Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶ ସ୍ୱଚ୍ଛତା ଅଭିଯାନ ପାଳନ କରିଛି। ସମସ୍ତେ ସ୍ୱଚ୍ଛତା ପାଇଁ ଗୋଟିଏ ଘଣ୍ଟା ଉତ୍ସର୍ଗ କରିଛନ୍ତି ଯାହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଙ୍କିତ ବାୟନପୁରିଆ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଅଙ୍କିତ ଜଣେ ଫିଟନେସ୍ ଗୁରୁ। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଏବଂ ଫିଟନେସର ଗୁରୁତ୍ୱ ବିଷୟରେ କଥା ହେଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଦୈନନ୍ଦିନ ଜୀବନର ରୁଟିନ୍ ବିଷୟରେ କହିଥିଲେ ଏବଂ ଅଙ୍କିତଙ୍କ ଫିଟନେସ୍ ଫଣ୍ଡା ବିଷୟରେ ପଚାରିଥିଲେ। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘‘ଆଜି ଯେତେବେଳେ ଦେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି, ଅଙ୍କିତ ବାୟନପୁରିଆ ଏବଂ ମୁଁ ମଧ୍ୟ ତାହା କରିଥିଲୁ। କେବଳ…

Read More

ଭୁବନେଶ୍ଵର: ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ୨ ଅକ୍ଟୋବର ୨୦୨୩ରେ ପରିପ୍ରେକ୍ଷୀରେ ସ୍ଵଚ୍ଛତା ହିଁ ସେବା ଉପଲକ୍ଷରେ ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏକ ବୃହତ ସଫେଇ ଅଭିଯାନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ତଥା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଭୁବନେଶ୍ୱର ମଣ୍ଡଳ ତରଫରୁ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଳାଙ୍ଗେ, ଆଇଏଏସ ଯୋଗଦାନ କରିଥିଲେ। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ, ଭୁବନେଶ୍ୱର ମହାନଗର ନିଗମ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀ ଏବଂ କର୍ମଚାରୀ ଏହି ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏତଦ ବ୍ୟତୀତ ଖଣ୍ଡଗିରି ବିହାର ଉନ୍ନୟନ ସମିତି, ଖଣ୍ଡଗିରି ବୟସ୍କ ନାଗରିକ…

Read More

ଦିଲ୍ଲୀ: ଆଜି ଦିଲ୍ଲୀର ରାମଳୀଳା ମଇଦାନରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ମାନଙ୍କର ମହାସମାବେଶ ହୋଇଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ପାଞ୍ଚ ଲକ୍ଷ ଉର୍ଦ୍ଧ କର୍ମଚାରୀ ଯୋଗଦେବା ସହିତ ଓଡିଶାର ବିଭିନ୍ନ ସଂଗଠନରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଯୋଗ ଦେଇଥିଲେ। ଦେଶରେ ବିଭିନ୍ନ ରାଜ୍ୟ ନିଜ କର୍ମଚାରୀମାନଙ୍କ ଲାଗି ନୂତନ ପେନସନ୍ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିଛନ୍ତି। ଏହି କର୍ମଚାରୀ ମାରଣ (କଳା) ଯୋଜନାକୁ କେନ୍ଦ୍ର ସରକାର ୨୦୦୫ ମସିହାରେ ଓ ତତ୍ ସହିତ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିଲେ। ପର୍ଯ୍ୟାୟକ୍ରମେ ଏହାର ଭାୟାଭୟତା ହୃଦୟଙ୍ଗମ କରି କିଛି ରାଜ୍ୟ ତଥା ଛତିଶଗଡ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡରେ ଏହାକୁ ଉଚ୍ଛେଦ କରି ପୂରୁଣା ପେନସନ ଯୋଜନା ଲାଗୁ କରିଛନ୍ତି ଏବଂ ଅନ୍ୟ କିଛି ରାଜ୍ୟ ତଥା ସରକାର ମଧ୍ୟ ତାଙ୍କ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ବାଣପୁର ପୋଲିସ ଏକାଧିକ ପଦକ୍ଷେପ ହାତକୁ ନେଇଛି। ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିଶା ବେପାରିଙ୍କୁ ଧରିବା ପାଇଁ ପଇଁତରା ମାରୁଥିବା ବେଳେ ଆଜି ବାଣପୁରର ଛାତି କୁହାଯାଉଥିବା ପଲଟନ ପଡିଆରୁ ପୋଲିସ ଗଞ୍ଜେଇ ଜବତ କରିଛି। ପଲଟନ ପଡିଆରେ ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ବିଶ୍ୱନାଥ ବେହେରା (୪୫) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣକ ଏକ ସ୍କୁଟି ଯୋଗେ ଉକ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୫୬/୨୩ ରେ…

