକ୍ତ ଦୁଈଟି ସ୍ଥାନରୁ ବିପୁଳ ପରିମାଣର ବାଣ ଜବତ କରିବା ସହ ପ୍ରକାଶକୁ ଅଟକ ରଖିଥିଲା।ପରେ ରୂପକ ଥାନାକୁ ଯିବା ପରେ ୨୫୧/୨୦୨୩ ରେ ଏକ ମାମଲା ରୁଜୁ କରି ପି ଆର୍ ବଣ୍ଡ ରେ ଛାଡିଥିବା ନେଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ। ଦେଢ଼ ମାସ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ବଡ଼ଦିନ ଅର୍ଥାତ ଡିସେମ୍ବର ୨୫ ତାରିଖର ଦୁଇ ଦିନ ପୂର୍ବରୁ କେକ୍ ପ୍ରସ୍ତୁତି ଆରମ୍ଭ କରାଯାଏ ଏବଂ ନିଜ ବନ୍ଧୁ, ପରିଜନ ଓ ପରିବାରବର୍ଗଙ୍କ ସହ ଅଂଶୀ କରାଯାଇଥାଏ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି। ବଡ଼ଦିନ…

Read More

ପୁରୀ: ଆଜି ବିଡ ଭୋରରୁ ପୁରୀରେ ପହଞ୍ଚିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ପୁରୀରେ ପହଞ୍ଚି ପ୍ରଥମେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ।ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ କାର୍ଯ୍ୟର ଅଗ୍ରଗତି ଉପରେ ବୁଝାଇଥିଲେ। ଏହା ପରେ ଚାରି ଦ୍ବାରରେ ଲାଗିବାକୁ ଥିବା ନାମ କରଣ ଉପରେ ସେମାନେ ଅବଗତ କରାଇଥିଲେ। ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ପରକ୍ରମା ପ୍ରକଳ୍ପ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Read More

ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଫିଲ୍ମ ଓ ୱେବ ସିରୀଜର ସଫଳତା ପରେ ଆଓ ନେକ୍ସ୍ଟ ଟିମ୍ ଆରମ୍ଭ କରିଛି ଆଓ ମ୍ୟୁଜିକ୍ ନାମକ ଏକ ଭର୍ଟିକାଲ୍ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ‘ମୁଁ ନିଆଁ’ ଶିର୍ଷକ ଏକ ଗୀତର ସହିତ ହେବ। ଏହି ଗୀତ ମାଧ୍ୟମରେ ଆଓ ମ୍ୟୁଜିକ୍ ଲଞ୍ଚ କରିଛି ଅରୁନ୍ଧତୀ ଗଡନାଏକଙ୍କୁ, ଯିଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିୱାନେ ପରି ଜାତୀୟ ସ୍ତରର ଲୋକପ୍ରିୟ ପ୍ରତିଯୋଗିତାରେ ଭାଗ ନେଇ ନିଜର ଖ୍ୟାତି ଅର୍ଜନ କରିଛନ୍ତି। ଏହି ଗୀତଟିକୁ ରାଜା ଦି ନିର୍ଦ୍ଦେଶନା ଦେଇଛନ୍ତି ଯାହା ଆସନ୍ତି ଦୀପାବଳୀରେ ମୁକ୍ତିଲାଭ କରିବ କେବଳ ଆଓ ମ୍ୟୁଜିକ୍ ରେ ଯେଉଁଥିରେ ଆପଣ ମାନେ ଦେଖିବେ ପ୍ରଥମ ଥର ପାଇଁ ଓଡ଼ିଶାର କଳାହାଣ୍ଡି କଟାପ୍ପା ନୃତ୍ୟଶିଳ୍ପୀ, ସୁଶୀଲ ଓ ଅରୁନ୍ଧତୀଙ୍କୁ। ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ…

Read More

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ। କାହିଁକି କାଳୀ ପୂଜା କରାଯାଏ ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି। କାଳୀ ପୂଜାର ମହତ୍ତ୍ବ କ’ଣ ? ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ…

Read More

ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି । ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବେ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍…

Read More