Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୮ତମ ଦିବସରେ ୨୩୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ ଏବଂ ମାଲକାନଗିରି ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୮ଟି କଲେଜ ଏବଂ ୪ ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୯୩ଟି ଆଇଡିଆ ସଂଗ୍ରହ କରିଛି। ଏହି ଷ୍ଟାର୍ଟଅପ୍ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଓ  କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପରିଦର୍ଶନ କରିଛି। ମାଲକାନଗିରି ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ଏକଲବ୍ୟ ଆବାସିକ ବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିଥିବା ବେଳେ ଭ୍ୟାନ୍ ନୂଆପଡ଼ା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ୧ ଖଡିଆଳ, ଓଏମ୍ ସାଇ ପବ୍ଲିକ୍…

Read More

ସଂପଦ ଦଳାଇ ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ କାଳରୁ ଜଡିତ ହୋଇ ଆସିଛି। ଏହି ଦୁଇ ନୃତ୍ୟ ଶୈଳୀର ଜନ୍ମଦାତା ହେଉଛି ଗୁଜୁରାଟ ରାଜ୍ୟ। ମୁଖ୍ୟତଃ ନବରାତ୍ର, ଶରଦ ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ ଏବଂ ହୋଲି ପ୍ରଭୃତି ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଗରବା ଶଦ୍ଦଟି ହେଉଛି ସଂସ୍କୃତ ଶଦ୍ଦ, ଯାହାର ଅର୍ଥ ହେଉଛି ଗର୍ଭ ବା ଗର୍ଭାଶୟ। ବିଶ୍ବାସ ରହିଛି ଯେ,ଝିଅମାନେ ଏହି ନୃତ୍ୟ ପରିବେଷଣ କଲେ ସେମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ଛୁଆ ଜନ୍ମ କରିବାର ଶକ୍ତି ହାସଲ କରି ପାରନ୍ତି। ସେଥିପାଇଁ ଗରବା ନୃତ୍ୟରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏହି ନୃତ୍ୟ ଶୈଳୀଟି ଭାରତରେ ଥିବା କୈଣସି ଶାସ୍ତ୍ରୀୟ…

Read More

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ (ଆରଆରଭିଏଲ)ରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ନେଇ ଆରଆରଭିଏଲ ପକ୍ଷରୁ ଘୋଷଣା କରାଯାଇଛି। ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ୦.୫୯ ପ୍ରତିଶତ ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ। ଏହି ନିବେଶ ଆରଆରଭିଏଲର ପ୍ରି-ମନି ଇକ୍ୱିଟି ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛି, ଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି। ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ ଏହାର ସହଯୋଗୀ କମ୍ପାନୀ ଗୁଡିକ ଜରିଆରେ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି। ଗ୍ରୋସରୀ, କଂଜୁମର ଇଲେକ୍ଟ୍ରୋନିକ୍ସ, ଫ୍ୟାସନ ଓ ଲାଇଫଷ୍ଟାଇଲ ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮୫୦୦ ରୁ ଉର୍ଦ୍ଧ୍ୱ ଷ୍ଟୋର ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି। ଅକ୍ଟୋବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ। ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରି କହିଛନ୍ତି ଯେ, ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା! ଭାରତର ଲୋକମାନେ ଏହି କଥାକୁ ନେଇ ଆନନ୍ଦିତ ଯେ ଆମେ ୧୦୦ ପଦକ ବିଶିଷ୍ଟ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟରେ ପହଞ୍ଚିଛୁ। ଆମର ଅଦ୍ଭୁତ କ୍ରୀଡାବିତ୍ ମାନଙ୍କୁ ମୁଁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି ଯେଉଁ ମାନଙ୍କର ଉଦ୍ୟମ ପାଇଁ ଭାରତ ଏହି ଐତିହାସିକ ମାଇଲଖୁଣ୍ଟକୁ ଛୁଇଁଛି। ପ୍ରତ୍ୟେକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରିଛି। ମୁଁ ୧୦ ତାରିଖରେ ଆମର ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ…