Read More

ବେଙ୍ଗାଲୁରୁ: ସଡ଼କ ଦୁର୍ଘଟଣା ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣ ଏସଏସ ଙ୍କୁ ଗିରଫ କରାଯାଇଛି। ଏହି ଅଭିନେତା ଦ୍ରୁତ ଗତିରେ କାରରେ ଆସି ଦମ୍ପତିଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ଯେଉଁଥିରେ ୪୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ୫୮ ବର୍ଷିୟ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ମିଳିଛି। ସେପ୍ଟେମ୍ବର ୩୦ ତାରିଖରେ ବସନ୍ତପୁରା ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା। ପୋଲିସର ସୂଚନାନୁସାରେ, ପ୍ରେମା ଏସ (୪୮) ଏବଂ କୃଷ୍ଣ ବି (୫୮) ଫୁଟପାଥରେ ଯାଉଥିବାବେଳେ ଉତ୍ତରହଲ୍ଲୀରୁ କୋନାନକୁଣ୍ଟେ କ୍ରସ ଅଭିମୁଖେ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ବେପରୁଆ ଭାବେ କାର ଚଳାଇ ଦମ୍ପତିଙ୍କୁ ଧକ୍କା ଦେଇଥିଲେ। ଗୁରୁତର ଆହତ ଦମ୍ପତିଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ମହିଳା ଜଣକ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ସ୍ୱାମୀ ଚିକିତ୍ସିତ ହେଉଛନ୍ତି।…

Read More

ବୁରହାନପୁର: ମଧ୍ୟପ୍ରଦେଶର ଖକନାର ଜିଲ୍ଲା ସଭାପତି ପୂଜା ଦାଦୁ ଶନିବାର ବିଳମ୍ବିତ ରାତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ସଦସ୍ୟ ମୃତ ଦେହକୁ ଝୁଲୁଥିବାର ଦେଖି ତୁରନ୍ତ ଏହାକୁ ବୁରହାନପୁରର ସଞ୍ଜୟ ନଗରର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ ଯେଉଁଠାରେ ଡାକ୍ତରମାନେ ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଖଣ୍ଡୱା ସଂସଦୀୟ ନିର୍ବାଚନମଣ୍ଡଳୀ ସାଂସଦ ଦୀନେଶ୍ୱର ପାଟିଲ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ମନୋଜ ଲଧଭେ, ପୂର୍ବତନ ମ୍ୟୁନିସିପାଲିଟି କର୍ପୋରେସନ୍ ସଭାପତି ମନୋଜ ତାରୱାଲା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବିଜୟ ଗୁପ୍ତାଙ୍କ ସହ ବହୁ ନେତା ଏଠାରେ ପହଞ୍ଚିଥିଲେ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂଜା ଦାଦୁ ଖକନାର ଜିଲ୍ଲାର ସଭାପତି ଥିଲେ। ବର୍ତ୍ତମାନ ତାଙ୍କ ବଡ଼ ଭଉଣୀ ମଞ୍ଜୁ ଦାଦୁ ମଣ୍ଡି ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି। ପୂଜା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର…

