ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ ହସପିଟାଲ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ। ଏହି ହସପିଟାଲ ଗୁଡିକ ପିପିପି ମୋଡରେ କରାଯିବ। ସେହି ସ୍ଥାନଗୁଡିକ ହେଲା ଝାରସୁଗୁଡ଼ା, ଅନୁଗୋଳ, ବଡ଼ବିଲ ଓ ଭଦ୍ରକ। ସେଠାରେ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପି.ପି.ପି. ମାଧ୍ୟମରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଉପସ୍ଥିତିରେ ଚୁକ୍ତି କରାଯିବ। ଖବର ଅନୁସାରେ ଝାରସୁଗୁଡାରେ ୧୨୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଟି ହସପିଟାଲ ଏବଂ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ ହସପିଟାଲ, ଅନୁଗୋଳରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟି ସ୍ପେସାଲିଟି ହସପିଟାଲ, ବଡବିଲରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସିଆଲିଟ୍ ନିର୍ମାଣ ହେବ।
Author: Samikhsya Bureau
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଛାଡି ଦେଇଥିଲା। ଅଭିଷେକ ବାନାର୍ଜୀ ବାହାରକୁ ଆସିବା ମାତ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ରାଜ୍ୟରେ ହାରିଯାଇଥିବାରୁ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ଅଧିକାର ଛଡ଼ାଇ ନେଉଛି। ଅଭିଷେକ ବାନାର୍ଜୀ ଆହୁରି କହିଛନ୍ତି ଯେ, ଯେଉଁମାନେ ବଙ୍ଗଳାବାସୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଆଯାଇଛି। ଆମେ ସେଠାରେ ଶାନ୍ତିରେ ବସିଥିଲୁ, କିନ୍ତୁ ମହିଳାଙ୍କ ସମେତ ଆମ ସମସ୍ତଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଯେଉଁଭଳି ଭାବରେ ଆମକୁ ନିଷ୍ଠୁର ଭାବରେ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା, ଆଜି ଗଣତନ୍ତ୍ର ପାଇଁ ଏକ କଳା ଦିନ ଏବଂ ଆମର ସାଂସଦମାନେ ଯେପରି ହଇରାଣ ହୋଇଥିଲେ…
ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସୀୟ ଗେମ୍ସରେ ଭାରତ ଇତିହାସ ସୃଷ୍ଟି କରିଛି। ୨୦୨୩ ଏସୀୟ କ୍ରୀଡାର ୧୧ ତମ ଦିନରେ ଦୁଇଟି ପଦକ ଜିତି ଭାରତ ଏସୀୟ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ପାଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ୨୦୨୩ ଏସିଆନ୍ ଗେମ୍ସରେ ଭାରତ ବର୍ତ୍ତମାନ ୭୧ ପଦକ ପାଇଛି। ଏସିଆନ୍ ଗେମ୍ସର ଏକ ସଂସ୍କରଣରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ଭାରତ ଏସୀୟ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ୭୦ ପଦକ ଜିତିଥିଲା। ଜାକର୍ତ୍ତାରେ ଆୟୋଜିତ ୨୦୧୮ ଏସୀୟ ଗେମ୍ସରେ ଭାରତ ଏହି ରେକର୍ଡ ସୃଷ୍ଟି କରିଥିଲା। ସେଠାରେ ଭାରତ ୧୬ ଟି ସ୍ୱର୍ଣ୍ଣ, ୧୩ ଟି ରୌପ୍ୟ ଏବଂ ୩୧ ଟି ବ୍ରୋଞ୍ଜ ପଦକ ଜିତିଥିଲା। ୨୦୨୩ ଏସୀୟ କ୍ରୀଡାରେ ଏପର୍ଯ୍ୟନ୍ତ ଭାରତ ୧୬ ଟି ସ୍ୱର୍ଣ୍ଣ, ୨୬ ଟି ରୌପ୍ୟ ପଦକ ଏବଂ ୨୯…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ରେଞ୍ଜ ଅନ୍ତର୍ଗତ ଜାମୁଯୋରୀ ଗ୍ରାମର ଜଣେ ଲୋକଙ୍କୁ ଭାଲୁ କାମୁଡି ଦେବାରୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମର ଅଇଁଠୁ ସେଠୀ (୫୬) ବର୍ଷ ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ନାକଟିଦେଉଳ ଡାକ୍ତରଖାନାକୁ ନେଇ ଥିଲେ। ତେବେ ଅଇଁଠୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡିଛି। ଅଇଁଠୁ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ତରଫରୁ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନ୍ୟାରିବାଡି ଗାଁ ମୁହଁରେ ସେହି ଗ୍ରାମର ସୁଶିଲ କୁମାର ମହାନ୍ତିଙ୍କ ମୃତ ଦେହ ପଡିଛି। ଆଜି ସକାଳୁ ଗାଁ ଲୋକ ଦେଖିଥିଲେ। ଯୁବକ ଟି ମୁହଁ ମାଡି ପଡି ରହିଥିବା ହେତୁ ପ୍ରଥମେ ପରିଚୟ ଜଣା ପଡୁନଥିଲା। ପୋଲିସ ଆସିଲା ପରେ ମୃତ ଦେହଟିକୁ ଓଲଟାଇଲା ପରେ ସେହି ଗ୍ରାମର ଯୁବକ ସୁଶିଲ ବୋଲି ଜଣା ପଡ଼ିଥିଲା। ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଛି ନା ସେ ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ସାପେକ୍ଷ। ସେ ସାନ ଉସ୍ତାପଡା ପଞ୍ଚାୟତରେ ଜି ଆର୍ ଏସ୍ ଭାବେ କାର୍ଯ୍ୟରତ ଥିଲେ। ଘଟଣାସ୍ଥଳରେ ବେଗୁନିଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ କନ୍ୟାରିବାଡି ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି। ତାଙ୍କୁ କେହି ହତ୍ୟା କରି ଏଠାରେ…
ଭୁବନେଶ୍ବର: ଶ୍ରଦ୍ଧାଙ୍କୁ ନେଇ ବର୍ତ୍ତମାନ ବିରୋଧୀ ଦଳ ଉଠୁଛନ୍ତି ପଡୁଛନ୍ତି। ସେ କିଏ, କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ରୋମ ଯାଇଥିଲା, ସରକାର କାହିଁକି ତାଙ୍କ ପାଇଁ ଟିକେଟ କଲେ ଇତ୍ୟାଦି। ଏହାକୁ ନେଇ ବିଧାନସଭାରେ ମଧ୍ୟ ବିରୋଧୀ ତାଙ୍କର ଫଟୋ ଧରି ହାଙ୍ଗାମା କଲେ। ହେଲେ ବିଧାନସଭା ଶେଷରେ ଏହାର ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ, ଶ୍ରଦ୍ଧା ହେଉଛନ୍ତି ମୋର ଫିଜିଓଥେରାପିଷ୍ଟ। ତାଙ୍କୁ ମୋର ବଡ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ। ସେ ମୋର ଯତ୍ନ ନେବା ପାଇଁ ତାଙ୍କୁ କୁହାଯାଇଥିଲା। ହେଲେ ସେ କୌଣସି ସରକାରୀ କ୍ବାଟର ପାଇ ନାହାଁନ୍ତି କି ତାଙ୍କ ପାଇଁ ସରକାର କୌଣସି ଗସ୍ତ ଖର୍ଚ୍ଚ ବହନ କରି ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗୃହରେ ଲୋକଙ୍କ ସମସ୍ୟା ସଂପର୍କରେ ଅଧିକ ସମୟ ଦେଲେ ଭଲ ହୁଅନ୍ତା।
ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା ପ୍ରଜାତନ୍ତ୍ର ଭାବେ ଦେଖିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି। ସେହିପରି ପ୍ରଜାତନ୍ତ୍ର ସାମନ୍ତବାଦ ଓ ରୁଢିବାଦ ବିରୋଧରେ ସଂଘର୍ଷର ଏକ ପ୍ରତୀକ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ସଭ୍ୟତାରେ ସମାଜ ଜାଗ୍ରତ ହୋଇ ସଚେତନତା ସୃଷ୍ଟି କରିବା ସହ ସମ୍ବେଦନଶୀଳ ହୋଇ ନିଜକୁ ସବୁବେଳେ ସମ୍ଭାଳିବାର ଶକ୍ତି ରଖେ । ପ୍ରଜାତନ୍ତ୍ର ସେଭଳି ଏକ ଆନ୍ଦୋଳନ । ଏହି ସମ୍ବାଦପତ୍ର କେବଳ ଜନତାଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନୁହେଁ ବରଂ ଗାଁ ମଜଲିସ ମାଧ୍ୟମରେ ସାମ୍ବାଦିକ ଭାଷାକୁ ରୂପ ଦେବା ସହ ଓଡ଼ିଶାରେ ସାହିତ୍ୟକୁ ଆଗକୁ ନେବା…
ଭୁବନେଶ୍ବର: କେନ୍ଦ୍ରାପଡା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ। ଫଳରେ ରସାବଳି ବ୍ୟବସାୟୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବହୁ ପୂର୍ବରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଦାବୀ କରାଯାଉଥିଲା। ହେଲେ ତାହା ହୋଇପାରି ନ ଥିଲା। ବର୍ତ୍ତମାନ ଏହି ରସାଳ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ ହାସଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, “କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ। ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି। ଏହି ଅବସରରେ ସମଗ୍ର ଓଡ଼ିଶାବାସୀ, ଜିଲ୍ଲା ପ୍ରଶାସନ ବିଶେଷ କରି କେନ୍ଦ୍ରାପଡ଼ାବାସୀଙ୍କୁ ମୋର ଶୁଭେଚ୍ଛା।’
ଭୁବନେଶ୍ବର: ଆଉ କିଛି ସମୟ ପରେ ହେବ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ। ପୂର୍ବରୁ ଏହି ଉପନିର୍ବାଚନ ବେଳେ ହିଂସାକାଣ୍ଡ ଘଟିବାରୁ ତାହାକୁ ବନ୍ଦ ରଖାଯାଇଥିଲା। ଆଜି ପୁନଃର୍ବାର କଡା ସୁରକ୍ଷା ମଧ୍ୟରେ ଏହା କରାଯାଉଛି। ଓଡିଶା ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଏହି ଉପନିର୍ବାଚନ ପାଇଁ ଆଜି ଦିନ ୧୦ ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ। ସେହିପରି ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ଏହା ସରିବା ପରେ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଦିନ ସାଢ଼େ ୧୨ଟାରୁ ୨ଟା ଯାଏଁ ଭୋଟ ଗ୍ରହଣ କରାଯିବ।
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୪ତମ ଦିବସରେ ୧୯୪୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର ଓ ନବରଙ୍ଗପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୯ଟି କଲେଜ ଏବଂ ୨ଟି ସ୍କୁଲ ଗସ୍ତ କରି ୮୪୮ ଛାତ୍ରଙ୍କ ଠାରୁ ୫୬ଟି ଆଇଡିଆ ସଂଗ୍ରହ କରିଛି। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍, ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଲେଡି ଲୁଇସ୍ ବାଳିକା ହାଇସ୍କୁଲକୁ ପରିକ୍ରମା କରିଛି। ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ, ସରକାରି ମହିଳା ମହାବିଦ୍ୟାଳୟ ଓ ୟୁଭୋଦୟ କଲେଜ ଅଫ୍…
ନୂଆଦିଲ୍ଲୀ: ଅକ୍ଟୋବର ପହିଲା ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ୱଚ୍ଛ ଭାରତ ମିଶନ ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କଲ। କୋଟି କୋଟି ଲୋକ ସ୍ୱେଚ୍ଛାକୃତ ଭାବେ ସେ ଦିନ ଆଗେଇ ଆସି ଶ୍ରମଦାନ ମାଧ୍ୟମରେ ଦେଶରେ ଏକ ବୃହତ୍ ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୟଂ ମଧ୍ୟ ଏହି ସ୍ୱେଚ୍ଛାକୃତ ଶ୍ରମଦାନ କରି ଏଥିରେ ସଫେଇ ଅଭିଯାନରେ ଲୋକପ୍ରିୟ ଫିଟ୍ନେସ୍ ଇନ୍ଫ୍ଏନ୍ସର ଅଙ୍କିତ ବୟନପୁରିଆଙ୍କ ସହ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ରେ କହିଛନ୍ତି ଯେ “ଦେଶ ଆଜି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ କାମ କରୁଥିବାବେଳେ ମୁଁ ଓ ଅଙ୍କିତ ମଧ୍ୟ ଏଥିରେ ସାମିଲ ହୋଇ ଶ୍ରମଦାନ କରିଥିଲୁ ପରିଚ୍ଛନ୍ନତା ବାହାରେ ଆମେ ମଧ୍ୟ ଫିଟ୍ନେସ୍ ଓ ସୁସ୍ଥତା ଉପରେ ଏହି ପ୍ରକ୍ରିୟାରେ ଗୁରୁତ୍ୱ ଦେଇଥିଲୁ। ଏହା ସ୍ୱଚ୍ଛ ଓ ସ୍ୱଚ୍ଛ ଭାରତ ଜିନ୍ଦବାଦ୍ର କଥା।” ଏହି ସ୍ୱେଚ୍ଛାକୃତ ସଫେଇ ଅଭିଯାନର…
ଅସ୍ତରଙ୍ଗ/ପୁରୀ: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ “ସ୍ୱକଳ୍ପ” ଅଧୀନରେ ବିଭିନ୍ନ ସ୍ଥାନରେ “ଉଦ୍ୟୋଗୀ ପରାମର୍ଶ ଶିବିର” ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପତିଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଠାରେ ସ୍ୱକଳ୍ପ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ନେଇଥିବା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀମାନଙ୍କୁ ବିଭିନ୍ନ ପ୍ରକାରର ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ସହାୟତା ଦିଆଯାଇଥିଲା ଏହି କାର୍ଯ୍ୟକ୍ରମରେ “ସ୍ୱକଳ୍ପ” ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ସେଠାରେ ସେମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତା’ଛଡ଼ା ବ୍ୟବସାୟ ସ୍ଥାପନା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ମଧ୍ୟ ପଞ୍ଜୀକରଣ କରାଯାଇଥିଲା। “ଉଦ୍ୟୋଗୀ ପରାମର୍ଶ ଶିବିର”ରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ବଜାର ବିଶେଷଜ୍ଞ ଏବଂ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି ଅବସରରେ ୧୬ରୁ ଅଧିକ ପ୍ରାର୍ଥୀ ନିଜ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍, ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ – ସିକନ୍ଦରାବାଦ…
ମେଷ: ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ: ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ: ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ ମଧ୍ୟ ଭଲ ସୁଯୋଗ…
ଭୁବନେଶ୍ବର: ଶେଷରେ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ମିଳିଛି। ଏ ନେଇ ଆଜି ସୂଚନା ଦିଆଯାଇଛି। ୨୦୨୧ରେ ଏହି GI ଟ୍ୟାଗିଂ ପାଇଁ ଆବେଦନ କରାଯାଇଥିଲା। କେନ୍ଦ୍ରାପଡାର ରସାବଳୀ ବ୍ୟବସାୟୀ ସଂଘ ତରଫରୁ ଏହି ଆବେଦନ କରାଯାଇଥିଲା। ତାହାକୁ ଅନୁଧ୍ୟାନ କରି ଏହି ଟ୍ୟାଗ ପ୍ରଦାନ କରାଯାଇଛି। କେନ୍ଦ୍ରାପଡାର ରସାବଳୀ ବେଶ୍ ପ୍ରସିଦ୍ଧ। ଜଗନ୍ନାଥଙ୍କ ଭୋଗ ମଧ୍ୟରୁ ଏହି ରସାବଳୀ ମଧ୍ୟ ଲାଗି କରାଯାଏ। ବିଶେଷ କରି ଏହା ବେଶ ରସାଳ ତଥା ମିଠା। ଫଳରେ ଯେଉଁମାନେ କେନ୍ଦ୍ରାପଡା ଯାଆନ୍ତି ସେମାନେ ନିଶ୍ଚିତ ରସାବଳୀ ଖାଇବାକୁ ଭୁଲନ୍ତି ନାହିଁ। ପ୍ରଭୃ ଶ୍ରୀବଳଦେବ ଜୀୟୁଙ୍କ ପ୍ରମୁଖ ଭୋଗ ହେଉଛି ଏହି ରସାବଳୀ। ଏହି ଟ୍ୟାଗ ମିଳିବା ପରେ ରସାବଳୀ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଆସନ୍ତାକାଲି ବା ବୁଧବାରରେ ଶେଷ ହେବାର ଥିଲା। ହେଲେ ବାଚସ୍ପତି ଗୋଟିଏ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଚଳିତ ମୌସୁମୀ ଅଧିବେସନେର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ସହିତ ୧୨ଟି ବିଲ୍ ପାରିତ ହୋଇଛି। ଏଥର ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କରିଥିଲେ। ଯାହା ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତବ୍ୟ ରଖି କହିଥିଲେ ଯେ, ଏଥର ମୌସୁମୀ ଅଧିବେସନକୁ ସଠିକ ଭାବେ ପରିଚାଳନା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ବିଶେଷ କରି ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ସେ ଗଣମାଧ୍ୟମ ଏବଂ ଅଫିସରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏଥର ଅଧିବେସନକୁ ପ୍ରଥମ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ବସ୍ତରର ଜଗଦଲପୁର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାର ଠାରେ ଏନ୍ଏମ୍ଡିସି ଷ୍ଟିଲ ଲିମିଟେଡ୍ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପ ଗୁଡିକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି। ସେ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଏବଂ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଏହି ସଂକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜି ପ୍ରାୟ ୨୭,୦୦୦ କୋଟି ଟଙ୍କାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ଆଜି ୯ ବର୍ଷ ପୂର୍ତ୍ତି ଅବସରରେ ମନ୍ କି ବାତ୍ ରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ତାହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରି ଏକ ଅଧ୍ୟୟନ ସେୟାର କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଆଇଆଇଏମ୍ ବେଙ୍ଗାଲୁରୁ ର ଏକ ଗବେଷଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର ୧୦୫ଟି ଏପିସୋଡର ପ୍ରଭାବକୁ ବିଶ୍ଳେଷଣ କରାଯାଇଛି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘‘ଆଜି ‘ମନ୍ କି ବାତ୍’କୁ ୯ ବର୍ଷ ପୂରିବା ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ଏହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଆମେ କିପରି ଏହି ମାଧ୍ୟମରେ ଅନେକ ଜୀବନ ଯାତ୍ରା ଏବଂ ସାମୂହିକ ପ୍ରୟାସ ପାଳନ…
ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ପ୍ରଭାବୀ ଢଙ୍ଗରେ ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦ର ଶୁଭାରମ୍ଭ ହୋଇଛି। ଗତକାଲି ଏମ୍ସ ପରିସରରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସପିଏ) ର ପ୍ରାୟ ଅଢେଇ ଶହ ପୋଲିସ୍ କର୍ମଚାରୀ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ର ସତୁରୀ ଜଣ ଯବାନ୍ ଙ୍କ ସ୍ବେଚ୍ଛାକୃତ ଯୋଗଦାନ ଉଲ୍ଲେଖନୀୟ ଆକର୍ଷଣ ସାଜିବା ସହିତ ଉତ୍ସାହ ବଢ଼େଇଥିଲା। ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଧର୍ମଶାଳା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ଡିନ୍ ଡ. ପି ଆର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଡ. ଜବାହର ଏସ୍ କେ ପିଲ୍ଲାଇ, ଡ. ମୁକୁନ୍ଦ ଚନ୍ଦ୍ର ସାହୁ, ଡ. ଅଶୋକ କୁମାର ଜେନା, ଡ. ପ୍ରଭାସ ରଂଜନ…
ନୂଆଦିଲ୍ଲୀ: କ୍ରୀଡା ଦୃଷ୍ଟିରୁ ମଙ୍ଗଳବାର ଚାଇନାର ହାଙ୍ଗଜୋରେ ଚାଲିଥିବା ଏସୀୟ ଗେମ୍ସର ଦଶମ ଦିନ ଭାରତ ପାଇଁ ଅତ୍ୟନ୍ତ ଶୁଭ ଥିଲା। ବିଶେଷକରି ଆଥଲେଟିକ୍ସରେ ଭାରତୀୟ ଆଥଲେଟ୍ ମାନେ ବିଶ୍ୱକୁ ଦେଖାଇଛନ୍ତି ଯେ, ସେମାନେ ବର୍ତ୍ତମାନ ଏହି କ୍ରୀଡ଼ାରେ ବିଶ୍ୱ ମାନଚିତ୍ରରେ ବୃଦ୍ଧି ପାଉଛନ୍ତି। ଆଜି ପାରୁଲ ଚୌଧୁରୀ ପାଞ୍ଚ ହଜାର ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅନୁ ରାନୀ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏମାନଙ୍କ ବ୍ୟତୀତ ଡେକାଥଲନରେ ତେଜସ୍ୱିନ ଶଙ୍କର ଏବଂ ୮୦୦ ମିଟରରେ ମହମ୍ମଦ ଅଫସଲ ନିଜ ନିଜ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ମହିଳା ୭୫ କିଲୋଗ୍ରାମ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଅନ୍ତତଃପକ୍ଷେ ରୌପ୍ୟ ପଦକ ଲୋଭଲିନା ବୋର୍ଗୋହେନ ନିଶ୍ଚିତ କରିଥିବାବେଳେ ପ୍ରୀତି ମହିଳା ୫୪ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ସହ ଶେଷ କରିଥିଲେ। ଭାରତୀୟ ଧନୁର୍ଦ୍ଧରମାନେ ଆଜି ଏସୀୟ ଗେମ୍ସ ରେ ଦେଶ ପାଇଁ ଏକ ସୁବର୍ଣ୍ଣ ଦିବସ…
ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ଆଜି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଆମେ ଏହି ବିବାଦକୁ ଆଗକୁ ନେବାକୁ ଚାହୁଁ ନାହୁଁ।