Read More

ଭୁବନେଶ୍ଵର: ଆଜକୁ ୧୧ ଦିନ ତଳେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ବାଲେଶ୍ୱର ନିବାସୀ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନାଙ୍କ ମୃତ୍ୟୁ ସମଗ୍ର ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଥିଲା। ପ୍ରଭାସଙ୍କ ଏକାଦଶ କାର୍ଯ୍ୟରେ ଆଜି ଓଡିଶା ସରକାରୀ CBT ଶିକ୍ଷକ ସଙ୍ଘ ସାମିଲ ହୋଇଥିଲା। ସଙ୍ଘର ଆବାହକ ମନୋଜ କୁମାର ଜେନା, ନବରଙ୍ଗପୁର ପ୍ରତିନିଧି ଅଞ୍ଜନ କୁମାର ଦେ ଏବଂ ଅଜୟ କୁମାର କମିଳା ପ୍ରବଳ ବନ୍ୟାଜଳକୁ ପାର କରି ତାଙ୍କ ଗ୍ରାମରେ ପହଞ୍ଚି ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ପ୍ରଭାସ ଜେନାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ନିଷ୍ଠୁର ମୃତ୍ୟୁ ଆଗରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ତମ୍ଭିଭୂତ। ପରିବାରରେ ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ରହୁଥିବା ବାପା ମା’ ଆଜି ବେସାହାରା। ଚାକିରି ମାତ୍ର ଅଳ୍ପ ଦିନର ରେଗୁଲାର। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଛି କିଛି ଆର୍ଥିକ ସାହାଯ୍ୟ…

Read More

ନୂଆଦିଲ୍ଲୀ: ଚୀନରେ ଚାଲିଥିବା ୧୯ ତମ ଏସୀୟ କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ପାର ହୋଇଥିବାରୁ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଆଥଲେଟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କ ତରଫରୁ ସମସ୍ତ ଆଥଲେଟଙ୍କୁ ମୋର ଶୁଭେଚ୍ଛା। ସେମାନେ ଭବିଷ୍ୟତର କ୍ରୀଡ଼ାବିତମାନଙ୍କ ପାଇଁ ପ୍ରେରଣା। ସେ କହିଛନ୍ତି ଯେ ଏସୀୟ କ୍ରୀଡ଼ାର ୭୨ ବର୍ଷର ଇତିହାସରେ ଆମ ଆଥଲେଟମାନେ ଏଥର ଅନେକ ରେକର୍ଡ ଭାଙ୍ଗିବା ସହ ଅନେକ ନୂଆ ଏସୀୟ ରେକର୍ଡ ମଧ୍ୟ କରିଛନ୍ତି। ଆଥଲେଟିକ୍ସରେ ୨୯ ପଦକ, ସୁଟିଂରେ ୨୨ ପଦକ ନୂଆ ରେକର୍ଡ। ଅନୁରାଗ ସିଂହ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଏବଂ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଏବଂ ଆମ ଖେଳାଳିଙ୍କ କଠିନ ପରିଶ୍ରମ ଏବଂ ସଂକଳ୍ପ ଭାରତ କୁ ୧୦୦ ପଦକ ଜିତିବା ସୁନିଶ୍ଚିତ କରିଛି। ଏହି ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବାରୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଏସଟି ଟିକସ ହାରରେ ପରିବର୍ତ୍ତନ, ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଜିଏସଟି କାଉନସିଲ ନିମ୍ନଲିଖିତ ସୁପାରିସ କରିଛି। A. ବସ୍ତୁ ଓ ସେବା ଉପରେ ଜିଏସଟି ଦର ସଂକ୍ରାନ୍ତରେ ସୁପାରିସ I. ସାମଗ୍ରୀର ଜିଏସଟି ହାରରେ ପରିବର୍ତ୍ତନ 1. ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ବା…