Read More

ନୂଆଦିଲ୍ଲୀ: ଭାରତୀୟ ଖେଳାଳିମାନେ ଏସୀୟ ଗେମ୍ସରେ ଭଲ ପ୍ରଦର୍ଶନ କରୁଛନ୍ତି। ଅବିନାଶ ସାବଲଙ୍କ ରେକର୍ଡ ଭାଙ୍ଗିବା ପ୍ରଦର୍ଶନ ପ୍ରଥମ ଭାରତୀୟ ବ୍ୟକ୍ତି ଭାବରେ ଏସୀୟ ଗେମ୍ସରେ ୩୦୦୦ ମିଟର ଷ୍ଟିପଲଚେସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତେଜିନ୍ଦର ପାଲ ସିଂ ତୁର ପୁରୁଷ ସଟ୍‌ପୁଟରେ ନିଜ ଟାଇଟଲ ବଜାୟ ରଖିଛନ୍ତି। ବକ୍ସର ନିହାତ୍ ଜରିନ୍ ଏସୀୟ ଗେମ୍ସରେ ମହିଳା ୫୦ କିଲୋଗ୍ରାମ ସେମିଫାଇନାଲ ମ୍ୟାଚ୍ ହାରିଯାଇଛନ୍ତି ଏବଂ ତାଙ୍କୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ଆଜି ଭାରତ ଗଲ୍ଫରେ ପ୍ରଥମ ପଦକ ପାଇଛି, ଯେଉଁଠାରେ ଅଦିତି ଅଶୋକ ରୌପ୍ୟ ପଦକ ପାଇଛନ୍ତି। ଏଥି ସହିତ ମହିଳା ସୁଟରମାନେ ଟିମ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏହା ପରେ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତି ସୁଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ କିନାନ ଚେନ୍ନାଇ ଡବଲ ଟ୍ରାପ ସୁଟିଂରେ ବ୍ରୋଞ୍ଜ…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଜଙ୍ଗଲରେ ରହୁଥିବା ହାତୀ ମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜରେ ଏବେ ୧୮ ରୁ ଅଧିକ ହାତୀ ରହୁଛନ୍ତି।  ସେହି ହାତୀ ମାନେ ପଟିଆ ଜଙ୍ଗଲରେ ରହୁଥିବାରୁ ସେଠାରେ ଏବେ ଖାଦ୍ୟ ସମସ୍ୟା ଦେଖା ଦେଇଛି। ବନ ବିଭାଗ ସଠିକ ପରିଚାଳନା ନୀତି ଗ୍ରହଣ କରୁନଥିବାରୁ ଏହା ଏବେ ଏକ ବଡ଼ ସମସ୍ୟା ପାଲଟିଛି। ହାତୀ ମାନେ ଜନବସତିକୁ ପଳାଇ ଆସି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି। ସେହିଭଳି ଆଜି ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ପଲାଇ ଆସି ଉଗ୍ରତାରା ନିକଟରେ ଆତଙ୍କ ମଚଇଥିବା ଜଣା ପଡିଛି। ଏପଟେ ବନ ବିଭାଗ ନିକଟରେ ଖବର ନଥିବା ଜଣା ପଡିଛି।  ଫଳରେ ଲୋକେ ଭୟଭୀତ ହୋଇ ପଦଛନ୍ତି। ତେଣୁ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।

Read More

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନ କ୍ରମେ ଚାଲିଥିବା ଅହୋରାତ୍ର ଧାରଣାର ଷଷ୍ଠ ଦିବସରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏକ ଛଅ ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଦାବୀ ସମ୍ପର୍କରେ ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଗଣଶିକ୍ଷାମନ୍ତ୍ରୀ, ବିଭାଗୀୟ ସଚିବ ଓ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଫିସ୍‌ରଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ଅନୁଯାୟୀ ମାନ୍ୟବର ମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ସରକାର ଯଦି ପୂର୍ବ ଭଳି ନିଜର ପ୍ରତିଶ୍ରୁତି ଭଙ୍ଗ କରନ୍ତି ତେବେ ଏକ ବଡ଼ ଧରଣର ଆନ୍ଦୋଳନ ଆପଣେଇବାକୁ ଓଷ୍ଟା ବାଧ୍ୟ ହେବ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଦୃଢ଼ ଚେତାବନୀ ଦେଇଛନ୍ତିି। ସୂଚନା ଥାଉକି ଆଜକୁ ଛଅ ଦିନ ଧରି ବିଭିନ୍ନ ଦାବୀ ସଂପର୍କରେ ଓଷ୍ଟା ତରଫରୁ ଅହୋରାତ୍ର ଧାରଣା ଗାନ୍ଧୀମାର୍ଗ ଠାରେ ଚାଲିଥିଲା। ଏହି ଧାରଣାରେ ୫୦ ହଜାରୁ ଊର୍ଦ୍ଧ୍ୱ ଶିକ୍ଷକ,…

