ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ୍ ଦେଇଛି। ପୋଲିସ ସୂଚନା ଅନୁଯାୟୀ, ବଲୁଚିସ୍ତାନର ମାସ୍ତୁଙ୍ଗର ଅଲ ଫଲାହ ରୋଡରେ ଅବସ୍ଥିତ ମଦିନା ମସଜିଦ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ବିସ୍ଫୋରଣ ଘଟିଥିଲା।
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ଛତୁକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଛତୁ ଖାଇବା ଦ୍ୱାରା ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ପଟେ, ପ୍ରତିଦିନ ଛତୁ ଖାଇବା ଦ୍ୱାରା ବିପି ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ମଧ୍ୟ ଲାଭ ହୋଇଥାଏ। ଭିଟାମିନ୍ ବି, ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଛତୁରେ ମିଳିଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଛତୁ ଖାଇବାର ଲାଭ କ’ଣ? ମୋଟାପଣକୁ ଦୂରଇ ରଖେ– ଯଦି ଆପଣ ଆପଣଙ୍କର ମୋଟାପଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି ଏବଂ ଆପଣଙ୍କ ମୋଟାପଣରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ଛତୁ ଖାଇପାରିବେ। ଏହାର କାରଣ ହେଉଛି ଛତୁରେ ଥିବା ଲୀନ ପ୍ରୋଟିନ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ହୃଦ୍ ରୋଗରୁ ରକ୍ଷା ମିଳେ- ଛତୁରେ ଅନେକ ଏନଜାଇମ୍ ଏବଂ ଫାଇବର ଥାଏ, ଯାହା ଅଧିକ ପୋଷକ ତତ୍ତ୍ୱ ଅଟେ। ଯେଉଁଥିପାଇଁ ବ୍ୟକ୍ତିର…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି। ୨୪ ଘଣ୍ଟା ମଧ୍ୟରେ ଗଡିଲା ଦୁଇ ଦୁଇ ଟି ମୁଣ୍ଡ! ପୋଲିସର ଢିଲା ପଣିଆର ସୁଯୋଗ ନେଇ ଅପରାଧୀ ମାନେ ପୁଣି ଥରେ ସକ୍ରିୟ ହେବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗତ କାଲି ରାତିରେ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ସେପଟେ ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ବାରୀଗୁଡା ଗାଁ ର ଶେଷ ମୁଣ୍ଡରେ ଅନିଲ ମହାନ୍ତି ଓରଫ କୋକୋଙ୍କୁ ଅଜି ସଖାଲେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ଅନିଲ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ଗତ କିଛି ମାସ ଧରି…
ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ବିବିସି ଉର୍ଦ୍ଦୁ ଦ୍ୱାରା ଦିଆଯାଇଛି। ବିବିସି ଉର୍ଦ୍ଦୁ ପୋଲିସର ଉଦ୍ଧେଶ୍ୟରେ କହିଛି ଯେ ବଲୁଚିସ୍ତାନର ମଦିନା ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ଏହା ଘଟିଥିଲା।