Read More

ନୂଆଦିଲ୍ଲୀ: କ୍ରିପ୍ଟୋ ମୁଦ୍ରା ଠକେଇ ମାମଲାରେ ହିମାଚଳ ପ୍ରଦେଶରେ ଗଠିତ ଏସଆଇଟି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ବଡ ଠକେଇର ଖୁଲାସା କରିବାକୁ SIT ୩୫ ଟି ସ୍ଥାନ ଉପରେ ଚଢାଉ କରିଛି। ଅଭିଯୁକ୍ତ ତଥା ସନ୍ଦିଗ୍ଧଙ୍କ ଆବାସିକ ପରିସରରେ ଏହି ଚଢାଉ କରାଯାଇଛି। ହିମାଚଳର କାଙ୍ଗଡା, ମଣ୍ଡି, ଉନା, ହମିରପୁର, ବିଲାସପୁର, ଶିମଲା ଏବଂ ବଦ୍ଦିରେ ଏସଆଇଟି ଚଢାଉ କରିଛି। ଏହା ବ୍ୟତୀତ ପଞ୍ଜାବ ଏବଂ ଚଣ୍ଡିଗଡ଼ର ଅନେକ ସ୍ଥାନରେ ଚଢାଉ କରାଯାଇଛି। ହିମାଚଳ ପ୍ରଦେଶ ପୋଲିସ ଡିଜି ଅଭିଷେକ ଦୁଲାରଙ୍କ ନେତୃତ୍ୱରେ ହୋଇଥିବା ଏସଆଇଟି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ଏଥିରେ ଅନ୍ତର୍ଭୁକ୍ତ ଡକ୍ୟୁମେଣ୍ଟ, ସମ୍ପତ୍ତି ରେକର୍ଡ, ମୋବାଇଲ୍ ଫୋନ୍ ଏବଂ ଡିଜିଟାଲ୍ ଡିଭାଇସ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଏସଆଇଟି ଅନେକ ଗାଡି ଜବତ କରିଛି। ଅପରାଧୀଙ୍କ ଆୟ ସହ ଜଡିତ ତଥ୍ୟ ସଂଗ୍ରହରେ ମଧ୍ୟ SIT ବ୍ୟସ୍ତ ଅଛି। ବର୍ତ୍ତମାନ ଏହି କ୍ରିପ୍ଟୋ ମୁଦ୍ରା…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ୪୧ ବାହିନୀ ଭାରତ ତିଦ୍ଦତ ସୀମା ପୋଲିସ ବଳ ଦ୍ଵାରା ବ୍ଲକ ସ୍ତରୀୟ “ମୋ ମାଟି ମୋ ଦେଶ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବ୍ଲକ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଉକ୍ତ ଅଭିଯାନ ଆୟୋଜନ କରାଯାଇଅଛି। କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଂଗଠନ, ନେହୁରୁ ଯୁବକେନ୍ଦ୍ର ଏବଂ ଅଙ୍ଗନୱାଡି କେନ୍ଦ୍ରର ସଦସ୍ୟମାନେ ଭାଗ ନେଇଥିଲେ। ୪୧ ବାହୀନୀ ସେନାନୀଙ୍କ ନିର୍ଦ୍ଦେଶାନୁସାରେ ବାଣପୁର ବ୍ଲକର ସମସ୍ତ ଗ୍ରାମର ଏକତ୍ରିତ ମାଟିକୁ ବାଣପୁର ବ୍ଲକର ବିଡିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ହସ୍ତାନ୍ତର କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ଏହି ଆନୁକୁଲ୍ୟରେ ବ୍ଲକ ଅଧିକାରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବାହିନୀର ପଦାଧିକାରୀ ଉପସ୍ଥିତ ଥିଲେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଶିକ୍ଷାୟତନର ରୂପାନ୍ତରିକରଣରେ ୫-ଟି ର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ନାକଟିଦେଉଳ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ, ବିବେକାନନ୍ଦ ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ଯାଳୟର କାର୍ଯ୍ୟକାରୀ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ବିଶ୍ବାଳ ଅତିଥି ଭାବେ ଯୋଗଦେଇ ୫-ଟି ପ୍ରଦତ୍ତ ଅର୍ଥରାଶି ଦ୍ବାରା ସ୍ମାର୍ଟ କ୍ଳାସ ରୁମ୍ ନିର୍ମାଣ, ପରୀକ୍ଷାଗାର ଓ ଲାଇବ୍ରେରୀ ରୂପାନ୍ତରିକରଣ, ଶିକ୍ଷାୟତନ ସୌନ୍ଦର୍ଯ୍ୟକରଣ ଦିଗରେ ଛାତ୍ରଛାତ୍ରୀଙ୍କ ସହଭାଗିତା ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଂଜୀବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ସ୍କୋର କରି ଦକ୍ଷିଣ ଆଫ୍ରିକାର ଏଡନ ମାର୍କରମ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୯ ବଲରେ ନିଜର ଶତକ ପୂରଣ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ଆୟର୍ଲାଣ୍ଡର କେଭିନ ଓ’ବ୍ରାଇନ୍ ଙ୍କ ପାଖରେ ଥିଲା, ଯିଏ ୫୦ ବଲରେ ଶତକ ହାସଲ କରିଥିଲେ। ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୫୦ ବଲରେ ଆୟର୍ଲାଣ୍ଡର କେଭିନ ଶତକ ହାସଲ କରିଥିଲେ। ଯେତେବେଳେ କି ମାର୍କରମ ଶ୍ରୀଲଙ୍କା ବିପକ୍ଷ ODI ବିଶ୍ୱକପ୍‌ର ଦ୍ରୁତତମ ଶତକ ସ୍କୋର କରିବାରେ ସଫଳ ହୋଇଥିଲେ। ୧୯୬.୩୦ ଷ୍ଟ୍ରାଇକ୍ ହାରରେ ୫୪ ବଲରେ ୧୦୬ ରନ୍ ସ୍କୋର କରିବା ପରେ ମାର୍କରମ ପାଭିଲିୟନକୁ ଫେରିଥିଲେ। ତାଙ୍କ ଇନିଂସରେ ୧୪ ଟି ଚୌକା ଓ ୩ ଟି ଛକା ଅନ୍ତର୍ଭୁକ୍ତ ଥିଲା। ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ମାର୍କରମ ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ତାଙ୍କ ସମ୍ମୁଖରେ ଶ୍ରୀଲଙ୍କା…