Read More

ରଣପୁର: ଆଜି ଅନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଲଷ୍ମୀନାରାୟଣପୁର ଗ୍ରାମରେ ଥିବା ବୃଦ୍ଧାଶ୍ରମରେ ରଣପୁର ଅଦାଲତ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଵୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଆଇନରେ ଥିବା ସମସ୍ତ ସୁବିଧା ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ରଣପୁର ତାଲୁକ ଆଇନ ସହାୟତା କେନ୍ଦ୍ର ତରଫରୁ ରଣପୁର କୋର୍ଟର ମାନ୍ୟବର ବିଚାରପତି ଗୌରି ଶଙ୍କର ପଣ୍ଡାଙ୍କ ସହ ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ସୁବାଷ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଇନ ସମ୍ପର୍କିତ ସମସ୍ତ ସୂଚନା ଓ ସହାୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ଆଶ୍ରମବାସୀଙ୍କୁ ବୁଝାଇ ଥିଲେ। ଏଥିରେ ଆଇନର ମାଗଣା ସୁବିଧା, ୯୦ ଦିନ ମଧ୍ୟରେ ଫଇସଲା, ସରକାରଙ୍କର କାର୍ଯ୍ୟକ୍ରମ, ଟାକ୍ସ ସୁବିଧା, ବ୍ୟାଙ୍କ ସୁବିଧା ଆଦି ସମ୍ବନ୍ଧରେ…

Read More

ନୂଆଦିଲ୍ଲୀ:  ଆସିବା ମାତ୍ରେ ଲୋକମାନଙ୍କର କେଶ ଝଡ଼ିବା ଆରମ୍ଭ କରେ। ବାସ୍ତବରେ, ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ରୁହନ୍ତି। ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ପଦାର୍ଥ ଉପଲବ୍ଧ ଅଛି, ଯେଉଁଥିପାଇଁ ଆପଣ କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ। କିନ୍ତୁ ଏହି ଉତ୍ପାଦଗୁଡ଼ିକରୁ ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ମଧ୍ୟ ଅଛି। ଏହି କ୍ଷେତ୍ରରେ, ଆପଣ ଘରୋଇ ଉପଚାର ଗ୍ରହଣ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆପଣ ମେଥି ଏବଂ ଅଣ୍ଡା ହେୟାର ମାସ୍କ ପ୍ରୟୋଗ କରିପାରିବେ, ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ। ମେଥି ହେୟାର ମାସ୍କ ପ୍ରୟୋଗ କରିବାର ଲାଭ: ମେଥିରେ ଆଇରନ, ପ୍ରୋଟିନ୍ ଏବଂ ଭିଟାମିନ୍ ସି ଥାଏ। ଯାହା କେଶ ମୂଳକୁ ଶକ୍ତିଶାଳୀ କରିଥାଏ। ଏହା ସହିତ, ଯଦି ଆପଣ ଏହାକୁ ସପ୍ତାହରେ ୨ ଦିନ ପ୍ରୟୋଗ କରନ୍ତି, ତେବେ କେଶ ଝଡ଼ିବା ସମସ୍ୟାକୁ ଏଡାଇ ଦିଆଯାଇପାରେ। ଏଥି…

Read More

ନୂଆଦିଲ୍ଲୀ: ଗ୍ୱାଲିୟର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଚାଲିଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବହୁତ ଭଲ! ସାରା ଦେଶରେ ରେଳ ଷ୍ଟେସନର ନବୀକରଣ କରିବା ଆମ ସରକାରଙ୍କ ପ୍ରାଥମିକତା। ଅତ୍ୟାଧୁନିକ ସୁବିଧା ସହ ଗ୍ୱାଲିୟର ରେଳ ଷ୍ଟେସନର ବିକାଶ ହେବା ଫଳରେ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ।’