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ବିନିମୟ କରିବାର ସମୟସୀମା ପାଖେଇ ଆସିଛି, ତଥାପି ୨୪,୦୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ଫେରସ୍ତ ପାଇଁ ସମୟସୀମାକୁ ଆହୁରି ବଢାଇବ କି? ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଆରବିଆଇ ୨୦୦୦ ଟଙ୍କା ନୋଟ୍ ବିନିମୟ ପାଇଁ ଶେଷ ତାରିଖକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି ଯେ, ଆରବିଆଇ ସମୟସୀମା ବୃଦ୍ଧି କରିବାକୁ ଚିନ୍ତା କରୁଛି। ଏହି ପ୍ରସଙ୍ଗରେ ଆଲୋଚନା କରି ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସମୟସୀମା ବୃଦ୍ଧି କରିବା ପଛରେ ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅନେକ ଭାରତୀୟ ବିଦେଶରେ ରୁହନ୍ତି। ଏଭଳି ପରିସ୍ଥିତିରେ, ଏହି NRI ଙ୍କୁ ଆଉ ଏକ ମାସର…
କଟକ: ଆଜି ସକାଳେ କଟକ ଚୌଧୁରୀ ବଜାରର ଏକ ଶାଢୀ ଦୋକାନରେ ଭୟାବହ ଅଗ୍ନିକାଣ ଘଟିଯାଇଛି। ତିନୋଟି ଦମ କଳ ଲାଗି ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା। ଫଳରେ ହାଇଡ୍ରୋଲିକ ଦମକଳ ସାହାଯ୍ୟରେ ଏହି ନିଆଁକୁ ଆୟତ କରାଯାଇଥିଲା। ଏହି ନିଆଁ ଯୋଗୁଁ ପୁରା ବଜାର ଧୂଆଁମୟ ହୋଇପଡିଥିଲା। ଲୋକମାନେ ଭୟଭିତ ହୋଇପଡିଥିଲେ। ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଚୌଧୁରୀ ବଜାରରେ ଏକ ପାଞ୍ଚ ମହଲା ଦୋକାନର ତଳ ମହଲାରେ ନିଆଁ ଦେଖାଯାଉଥିଲା। ଲୋକେ ଦମକଳକୁ ଫୋନ କରୁକରୁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା। ତୃତୀୟ ମହଲାରେ ଏହି ନିଆଁ ତୀବ୍ର ଆକାରର ଧାରଣ କରିଥିଲା। ସେହି ଦୋକାନରେ କେବଳ ଶାଢୀ ଥିବାରୁ ସେଥିରେ ନିଆଁ ଲାଗି ପୁରା ବଜାରକୁ ଧୂଆଁମୟ କରିଦେଇଥିଲା। ଅଗ୍ନିଶମ ବିଭାଗର ପ୍ରଥମେ ଗୋଟିଏ ଗାଡି ପରେ ଆଉ ଗୋଟିଏ ଗାଡି ଆସି ଏହା ଲିଭାଇବାରେ ନିୟୋଜିତ ହୋଇଥିଲା। ପ୍ରଥମେ କର୍ମଚାରୀମାନେ ନିଶୁଣୀ…
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପୂର୍ବରୁ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ ଟି ଦଳ ୨-୨ ୱାର୍ମ ଅପ୍ ମ୍ୟାଚ୍ ଖେଳିବେ, ଯାହା ଆଜି ଠାରୁ ଆରମ୍ଭ ହେବ। ଗୁଆହାଟୀରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ଏହାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ସେପ୍ଟେମ୍ବର ୩୦ ତାରିଖରେ ଗୁଆହାଟୀରେ ଖେଳିବ। ଆସନ୍ତୁ ଜାଣିବା କେତେବେଳେ, କେଉଁଠାରେ ଏବଂ କିପରି ଆପଣ ଏହି ୱାର୍ମ ଅପ୍ ମ୍ୟାଚ୍ ଗୁଡିକୁ ମାଗଣାରେ ଲାଇଭ୍ ଦେଖିପାରିବେ। ମ୍ୟାଚ୍ କେବେ ଖେଳାଯିବ?: ଦିନିକିଆ ବିଶ୍ୱକପ୍ର ୱାର୍ମ ଅପ୍ ମ୍ୟାଚ୍ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନରେ ତିନୋଟି ମ୍ୟାଚ୍ ଖେଳାଯିବ। ମ୍ୟାଚର ଶେଷ ଦିନ ଅକ୍ଟୋବର ୩ ତାରିଖରେ ହେବ। ଚତୁର୍ଥ ଏବଂ ଶେଷ ଦିନରେ କେବଳ ତିନୋଟି ମ୍ୟାଚ୍ ଖେଳାଯିବ ଏବଂ ବାକି ଦୁଇ ଦିନରେ ୨-୨…
ଭୁବନେଶ୍ବର: ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଦ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଏହାଦ୍ବାରା ଆଜିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ୨୦୨୩ ଶେଷ ସୁଦ୍ଧା ବର୍ତ୍ତମାନର ଇଞ୍ଜିନିୟରିଂ ଏବଂ ଚୁକ୍ତିନାମା ପ୍ରକ୍ରିୟାରୁ ବିଲ୍ଡ ଅପରେଟ୍ ଟ୍ରାନ୍ସଫର (BOT) ଏବଂ ହାଇବ୍ରିଡ୍ ଆନ୍ୟୁଟି (HAM) ମଡେଲକୁ ସ୍ଥାନାନ୍ତରିତ କରି ଜାତୀୟ ରାଜପଥକୁ ଗାଢା ମୁକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଲ୍ଡ ଅପରେଟ୍ ଟ୍ରାନ୍ସଫର୍ (BOT) ଏବଂ ହାଇବ୍ରିଡ୍ ଆନ୍ୟୁଟି (HAM) ମଡେଲ୍ ଅଧୀନରେ କାର୍ଯ୍ୟ କରାଯିବ କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ ଦିଗରେ ତାଙ୍କ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ନିତିନ ଗଡକରୀ କହିଛନ୍ତି ଯେ, ବିଲ୍ଡ ଅପରେଟ ଟ୍ରାନ୍ସଫର (BOT) ଅଧୀନରେ ଥିବା ରାଜପଥଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ଵ ହେବ। ଯେଉଁଥିପାଇଁ ରାସ୍ତାର ଗୁଣବତ୍ତା ଭଲ ହେବ। ଏଥିରେ ସେଗୁଡିକର ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ। ୧,୪୬,୦୦୦ କିଲୋମିଟର ରାଜପଥର ରୂପରେଖା ପ୍ରସ୍ତୁତ: ଏହା ବ୍ୟତୀତ ଅନ୍ୟ ଏକ ନୀତି ଉପରେ କାର୍ଯ୍ୟ ଚାଲିଛି, ଏହା କାର୍ଯ୍ୟକାରୀ ହେବା ପରେ ଜାତୀୟ ରାଜପଥରୁ ଗାତଗୁଡିକ ଅଦୃଶ୍ୟ ହୋଇଯିବ। ଯେଉଁଥି ପାଇଁ…
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ‘ବିଶ୍ୱସନୀୟ ଅଭିଯୋଗ’ ସତ୍ତ୍ୱେ କାନାଡା ଭାରତ ସହ ନିବିଡ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମଗ୍ର ବିଶ୍ୱରେ ଭାରତର ବଢୁଥିବା ପ୍ରଭାବକୁ ସୂଚାଇ ଟ୍ରୁଡୋ କହିଛନ୍ତି ଯେ, କାନାଡା ଏବଂ ଏହାର ସହଯୋଗୀମାନେ ଭାରତ ସହ ଜଡିତ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ଦିନ ମୋଣ୍ଟ୍ରିଆଲ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରୁଡୋ କହିଛନ୍ତି ଯେ, ବିଶ୍ୱ ମଞ୍ଚରେ ବଢୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି କାନାଡା ଏବଂ ଏହାର ସହଯୋଗୀମାନେ ଭାରତ ସହିତ ଗଠନମୂଳକ ଏବଂ ଗମ୍ଭୀର ଭାବରେ ଜଡିତ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ‘ଭାରତ ଏକ ବଢୁଥିବା ଅର୍ଥନୈତିକ ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଭୂ-ରାଜନୈତିକ ଖେଳାଳି। ଗତ ବର୍ଷ ଆମେ ଯେତେବେଳେ ଆମର ଇଣ୍ଡୋ-ପାସିଫିକ୍ ରଣନୀତି ଉପସ୍ଥାପନ କରିଥିଲୁ, ଆମେ…
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଭାରତ ଫେରିଥିବା କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁଟିଂ, ରୋଇଂ ଓ ମହିଳା କ୍ରିକେଟ ଦଳର ମୋଟ ୨୭ ଜଣ ଖେଳାଳୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମହିଳା କ୍ରିକେଟ୍ ଦଳ ଏହି ପ୍ରତିଯୋଗିତାରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୋଇଂରୁ ମୋଟ ୫ ପଦକ (୨ ରୌପ୍ୟ, ୩ କାଂସ୍ୟ) ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ପଦକ ସୁଟିଂରୁ ଆସିଛି। ଭାରତର ରାଇଫଲ, ସଟଗନ୍ ଏବଂ ପିସ୍ତଲ ଦଳ ୧୩ ପଦକ (୪ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୫ କାଂସ୍ୟ) ଜିତିଛନ୍ତି। ଏସୀୟ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘‘ମୁଁ ସମସ୍ତ ଆଥଲେଟ୍ ଓ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୁନିଲ ନାହାକଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଅନେକ ମାମଲା। ପୂର୍ବରୁ ଆସ୍କା ଅଞ୍ଚଳରେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋରା ଚାଲାଣ, ଡକାୟତି ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି। ଅନ୍ୟପଟେ ସୁନିଲ ଫେରାର ଥିବା ବେଳେ କୋଦଳା ଥାନା ଦାନପୁର ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ କୋଦଳା ଥାନା ପୋଲିସ ଓ ପୁରୁଷୋତ୍ତମପୁର ଏସ୍ ଡି ପି ଓ ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି। ଦେଖାଯାଉ କେବେ ହତ୍ୟାର କାରଣ ଫର୍ଦ୍ଦାପାସ୍ ହେବ ତାହା ଦେଖିବାକୁ ବାକି ରହିଲା।
ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରା ଗିରଫ ହେବାର ଗୋଟିଏ ଦିନ ପରେ ଭିଜିଲାନ୍ସ ଟିମ ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲଙ୍କ ସନ୍ଧାନରେ ୬ ଟି ରାଜ୍ୟରେ ଚଢାଉ କରୁଛି। ଏହି ଟିମ୍ ଚଢାଉ ପାଇଁ ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପହଞ୍ଚିଛି। ମଙ୍ଗଳବାର ନିଜେ ପଞ୍ଜାବର ବଠିଣ୍ଡା ଜିଲ୍ଲାରେ ସମ୍ପତ୍ତି କ୍ରୟରେ ଅନିୟମିତତା ମାମଲାରେ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ କୋର୍ଟ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଭିଜିଲାନ୍ସ ସନ୍ଦେହ କରୁଛି ଯେ ମନପ୍ରିତ ପରେ ଦେଶ ଛାଡି ବିଦେଶ ଯାଇପାରନ୍ତି। ଜାମିନ ପାଇଁ ମନପ୍ରୀତ ବାଦଲଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଆଜି ଶୁଣାଣି ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୩ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ‘ସଂକଳ୍ପ ସପ୍ତାହ’ ନାମକ ଦେଶର ଆକାଂକ୍ଷୀ ବ୍ଲକଗୁଡ଼ିକ ପାଇଁ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ ‘ସଂକଳ୍ପ ସପ୍ତାହ’ ଜଡ଼ିତ। ଜାନୁଆରୀ ୭, ୨୦୨୩ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବ୍ଲକସ୍ତରରେ ପ୍ରଶାସନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ। ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। ‘ସଂକଳ୍ପ ସପ୍ତାହ’ ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି। ସମସ୍ତ ୫୦୦ ଆକାଂକ୍ଷୀ…
ବାଣପୁର (ସୀତାରାମ ଅଗ୍ରୱାଲ): ଗତ ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଗବତୀ ମନ୍ଦିର ପରିସରରେ ଅବସ୍ଥିତ ଏଣ୍ଡାଓମେଣ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଚପଲ ରଖିବା ଖବର ‘ସମୀକ୍ଷା’ ରେ ପ୍ରକାଶିତ ହୋଇଥିଲା। ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କରି କାର୍ଯ୍ୟାଳୟ ସମ୍ମୁଖରେ ଅବାଧ ଚପଲ ପ୍ରବେଶ ଭକ୍ତଙ୍କ ଧାର୍ମିକ ଭାବନାକୁ ମର୍ମାହତ କରିଛି। ତେବେ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପିଠ ଯାହାକି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ୫-ଟି ଉପକ୍ରମରେ ସାମିଲ ହୋଇଛି, ହେଲେ ସେଠାରେ ଏବେ ବିଭିନ୍ନ ଅନିୟମିତତା ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜାଣତରେ ହେଉଥିବାର ଅଭିଯୋଗ ହେଉଛି। ତେବେ ଗତକାଲି ଅପରାହ୍ନରେ ପୁଣି ଏକ ଲଜ୍ୟାଜନକ ଦୃଶ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି। ମା’ ଙ୍କ ନାଟମଣ୍ଡପରେ ଯେଉଁଠି ଭକ୍ତମାନେ ବସି ଆଶୀର୍ବାଦ ଲାଭ କରନ୍ତି ସେଠାରେ ଏକ କୁକୁର ଶୋଇଥିବାର ଦେଖିବାକୁ…
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ସୁଟିଂରେ ସ୍ୱର୍ଣ୍ଣ ଜିତିଥିବା ୧୦ ମିଟର ଏୟାର ପିସ୍ତଲ ପୁରୁଷ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ସୁଟର ସର୍ବଜୋତ ସିଂ, ଅର୍ଜୁନ ସିଂ ଚେମା ଏବଂ ଶିବ ନରୱାଲ ନିଜ ଦକ୍ଷତା ଏବଂ କୌଶଳ ଦ୍ୱାରା ପୂରା ଦେଶକୁ ଗୌରବାନ୍ୱିତ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ଏସୀୟ କ୍ରୀଡ଼ାରେ ଆମ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍ ଦ୍ୱାରା ଆଉ ଏକ ସ୍ୱର୍ଣ୍ଣ! ସର୍ବାଜୋତ ସିଂ, ଅର୍ଜୁନ ସିଂ ଚେମା ଏବଂ ଶିବ ନରୱାଲ ସେମାନଙ୍କ ଦକ୍ଷତା ଏବଂ ସଠିକ୍ ଲକ୍ଷ୍ୟ ବଳରେ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ବହୁତ ଶୁଭେଚ୍ଛା।’
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେବୁଲ ଟେଲିଭିଜନ ନେଟୱାର୍କ ଆଇନ ୧୯୯୪ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂଆ ବ୍ୟବସ୍ଥାରେ ମଲଟି ସିଷ୍ଟମ ଅପରେଟର (ଏମ୍ଏସ୍ଓ) କାରବାର ନବୀକରଣ ପାଇଁ ଏକ ୧୦ବର୍ଷିଆ ରେଜିଷ୍ଟେସନ ନିୟମ ଆରମ୍ଭ ହୋଇଛି । ଏହାଛଡା ଇଣ୍ଟରନେଟ୍ ଆକ୍ସେସ୍ ସେବା ବଢାଇବା ପାଇଁ ଏମ୍ଏସ୍ଓମାନେ ଇନ୍ଫ୍ରାଷ୍ଟକ୍ଚର (ଭିତ୍ତିଭୂମି) ସେୟାରିଂ ନିଜ ନିଜ ମଧ୍ୟରେ କରିପାରିବେ। ଏହା ଫଳରେ ବ୍ରଡ୍ବ୍ୟାଣ୍ଡ ସେବା ଯୋଗାଉଥିôବା କେବୁଲ ଅପରେଟରମାନେ ଶେଷତମ ସ୍ଥାନକୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ପାରିବେ। ଏମ୍ଏସ୍ଓଙ୍କ ପାଇଁ ଏହି ପଞ୍ଜୀକରଣ ବା ରେଜିଷ୍ଟ୍ରେସନ ବ୍ୟବସ୍ଥାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା। ୧) ନବୀକରଣ ବା ରେଜିଷ୍ଟ୍ରେସନ ପାଇଁ ଏମ୍ଏସ୍ଓମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ରଡକାଷ୍ଟ ସେବା ପୋର୍ଟାଲରେ ଅନ୍ଲାଇନ୍ରେ ଆବେଦନ କରିବେ। ୨)ଏମ୍ଏସ୍ଓଗୁଡିକୁ ୧୦ବର୍ଷ ପାଇଁ କାରବାର ନିମନ୍ତେ ପଞ୍ଜୀକରଣ ବା ନବୀକରଣର ଅନୁମତି ମିଳିବ। ୩) ପଞ୍ଜୀକରଣ/ନବୀକରଣ ପାଇଁ ବାର୍ଷିକ…