Read More

ପୁରୀ: ପୁରୀ ଟାଉନ ଥାନାଧିକାରୀ ସୁନୀଲ ପ୍ରଧାନ ପୁଣିଥରେ ମାନବିକତା ଦେଖାଇଛନ୍ତି। ଜଣେ ଅସହାୟ ବ୍ୟକ୍ତିଙ୍କ ଶବକୁ ଥାନାଧିକାରୀ ଶ୍ରୀ ପ୍ରଧାନ ସସମ୍ମାନେ ସ୍ୱର୍ଗଦ୍ୱାରରେ ଦାହ ସତ୍କାର କରିଛନ୍ତି। ସୂଚନା ମୁତାବକ ଟାଉନ ଥାନା ବାଲିସାହିର ଗୋପାଳ ବେଗ (୫୬) ନାମକ ଜଣେ ଅସହାୟ ବ୍ୟକ୍ତି ଯିଏକି ଶ୍ରୀ ମନ୍ଦିର ଉତ୍ତରଦ୍ୱାରରେ କଦଳୀ ପତ୍ର ବିକି ଗୁଜୁରାଣ ମେଣ୍ଟାଉଥିଲେ, ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। କିନ୍ତୁ ଦୁଃଖର ବିଷୟ ଗୋପାଳଙ୍କ ଶବ ସତ୍କାର ନିମନ୍ତେ ତାଙ୍କ ପରିବାରବର୍ଗ ଅମଙ୍ଗ ହୋଇଥିଲେ। ଉକ୍ତ ଖବର ଟାଉନ ଥାନାଧିକାରୀ ପାଇ ସଙ୍ଗେସଙ୍ଗେ ଗୋପାଳଙ୍କ ଶବ ସତ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ପରିଶେଷରେ ଥାନାଧିକାରୀଙ୍କ ସମେତ ଅଞ୍ଚଳର ଅନ୍ୟ ୩ ଭଦ୍ରବ୍ୟକ୍ତି ଗୋପାଳଙ୍କ ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ସସମ୍ମାନେ ସତ୍କାର କରାଇଥିଲେ। ଟାଉନ ଥାନାଧିକାରୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଉକ୍ତ କାର୍ଯ୍ୟକୁ ପୁରୀ ଅଂଚଳବାସି ଉଚ୍ଚ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଦିନକୁ ଦିନ ସାରା ଭାରତରେ ଜନସାଧାରଣ ସାଇଵର ଠକେଇର ଶିକାର ହେଉଛନ୍ତି। ଯା’ ଫଳରେ ଏ ସଂକ୍ରାନ୍ତରେ ଜନସଚେତନତା ସ୍ରୁଷ୍ଟି ପାଇଁ ସରକାର ପୋଲିସ୍ ବିଭାଗକୁ ଚିଠି କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଂଚଳରେ ଏ ସଂପର୍କରେ ସାଇବର ସଚେତନତା କାର୍ଯ୍ୟ କ୍ରମ ଆୟୋଜିତ ହୋଇଛି। ରେଢାଖୋଲ ଥାନାର ଗାଁ ମାନଙ୍କରେ ସଚେତନତା ପାଇଁ ଓଡ଼ିଶା ସରକାର ଓ ମୋ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ସାଇବର ସୁରକ୍ଷା ଅଭିଯାନ ଯାତ୍ରା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ମୋଚିବାହାଳ ଗ୍ରାମ ପଞ୍ଚାୟତ ରୁ ଆରମ୍ଭ ହୋଇ ବଡ଼ମାଳ, ରେଙ୍ଗାଲି, ଚାରମାଳ, ଡ଼ଇଁଞ୍ଚା ଓ କଦଳିଗଡ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ସହରର ମହିଳା କଲେଜ, ଗୌରଚନ୍ଦ୍ର ହାଇସ୍କୁଲ , ଭୀମଭୋଇ କଲେଜ ଏଵଂ କଦମ୍ବ ପଡିଆରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ…