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବରିଗୁଡ଼ା ଗ୍ରାମର ଯୁବ ବିଜେଡି ନେତା ଅନିଲଙ୍କୁ ଶୁକ୍ରବାର ଗ୍ରାମ ଉପ କଣ୍ଠରେ ହତ୍ୟା କରା ଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବରି ଗୁଡ଼ା ଗ୍ରାମର ସଞ୍ଜୟ ପୋଲାଇ ଓ ସହଯୋଗୀ ଶ୍ରୀଧର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାନ୍ୟବର କୋର୍ଟ ଜାମିନ୍ ଖାରଜ କରିବା ସହିତ, ଆସିକା ଉପ କାରାଗାରକୁ ଅପରାଧୀ ମାନଙ୍କୁ ପଠାଇ ଦେଇ ଥିବା ସୂଚନା ମିଳିଛି। ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥ‌ିବା ନେଇ ତଦନ୍ନ ଜାରି ରହିବା ସହିତ ପୋଲିସ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖୁବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି। ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏ ଘଟଣାର ତଦନ୍ତ ନିଜେ କରୁଥ‌ିବା ବେଳେ ପୂର୍ବ ଶତ୍ରୁତା ଏବଂ ରାଜନୈତିକ ତିକ୍ତତା ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ଏକ ଯାତ୍ରୀବାହି ଅଟୋ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍ଗାରଗାଁ ବୋରିଆ ସାହି ଅଞ୍ଚଳର ତ୍ରିନାଥ ବିଶ୍ୱାଳ (୩୩) ବୋଲି ଜଣାପଡିଛି। ତ୍ରିନାଥ ଦୀର୍ଘ ଦୁଇ ବର୍ଷ ହେଲା ବାଣପୁର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଜାରି ରଖିଥିବା ବେଳେ ଆଜି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ଉପରେ ଅବକାରୀ ବିଭାଗ ପୁର୍ବରୁ ନଜର ରଖିଥିବା ବେଳେ ଆଜି ଚଢ଼ାଉ କରି ଗିରଫ କରିଛି। ସମୁଦାୟ ୩୬ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ବୈଦ୍ୟନାଥ ପୁର ଥାନା ପୋଲିସ ଜାତୀୟ ରାଜପଥ ଅର୍ବାନ ଢ଼ାବା ପଛପଟୁ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବାଣ ଜବତ କରିଛି। ଯାହାର ମୁଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏଥି ସହିତ ଲାଞ୍ଜିପଲି ବ୍ରାହ୍ମଣ ସାହିର ସଚିନ୍ ପାଣିଗ୍ରାହୀ ଓ ଉମା ନଗର ସାହିର ଆସିକ ବେହେରା ନାମକ ଦୁଇ ଜଣ ଯୁବକଙ୍କୁ ଘଟଣାସ୍ଥଳରୁ ଧରି ଥାନାରେ ଜେରା କରାଯାଉଛି। ଲାଞ୍ଜିପଲି ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ଜେନାଙ୍କ ନେତୃତ୍ଵରେ ଚଢ଼ାଉ ହୋଇଥିଲା। ସୁଚନା ଥାଉକି ଆଗକୁ ଦୀପାବଳି ଅମାବାସ୍ୟା ପର୍ବ ପାଳିତ ହେବାକୁ ଥିବା ବେଳେ ଏହିଭଳି ଆତସବାଜି ବ୍ୟବସାୟ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Read More

ରଣପୁର: ଆସନ୍ତାକାଲି ସାରା ଦେଶରେ ଅନୁଷ୍ଠିତ ହେବ ୧୫୪ତମ ଗାନ୍ଧୀ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ସାରା ଦେଶରେ “ସ୍ୱଛତା ହିଁ ସେବା – ଆବର୍ଜନା ମୁକ୍ତ ଭାରତ” ଅକ୍ଟୋବର ୧ ତାରିଖରେ ସାରା ଦେଶରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମ ବିଜ୍ଞାପିତ ପରିଷଦ ରଣପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏଥିରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଅପର୍ଣ୍ଣା ଡେଙ୍ଗୁଆ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ ପ୍ରମୁଖ ସାମିଲ ହୋଇ ରଣପୁର ଡାକ୍ତରଖାନା, ପଞ୍ଚୁଦଳ ପଡିଆ, ବଧି ପୁଷ୍କରିଣୀ ଆଦି ସଫେଇ କରିଥିଲେ। ବିଧାୟକ, ଅଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରମୁଖ ହାତରେ ଝାଡୁ ଧରି ଓଳାଇବା ସହ ଅଳିଆକୁ ତୋଳି ଡଷ୍ଟବିନରେ ପକାଇ ଥିଲେ। ୩ ନମ୍ବର ୱାର୍ଡ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଉତ୍ସବ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁମାର ପାଠାଗାର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭବାନୀ ଶଙ୍କର ମହାପାତ୍ର, ବାଳମୁକୁନ୍ଦ ଦାସ ଓ କର୍ନେଲ ଶ୍ରୀକାନ୍ତ ମହାପାତ୍ର ଯୋଗଦେଇଥିଲେ। ଅନୁରୂପ ଭାବେ ସମ୍ମାନିତ ଅତିଥି ଭାବେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଯୋଗଦେଇଥିଲେ। ଏହି ଅବସରରେ…