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରାରମ୍ଭ କରାଯାଇଛି। ଏଥି ସକାଶେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଏକ ସବିଶେଷ କାର୍ଯ୍ୟଧାରା ଜାରି କରିଛନ୍ତି। କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ନିମନ୍ତେ ସମ୍ପୂର୍ଣ୍ଣ ଭାରତ ବର୍ଷରେ ୩୦ଗୋଟି ସ୍ଥାନ ନିରୂପଣ କରିଛନ୍ତି। ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ, ରାଜ୍ୟ କାର୍ଯ୍ୟାଳୟ ଓଡିଶା ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଭୁବନେଶ୍ଵର ମଣ୍ଡଳ ମିଳିତ ଭାବେ ଐତିହାସିକ ଖଣ୍ଡଗିରି ପାହାଡ ଅଞ୍ଚଳ ରେ ୦୧ ଅକ୍ଟୋବର ୨୦୨୩ ପୂର୍ବାହ୍ନ ୧୦.୦୦ ଘଟିକା ରୁ ୧୧.୦୦ ଘଟିକା ପର୍ଯ୍ୟନ୍ତ ଏକ ସ୍ୱଚ୍ଛତା ଅଭିଯାନର ଆୟୋଜନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ଅଧିକାରୀ କର୍ମଚାରୀ ସଫେଇ କରିବେ। ଉପସ୍ଥିତ ପର୍ଯ୍ୟଟକ ଏବଂ ସର୍ବସାଧାରଣ…
ନୂଆଦିଲ୍ଲୀ: ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ 2023 ରାଙ୍କିଂରେ 132 ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତର 40ତମ ସ୍ଥାନ ବଜାୟ ରହିଛି। ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ (ଜିଆଇଆଇ) ରେ ଗତ କିଛି ବର୍ଷ ଧରି ଭାରତ ଉଲ୍ଲେଖନୀୟ ଉନ୍ନତି କରିଛି। 2015 ରେ 81ତମ ସ୍ଥାନରେ ଥିବାବେଳେ, 2023 ରେ 40ତମ ସ୍ଥାନରେ ପହଞ୍ଚିଛି। ମହାମାରୀରୁ ଉତ୍ପନ୍ନ ଅଭୂତପୂର୍ବ ସଙ୍କଟ ବିପକ୍ଷରେ ଆମର ସଂଘର୍ଷରେ ନବୋନ୍ମେଷ ସବୁଠାରୁ ଆଗରେ ରହିଛି ଏବଂ ଦେଶର ମହାମାରୀ ପରିଚାଳନା ସାମର୍ଥ୍ୟରେ ଏହା ନିର୍ଣ୍ଣାୟକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଆହ୍ବାନ ଏଥିରେ ନିହିତ ରହିଛି। ଜିଆଇଆଇ ରାଙ୍କିଂ ରେ କ୍ରମାଗତ ଉନ୍ନତ ଅପାର ଜ୍ଞାନ ପୁଞ୍ଜି, ଲାଇଭ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଏବଂ ସାର୍ବଜନିନ ଏବଂ ଘରୋଇ ଗବେଷଣା ସଙ୍ଗଠନ ଦ୍ବାରା କରାଯାଇଥିବା ଅଦ୍ଭୁତ କାର୍ଯ୍ୟ କାରଣରୁ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଯଥା ବୈଜ୍ଞାନିକ ବିଭାଗ…
ମେଷ: ବିନିଯୋଗର ସୁଖଦ ଫଳାଫଳ ମିଳିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଯେତେବେଳେ କୈଣସି ବଡ଼ ପ୍ରତିବନ୍ଧକ ଦୂର ହୁଏ ସେତେବେଳେ ସୁଖ ମିଳିବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିବାଦ କାରଣରୁ ଦ୍ୱନ୍ଦ୍ୱ ସମ୍ଭବ। କାରବାରକୁ ଶୀଘ୍ର କର ନାହିଁ। ବୃଷ: ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ହେବ। ଆୟ ଜାରି ରହିବ। ବ୍ୟସ୍ତ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କଠାରୁ ଆଶା ପୂରଣ ନ କରିବାରୁ ଦୁଃଖ ହେବ। କାର୍ଯ୍ୟ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପାରିବାରିକ ଚିନ୍ତା ରହିବ। ମିଥୁନ: ବ୍ୟବସାୟ ଯାତ୍ରା ସଫଳ ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ଲାଭ ସୁଯୋଗ ଆସିବ। ଭାଗ୍ୟ ତୁମ ସହିତ ରହିବ। ବ୍ୟବସାୟରେ…
ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି। ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ। ଏହି ସମୟରେ ପଲିଥିନରେ ଆଣିଥିବା…