Read More

ନୂଆଦିଲ୍ଲୀ: ୨୦୨୩ ଏସିଆନ୍ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି। ଚୀନ୍‌ର ହାଙ୍ଗଝୋରେ ଆୟୋଜିତ ଏସୀୟ କ୍ରୀଡାରେ ଭାରତ ମୋଟ ୧୦୭ ପଦକ ଜିତିଛି। ଏଥିରେ ୨୮ ଟି ସ୍ୱର୍ଣ୍ଣ, ୩୮ ରୌପ୍ୟ ଏବଂ ୪୧ ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଏସୀୟ କ୍ରୀଡା ଇତିହାସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ପ୍ରଥମ ଥର ପାଇଁ ଭାରତ ଏକ ଶତକ ପଦକ ହାସଲ କରିଛି। ଏଥର ଭାରତ ନିଜ ନାମରେ ଦୁଇଟି ବଡ ରେକର୍ଡ ସୃଷ୍ଟି କରିଛି। ପ୍ରଥମେ ଗୋଟିଏ ଦିନରେ ସର୍ବାଧିକ ପଦକ ଜିତିବା ପାଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା ଏବଂ ତା’ପରେ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ପାଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା।

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଜାତୀୟ ପୁରସ୍କାର ଲାଭ କରିଛି । ସମଗ୍ର ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉତ୍ତମ ସେବା ଓ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇଛି । ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ (ଏନ୍‌ଏଏଫ୍‌ଏସ୍‌ସିଓବି) ପକ୍ଷରୁ ରାଜସ୍ଥାନରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି । ଅନୁଷ୍ଠିତ ଉତ୍ସବରେ ଅତିଥିମାନଙ୍କଠାରୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଓ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଦାଶ ପୁରସ୍କାର ଗ୍ରହଣ କରିଥିଲେ ।

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲ୍ କିଲ୍ଲା ଠାରେ ଦେଇଥିବା ଭାଷଣରେ ଯେଉଁ ଘୋଷଣା ଗୁଡିକ କରିଥିଲେ ସେଗୁଡିକର ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କର ଗୃହ ପାଇଁ ସୁଲଭ ଋଣ ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ସେଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ପରିବାର ମାନଙ୍କ ପାଇଁ ସୌର ଶକ୍ତି ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ। ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ। ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ସମୟରେ ୫ଞ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ଏହା ଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ। ଏହି ଘୋଷଣା ଦ୍ବାରା ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିବା ୯ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡା,…