Read More

ଗରୁଡ ପୁରାଣ: ହିନ୍ଦୁ ଧର୍ମରେ ଗ୍ରନ୍ଥର ବିଶେଷ ଗୁରୁତ୍ୱ ରହିଛି। ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଏଥିରେ, ବ୍ୟକ୍ତିର କାର୍ଯ୍ୟ ଅନୁଯାୟୀ ଫଳଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। ଜୀବନକୁ ସଫଳ କରିବା ଏବଂ ଅଗ୍ରଗତି କରିବା ପାଇଁ ଗରୁଡ ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି। ସେମାନଙ୍କର ଅର୍ଥ ଜାଣିବା ଦ୍ୱାରା ଜୀବନ ସଫଳ ହୋଇପାରିବ। ଗରୁଡ ପୁରାଣରେ ୬ ଟି ଏପରି କଥା କୁହାଯାଇଛି, ଯାହାଙ୍କ ଉପାସନା ଏବଂ ପୂଜା ଦ୍ୱାରା ସବୁକିଛି ମିଳିପାରିବ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା… ଏହି ୬ ଟି ଜିନିଷର ଉପାସନା ସଫଳତା ଦେଇଥାଏ: ଗରୁଡ ପୁରାଣରେ କୁହାଯାଇଛି ଯେ, ଜୀବନର ଏହି ୬ ଟି ଜିନିଷକୁ ପୂଜା କରି ଜଣେ ବ୍ୟକ୍ତି ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାଏ ଏବଂ ସେମାନେ ସଫଳତାର ସିଡ଼ି ଚଢି ପାରିଥାନ୍ତି। ଭଗବାନ ବିଷ୍ଣୁ: ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ଭକ୍ତଙ୍କ ସମସ୍ତ ଦୁଃଖ…

Read More

ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କୁ ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଦ୍ବାରା ସାମଗ୍ରିକ ଭାବେ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଯୋଗାଇଆସୁଛି। ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସ‌ଚେଚତନା ସୃଷ୍ଟି କରିବା ନେଇ ଆଜି ଏମ୍‌ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡଖଣ୍ଡ ପରି ପଡ଼ୋଶୀ ରାଜ୍ୟରୁ ଆସୁଥିବା ଶିଶୁ କର୍କଟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି ଏମ୍‌ସ ଭୁବନେଶ୍ୱର। ବିଭାଗକୁ ଆଜିସୁଦ୍ଧା ୧୨ଶହରୁ ଅଧିକ ଶିଶୁ କର୍କଟ ‌ରୋଗୀ ଆସିଥିବା ସୂଚନା…

Read More

ଭୁବନେଶ୍ଵର: ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ। ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ। ୨୫ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହୋଇଥିଲା ଓଡ଼ିଶାର ବିଭିନ୍ନ ଫିଲ୍ମ ହଲ ରେ ଓ ଦର୍ଶକଙ୍କ ମନ ଜିତିଥିଲା। ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ୟାନେଲ ଜୀ-ସାର୍ଥକରେ। ‘ପ୍ରତିଶୋଧ’ର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆଜି କେବଳ ଜୀ-ସାର୍ଥକ ଚ୍ୟାନେଲରେ। ଫିଲ୍ମକୁ ହଲରେ ଦର୍ଶକ ମାନେ ଯେପରି ଭଲପାଇବା ଦେଇଛନ୍ତି ସେହି ପରି ଟିଭିରେ ମଧ୍ୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ସାଇ ସ୍ବରାଜ ମଙ୍ଗରାଜଙ୍କ…

Read More

ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି। ଟିଏଚ୍‌ଇ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦ ରେଞ୍ଜରେ ଥିବା ବେଳେ ଏହା ପୂର୍ବ ବର୍ଷ ୧୨୦୧ ପ୍ଲସ୍ ବ୍ରାକେଟ୍‌ରେ ରହିଥିଲା। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତି କରି ଏହି ଟିଏଚ୍‌ଇ ର‌୍ୟାଙ୍କିଙ୍ଗ କରାଯାଇଥାଏ। ଏହି ମାପଦଣ୍ଡ ଗୁଡ଼ିକ ହେଲା ଟିଚିଙ୍ଗ (ଦ ଲର୍ଣ୍ଣିଂ ଏନ୍‌ଭାଇରନ୍‌ମେଂଟ), ରିସର୍ଚ୍ଚ ଏନ୍‌ଭାଇରନ୍‌ମେଂଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରୀ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ଆଉଟଲୁକ୍ (ଇନ୍‌ଟରନ୍ୟାସ୍‌ନାଲ୍ ଷ୍ଟାଫ୍‌, ଷ୍ଟୁଡେଂଟ୍ସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ)। ୨୦୨୩ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୧୫ତମ ସ୍ଥାନରେ ରହିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍…

Read More