Read More

ଭୁବନେଶ୍ବର: ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓଡିଆ ଖେଳାଳୀ ଅମିତ ରୋହିତ ଦାସ। ସେଥିପାଇଁ ଭାରତ ହାସଲ କରିପାରିଛି ସ୍ବର୍ଣ୍ଣ। ଏହି ଖୁସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କୁ ଅଶେଷ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ତାଙ୍କୁ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ଯୁବକମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ସେ କହିଛନ୍ତି, “ଅମିତ ରୋହିଦାସଙ୍କ ଉଲ୍ଲେଖନୀୟ ସଫଳତା ପ୍ରଶଂସନୀୟ। ସେ ଆମ ରାଜ୍ୟ ରାଜ୍ୟର ତଥା ବାହାର ଖେଳାଳୀଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଁ ଗର୍ବିତ।” ଓଡିଶାର ସୁନ୍ଦରଗଡର ହକି ସମୃଦ୍ଧ ଅଞ୍ଚଳର ମାଟିର ପୁତ୍ର ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଗର୍ବର ସହିତ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ।

Read More

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଶହୀଦ ସରୋଜ ଦାସଙ୍କ ପାର୍ଥିବ ଶରୀର ବିମାନରେ ଆସିବା ପରେ ତାଙ୍କୁ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିମାନ ବନ୍ଦରରେ ପହଞ୍ଚି ସରୋଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିମାନ ବନ୍ଦରରୁ ସରୋଜଙ୍କ ପାର୍ଥୀବ ଶରୀର ଢେଙ୍କାନାଳ ଅଭିମୁଖେ ନିଆଯାଇଥିଲା। ସେଠାରେ ତାଙ୍କୁ ଜିଲ୍ଲା ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ କାମାକ୍ଷନଗର ଏବଂ ତାଙ୍କ ଜନ୍ମମାଟି କେନ୍ଦୁଢିପକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ। ସେ ସିକ୍କିମରେ ଟ୍ରେନିଂ ସାରି ଫେରୁଥିବାର ବେଳେ ପ୍ରବଳ ବନ୍ୟାରେ ଭାସିଯାଇ ମୃତ୍ୟୁ ବରଣ କରିଥିଲେ।

Read More

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆକାଶରେ ଆଉ ଏକ ଲମ୍ଫ ଦେବା ଲଗି ପ୍ରସ୍ତୁତ ହେଉଛି। ଏହି ମାସ ଶେଷରେ ‘କ୍ରୁ ଏସ୍କେପ୍ ସିଷ୍ଟମ୍’ ପରୀକ୍ଷା କରିବାକୁ ଇସ୍ରୋ ଯୋଜନା କରୁଛି। ଇସ୍ରୋ ଟ୍ୱିଟରରେ ଏହା ସହ ଜଡିତ କିଛି ଚିତ୍ର ସେୟାର କରିଛି ଏବଂ ଏହା ସହିତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛି। ISRO ର ଏହା ଏକ ବିଶେଷ ସ୍ୱତନ୍ତ୍ର ମିଶନ। ବାସ୍ତବରେ, ଏହି ପରୀକ୍ଷଣ ମହାକାଶକୁ ମାନବ ମିଶନ ପଠାଇବା ପାଇଁ ଭାରତର ଉଚ୍ଚାଭିଳାଷୀ ଯୋଜନାର ଏକ ଅଂଶ। ଯଦି ଏହା ସଫଳ ହୁଏ ତେବେ ଭାରତ ମହାକାଶରେ ଆଉ ଏକ ସଫଳତା ପଞ୍ଜିକରଣ କରିବ। ସ୍ପେସ୍ ବିଭାଗ ଅଧୀନରେ VSSC ISRO ର ପ୍ରମୁଖ କେନ୍ଦ୍ର ଏବଂ ଥିରୁବନନ୍ତପୁରମରେ ଅବସ୍ଥିତ। ନାୟାର କହିଛନ୍ତି ଯେ, ଏହି ‘କ୍ରୁ ଏସ୍କେପ୍ ସିଷ୍ଟମ୍’ ସହିତ ଆମେ ଉଚ୍ଚ ଚାପ ଏବଂ ‘ଟ୍ରାନ୍ସୋନିକ୍ ସ୍ଥିତି’…

Read More